Skandha 3
Adhyaya 17
Couplet 1
ବ୍ରହ୍ମା ବଚନେ ଦେବଗଣଶୁଣିଲେ ଅଦ୍ଭୁତ କାରଣ
Couplet 2
ବିଧାତା ପାଦେ ପ୍ରଣମିଲେଆନନ୍ଦେ ନିଜପୁରେ ଗଲେ
Couplet 3
ଦିତି କଶ୍ୟପ ଆଜ୍ଞା ପାଇପୁତ୍ରଙ୍କ ଜନ୍ମେ ଶଙ୍କା ବହି
Couplet 4
ଶତେବରଷ ପୂର୍ଣ୍ଣ ହେଲାବେନିବାଳକ ପ୍ରସବିଲା
Couplet 5
ସେ ବେନିପୁତ୍ର ଜନ୍ମକାଳେଦିବି ମେଦିନୀ ଅନ୍ତରାଳେ
Couplet 6
ଘୋର ଉତ୍ପାତ ଭୟଙ୍କରଦେଖି କମ୍ପିଲେ ସୁରନର
Couplet 7
ଚଳ ଅଚଳ ସଙ୍ଗେ ମହୀକମ୍ପିଲେ ମହାଭୟ ପାଇ
Couplet 8
ଦହିଲା ପ୍ରାୟ ଅଷ୍ଟଦିଗେଦିଶନ୍ତି ଅନଳ ସଂଯୋଗେ
Couplet 9
ଉଲ୍କା ସଙ୍କୁଳ ବଜ୍ର ଯୋଗେସମୁଦ୍ର କମ୍ପିଲା ତରଙ୍ଗେ
Couplet 10
କର୍କଶେ ବହଇ ପବନଉଚ୍ଚେ ଶୁଭଇ ଘୋରସ୍ୱନ
Couplet 11
ଘୋର ପ୍ରଚଣ୍ତ ବାତ ବଳେବୃକ୍ଷେ ଉଡ଼ିଲେ ଅନ୍ତରାଳେ
Couplet 12
ଧୂଳି ପୂରିଲା ଦଶଦିଶେନିବିଡ଼ ଅନ୍ଧାର ପ୍ରକାଶେ
Couplet 13
ଉଚ୍ଚେ ହସିଲାପ୍ରାୟ ହୋଇତଡ଼ିତ ମେଘେ ଆଚ୍ଛାଦଇ
Couplet 14
ଗଗନେ ଯେତେ ଜ୍ୟୋତି ଥିଲେଘୋର ତିମିରେ ନ ଦିଶିଲେ
Couplet 15
ଗଗନେ ନ ଦିଶଇ ପଥତମ ଆକାଶ କଲା ଗ୍ରସ୍ତ
Couplet 16
ସମୁଦ୍ର ଗର୍ଜିଲା ତରଙ୍ଗେକ୍ଷୁଭିତ ମକରାଦି ସଙ୍ଗେ
Couplet 17
ନଦୀରୁ ଜଳ ଶୁଖିଗଲାନିବିଡ଼ ପଙ୍କ ପ୍ରକାଶିଲା
Couplet 18
ଆକାଶେ ଚନ୍ଦ୍ର ଦିବାକରମଣ୍ତଳେ ଦିଶନ୍ତି ଧୂସର
Couplet 19
ବିନା ମେଘରେ ଯେ ନିର୍ଘାତହୋଇଲା ଘୋର ବଜ୍ରପାତ
Couplet 20
ଫେରବଗଣ ପୂର୍ବମୁଖେନାଦ କରନ୍ତି ଅତିଦୁଃଖେ
Couplet 21
କରନ୍ତି ଅତିଘୋର ସ୍ୱନତୁଣ୍ତେ କି ଜଳେ ହୁତାଶନ
Couplet 22
ଶୃଗାଳୀ ଉଲ୍ଲୁକ ହୁଙ୍କାରେନାଦ କରନ୍ତି ଅତିଖରେ
Couplet 23
ଗର୍ଦ୍ଦଭ ସଙ୍ଗେ ଶ୍ୱାନେ ମିଳିକାନ୍ଦନ୍ତି ଉର୍ଦ୍ଧ୍ୱେ ମୁଖ ତୋଳି
Couplet 24
ବୃକ୍ଷୁ ପଡ଼ନ୍ତି ପକ୍ଷୀଗଣେଅରଣ୍ୟ ପଶୁ ଘୋରବନେ
Couplet 25
ମୂତ୍ର ପରୀଷ ଉତ୍ସର୍ଗନ୍ତିରାସଭସ୍ୱନେ ମହାଭୀତି
Couplet 26
ଗାବ ଦୋହନେ ରକ୍ତ ସ୍ରବେଗଗନେ ଘୋରନାଦ ଶୁଭେ
Couplet 27
ଆକାଶେ ପୂରି ମେଘମାଳେପୂଜ ବରଷନ୍ତି ଗହଳେ
Couplet 28
