Skip to content
paribhaasha

Skandha 3

Adhyaya 16

  1. Couplet 1

    ଏମନ୍ତେ ମୁନିଙ୍କ ବଚନଶୁଣି ସନ୍ତୋଷ ଭଗବାନ

  2. Couplet 2

    ମୁନିଙ୍କ ମୁଖ ଚାହିଁ ଭଣିମଞ୍ଜୁ କୋମଳ ଶୁଭବାଣୀ

  3. Couplet 3

    ଜୟ ବିଜୟ ବେନିଭ୍ରାତେମୋ ଦ୍ୱାରେ ଥାନ୍ତି ଅବିରତେ

  4. Couplet 4

    ମୋ ପାରିଷଦ ବେନିଜନେଦ୍ୱାରେ ଖଟନ୍ତି ମୋ ଭୁବନେ

  5. Couplet 5

    କଦର୍ଥ କରି ଯେବେ ମୋତେକୋପ ବସାଇ ତୁମ୍ଭ ଚିତ୍ତେ

  6. Couplet 6

    ଯେ ବ୍ରହ୍ମଦଣ୍ତ ଏ ପାଇଲେଅନ୍ୟଥା ନୋହେ କାହା ବୋଲେ

  7. Couplet 7

    ଅସାଧୁ କାର୍ଯ୍ୟ ଯେ କରନ୍ତିସେ ଅପରାଧେ ଦଣ୍ତ ପା’ନ୍ତି

  8. Couplet 8

    ମୁହିଁ ସମ୍ମତ କଲି ଚିତ୍ତେଦେବହେଳନ ଅନୁମତେ

  9. Couplet 9

    ଯେଣୁ ବ୍ରାହ୍ମଣ ଈଷ୍ଟ ମୋରତେଣୁ ସୁଦୟା ତୁମ୍ଭେ କର

  10. Couplet 10

    ତୁମ୍ଭେ ପ୍ରସନ୍ନ ହୁଅ ଚିତ୍ତେଏହାଙ୍କ ଦୋଷ କ୍ଷମ ମୋତେ

  11. Couplet 11

    ଅଯଶ ସଂସାରେ ପ୍ରକାଶେବ୍ୟାଧି ଯେସନେ ରୂପନାଶେ

  12. Couplet 12

    ଯାହାର ଗୁଣ ଯଶ ସାରଯେହ୍ନେ ନିର୍ମଳ ସୁଧାଧାର

  13. Couplet 13

    ଶ୍ରବଣପୁଟେ କରି ପାନସଂସାରୁ ତରେ ସର୍ବଜନ

  14. Couplet 14

    ସେ ବଇକୁଣ୍ଠନାଥ ମୁହିଁତୁମ୍ଭର ଭାବ ହୃଦେ ବହି

  15. Couplet 15

    ତୁମ୍ଭର କୋପ ଅତିରେକେମିଳିଲି ତୁମ୍ଭର ସମୀପେ

  16. Couplet 16

    ତୁମ୍ଭେ ମୋ’ ଭାବ ଦୂରକରିଅତ୍ୟନ୍ତ କୋପ ହୃଦେଧରି

  17. Couplet 17

    ବହିଲ ଦ୍ୱାରପାଳେ ଦଣ୍ତବ୍ରାହ୍ମଣ ତେଜ ପରଚଣ୍ତ

  18. Couplet 18

    ଯେଉଁ ବ୍ରାହ୍ମଣ ସେବାକାଳେପବିତ୍ର ରେଣୁ ମୋ’ ପୟରେ

  19. Couplet 19

    ସଦ୍ୟ ପ୍ରସଙ୍ଗେ ମଳହରେସକଳ ପ୍ରାଣୀଙ୍କି ନିସ୍ତାରେ

  20. Couplet 20

    ସେ ପାଦ କମଳା ନିରତେପ୍ରେମେ ନ ଛାଡ଼େ କଦାଚିତେ

  21. Couplet 21

    ଯାର କଟାକ୍ଷ ଲେଶ ପାଇଁବ୍ରହ୍ମାଦି ଦେବ ତପଧ୍ୟାୟି

  22. Couplet 22

    ମୋତେ ବ୍ରାହ୍ମଣେ ବେଦମାର୍ଗେଯଜ୍ଞେ ପୂଜନ୍ତି ହବିର୍ଭାଗେ

  23. Couplet 23

    ଦଧି ଓଦନ ଘୃତପ୍ଳୁତେମଧୁ ସଂଯୁକ୍ତ ବେଦମତେ

  24. Couplet 24

    ଏଣେ ସନ୍ତୋଷ ମୋର ନାହିଁବ୍ରାହ୍ମଣ ଦେହେ ମୁଁ ବସଇ

  25. Couplet 25

    ବ୍ରାହ୍ମଣ ମୁଖେ ଯେବେ ଭକ୍ଷେମୁହିଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ

