Skip to content
paribhaasha

Skandha 3

Adhyaya 14

  1. Couplet 1

    ମୈତ୍ରେୟ ବାଣି ଶୁଣି କର୍ଣ୍ଣେତୋଷ ନୋହିଲା ତାର ମନେ

  2. Couplet 2

    କୃଷ୍ଣ ଶୂକରରୂପ କଥାଅମୃତ ରସମୟ ଗାଥା

  3. Couplet 3

    ଆନନ୍ଦେ ଶିରେ କର ଦେଇପୁଣି ବିଦୁର ପଚାରଇ

  4. Couplet 4

    ଯଜ୍ଞବରାହ ରୂପ ହରିଦନ୍ତାଗ୍ରେ ଧରଣୀ ଉଦ୍ଧରି

  5. Couplet 5

    ଜଳୁ ଆସନ୍ତେ ଊର୍ଦ୍ଧ୍ୱଗତେଆଦି ଅସୁର ତା’ ଅଗ୍ରତେ

  6. Couplet 6

    ମିଳିଲା ଗଦା କରେ ଧରିତା’ ଦେହ ଦଶନେ ବିଦାରି

  7. Couplet 7

    ଏ କଥା ଶୁଣି ତୁମ୍ଭ ମୁଖେଏବେ ପଚାରେ ମନସୁଖେ

  8. Couplet 8

    ସେ ଦୈତ୍ୟ ତେଜେ ଅନର୍ଗଳାକି ହେତୁ ଗଦାଯୁଦ୍ଧ କଲା

  9. Couplet 9

    ତାହାର ଜନ୍ମ କର୍ମ ଯେତେବିସ୍ତାରି କହ ମୁନି ମୋତେ

  10. Couplet 10

    ପରମ କୁତୂହଳ ବାଣୀଜୀବ ନିସ୍ତରେ ଯାହା ଶୁଣି

  11. Couplet 11

    ତୁ ଧନ୍ୟ ଧନ୍ୟ କୁରୁବୀରଏ ସାଧୁ ପ୍ରଶ୍ନ ଯେ ତୋହର

  12. Couplet 12

    ହରି-ଚରିତ ଗୁର କଥାଅମୃତ ରସମୟ-ଗାଥା

  13. Couplet 13

    ଯାହା ଶୁଣନ୍ତେ ମୃତ୍ୟୁପାଶସୁତୀକ୍ଷ୍ ଣ ଚକ୍ରେ ହୋଏ ନାଶ

  14. Couplet 14

    ସେ ସ୍ୱାୟମ୍ଭୁବ ମୁନି ସୁତଉତ୍ତାନପାଦ-ସୁତ ଖ୍ୟାତ

  15. Couplet 15

    ତପର ବଳେ ସେ ପ୍ରଚଣ୍ତେଚରଣ ଦେଇ ମୃତ୍ୟୁମୁଣ୍ତେ

  16. Couplet 16

    ସ୍ୱଭାବେ ତେଜେ ଅନର୍ଗଳାପରମପଦେ ସେ ପଶିଲା

  17. Couplet 17

    ତୁ ଯେବେ ପଚାରିଲୁ ମୋତେବିଦୁର ଶୁଣ ଏକଚିତ୍ତେ

  18. Couplet 18

    ପ୍ରସ୍ତାବେ ଇତିହାସ ବାଣୀଦେବଙ୍କ ସଭାମଧ୍ୟେ ଶୁଣି

  19. Couplet 19

    ଦେବ ସମୀପେ ଦେବଦେବବ୍ରହ୍ମା କହିଲେ ଯେ ପ୍ରସ୍ତାବ

  20. Couplet 20

    ଜାଣଇ ଏଥିର କାରଣକହିବି ଏକଚିତ୍ତେ ଶୁଣ

  21. Couplet 21

    ଦକ୍ଷ ଦୁହିତା ଦିତି ନାମାକଶ୍ୟପ ଋଷିଙ୍କର ବାମା

  22. Couplet 22

    ସେ ଏକଦିନେ ସନ୍ଧ୍ୟାକାଳେଏକା ପଶିଲା ଯଜ୍ଞଶାଳେ

  23. Couplet 23

    ମିଳିଲା ନିଜ ପତି ପାଶେକାମେ ପୀଡ଼ିତ ରତି ଆଶେ

