Skandha 3
Adhyaya 10
Couplet 1
ମୈତ୍ରେୟ ପାଦେ ଦେଇ ଶିରଆନନ୍ଦେ ପଚାରେ ବିଦୁର
Couplet 2
ଭୋ ମୁନି କହ ଶୁଦ୍ଧମନେବିଷ୍ଣୁ ଯେ ଗଲେ ଅନ୍ତର୍ଦ୍ଧାନେ
Couplet 3
ସେ ବେଦପତି ଜ୍ଞାନମତେପ୍ରଜା ସର୍ଜିଲା ସେ କେମନ୍ତେ
Couplet 4
ତାର କି ଦେହେ ପ୍ରଜା ଥିଲାକେତେ ପ୍ରକାରେ ଭିଆଇଲା
Couplet 5
ମନ କଳ୍ପିତ ଦେହଗତେକହ ସଂଶୟ ଯାଉ ଚିତ୍ତେ
Couplet 6
ବିଦୁର ବାକ୍ୟ କର୍ଣ୍ଣେ ଶୁଣିଯେ ପୂର୍ବପ୍ରଶ୍ନ ମନେ ଗୁଣି
Couplet 7
ବିଦୁର ପ୍ରୀତିଭାବ ଘେନିକହନ୍ତି ମଇତ୍ରେୟ ମୁନି
Couplet 8
ଶୁଣ ବିଦୁର ଏକଚିତ୍ତେଜଗତ ସର୍ଜିଲା ଯେମନ୍ତେ
Couplet 9
ଗୋବିନ୍ଦ ବାକ୍ୟେ ବେଦପତିତପ ସାଧନେ କଲା ମତି
Couplet 10
ଶତେବରଷ ବେଦମତେତପ ସାଧିଲା ଦୃଢ଼ଚିତ୍ତେ
Couplet 11
ଆତ୍ମାରେ ଆତ୍ମା ଲୀନ କରିଗୋବିନ୍ଦ-ବଚନ ସୁମରି
Couplet 12
ଦେଖଇ ନୟନ ନିଶ୍ଚଳେଉର୍ମ୍ମି-ସଙ୍କୁଳ ମହାଜଳେ
Couplet 13
ପବନ ଯୋଗେ ଅତି ଖରସ୍ୱଭାବେ ଦିଶେ ଭୟଙ୍କର
Couplet 14
ପଦ୍ମ ସହିତେ ଳଜ କମ୍ପେଉର୍ମ୍ମି-ସଙ୍କୁଳ ଅତିରେକେ
Couplet 15
କାଳର ବଳେ କମ୍ପମାନଦେଖି ଉଷତ ବ୍ରହ୍ମା ମନ
Couplet 16
ତକ୍ଷଣେ ତପ-ବିଦ୍ୟାବଳେସୁସ୍ଥିର ବିଜ୍ଞାନ ନିଶ୍ଚଳେ
Couplet 17
ବାୟୁ ସହିତେ ଜଳରାଶିସେ ବ୍ରହ୍ମା ଯୋଗବଳେ ଗ୍ରାସି
Couplet 18
ପ୍ରଳୟ ଜଳ ଯହୁଁ ଗଲାନିଶ୍ଚଳେ ପଦ୍ମ ବିକାଶିଲା
Couplet 19
ସେ ପଦ୍ମେ ବସି ବେଦବରମନରେ କରଇ ବିଚାର
Couplet 20
ପୂର୍ବେ କମଳ-ଗର୍ଭଗତେଜନ୍ତୁଏ ପଶିଛନ୍ତି ଯେତେ
Couplet 21
ତାହାଙ୍କୁ କରିବି ପ୍ରକାଶସେ ଯେଣୁ ସ୍ୱକର୍ମେ ପ୍ରବେଶ
Couplet 22
ଏକୁ ଅନେକ ରୂପ ଚିନ୍ତେସ୍ୱକର୍ମ ବଳେ ନାନା ମତେ
Couplet 23
ଦ୍ୱିସପ୍ତଲୋକ ସ୍ଥାନ ଯେହିତିନି ଭୁବନ କଲେ ତହିଁ
Couplet 24
ଯହିଁରେ ଯେବା ନିଜ କର୍ମସର୍ଜିଲେ ପ୍ରଜା ଭିନ୍ନ ଭିନ୍ନ
Couplet 25
ଯେ ଯାହା ମତେ ଧର୍ମ ଚିନ୍ତିନିଶ୍ଚଳଯୋଗେ ପ୍ରଜାପତି
Couplet 26
ଭୋ ମୁନି ହରିର ମହିମାଅଦ୍ଭୁତ କର୍ମ ଗୁଣସୀମା
Couplet 27
ସୃଷ୍ଟି ପାଳନ ସଂହାରଣକାଳ ସ୍ୱରୂପ ନାରାୟଣ
Couplet 28
ଖେଳଇ ନିଜ ମାୟାବଳେକେ ତା ଦେଖିବ ଚର୍ମଡୋଳେ
