Skip to content
paribhaasha

Skandha 3

Adhyaya 12

  1. Couplet 1

    ଏମନ୍ତେ କାଳସଂଖ୍ୟା ଯେତେବର୍ଣ୍ଣିଲି ତୋହର ଅଗ୍ରତେ

  2. Couplet 2

    ଏବେ ବିଦୁର କହୁଁ ତୋତେସେ ବ୍ରହ୍ମା-ସର୍ଜନା ଯେମନ୍ତେ

  3. Couplet 3

    ବେଦ ବିଚାରେ କଲା ସୃଷ୍ଟିଯେଣୁ ଅମୋଘ ତାର ଦୃଷ୍ଟି

  4. Couplet 4

    ଅନ୍ଧତାମିସ୍ର ମହାମୋହତାମିସ୍ର ପୁଣି ତମ ମୋହ

  5. Couplet 5

    ଅବିଦ୍ୟା ପଞ୍ଚପର୍ବ ସୃଷ୍ଟିଆଗେ କଳ୍ପିଲା ପରମେଷ୍ଟି

  6. Couplet 6

    ପାପ-ବହୁଳ-ସୃଷ୍ଟି ସେହିତା ଦେଖି ବ୍ରହ୍ମା ବିଚାରଇ

  7. Couplet 7

    ଏ ସୃଷ୍ଟି ନୋହିଲା ଉଚିତଦୃଢ଼େ ଗୋବିନ୍ଦେ ଦେଲା ଚିତ୍ତ

  8. Couplet 8

    ଗୋବିନ୍ଦପାଦ ଧ୍ୟାନ ବଳେସଂଯୁକ୍ତ-ଭକତି ନିଶ୍ଚଳେ

  9. Couplet 9

    ବିଷ୍ଣୁର ଅଂଶେ ଚାରିଭ୍ରାତବ୍ରହ୍ମାର ମନମଧ୍ୟୁ ଜାତ

  10. Couplet 10

    ସନକ ସନନ୍ଦ ଏ ବେନିକୁମାର ସନାତନ ଘେନି

  11. Couplet 11

    ସ୍ୱଭାବେ ଉର୍ଦ୍ଧ୍ୱରେତା ହୋନ୍ତିବିଷ୍ଣୁହୁଁ ଆନ ନ ଜାଣନ୍ତି

  12. Couplet 12

    ତାହାଙ୍କୁ ଚାହିଁ ବେଦବରସ୍ୱଭାବେ କହଇ ମଧୁର

  13. Couplet 13

    ତୁମ୍ଭେ ଚତୁରପୁତ୍ରେ ମୋରବେଦପ୍ରମାଣେ ସୃଷ୍ଟି କର

  14. Couplet 14

    ଏ ସୃଷ୍ଟି ହୋଇବ ତୁମ୍ଭରଯାଅ ଯା ମୋର ବୋଲ କର

  15. Couplet 15

    ଏମନ୍ତେ ପିତା ବାକ୍ୟ ଶୁଣିପୁତ୍ରେ କହନ୍ତି ମନେ ଗୁଣି

  16. Couplet 16

    ଆମ୍ଭର ତେଣେ କାର୍ଯ୍ୟ ନାହିଁଏମନ୍ତ ଆଜ୍ଞା ଦିଅ ତୁହି

  17. Couplet 17

    ଗୋବିନ୍ଦ-ଚରଣାରବିନ୍ଦେଭକ୍ତି କରିବୁ ମୋକ୍ଷ-ସଧେ

  18. Couplet 18

    ଏମନ୍ତେ ଶୁଣି ତାଙ୍କ ବାଣୀକ୍ରୋଧେ କମ୍ପିଲା କୁଶପାଣି

  19. Couplet 19

    ପୁଣି ବୁଦ୍ଧିରେ ଚିତ୍ତ ଧରିଧ୍ୟାନେ ସୁମରି ନରହରି

  20. Couplet 20

    କୋପେ ଭ୍ରୂକୁଟୀ ତା କୁଟୀଳବଦନ ଦିଶିଲା ପିଙ୍ଗଳ

  21. Couplet 21

    ଭ୍ରୂକୁଟୀ ମଧ୍ୟୁ ପୁତ୍ର ଜାତଦିଶଇ ସୁନୀଳ-ଲୋହିତ

  22. Couplet 22