  24. Couplet 24

    ସେ ମହାଋଷି ଯଜ୍ଞଘରେମନ୍ତ୍ରେ ଆହୁତି ଘୃତଧାରେ

  25. Couplet 25

    ଯଜ୍ଞପୁରୁଷ ପ୍ରୀତି ଅର୍ଥେଅସ୍ତ ପର୍ବତେ ସୂର୍ଯ୍ୟ ଯାନ୍ତେ

  26. Couplet 26

    ହବିରେ ଅଗ୍ନିକି ପୂଜନକରନ୍ତି ହୋଇ ତୋଷମନ

  27. Couplet 27

    ନିବିଡ଼ ସନ୍ଧ୍ୟା ଆଗମନେମିଳିଲା ସ୍ୱାମୀ ସନ୍ନିଧାନେ

  28. Couplet 28

    ସମାଧିସ୍ଥିତ ସ୍ୱାମୀ ପାଶେକାମ ପୀଡ଼ିତା ଦିତି ବସେ

  29. Couplet 29

    କରଅଞ୍ଜଳି ଶିରେ ଦେଇବୋଲେ କଶ୍ୟପ ମୁଖ ଚାହିଁ

  30. Couplet 30

    ଭୋ ନାଥ ଶୁଣ ତପୋଧନଅନଙ୍ଗ ଘେନି ଶରାସନ

  31. Couplet 31

    ତା ପଞ୍ଚବାଣେ ମୋର ମନେଦହଇ ତୁମ୍ଭର ବିହୁନେ

  32. Couplet 32

    କଦଳୀବନ ଯେହ୍ନେ ଗଜଦନ୍ତେ ବିଦାରେ ମହାତେଜ

  33. Couplet 33

    ସମୃଦ୍ଧି ଦେଖି ସପତ୍ନୀରମୋ ମନ ଦଗ୍ଧ ନିରନ୍ତର

  34. Couplet 34

    ତୁ ପ୍ରଜାପତିଙ୍କ ଈଶ୍ୱରସର୍ବ କଳ୍ପନା ସୁଖଘର

  35. Couplet 35

    ଏବେ ମୋ’ଠାରେ ଅନୁଗ୍ରହକରି ସକଳ ସୁଖ ଦିଅ

  36. Couplet 36

    ଯାହାକୁ ସ୍ୱାମୀ ହୋଏ ତୋଷସଂସାରେ ରହେ ତାର ଯଶ

  37. Couplet 37

    ଆପଣା ରୂପେ ପ୍ରତ୍ରଜାତହୁଅଇ ଯାର ଗର୍ଭଗତ

  38. Couplet 38

    ଆମ୍ଭର ଗର୍ଭେ ପୁତ୍ରହେଲେତୋ ଯଶ ବିସ୍ତାରିବ ଭଲେ

  39. Couplet 39

    ମୋ ପିତା ଦକ୍ଷ ପ୍ରଜାପତିପ୍ରଜା ସର୍ଜନେ ତା’ର ମତି

  40. Couplet 40

    ଆମ୍ଭର ଗର୍ଭେ ପୁତ୍ର ଯେତେଧର୍ମେ ପାଳିବେ ଏ ଜଗତେ

  41. Couplet 41

    ଏ କଥା ମନେ ବିଚାରିଲାଯତ୍ନେ ଆମ୍ଭଙ୍କୁ ପଚାରିଲା

  42. Couplet 42

    ସମ୍ମତି ଦେଖିଣ ଆମ୍ଭରତେଣୁ ବରିଲା ତୋତେ ବର

  43. Couplet 43

    ଆମ୍ଭେ ଯେ ଭଗ୍ନୀ ତ୍ରୟୋଦଶତୁମ୍ଭର ଚରଣେ ବିଶ୍ୱାସ

  44. Couplet 44

    ଆମ୍ଭର ରୂପ ଶୀଳ ଗୁଣତୁମ୍ଭେ ତ ପ୍ରତ୍ୟକ୍ଷ ପ୍ରମାଣ

  45. Couplet 45

    ଭୋ ନାଥ ନଳିନଲୋଚନଏବେ ତୁ କର ମୋ ବଚନ

  46. Couplet 46

    ମୋ ସଙ୍ଗେ କର ଏବେ ରତିସୌଭାଗ୍ୟେ ହେଉ ମୋ ସନ୍ତତି