ଲିଙ୍ଗେ କାନ୍ଦନ୍ତି ଶକ୍ତି ଯୁକ୍ତେବୃକ୍ଷେ ପଡ଼ନ୍ତି ବିନା ବାତେ
Couplet 29
ଆକାଶେ ଗ୍ରହଗଣ ମିଳିଶୂନ୍ୟେ ନାଚନ୍ତି ତାରାବଳି
Couplet 30
ଗ୍ରହେ କରନ୍ତି ଘୋରରଣପ୍ରହାରେ ଦିଶେ ଅଗ୍ନିକଣ
Couplet 31
ଉତ୍ପାତ ଦେଖି ଗୁରୁତରେପ୍ରଜାଏ କମ୍ପିଲେ ନିର୍ଭରେ
Couplet 32
ସନକ ଆଦି ଚାରିଭାଇଦେଖନ୍ତି ଶୂନ୍ୟମାର୍ଗେ ରହି
Couplet 33
ବିଶ୍ୱ-ସଂସାରେ ମହାତ୍ରାସେସୃଷ୍ଟି ପ୍ରଳୟପ୍ରାୟ ଦିଶେ
Couplet 34
ଏମନ୍ତେ କଶ୍ୟପ ଭୁବନେପୁତ୍ରେ ବଢ଼ନ୍ତି ଦିନେ ଦିନେ
Couplet 35
ସ୍ୱଭାବେ କର୍କଶ ଶରୀରଦିଶନ୍ତି ମହାଭୟଙ୍କର
Couplet 36
ପର୍ବତପ୍ରାୟ ଦିନେ ଦିନେବଢ଼ିଲେ କଶ୍ୟପ ଭୁବନେ
Couplet 37
ଶିରେ କିରୀଟ ହେମମୟେଉଚ୍ଚେ ଗଗନ କିବା ଛୁଏଁ
Couplet 38
ରବି କି ଜିଣି କଟୀ ମାଝେସୁବର୍ଣ୍ଣ-ମେଖଳା ବିରାଜେ
Couplet 39
ବଜ୍ର ସମାନ ଗଦା ହସ୍ତେନିତ୍ୟେ ଧାବନ୍ତି ନାନାପଥେ
Couplet 40
ଗୃହେ ମିଳନ୍ତି ଘୋରନାଦେଭୂମି କମ୍ପଇ ବାଜି ପାଦେ
Couplet 41
ଏମନ୍ତେ ପୁତ୍ରଙ୍କର ଗତିଦେଖି କଶ୍ୟପ ପ୍ରଜାପତି
Couplet 42
ନାମକରଣ ହୋମ କଲାବେନିପୁତ୍ରଙ୍କ ନାମ ଦେଲା
Couplet 43
ବଜ୍ର-କଠିନ ଦେଖି ବପୁବଡ଼ ଯେ ହିରଣ୍ୟକଶିପୁ
Couplet 44
ଅନୁଜ ତାହା ତହୁଁ ଦକ୍ଷକଳ୍ପିଲା ନାମ ହିରଣ୍ୟାକ୍ଷ
Couplet 45
ଦିନକୁ ଦିନ ମହାବପୁବଢ଼ିଲା ହିରଣ୍ୟକଶିପୁ
Couplet 46
ତପେ ବ୍ରହ୍ମାଙ୍କୁ ତୋଷ କଲାସ୍ୱଭାବେ ତେଜ ଅନର୍ଗଳା
Couplet 47
ଗଦା ବୁଲାଇ ମହାରୋଷେବେଗେ ଧାଇଁଲା ଦଶଦିଶେ
Couplet 48
ଦେଖି ତାହାର ଦୁଷ୍ଟପଣଭୟେ କମ୍ପିଲେ ଦେବଗଣ
Couplet 49
ବେଗେ ମିଳିଲେ ତାର ପାଶେଖଟିଲେ ଜୀବନର ଆଶେ
Couplet 50
ତାର ଅନୁଜ ହିରଣ୍ୟାକ୍ଷଗଦା-ସମରେ ମହାଦକ୍ଷ
Couplet 51
ଜ୍ୟେଷ୍ଠ-ଭ୍ରାତାର ପ୍ରିୟକାରୀଯୁଦ୍ଧେ ବୁଲଇ ଗଦା ଧରି
Couplet 52
ବଳେ ପଶିଲା ସ୍ୱର୍ଗପୁରେସୁବର୍ଣ୍ଣ ନୂପୁର ପୟରେ
Couplet 53
ଚାଲନ୍ତେ ରୁଣୁଝୁଣୁ ବାଜେକୁସୁମମାଳା ଗଳେ ସାଜେ
Couplet 54
କନ୍ଧେ ପକାଇ ଗଦାବରକି ଅବା ଦେବା ପଟାନ୍ତର
Couplet 55