    ଦେବଙ୍କ ପୂର୍ବେ ଜାତ ସେହିକାନ୍ଦଇ ବ୍ରହ୍ମା ମୁଖ ଚାହିଁ

  23. Couplet 23

    ବୋଲଇ ଶୁଣ ବେଦବରମୋହର ନାମ ଆଗେ କର

  24. Couplet 24

    ନିର୍ଭୟ ସ୍ଥାନେ ସ୍ଥାପ ମୋତେଯେମନ୍ତେ ରହିବି ନିଶ୍ଚିନ୍ତେ

  25. Couplet 25

    ଶୁଣି ସାନନ୍ଦ ପ୍ରଜାପତିଚିନ୍ତିଲା ଯେବା ନାମ ସ୍ଥିତି

  26. Couplet 26

    ହେ ପୁତ୍ର ରୋଦନ ନ କରକରିବି ବଚନ ତୋହର

  27. Couplet 27

    ରୋଦନ କଲୁ ଆଗେ ଯେଣୁତୋ’ ନାମ ରୁଦ୍ର ହେଉ ତେଣୁ

  28. Couplet 28

    ଏମନ୍ତ କହି ତାର ଆଗେସ୍ଥାନ କଳ୍ପିଲା ଯଥାଭାଗେ

  29. Couplet 29

    ମନ ଇନ୍ଦ୍ରିୟ ପ୍ରାଣ ବ୍ୟୋମବାୟୁ ଅନଳ ଜଳସ୍ଥାନ

  30. Couplet 30

    ମହୀ ମିହିର ଚନ୍ଦ୍ର ତପଏମନ୍ତେ ଏକାଦଶ ରୂପ

  31. Couplet 31

    ଯେ ସ୍ଥାନେ ଯେ ନାମ ତୋହରହୋଇବ ଶୁଣ ହେ କୁମର

  32. Couplet 32

    ମନ ଉପରେ ମନ୍ୟୁ ନାମଇନ୍ଦ୍ରିୟ ପଦେ ମନୁ ଜାଣ

  33. Couplet 33

    ପ୍ରାଣରେ ବସେ ମହୀନସଆକାଶେ ମହାନ ପ୍ରକାଶ

  34. Couplet 34

    ପବନେ ଶିବରୂପ ବସେଅନଳେ ଋତଧ୍ୱଜ ମିଶେ

  35. Couplet 35

    ଉର୍ଦ୍ଧ୍ୱରେତସ ଜଳ ଯୋଗେଭବ ବସିବ ଭୂମିଭାଗେ

  36. Couplet 36

    ରବିର ସ୍ଥାନେ କଳାଭାବଚନ୍ଦ୍ରେ ବସିବ ବାମଦେବ

  37. Couplet 37

    ତପେ ବସିବ ଧୃତବ୍ରତଏମନ୍ତେ ଏକାଦଶ ମତ

  38. Couplet 38

    ତୁମ୍ଭର ପତ୍ନୀ ନାମ ଯେତେଶୁଣ କହିବା ତୋ ଅଗ୍ରତେ

  39. Couplet 39

    ଧୀ ବୃତ୍ତି ଉଶନା ଯେ ଉମାଅପରେ ଶୁଣ ଯେତେ ବାମା

  40. Couplet 40

    ନିୟତ୍ସର୍ପୀ ଇଳା ଅମ୍ବିକାଇରାବତୀ ଯେ ସୁଧା ଦୀକ୍ଷା

  41. Couplet 41

    ଏ କନ୍ୟା ରୁଦ୍ରାଣୀ ବୋଲାନ୍ତିଏହାଙ୍କ ତୁମ୍ଭେ ହୁଅ ପତି

  42. Couplet 42

    ଏ ଯେତେ ନାମ ଆଦି ସ୍ଥାନସ୍ତିରୀ ସହିତେ ତୁହି ଘେନ

  43. Couplet 43

    ଏହି ପ୍ରମାଣେ ସୃଷ୍ଟି କରହୁଅ ତୁ ପ୍ରଜାପତି-ବର

  44. Couplet 44

    ଏମନ୍ତେ ଗୁରୁ ଆଜ୍ଞା ପାଇନୀଳ ଲୋହିତ ତୋଷ ହୋଇ

  45. Couplet 45