  47. Couplet 47

    ଏମନ୍ତେ ଶୁଣି ତା ବଚନକଶ୍ୟପ ହୋଇ ଦୁଃଖ ମନ

  48. Couplet 48

    ଚାହିଁଲେ ଦିତିର ବଦନଅନଙ୍ଗବାଣେ ଛନଛନ

  49. Couplet 49

    ଦେଖି ତାହାର ଦୁଷ୍ଟଚିତ୍ତକହନ୍ତି ମରୀଚିଙ୍କ ସୁତ

  50. Couplet 50

    ଶୁଣ ସୁନ୍ଦରି ମୋ ବଚନମୁହିଁ ଜାଣଇ ତୋର ମନ

  51. Couplet 51

    ଏ ସନ୍ଧ୍ୟାକାଳେ ମୋର ପାଶେତୁ ଯେ ମିଳିଲୁ ରତି ଆଶେ

  52. Couplet 52

    ଏ ଧର୍ମ-ପ୍ରମାଣ ସ୍ୱଭାବକେ ତାହା ଅନ୍ୟଥା କରିବ

  53. Couplet 53

    ଏଣୁ ତୋହର ପ୍ରିୟଯେତେକରିବି ତୋହର ଆୟତ୍ତେ

  54. Couplet 54

    ସଂସାର ସ୍ୱଭାବଟି ଏହିଯେ ଧର୍ମକର୍ମେ ରହେ ଗୃହୀ

  55. Couplet 55

    ସର୍ବ ଆଶ୍ରମ ମଧ୍ୟେ ସାରପୁତ୍ର କଳତ୍ର ଘେନି ଘର

  56. Couplet 56

    ଏଣୁ ହୁଅଇ ଦୁଃଖ ପାରବୋଇତେ ଯେହ୍ନେ ପାରାବାର

  57. Couplet 57

    ଆତ୍ମାର ଅର୍ଦ୍ଧସମ ନାରୀଅନ୍ୟଥା କେବା ତାହା କରି

  58. Couplet 58

    ତାହାର ତହିଁ ଗୃହଭାରଦେଇ ନିଶ୍ଚିନ୍ତେ ଥାଇ ନର

  59. Couplet 59

    ଯାହାର ଆଶ୍ରେ ପ୍ରାଣୀ ଥାଇଇନ୍ଦ୍ରିୟ-ଶତ୍ରୁକୁ ଜିଣଇ

  60. Couplet 60

    ଏଣୁ ତୁମ୍ଭର ଉପକାରଶୁଝା ଯେ ନ ଯିବ ଆମ୍ଭର

  61. Couplet 61

    ଏ କଥା କେ କରିବ ଆନଯାହା ସଞ୍ଚିଲେ ଭଗବାନ

  62. Couplet 62

    ଏବେ ତୁ ଧୀର ଆତ୍ମମନେମୁହୂର୍ତ୍ତେ ରହ ମୋ ବଚନେ

  63. Couplet 63

    ଦେଖ ଏ ଭୟଙ୍କର ବେଳାପ୍ରେତ-ପିଶାଚଗଣ ମେଳା

  64. Couplet 64

    ଭୂତ-ବେତାଳ ଘେନି ସଙ୍ଗେରମନ୍ତି ଭୂତପତି ରଙ୍ଗେ

  65. Couplet 65

    ଦେଖ ଏ ଘୋର-ସନ୍ଧ୍ୟାକାଳେଘୋର ଶବଦ ଗଣମେଳେ

  66. Couplet 66

    ଶ୍ମଶାନ-ଧୂଳିରେ ଧୂସରଜଟାକଳାପେ ଭୟଙ୍କର

  67. Couplet 67

    ଭସ୍ମଲେପନ ସର୍ବଅଙ୍ଗେଭୂତାଦିଗଣ ଘେନି ସଙ୍ଗେ

  68. Couplet 68

    ବୃଷଭେ ବସି ଭୂତପତିଦେଖଇ ସର୍ବଜନ ଗତି

  69. Couplet 69

    ତୋହର ଦେବର ସ୍ୱଭାବେମୁହୂର୍ତ୍ତେ ରହ ସଖି ଏବେ

  70. Couplet 70

    ପର ଅପର ଯାର ନାହିଁବନ୍ଦନ ନିନ୍ଦନ ବା କାହିଁ

