Skip to content
paribhaasha

Skandha 3

Adhyaya 15

  1. Couplet 1

    ସେ ପ୍ରଜାପତି ତେଜବୀର୍ଯ୍ୟଦିତି ଉଦରେ ସେ ଆତ୍ମଜ

  2. Couplet 2

    ଶତେବରଷ ବେଦମତେଗର୍ଭେ ଧଇଲା ଭୟଚିତ୍ତେ

  3. Couplet 3

    ଦେବଦଳନ ତେଜ ଶୁଣିଅନ୍ତରେ ଭାଳଇ ତରୁଣୀ

  4. Couplet 4

    ନ ଜାଣି କଲି ଏଡ଼େ କର୍ମକାମେ ହୋଇଲି ମତିଭ୍ରମ

  5. Couplet 5

    ଦଇବବଳ ବଳୀୟାରକି କରିପାରେ ସୁରନର

  6. Couplet 6

    ଗଭୀର ତେଜ ବଳେ କରିଲୋକେ ଦିଶିଲେ ହତଶିରୀ

  7. Couplet 7

    ଏବେ ହୋ ଶୁଣ କୁରୁବୀରସଂସାର ଦିଶେ ଅନ୍ଧକାର

  8. Couplet 8

    ଇନ୍ଦ୍ରାଦି ଦିଗପାଳେ ମିଳିସକଳେ ଏକମନେ ଭାଳି

  9. Couplet 9

    ବ୍ରହ୍ମାର ନିକଟେ ମିଳିଲେଭୟେ ଅନେକ ସ୍ତୁତି କଲେ

  10. Couplet 10

    ଭୋ ଦେବଦେବ ପ୍ରଜାପତିଦିଗେ ଦିଶନ୍ତି ଭୟାକୃତି

  11. Couplet 11

    ଏ ଘୋର ଅନ୍ଧକାର ଯେଣୁଆମ୍ଭେ ତ ଭଲେ ନ ପ୍ରମାଣୁ

  12. Couplet 12

    କୁଶଳ ନୋହେ ଏ ସଂସାରଅଦ୍ଭୁତ ଘୋର ଅନ୍ଧକାର

  13. Couplet 13

    ଏ କଥା ତୁମ୍ଭଙ୍କୁ ଗୋଚରକି ଅଗୋଚର ବା ତୁମ୍ଭର

  14. Couplet 14

    ଏ କାଳ ମହିମା କେ ଜାଣେଆଗମ ନିଗମ ପ୍ରମାଣେ

  15. Couplet 15

    ହେ ଦେବଦେବ ଜଗନ୍ନାଥଆମ୍ଭେ ସକଳେ ତୋ’ର ଭୃତ୍ୟ

  16. Couplet 16

    ତୁ ପରାତ୍ପର ଭାବଗ୍ରାହୀଜଗତ ମାୟାବଳେ ମୋହି

  17. Couplet 17

    ଗୃହୀତ ରଜୋଗୁଣେ ଦେହୀତୋ ରୂପ ନ ଜାଣନ୍ତି କେହି

  18. Couplet 18

    ଅନନ୍ୟଭାବେ ଆତ୍ମାଲାଭେଯେ ପ୍ରାଣୀ ତୋ ଚରଣ ସେବେ

  19. Couplet 19

    ତା'ର ଅଶୁଭ ଲେଶ ନାହିଁସତ ଅସତ ପର ତୁହି

  20. Couplet 20

    ନିର୍ଜନେ ବସି ଯୋଗୀଜନେନିଶ୍ଚଳ ଚିତ୍ତେ ଯୋଗଧ୍ୟାନେ

  21. Couplet 21

    ମନ ପବନ ହୃଦେ ରୁନ୍ଧିଇନ୍ଦ୍ରିୟ ସମୂହ ନିରୋଧି

  22. Couplet 22

    ତୋ'ର ପ୍ରସାଦ ଯେ ଲଭନ୍ତିତାହାଙ୍କ ନାହିଁ ଭୟଭ୍ରାନ୍ତି

  23. Couplet 23

    ଯା'ର ବଚନେ ପ୍ରଜାଗଣେଭାବେ ସେବନ୍ତି ଅନୁକ୍ଷଣେ

  24. Couplet 24

    ତରନ୍ତି ଭବଭୟ ତ୍ରାସତୁ ନାଥ ଅନାଦି-ପୁରୁଷ

  25. Couplet 25

    ଆମ୍ଭର ସୁଖ ଗଲା କ୍ଷୟଭୋ ନାଥ କର ତୁ ଉପାୟ

  26. Couplet 26

    ଦେଖ କଶ୍ୟପ ପ୍ରଜାପତିଦିତି ସଂଯୋଗେ କଲା ମତି

  27. Couplet 27

    ଦିତିର ଗର୍ଭେ ବୀର୍ଯ୍ୟ ଦେଲାତମେ ଭୁବନ ଆଚ୍ଛାଦିଲା

  28. Couplet 28

    ବେଳକୁ ବେଳ ବଢ଼େ ତେଜସମିଧେ ଯେହ୍ନେ ଅଗ୍ନିତେଜ

  29. Couplet 29

    ଏମନ୍ତେ ଦେବସ୍ତୁତି ଶୁଣିସଂଭ୍ରମ ଚିତ୍ତେ କୁଶପାଣି

  30. Couplet 30

    ଶବଦବ୍ରହ୍ମେ ବେଦବରଦେବଙ୍କୁ କହନ୍ତି ମଧୁର

  31. Couplet 31

    ଶୁଣ ସକଳ ଦେବଗଣକହିବା ଏଥିର କାରଣ

  32. Couplet 32

    ତୁମ୍ଭର ପୂର୍ବସୃଷ୍ଟି ଲାଭେମୁଁ ଯେ ବସିଲି ଧ୍ୟାନଭାବେ

  33. Couplet 33

    ସନକ ଆଦି ଚାରିଭ୍ରାତେଜନ୍ମିଲେ ମୋର ଶୁଦ୍ଧଚିତ୍ତେ

  34. Couplet 34

    ଉର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧଚେତାତେଣୁ ହୋଇଲେ ଊର୍ଦ୍ଧ୍ୱରେତା