  26. Couplet 26

    ବ୍ରାହ୍ମଣ ପାଦରଜ ବଳେମୁଁ ଏ ସଂସାର ଜନ ମେଳେ

  27. Couplet 27

    ମାୟା ବିଭୂତି ଅଇଶ୍ୱର୍ଯ୍ୟେଭୁଞ୍ଜଇ ସର୍ବଦେହ ମାଝେ

  28. Couplet 28

    ମୋ ପାଦଜଳ ଅଘ ଦହେଚନ୍ଦ୍ରଶେଖର ଶିରେ ବହେ

  29. Couplet 29

    ପବିତ୍ର ହୋନ୍ତି ତିନିଲୋକେଏମନ୍ତ ହେଲେହେଁ ମସ୍ତକେ

  30. Couplet 30

    କିରୀଟେ ଯାର ରେଣୁ ବହେବ୍ରାହ୍ମଣ ଦୋଷ କେ ନ ସହେ

  31. Couplet 31

    ବିପ୍ର-ଶରୀର ମୋର ତନୁଏଣୁ ଦୁଃସହ ବିପ୍ର-ମନ୍ୟୁ

  32. Couplet 32

    ଯେ ଭେଦବୁଦ୍ଧିଟି ବିଚାରିମୋତେ ଚିନ୍ତନ୍ତି ଭିନ୍ନକରି

  33. Couplet 33

    ସେ ମୋରେ ଅପରାଧ କରେକେବେହେଁ ସଂସାରୁ ନ ତରେ

  34. Couplet 34

    ଯମର ଗୃଧ୍ରରୂପୀ ଦୂତଚଞ୍ଚୁରେ ନାଶେ ଦୃଷ୍ଟିପଥ

  35. Couplet 35

    ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତିଏ ଭବସିଦ୍ଧୁ ନ ତରନ୍ତି

  36. Couplet 36

    ବିପ୍ର ଭକତି ତେଜି ନିତ୍ୟେଭ୍ରମନ୍ତି ଘୋର ମାୟା ପଥେ

  37. Couplet 37

    ସ୍ୱଭାବ କର୍ମ ଦୂର କରିବିକର୍ମ ମତ ଅନୁସରି

  38. Couplet 38

    ପାଷଣ୍ତବାଦ ଅନୁକ୍ଷଣେକରନ୍ତି ବିଦ୍ୟାଗର୍ବ ପଣେ

  39. Couplet 39

    ନୁହଁନ୍ତି ମୋହରେ ବିଶ୍ୱାସଏଣୁ ସଂସାରେ ହୋନ୍ତି ନାଶ

  40. Couplet 40

    ବ୍ରାହ୍ମଣ କ୍ରୋଧ କଲେ ଚିତ୍ତେଯେ ଶାନ୍ତ କରେ ଯଥୋଚିତେ

  41. Couplet 41

    କଟୁ ଭାଷଣ ବ୍ରାହ୍ମଣରଶୁଣି ସନ୍ତୋଷ ଯେଉଁ ନର

  42. Couplet 42

    ପୁତ୍ରର ପ୍ରାୟେ କରେ ସ୍ନେହତା ବଶୀଭୂତ ମୋର ଦେହ

  43. Couplet 43

    ବିପ୍ର ଭକ୍ତିରେ ମୋ ସନ୍ତୋଷମୁହିଁ ନିଶ୍ଚୟ ତାର ବଶ

  44. Couplet 44

    ସେ ବେଗେ ଭବନଦୀ ତରେଏ ଭାବେ ମୋତେ ବଶ କରେ

  45. Couplet 45

    ତୁମ୍ଭର ଭାବେ ଯେହୁ ଭାବିଶେଷେ ତରନ୍ତି ଭବନଦୀ

  46. Couplet 46