  71. Couplet 71

    ଆମ୍ଭେ ସକଳେ ଯା ଚରଣେସେବୁ ସୁବ୍ରତ ଆଚରଣେ

  72. Couplet 72

    ତାର ପ୍ରସାଦ ଶେଷଭୋଗଭୁଞ୍ଜୁ ଅତୁଲ୍ୟ ସଉଭାଗ୍ୟ

  73. Couplet 73

    ଯାର ନିର୍ମଳ ଗୁଣ ଚିନ୍ତିମାୟା-ପଟଳେ ସର୍ବ ଯତି

  74. Couplet 74

    ଚିନ୍ତନ୍ତି ନିର୍ଲେପ ଶରୀରଅଚିନ୍ତ୍ୟ ଗୁଣ ଯେ ଗଭୀର

  75. Couplet 75

    ନିର୍ମଳଚେତା ମୁନିଗଣେଧ୍ୟାନେ ଚିନ୍ତନ୍ତି ଯା ଚରଣେ

  76. Couplet 76

    ତପ ସାଧନେ ଯୋଗେ ଚିନ୍ତିଅଶେଷ ସମ୍ପଦ ଲଭନ୍ତି

  77. Couplet 77

    ପିଶାଚ-ମାର୍ଗ ଦେଖି ତା’ରସୁଜନେ କରନ୍ତି ବିଚାର

  78. Couplet 78

    ଊଣା ଅଧିକେ ଯାର ନାହିଁପିଶାଚ-ଚେଷ୍ଟାରେ ଭ୍ରମଇ

  79. Couplet 79

    ତାଙ୍କୁ ଯେ ଦୁର୍ଭଗା ହସନ୍ତିସେ ତା ମହିମା ନ ଜାଣନ୍ତି

  80. Couplet 80

    ବ୍ରହ୍ମାଦି ଦେବେ ଯା କିଙ୍କରଯା ମାୟାବଳେ ଏ ସଂସାର

  81. Couplet 81

    ସୃଷ୍ଟି ପାଳନ ସଂହାରଣଯେ ବିଶ୍ୱ ପରମ-କାରଣ

  82. Couplet 82

    ପିଶାଚଚେଷ୍ଟା ତାର ଦେଖିସାଧବ ଜନେ ହୋନ୍ତି ଦୁଃଖୀ

  83. Couplet 83

    ଚରିତ ବିଡ଼ମ୍ବନ ତା’ରଦେବ ମାନବେ ଅଗୋଚର

  84. Couplet 84

    ଇନ୍ଦ୍ରିୟଗଣ ସେ ଦିତିରକାମରେ ହୋଇଲା ଅସ୍ଥିର

  85. Couplet 85

    ଏମନ୍ତେ ସ୍ୱାମୀ ବାକ୍ୟ ଶୁଣିସ୍ୱଭାବେ ଉନ୍ମତ୍ତ ତରୁଣୀ

  86. Couplet 86

    ମଦନବାଣେ ଭୋଳ ଚିତ୍ତବେଗେ ଧଇଲା ସ୍ୱାମୀ ହସ୍ତ

  87. Couplet 87

    ବସ୍ତ୍ର କରଷି ବାମକରେକଟାକ୍ଷେ ଚାହେଁ କାମଭରେ

  88. Couplet 88

    ବୃଷଳୀ ପ୍ରାୟେ ଲଜ୍ଜା ଛାଡ଼ିରମଣରସେ ଚିତ୍ତ ବଢ଼ି

  89. Couplet 89

    ପତ୍ନୀ ନିର୍ବନ୍ଧ ମୁନି ଦେଖିଧର୍ମ ବିଷୟେ ମନେ ଦୁଃଖୀ

  90. Couplet 90

    ଦଇବ ରୂପ ଯେ ଈଶ୍ୱରତାହାଙ୍କୁ କରି ନମସ୍କାର

  91. Couplet 91

    ଏକାନ୍ତେ ଯାଇ ତା’ର ସଙ୍ଗେମେଳ ହୋଇଲେ ରତିରଙ୍ଗେ

  92. Couplet 92

    ପତ୍ନୀ ରମଣରସ ସାରିତକ୍ଷଣେ ଆଚମନ କରି

  93. Couplet 93

    କର ଚରଣ ଧୋଇ ଜଳେଆସନେ ବସିଲେ ନିଶ୍ଚଳେ

