Skip to content
paribhaasha

Skandha 3

Adhyaya 19

  1. Couplet 1

    ଏମନ୍ତ ବ୍ରହ୍ମାର ବଚନଶୁଣି ସନ୍ତୋଷ ଭଗବାନ

  2. Couplet 2

    ଅମୃତ ପ୍ରାୟ ଶୁଣି କର୍ଣ୍ଣେଅସୁରବଧେ ସାବଧାନେ

  3. Couplet 3

    ଦକ୍ଷିଣକରେ ଗଦାଧରିହୁଁକାର ନାଦେ ଦଇତ୍ୟାରି

  4. Couplet 4

    ନିର୍ଭୟ ଦେଖି ତା ନିକଟେପ୍ରହାର କଲେ କର୍ଣ୍ଣତଟେ

  5. Couplet 5

    ତକ୍ଷଣେ ଦୈତ୍ୟ ଗଦାବଳେଗଦା ପଡ଼ିଲା ହସ୍ତୁ ତଳେ

  6. Couplet 6

    ବିଷ୍ଣୁଙ୍କୁ ହିରଣ୍ୟାକ୍ଷ ଚାହିଁକ୍ଷତ୍ରିୟଧର୍ମ ବିଚାରଇ

  7. Couplet 7

    ଆୟୁଧ ନାହିଁ ଏହା ହସ୍ତେଏହାକୁ ମାରିବି କେମନ୍ତେ

  8. Couplet 8

    ଏମନ୍ତେ ବିଚାରୁ ଅସୁରଶୂନ୍ୟେ ଶୁଭିଲା ହାହାକାର

  9. Couplet 9

    ତା ଶୁଣି ପ୍ରଭୁ ଗଦାଧରସମ୍ଭ୍ରମେ ତୋଳି ବେନିକର

  10. Couplet 10

    ବୋଲନ୍ତି ଦେବଗଣେ ଚାହିଁଭୟ ନ କର ତୁମ୍ଭେ କେହି

  11. Couplet 11

    ଏମନ୍ତେ କହି ଦେବରାଜଉର୍ଦ୍ଧ୍ୱେ ତୋଳିଲେ ଦକ୍ଷଭୁଜ

  12. Couplet 12

    ନିଜ ଆୟୁଧେ କଲେ ମନତକ୍ଷଣେ ଜାଣି ସୁଦର୍ଶନ

  13. Couplet 13

    ବେଗେ ଧାଇଁଲା ଶୂନ୍ୟେ ବ୍ୟାପିତେଜ ବିରାଜେ ବିଶ୍ୱରୂପୀ

  14. Couplet 14

    ମିଳିଲା ବିଷ୍ଣୁକରେ ଯାଇତା ଦିତିପୁତ୍ର ନ ଜାଣଇ

  15. Couplet 15

    ଦେବେ ଦେଖନ୍ତି ଶୂନ୍ୟପଥେଚକ୍ରକୁ ଚାହିଁ ବିଷ୍ଣୁହସ୍ତେ

  16. Couplet 16

    କହନ୍ତି ବିଚିତ୍ର ବଚନଭୋ ଦେବ ହେଉ ତୋ କଲ୍ୟାଣ

  17. Couplet 17

    ଭୋ ନାଥ ତୋ’ର ଦ୍ୱାରପାଳଏ ଦୁଷ୍ଟ ତେଜେ ଅନର୍ଗଳ

  18. Couplet 18

    ଏହାର ପ୍ରାଣ ବେଗେ ହରଆମ୍ଭଙ୍କୁ ସଙ୍କଟୁ ଉଦ୍ଧର

  19. Couplet 19

    ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣିକୋପେ ଧାଇଁଲା ବୀରମଣି

  20. Couplet 20

    ସମୀପେ ଦେଖି ଚକ୍ରପାଣିଓଷ୍ଠ କାମୋଡ଼େ ପୁଣପୁଣି

  21. Couplet 21

    ନିଃଶ୍ୱାସ ଖରତର ବହେକୋପେ କମ୍ପଇ ତାର କାୟେ

  22. Couplet 22

