Skip to content
paribhaasha

Skandha 3

Adhyaya 9

  1. Couplet 1

    ଭୋ ନାଥ ତୋ’ର ଗତି ମୁହିଁଜାଣିଲି ତୋ’ର ଭାବ ବହି

  2. Couplet 2

    ଏ ଜୀବ ତୋ’ର ମାୟାବର୍ତ୍ତୀକାହୁଁ ଜାଣିବେ ତୋ’ର ଗତି

  3. Couplet 3

    ଦୃଶ୍ୟ ଅଦୃଶ୍ୟ ତୋ’ର ଭାବଏ ଘେନି ତୋତେ କେ ଜାଣିବ

  4. Couplet 4

    ମାୟାର ପରେ ତୋ’ର ବାସନିତ୍ୟ ନିରଞ୍ଜନ ପ୍ରକାଶ

  5. Couplet 5

    ସଦନୁଗ୍ରହେ ବନମାଳୀତୁ ନାଥ ମାୟା ସଙ୍ଗେ ମିଳି

  6. Couplet 6

    ତୋ’ର ଏ ରୂପ ନାରାୟଣଶତ-ଅବତାର କାରଣ

  7. Couplet 7

    ତୋ’ ନାଭିକମଳୁ ମୁଁ ଜାତସ୍ୱଭାବେ ଅବିକାର-ତତ୍ତ୍ବ

  8. Couplet 8

    ତୋ’ ରୂପ ଦେଖିଲି ଲୋଚନେଏ ଲାଭୁଁ ଲାଭ ନାହିଁ ଅନ୍ୟେ

  9. Couplet 9

    ଆନନ୍ଦରୂପ ତୋ’ ଶରୀରଅବିଦ୍ଧତେଜ ରୂପ ତୋ’ର

  10. Couplet 10

    ତୁ ବିଶ୍ୱସୃଷ୍ଟି-ମୂଳ ଏକତୋ’ ତହୁଁ ପ୍ରକାଶ ଅନେକ

  11. Couplet 11

    ଭୂତ ଇନ୍ଦ୍ରିୟ ଆତ୍ମା ତୁହିତୋ’ ପାଦେ ଆଶ୍ରେ କଲି ମୁହିଁ

  12. Couplet 12

    ତୁ ସେ ସଂସାର ଆଦିମୂଳତୋ’ ରୂପ ଭୁବନମଙ୍ଗଳ

  13. Couplet 13

    ଧାରଣା ଧ୍ୟାନେ ମନ ଦେଇପ୍ରାଣୀ ତରନ୍ତି ଯାହା ଧ୍ୟାୟି

  14. Couplet 14

    ତୋ ଅନୁଭାବେ ଭବ-ତମହରଇ ପୁରୁଷଉତ୍ତମ

  15. Couplet 15

    ଶ୍ରୀବାସୁଦେବ ନମୋସ୍ତୁତେମନବଚନ ଜ୍ଞାନମତେ

  16. Couplet 16

    ଯେ ତୋତେ ଅନାଦର କରେନରକମାର୍ଗେ ସେ ସଞ୍ଚରେ

  17. Couplet 17

    ଅନିତ୍ୟ ସଙ୍ଗେ ତା’ର ବାସତୋ’ ଭାବେ ହୋନ୍ତି ସେ ନିରାଶ

  18. Couplet 18

    ତୋ’ ପାଦପଦ୍ମ-ଗନ୍ଧ ଯା’ରଆଘ୍ରାଣ କରେ ନାସାଦ୍ୱାର

  19. Couplet 19

    ଶ୍ରୁତିଯୁଗଳେ ନାମ ଶୁଣେଯେ ଅବା ଜିହ୍ୱାଗ୍ରତେ ଗୁଣେ

  20. Couplet 20

    ପରମଭକ୍ତି ଯୋଗବଳେଯେ ନମେ ତୋ’ ପାଦକମଳେ

  21. Couplet 21

    ତା ହୃଦପଦ୍ମ ମଧ୍ୟେ ଥାଉକେବେହେଁ କେଣିକି ନ ଯାଉ

  22. Couplet 22

    ଏ ଭବଭୟ-ଧନ-ମୋହସୁହୃଦ-ଶୋକ-ବନ୍ଧୁସ୍ନେହ

  23. Couplet 23

