Skip to content
paribhaasha

Skandha 3

Adhyaya 13

  1. Couplet 1

    ଏମନ୍ତେ ମୈତ୍ରେୟ ବଚନଶୁଣି ବିଦୁର ତୋଷମନ

  2. Couplet 2

    କୃଷ୍ଣଚରିତେ ଭାବ ଭରିପୁଣି ପୁଚ୍ଛଇ ପାଦଧରି

  3. Couplet 3

    ସେ ସ୍ୱାୟମ୍ଭୁବ ବ୍ରହ୍ମାସୁତସଂସାର-ପ୍ରିୟ ପ୍ରିୟବ୍ରତ

  4. Couplet 4

    ପ୍ରତ୍ୟକ୍ଷେ ବ୍ରହ୍ମାର ଶରୀରସେ ସ୍ୱାୟମ୍ଭୁବ ନୃପବର

  5. Couplet 5

    ଯେ ଶତରୂପା ପତ୍ନୀ ତାରସ୍ୱଭାବେ ବ୍ରହ୍ମାର ଶରୀର

  6. Couplet 6

    ନିର୍ମିତ ନରନାରୀ ରୂପେବିଷ୍ଣୁ ଆଦେଶେ ମହାକଳ୍ପେ

  7. Couplet 7

    ମୈଥୁନଭାବେ ସେ ରହିଲେକେମନ୍ତେ ସୃଷ୍ଟି ଭିଆଇଲେ

  8. Couplet 8

    ସେ ରାଜଋଷିର ଚରିତକହି ସନ୍ତୋଷ କର ଚିତ୍ତ

  9. Couplet 9

    ଏ କୃଷ୍ଣକଥା ପୁଣ୍ୟଯଶଶ୍ରବଣେ ଚିତ୍ତ କଲା ଆଶ

  10. Couplet 10

    ଏମନ୍ତେ ବିଦୁରର ବାଣୀମୈତ୍ରେୟ ବୋଲେ ତାହା ଶୁଣି

  11. Couplet 11

    ଶୁଣ ବିଦୁର ଏକଚିତ୍ତେତୁ ଯାହା ପଚାରିଲୁ ମୋତେ

  12. Couplet 12

    ବ୍ରହ୍ମାର ଶରୀରୁ ସମ୍ଭବପତ୍ନୀର ତୁଲେ ସ୍ୱାୟମ୍ଭୁବ

  13. Couplet 13

    କରଅଞ୍ଜଳି ଶିରେ ଦେଇବୋଲଇ ବ୍ରହ୍ମାମୁଖ ଚାହିଁ

  14. Couplet 14

    ତୁ ସର୍ବଜନ୍ତୁଙ୍କର ପିତାଜନ୍ମସମ୍ପଦ ବୃତ୍ତିଦାତା

  15. Couplet 15

    ଆମ୍ଭେ ତୋହର ଭୃତ୍ୟପଣେଯେମନ୍ତେ ଖଟୁ ତୋ ଚରଣେ

  16. Couplet 16

    ସେ ଆଜ୍ଞା ଦିଅ ବେଦବରତୋ’ର ଚରଣେ ନମସ୍କାର

  17. Couplet 17

    ଯେ କର୍ମ ସାଧି ଅତିରେକେସୁ ଯଶ ଇହ ପରଲୋକେ

  18. Couplet 18

    ଲଭନ୍ତି ପ୍ରାଣୀ ଆତ୍ମସୁଖେସେ ଆଜ୍ଞା କର ତାତ ମୁଖେ

  19. Couplet 19

    ଏମନ୍ତେ ପୁତ୍ରର ବଚନେବ୍ରହ୍ମା କହିଲେ ତୋଷମନେ

  20. Couplet 20

    ଶୁଣ କୁମର ସାଧୁଧୀରତୁ ଏ ସଂସାରେ ନୃପବର

  21. Couplet 21

    ନିର୍ମଳ ହୃଦେ ତୁ ପଚାରୁଯେହ୍ନେ ସମ୍ବାଦ ଶିଷ୍ୟ ଗୁରୁ

  22. Couplet 22