    କରାଳ ଦିଶେ ତା ବଦନନୟନୁ ପ୍ରକାଶେ ଦହନ

  23. Couplet 23

    ଦହିଲା ପ୍ରାୟ ଦଶଦିଶେବେଗେ ଧାଇଁଲା ମହାରୋଷେ

  24. Couplet 24

    ଡାକଇ ପୂରିଲା ତୋ କାଳମୋ ଗଦାପ୍ରହାର ସମ୍ଭାଳ

  25. Couplet 25

    ଏମନ୍ତ ବୋଲି କୋପଭରେପିଟିଲା ବିଷ୍ଣୁର ଉପରେ

  26. Couplet 26

    ପବନବତ ଜଗନ୍ନାଥପାଦେ ହରିଲେ ଗଦାଘାତ

  27. Couplet 27

    ଦୈତ୍ୟକୁ ବୋଲନ୍ତି ଉତ୍ତରଯେବେ ଜିଣିବା ଇଚ୍ଛା ତୋ’ର

  28. Couplet 28

    ଉତ୍ତମ ଶସ୍ତ୍ର ଧରି ହସ୍ତେପ୍ରହାର କର ତୁହି ମୋତେ

  29. Couplet 29

    ଏମନ୍ତ ଶୁଣିଣ ବଚନକୋପେ କମ୍ପଇ ଅପଘନ

  30. Couplet 30

    ଗୋବିନ୍ଦ ଶିରେ ଗଦାଘାତପଡ଼ି ଶୁଭିଲା ବଜ୍ରାଘାତ

  31. Couplet 31

    ଶବଦେ ଭୁବନ କମ୍ପିଲାତକ୍ଷଣେ ଭୂମିରେ ପଡ଼ିଲା

  32. Couplet 32

    ଭାଜିଲା ଶତେଖଣ୍ତ ହୋଇଦେବେ ଦେଖନ୍ତି ଶୂନ୍ୟେ ରହି

  33. Couplet 33

    ଗଦା ଯାଚିଲେ ନାରାୟଣଅସୁର ନ ନେଲା ତା ପୁଣ

  34. Couplet 34

    ଗଦା ବିଭଙ୍ଗେ କୋପଭରେତୀକ୍ଷ୍ଣ ତ୍ରିଶୂଳ ଧରି କରେ

  35. Couplet 35

    ଅନଳ ପ୍ରାୟ ଶୂଳ ଜଳେଦେଖି କମ୍ପିଲେ ଦିଗପାଳେ

  36. Couplet 36

    ଯଜ୍ଞ-ସ୍ୱରୂପୀ ବିଷ୍ଣୁ ଦେହେବ୍ରାହ୍ମଣେ ଅଭିଚାର ପ୍ରାୟେ

  37. Couplet 37

    ଉଚ୍ଚେ ଧଇଲା ଶୂଳ ତୋଳିପିଟିଲା ନେଇ ମହାବଳୀ

  38. Couplet 38

    ତା ଦେଖି ପ୍ରଭୁ ଜଗନ୍ନାଥସୁତୀକ୍ଷ୍ଣ ଚକ୍ର ଘେନି ହସ୍ତ

  39. Couplet 39

    ସେ ଶୂଳ ଗଗନେ ପ୍ରକାଶେଜ୍ୱଳନ୍ତ ଅଗ୍ନିପ୍ରାୟ ଦିଶେ

  40. Couplet 40

    ଶୂଳ ଛେଦିଲେ ମହାଶୂନ୍ୟେଗରୁଡ଼ ପକ୍ଷ ଇନ୍ଦ୍ର ଯେହ୍ନେ

  41. Couplet 41

    ତ୍ରିଶୂଳ ଭଗ୍ନ ଦେଖି ରୋଷେବେଗେ ମିଳିଲା ବିଷ୍ଣୁପାଶେ

  42. Couplet 42

    ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେପ୍ରହାରେ ଯଜ୍ଞରୂପୀ ଦେହେ

  43. Couplet 43

    ମାୟାବୀ ହିରଣ୍ୟାକ୍ଷ ବୀରଶରୀର କଲା ଯେ ଅନ୍ତର

  44. Couplet 44

