Skandha 3
Adhyaya 18
Couplet 1
ବରୁଣ ବାକ୍ୟ ଶୁଣି କର୍ଣ୍ଣେଅସୁର ବିଚାରଇ ମନେ
Couplet 2
ବରୁଣ ତୁଲେ ଯୁଦ୍ଧ ମୋରଏ ତ ନୁହଇ ଯଶସ୍କର
Couplet 3
ନାରଦ କହିଛନ୍ତି ମୋତେବିଷ୍ଣୁର ଗତି ଏ ଜଗତେ
Couplet 4
ଶୂକର ରୂପେ ସେ ଧରଣୀସ୍ଥାପିବ ଦନ୍ତଅଗ୍ରେ ଆଣି
Couplet 5
ତାହାର ତୁଲେ ମୋ ସମରନାମ ଯାହାର ଗଦାଧର
Couplet 6
ମୋ ଭୁଜକଣ୍ତୁ ସେ ହରିବଦେବଙ୍କୁ ସଙ୍କଟୁ ତାରିବ
Couplet 7
ଏମନ୍ତ ମନେ ବିଚାରିଲାତକ୍ଷଣେ ପାତାଳେ ପଶିଲା
Couplet 8
ଦେଖଇ ଗୋବିନ୍ଦର ଗତିଦଶନ ଅଗ୍ରେ ବସୁମତୀ
Couplet 9
କୋଟି ଆଦିତ୍ୟ ତେଜ ଦେଖିଭୟେ ବୁଜିଲା ବେନିଆଖି
Couplet 10
ପୁଣି କ୍ଷଣକେ ଚକ୍ଷୁଫେଇବିଷ୍ଣୁଙ୍କୁ ଦେଖି ବିଚାରଇ
Couplet 11
ନାରଦ ବାକ୍ୟ ଯେବେ ସତ୍ୟମୁହିଁ ଦେଖଇ ବିପରୀତ
Couplet 12
ଶୂକର କାନନେ ଗୋଚରପଙ୍କେ ଦୂଷିତ କଳେବର
Couplet 13
ଏମନ୍ତ ବୋଲିଣ ହସିଲାବରାହ ନିକଟକୁ ଗଲା
Couplet 14
ବୋଲେ ଶୂକର ମୁଖ ଚାହିଁଦଶନୁ ବେଗେ ଥୁଅ ମହୀ
Couplet 15
ପାତାଳ ଲୋକଙ୍କୁ ମେଦିନୀପୂର୍ବେ ଦେଇଛି ପଦ୍ମଯୋନି
Couplet 16
ଯେବେ ମେଦିନୀ ନ ଛାଡ଼ିବୁମୋ ମୁଖୁ ଭଲେ ନ ବର୍ତ୍ତିବୁ
Couplet 17
ସୁର ଅଧମ ତୁ ବୋଲାଉଯେଣୁ ଶୂକର ରୂପ ବହୁ
Couplet 18
ମୋର ରିପୁଙ୍କ ଶୁଭ ଚିନ୍ତିତୁ ବହୁ ଶୂକର ଆକୃତି
Couplet 19
ରେ ମୂଢ଼ ଶୁଣ ମୋ ଉତ୍ତରଆମ୍ଭର ହସ୍ତେ ମୃତ୍ୟୁ ତୋର
Couplet 20
ମାୟାରେ ମାରୁ ତୁ ଅସୁରକପଟ ଧର୍ମ ଏ ତୋହର
Couplet 21
ଆଜି ତୋ ସଂହାର କରିବିସୁହୃଦ-ଶୋକ ନିବାରିବି
Couplet 22
ତୋର ମୋହର ଗଦାଯୁଦ୍ଧେତ୍ରିଦଶେ ଦେଖନ୍ତୁ ଆନନ୍ଦେ
Couplet 23
ତୋର ମସ୍ତକ ଗଦାଘାତେବେଗେ ଉଡ଼ିବ ମହାବାତେ
Couplet 24
ବଳି ହରନ୍ତି ଯେତେ ଦେବେତୋହର ମରଣ ଦେଖିବେ
Couplet 25
ମୂଳ ବିନାଶେ ବୃକ୍ଷ ଯେହ୍ନେତ୍ରିଦଶେ ହୋଇବେ ତେସନେ
Couplet 26
ଏମନ୍ତ ଅସୁରର ବାଣୀଶୁଣିଣ କମ୍ପିଲା ଧରଣୀ