  35. Couplet 35

    ଗଗନମାର୍ଗେ ତାଙ୍କ ଗତିସକଳ ଭୁବନେ ଭ୍ରମନ୍ତି

  36. Couplet 36

    ବିଗତସ୍ପୃହା ତାଙ୍କ ଶିକ୍ଷାନିତ୍ୟେ ପରମହଂସ ଦୀକ୍ଷା

  37. Couplet 37

    ଧୂଳି ଧୂସର ଦିଗମ୍ବରନିତ୍ୟ ନିର୍ବିଷୟ ଗୋଚର

  38. Couplet 38

    ସେ ମୁନିଗଣେ ଏକଦିନେମିଳିଲେ ବିଷ୍ଣୁର ଭୁବନେ

  39. Couplet 39

    ଯେ ନାମ ବୈକୁଣ୍ଠ ବିଦିତସର୍ବ ଦେବତା ନମସ୍କୃତ

  40. Couplet 40

    ଯହିଁ ପୁରୁଷେ ମହାସୁଖେବସନ୍ତି ବିଷ୍ଣୁର ସମ୍ମୁଖେ

  41. Couplet 41

    ସର୍ବେ ଦିଶନ୍ତି ବିଷ୍ଣୁରୂପେବିନାଶ ନାହିଁ କାଳକଳ୍ପେ

  42. Couplet 42

    ନିମିତ୍ତାନିମିତ୍ତ ଆଚାରେହରିଙ୍କି ଭଜନ୍ତି ବେଭାରେ

  43. Couplet 43

    ଆଦି ପୁରୁଷ ଯହିଁ ହରିବସନ୍ତି ଧର୍ମରୂପ ଧରି

  44. Couplet 44

    ସର୍ବ ଗୋଚର ଦୃଷ୍ଟିମାତ୍ରେବିଶ୍ୱ ସଂସାରେ ଅବିରତେ

  45. Couplet 45

    ନିର୍ମଳ ସତ୍ତ୍ବମୂର୍ତ୍ତି ବହିସୁଖେ ଅଛନ୍ତି ଯହିଁ ରହି

  46. Couplet 46

    ଯହିଁ କୈବଲ୍ୟ ନାମେ ବନବିରାଜେ କଳ୍ପଦ୍ରୁମମାନ

  47. Couplet 47

    ବା‚ଞ୍ଚିତ ଲତା ବୃକ୍ଷବନଯହିଁ ଅଛନ୍ତି ବିଦ୍ୟମାନ

  48. Couplet 48

    ସକଳ ଋତୁ ଯହିଁ ବସେକୈବଲ୍ୟ ମୂର୍ତ୍ତିମନ୍ତ କି ସେ

  49. Couplet 49

    ଯହିଁ ବିମାନ ଶତ ଶତେଦିବ୍ୟକାମିନୀ ଯୂଥ ଯୂଥେ

  50. Couplet 50

    ବିଷ୍ଣୁ ମହିମା ଗୁଣ ଗାନ୍ତିକୋଟି-ଶଶାଙ୍କ ରୂପକାନ୍ତି

  51. Couplet 51

    ବିକାଶ ପୁଷ୍ପ ଜଳାଶୟେମଧୁ ମାଧବୀ ଗନ୍ଧବହେ

  52. Couplet 52

    ସେ ଗନ୍ଧ ସର୍ବମନୋହରତାହାକୁ କରି ଅନାଦର

  53. Couplet 53

    ବିଷ୍ଣୁର ପାଦେ ମନ ଦେଇଆନନ୍ଦେ ତୁଣ୍ତେ ନାମ ଗାଇ

  54. Couplet 54

    କୋକିଳ ପାରାବତ ହଂସଡାହୁକ ତିତ୍ତିର ସାରସ

  55. Couplet 55

    ଚକ୍ରବାକ ଯେ ବରହିଣସୁସ୍ୱରନାଦେ ଅନୁକ୍ଷଣ

  56. Couplet 56

    ସର୍ବେ ଗାୟନ୍ତି ହରିକଥାଯେ ଭାବେ ଖଣ୍ତେ ଭବବ୍ୟଥା

  57. Couplet 57

    ମନ୍ଦାର କୁରୁବକ କୁନ୍ଦଉତ୍ପଳ ଚମ୍ପକ କୁମୁଦ

  58. Couplet 58

    ପୁନ୍ନାଗ ନାଗ ପାରିଜାତତୁଳସୀଦଳ ସୁଲଳିତ

  59. Couplet 59

    ନାନା କୁସୁମ ପରିମଳସୁଗନ୍ଧ ସମୀର ଶୀତଳ

