Skandha 3
Adhyaya 11
Couplet 1
ଶୁଣ ବିଦୁର ଏକଚିତ୍ତେସେ କାଳରୂପ ସଂଖ୍ୟା ଯେତେ
Couplet 2
ନିମିଷ ଆଦି ରୂପ ତାରଯେମନ୍ତେ ପୂରଇ ବତ୍ସର
Couplet 3
ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମଅଣୁ ତହିଁରୁ ଅଟେ ସାନ
Couplet 4
ହେ କୁରୁବୀର ଶୁଣ ତୁହିକହିବି ପରମାଣୁ ମୁହିଁ
Couplet 5
ଯାହା ବିଭାଗ ନ ଲଭଇସଂଯୋଗେ ଭାବ ଯାର ନାହିଁ
Couplet 6
ଯାହା ସର୍ବଦା ବର୍ତ୍ତମାନତାହାର ପରମାଣୁ ନାମ
Couplet 7
ଅଣୁର ଅର୍ଦ୍ଧ ପରମାଣୁତ୍ରିଭାଗେ ହୋଏ ତ୍ରସରେଣୁ
Couplet 8
ତୃତୀୟ ତ୍ରସରେଣୁ ଯେହିତାହାକୁ ତ୍ରୁଟି ବୋଲି କହି
Couplet 9
ଶଏ ତ୍ରୁଟିରେ ବେଧ ହୋଏତ୍ରିବେଧେ ଲବ ନାମ ବହେ
Couplet 10
ତ୍ରିଲବ କାଳ ଅଟେ ଯେହିନିମିଷ ବୋଲି ତାକୁ କହି
Couplet 11
ତିନି ନିମିଷେ ଏକ କ୍ଷଣପଞ୍ଚ କ୍ଷଣରେ କାଷ୍ଠା ପୁଣ
Couplet 12
କାଷ୍ଠା ପନ୍ଦର ଯେବେ ହୋଇତାହାକୁ ଲଘୁ ବୋଲି କହି
Couplet 13
ଏ ପଞ୍ଚଦଶ ଲଘୁ ଘେନନାଡ଼ି ବୋଲିଣ ତାକୁ ଜାଣ
Couplet 14
ବେନି ନାଡ଼ିରେ ଯେ ମୁହୂର୍ତ୍ତପ୍ରହର ଷଟ ଅବା ସପ୍ତ
Couplet 15
ତାହାକୁ ଯାମ ବୋଲି କହିଅଷ୍ଟମେ ଅହୋରାତ୍ର ହୋଇ
Couplet 16
ତାମ୍ର ଦ୍ୱାଦଶପଳ ଅର୍ଦ୍ଧେପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ
Couplet 17
ଚାରି ଅଙ୍ଗୁଳି ଦୀର୍ଘ କରିଚତୁରମସେ ଚୂତୀ ଗଢ଼ି
Couplet 18
ସ୍ୱର୍ଣ୍ଣସୂଚୀରେ ଛିଦ୍ର କରିକରିବ ଆୟାମ ବିସ୍ତାରି
Couplet 19
ଜଳେ ବୁଡ଼ନ୍ତେ ଦଣ୍ତେ ହୁଏଏମନ୍ତେ କାଳର ନିର୍ଣ୍ଣୟେ
Couplet 20
ଅଷ୍ଟପ୍ରହରେ ଦିବା-ରାତ୍ରିକାଳଜ୍ଞେ ଏମନ୍ତ ଗଣନ୍ତି
Couplet 21