    ସତ୍ତ୍ବ ଆକୃତି ଆତ୍ମସମନିର୍ମାଣ କଲା ପ୍ରଜାଗଣ

  46. Couplet 46

    ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁସଂଶୟ ମନେ ବିଚାରଇ

  47. Couplet 47

    ଏ ସୃଷ୍ଟି ମହା ଭୟଙ୍କରଦେଖି କମ୍ପିଲା ଚିତ୍ତ ମୋର

  48. Couplet 48

    ବୋଲନ୍ତି ରୁଦ୍ର ମୁଖ ଚାହିଁଭୋ ପୁତ୍ର ଏଣେ କାର୍ଯ୍ୟନାହିଁ

  49. Couplet 49

    ଏ ସୃଷ୍ଟି ଦଶଦିଗ ତୁଲେମୋହର ମନେ ତାପ କଲେ

  50. Couplet 50

    ଏବେ ତୁ ତପ ସାଧ୍ୟକରସର୍ବଜୀବଙ୍କ ସୁଖଘର

  51. Couplet 51

    ତପର ବଳେ ଏ ଜଗତେପ୍ରଜା ତୁ କର ପୂର୍ବମତେ

  52. Couplet 52

    ତପେ ତୁ ବିଷ୍ଣୁଙ୍କୁ ପାଇବୁଯେ ଭାବେ ସର୍ବକାଳେ ଥିବୁ

  53. Couplet 53

    ଏମନ୍ତ ବ୍ରହ୍ମା-ଆଜ୍ଞା ପାଇନୀଳଲୋହିତ ତୋଷ ହୋଇ

  54. Couplet 54

    ବ୍ରହ୍ମାର ଚରଣେ ନମିଲାତପ ସାଧନେ ବନେ ଗଲା

  55. Couplet 55

    ରୁଦ୍ରଙ୍କୁ ତପେ ଆଜ୍ଞା ଦେଇସେ ବ୍ରହ୍ମା ମନେ ବିଚାରଇ

  56. Couplet 56

    ଏ ତ ଅସଂଖ୍ୟ ରୁଦ୍ରଗଣନୁହଁନ୍ତି ସୃଷ୍ଟିର କାରଣ

  57. Couplet 57

    ତାହାଙ୍କୁ ଶିବଲୋକେ ଥୋଇପୁଣି ସଂଶୟେ ବିଚାରଇ

  58. Couplet 58

    ଏବେ କି କରିବି ଉପାୟନ ପୁଣ କୋପେ ଦେବରାୟ

  59. Couplet 59

    ଏମନ୍ତେ ବିଷ୍ଣୁପାଦ ଚିନ୍ତିଧ୍ୟାନେ ବସିଲା ପ୍ରଜାପତି

  60. Couplet 60

    ତାର ଶରୀରୁ ଦଶସୁତତକ୍ଷଣେ ହୋଇଲେ ସମ୍ଭୂତ

  61. Couplet 61

    ଲୋକବର୍ଦ୍ଧନ ହେତୁ ଅର୍ଥେନମିଲେ ବ୍ରହ୍ମା-ପାଦଗତେ

  62. Couplet 62

    ମରୀଚି ଅତ୍ରି ଅଙ୍ଗିରସପୌଲସ୍ତ୍ୟ ପୁଲହ ପ୍ରକାଶ

  63. Couplet 63

    କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷଦଶମେ ନାରଦ ପ୍ରତ୍ୟକ୍ଷ

  64. Couplet 64

    ଶୁଣ ବିଦୁର କହୁଁ ଭଲେଯେ ଅଙ୍ଗୁ ଯେବା ଉପୁଜିଲେ

  65. Couplet 65

    ନାରଦ ଉପୁଜିଲେ କୋଳୁଦକ୍ଷ ଦକ୍ଷିଣାଙ୍ଗୁଷ୍ଠ ମୂଳୁ

  66. Couplet 66

    ପ୍ରାଣୁ ବଶିଷ୍ଠମୁନି ଜାତଭୃଗୁ ଯେ ତ୍ୱକରୁ ସମ୍ଭୂତ

  67. Couplet 67