  60. Couplet 60

    ମର୍କତ ବଇଡୁର୍ଯ୍ୟ ହେମସହସ୍ର ସହସ୍ର ବିମାନ

  61. Couplet 61

    ପ୍ରଣାମ କରି ହରିପାଦେଭକତେ ବସନ୍ତି ଆନନ୍ଦେ

  62. Couplet 62

    ସୁନ୍ଦରୀ ଶତଶତ ଯହିଁବସନ୍ତି ହରିକଥା ଗାଇ

  63. Couplet 63

    ପରମଲକ୍ଷ୍ମୀ ଯହିଁ ନିତ୍ୟେନୀଳ ଲୋହିତ ପଦ୍ମ ହସ୍ତେ

  64. Couplet 64

    ସ୍ଫଟିକ ପୁରମଧ୍ୟେ ବସେପଦେ ନୂପୁର ଧ୍ୱନି ଘୋଷେ

  65. Couplet 65

    ସୁବର୍ଣ୍ଣସ୍ତମ୍ଭ ଗୃହମଧ୍ୟେବିରାଜେ ଭୁବନ ଆନନ୍ଦେ

  66. Couplet 66

    ପଦ୍ମ କଳ୍ପିତ ସମ୍ମାର୍ଜନୀମାର୍ଜନା କଲା ପ୍ରାୟେ ମାନି

  67. Couplet 67

    ଯହିଁରେ ଲକ୍ଷ୍ମୀ କୁତୂହଳେସକଳ ପରିଚାରୀ ମେଳେ

  68. Couplet 68

    ଯଦ୍ୟପି ଧୂଳି ତହିଁ ନାହିଁବିନୟ ଭକ୍ତି ପ୍ରକାଶଇ

  69. Couplet 69

    ଗୋବିନ୍ଦ ଅନୁଗ୍ରହ ଆଶେସ୍ୱବନେ ତୁଳସୀର ବାସେ

  70. Couplet 70

    ପୂଜନ୍ତି କୃଷ୍ଣର ଚରଣତେଣେ ସନ୍ତୋଷ ଭଗବାନ

  71. Couplet 71

    ସେ ବନେ ବାପୀ ପୁଷ୍କରିଣୀତୀରେ ବିଦ୍ରୁମଘାଟ ଶ୍ରେଣୀ

  72. Couplet 72

    ସେ ଶୁଦ୍ଧଜଳେ ମୁଖ ଚାହିଁବିଷ୍ଣୁ ଚୁମ୍ବନ ମନେ ବହି

  73. Couplet 73

    ସେ ବିଷ୍ଣୁପୁରେ ପାପୀଜନପ୍ରବେଶେ ନୁହନ୍ତି ଭାଜନ

  74. Couplet 74

    ଯେ ଅର୍ଥେ କାମେ ରତି କରେଗୋବିନ୍ଦ ଗୁଣ ନ ସୁମରେ

  75. Couplet 75

    ଦୁଷ୍କୃତ ମାର୍ଗେ ଯେ ରମନ୍ତିନରକମାର୍ଗେ ଯାର ଗତି

  76. Couplet 76

    ସେ କାହିଁ ପଶିବେ ସେ ପୁରେନରକେ ପଡ଼ନ୍ତି ନିର୍ଭରେ

  77. Couplet 77

    ସେ ଦେହ ପାଇ ଯେଉଁ ଜନନ କରେ ହରିର ସେବନ

  78. Couplet 78

    ଏ ଅତି ଦୁଃଖ ହିଁ ବିଦିତସେ ବିଷ୍ଣୁମାୟା ବିମୋହିତ

  79. Couplet 79

    ଯେ ଯୋଗମାର୍ଗେ ଅନୁବାଦେକଠୋର ତପକର୍ମ ସାଧେ

  80. Couplet 80

    ମନ-ପବନ ହୃଦେ ଛନ୍ଦିଚଞ୍ଚଳ ଇନ୍ଦ୍ରିୟ ନିରୋଧି

  81. Couplet 81

    ଯେବେ ଗୋବିନ୍ଦଭାବ ନାହିଁସେ ପୁରେ ପଶିବେ ସେ କାହିଁ

  82. Couplet 82

    ବିଷ୍ଣୁର ମାୟାବଳେ ଜଡ଼ିଜନ୍ମ-ମରଣେ ଥାନ୍ତି ପଡ଼ି

  83. Couplet 83

    ମୋ ଆଦି ଦେବେ ଯା ଚରଣେଭଲେ ଖଟନ୍ତି ଅନୁକ୍ଷଣେ

  84. Couplet 84

    ନମନ୍ତି ଭୃତ୍ୟପ୍ରାୟ ହୋଇପାଦେ ଖଟନ୍ତି ବଳି ଦେଇ