    ସନ୍ତତି ଜାୟା ଜାତିକୁଳଏ ସର୍ବ ଆପଦର ମୂଳ

  24. Couplet 24

    ଯାବତ ତୋ’ ପାଦକମଳେଯେ ପ୍ରାଣୀ ନ ରହେ ନିଶ୍ଚଳେ

  25. Couplet 25

    ସେ କାହିଁ ଏ ଭୟ ତରିବଯେବେ ନ ଜାଣେ ତୋ’ର ଭାବ

  26. Couplet 26

    ଏ ଭବଭୟ ତେବେ ନାଶେତୋ’ ସଙ୍ଗୀସଙ୍ଗେ ଯେବେ ମିଶେ

  27. Couplet 27

    ତା’ ଛାଡ଼ି ଇନ୍ଦ୍ରିୟ-ଲାଳସେକ୍ଷଣିକ ସୁଖଲେଶ ଆଶେ

  28. Couplet 28

    ଯତ୍ନ କରନ୍ତି ଅବିରତେତୋ’ ମାୟା ତରିବେ କେମନ୍ତେ

  29. Couplet 29

    କ୍ଷୁଧା ପିପାସା ମାର୍ଗେ ଭ୍ରମିଆଶା ବନ୍ଧନେ ପଥଶ୍ରମି

  30. Couplet 30

    ଶୀତ ନିଦାଘ ବାତ ବୃଷ୍ଟିଏଣେ ଭ୍ରମନ୍ତି ପ୍ରାଣୀ ଫୁଟି

  31. Couplet 31

    ଦୁର୍ଜୟ-କାମାନଳ ଦହେକେବେହେଁ ତୋ’ପାଦେ ନ ରହେ

  32. Couplet 32

    ଏ ଦୁଃଖ ଦେଖି ମୋର ମନଭୟେ କମ୍ପଇ ଭଗବାନ

  33. Couplet 33

    ଯାବତ ଏ ମାୟା ଗହନେମନ କଳ୍ପଇ ଭିନ୍ନେଭିନ୍ନେ

  34. Couplet 34

    ଇନ୍ଦ୍ରିୟ ଅର୍ଥେ ଚିତ୍ତ ଜଡେ଼ଘୋର ସଙ୍କଟ ଦୁଃଖେ ପଡେ଼

  35. Couplet 35

    ତାବତ ସଂସାର ନ ତୁଟେସଞ୍ଚରି ପୁଣି ପୁଣି ଫୁଟେ

  36. Couplet 36

    ଏ ବେନିଲୋକ ସୁଖ ଅର୍ଥେପୁଣି ଭ୍ରମନ୍ତି ସୃଷ୍ଟି ପଥେ

  37. Couplet 37

    ଦୁଃଖ-ସମୁଦ୍ରେ ପୁଣି ଭାସେଯତ୍ନ ନ କରେ ସୁଖଲେଶେ

  38. Couplet 38

    ଭୂତ ଭବିଷ୍ୟେ ଆଶା କରିସର୍ବବିଷୟ ଚିତ୍ତେ ଭରି

  39. Couplet 39

    ରାତ୍ରେ ନିଦ୍ରିତ ହୋଇ ଯେବେସ୍ୱପ୍ନେ କଳ୍ପିତ ନାନାଭାବେ

  40. Couplet 40

    ତେଣୁ ପ୍ରାଣୀଙ୍କ ସୁଖଲେଶନ ଥାଇ କ୍ଳେଶ ମାତ୍ରଶେଷ

  41. Couplet 41

    ଭ୍ରମଇଁ ମୁନିଙ୍କର ମନତୋ’ ମାୟାବଳେ ଭଗବାନ

  42. Couplet 42

    ଏଣୁ ତୋ’ ପାଦେ ଯେ ବିମୁଖଇହ ସଂସାରେ ଲଭେ ଦୁଃଖ

  43. Couplet 43

    ଶ୍ରବଣ ତୋ’ ନାମ ଯାହାରତୁ ପୁଣି ତାହାର ଗୋଚର

  44. Couplet 44

    ତୋ’ ଭକ୍ତିଭାବେ ଯେ ଭାବିତତା’ ହୃଦପଦ୍ମେ ତୁ ଉଦିତ

  45. Couplet 45

    ସକଳ ଜୀବେ ତୋ’ ବିହାରତୁ ପୁଣି ତୋତେ ଅଗୋଚର

  46. Couplet 46