ତାର ଗମନ ଅତିବେଗେଅତି ଉତ୍କଟ ମତ୍ତଗର୍ବେ
Couplet 56
ଦେଖି ପଳାନ୍ତି ରିପୁଯୂଥେନିର୍ଭୟେ ଭ୍ରମଇ ଜଗତେ
Couplet 57
ଦେବେ ତାହାର ରୂପ ଦେଖିଭାଜିଲେ ତ୍ରିଦିବ ଉପେକ୍ଷି
Couplet 58
ଆକାଶ ତେଜି ଦେବଗଣେଭୟେ ଲୁଚିଲେ ଘୋରବଣେ
Couplet 59
ବନେ ବୁଲିଲେ ତାର ଦର୍ପେଗରୁଡ଼ ଭୟେ ଯେହ୍ନେ ସର୍ପେ
Couplet 60
ସ୍ୱର୍ଗେ ପଶିଲା ବେଗେ ଯାଇଦେଖିଲା ସ୍ୱର୍ଗେ ଲୋକ ନାହିଁ
Couplet 61
ଦେବତା ଇନ୍ଦ୍ରରାଜ ମେଳେସ୍ୱର୍ଗ ସମ୍ପଦ ଛାଡ଼ି ଗଲେ
Couplet 62
ଦେଖିଲା ସ୍ୱର୍ଗେ କେହି ନାହିଁଗର୍ଜନ କଲା ମତ୍ତ ହୋଇ
Couplet 63
ଦେଖିଣ ଇନ୍ଦ୍ରର ସମ୍ପଦଅନେକ କଲା ଘୋରନାଦ
Couplet 64
ମୁହୂର୍ତ୍ତେ ସ୍ୱର୍ଗପୁରେ ବସିପୁଣି ମିଳିଲା ମର୍ତ୍ତ୍ୟେ ଆସି
Couplet 65
ଅସୁର ବିଚାରଇ ମନେପଶିବି ବରୁଣ ଭୁବନେ
Couplet 66
ମୋହର ପ୍ରାୟ ଗଦା ବଳେକେ ଅବା ଅଛଇ ପାତାଳେ
Couplet 67
ଏମନ୍ତ ମନେ ବିଚାରିଲାଜଳଧି ମଧ୍ୟେ ସେ ପଶିଲା
Couplet 68
ସେ ମଦମତ୍ତ-ହସ୍ତୀ ପ୍ରାୟେଜଳଧି ମଧ୍ୟେ ଅବଗାହେ
Couplet 69
ଏମନ୍ତେ ହିରଣ୍ୟାକ୍ଷ ବୀରଜଳେ ପଶିଲା କ୍ରୋଧଭର
Couplet 70
ଜଳେ ପଶନ୍ତେ ମହାସୁରକମ୍ପିଲା ବରୁଣର ପୁର
Couplet 71
ଭାଜିଲେ ଜଳଜନ୍ତୁ ଗଣେକେବା ବଳିବ ତାକୁ ରଣେ
Couplet 72
ସଭୟେ ସର୍ବେ ପଳାଇଲେଗଭୀର-ଜଳେ ସେ ପଶିଲେ
Couplet 73
ଏମନ୍ତ ବରୁଣ-ଭୁବନେବହୁ ବରଷ କୋପମନେ
Couplet 74
ସେ ବିଭାବରୀ ନାମ ପୁରୀତା ମଧ୍ୟେ ବିଚରଣ କରି
Couplet 75
ଭ୍ରମଇ କରେ ଗଦା ଧରିକେ ତାକୁ ସମରେ ଉଭାରି
Couplet 76
ତାର ନିଃଶ୍ୱାସ-ବାୟୁ ବେଗେବହୁ ତରଙ୍ଗ ଜଳଭାଗେ
Couplet 77
ସେ ଲୌହମୟ ଗଦା ନେଇତାହା ଉପରେ ପ୍ରହାରଇ
Couplet 78
ରାତ୍ରି ଆଗମେ ଏକଦିନେମିଳି ବରୁଣ ସନ୍ନିଧାନେ
Couplet 79
ଅଳପ ହସି ଉପହାସେପ୍ରଣାମ କରି ତାର ପାଶେ
Couplet 80
ନୀଚଜନଙ୍କ ପ୍ରାୟେ ହୋଇବୋଲଇ ଶିରେ କର ଦେଇ
Couplet 81
ହେ ରାଜା ଶୁଣ ମୋର ବୋଲତୁ ଯୁଦ୍ଧ କର ମୋର ତୁଲ
Couplet 82
ବୋଲଇ କରେ ଗଦା ତୋଳିଘୋରଶବଦେ ମହାବଳୀ
Couplet 83