ପନ୍ଦର ଅହୋରାତ୍ରେ ପକ୍ଷସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ
Couplet 22
ଏ ବେନିପକ୍ଷେ ହୁଏ ମାସପିତୃଙ୍କ ରାତ୍ରି ଯେ ଦିବସ
Couplet 23
ଦ୍ୱିମାସେ ଋତୁ ଏକ ହୋଇବସନ୍ତ ଆଦି ଷଟ ସେହି
Couplet 24
ଏକ ଅୟନେ ଋତୁ ତିନିଉତ୍ତର ଦକ୍ଷିଣ ଯେ ବେନି
Couplet 25
ବେନି ଅୟନେ ସମ୍ବତ୍ସରଏମନ୍ତେ ଗଣନା କାଳର
Couplet 26
ଦେବଙ୍କୁ ଅହୋରାତ୍ର ହୁଏମନୁଷ୍ୟ-ବରାଷ ବୋଲାଏ
Couplet 27
ଏମନ୍ତେ ଶତେକ ବରଷମନୁଷ୍ୟ ପରମାୟୁ ଶେଷ
Couplet 28
ଗ୍ରହ ନକ୍ଷତ୍ର ତାରା ଚକ୍ରେସେ କାଳରୂପୀ ବିଭୁ ଏକେ
Couplet 29
ଏମନ୍ତେ ସମ୍ବତ୍ସର ଅନ୍ତେବିହରେ ଆତ୍ମାର ଆୟତେ
Couplet 30
ଅଣୁ ପ୍ରମାଣୁ ପରିମାଣେପ୍ରାଣୀଙ୍କି ନାଶେ ଅନୁକ୍ଷଣେ
Couplet 31
ଏ ପଞ୍ଚବିଧ-ସମ୍ବତ୍ସରସୁମନେ ଶୁଣ ହେ ବିଦୁର
Couplet 32
ପ୍ରଥମେ ସମ୍ବତ୍ସର ହୋଏପରିବତ୍ସର ଯେ ଦ୍ୱିତୀୟେ
Couplet 33
ଇଦାବତ୍ସର ତୃତୀୟରଚତୁର୍ଥେ ଅନୁ ଯେ ବତ୍ସର
Couplet 34
ପଞ୍ଚମେ ବତ୍ସର ବୋଲାଇକାଳ ସ୍ୱରୂପ ଗୁଣମୟୀ
Couplet 35
ସେ ସୂର୍ଯ୍ୟ କାଳ ରୂପ ଧରିସଂସାର-ବୀଜକୁ ବିସ୍ତାରି
Couplet 36
ସକାମ-ଫଳ ବିସ୍ତାରଣେଯାହାର ଉଦୟ ଗଗନେ
Couplet 37
ସେ ତେଜୋମୟ କାଳାନ୍ତକପଞ୍ଚବତ୍ସର ପ୍ରବର୍ତ୍ତକ
Couplet 38
ସେ ମହାଭୂତ ମହାତେଜବହୁ ପ୍ରକାରେ କରି କାର୍ଯ୍ୟ
Couplet 39
ଧାଏଁ ଆକାଶେ ଅନୁକ୍ଷଣେପୁରୁଷ ମୋହ ନିବାରଣେ
Couplet 40
ନିତ୍ୟେ ତାହାଙ୍କ ପୂଜା କରତରିବ ଏ ଭବ-ସଂସାର
Couplet 41
ଏମନ୍ତେ ମଇତ୍ରେୟ ବାଣୀବିଦୁର ବୋଲେ ତାହା ଶୁଣି
Couplet 42
ପିତୃ ଦେବତା ନର ଆଦିପରମାୟୁଷ ଯଥାବିଧି
Couplet 43