    ଯେ ଯେତେଭାବେ ତୋତେ ଭାବେତୋ’ ଅନୁଗ୍ରହେ ସୁଖଲଭେ

  47. Couplet 47

    ନାନା ପ୍ରକାରେ ଉପଚାରେତୋ’ ଆରାଧନା ଯେବା କରେ

  48. Couplet 48

    ତୁ ପୁଣି ତେଣେ ବଶ ନୋହୁସକଳ ହୃଦୟରେ ଥାଉ

  49. Couplet 49

    ନିଷ୍କାମ ଯୋଗେ ତୁ ସୁଲଭସକାମ-ଭକ୍ତିରେ ଦୁର୍ଲଭ

  50. Couplet 50

    ଯେ ସର୍ବଭୂତେ ଦୟା ଚିନ୍ତିତା’ ସମ ତ୍ରିଦଶେ ନୁହଁନ୍ତି

  51. Couplet 51

    ଯେ ତୋତେ ଶୁଦ୍ଧଭାବେ ଚିନ୍ତିନିଶ୍ଚିନ୍ତେ ତୋ’ ପାଦେ ପଶନ୍ତି

  52. Couplet 52

    ତୁ ପୁଣି ସର୍ବଜନ୍ତୁ ଦେହେପ୍ରକାଶୁ ଆଦିତ୍ୟର ପ୍ରାୟେ

  53. Couplet 53

    ଏକୁ ଅନେକ ତୋ’ ପ୍ରକାଶପ୍ରସନ୍ନ ଯେସନେ ଆକାଶ

  54. Couplet 54

    ସର୍ବ ସୁହୃଦ ଅନ୍ତରାତ୍ମାକେ ଲକ୍ଷିପାରେ ତୋ’ ମହିମା

  55. Couplet 55

    ପ୍ରାଣୀଙ୍କ ମନ-କର୍ମବଳେଦଣ୍ତେହେଁ ନ ରହେ ନିଶ୍ଚଳେ

  56. Couplet 56

    ଆରାଧି ନାନା ତପ ବ୍ରତେସୁକୃତ-ଫଳ ଦେଇ ତୋତେ

  57. Couplet 57

    ବେଗେ ହୁଅନ୍ତି ଭବୁ ପାରନୋହିଲେ ଭ୍ରମନ୍ତି ସଂସାର

  58. Couplet 58

    ତୋ’ର ସ୍ୱରୂପ ନିତ୍ୟେ ଚିନ୍ତିଘୋର ସଂସାରୁ ତରିଯା’ନ୍ତି

  59. Couplet 59

    ବିଶ୍ୱ ଉତ୍ପତ୍ତି-ସ୍ଥିତି-ନାଶତୋ’ ମାୟା-ଲୀଳାରୁ ପ୍ରକାଶ

  60. Couplet 60

    ଏମନ୍ତ ମହିମା ତୋହରଭୋ ଦେବ ତୋତେ ନମସ୍କାର

  61. Couplet 61

    ତୋ’ ଅବତାର ଗୁଣ କର୍ମସେ ଅନୁରୂପେ ଯେବା ନାମ

  62. Couplet 62

    ମରଣେ ଗୁଣନ୍ତି ଯେ ମୁଖେବେଗେ ତରନ୍ତି ମହାସୁଖେ

  63. Couplet 63

    ଅନେକ ଜନ୍ମ ଜରା ଭ୍ରାନ୍ତିନିର୍ଭୟେ ବେଗେ ସେ ତରନ୍ତି

  64. Couplet 64

    ଅମୃତ ଲଭି ଅପ୍ରମାଦେସୁଖେ ଲଭନ୍ତି ମୋକ୍ଷପଦେ

  65. Couplet 65

    ଏମନ୍ତ ପ୍ରଭୁ ପାଦତଳେଶରଣ ପଶିଲି ନିଶ୍ଚଳେ

  66. Couplet 66

    ତୁ ନାଥ ପରମମଙ୍ଗଳଉଦ୍ଭବ-ସ୍ଥିତି-ଅନ୍ତଃମୂଳ

  67. Couplet 67

    ଭୁବନଦ୍ରୁମ ତୋ’ ମହିମାକେ ଜାଣିପାରେ ଅନ୍ତଃସୀମା

  68. Couplet 68