    ତୋଠାରେ ହୋଇଲି ପ୍ରସନ୍ନତୋହର ହେଉ ଯେ କଲ୍ୟାଣ

  23. Couplet 23

    ପିତାର ଆଜ୍ଞା ଶିରେ ଧରିସାଦରେ ସର୍ବ ଦୂର କରି

  24. Couplet 24

    ଏହାର ସଙ୍ଗେ ତୁହି ରମସନ୍ତତି କର ଆତ୍ମସମ

  25. Couplet 25

    ପୃଥିବୀ ପାଳନ ତୁ କରଯଜ୍ଞେ ସନ୍ତୋଷ ଚକ୍ରଧର

  26. Couplet 26

    ପ୍ରଜା ପାଳନେ କର ଆଶାତେଣେ ମୋ ହୋଇ ଶୁଶ୍ରୂଷା

  27. Couplet 27

    ଯେ ଯଜ୍ଞରୂପ ଜନାର୍ଦ୍ଦନତୋ ପ୍ରତି ହୋଇବେ ପ୍ରସନ୍ନ

  28. Couplet 28

    ସେ ଯଜ୍ଞ ଅନ୍ତେ ଜନାର୍ଦ୍ଦନଯାହାକୁ ନୁହଁନ୍ତି ପ୍ରସନ୍ନ

  29. Couplet 29

    ବିଫଳ ଶ୍ରମ ହିଁ ତାହାରଯେଣୁ ଆତ୍ମାରେ ଅନାଦର

  30. Couplet 30

    ଏମନ୍ତେ ପିତାର ବଚନେଶୁଣି ସ୍ୱାୟମ୍ଭୁବ ତୋଷମନେ

  31. Couplet 31

    ଆନନ୍ଦେ ଶିରେ କର ଦେଇବୋଲଇ ବ୍ରହ୍ମାମୁଖ ଚାହିଁ

  32. Couplet 32

    ଭୋ ନାଥ ତୋହର ଆଦେଶେସୃଷ୍ଟି ମୁଁ କରିବି ବିଶ୍ୱାସେ

  33. Couplet 33

    ମୁଁ ସୃଷ୍ଟି ସରଜିବି କାହିଁଏ ଜଳେ ଧରଣୀ ତ ନାହିଁ

  34. Couplet 34

    ତାର ଉଦ୍ଧାରେ ଯତ୍ନ କରଯେମନ୍ତେ ସୃଷ୍ଟିର ସଂଚାର

  35. Couplet 35

    ଏମନ୍ତେ ପୁତ୍ରର ବଚନେବ୍ରହ୍ମା ବିଚାରେ ନିଜମନେ

  36. Couplet 36

    ମାୟା ପ୍ରଳୟ ଜଳରାଶିପବନ ସଙ୍ଗେ ମୁଁ ଯେ ଗ୍ରାସି

  37. Couplet 37

    ପୃଥିବୀ ନିବେଶିଲି ଜଳେପ୍ରଜା କଳ୍ପିଲି ଯୋଗବଳେ

  38. Couplet 38

    ଦେବ ଅସୁର ପିତୃ ନରପଶୁ ପତଙ୍ଗ ମହୀଧର

  39. Couplet 39

    ବୃକ୍ଷ ଔଷଧି ଉଚ୍ଚ-ନୀଚେଧରଣୀ ସ୍ଥାପିଲି ଯେ ସଞ୍ଚେ

  40. Couplet 40

    ଏବେ ତ ଜଳେ ନାହିଁ ମହୀଏମନ୍ତ ବ୍ରହ୍ମା ବିଚାରଇ

  41. Couplet 41

    ଜଳେ ନ ଦେଖି ବସୁନ୍ଧରୀବିଧାତା ମନେ ଧ୍ୟାନକରି

  42. Couplet 42

    ମହୀ ବୁଡ଼ିଲା ମହାଜଳେକେମନ୍ତେ ଉଦ୍ଧରିବି ବଳେ

  43. Couplet 43

    ଯାର ଆଦେଶେ ଅବତରିମୁଁ ଏ ସଂସାରେ ଅଧିକାରୀ

  44. Couplet 44

    ସେ ହରି ଯେବେ ଦୟାକରେଧରଣୀ ଆପଣେ ଉଦ୍ଧରେ