    ତୁମ୍ଭର ମତ ଯେ ଆଚରିମାୟାସମୂହ ପରିହରି

  47. Couplet 47

    ବ୍ରହ୍ମନିର୍ବାଣେ ପଶେ ଯାଇଉଦୟ ଅସ୍ତ ତାର ନାହିଁ

  48. Couplet 48

    ଏମନ୍ତ କହି ଭଗବାନମୋହିଲେ ସନକାଦି ମନ

  49. Couplet 49

    ତୁମ୍ଭର ବ୍ରହ୍ମଶାପ ଫଳେତୃତୀୟ ଜନ୍ମ ରବିତଳେ

  50. Couplet 50

    ଦୁଷ୍ଟଆଚାର କର୍ମ କରିଧର୍ମ ଅଧର୍ମ ନ ବିଚାରି

  51. Couplet 51

    ଏବେ ଏ ତୁମ୍ଭର ସନ୍ତୋଷେପୁଣି ମିଳିବେ ମୋର ପାଶେ

  52. Couplet 52

    ମୁଁ ପୁଣି ତାଙ୍କ ଉପକାରେଶରୀର ବହିବି ସଂସାରେ

  53. Couplet 53

    କରିବି ତାହାଙ୍କୁ ନିସ୍ତାରକହିଲେ ପ୍ରଭୁ ଚକ୍ରଧର

  54. Couplet 54

    ଏମନ୍ତ କୃଷ୍ଣ ମଞ୍ଜୁବାଣୀସନ୍ତୋଷ ବିପ୍ରବରେ ଶୁଣି

  55. Couplet 55

    ବିଷ୍ଣୁର ଭକ୍ତି ହୃଦେ ବହିବୋଲନ୍ତି ଶିରେ କର ଦେଇ

  56. Couplet 56

    ଭୋ ଦେବଦେବ ଲକ୍ଷ୍ମୀପତିଆମ୍ଭେ ନ ଜାଣୁ ତୋର ଗତି

  57. Couplet 57

    ଆମ୍ଭଙ୍କୁ ଅନୁଗ୍ରହ କରିଯାହା ବୋଇଲୁ ନରହରି

  58. Couplet 58

    ବ୍ରହ୍ମଣ୍ୟଦେବ ତୋ ମହିମାତୋ ଗତି ନ ଜାଣନ୍ତି ବ୍ରହ୍ମା

  59. Couplet 59

    ତୁ ପୁଣି ଦେବ ବିପ୍ରଙ୍କରଆତ୍ମା ସୁହୃଦ ଶକ୍ତିଧର

  60. Couplet 60

    ଧର୍ମ ତୋ ଶରୀରୁ ପ୍ରକାଶେଯେ ଧର୍ମ ସୃଷ୍ଟି ପାପ ନାଶେ

  61. Couplet 61

    ତୁ ନାଥ ନିର୍ବିକାର ଧର୍ମତାର ରକ୍ଷଣ ତୋର କର୍ମ

  62. Couplet 62

    ଯାହାର ଅନୁଗ୍ରହେ ଜନଧର୍ମ ସଞ୍ଚୟେ ଦ୍ୟନ୍ତି ମନ

  63. Couplet 63

    ତୋ ପାଦପଦ୍ମ ସେବାଫଳେମୃତ୍ୟୁ ଜିଣନ୍ତି ଅବହେଳେ

  64. Couplet 64

    ତୁ ଅଟୁ ଏମନ୍ତ ପୁରୁଷଆମ୍ଭର ଅନୁଗ୍ରହେ ଆଶ

  65. Couplet 65

    ଏ ତୋର ଗତି ବିପରୀତକେ ଅବା ଜାଣିବ କିଞ୍ଚିତ

  66. Couplet 66

    ଏମନ୍ତ ମୁନିଙ୍କ ବଚନଶୁଣି ସନ୍ତୋଷ ଭଗବାନ

  67. Couplet 67

    ବ୍ରାହ୍ମଣ ଭାବ ଚିତ୍ତେ ବହିକହନ୍ତି ବିପ୍ରଙ୍କୁ ଅନାଇ