Couplet 27
ଗୋବିନ୍ଦ ଦେଖି ଭୂମି ଭୟେଜଳେ ବଢ଼ିଲେ ମହାକାୟେ
Couplet 28
ବରାହ ରୂପୀ କୋପମନେମର୍ମ ପ୍ରହାରେ ହସ୍ତୀ ଯେହ୍ନେ
Couplet 29
ଜଳୁ ଉଠନ୍ତେ ମହାରୋଷେପର୍ବତ ପ୍ରାୟ ଦେହ ଦିଶେ
Couplet 30
ସେ ହିରଣ୍ୟାକ୍ଷ ଦେଖି କୋପେମିଳିଲା ବରାହ ସମୀପେ
Couplet 31
ସିଂହ ଯେସନେ ହସ୍ତୀ ଆଗେମିଳିଲା ପବନହୁଁ ବେଗେ
Couplet 32
କରାଳଦନ୍ତ ଗଦାପାଣିବଜ୍ର-ନିଃସ୍ୱନ ପ୍ରାୟ ବାଣୀ
Couplet 33
ବୋଲେ ବରାହ ମୁଖ ଚାହିଁତୋର ବଦନେ ଲଜ୍ଜା ନାହିଁ
Couplet 34
ଦେବଙ୍କ ଈଶ୍ୱର ବୋଲାଉଶୂକର ରୂପ କିପାଁ ବହୁ
Couplet 35
ଏମନ୍ତ ଅସୁର ବଚନେକୋପ ବସିଲା ବିଷ୍ଣୁମନେ
Couplet 36
ଧରଣୀ ସମୁଦ୍ରର କୋଳେଦନ୍ତୁ ଥୋଇଲେ ବିଷ୍ଣୁତଳେ
Couplet 37
ନିଜ ମୂରତି ଗଦାଧରକି ଅବା ଦେବା ପଟାନ୍ତର
Couplet 38
ଦେଖି ସାନନ୍ଦ ଦେବଗଣକରନ୍ତି ପୁଷ୍ପ ବରଷଣ
Couplet 39
ବ୍ରହ୍ମାଦି ଦେବଗଣେ ମିଳିସ୍ତୁତି କରନ୍ତି ଭୁଜ ତୋଳି
Couplet 40
ଅସୁର ଦେବସ୍ତୁତି ଶୁଣିକୋପେ କମ୍ପଇ ଶିର ଝୁଣି
Couplet 41
ତାହାର ହସ୍ତେ ଗଦା ସାଜେକାଞ୍ଚନ-କବଚ ବିରାଜେ
Couplet 42
ଶୁଣି ଅସୁର ଦୁର୍ବଚନକୋପେ କମ୍ପିଲେ ଭଗବାନ
Couplet 43
ପ୍ରଚଣ୍ତତେଜ ମନ୍ଦହାସେଅସୁର ମୁଖ ଚାହିଁ ରୋଷେ
Couplet 44
ତା ଉପହାସ ପ୍ରତ୍ୟୁତ୍ତରସହାସ୍ୟେ କଲେ ଗଦାଧର
Couplet 45
ବୋଲନ୍ତି ପ୍ରଭୁ ଦୟାନିଧିଶୁଣ ହୋ ଅସୁର ଦୁର୍ବୁଦ୍ଧି
Couplet 46
ବନ ଶୂକର ମୁଁ ସ୍ୱଭାବେମୋର ମହିମା ଶୁଣ ଏବେ
Couplet 47
ତୋହର ପ୍ରାୟ ଶ୍ୱାନଗଣମୋ ତୁଲେ କେ କରିବ ରଣ
Couplet 48
ତୁ ମୃତ୍ୟୁପାଶେ ବଦ୍ଧ ହୋଇବିଶେଷେ କହୁ ଦମ୍ଭ ବହି
Couplet 49
ଯେଣୁ ଅଳପ ବଳ ମୋରକିବା କହିବି ତୋ ଆଗର
Couplet 50
ଯେ ବୀରଗଣ ଏ ସଂସାରେତୋର ପ୍ରଶଂସା କେବା କରେ
Couplet 51
ଆସ ମୋ ପରାଭବ କରତୁ ଯୂଥପତିଙ୍କ ପ୍ରବର
Couplet 52