  45. Couplet 45

    ନୋହିଲେ ମୋର ଶକ୍ୟ କାହିଁଏମନ୍ତେ ବିଷ୍ଣୁପାଦ ଧ୍ୟାୟି

  46. Couplet 46

    ବ୍ରହ୍ମା ରହିଲେ ସ୍ତମ୍ଭୀଭୂତେଶୁଣ ବିଦୁର ଏକଚିତ୍ତେ

  47. Couplet 47

    ତକ୍ଷଣେ ପ୍ରଭୁ ନରହରିବାଳ ଶୂକର ରୂପଧରି

  48. Couplet 48

    ଅଙ୍ଗୁଷ୍ଠ ପ୍ରମାଣ ଶରୀରେଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ

  49. Couplet 49

    ପୁଣି କ୍ଷଣକେ ଗଜପ୍ରାୟେଅଦ୍ଭୁତେ ବଢ଼େ ତାରକାୟେ

  50. Couplet 50

    ମରୀଚି ଆଦି ମୁନି ଯେତେସନତକୁମାର ସହିତେ

  51. Couplet 51

    ଅଦ୍ଭୁତ ବରାହ ଶରୀରକ୍ଷଣକ୍ଷଣକେ ଅଗୋଚର

  52. Couplet 52

    ଋଷିଙ୍କି ଚାହିଁ ବେଦବରକହନ୍ତି ଦେଖି ତା ଶରୀର

  53. Couplet 53

    ଅଙ୍ଗୁଷ୍ଠ ମାତ୍ରେ ଜାତ ହୋଇପର୍ବତ ସମାନେ ବଢ଼ଇ

  54. Couplet 54

    ଶୁଣ ସକଳ ମୁନିଜନେଏ ରୂପେ ଖେଦ ମୋରମନେ

  55. Couplet 55

    ଏମନ୍ତେ ପୁତ୍ରଗଣ ଘେନିବିଚାର କରେ ପଦ୍ମଯୋନି

  56. Couplet 56

    ଏ ବା ଅନାଦି-ଭଗବାନଏ ରୂପେ ବୋଧେ ମୋର ମନ

  57. Couplet 57

    ଏମନ୍ତ ଜାଣି ବାସୁଦେବଗର୍ଜିଲେ ଗଜେନ୍ଦ୍ର ସ୍ୱଭାବ

  58. Couplet 58

    ବ୍ରହ୍ମାଦି ଋଷିଙ୍କ ସମେତେହରଷ କଲେ ସର୍ବେ ଚିତ୍ତେ

  59. Couplet 59

    ଦିଗ ପୂରିଲା ଗରଜନ୍ତେଅଦ୍ଭୁତ ଶବଦ ସହିତେ

  60. Couplet 60

    ସେ ମାୟାମୟ ରୂପ ହରିଛଳେ ଶୂକର ରୂପ ଧରି

  61. Couplet 61

    ଦେଖି ଚକିତ ମୁନିଜନେଆନନ୍ଦେ ବିଚାରନ୍ତି ମନେ

  62. Couplet 62

    ଜନ ସତ୍ୟ ତପ ନିବାସୀମିଳି ସକଳ ବ୍ରହ୍ମଋଷି

  63. Couplet 63

    ସ୍ତୁତି କରନ୍ତି ମନତୋଷେଧରଣୀ ଉଦ୍ଧରିବା ଆଶେ

  64. Couplet 64

    ଯାହାର ଗୁଣ ଅନୁବାଦେକ୍ଷମ ନୁହଁନ୍ତି ଚାରିବେଦେ

  65. Couplet 65

    ଯା ରୂପ ମନଜ୍ଞାନେ ଚିନ୍ତିଅଶେଷ ଶାସ୍ତ୍ରେ ନ ଜାଣନ୍ତି

  66. Couplet 66

    ମୁନିଙ୍କ ସ୍ତୁତିବାକ୍ୟ ଶୁଣିତକ୍ଷଣେ ପ୍ରଭୁ ଚକ୍ରପାଣି