  94. Couplet 94

    ଗାୟତ୍ରୀମନ୍ତ୍ର ପ୍ରାଣାୟାମକରି ଚିନ୍ତିଲେ ବିଷ୍ଣୁନାମ

  95. Couplet 95

    ନିର୍ମଳ ଜ୍ୟୋତିରୂପେ ମନନିବେଶି ହୋଇଲେ ମଉନ

  96. Couplet 96

    ତକ୍ଷଣେ ଉଠି ଦିତି ବେଗେବସ୍ତ୍ର ଆଚ୍ଛାଦି ସର୍ବଅଙ୍ଗେ

  97. Couplet 97

    ସଲ୍ଲଜ୍ଜେ ଅଧୋମୁଖେ ରହିକହେ କଶ୍ୟପ ମୁଖ ଚାହିଁ

  98. Couplet 98

    ଭୋ ନାଥ ଶୁଣ ମୋ ବଚନମୋହର କର୍ମଫଳ ହୀନ

  99. Couplet 99

    ଯେ ଗର୍ଭ ହୋଇବ ମୋହରଯେମନ୍ତେ ନାଶ ନୋହେ ତା’ର

  100. Couplet 100

    ଅବଜ୍ଞା କରି ଭୂତପତିମୁଁ ଯେ ଆଚରିଲି ଅନୀତି

  101. Couplet 101

    ଭୋ ରୁଦ୍ର ନମୁଁ ତୋ ଚରଣେତୋର ବିହାର ଭୂତଗଣେ

  102. Couplet 102

    ହେ ଶିବ ଶିବ ଦଣ୍ତଧରଉŸଦ୍ଦଣ୍ତ ଦଣ୍ତ ତୋର କର

  103. Couplet 103

    ତୁ ଉଗ୍ର ଭୀମ ଉମାପତିତୋ ଅନୁଗ୍ରହେ ନାହିଁ ଭୀତି

  104. Couplet 104

    ଅପ୍ରାଧ ନାଶେ ତୋର ଦୟାତାକୁ ନ ଲାଗେ ବିଷ୍ଣୁମାୟା

  105. Couplet 105

    ତୁ ଉଗ୍ରରୂପ କ୍ଷମାକରନମୋ ନମସ୍ତେ ତୋ ପୟର

  106. Couplet 106

    ସଂହାରେ କ୍ରୋଧ ରୂପ ତୋରତୋ ପଦେ ମୋର ନମସ୍କାର

  107. Couplet 107

    ଗର୍ଭ ମୋ ରଖ ହେ ଗୋସାଇଁପ୍ରସନ୍ନ ହୁଅ ଦୟା ବହି

  108. Couplet 108

    ହେ ପ୍ରଭୁ ଦେବ ଭଗବାନଆମ୍ଭଙ୍କୁ ହୋଇବା ପ୍ରସନ୍ନ

  109. Couplet 109

    ମୁଁ ଯେ ସ୍ୱଭାବେ ସ୍ତିରୀଜାତିନମୋ ନମସ୍ତେ ସତୀପତି

  110. Couplet 110

    ପତ୍ନୀ-ସ୍ୱଭାବ ଭଲେ ଜାଣବିଚାରି ହୁଅ ତୁ ପ୍ରସନ୍ନ

  111. Couplet 111

    ଗର୍ଭ ଆଶିଷେ ମନ ଦେଇକମ୍ପେ କଶ୍ୟପ ମୁଖ ଚାହିଁ

  112. Couplet 112

    ତକ୍ଷଣେ ଧ୍ୟାନ ବେଗେମୁନି କହନ୍ତି ପତ୍ନୀ ଆଗେ

  113. Couplet 113

    ଭୋ ସଖି ଶୁଣ ଶୁଦ୍ଧଚିତ୍ତେଏ କର୍ମ ତୋହର ଆୟତ୍ତେ

  114. Couplet 114

    ମୁହୂର୍ତ୍ତ ଦୋଷ ଭୟଙ୍କରଦେବହେଳନ କର୍ମ ତୋ’ର

  115. Couplet 115

    ଏ ଦୋଷୁ ତୋ’ର ଗର୍ଭଗତେଜନ୍ମ ହୋଇବେ ବେନିସୁତେ

  116. Couplet 116