    କେହି ନ ଦେଖେ କେଣେ ଗଲାଅଦ୍ଭୁତ ଶବଦ ଶୁଭିଲା

  45. Couplet 45

    ତା’ର ପ୍ରହାରେ ପଦ୍ମମୁଖସହଜେ ନୋହିଲେ ବିମୁଖ

  46. Couplet 46

    ଗଜକୁ ପୁଷ୍ପମଣ୍ତା ଯେହ୍ନେପ୍ରହାରେ ଦୁଃଖ ନାହିଁ ମନେ

  47. Couplet 47

    ପୁଣି କ୍ଷଣକେ ମହାରୋଷେଅସୁର ମିଳି ବିଷ୍ଣୁ ପାଶେ

  48. Couplet 48

    ମାୟା ସର୍ଜିଲା ଅପ୍ରମିତେଶ୍ରୀମାୟାଧରଙ୍କ ଅଗ୍ରତେ

  49. Couplet 49

    ସେ ମାୟା ଦେଖି ଦେବଗଣେହସ୍ତ ଆଚ୍ଛାଦିଲେ ନୟନେ

  50. Couplet 50

    ଶରୀର କମ୍ପେ ମହାଭୟେମଣିଲେ ପ୍ରଳୟର ପ୍ରାୟେ

  51. Couplet 51

    ପ୍ରଚଣ୍ତ-ବାତ ବହେ ଖରେଶୂନ୍ୟୁ ପାଷାଣ ବୃଷ୍ଟି କରେ

  52. Couplet 52

    ପାଂଶୁ ପୂରିଲା ଦଶଦିଶେନିଷ୍ଠୁର ତମ ଯେ ପ୍ରକାଶେ

  53. Couplet 53

    ଘୋର ଗର୍ଜନ ମାୟା ମେଘେବିଜୁଳି ଲୁଚିଲେ ଦଶଦିଗେ

  54. Couplet 54

    ବିଷମ ମେଘର ଆଚ୍ଛନ୍ନେଶୂନ୍ୟେ ଲୁଚିଲେ ଜ୍ୟୋତିର୍ଗଣେ

  55. Couplet 55

    ପୂଯ ପୁରୀଷ ମୂତ୍ର ଅସ୍ଥିରୁଧିର ସଙ୍ଗେ ବରଷନ୍ତି

  56. Couplet 56

    ପର୍ବତ ପ୍ରାୟ ଦେହ କରିରାକ୍ଷସୀ ନାନା ଶସ୍ତ୍ର ଧରି

  57. Couplet 57

    ଧାମନ୍ତି ଅତି ମହାରୋଷେକଟୀ ବିବସ୍ତ୍ର ମୁକ୍ତ କେଶେ

  58. Couplet 58

    ହସ୍ତେ ବିରାଜେ ତୀକ୍ଷ୍ଣ ଶୂଳଶୁଭଇ ମୁଖ ରାବ ଗୋଳ

  59. Couplet 59

    ପ୍ରଳୟ-କାଳ ପ୍ରାୟ ମଣିଅଦ୍ଭୁତେ କମ୍ପଇ ଧରଣୀ

  60. Couplet 60

    ଯକ୍ଷ ରାକ୍ଷସ ପନ୍ତି-ପନ୍ତିରଥ ତୁରଙ୍ଗ ନର ହସ୍ତୀ

  61. Couplet 61

    କୁ›ତ୍ସିତ ବାକ୍ୟେ ରାବ ଶୁଭେଶୂନ୍ୟେ କମ୍ପନ୍ତି ସର୍ବଦେବେ

  62. Couplet 62

    ଏମନ୍ତ ମାୟା ଦେଖି ହରିନିଶ୍ଚୟ ଜାଣିଲେ ଆସୁରୀ

  63. Couplet 63

    ମାୟାବୀ ଦର୍ପ ବିନାଶନେକୋପ ବସିଲା ବିଷ୍ଣୁମନେ

  64. Couplet 64

    ସୁଦରଶନ ଧରି କରେହରି ଧାଇଁଲେ ଧାତିକାରେ

  65. Couplet 65

    ତକ୍ଷଣେ କଶ୍ୟପ-ଭୁବନେଭୟ ପଶିଲା ଦିତିମନେ

  66. Couplet 66

    ହୃଦୟ କମ୍ପଇ କାତରେବାକ୍ୟ ନ ସ୍ଫୁରେ କମ୍ପ-ଜ୍ୱରେ