ଶୁଣିଲି ତୁମ୍ଭ ମୁଖୁ ଏବେସନ୍ତୋଷ କହ ମୁନି ଭାବେ
Couplet 44
ଏପରେ କଳ୍ପ ବାହ୍ୟେ ଯେତେନାନା ପ୍ରକାରେ ଏ ଜଗତେ
Couplet 45
ସନକ ଆଦି ମହାମୁନିତୈଲୋକ୍ୟ ବାହ୍ୟେ ଯେତେ ଜ୍ଞାନୀ
Couplet 46
ଅଛନ୍ତି କାଳର ଆୟତ୍ତେତାଙ୍କ ଆୟୁଷ କହ ମୋତେ
Couplet 47
ତୁମ୍ଭେ ସେ କାଳଗତି ଜାଣଯେ ଯୁଗେ ଯେ ଅବା ପ୍ରମାଣ
Couplet 48
ଯେଣୁ ସେ ବିଚକ୍ଷଣ ଧୀରସୁବୁଦ୍ଧି ସୁଗୁଣ ଗମ୍ଭୀର
Couplet 49
ଯେତେ ବିଷୟ ଏ ଶୟଳେଜାଣନ୍ତି ଜ୍ଞାନଚକ୍ଷୁ ବଳେ
Couplet 50
ବୋଲନ୍ତି ଶୁଣ ହେ ବିଦୁରଯେ ବ୍ରହ୍ମା ସୃଷ୍ଟିର ବିଚାର
Couplet 51
ସତ୍ୟ ତ୍ରେତୟା ଦ୍ୱାପରାଦିକଳି ଏ ଚତୁର୍ଯୁଗ ବିଧି
Couplet 52
ଦେବଙ୍କ ଦ୍ୱାଦଶ ସହସ୍ରେଏ ଚାରିଯୁଗ କାଳ ଅଂଶେ
Couplet 53
ଚାରିସହସ୍ର ଯୁଗ ସତ୍ୟତିନିସହସ୍ର ତ୍ରେତା ମତ
Couplet 54
ଦ୍ୱାପର ଦ୍ୱିସହସ୍ର ଜାଣକଳି ସହସ୍ରେ ପରିମାଣ
Couplet 55
ଏହି ପ୍ରମାଣେ ଶତ ଦେଇଦ୍ୱିଗୁଣେ ଏହାକୁ ମିଶାଇ
Couplet 56
ଯୁଗଙ୍କ ସନ୍ଧ୍ୟା ସନ୍ଧ୍ୟାଅଂଶଅୟୁତେ ଯେ କାଳ ପ୍ରକାଶ
Couplet 57
ଏମନ୍ତେ ଦେବବର୍ଷ ମତେଦ୍ୱାଦଶସହସ୍ର ସମେତେ
Couplet 58
ଏ ରୂପ ଯୁଗସଂଖ୍ୟା ଜାଣିଜ୍ଞାନୀଙ୍କ ଗୋଚରେ ପ୍ରମାଣି
Couplet 59
ଯେ ଯୁଗେ ଯେବା ଧର୍ମବିଧିଆଗମ ନିଗମ ପ୍ରସିଦ୍ଧି
Couplet 60
ଧର୍ମ ସତ୍ୟରେ ଚତୁଷ୍ପଦଅଧର୍ମ କ୍ରମେ ହୀନପଦ
Couplet 61
ତ୍ରେତାରେ ତିନିପଦ ଥିଲାଦ୍ୱାପରେ ଦ୍ୱିପାଦ ହୋଇଲା
Couplet 62
କଳିର ଏକପଦ ରହେଯେଣୁ ଅଧର୍ମ ବୃଦ୍ଧି ବହେ
Couplet 63
ଦେବଙ୍କ ସହସ୍ର ଯୁଗରେବ୍ରହ୍ମା ଦିବସ ବୋଲି ତାରେ
Couplet 64
ଏହି ପ୍ରମାଣେ ରାତ୍ର ହୁଏନିଶି ଆଗମେ ବ୍ରହ୍ମା ଶୁଏ
Couplet 65