    ଦୁଷ୍ଟ ହୋଇବେ ଏ ଶୟଳେତପ ସାଧନ କର୍ମଫଳେ

  117. Couplet 117

    ଏ ତିନିପୁର ରାଜାଗଣେବିକଳେ ଖଟିବେ ଚରଣେ

  118. Couplet 118

    ଧନଜୀବନ ସେ ହରିବେପ୍ରାଣୀଙ୍କି ଦୁଃଖଶୋକ ଦେବେ

  119. Couplet 119

    ନିର୍ଦ୍ଦୋଷ ପ୍ରାଣୀଙ୍କି ମାରଣେପର ରମଣୀ କରଷଣେ

  120. Couplet 120

    ଏ ଆଦି ଯେତେ ପାପକର୍ମେବଳେ କରିବେ ମତିଭ୍ରମେ

  121. Couplet 121

    ମହତଜନେ କୋପ ଜାତକରିବେ ସେହି ବେନିଭ୍ରାତ

  122. Couplet 122

    ତାହାଙ୍କ ଦେଖି ଦୁଷ୍ଟକର୍ମକୋପିବେ ଶ୍ରୀପୁରୁଷୋତ୍ତମ

  123. Couplet 123

    ଏ ମହୀତଳେ ଦେହ ବହିବିଷ୍ଣୁ ମାରିବେ ବେନିଭାଇ

  124. Couplet 124

    ଇନ୍ଦ୍ର ଯେସନେ ଦେହ ଧରିଘୋର ପର୍ବତ ଦର୍ପ ହରି

  125. Couplet 125

    ଏମନ୍ତେ କଶ୍ୟପ ବଚନବିଷାଦ ଶୁଣି ଦିତି ମନ

  126. Couplet 126

    ସ୍ୱାମୀ ଚରଣ ତଳେ ପଡ଼ିବୋଲଇ ବେନିକର ଯୋଡ଼ି

  127. Couplet 127

    ଭୋ ନାଥ ମୋ’ର ପୁତ୍ର ଯେବେସଂସାରେ ଦୁଷ୍ଟକର୍ମ ଭାବେ

  128. Couplet 128

    ବିଷ୍ଣୁର ହସ୍ତେ ଯିବେ ନାଶଏଣେ ମୋହର ନାହିଁ ତ୍ରାସ

  129. Couplet 129

    ତହିଁକି ମୋ’ର ଭୟ ନାହିଁବ୍ରାହ୍ମଣ କୋପେ ମୁଁ ଡରଇ

  130. Couplet 130

    ବ୍ରାହ୍ମଣ କୋପେ ଯେ ମରନ୍ତିପ୍ରାଣୀଙ୍କ ବଧ ଆଚରନ୍ତି

  131. Couplet 131

    ତାହାଙ୍କ ନାହିଁ ସୁଖ ଲେଶନରକେ ହୁଅନ୍ତି ପ୍ରବେଶ

  132. Couplet 132

    କର୍ମର ବଳେ ଯେତେ ଯୋନିଜନ୍ମ ଲଭନ୍ତି ଦେହ ଘେନି

  133. Couplet 133

    ଅଶେଷ ଦୁଃଖ ଫଳ ଭୋଗେଭୁଞ୍ଜନ୍ତି ଜୀବନ ସଂଯୋଗେ

  134. Couplet 134

    ଏମନ୍ତେ ଦିତିର ବଚନଶୁଣି କଶ୍ୟପ ତପୋଧନ

  135. Couplet 135

    ବୋଲନ୍ତି ଦିତି ମୁଖ ଚାହିଁଭୋ ସଖି ଶୁଣ ମନଦେଇ

  136. Couplet 136

    ଯେ ଅପରାଧ ତୋର କୃତତେଣୁ ଯେ ଶୋକ ଅନୁତାପ

  137. Couplet 137

    ଯେ ଭଲମନ୍ଦର ବିଚାରତକ୍ଷଣେ ହୋଇଲା ତୋହର

  138. Couplet 138

    ଯେ ଭାବ ହେଲା ହରିଠାରେଯେବା ଆଦର ତୋର ମୋରେ

  139. Couplet 139