  67. Couplet 67

    ସ୍ୱାମୀର ବଚନ ସୁମରେସ୍ତନୁ ରୁଧିର ଧାରା ଝରେ

  68. Couplet 68

    ଚକ୍ରର ତେଜେ ମାୟା ଗଲାରବି କିରଣ ପ୍ରକାଶିଲା

  69. Couplet 69

    କ୍ଷେପି ଅସୁର ମହାକୋପେମିଳିଲା ବିଷ୍ଣୁର ସମୀପେ

  70. Couplet 70

    ରୋଷେ ଅରୁଣ ଦିଶେ ଦୃଷ୍ଟିଉର୍ଦ୍ଧ୍ୱେ ତୋଳିଲା ବେନି ମୁଷ୍ଟି

  71. Couplet 71

    ଗୋବିନ୍ଦ ହୃଦେ ପ୍ରହାରିଲାଶବଦେ ଭୁବନ କମ୍ପିଲା

  72. Couplet 72

    ମୁଷ୍ଟି ବାଜିଲା ବଜ୍ର ପ୍ରାୟେଦେଖି କୋପିଲେ ଦେବରାୟେ

  73. Couplet 73

    କର ପ୍ରସାରି କର୍ଣ୍ଣମୂଳେଗୋବିନ୍ଦ ପ୍ରହାରିଲେ ବଳେ

  74. Couplet 74

    ପୂର୍ବେ ଯେସନେ ସୁରରାୟେବିଶ୍ୱକର୍ମାର ପୁତ୍ର ଦେହେ

  75. Couplet 75

    ଯଜ୍ଞ-ବରାହ ଅବହେଳେପାଦ ପ୍ରହାରେ କର୍ଣ୍ଣମୂଳେ

  76. Couplet 76

    କେବଳ ଏକ ପଦାଘାତେଘୂର୍ଣ୍ଣିତ ଲୋଚନ ସହିତେ

  77. Couplet 77

    ତା ହସ୍ତପାଦ ହେଲା ଶୀର୍ଣ୍ଣହୋଇଲା ଶରୀର ବିବର୍ଣ୍ଣ

  78. Couplet 78

    ମୁଷ୍ଟି ପ୍ରହାରେ ମୁଣ୍ତ ଫାଟିପଡ଼ିଲା ମହୀତଳେ ଲୋଟି

  79. Couplet 79

    ବୃକ୍ଷ ଯେସନେ ବାୟୁ ବଳେଉପୁଡ଼ି ପଡ଼ଇ ଭୂତଳେ

  80. Couplet 80

    ତେସନେ ଭୂମିତଳେ ପଡ଼ିଦଶନେ ଅଧର କାମୋଡ଼ି

  81. Couplet 81

    ସେ ନାଦ କଲା ଘୋରତରପ୍ରାଣ ଛାଡ଼ିଲା ମହାବୀର

  82. Couplet 82

    ଅସୁର ମୃତ୍ୟୁ ଦେବେ ଦେଖିମିଳିଲେ ଗଗନ ଉପେକ୍ଷି

  83. Couplet 83

    ଦେଖିଲେ ଅସୁର ବଦନଭ୍ରୂକୁଟୀ କୁଟୀଳ ନୟନ

  84. Couplet 84

    ବିଧାତା ଆଦି ସୁରବୃନ୍ଦକରନ୍ତି ଜୟ ଜୟ ନାଦ

  85. Couplet 85

    ବୋଲନ୍ତି ଧନ୍ୟ ଏ ଅସୁରବିଷ୍ଣୁର ହସ୍ତେ ଗଲା ମାର

  86. Couplet 86

    ଏମନ୍ତେ କେ ଲଭେ ମରଣଲଭିଲା ବିଷ୍ଣୁର ଚରଣ

  87. Couplet 87

    ଯେ ପାଦ ଅର୍ଥେ ଯୋଗୀଜନନିର୍ଜନେ ଯୋଗ କରେ ଧ୍ୟାନ

  88. Couplet 88

    ସେ ପଦାଘାତେ ଏ ଅସୁରତେଜିଲା ନିଜ କଳେବର

  89. Couplet 89