  67. Couplet 67

    ଦେବଙ୍କ ହିତଅର୍ଥେ ହରିପୁଣି ଶୂକର ନାଦକରି

  68. Couplet 68

    ଗଜେନ୍ଦ୍ର ଲୀଳା କରି ହେଳେବିଷ୍ଣୁ ପଶିଲେ ମହାଜଳେ

  69. Couplet 69

    ଖୁର-ଲାଙ୍ଗୁଡ଼ ମୁଖେ ତାଡ଼ିଶବଦ ଶୁଭେ ଘଡ଼ଘଡ଼ି

  70. Couplet 70

    ଜଳ ପ୍ରବେଶ ପୂର୍ବେ ହରିପୁଚ୍ଛ ଉତ୍ କ୍ଷେପ ଉର୍ଦ୍ଧ୍ୱେ କରି

  71. Couplet 71

    ଲମ୍ଫରେ ଆକାଶେ ଉଠିଲେକଠୋର ଶଟା କମ୍ପାଇଲେ

  72. Couplet 72

    ବରାହ ଦେହ ଜଳକଣେଶୂନ୍ୟେ ତିନ୍ତିଲେ ଦେବଗଣେ

  73. Couplet 73

    ଲାଙ୍ଗୁଡ଼-ବୃଷ୍ଟି-ଜଳଲାଗିଦିଗେ ହୋଇଲେ ସଉଭାଗୀ

  74. Couplet 74

    ସୁତୀକ୍ଷ୍ଣ ଖୁର କ୍ଷିପ୍ତଜଳେସମୁଦ୍ର ଉଛୁଳେ କଲ୍ଲୋଳେ

  75. Couplet 75

    ପର୍ବତ ପ୍ରାୟେ ଦେହକାନ୍ତିଜ୍ୟୋତି ସମୂହେ ଝଟକନ୍ତି

  76. Couplet 76

    ମହୀ ଖୋଜନ୍ତି ଘ୍ରାଣବାସେଧରଣୀ ଉଦ୍ଧରିବା ଆଶେ

  77. Couplet 77

    କରାଳ ଦନ୍ତ ଓଷ୍ଠ ପାଟିଉର୍ଦ୍ଧ୍ୱେ ମୁନିଙ୍କି ଦେଇ ଦୃଷ୍ଟି

  78. Couplet 78

    ଅଙ୍ଗ ନିର୍ଘାତ ବଜ୍ର ପ୍ରାୟେଦେଖି ଜଳଧି କଲା ଭୟେ

  79. Couplet 79

    ତରଙ୍ଗ-କର ଉଚ୍ଚେ କରିଡାକଇ ରଖ ଦଇତାରି

  80. Couplet 80

    ହେ ଯଜ୍ଞେଶ୍ୱର ତ୍ରାହିକରମୁଁ ତୁମ୍ଭ ଚରଣେ କିଙ୍କର

  81. Couplet 81

    ସମୁଦ୍ର ମୁଖରାବ ଗୋଳେହରି ପଶିଲେ ରସାତଳେ

  82. Couplet 82

    ଜଳେ ନିମଗ୍ନା ବସୁନ୍ଧରୀତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି

  83. Couplet 83

    ଜଳୁ ଆସନ୍ତେ ଊଦ୍ଧ୍ୱର୍ମୁଖେଅସୁର ମିଳିଲା ସମ୍ମୁଖେ

  84. Couplet 84

    ଆଦିଅସୁର ଯେ ପ୍ରତ୍ୟକ୍ଷନାମ ତାହାର ହିରଣାକ୍ଷ

  85. Couplet 85

    ଗଦା ବୁଲାଇ ଅତିବେଗେମିଳିଲା ଯଜ୍ଞନାଥ ଆଗେ

  86. Couplet 86

    ମତ୍ତମାତଙ୍ଗ ଯେହ୍ନେ ମହୀକର୍କଶ ଦନ୍ତେ ବିଦାରଇ

  87. Couplet 87

    ଲୀଳାଏ ଅସୁର ସଂହାରିଗଜକୁ ଯେସନେ କେଶରୀ