    ମୁଁ ଆଦିଭବ ବିଷ୍ଣୁ ତିନିତାଳ ସ୍ୱରୂପେ ଯହିଁ ମାନି

  69. Couplet 69

    ମରୀଚି ମନୁ ଆଦି ଯେତେଏ ସର୍ବଶାଖା ଅପ୍ରମିତେ

  70. Couplet 70

    ଏମନ୍ତ ବୃକ୍ଷରୂପ ତୋ’ରତୋ’ ପାଦେ ମୋ’ର ନମସ୍କାର

  71. Couplet 71

    ଏ ଜୀବଲୋକ ଅବିରତବିକାର-ମାର୍ଗେ ସୁଜଡ଼ିତ

  72. Couplet 72

    ଭାବଇ ଅକୁଶଳ କର୍ମନିତ୍ୟେ କଳ୍ପଇ ନିଜଭ୍ରମ

  73. Couplet 73

    ପ୍ରମତ୍ତ ନାନା ଫଳ ଲାଭେତୋହର ଭଜନ ପ୍ରସ୍ତାବେ

  74. Couplet 74

    ତା’ର ଜୀବନ ଆଶା ତୁହିକ୍ଷଣକେ ଛେଦୁ ଭାବଗ୍ରାହୀ

  75. Couplet 75

    ଏମନ୍ତ ପ୍ରଭୁ ପାଦଗତେମୋ’ ନମସ୍କାର ଅବିରତେ

  76. Couplet 76

    ଭୋ ନାଥ ଜୀବନ ମୋହରବେନିପରାର୍ଦ୍ଧ ଅଧିକାର

  77. Couplet 77

    ସକଳ ଲୋକ ନମସ୍କୃତସପ୍ତମଣ୍ତଳ ପରେସ୍ଥିତ

  78. Couplet 78

    ଅନେକ ତପେ ଅଧିକାରୀତୋ’ କାଳରୂପେ ତେବେ ଡରି

  79. Couplet 79

    ତୁ ଅଧିଯଜ୍ଞ ଦାମୋଦରତୋ’ ପାଦେ ମୋର ନମସ୍କାର

  80. Couplet 80

    ପଶୁ ମନୁଷ୍ୟ ଦେବଦେହେସମ୍ଭବି ତୁ ଲୋକ ସଂଗ୍ରହେ

  81. Couplet 81

    ଇଚ୍ଛାୟେ କରୁ ନାନାକର୍ମନମସ୍ତେ ପୁରୁଷଉତ୍ତମ

  82. Couplet 82

    ଯେ ନିଦ୍ରାଗତି ପଞ୍ଚବୃତ୍ତିତୁରୀୟ ସ୍ୱପ୍ନ ଯେ ସୁଷୁପ୍ତି

  83. Couplet 83

    ଅବିଦ୍ୟା-ନିଦ୍ରାର କାରଣତୁ ନୋହୁ ତାହାର ଅଧୀନ

  84. Couplet 84

    ତଥାପି ନିଦ୍ରାଗଲା ପରିଲୋକ ସଂସାର ପେଟେ ଭରି

  85. Couplet 85

    ଜୀବଙ୍କୁ ଦେବାକୁ ବିଶ୍ରାମପ୍ରଳୟ ଜଳେ ତୋ’ ଶୟନ

  86. Couplet 86

    ତ୍ରିଲୋକ-ଉପକାର ସଧେମୋ’ ଜନ୍ମ ତୋ’ର ନାଭିପଦ୍ମେ

  87. Couplet 87

    ଏ ଯୋଗମାୟା ଅବସାନନମସ୍ତେ ନଳିନ ନୟନ

  88. Couplet 88

    ଜୟତୁ ପ୍ରଭୁ ଭଗବାନଅଶେଷ ଜନ୍ତୁଙ୍କ ଜୀବନ

  89. Couplet 89

    ତୋ’ର ଆଦେଶ ଶିରେ ଧରିମୁଁ ଏ ସଂସାରେ ଅଧିକାରୀ

  90. Couplet 90

    ଯେ ଜ୍ଞାନ-ଅଇଶ୍ୱର୍ଯ୍ୟ ବଳୁତୁହି ସଂସାର ସୃଜି ପାଳୁ

  91. Couplet 91

    ଯେ ଜ୍ଞାନ ଦିଅ ଅନୁଗ୍ରହେସୃଷ୍ଟି କରିବି ପୂର୍ବ ପ୍ରାୟେ