କରି ତୁ ଆମ୍ଭର ନିଧନତୋ ଯୁଦ୍ଧଆଶା କର ପୂର୍ଣ୍ଣ
Couplet 53
ପ୍ରତିଜ୍ଞା ପୂର୍ଣ୍ଣ ଯେ ନ କରେଅସାଧୁ ବୋଲାନ୍ତି ସଂସାରେ
Couplet 54
ସ୍ୱର୍ଗରେ ଦେବଗଣ ଯେତେଦେଖି ତୋହର ଗଦାହସ୍ତେ
Couplet 55
ଆକାଶ ଛାଡ଼ି ପଳାଇଲେମୋହର ସମୀପେ ମିଳିଲେ
Couplet 56
କେମନ୍ତେ ସଂଗ୍ରାମ ନ ଦେବିପଳାଇ କାହିଁ ବା ପଶିବି
Couplet 57
ତୋତେ ମୁଁ ସଂଗ୍ରାମେ ନାଶିବିଦେବଙ୍କୁ ସଙ୍କଟୁ ତାରିବି
Couplet 58
ଗଦା ପ୍ରହାରି ତୋର ହୃଦେଦେବେ ସ୍ଥାପିବି ନିଜ ପଦେ
Couplet 59
ଏମନ୍ତେ ବରାହ ବଚନେସେ ହିରଣ୍ୟାକ୍ଷ କୋପମନେ
Couplet 60
ସ୍ୱଭାବେ ଦୁଷ୍ଟ ମହାବଳୀଗର୍ଜଇ ହସ୍ତେ ଗଦା ତୋଳି
Couplet 61
ଶବଦେ ବ୍ରହ୍ମାଣ୍ତ କମ୍ପିଲାବରାହ ଅଙ୍ଗେ ପ୍ରହାରିଲା
Couplet 62
ସେ ହରି ନିଜ ମାୟାବଳେଦୃଢ଼-ପ୍ରହାର ବଞ୍ଚାଇଲେ
Couplet 63
ପୁଣି ଅସୁର ଗଦାହସ୍ତେମଣ୍ତଳଗତି ଶୂନ୍ୟପଥେ
Couplet 64
ଗଦା ବୁଲାଇ ଅତି ରୋଷେପିଟିଲା ବିଷ୍ଣୁ ପୃଷ୍ଠଦେଶେ
Couplet 65
ଶୁଭିଲା ବଜ୍ର ଘଡ଼ଘଡ଼ିଅଧର ଦଶନେ କାମୋଡ଼ି
Couplet 66
ସେ ଗଦା ବଞ୍ଚାଇ ମୁରାରିଦକ୍ଷିଣଭୁଜେ ଗଦାଧରି
Couplet 67
ପିଟିଲେ ଅସୁରର ମୁଣ୍ତେବଜ୍ର ଯେସନେ ଗିରିଖଣ୍ତେ
Couplet 68
ଏମନ୍ତେ ହରି-ହିରଣ୍ୟାକ୍ଷସମରେ ବେନିଜନ ଦକ୍ଷ
Couplet 69
ବେନି ଶରୀରେ ଗଦାଘାତଶୁଭଇ ଯେହ୍ନେ ବଜ୍ରପାତ
Couplet 70
ଜିଣିବା ଆଶେ ଅନ୍ୟୋଅନ୍ୟେଯୁଦ୍ଧ କରନ୍ତି କୋପମନେ
Couplet 71
ଏମନ୍ତେ ହରି ହିରଣ୍ୟାକ୍ଷେଗଦା ପ୍ରହାରେ ଜାନୁ ବକ୍ଷେ
Couplet 72
ଫାଟି ବହଇ ଶୋଣୀ ଧାରବିଶେଷେ ଯୁଦ୍ଧ ମହାଘୋର
Couplet 73
ଗଦା ବିଚିତ୍ରଗତି କରିବେଗେ ପିଟନ୍ତେ କୋପଭରି
Couplet 74
ଶବଦ ଶୁଭଇ ପ୍ରଚଣ୍ତଯେହ୍ନେ ଯୁଝନ୍ତି ବେନିଷଣ୍ଢ
Couplet 75
ଏମନ୍ତେ ହରି-ହିରଣ୍ୟାକ୍ଷେଦେବେ ଦେଖନ୍ତି ଅନ୍ତରୀକ୍ଷେ
Couplet 76
ମିଳିଲେ ଦେବ ଋଷିମେଳେଅଞ୍ଜଳି ନିବେଶି କପୋଳେ
Couplet 77