  88. Couplet 88

    ତା ଦେହ ଦଶନେ ବିଦାରିଧରଣୀ ଘେନି ବିଜେକରି

  89. Couplet 89

    ତମାଳ ନୀଳବର୍ଣ୍ଣ ଦେହୀଶୁଭ୍ର ତୀକ୍ଷ୍ ଣ ଦନ୍ତ ଦୁୁୁଇ

  90. Couplet 90

    ଦଶନଅଗ୍ରେ ମହୀ ରହେଚନ୍ଦ୍ରେ କଳଙ୍କ ଯେହ୍ନେ ଶୋହେ

  91. Couplet 91

    ଏମନ୍ତ ରୂପ ଦେଖି ବେଗେବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ

  92. Couplet 92

    ସଙ୍ଗତେ ମୁନିଗଣ ଘେନିସ୍ତୁତି କରଇ ପଦ୍ମଯୋନି

  93. Couplet 93

    ହେ ଯଜ୍ଞରୂପୀ ଜନାର୍ଦ୍ଦନତୋର ବିହାର ତ୍ରିଭୁବନ

  94. Couplet 94

    ଜୟ ତୁ ଜୟ ଭଗବାନତୁ ବେଦମୟ ବିଦ୍ୟମାନ

  95. Couplet 95

    ଯଜ୍ଞମୂରତି ନିଜ ପିଣ୍ତେଯେ ଯଜ୍ଞଧର୍ମ କର୍ମକାଣ୍ତେ

  96. Couplet 96

    ତୋର ଶରୀର ରୋମକୂପେସମୁଦ୍ର ଲୁଚିଲା ସ୍ୱରୂପେ

  97. Couplet 97

    ନମୋ ଗୋବିନ୍ଦ ମହୀଧରଅଶେଷ-ମହିମା-ସାଗର

  98. Couplet 98

    ହେ କାଳରୂପୀ ତୋ ଚରଣେନିର୍ଭୟେ ପଶିଲୁ ଶରଣେ

  99. Couplet 99

    ଯଜ୍ଞାଦି ଆତ୍ମା ତୋ ଶରୀରଦୁଷ୍କୃତଜନେ ଅଗୋଚର

  100. Couplet 100

    ତୋ ଦେହ ଚର୍ମେ ବେଦ ବସେଅନଳ ରୋମକୂପ ଦେଶେ

  101. Couplet 101

    ଘୃତ ଆହୁତି ନେତ୍ରଯୁଗେଚତୁରହୋତ୍ର ପାଦଭାଗେ

  102. Couplet 102

    ଏ ଯଜ୍ଞ ଶ୍ରୁଚ ତୋର ତୁଣ୍ତେଶ୍ରୁବ ନିର୍ମିତ ନାସାଖଣ୍ତେ

  103. Couplet 103

    ଇଡ଼ା ଉଦର ଅନୁବନ୍ଧେଚମସ ରହେ କର୍ଣ୍ଣରନ୍ଧ୍ରେ

  104. Couplet 104

    ପ୍ରାଶିତ୍ର ବସେ ତୋର ଆସ୍ୟେଗ୍ରହେ ବସନ୍ତି ତୋର ଗ୍ରାସେ

  105. Couplet 105

    ଚର୍ବଣେ ଅଗ୍ନିହୋତ୍ର ରହେଦୀକ୍ଷା ତୋ ଅନୁଜନ୍ମ ବହେ

  106. Couplet 106

    ଯେ ଉପଷଦ ତିନିଈଷ୍ଟେସେ ତୋର ଗ୍ରୀବାଦେଶ ଅଟେ

  107. Couplet 107

    ଦନ୍ତେ ପ୍ରାୟଣୀ ଉଦୟିନୀଜିହ୍ୱାରେ ପ୍ରବର୍ଗ୍ୟକୁ ଘେନି

  108. Couplet 108

    ଶିରେ ହୋମରହିତ ଅଗ୍ନିଆବର ଉପାସନା ବହ୍ନି

  109. Couplet 109