ରାତ୍ରର ଅନ୍ତେ ପୁଣି ଉଠିବେଦ ପ୍ରମାଣେ କରେ ସୃଷ୍ଟି
Couplet 66
ଏମନ୍ତ ବ୍ରହ୍ମାର ଦିବସେଭୁଞ୍ଜନ୍ତି ମନୁ-ଚତୁର୍ଦ୍ଦଶେ
Couplet 67
ମନୁ ଅନ୍ତର କାଳ ଭୋଗଏକସ୍ତରି ଯେ ଚତୁର୍ଯୁଗ
Couplet 68
କିଛି ଅଧିକେ ହୁଏ ଶେଷଏମନ୍ତେ ବ୍ରହ୍ମାଙ୍କ ଦିବସ
Couplet 69
ମନୁଙ୍କ ବଂଶେ ମନୁସୂତେଋଷି ଦେବତା ସୁରନାଥେ
Couplet 70
ତିନିଭୁବନେ ପ୍ରାଣୀ ଯେତେଭୁଞ୍ଜନ୍ତି କଳ୍ପ ପରିଯନ୍ତେ
Couplet 71
ଏ ମୃଷ୍ଟି ଦୈନନ୍ଦିନ କାମତୀର୍ଯ୍ୟକ ପିତୃ ଦେବ ଜନ
Couplet 72
ଏମନ୍ତେ କଳ୍ପ ପରିଯନ୍ତେକର୍ମ ଭୁଞ୍ଜନ୍ତି ପ୍ରାଣୀ ଏଥେ
Couplet 73
ମନ୍ୱନ୍ତରମାନଙ୍କେ ହରିବିଶୁଦ୍ଧ ସତ୍ତ୍ବମୂର୍ତ୍ତି ଧରି
Couplet 74
ମନୁ ଶରୀରେ ଏ ସଂସାରେପାଳି କ୍ରୀଡ଼େ ପୁରୁଷକାରେ
Couplet 75
ମାୟାର ବଳେ ସେ ବିହରେବ୍ରହ୍ମାଦିବସ ଅନ୍ତଃକାଳେ
Couplet 76
ନିଶା ଆଗମେ ବିଶ୍ୱଦେହୀମଉନ ବ୍ରତେ ସେ ବସଇ
Couplet 77
ତ୍ରୈଲୋକ୍ୟ କମ୍ପେ ତାହା ଦେଖିସ୍ୱଜ୍ଞାନ ଜୀବନ ଉପେକ୍ଷି
Couplet 78
ରବି ଶଶାଙ୍କ ଶୂନ୍ୟେ ଗଲାପ୍ରଳୟ ଅଗ୍ନି ପ୍ରକାଶିଲା
Couplet 79
ସଙ୍କରଷଣ ମୁଖୁ ଆସିଅନଳ ତିନିଲୋକେ ଗ୍ରାସି
Couplet 80
ପ୍ରଚଣ୍ତ-ବହ୍ନି ତେଜ ତ୍ରାସେଋଷିଏ ଥାନ୍ତି ଯେ ଆକାଶେ
Couplet 81
ସେ ମହର୍ଲୋକ ଛାଡ଼ି ବେଗେପଶନ୍ତି ଜନଲୋକ-ମାର୍ଗେ
Couplet 82
ତକ୍ଷଣେ ସପ୍ତସିନ୍ଧୁ-ଜଳେତ୍ରିଲୋକ ଆଚ୍ଛାଦନ୍ତି ହେଳେ
Couplet 83
ପବନ ଅଣଚାଶ ବଳେବହନ୍ତେ ଗର୍ଜେ ଉର୍ମିମାଳେ
Couplet 84
ଜଳ ତରଙ୍ଗ ମଧ୍ୟେ ପୁଣିନାଗଆସନେ ଚକ୍ରପାଣି
Couplet 85
ନିଶ୍ଚିନ୍ତେ ନିଦ୍ରିତ-ନୟନେଶୟନ ଅନନ୍ତ-ଶୟନେ
Couplet 86
ସଙ୍ଗତେ ସଙ୍ଗ ନାହିଁ ଏକେସ୍ତୁତି କରନ୍ତି ଜନଲୋକେ