  92. Couplet 92

    ଭୋ ନାଥ ପରମପୁରୁଷଏ ଆତ୍ମାଶକ୍ତି ତୋ’ ବିଶ୍ୱାସ

  93. Couplet 93

    ଗୁଣ-ଗୃହୀତ ଅବତାରେଯେ ଅବା କରୁ ତୁ ସଂସାରେ

  94. Couplet 94

    ସେ ଗୁଣ ଘେନି ସୃଷ୍ଟିଅର୍ଥେଯେ ଅବା ହୋଇବ ଯେମନ୍ତେ

  95. Couplet 95

    ସର୍ଜିବି ଆତ୍ମା ଯୋଗବଳେମୋ’ ଚିତ୍ତ ଯେମନ୍ତେ ନିଶ୍ଚଳେ

  96. Couplet 96

    ତୋ’ର ଚରଣେ ଦୃଢ଼ ହୋଏଭୋ ନାଥ କର ଏ ଉପାୟେ

  97. Couplet 97

    ଦୁର୍ଗମ ଏ ପ୍ରଳୟ ଜଳେମୁଁ ଜାତ ତୋ’ ନାଭିକମଳେ

  98. Couplet 98

    ବିଜ୍ଞାନ ଶକ୍ତି ଯେଣୁ ବହୁତେଣୁ ଅନନ୍ତ ତୁ ବୋଲାଉ

  99. Couplet 99

    ସଂଭ୍ରମେ ପଦ୍ମନାଳେ ମୁହିଁଭ୍ରମନ୍ତେ ତୋ’ର ମାୟାବହି

  100. Couplet 100

    ଦେଖିଲି ତୋ’ ପରମରୂପଯେ ରୂପ ନିଗମ-ସଙ୍କଳ୍ପ

  101. Couplet 101

    ସର୍ଜୁ ବିଚିତ୍ର ବିଶ୍ୱରୂପମୋ’ ବ୍ରହ୍ମତେଜ ନୋହୁ ଲୋପ

  102. Couplet 102

    ଅଶେଷ କରୁଣାସାଗରଭୋ ନାଥ ମହିମା ତୋହର

  103. Couplet 103

    ରଙ୍ଗ ଅଧରେ ମନ୍ଦହାସଦେଖାଇ ମୋର ମନ ତୋଷ

  104. Couplet 104

    ଏ ବିଶ୍ୱସଂସାର କୁଶଳେମୁଁ ଯେଣୁ ଅଛି ମହାଜଳେ

  105. Couplet 105

    ସୃଷ୍ଟି କଳ୍ପନା ଚିନ୍ତା ଅର୍ଥେମୁହିଁ ଭାଳଇ ଅବିରତେ

  106. Couplet 106

    ତୁ ନାଥ ମଧୁର-ବଚନେଚିନ୍ତା ନିବାର ମୋର ମନେ

  107. Couplet 107

    ଏମନ୍ତେ ସଂଭ୍ରମ-ବଚନେତପ ସମାଧି ଯୋଗଧ୍ୟାନେ

  108. Couplet 108

    ନିର୍ମଳ ଦିବ୍ୟ-ଅନୁଭବେନିଗମ ବଚନ ପ୍ରସ୍ତାବେ

  109. Couplet 109

    ନାନା ପ୍ରକାରେ କରି ସ୍ତୁତିମନ-ବଚନେ ଯେତେ ଶକ୍ତି

  110. Couplet 110

    ଅନ୍ତେ ଗୋବିନ୍ଦ-ଭାବ ଘେନିସେ ପଦ୍ମ ମଧ୍ୟେ ହେଲା ତୁନି

  111. Couplet 111

    ଏମନ୍ତେ ବ୍ରହ୍ମା ମନ ଜାଣିଦୟାସାଗର ଚକ୍ରପାଣି

  112. Couplet 112

    ବିଷାଦ ଚିତ୍ତେ ସେ ଭାଳଇପ୍ରଳୟ ଜଳ ମଧ୍ୟେ ଥାଇ

  113. Couplet 113

    ଲୋକ ସଂସ୍ଥାନ ଚିନ୍ତାକରିଭାଳଇ ଖେଦ ମନେ ଧରି

  114. Couplet 114