    ଧନ୍ୟ ଜୀବନଟି ଏହାରବ୍ରାହ୍ମଣ ଶାପୁଁ ହେଲା ପାର

  90. Couplet 90

    ପୁଣି ହୋଇବ ଜନ୍ମଦୁଇଏମନ୍ତ ବୋଲି ବିଷ୍ଣୁ ଚାହିଁ

  91. Couplet 91

    ବ୍ରହ୍ମାଦିଦେବେ କରଯୋଡ଼ିସ୍ତୁତି କରନ୍ତି ପାଦେ ପଡ଼ି

  92. Couplet 92

    ନମୋ ଅଖିଳ ଯଜ୍ଞ-ତନ୍ତୁତୋ ଅବତାର ଭକ୍ତ ହେତୁ

  93. Couplet 93

    ନିର୍ମଳ ସତ୍ତ୍ବ ମୂର୍ତ୍ତି ଧରିସଂସାର ପାଳୁ ନରହରି

  94. Couplet 94

    ଆମ୍ଭର ଭାଗ୍ୟେ ଭଗବାନଏ ଦୁଷ୍ଟ କଲୁ ତୁ ନିଧନ

  95. Couplet 95

    ତୋର ପ୍ରସନ୍ନେ ଜଗନ୍ନାଥଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ

  96. Couplet 96

    ତୋର ସଂସାର ପାଳ ଏବେଏମନ୍ତ କହି ସର୍ବଦେବେ

  97. Couplet 97

    ଆନନ୍ଦେ ଗଲେ ନିଜ ପୁରସୁମନେ ଶୁଣ ହେ ବିଦୁର

  98. Couplet 98

    ଏମନ୍ତେ ହିରଣ୍ୟାକ୍ଷ ମାରିଯଜ୍ଞବରାହ ରୂପ ଧରି

  99. Couplet 99

    ନିଜ ଭୁବନେ ହରି ଗଲେଉତ୍ସ›ବ ପରମ ମଙ୍ଗଳେ

  100. Couplet 100

    ବ୍ରହ୍ମାଦି ଦେବେ କଲେ ସ୍ତୁତିନିଜ ଭୁବନେ ଲକ୍ଷ୍ମୀପତି

  101. Couplet 101

    ଭକ୍ତ ଉଦ୍ଧରି ମହାତୋଷେମିଳିଲେ କମଳିନୀ ପାଶେ

  102. Couplet 102

    ତୁ ଯାହା ପଚାରିଲୁ ମୋତେପ୍ରସନ୍ନେ କହିଲି ମୁଁ ତୋତେ

  103. Couplet 103

    ବିଷ୍ଣୁର ଲୀଳା ଅବତାରହିରଣ୍ୟାକ୍ଷର ଯେ ଉଦ୍ଧାର

  104. Couplet 104

    ଏମନ୍ତେ ମଇତ୍ରେୟ ବାଣୀବିଦୁର ସାବଧାନେ ଶୁଣି

  105. Couplet 105

    ପରମାନନ୍ଦ ସେ ଲଭିଲାକାନନେ ପରାଶର-ବଳା

  106. Couplet 106

    ଅନ୍ୟ ଯେ ପୁଣ୍ୟଶ୍ଳୋକ ଜନେନାନାପ୍ରକାରେ ଏ ଭୁବନେ

  107. Couplet 107

    ତାହାଙ୍କ ଯଶ କର୍ଣ୍ଣେ ଶୁଣିଭବସାଗରୁ ତରେ ପ୍ରାଣୀ

  108. Couplet 108

    କୃଷ୍ଣର ଗୁଣ-ଅବତାରକର୍ଣ୍ଣେ ଅମୃତ-ରସ-ଧାର

  109. Couplet 109

    ଶୁଣି ସୁଜନେ କର୍ଣ୍ଣଦ୍ବାରେକିପାଁ ନ ତରିବେ ସଂସାରେ

  110. Couplet 110

    ବନସ୍ତ ଗଜ ଜଳେ ପଶିକରିଣୀ-ପଲ ମଧ୍ୟେ ମିଶି

  111. Couplet 111