Couplet 87
ଏମନ୍ତେ ଅହୋରାତ୍ର ଗଣିଆଗମ-ନିଗମେ ପ୍ରମାଣି
Couplet 88
ଏ ଭାବେ ଶତେକ ବରଷବ୍ରହ୍ମାର ପରମ ଆୟୁଷ
Couplet 89
ସେ ଆୟୁ କାଳବଣେ ପୁଣହୁଅଇ ଦିନୁଦିନ କ୍ଷୀଣ
Couplet 90
ସେ ବ୍ରହ୍ମା କାଳଭୟେ ଭୀତବିଷୟାଶକ୍ତି ବିରହିତ
Couplet 91
କରନ୍ତି ହରି-ଉପାସନକି ଏ ମାନବ ଅକିଞ୍ଚନ
Couplet 92
ବ୍ରହ୍ମାର ଆୟୁଷ ଯେ ହୋଇଅର୍ଦ୍ଧକେ ପରାର୍ଦ୍ଧ ବୋଲାଇ
Couplet 93
ସେ ପୂର୍ବଅର୍ଦ୍ଧ ଭୋଗ ଯାଇଅପରଅର୍ଦ୍ଧ ଏବେ ହୋଇ
Couplet 94
ପୂର୍ବପରାର୍ଦ୍ଧେ ବ୍ରହ୍ମା ନାମଶବଦବ୍ରହ୍ମ ଯେ ମହାନ
Couplet 95
ପରାର୍ଦ୍ଧକଳ୍ପ ଯେବା ହୋଏସେ ପଦ୍ମକଳ୍ପ ନାମ ବହେ
Couplet 96
ବିଷ୍ଣୁ ନାଭିରୁ ପଦ୍ମଜାତଯହୁଁ ଉପୁଜେ ବେଦନାଥ
Couplet 97
ଦ୍ୱିତୀୟକଳ୍ପ ଏବେ କହିଶ୍ୱେତବରାହ ସେ ବୋଲାଇ
Couplet 98
ଯେବଣ କଳ୍ପେ ନରହରିଶ୍ୱେତବରାହ ରୂପ ଧରି
Couplet 99
ବେନି-ପରାର୍ଦ୍ଧ-ରୂପୀ କାଳନିମିଷ ଆଦି-ଅନ୍ତ ଯାର
Couplet 100
ଅନାଦି ଅବ୍ୟକ୍ତର ସୀମାଅନନ୍ତ ଈଶ୍ୱର ମହିମା
Couplet 101
କେବଳ ପରିପୂର୍ଣ୍ଣ ବିଭୁସେ ସର୍ବେଶ୍ୱର ସର୍ବ ପ୍ରଭୁ
Couplet 102
ତାହାଙ୍କ ପରେ ପ୍ରଭୁପଣସମର୍ଥ ନୋହେ କାଳ ଜାଣ
Couplet 103
ଷୋଡ଼ଶ-ବିକାରେ ସଞ୍ଚରେନାନା ବିଷୟେ ରୂପ ଧରେ
Couplet 104
ଏ ଅଣ୍ତକୋଷ ଆଦ୍ୟ ପ୍ରାନ୍ତେପଞ୍ଚାଶକୋଟି ପରିମିତେ
Couplet 105
ବିସ୍ତୃତ ସପ୍ତଆବରଣେଉତ୍ତରୋତ୍ତର ଦଶଗୁଣେ
Couplet 106
କୋଟି ବ୍ରହ୍ମାଣ୍ତ ଯାର ଦେହେଦିଶନ୍ତି ପରମାଣୁ ପ୍ରାୟେ
Couplet 107
ଅକ୍ଷରବ୍ରହ୍ମ ତାର ନାମସେ ସର୍ବକାରଣ-କାରଣ
Couplet 108
ତାର ଚରଣେ ଦେଇ ଚିତ୍ତକହଇ ଦାସ ଜଗନ୍ନାଥ