  85. Couplet 85

    ବିଷ୍ଣୁର ଯଶ ଗୁଣଗାଥାନିତ୍ୟେ କରନ୍ତି ମନେ ଚିନ୍ତା

  86. Couplet 86

    ଆନନ୍ଦେ ଅଶ୍ରୁବହେ ନେତ୍ରେରୋମହରଷ ସର୍ବଗାତ୍ରେ

  87. Couplet 87

    ହରିଭକତି ଭାବେ କରିକାରୁଣ୍ୟ ହିଂସା ପରିହରି

  88. Couplet 88

    ସେମାନେ ଯାନ୍ତି ଆମ୍ଭ ଊର୍ଦ୍ଧ୍ୱେସୁଖେ ବସନ୍ତି ବିଷ୍ଣୁପଦେ

  89. Couplet 89

    ଏମନ୍ତ ବିଷ୍ଣୁର ଭୁବନେପଶିଲେ ମୋହର ନନ୍ଦନେ

  90. Couplet 90

    ଦେଖିଲେ ଅପୂର୍ବ-ଭୁବନଜଗତଗୁରୁର ଯେ ସ୍ଥାନ

  91. Couplet 91

    ବିବିଧ ଶ୍ରେଷ୍ଠ ଦେବମାନେବିମାନେ ଦୀପ୍ତ ଏ ଭୁବନେ

  92. Couplet 92

    ଯହିଁ ପୁରାଣ ଇତିହାସଆଗମ ନିଗମ ପ୍ରକାଶ

  93. Couplet 93

    ତର୍କ ବେଦାନ୍ତ ଯୋଗଶାସ୍ତ୍ରେନ୍ୟାୟ ମୀମାଂସା ଆଦି ଯେତେ

  94. Couplet 94

    ସ୍ତୁତି କରନ୍ତି ଅବଧାନେକୃଷ୍ଣଚରିତ ଗୁଣଗାନେ

  95. Couplet 95

    ଏମନ୍ତେ ଶାସ୍ତ୍ରେ ମୂର୍ତ୍ତିମନ୍ତେଯହିଁ ସେବନ୍ତି ଅବିରତେ

  96. Couplet 96

    ସେ ପୁରେ ପଶି ମନସୁଖେକୃଷ୍ଣ ମହିମା ଗାଇ ମୁଖେ

  97. Couplet 97

    ନିରତେ ହରିଗୁଣ ଚିନ୍ତିକୃଷ୍ଣମାୟାରେ ନ ପଡ଼ନ୍ତି

  98. Couplet 98

    ଚାରିକୁମରେ ଏକମେଳେଆନନ୍ଦେ ଷଡ଼ଦ୍ୱାରେ ଗଲେ

  99. Couplet 99

    ସପତଦ୍ୱାରେ ଯାନ୍ତେ ବଳେଆଗେ ମିଳିଲେ ଦ୍ୱାରପାଳେ

  100. Couplet 100

    କିରୀଟ କୁଣ୍ତଳ କେୟୂରଅମୂଲ୍ୟବେଶେ ଶୋଭାକର

  101. Couplet 101

    ଉଚ୍ଚ ସୁନ୍ଦର ବକ୍ଷସ୍ଥଳକଣ୍ଠେ ଲମ୍ବଇ ବନମାଳ

  102. Couplet 102

    ଦିଶନ୍ତି କୃଷ୍ଣରୂପ ତେଜେସୁବର୍ଣ୍ଣବେତ ଧରି ଭୁଜେ

  103. Couplet 103

    ଏମନ୍ତେ ବେନି ଦ୍ୱାରପାଳଦେଖିଣ ମୋହର କୁମର

  104. Couplet 104

    ସେ ବ୍ରହ୍ମଋଷି ପ୍ରତିଦ୍ୱାରେଯେମନ୍ତେ ଗଲେ ବିଷ୍ଣୁପୁରେ

  105. Couplet 105

    ତେମନ୍ତେ ତାଙ୍କୁ ନ ପଚାରିସପ୍ତମେ ଯାନ୍ତେ ଭାଇଚାରି

  106. Couplet 106

    ଦ୍ୱାରେ କବାଟ ହେମମୟେପ୍ରାଣୀ ନୟନ ମନ ମୋହେ

  107. Couplet 107

    ସେ ଦ୍ୱାରେ ମିଳି ବେନିଭାଇଦ୍ୱାର ରୁନ୍ଧିଲେ ରୋଷବହି

  108. Couplet 108

    ସେ ଚାରିଭାଇ ମୋର ସୁତଦେବଙ୍କ ପୂର୍ବସର୍ଗେ ଜାତ

  109. Couplet 109