    ପ୍ରାଣେ ବସନ୍ତି ଚିତିଗଣସୋମ ତୋ ରେତ ଆଚରଣ

  110. Couplet 110

    ସବନ ତୋହର ଅବସ୍ଥାସପ୍ତଧାତୁଏ ତୋର ସଂସ୍ଥା

  111. Couplet 111

    ତୋ ଦେହସନ୍ଧି ସର୍ବ ସତ୍ରତୁ ସର୍ବଯଜ୍ଞ କ୍ରତୁ ମାତ୍ର

  112. Couplet 112

    ମନ୍ତ୍ରଦେବତା ରୂପ ତୁହିତୁ ଦ୍ରବ୍ୟ କ୍ରତୁ କ୍ରିୟା ହୋଇ

  113. Couplet 113

    ବୈରାଗ୍ୟ ଭକ୍ତି ଆତ୍ମଜୟେକରାଉ ଜ୍ଞାନର ଉଦୟେ

  114. Couplet 114

    ତୁ ବିଦ୍ୟାଗୁରୁ ଜ୍ଞାନଦାତାସକଳ ଜୀବ ପିତାମାତା

  115. Couplet 115

    ଅଖିଳ ମୂର୍ତ୍ତି ଭଗବାନତୋର ଚରଣେ ନମୋନମ

  116. Couplet 116

    ତୋ ଦନ୍ତଅଗ୍ରେ ବସୁନ୍ଧରୀବିରାଜେ ନିଜ ରୂପ ଧରି

  117. Couplet 117

    କି ଅବା ଦେବା ପଟାନ୍ତରଜଳେ ଯେସନେ କରୀବର

  118. Couplet 118

    ପଦ୍ମବନରୁ ସେ ନିର୍ଗତଦନ୍ତାଗ୍ରେ ପଦ୍ମିନୀ ଶୋଭିତ

  119. Couplet 119

    ଏ ଯେ ଶୂକର ତୋର ଦେହଅଶେଷ ଯଜ୍ଞ ବେଦମୟ

  120. Couplet 120

    ଦନ୍ତେ ଧରଣୀ କରେ ଶୋଭାକିବା ଉପମା ଆମ୍ଭେ ଦେବା

  121. Couplet 121

    ପର୍ବତଶୃେଙ୍ଗ ଜଳଧରଯେମନ୍ତେ ଦିଶଇ ସୁନ୍ଦର

  122. Couplet 122

    ତେମନ୍ତେ ଶୋଭିତ ଧରଣୀତୋ ଦନ୍ତଅଗ୍ରେ ଚକ୍ରପାଣି

  123. Couplet 123

    ଏବେ ଧରଣୀ ସ୍ଥାପ ଜଳେଭୋ ନାଥ ତୋର ମାୟାବଳେ

  124. Couplet 124

    ଏ ଭୂମି ଜୀବଲୋକ-ମାତାତୁ ନାଥ ଜୀବଲୋକ-ପିତା

  125. Couplet 125

    ତୋ ବିନୁ କେବା ଅନ୍ୟ ବଳେମହୀ ଉଦ୍ଧରେ ମହାଜଳେ

  126. Couplet 126

    ଏଣୁ ବିସ୍ମୟ ଆମ୍ଭ ନାହିଁଅତି ବିସ୍ମୟ ବିଶ୍ୱେ ଯେହି

  127. Couplet 127

    ତାହାକୁ ତୁହି ମାୟାବଳେସର୍ଜନା କଲୁ ଏ ଶୟଳେ

  128. Couplet 128

    ଏ ଯେ ଈଶ୍ୱର ତୋର ଦେହୀସକଳ ବେଦମୟ ଏହି

  129. Couplet 129

    ଜଳେ ପଶନ୍ତେ ତୋ ଶରୀରଜଳଧି ଦିଶେ ଭୟଙ୍କର

  130. Couplet 130

    ତୋ ରୋମଅଗ୍ରେ ଜଳରାଶିଉଛୁଳି ଶୂନ୍ୟମାର୍ଗେ ଆସି

  131. Couplet 131