  68. Couplet 68

    ଜୟ ବିଜୟ ବେନିଭାଇତୁମ୍ଭର ଚିତ୍ତେ କ୍ରୋଧ ଦେଇ

  69. Couplet 69

    ଅସୁରଯୋନି ଏ ପାଇବେଦୁଷ୍କୃତ କର୍ମ ଆଚରିବେ

  70. Couplet 70

    ପୁଣି ଆସିବେ ମୋର ପୁରେସୁବର୍ଣ୍ଣ ବେତ୍ର ଧରି କରେ

  71. Couplet 71

    ଏ ବଇକୁଣ୍ଠ ପୁରେ ବାସଯେବେ ତୁମ୍ଭର ମନ ତୋଷ

  72. Couplet 72

    ଏ ଚାରି ମୋହର ନନ୍ଦନେତକ୍ଷଣେ ଆନନ୍ଦ ଲୋଚନେ

  73. Couplet 73

    ବିଷ୍ଣୁର ମୁଖ ଦେଖି ତୋଷେବେଗେ ମିଳିଲେ କୃଷ୍ଣପାଶେ

  74. Couplet 74

    ସ୍ୱଭାବେ ବିଷ୍ଣୁର ଭୁବନଯହିଁ ନ ଥାନ୍ତି ଦୁଷ୍ଟଜନ

  75. Couplet 75

    ବିଷ୍ଣୁଙ୍କୁ କରି ପ୍ରଦକ୍ଷିଣଆଜ୍ଞା ମାଗିଣ ମୁନିଗଣ

  76. Couplet 76

    ବିଷ୍ଣୁର ପାଦେ ସେ ନମିଲେଆନନ୍ଦେ ନିଜସ୍ଥାନେ ଗଲେ

  77. Couplet 77

    ଦ୍ୱାରପାଳଙ୍କ ମୁଖ ଚାହିଁକହନ୍ତି ପ୍ରଭୁ ଭାବଗ୍ରାହୀ

  78. Couplet 78

    ତୁମ୍ଭେ ଯେ ଧରଣୀମଣ୍ତଳେଜନ୍ମିବ ଅସୁରଙ୍କ କୁଳେ

  79. Couplet 79

    ତୁମ୍ଭ କୁଶଳ ମୁଁ କରିବିତୃତୀୟ ଜନ୍ମ ଉଦ୍ଧରିବି

  80. Couplet 80

    ବ୍ରାହ୍ମଣ ଶାପ ନାଶ ପାଇଁମୁଁ ଅବା ସମର୍ଥ ଅଟଇ

  81. Couplet 81

    ହେଲେହେଁ ସମ୍ମତ ମୋହରଭୟ ନ କର ବେନିବୀର

  82. Couplet 82

    ଏ କଥା କମଳା ସମୀପେକହିଁ ମୁଁ ଅଛି ପୂର୍ବକଳ୍ପେ

  83. Couplet 83

    ମୋର ଏକାନ୍ତେ ଲକ୍ଷ୍ମୀ ଯାନ୍ତେଯେବେ ନିରୋଧ କଲ ପଥେ

  84. Couplet 84

    ବ୍ରହ୍ମହେଳନ ଯେ କରନ୍ତିମୋ ହୃଦେ ଶଲ୍ୟ ସମର୍ପନ୍ତି

  85. Couplet 85

    ତୁମ୍ଭର ତାରଣ ନିମନ୍ତେମୁଁ ଦେହ ବହିବି ଜଗତେ

  86. Couplet 86

    ଭୁବନେ ରହିବ ମୋ ଯଶଶୁଣନ୍ତେ ପାପ ଯିବ ନାଶ

  87. Couplet 87

    ମୋ କଥା ଭୁବନ-ପାବନୀଏ ଭୂମିମଧ୍ୟେ ଦେହ ଘେନି

  88. Couplet 88

    କରିବେ ଶ୍ରବଣ କୀର୍ତ୍ତନଶୁଣି ତରିବେ ସର୍ବଜନ

  89. Couplet 89