    ଏଣୁ ତୋହର ବେନିପୁତ୍ରେଯନ୍ତ୍ରିତ ନିଜ କର୍ମସୂତ୍ରେ

  140. Couplet 140

    ବିଷ୍ଣୁର ହସ୍ତେ ପ୍ରାଣ ଦେଇଶାପୁ ତରିବେ ବେନିଭାଇ

  141. Couplet 141

    ତାହାଙ୍କ ପୁତ୍ରଙ୍କର ମଧ୍ୟେବିଷ୍ଣୁ ଭକତି ଅନୁବାଦେ

  142. Couplet 142

    ହୋଇବ ବିଷ୍ଣୁଭକ୍ତ ସାରଅତୁଲ୍ୟ ଗୁଣ ସୁବିଚାର

  143. Couplet 143

    ତାହାର ଯଶ ଇହଲୋକେବିଷ୍ଣୁଭକତ ମନସୁଖେ

  144. Couplet 144

    ଶୁଣି ଶ୍ରବଣେ ନିରନ୍ତରତରିବେ ଏ ଭବସାଗର

  145. Couplet 145

    ତା’ର ସ୍ୱଭାବ ପାଇବାରେଯୋଗୀଏ ସାଧିବେ ସଂସାରେ

  146. Couplet 146

    ହୋଇବ ହୃଦୟ ନିର୍ମଳଅଗ୍ନିରେ ଯେହ୍ନେ ହେମ-ମଳ

  147. Couplet 147

    ଯେ ହରି ସର୍ବଘଟେ ପୂରିସେ ହରି ତା’ରେ ଦୟାକରି

  148. Couplet 148

    ତା’ର ପ୍ରସନ୍ନେ ଏ ସଂସାରଯେଣୁ ତା ନାହିଁ ନିଜ ଘର

  149. Couplet 149

    ସେ ମହାଭାଗବତ ପୁଣିତା ଯଶ ଗାଇ ତରେ ପ୍ରାଣୀ

  150. Couplet 150

    ମହାତ୍ମା ମହତେ ମହତଭକତି ବଳେ ଶୋଧି ଚିତ୍ତ

  151. Couplet 151

    ବିଷ୍ଣୁ ଭକତି ଅତିରେକେଅନ୍ତେ ମିଳିବ ବିଷ୍ଣୁଲୋକେ

  152. Couplet 152

    ପର ସମ୍ପଦେ ସେ ସୁଖିତଦୁଃଖରେ ହୋଇବ ଦୁଃଖିତ

  153. Couplet 153

    ହରିବ ଜନଶୋକରାଶିନିଦାଘ-ତାପ ଯେହ୍ନେ ଶଶୀ

  154. Couplet 154

    ଦେଖିବ ତୋ ପୁତ୍ର ନନ୍ଦନଅନ୍ତର ବାହ୍ୟେ ଭଗବାନ

  155. Couplet 155

    ସୁନ୍ଦର-ବର-ସୁକୁମାରକର୍ଣ୍ଣେ କୁଣ୍ତଳ ହୃଦେ ହାର

  156. Couplet 156

    ପୌତ୍ରର ଗୁଣମାନ ଶୁଣିବୈଷ୍ଣବ-ଗୁଣେ ଶିରୋମଣି

  157. Couplet 157

    ସଂସାର କରିବ ପବିତ୍ରଶୁଣି ଆନନ୍ଦ ଦିତି ଚିତ୍ତ

  158. Couplet 158

    ଅନ୍ତର ଆତ୍ମା ଅତିତୋଷେସ୍ୱାମୀଙ୍କି ନମିଲା ହରଷେ

  159. Couplet 159

    ଦିତି-କଶ୍ୟପର ସମ୍ବାଦଶୁଣ ସୁଜନେ ଜ୍ଞାନଭେଦ

  160. Couplet 160

    ତୃତୀୟସ୍କନ୍ଧ ଭାଗବତକହିଲା ଦାସ ଜଗନ୍ନାଥ

Odia Bhagabata skandha 3 adhyaya 14 | Parbani by ParibhaAsha App