    ସ୍ୱଭାବେ ବୃଦ୍ଧ ସେ ଅଟନ୍ତିବାଳକ ପ୍ରାୟ ତନୁକାନ୍ତି

  110. Couplet 110

    ପଞ୍ଚବରଷ ପୁତ୍ରପ୍ରାୟେଦିଶନ୍ତି ବସ୍ତ୍ର ନାହିଁ ଦେହେ

  111. Couplet 111

    ଉଲଗ୍ନ ଦେଖି ତାଙ୍କ ବେଶତାହାଙ୍କୁ କଲେ ଉପହାସ

  112. Couplet 112

    ତକ୍ଷଣେ ବେତ୍ର ଧରି କରେନିଷେଧ କଲେ ସପ୍ତଦ୍ୱାରେ

  113. Couplet 113

    ଦେବେ ଦେଖନ୍ତି ଶୂନ୍ୟେ ରହିନିରୋଧ କଲେ ବେନିଭାଇ

  114. Couplet 114

    ସେ ଚାରିଋଷି ରହି ଦ୍ୱାରେମନେ ବିଚାରି କୋପଭରେ

  115. Couplet 115

    ବିଷ୍ଣୁର ଅତି ପ୍ରିୟପଣେପାଦେ ଖଟନ୍ତି ଅନୁକ୍ଷଣେ

  116. Couplet 116

    ଦେଖି ନ ପାରି କୃଷ୍ଣରୂପହୃଦେ ବସିଲା ଗରୁତାପ

  117. Couplet 117

    ବୋଲନ୍ତି ଅନ୍ୟୋଅନ୍ୟେ ଚାହିଁଏ ଭାବ ଏ ପୁରେ ତ ନାହିଁ

  118. Couplet 118

    ଏ ଦ୍ୱାରପାଳ ପଣେ ଥାଇକୁହୁକ ଜନପ୍ରାୟ ହୋଇ

  119. Couplet 119

    ଯେ ବଇକୁଣ୍ଠପୁରେ ଥାନ୍ତିତାଙ୍କୁ ନ ଲାଗେ ରିପୁ ଭ୍ରାନ୍ତି

  120. Couplet 120

    କାମାଦି ଶତ୍ରୁ ଷଡ଼ଭାଇଏ ପୁରେ ସମ୍ଭବିବେ କାହିଁ

  121. Couplet 121

    ସ୍ୱଭାବେ ସର୍ବପ୍ରାଣୀ ହୃଦେହରି ବସନ୍ତି ଆତ୍ମାପଦେ

  122. Couplet 122

    ବାହ୍ୟ ଅନ୍ତରେ ବିଶ୍ୱରୂପୀଘଟ ଆକାଶ ପ୍ରାୟ ବ୍ୟାପି

  123. Couplet 123

    କରନ୍ତି ଆତ୍ମାର ପ୍ରକାଶପଣ୍ତିତେ ଯହିଁରେ ସନ୍ତୋଷ

  124. Couplet 124

    ସମ ବିଷମ ଯହିଁ ନାହିଁଅନ୍ୟାୟ କଲେ ବେନିଭାଇ

  125. Couplet 125

    ବିଷ୍ଣୁର ଦ୍ୱାରପାଳ ଭାବେଦୁଷ୍ଟ ହୋଇଲେ ମତ୍ତଗର୍ବେ

  126. Couplet 126

    କପଟଧର୍ମୀ ବେନିଭାଇଏ ପୁରେ ଥିବା ନ ଯୋଗାଇ

  127. Couplet 127

    ବେଗେ ପଡ଼ନ୍ତୁ ମହୀତଳେଜନ୍ମିବେ ଅସୁରଙ୍କ କୁଳେ

  128. Couplet 128

    ତୃତୀୟ ଜନ୍ମ ଭୋଗ ସାରିପୁଣି ଲଭିବେ ବିଷ୍ଣୁପୁରୀ

  129. Couplet 129

    ଏମନ୍ତ ଶାପ ତାଙ୍କୁ ଦ୍ୟନ୍ତେଦ୍ୱାରେ ଶୁଣିଲେ ବେନିଭ୍ରାତେ

  130. Couplet 130

    ଏ ବ୍ରହ୍ମଦଣ୍ତ ଅନିର୍ବାରକେବେହେଁ ନାହିଁ ପ୍ରତିକାର

  131. Couplet 131

    ମୁନି ବଚନେ ଦ୍ୱାରପାଳମନରେ ହୋଇଲେ ବିକଳ

  132. Couplet 132

    ଏମନ୍ତେ ଅତିଭୟ ମନେପାଦେ ପଡ଼ିଲେ ବେନିଜନେ