    କ୍ରତୁ ଉପୁଜେ ଭୁଜମୂଳୁପୁଲହ ନାଭିର ମଣ୍ତଳୁ

  68. Couplet 68

    ପୌଲସ୍ତ୍ୟ କର୍ଣ୍ଣମୂଳୁ ଜାତଅଙ୍ଗିରା ବଦନୁ ସମ୍ଭୂତ

  69. Couplet 69

    ଅତ୍ରି ଉପୁଜେ ଚକ୍ଷୁଯୁଗେମରୀଚି ମନର ସଂଯୋଗେ

  70. Couplet 70

    ଦକ୍ଷିଣସ୍ତନୁ ଧର୍ମ ଜାତଯେ ଧର୍ମ ଧରଇ ଜଗତ

  71. Couplet 71

    ଯେ ସ୍ଥାନେ ସ୍ୱୟଂ ନାରାୟଣଅଛନ୍ତି ସଦା ବିଦ୍ୟମାନ

  72. Couplet 72

    ଅଧର୍ମ ପୃଷ୍ଠଦେଶୁ ହୋଇମୃତ୍ୟୁ ଯହିଁରୁ ସଞ୍ଚରଇ

  73. Couplet 73

    କାମ ତା ହୃଦରୁ ସମ୍ଭୂତଭୂରୁ ମଣ୍ତଳୁ କ୍ରୋଧ ଜାତ

  74. Couplet 74

    ଲୋଭ ହୋଇଲା ଓଷ୍ଠଦେଶେବଚନ ବଦନୁ ପ୍ରକାଶେ

  75. Couplet 75

    ସପତସିନ୍ଧୁ ମେଢ୍ର ଦେଶୁମୃତ୍ୟୁ ଦେବତା ଗୁହ୍ୟଦେଶୁ

  76. Couplet 76

    କର୍ଦ୍ଦମ ଛାୟାରୁ ସମ୍ଭୂତିଯାହାର ପତ୍ନୀ ଦେବହୂତି

  77. Couplet 77

    ଏମନ୍ତେ ଅଶେଷ ଜଗତବ୍ରହ୍ମାର ମନ-ଦେହୁ ଜାତ

  78. Couplet 78

    ଯେ କନ୍ୟା ବଚନୁ ଜନ୍ମିଲାବ୍ରହ୍ମାର ମନ ସେ ମୋହିଲା

  79. Couplet 79

    ସକାମେ ବ୍ରହ୍ମା ତାର ହସ୍ତଧଇଲେ ରତିରଙ୍ଗ ଅର୍ଥ

  80. Couplet 80

    ଅଧର୍ମ ଦେଖି ବ୍ରହ୍ମା ଚିତ୍ତେପୁତ୍ରେ ମିଳିଲେ ତା ଅଗ୍ରତେ

  81. Couplet 81

    ମରୀଚି ଆଦି ଯେତେ ଭାଇବୋଲନ୍ତି ପିତା ମୁଖ ଚାହିଁ

  82. Couplet 82

    ଭୋ ତାତ ସ୍ଥିରକର ଚିତ୍ତଏ ତ ତୁମ୍ଭର ବିପରୀତ

  83. Couplet 83

    ଯେ କର୍ମ ପୂର୍ବାପରେ ନାହିଁଏବେ ସେ ସମ୍ଭବିବ କାହିଁ

  84. Couplet 84

    କାହିଁ ଦୁହିତା ରମେ ପିତାଏଣୁ ଆମ୍ଭର ମନେ ଚିନ୍ତା

  85. Couplet 85

    ପୂର୍ବେ ତେଜସ୍ୱୀ ଯେତେ ଥିଲେସତ୍ୟେ ସେ ଧର୍ମ ଆଚରିଲେ

  86. Couplet 86

    ସେ ନ କରନ୍ତି ଏଡ଼େ କର୍ମସ୍ୱଭାବେ ନୁହଁଇ ଏ ଧର୍ମ

  87. Couplet 87

    ଯେ ଧର୍ମ ଲୋକକ୍ଷେମ କରେଆନନ୍ଦେ ଆତ୍ମାକୁ ଉଦ୍ଧାରେ

  88. Couplet 88

    ଏଣୁ ସେ ବିଷ୍ଣୁସମ ନରଆମ୍ଭର ତାଙ୍କୁ ନମସ୍କାର

  89. Couplet 89

    ତୁ ଦେବ ଆତ୍ମାକୁ ସୁମରଅଧର୍ମୁ ମନ ସ୍ଥିରକର