ବିଧାତା ଶୂନ୍ୟପଥେ ଥାଇସ୍ତୁତି କରନ୍ତି ବିଷ୍ଣୁ ଚାହିଁ
Couplet 78
ହେ ଦେବଦେବ ତୋ ଚରଣଆମ୍ଭେ ଯେ ପଶିଲୁ ଶରଣ
Couplet 79
ଆମ୍ଭ ସକାଶୁ ବର ପାଇଏ ଦୈତ୍ୟ ଶତ୍ରୁଶୂନ୍ୟ ହୋଇ
Couplet 80
ଗୋରୁ ବ୍ରାହ୍ମଣ ଦେବଙ୍କରଅନିଷ୍ଟ କରଇ ଅସୁର
Couplet 81
ନିର୍ଭୟେ ଗଦା ଘେନି କରେଯୁଦ୍ଧର ଅର୍ଥେ ତିନିପୁରେ
Couplet 82
ଭ୍ରମଇଁ ଏହୁ ମହାରୋଷେବାରଣ ଯେହ୍ନେ ନିରଙ୍କୁଶେ
Couplet 83
ସର୍ପର ଲାଞ୍ଜ ଧରି କରେବାଳକ ଯେହ୍ନେ କ୍ରୀଡ଼ାକରେ
Couplet 84
ଏହି ମାୟାବୀ ଦୈତ୍ୟ ଘେନିକ୍ରୀଡ଼ା ନ କର ଗଦାପାଣି
Couplet 85
ଦିନକୁ ଦିନ ଏ ବଢ଼ନ୍ତେକେ ସୁଖେ ଥିବ ଏ ଜଗତେ
Couplet 86
ଆସୁରୀ-ବେଳା ପ୍ରାପ୍ତ ହୋଇଯାବତ ଏହି ନ ବଢ଼ଇ
Couplet 87
ତାବତ ନିଜ ମାୟାବଳେଏ ଦୁଷ୍ଟ ନଷ୍ଟକରେ ହେଳେ
Couplet 88
ଆମ୍ଭଙ୍କୁ ସଙ୍କଟୁ ଉଦ୍ଧରଏହାର ପ୍ରାଣ ବେଗେ ହର
Couplet 89
ଦେଖ ଏ ସନ୍ଧ୍ୟା ବିଭାବରୀଏ ଭୂମି ଅନ୍ଧକାର କରି
Couplet 90
ଆସଇ ମହାଘୋର ରୂପେଭୋ ନାଥ ଦେଖ ତୋ ସମୀପେ
Couplet 91
ଆମ୍ଭ ବିପକ୍ଷ ଦିତିବଳାକିବା ତୋହର ବିଷ୍ଣୁଲୀଳା
Couplet 92
ବେଗେ ଅସୁର ଏବେ ମାରଆମ୍ଭର ଜୟ ଉଦେକର
Couplet 93
ମୁହୂର୍ତ୍ତ ଅଭିଜିତ ନାମସର୍ବମଙ୍ଗଳ ଶୁଭଧାମ
Couplet 94
ଏ ଶୁଭବେଳେ ଚକ୍ରଧରଆମ୍ଭଙ୍କୁ ସଙ୍କଟୁ ଉଦ୍ଧର
Couplet 95
ଦୁରନ୍ତ-ଦାନବ ବିନାଶଏ ଋଷି-ଦେବଙ୍କୁ ଉଶ୍ୱାସ
Couplet 96
ଏହାଙ୍କ ଅଭିଶାପ କାଳେତୁ ଅନୁଗ୍ରହ କଲୁ ହେଳେ
Couplet 97
ଏହାର ମୃତ୍ୟୁ ତୁ ସାକ୍ଷାତେଭାଗ୍ୟେ ମିଳିଲା ତୋ ଅଗ୍ରତେ
Couplet 98
ଏମନ୍ତେ ଅସୁରର ଲକ୍ଷ୍ୟେଋଷି-ଦେବତା ଅନ୍ତରୀକ୍ଷେ
Couplet 99
ଅତି ବିକଳେ ସ୍ତୁତି କଲେବରାହରୂପୀ ପାଦତଳେ
Couplet 100
ସେ ଯଜ୍ଞବରାହ ଚରଣେସୁଜନେ ଚିନ୍ତ ଅନୁକ୍ଷଣେ
Couplet 101
ତୃତୀୟସ୍କନ୍ଧେ ହରିବାଣୀସନ୍ତୋଷ ଶ୍ରୁତିପଥେ ଶୁଣି
Couplet 102
ହରି ଚରଣେ କରି ଆଶକହଇ ଜଗନ୍ନାଥ ଦାସ