  133. Couplet 133

    ଉଠିଣ ଶିରେ କର ଦେଇକହନ୍ତି ମୁନିଙ୍କି ଅନାଇଁ

  134. Couplet 134

    ଏ ଦଣ୍ତ ଉଚିତ ଆମ୍ଭରଏଥି ବା କି ଦୋଷ ତୁମ୍ଭର

  135. Couplet 135

    ଦେବ ହେଳେନ କର୍ମ କରିଅସୁର ଦେହେ ଅବତରି

  136. Couplet 136

    ତହିଁକି ନାହିଁ ଆମ୍ଭ ଡରକେବଳ କୃପା ଏତେ କର

  137. Couplet 137

    ଅର୍ଜିଲା କର୍ମର ଆୟତ୍ତେଜନ୍ମ ମରଣ ଏ ଜଗତେ

  138. Couplet 138

    ବୋଲନ୍ତି ଶୁଣ ମୁନିବରକରିବ ପାପୀ ପ୍ରତିକାର

  139. Couplet 139

    କୃଷ୍ଣର ସ୍ମରଣ ଆମ୍ଭରଯେମନ୍ତେ ନୋହିବ ବିସ୍ମର

  140. Couplet 140

    ମୁନି ବୋଲନ୍ତି ଦୟାଚିତ୍ତେସ୍ୱଭାବେ ଥିବ ଦୁଷ୍ଟମତେ

  141. Couplet 141

    ତୁମ୍ଭର ଦେହେ ବିଷ୍ଣୁଭାବକଳାଏ ଅଂଶମାତ୍ର ଥିବ

  142. Couplet 142

    ଏବେ ହୋ ଶୁଣ ସୁରଗଣତାହା ଜାଣିଲେ ନାରାୟଣ

  143. Couplet 143

    ମୁନିହେଳନ କର୍ମ ଶୁଣିପୁରୁ ବାହାର ଚକ୍ରପାଣି

  144. Couplet 144

    ଦ୍ୱାରପାଳଙ୍କୁ ଦୟା ବହିଭୃତ୍ୟବତ୍ସ›ଳ ଭାବଗ୍ରାହୀ

  145. Couplet 145

    ଲକ୍ଷ୍ମୀର କରେ ଦେଇ କରଗୋବିନ୍ଦ ହୋଇଲେ ବାହାର

  146. Couplet 146

    ଗୋବିନ୍ଦ ଚଳନ୍ତି ଚରଣେଯହିଁ ଅଛନ୍ତି ମୁନିଗଣେ

  147. Couplet 147

    ପରମହଂସ ଦୀକ୍ଷା ବହିତେଜେ ପ୍ରଚଣ୍ତ ଚାରିଭାଇ

  148. Couplet 148

    କୋପେ କମ୍ପନ୍ତି ମହାତାପେଗୋବିନ୍ଦ ମିଳିଲେ ସମୀପେ

  149. Couplet 149

    ଯାହାର ଦରଶନ ଅର୍ଥେଯୋଗ ସାଧନ୍ତି ମୁନି-ସନ୍ଥେ

  150. Couplet 150

    ଲକ୍ଷ୍ମୀଦେବୀଙ୍କ ପରିବାରୀକରେ ଚାମର ଛନ୍ତି ଧରି

  151. Couplet 151

    କେ ଶୁକ୍ଳ ପାଟଛତ୍ର କରେଘେନି ଚଳନ୍ତି ଧୀରେ ଧୀରେ

  152. Couplet 152

    ଛତ୍ରେ ମୁକୁତାମାଳ ଶୋହେହିମ ଶୀକର କଣା ବହେ

  153. Couplet 153

    ପ୍ରସନ୍ନମୁଖ ଭଗବାନକିବା ସୁନ୍ଦର ଅନୁପମ

  154. Couplet 154

    ସ୍ନେହ ଦୟାରେ ସର୍ବଜନମନ ମୋହିଲେ ଭଗବାନ

  155. Couplet 155

    ଶ୍ୟାମସୁନ୍ଦର ବକ୍ଷସ୍ଥଳେକମଳା ବସନ୍ତି ନିଶ୍ଚଳେ

  156. Couplet 156

    କୌସ୍ତୁଭମଣି କଣ୍ଠେ ଶୋହେଅଶେଷ ଜନମନ ମୋହେ

  157. Couplet 157

    ପୀତବସନ କଟୀମାଝେକନକମେଖଳା ବିରାଜେ