  90. Couplet 90

    ଭୋ ତାତ ଧର୍ମେ କର ଚିତ୍ତଅଧର୍ମେ ନ ବୁଡୁ ଜଗତ

  91. Couplet 91

    ତୁ ଏବେ ପାପ ଆଚରିଲେସଂସାରେ ଥିବ କେବା ଭଲେ

  92. Couplet 92

    ଅନ୍ୟେ ତୋ କର୍ମ ଅନୁସାରେକୁଶଳୀ ହୋଇବେ ସଂସାରେ

  93. Couplet 93

    ଏମନ୍ତେ ଶିରେ କର ଦେଇପାଦେ ନମିଲେ ସର୍ବଭାଇ

  94. Couplet 94

    ଏମନ୍ତ ବ୍ରହ୍ମାଙ୍କୁ ଜଣାଇପୁଣି ବୋଲନ୍ତି ବିଷ୍ଣୁ ଚାହିଁ

  95. Couplet 95

    ହେ ବିଷ୍ଣୁ ଜଗତ-ଈଶ୍ୱରଆମ୍ଭର ତୋତେ ନମସ୍କାର

  96. Couplet 96

    ତୁ ଦେବ ଧର୍ମ ରକ୍ଷା କରଅଧର୍ମେ ନ ବୁଡୁ ପିଅର

  97. Couplet 97

    ଏମନ୍ତେ ପୁତ୍ରଙ୍କୁ ଅନାଇବ୍ରହ୍ମା ରହିଲେ ଲଜ୍ଜାପାଇ

  98. Couplet 98

    ତକ୍ଷଣେ ଛାଡ଼ି ତାର ହସ୍ତବିଷ୍ଣୁ ସୁମରେ ଚଉମାଥ

  99. Couplet 99

    ଅତି ଲଜ୍ଜିତ ଯେଣୁ ହେଲେଲୀଳାରେ ତନୁ ତ୍ୟାଗ କଲେ

  100. Couplet 100

    ସେ ବ୍ରହ୍ମା ଯେଣୁ ଲଜ୍ଜା କଲାତା ତନୁ ଅଷ୍ଟଦିଗେ ଗଲା

  101. Couplet 101

    ସେ ଘୋର-ଅନ୍ଧକାର ରେଖାନାମ ବହିଲା କୁଜ୍ଝଟିକା

  102. Couplet 102

    ଅଧର୍ମେ ଅନ୍ଧକାର ହୋଇସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ

  103. Couplet 103

    ପୁଣି ଚଳଇ ଅଷ୍ଟଦିଶେସଞ୍ଚରେ ସମ୍ଭବି ଆକାଶେ

  104. Couplet 104

    ମେଘର ପ୍ରାୟେ ତାର ଦେହୀଶୁଣ ବିଦୁର ଏବେ କହି

  105. Couplet 105

    ଚିନ୍ତା ଆକୁଳେ ପ୍ରଜାପତିସୃଷ୍ଟି-ବିଷୟେ କଲା ମତି

  106. Couplet 106

    ଧ୍ୟାନ କରନ୍ତେ ମନେ ଖେଦମୁଖୁ ଜନ୍ମିଲେ ଚାରିବେଦ

  107. Couplet 107

    ଶବଦବ୍ରହ୍ମ ପରିମାଣେଧର୍ମ ଅଧର୍ମ ଯେ ବଖାଣେ

  108. Couplet 108

    ମନେ ବିଚାରେ ପଦ୍ମଯୋନିମୁଁ ଏବେ ବେଦତତ୍ତ୍ବ ଘେନି

  109. Couplet 109

    କରିବି ବିଷୟ-ଗୋଚରଯେମନ୍ତେ ପୂର୍ବେ ଏ ସଂସାର

  110. Couplet 110

    ବେଦବିଚାରେ ନାନାମତେକର୍ମ ବିସ୍ତାରି ଏ ଜଗତେ

  111. Couplet 111