Couplet 29
ତାର ଲକ୍ଷଣ କହ ମୋତେଅଣୁ ବା ପରମାଣୁ ଯେତେ
Couplet 30
ସ୍ୱଭାବେ ନିର୍ଗୁଣ ଅଚ୍ୟୁତନିର୍ଲେପ ନିର୍ବିକଳ୍ପେସ୍ଥିତ
Couplet 31
ତାର ଶରୀରୁ ଆତ୍ମା ଜାତଲୀଳାରେ ସୃଜଇ ଜଗତ
Couplet 32
ଏ ବିଶ୍ୱ ବ୍ରହ୍ମମୟ-ରୂପୀନିଜ ମାୟାର ବଳେ ବ୍ୟାପି
Couplet 33
କାଳ ପ୍ରଭାବେ ପରିଚ୍ଛିନ୍ନଯେ କାଳ ସ୍ୱୟଂ ଭଗବାନ
Couplet 34
ଯେମନ୍ତ ସୃଷ୍ଟି ଥିଲା ପୂର୍ବେତେମନ୍ତ ପୁଣି ହେବ ଏବେ
Couplet 35
ପ୍ରକୃତି ବିକୃତି ବିକାରେଯେ ସର୍ଗ ନବ ପରକାରେ
Couplet 36
ଯେ କାଳ ଦ୍ରବ୍ୟ ଗୁଣମୟଏହାର ତିନିଟି ପ୍ରଳୟ
Couplet 37
ଯେବା ପ୍ରଳୟ ହୁଏ କାଳେତା ନିତ୍ୟ ବୋଲନ୍ତି ସକଳେ
Couplet 38
ଯେ ସଙ୍କର୍ଷଣ ମୁଖାଗ୍ନିରେପ୍ରଳୟ ଘଟଇ ସଂସାରେ
Couplet 39
ସେ ଦ୍ରବ୍ୟ ହେତୁ ନୈମିତ୍ତିକସ୍ୱକାର୍ଯ୍ୟ ଗ୍ରାସେ ପ୍ରାକୃତିକ
Couplet 40
ଗୁଣର ବଶେ ତା ଉତ୍ପତ୍ତିଏ ରୂପେ ତ୍ରିବିଧ ବୋଲନ୍ତି
Couplet 41
ଯେ କାଳେ ବ୍ରହ୍ମ ଉଦେ ହୋନ୍ତିମହତ ଆଦି ତତ୍ତ୍ବ ଚିନ୍ତି
Couplet 42
ଗୁଣ-ବୈଷମ୍ୟେ ଆତ୍ମା ବସେସ୍ୱଗୁଣ ସ୍ୱଭାବେ ପ୍ରକାଶେ
Couplet 43
ମହତ ତତ୍ତ୍ବ ଆଦ୍ୟ ଚିନ୍ତିପ୍ରଥମ ସର୍ଗ ଉତପତ୍ତି
Couplet 44
ଦ୍ୱିତୀୟ ଅହଙ୍କାରୋଦୟଯେ ଦ୍ରବ୍ୟଜ୍ଞାନ-କ୍ରିୟାଶ୍ରୟ
Couplet 45
ତୃତୀୟ ଭୂତସର୍ଗ ହୋଏଯେ ମାତ୍ରା ଦିବ୍ୟଶକ୍ତି ବହେ
Couplet 46
ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମଯେ ଜ୍ଞାନ-କ୍ରିୟାତ୍ମକ ନାମ
Couplet 47
ଇନ୍ଦ୍ରି ରକ୍ଷକ ଦେବଗଣଆବର ପଞ୍ଚମରେ ମନ
Couplet 48
ଷଷ୍ଠରେ ତାମସ ଯେ ହୋଏଅବିଦ୍ୟା ମହାଶକ୍ତି ବହେ
Couplet 49
ଏ ଷଟ ପ୍ରକୃତି ଗୋଚରବିକୃତି ଶୁଣ ହେ ବିଦୁର
Couplet 50
ଏ ସୃଷ୍ଟି ଜାତ ରଜୋଗୁଣେହରିର ଲୀଳା ଏ ପ୍ରମାଣେ
Couplet 51
ସ୍ଥାବର ସୃଜନ ସପ୍ତମଅନ୍ୟାନ୍ୟ ସୃଷ୍ଟି ମୁଖ୍ୟତମ
Couplet 52
ଏବେ ହୋ ମୁଖ୍ୟସର୍ଗ କହିସ୍ଥାବର ଷଡ଼ବିଧ ହୋଇ
Couplet 53
ବନସ୍ପତି ଲତା ଔଷଧିବୀରୁଧ ଦ୍ରୁମ ବେଣୁ ଆଦି
Couplet 54
ଏହାଙ୍କ ନାମ ଉର୍ଦ୍ଧ୍ୱ-ସ୍ରୋତଅନ୍ତରେ ସ୍ପର୍ଶଜ୍ଞାନ ମାତ୍ର
Couplet 55
ଅଷ୍ଟମସର୍ଗେ ପଶୁଗଣସେ ଅଷ୍ଟବିଂଶ ପରମାଣ