  158. Couplet 158

    ଉରେ ଲମ୍ବଇ ବନମାଳସୁନ୍ଦର ଅଳକ କପୋଳ

  159. Couplet 159

    କେୟୂର କଙ୍କଣ ବିରାଜେରୂପେ କୋଟିଏ କାମଗଞ୍ଜେ

  160. Couplet 160

    ଲୀଳାଅମ୍ବୁଜ ଏକକରେଚଳନ୍ତେ ଭ୍ରମଇ ସେ କରେ

  161. Couplet 161

    ବିଜୁଳି ପ୍ରାୟେ ଗଣ୍ତସ୍ଥଳେଶୋଭଇ ମକରକୁଣ୍ତଳେ

  162. Couplet 162

    ଶିରେ ମୁକୁଟମଣି ଶୋହେଅଧିକେ ଜଗୁଜନ ମୋହେ

  163. Couplet 163

    ଚତୁର ବାହୁର ମଧ୍ୟରସୁସଞ୍ଚ ମନୋହର ହାର

  164. Couplet 164

    କଣ୍ଠେ ଲମ୍ବଇ ମଣିହାରମଧ୍ୟେ କୌସ୍ତୁଭ ରତ୍ନସାର

  165. Couplet 165

    ଏମନ୍ତେ ନାନାରତ୍ନ ପୁଞ୍ଜେତେଜେ କମଳାରୂପ ଗଞ୍ଜେ

  166. Couplet 166

    ବ୍ରହ୍ମା-ଶଙ୍କର-ଦେବ ମନମୋହନ ରୂପେ ହୋଏ ଛନ୍ନ

  167. Couplet 167

    ସ୍ଥିରଲୋଚନେ ସ୍ତମ୍ଭୀଭୂତେଦେଖି ତୃପତ ନୋହେ ଚିତ୍ତେ

  168. Couplet 168

    ଆନନ୍ଦେ ସର୍ବ ମୁନିବରେନମିଲେ କୃଷ୍ଣଙ୍କ ପୟରେ

  169. Couplet 169

    ସେ ହରି ଚରଣାବହିନ୍ଦକିଞ୍ଜଳ୍ କ ତୁଳସୀ ଆମୋଦ

  170. Couplet 170

    ପବନ ନାସାଦ୍ୱାରେ ପୂରେଚିତ୍ତ ଶରୀର କ୍ଷୋଭ କରେ

  171. Couplet 171

    କୃଷ୍ଣ ସୁନ୍ଦର ମୁଖତ୍ରାସଯେହ୍ନେ ସୁନୀଳ ପଦ୍ମକୋଷ

  172. Couplet 172

    ବିମ୍ବଅଧରେ କୁନ୍ଦହାସଅଶେଷ ଜନମନ ତୋଷ

  173. Couplet 173

    ସେ ରୂପ ଦେଖି ପୁଣି ଚିତ୍ତେଧ୍ୟାନ ନିରୋପି ପାଦଗତେ

  174. Couplet 174

    ଅରୁଣ ମଣି ନଖକାନ୍ତିନିଶ୍ଚଳ ଲୋଚନେ ଧରନ୍ତି

  175. Couplet 175

    ଯାହାର ଗତି ଯୋଗମାର୍ଗେଧ୍ୟାନେ ଚିନ୍ତନ୍ତି ମୁନିବର୍ଗେ

  176. Couplet 176

    ସେ ରୂପ ନୟନଗୋଚରେଦେଖିଲେ ମୋହର କୁମରେ

  177. Couplet 177

    ଅଷ୍ଟ ଐଶ୍ୱର୍ଯ୍ୟ ମୁକ୍ତକଳ୍ପଦେଖନ୍ତେ ପ୍ରଭୁ ନିଜରୂପ

  178. Couplet 178

    ତକ୍ଷଣେ ଶିରେ କର ଦେଇବୋଲନ୍ତି କୃଷ୍ଣ ମୁଖ ଚାହିଁ

  179. Couplet 179

    ଯେ ହରି ପ୍ରାଣୀଙ୍କ ଶରୀରେଅନନ୍ତ ହୃଦୟେ ବିହରେ

  180. Couplet 180

    ସାଧୁ ଅସାଧୁ ଯାର ନାହିଁତାର ମହିମା କେବା କହି

  181. Couplet 181

    ସେ ହରି ଆମ୍ଭ ଦୃଷ୍ଟି ପଥେପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ

  182. Couplet 182

    ଯାହାର ଗୁଣ କର୍ମ ଗାଥାଏକାନ୍ତେ ବସି ଆମ୍ଭ ପିତା

  183. Couplet 183

    କହିଲେ ପରମ ଆନନ୍ଦେବ୍ରହ୍ମବିଗ୍ରହ ଅନୁବାଦେ

  184. Couplet 184

    ସେ ପଶି ଆମ୍ଭ କର୍ଣ୍ଣଦ୍ବାରେରହିଲା ହୃଦୟ-ବିବରେ

  185. Couplet 185

    ତୁ ନାଥ ପରମାର୍ଥ-ତତ୍ତ୍ବଯୋଗେ ସାଧନ୍ତି ମୁନିସନ୍ଥ

  186. Couplet 186

    ତୋ ଧ୍ୟାନ ରଚି ସତ୍ତ୍ବଗୁଣେଯେବା ଚିନ୍ତନ୍ତି ଅନୁକ୍ଷଣେ

  187. Couplet 187

    ସଂସାର ଅନୁତାପେ ଯନ୍ତ୍ରିସୁହୃଦ ଭକ୍ତିଭାବେ ଚିନ୍ତି

  188. Couplet 188

    ହୃଦରେ ସ୍ଥାପି ତୋର ରୂପବେଗେ ଛାଡ଼ନ୍ତି ତିନିତାପ

  189. Couplet 189

    ତୋର ପ୍ରସାଦ ଆତ୍ୟନ୍ତିକେମନେ ଚିନ୍ତନ୍ତି ଯେବା ଲୋକେ

  190. Couplet 190

    କି ଅବା ଅନ୍ୟ ଇଚ୍ଛାତାରଅଛି ଏ ସଂସାର ଭିତର

  191. Couplet 191

    ଭୋ ଦେବ ତୋହର ଚରଣେଯେ ପ୍ରାଣୀ ପଶନ୍ତି ଶରଣେ

  192. Couplet 192

    ତୋର କଥାରେ ଯାର ରତିଘୋର ସଂସାରୁ ତରିଯା’ନ୍ତି

  193. Couplet 193

    ଆମ୍ଭେ ତୋ ଭକ୍ତେ ଶାପ ଦେଇଯେ ପାପ ଅର୍ଜିଲୁ ଗୋସାଇଁ

  194. Couplet 194

    ସେ ପାପେ ନାନା ଯୋନିଗତେଜନମ ଲଭି ଭୂମିଗତେ

  195. Couplet 195

    ତୋ ଯଶ ଶୁଣି କର୍ଣ୍ଣମାର୍ଗେତୋ ନାମ ଗୁଣି ଜିହ୍ୱାଅଗ୍ରେ

  196. Couplet 196

    ତୋର ଚରଣେ ହେଉ ରତିଆମ୍ଭର ଜଡ଼ବୁଦ୍ଧି ମତି

  197. Couplet 197

    ବଚନ ତୋ ଚରଣେ ରହୁତୁଳସୀ ପ୍ରାୟ ଶୋଭା ପାଉ

  198. Couplet 198

    ତୋ ଗୁଣଗଣେ କର୍ଣ୍ଣପଥଶ୍ରବଣେ ପୂରୁ ଜଗନ୍ନାଥ

  199. Couplet 199

    ତୁ ରୂପ ଦେଖାଇ ପବିତ୍ରକୃତାର୍ଥ କଲୁ ଆମ୍ଭ ନେତ୍ର

  200. Couplet 200

    ଭୋ ନାଥ କମଳାରମଣଅନାଦି ପରମ କାରଣ

  201. Couplet 201

    ଅଜିତ ଇନ୍ଦ୍ରିୟ ଜନରତୋ ରୂପ ଅଟେ ଅଗୋଚର

  202. Couplet 202

    ଏମନ୍ତେ କହି ମୋର ସୁତେନମିଲେ ବିଷ୍ଣୁ ପାଦଗତେ

  203. Couplet 203

    ସେ ହରି ଚରଣ କମଳେସୁଜନେ ଚିନ୍ତ ଧ୍ୟାନବଳେ

  204. Couplet 204

    ତୃତୀୟସ୍କନ୍ଧେ ଭାଗବତକହିଲା ଦାସ ଜଗନ୍ନାଥ

Odia Bhagabata skandha 3 adhyaya 15 | Parbani by ParibhaAsha App