    ଏ ଚାରିହୋତ୍ର କର୍ମତନ୍ତ୍ରଯେ ଉପବେଦ ନ୍ୟାୟଶାସ୍ତ୍ର

  112. Couplet 112

    ଏ ଭାବେ ଚାରିପାଦ-ଧର୍ମଆଶ୍ରମ ବୃତ୍ତି ଯଥାକ୍ରମ

  113. Couplet 113

    ଯେ ଯୁଗେ ପ୍ରସରିବ ଯେତେବ୍ରହ୍ମା ବିଚାରେ ଅନ୍ତର୍ଗତେ

  114. Couplet 114

    ମୈତ୍ରେୟ ମୁନି ପାଦେ ପଡ଼ିବିଦୁର ବୋଲେ କର ଯୋଡ଼ି

  115. Couplet 115

    ଭୋ ମୁନି କହିବା ପ୍ରସନ୍ନେସନ୍ଦେହ ଅଛି ମୋର ମନେ

  116. Couplet 116

    ସେ ବିଶ୍ୱ ସର୍ଜନ-ଈଶ୍ୱରଅଶେଷ ଶକ୍ତି ଶ୍ରୁତିଧର

  117. Couplet 117

    ଯେ ମୁଖେ ଯେ ବେଦ ସର୍ଜିଲେଯହୁଁ ଯେ ଧର୍ମ ପ୍ରକାଶିଲେ

  118. Couplet 118

    ସେ କଥା କହ ମୁନି ମୋତେସଂଶୟ ନ ରହୁ ମୋ ଚିତ୍ତେ

  119. Couplet 119

    ବିଦୁର-ବାକ୍ୟ ଶୁଣି କର୍ଣ୍ଣେମୈତ୍ରେୟ କହନ୍ତି ପ୍ରସନ୍ନେ

  120. Couplet 120

    ଶୁଣ ହୋ ବିଧାତାର ଲୀଳାଯେ ମୁଖୁ ଯେ ବେଦ ସର୍ଜିଲା

  121. Couplet 121

    ଋଗ୍ ବେଦ ପୂର୍ବମୁଖୁ କଲାଦକ୍ଷିଣେ ଯଜୁଃ ପ୍ରକାଶିଲା

  122. Couplet 122

    ସାମ ପଶ୍ଚିମମୁଖୁ ଜାତଅଥର୍ବ ଉତ୍ତରୁ ସମ୍ଭୂତ

  123. Couplet 123

    ବେଦାଦିଶାସ୍ତ୍ର ସ୍ମୃତି ସ୍ତୋତ୍ରଯଜ୍ଞାଦିକୃତ ଅଗ୍ନିହୋତ୍ର

  124. Couplet 124

    ଦେବଙ୍କ ମନ୍ତ୍ର ସ୍ତୁତି ଯେତେପୂର୍ବାଦି ଯଥାକ୍ରମ ମତେ

  125. Couplet 125

    ଆୟୁର୍ବେଦ ଯେ ଧନୁର୍ବେଦଗାନ୍ଧର୍ବବେଦ ଶିଳ୍ପବେଦ

  126. Couplet 126

    ଏ ଆଦି ଉପବେଦ ଯେତେପୂର୍ବାଦିମୁଖୁ କ୍ରମାଗତେ

  127. Couplet 127

    ପଞ୍ଚମ ବେଦ ଇତିହାସସକଳ ବଦନୁ ପ୍ରକାଶ

  128. Couplet 128

    ଷୋଡ଼ଶୀ ଛନ୍ଦ ପୂର୍ବମୁଖେପୁରିଷୀ ଅଗ୍ନିଷ୍ଫୁତ ଦକ୍ଷେ

  129. Couplet 129

    ଆପ୍ତ ଉର୍ଯ୍ୟାମ ଅତିରାତ୍ରଗୋସବ ବାଜପେୟ ଜାତ

  130. Couplet 130

    ଧର୍ମାଚରଣ ଚାରିବେଦେବ୍ରହ୍ମା କଳ୍ପିଲା ଜ୍ଞାନଭେଦେ

  131. Couplet 131

    ଯେ ବିଦ୍ୟା ଦାନ ତପ ସତ୍ୟଏ ଧର୍ମ ଚତୁଷ୍ପାଦ ମତ

  132. Couplet 132

    ଚତୁରାଶ୍ରମ ବୃତ୍ତିଭାବେଯେ ଧର୍ମେ ଯେବା ନିସ୍ତରିବେ