    ସେ ଜଳବିନ୍ଦୁ ସ୍ପର୍ଶ ମାତ୍ରସକଳେ ହୋଇଲୁ ପବିତ୍ର

  132. Couplet 132

    ଜନ ତପ ସତ୍ୟ ଭୁବନେଆମ୍ଭେ ଯେ ରହୁ ତୋଷମନେ

  133. Couplet 133

    ତୋ ରୋମଜଳେ କରି ସ୍ନାନଆନନ୍ଦେ ତୋଷ କଲୁ ମନ

  134. Couplet 134

    ପବିତ୍ର କଲୁ ପିଣ୍ତ ପ୍ରାଣତୋର ଶରଣ ନାରାୟଣ

  135. Couplet 135

    ତୋ କର୍ମ-ପାର ଜାଣିବାରେଯେ ଜନ ମନେ ବାଞ୍ଛାକରେ

  136. Couplet 136

    ତାହାକୁ ବୋଲି ମନ୍ଦମତିଯେଣୁ ଅସାଧ୍ୟ ତୋର ଗତି

  137. Couplet 137

    ତୋ ଯୋଗମାୟା ଗୁଣ ବଳେଆମ୍ଭେ ମୋହିତ ଏ ଶୟଳେ

  138. Couplet 138

    ଏଣୁ ବିଶ୍ୱକୁ ସୁଖ ଦେଇଆମ୍ଭଙ୍କୁ ନାଥ କର ତ୍ରାହି

  139. Couplet 139

    ବ୍ରହ୍ମାଦି ମୁନିଙ୍କ ବଚନେବରାହ ରୂପୀ ତୋଷମନେ

  140. Couplet 140

    ଜଳେ ବସାଇ ବସୁନ୍ଧରୀଅଦୃଶ୍ୟ ହୋଇଲେ ମୁରାରି

  141. Couplet 141

    ସେ ହରି ଅଭୟ ଚରଣେବିଦୁର ପଶ ତୁ ଶରଣେ

  142. Couplet 142

    ଏ ମନୋହର କୃଷ୍ଣକଥାଯେ ଅବା ହୋନ୍ତି ଶ୍ରୋତା ବକ୍ତା

  143. Couplet 143

    ତା’ର ହୃଦୟେ ଭଗବାନତକ୍ଷଣେ ହୁଅନ୍ତି ପ୍ରସନ୍ନ

  144. Couplet 144

    ସେ ହରି ଅଦ୍ଭୁତ ଚରିତଶୁଣି ବିଦୁର ତୋଷଚିତ୍ତ

  145. Couplet 145

    ଶୁଣ ସୁଜନେ ତୋଷଚିତ୍ତେସଂସାରୁ ତରିବ ଯେମନ୍ତେ

  146. Couplet 146

    ଯାର ପ୍ରସନ୍ନେ ମାୟାଘୋରନଳିନୀଦଳେ ଯେହ୍ନେ ନୀର

  147. Couplet 147

    ନ ଲାଗେ ନିରତେ ସିଞ୍ଚନ୍ତେବିଷ୍ଣୁ-ପ୍ରସଙ୍ଗ ଅନୁମତେ

  148. Couplet 148

    କର୍ଣ୍ଣେ ପଶନ୍ତେ ହରିବାଣୀସୁଧା-ସମୁଦ୍ର ପରିମାଣି

  149. Couplet 149

    ଆନନ୍ଦେ କର ସୁଧାପାନଯେଣେ ହୋଇବ ତତ୍ତ୍ବଜ୍ଞାନ

  150. Couplet 150

    ତୃତୀୟସ୍କନ୍ଧେ ଭାଗବତଅଦ୍ଭୁତ ବରାହ ଚରିତ

  151. Couplet 151

    ଏଣେ ନିବେଶି ବୁଦ୍ଧି-ଚିତ୍ତକହଇ ଦାସ ଜଗନ୍ନାଥ

Odia Bhagabata skandha 3 adhyaya 13 | Parbani by ParibhaAsha App