    ଏମନ୍ତେ ଦ୍ୱାରପାଳେ କହିନିଜ ଭୁବନେ ଭାବଗ୍ରାହୀ

  90. Couplet 90

    ବସିଲେ କମଳାର ମେଳେଆବୃତ ବିମାନ ସଙ୍କୁଳେ

  91. Couplet 91

    ସେ ଦ୍ୱାରପାଳ ବେନିଭାଇଭାଳନ୍ତି ଦଶଦିଗ ଚାହିଁ

  92. Couplet 92

    ତକ୍ଷଣେ ଅଧର ଶୁଖିଲାଆତ୍ମାରୁ ବିଷ୍ଣୁତେଜ ଗଲା

  93. Couplet 93

    ଦୁସ୍ତର ବ୍ରହ୍ମଶାପୁ କରିବେଗେ ହୋଇଲେ ହତଶିରୀ

  94. Couplet 94

    ତକ୍ଷଣେ ହତଗର୍ବ ହୋଇଅଧୋବଦନେ ବେନିଭାଇ

  95. Couplet 95

    ବିଷ୍ଣୁର ଭୁବନୁ ପଡ଼ନ୍ତେହାହା ଶବଦ ଶୂନ୍ୟ ପଥେ

  96. Couplet 96

    ସେ ବେନିବୀର ଏକଭାବେତକ୍ଷଣେ ପଶି ଦିତିଗର୍ଭେ

  97. Couplet 97

    କଶ୍ୟପବୀର୍ଯ୍ୟ ଆଶ୍ରେ କରିଏଣୁ ଭୁବନଲୋକେ ଡରି

  98. Couplet 98

    ସେ ବେନି ଅସୁରଙ୍କ ତେଜତୁମ୍ଭଙ୍କୁ କରିଛି ନିସ୍ତେଜ

  99. Couplet 99

    ସେ ବେନିଭାଇଙ୍କର ଦର୍ପେତିନିଭୁବନ ଦିଶ କମ୍ପେ

  100. Couplet 100

    ଏଥକୁ ନାହିଁ ପ୍ରତିକାରତ୍ରାହି କରିବେ ଚକ୍ରଧର

  101. Couplet 101

    ଯେ ବିଶ୍ୱସୃଷ୍ଟିର କାରଣଅନାଦି ପ୍ରଭୁ ନାରାୟଣ

  102. Couplet 102

    ତା ମାୟା ନ ଜାଣନ୍ତି କେହିସଂସାରମଧ୍ୟେ ଦେହ ବହି

  103. Couplet 103

    ଆମ୍ଭେ ସକଳେ ତା ଚରଣେଆଶ୍ରୟ କରୁଁ ଭୃତ୍ୟପଣେ

  104. Couplet 104

    ଏ ଘୋରଭୟ ହିଁ ଆମ୍ଭରଖଣ୍ତିବେ ପ୍ରଭୁ ଚକ୍ରଧର

  105. Couplet 105

    ଏମନ୍ତେ ଦେବଗଣ ମଧ୍ୟେବିଧାତା କହିଲେ ଆନନ୍ଦେ

  106. Couplet 106

    ସେ ହରି ଚରଣ କମଳେସୁଜନେ ଚିନ୍ତ ହେ ନିଶ୍ଚଳେ

  107. Couplet 107

    ସେ ହରି ବ୍ରାହ୍ମଣ-ବତ୍ସ›ଳକରୁଣାସିନ୍ଧୁ ଆଦିମୂଳ

  108. Couplet 108

    ତାହାଙ୍କ ଚରଣ-ପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ

Odia Bhagabata skandha 3 adhyaya 16 | Parbani by ParibhaAsha App