  133. Couplet 133

    ସାବିତ୍ରୀ ପ୍ରାଜାପତ୍ୟ ବ୍ରାହ୍ମବୃହତ ଆଦି ଚାରିକର୍ମ

  134. Couplet 134

    କୃଷି ଯାଜନ ଯେ ଶାଳୀନଶୀଳୋଞ୍ଛବୃତ୍ତି ଆଦି ଧର୍ମ

  135. Couplet 135

    ବୈଖାନ ବାଳଖିଲ୍ୟା ଦୀକ୍ଷାଉଡୁମ୍ବର ଫେନପା ଶିକ୍ଷା

  136. Couplet 136

    ସନ୍ନ୍ୟାସେ କୁଟୀଚକ୍ର ଆଦିଆଶ୍ରମ ଧର୍ମ ଯେଣେ ସାଧି

  137. Couplet 137

    ଅପର ଆନ୍ୱିକ୍ଷିକୀ ତ୍ରୟୀବାର୍ତ୍ତା ଦଣ୍ତନୀତି ଯେ ହୋଇ

  138. Couplet 138

    ବ୍ୟାହୃତି ସୃଷ୍ଟି ଏହିମତେପ୍ରଣବ ଜନ୍ମ ହୃଦଗତେ

  139. Couplet 139

    ଗାୟତ୍ରୀ ଆଦି ସପ୍ତଛନ୍ଦମନ୍ତ୍ରଦେବତା ଅନୁବନ୍ଧ

  140. Couplet 140

    ଉଷ୍ଣକଛନ୍ଦ ଲୋମୁ ଜାତଗାୟତ୍ରୀ ଚର୍ମୁ ଉଦଭୁତ

  141. Couplet 141

    ମାଂସୁ ଉପୁଜେ ତ୍ରିଷ୍ଟୁପ୍ ଛନ୍ଦସ୍ନାୟୁରୁ ଅନୁଷ୍ଠୁପ ଛନ୍ଦ

  142. Couplet 142

    ଜଗତି ଅସ୍ଥିଦେଶୁ ହୁଏମଜ୍ଜାରେ ପଙ୍କ୍ତି ଛନ୍ଦ ରହେ

  143. Couplet 143

    ବୃହତୀଛନ୍ଦ ଦଶପ୍ରାଣଜୀବ ତାହାର ସ୍ପର୍ଶ ବର୍ଣ୍ଣ

  144. Couplet 144

    ସ୍ୱର ବ୍ରହ୍ମା-ଶରୀରୁ ଜାତଉଷ୍ମାଣ ଇନ୍ଦ୍ରିୟ ସମ୍ଭୂତ

  145. Couplet 145

    ଅନ୍ତ୍ୟସ୍ଥବର୍ଣ୍ଣ ବଳେ ବସେଯେ ବଳେ ଶରୀର ପ୍ରକାଶେ

  146. Couplet 146

    ବ୍ରହ୍ମ-ବିହାର ସପ୍ତସ୍ୱରସୁଚିତ୍ତେ ଶୁଣ ହେ ବିଦୁର

  147. Couplet 147

    ଶବଦବ୍ରହ୍ମ ତା ଶରୀରସ୍ୱଭାବେ ବ୍ୟକ୍ତାବ୍ୟକ୍ତ ପର

  148. Couplet 148

    ଏଣୁ ସଂସାର ବ୍ରହ୍ମମୟେଯେ ବ୍ରହ୍ମ ନାନା-ଶକ୍ତିବହେ

  149. Couplet 149

    ଏମନ୍ତେ ଶବ୍ଦବ୍ରହ୍ମ କରିଅପର ସୃଷ୍ଟି ମନେ ସ୍ମରି

  150. Couplet 150

    ଯେ ଋଷି ସୃଷ୍ଟି ପୂର୍ବେ କଲାତାଙ୍କ ବିସ୍ତାର ନ ଦେଖିଲା

  151. Couplet 151

    ସ୍ୱଭାବେ ତେଜୋବନ୍ତ ହୋନ୍ତିପ୍ରଜା ସୃଜନ ନ କରନ୍ତି

  152. Couplet 152

    ଏମନ୍ତ ବିଚାରି ବିଧାତାମନେ ପାଇଲା ଗୁରୁଚିନ୍ତା

  153. Couplet 153

    ଦେଖ ମୋହର କର୍ମ ମନ୍ଦମୁଁ ଯେ ସୃଜିଲି ଋଷିବୃନ୍ଦ

  154. Couplet 154