ମୁଁ ଏବେ ଭୁବନେ ତୋହରରହିଲି ବହୁ ସମ୍ବତ୍ସର
Couplet 84
ତୁ ମୋତେ ଗଦାଯୁଦ୍ଧ ଦେବୁନ ଦେଲେ ଭୁବନେ ନ ଥିବୁ
Couplet 85
ତୁ ଲୋକପାଳ ଅଧିପତିଦୁଷ୍ଟ ନାଶନେ ତୋର ଖ୍ୟାତି
Couplet 86
ଦୈତ୍ୟ-ଦାନବ ନାଶ କରିରାଜସୂୟରେ ଅଧିକାରୀ
Couplet 87
ମୋ ସଙ୍ଗେ ଯୁଦ୍ଧ କର ତୁହିନ ହେଲେ ସୁଖ ତୋର ନାହିଁ
Couplet 88
ତୁ ଲୋକପାଳ ଶିରୋମଣିତୋର ମହିମା ମୁହିଁ ଜାଣି
Couplet 89
ମିଳିଲି ତୋହର ସମ୍ମୁଖେସମର କର ଆତ୍ମସୁଖେ
Couplet 90
ତୁ ଧର୍ମଦାତା ମଧ୍ୟେ ମେରୁବୀରମାନଙ୍କ ଦର୍ପ ହରୁ
Couplet 91
ମୋହର ଦର୍ପ ଏବେ ହରସୁଖେ ରାଜୁସି ଯାଗ କର
Couplet 92
ଏମନ୍ତ ଶୁଣି ତା ବଚନଜଳଧିପତି କୋପେ ଛନ୍ନ
Couplet 93
ପୁଣି ସେ କୋପ କରି ସ୍ଥିରକହଇ ମଚନ ମଧୁର
Couplet 94
ବୋଲେ ଶୁଣ ଭୋ ବୀରମଣିମୁଁ ତୋର ରିପୁ ନୋହେ ପୁଣି
Couplet 95
ତୁ ବୀର କହୁ ମୋର ହିତେମୁଁ ତୋତେ ଯୁଝିବି କେମନ୍ତେ
Couplet 96
ତୁ ମହାବୀରଙ୍କର ବୀରମୋ ବୋଲେ କୋପ ତୁ ସଂହର
Couplet 97
ଭୋ ବୀର ରହ ଦିନାକେତେଇଚ୍ଛା ତୋ ଯେବେ ଯୁଦ୍ଧ ଅର୍ଥେ
Couplet 98
ଯେ ତୋର ତୁଲେ ଯୁଦ୍ଧକାରୀମିଳିବେ ମୋତେ ଦୟାକରି
Couplet 99
ତୁ ଯୁଦ୍ଧମାର୍ଗରେ ନିପୁଣତୋ ତୁଲେ ସମ ନାରାୟଣ
Couplet 100
ତୁ ବୀର ରଣେ ସୁପଣ୍ତିତକେ ରଣେ ତୋଷିବ ତୋ ଚିତ୍ତ
Couplet 101
କେବଳ ପୁରାଣପୁରୁଷସେ ବିଷ୍ଣୁ କରିପାରେ ତୋଷ
Couplet 102
ତୋତେ ମାରିବେ ସେ ସମରେତୁ ପୁଣି ସଂଗ୍ରାମ ଭୂମିରେ
Couplet 103
ବୀର ଶୟନେ ତୁ ଆନନ୍ଦେଶୋଇବୁ କୁକୁରଙ୍କ ମଧ୍ୟେ
Couplet 104
ସେ ରୂପ ବହେ ଏ ଜଗତେତୋହର ପ୍ରାୟ ଦୁଷ୍ଟ ଯେତେ
Couplet 105
ତାହାଙ୍କ ଗର୍ବ ଚୂର କରେସଂସାର ହିତେ ସେ ବିହରେ
Couplet 106
ସାଧୁଙ୍କ ଅନୁଗ୍ରହ ଅର୍ଥେତା ଅବତାର ଏ ଜଗତେ
Couplet 107
ତୋପରି ଅସାଧୁ ବିନାଶେଜଗତେ ସେ ରୂପ ପ୍ରକାଶେ
Couplet 108
ଏମନ୍ତ ଅସୁରକୁ କହିମନେ ଚିନ୍ତଇ ଭାବଗ୍ରାହୀ
Couplet 109
ସେ ହରି ଚରଣାରବିନ୍ଦେସୁଜନେ ପ୍ରଣମ ଆନନ୍ଦେ
Couplet 110
ତୃତୀୟସ୍କନ୍ଧେ ଭାଗବତକହଇ ଦାସ ଜଗନ୍ନାଥ