    ଜଳେ ଚରନ୍ତେ ପଦ୍ମବନେକୁମ୍ଭୀର ଗ୍ରାସିଲା ଚରଣେ

  112. Couplet 112

    ଚରଣ ନ ପାରିଲା ଆଣିଅନେକ ହସ୍ତୀ ତାକୁ ପୁଣି

  113. Couplet 113

    ଧଇଲେ ଉଦ୍ଧରିବା ବଳେତିଳେ ହେଁ ଟାଲି ନ ପାରିଲ

  114. Couplet 114

    ନ ପାରି ହୋଇଲେ ବିଷାଦଚିତ୍ତେ ଚିନ୍ତିଲେ ବିଷ୍ଣୁପଦ

  115. Couplet 115

    ହସ୍ତୀଗଣଙ୍କ ଆର୍ତ୍ତନାଦଶୁଣି ସଦୟ ସେ ମୁକୁନ୍ଦ

  116. Couplet 116

    ତକ୍ଷଣେ ପ୍ରଭୁ ଚକ୍ରପାଣିଗଜ ରଖିଲେ ଗ୍ରାହା ହାଣି

  117. Couplet 117

    ତାର ଚରଣେ ମୁନିବୃନ୍ଦେନାନା ପ୍ରକାର ଯୋଗ ସାଧ୍ୟେ

  118. Couplet 118

    ଅଭୟପଦେ ସେ ପଶନ୍ତିସେ ଅନ୍ୟଭାବ ନ ଚିନ୍ତନ୍ତି

  119. Couplet 119

    ଯେ ଜନ ଦେଇ ମନପ୍ରାଣସୁଖେ ଆରାଧେ ତା ଚରଣ

  120. Couplet 120

    ହିରଣ୍ୟାକ୍ଷର ବଧ ତତ୍ତ୍ବଅମୀୟ ରସ ଭାଗବତ

  121. Couplet 121

    ନିଜ ଭକତ ଉଦ୍ଧାରିଣଶୂକର ରୂପେ ନାରାୟଣ

  122. Couplet 122

    ଧରଣୀ ଉଦ୍ଧରିଲେ ଦନ୍ତେକ୍ରୀଡ଼ା ବିହାର ଏ ଜଗତେ

  123. Couplet 123

    ଏ କଥା ଶ୍ରବଣ କୀର୍ତ୍ତନକରି ବଞ୍ଚନ୍ତି ଯେଉଁ ଜନ

  124. Couplet 124

    ବ୍ରାହ୍ମଣ ବଧ କରିଥିଲେଦୋଷ ନ ଲାଗେ ତା’କୁ ଭଲେ

  125. Couplet 125

    ଏ ପୁଣ୍ୟଯଶ ହରିକଥାଧନ ଆୟୁଷ ମୋକ୍ଷଦାତା

  126. Couplet 126

    ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େଦୁର୍ଗତି ରିଷ୍ଟ ବାଧା ଛାଡ଼େ

  127. Couplet 127

    ସୁଜନ ସଙ୍ଗେ ଯେବେ ମିଶେଅନ୍ତେ ଗୋବିନ୍ଦ ପାଦେ ପଶେ

  128. Couplet 128

    ଏ କଥା ଶୁଣି ସାଧୁଜନେବଞ୍ଚିବ ଶ୍ରବଣ କୀର୍ତ୍ତନେ

  129. Couplet 129

    ତୃତୀୟସ୍କନ୍ଧେ ଭାଗବତମୈତ୍ରେୟ ବିଦୁର ଚରିତ

  130. Couplet 130

    ଯେତେ କହିଲେ ହରିବାଣୀଶୁଣି ସଂସାରୁ ତର ପ୍ରାଣୀ

  131. Couplet 131

    ଭାଷା ପ୍ରବନ୍ଧେ ଭାଗବତକହିଲା ଦାସ ଜଗନ୍ନାଥ

Odia Bhagabata skandha 3 adhyaya 19 | Parbani by ParibhaAsha App