    କେହି ନୋହିଲେ ସୃଷ୍ଟିଯୋଗ୍ୟେସର୍ବେ ପଶିଲେ ତପଯୋଗେ

  155. Couplet 155

    ଏଥିରେ ଦୈବ ପ୍ରତିକୂଳଏଣୁ ମୋ ମାନସ ଆକୁଳ

  156. Couplet 156

    ଏମନ୍ତେ ମନେ କରି ଚିନ୍ତାମଉନେ ବସିଲା ବିଧାତା

  157. Couplet 157

    ତକ୍ଷଣେ ବ୍ରହ୍ମା ନିଜ ପିଣ୍ତତାପେ ହୋଇଲା ବେନିଖଣ୍ତ

  158. Couplet 158

    ସେ ବେନିଖଣ୍ତ ବ୍ରହ୍ମା ଦେହେନାରୀ ପୁରୁଷ ବେନି ହୁଏ

  159. Couplet 159

    ପୁରୁଷଖଣ୍ତ ତାହା ତନୁସେ ହେଲା ସ୍ୱୟମ୍ଭୁବ ମନୁ

  160. Couplet 160

    ସଂସାରେ ରାଜା ସେ ବୋଲାଇଶୁଣ ବିଦୁର ଏବେ କହି

  161. Couplet 161

    ଅପରଖଣ୍ତ ନାରୀ ଜନ୍ମହୋଇଲା ଶତରୂପା ନାମ

  162. Couplet 162

    ମନୁର ପତ୍ନୀ ସେ ହୋଇଲାମୈଥୁନେ ସୃଷ୍ଟି ଉପୁଜିଲା

  163. Couplet 163

    ପଞ୍ଚସନ୍ତତି ତାର ତହୁଁହୋଇଲେ ଶୁଣ ନାମ କହୁ

  164. Couplet 164

    ଉତ୍ତାନପାଦ ପ୍ରିୟବ୍ରତଆଗେ ହୋଇଲେ ବେନିସୁତ

  165. Couplet 165

    ଅପରେ ଜାତ ବେନି କନ୍ୟାଜଗନ୍ମୋହିନୀ ଅନୁପମା

  166. Couplet 166

    ଆକୂତି ଦେବହୂତି ବେନିପ୍ରସୂତି ନାମେ କନ୍ୟା ତିନି

  167. Couplet 167

    ସେ ମନୁ କନ୍ୟାଦାନ କଲାଆକୂତି ଋଚିବିପ୍ରେ ଦେଲା

  168. Couplet 168

    ମଧ୍ୟମା ଦେବହୂତି ନାମବିବାହ କଲେ ତା କର୍ଦ୍ଦମ

  169. Couplet 169

    ତୃତୀୟା ନାମ ଯେ ପ୍ରସୂତିତାହାକୁ ଦକ୍ଷ ପ୍ରଜାପତି

  170. Couplet 170

    ତାହାଙ୍କ ଗର୍ଭୁ ନାନାମତେସନ୍ତତି ପୂରିଲେ ଜଗତେ

  171. Couplet 171

    ଏମନ୍ତ ଭାଗବତ ବାଣୀମୈତ୍ରେୟ ବିଦୁରେ ବଖାଣି

  172. Couplet 172

    ଶୁଣ ସୁଜନେ ଶୁଦ୍ଧଚିତ୍ତେତୃତୀୟସ୍କନ୍ଧ ଭାଗବତେ

  173. Couplet 173

    ମୈତ୍ରେୟ ବିଦୁର ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ

  174. Couplet 174

    ଏଣେ ହରିଙ୍କି କରି ଲୟେବ୍ରାହ୍ମଣ ଜଗନ୍ନାଥ କହେ

Odia Bhagabata skandha 3 adhyaya 12 | Parbani by ParibhaAsha App