Couplet 56
ଅଜ୍ଞାନ ତମଗୁଣେ ଥାନ୍ତିକେବଳ ଘ୍ରାଣେ ସେ ଜାଣନ୍ତି
Couplet 57
ଗୋରୁ ମହିଷ ଛାଗ ତିନିଗବୟ ଶୂକର ହରିଣୀ
Couplet 58
ଏହାଙ୍କ ପାଦେ ବେନିଖୁରମେଷ ଶରଭ ଉଷ୍ଟ୍ରଖର
Couplet 59
ସମ୍ବର ମୃଗ ଆଦି ଯେତେଯେ ଏକଖୁର କହୁଁ ତୋତେ
Couplet 60
ଏବେ କହିବା ବୀର ଶୁଣଯେ ପଞ୍ଚନଖୀ ପଶୁଗଣ
Couplet 61
ଶ୍ୱା ବୃକ ବ୍ୟାଘ୍ର ଯେ ଶୃଗାଳଶଶକ ଭଲ୍ଲୁକ ବିଡାଳ
Couplet 62
ସିଂହ ବାନର କୂର୍ମ ହସ୍ତୀଏ ପଞ୍ଚନଖ ବୋଲି ଥାନ୍ତି
Couplet 63
ମକର ଆଦି ଜଳ ଜୀବେଭାବେ କହିବା ଶୁଣ ଏବେ
Couplet 64
ଯେ କଙ୍କ ଶାଗୁଣା ସଞ୍ଚାଣଭାସ ଶଲ୍ଲକ ବରହିଣ
Couplet 65
ହଂସ ସାରସ ଚକ୍ରବାକଉଲ୍ଲୁକ ଆଦି ଚିଲ କାକ
Couplet 66
ଏବେ ନବମସର୍ଗ କହିବିଦୁର ଶୁଣ ମନଦେଇ
Couplet 67
ମନୁଷ୍ୟ ମଧ୍ୟେ ତାକୁ ଗଣିଦୁଃଖକୁ ସୁଖପ୍ରାୟ ମଣି
Couplet 68
ରଜ ଅଧିକ କର୍ମ ପରବିକୃତ ଏ ତିନି ପ୍ରକାର
Couplet 69
ଏବେ ଅପର କହୁଁ ତୋତେଉଭୟ ମଧ୍ୟେ ସୃଷ୍ଟି ଯେତେ
Couplet 70
କୁମାରସର୍ଗ ଯେ ବୋଲାଇଉଭୟ ମତେ ଦେହ ବହି
Couplet 71
ଦେବଙ୍କ ସୃଷ୍ଟି ଅଷ୍ଟବିଧପିତର ଅସୁର ବିବୁଧ
Couplet 72
ଗନ୍ଧର୍ବ ଅପ୍ସରା ସିଦ୍ଧଚାରଣ ଯକ୍ଷ ରକ୍ଷ ଭେଦ
Couplet 73
ଭୂତ ପିଶାଚ ପ୍ରେତଗଣକିନ୍ନର ବିଦ୍ୟାଧର ପୁଣ
Couplet 74
ଏ ଅଷ୍ଟବିଧ ଉତପତ୍ତିସ୍ୱଭାବେ ଦେବତା ବୋଲନ୍ତି
Couplet 75
ଏ ଦଶସର୍ଗ ହେ ବିଦୁରକ୍ରମେ ସର୍ଜିଲା ବେଦବର
Couplet 76
ଏବେ କହିବା କୁରୁବୀରଯେ ବଂଶ ମନୁ ମନ୍ୱନ୍ତର
Couplet 77
ଏମନ୍ତେ ରଜଗୁଣେ ମିଶିସୃଷ୍ଟି ଆଗମେ ବ୍ରହ୍ମରାଶି
Couplet 78
ଅମୋଘ-ସଙ୍କଳ୍ପ ସ୍ୱଭାବଆତ୍ମାରେ ଆତ୍ମା ପଦ୍ମନାଭ
Couplet 79
ତ୍ରିଗୁଣେ ନୋହେ ସେ ଗୃହୀତଈଶ୍ୱର ମାୟା ମହୁମତ
Couplet 80
ନଦୀଙ୍କ ଜଳ ଯେହ୍ନେ ଭ୍ରମେଜଳଧି ଯାନ୍ତି ଯଥାକ୍ରମେ
Couplet 81
ଏ ଯେତେ ଦେବାସୁର ଆଦିଯେତେ ମୁଁ କହିଲି ସମ୍ପାଦି
Couplet 82
ସେ ନାନାବିଧ ରୂପ ହୋନ୍ତିକ୍ରମେ ତାହାର ଦେହେ ଯାନ୍ତି
Couplet 83
ଏମନ୍ତେ ବିଦୁର ସମୀପେମୁନି କହିଲେ ପଦ୍ମକଳ୍ପେ
Couplet 84
ଏ ଭାଗବତ ଜ୍ଞାନରସକହିଲା ଜଗନ୍ନାଥ ଦାସ