    ସେ ଚିତ୍ତ ଜାଣି ଭଗବାନକୋମଳ ଗଭୀର ବଚନ

  115. Couplet 115

    ବ୍ରହ୍ମାର ମନ ଖେଦ ହରିକହନ୍ତି ପ୍ରଭୁ ଦଇତାରି

  116. Couplet 116

    ହେ ବେଦଗର୍ଭ ସୃଷ୍ଟିମୁଖବେଗେ ତୁ ଛାଡ଼ ମନଦୁଃଖ

  117. Couplet 117

    ତୁ ଯେ କଳ୍ପିତେ ମାଗୁ ଯାହାଆଗେ ମୁଁ କରିଅଛି ତାହା

  118. Couplet 118

    ତୁ ଏବେ ତପେ କର ଆଶାମୋ’ ବିଦ୍ୟାବଳ ତୋ’ ଭରସା

  119. Couplet 119

    ଏ ତପ-ଯୋଗବିଦ୍ୟା ବଳେସୃଷ୍ଟି ତୁ କର ମହାଜଳେ

  120. Couplet 120

    ଆତ୍ମା ନିଯୋଗେ ଭକ୍ତି କରଯେ ରୂପେ ହୋଇବ ସଂସାର

  121. Couplet 121

    ସର୍ବ ଦେଖିବୁ ମୋର ଦେହେମୋତେ ଦେଖିବୁ ସର୍ବମୟେ

  122. Couplet 122

    ମୁଁ ବସେ ସର୍ବପ୍ରାଣୀ ମନେଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ

  123. Couplet 123

    ମୋତେ ଯେ ଦେଖେ ବେଦବରତା’ର ସଂଶୟ ଯାଇ ଦୂର

  124. Couplet 124

    ଭୂତ-ଇନ୍ଦ୍ରିୟ-ଗୁଣ ମେଳେଅନ୍ତଃକରଣ ସୁନିଶ୍ଚଳେ

  125. Couplet 125

    ଯେବେ ଦେଖଇ ଦେହେ ମୋତେସ୍ୱରାଜ୍ୟେ ରହଇ ନିଶ୍ଚିନ୍ତେ

  126. Couplet 126

    କର୍ମ ବିଭାଗେ ନାନାମତେଏ ସୃଷ୍ଟି ସର୍ଜିବୁ ଯେମନ୍ତେ

  127. Couplet 127

    ମୋ’ ଅନୁଗ୍ରହେ ତୋ’ର ମନକେବେହେଁ ନୋହିବଟି ଛନ୍ନ

  128. Couplet 128

    ତୁ ଯେବେ ମୋ’ର ଦେହେ ମନଦେଇ ସର୍ଜିବୁ ପ୍ରଜାଜନ

  129. Couplet 129

    ଏ ରଜଗୁଣେ ଯେତେ ଭାବକେବେହେଁ ତୋତେ ନ ଲାଗିବ

  130. Couplet 130

    ପ୍ରାଣୀଙ୍କ ଦୁର୍ଲ୍ଲଭ ଯୁଗତେତୁ ଯେ ଜାଣିଲୁ ଏବେ ମୋତେ

  131. Couplet 131

    ଭୂତ-ଇନ୍ଦ୍ରିୟଗଣ ଗ୍ରସ୍ତେକେ ହେଜି ସମ୍ପାଦିବ ମୋତେ

  132. Couplet 132

    ତୁ ଯେ ସଂଶୟ ଚିତ୍ତେ ବହିକମଳନାଳ ମଧ୍ୟେ ଯାଇ

  133. Couplet 133

    ତାହାର ମୂଳ ଇଚ୍ଛା କଲୁଅନେକ କାଳ ତୁ ଭ୍ରମିଲୁ

  134. Couplet 134

    ଦୟା ବସିଲା ମୋର ଚିତ୍ତେବାହାରେ ଦେଖାଇଲି ତୋତେ

  135. Couplet 135

    ତୁ ଯେତେ କଲୁ ମୋତେ ସ୍ତୁତିକହଇ ଶୁଣ ବେଦପତି

  136. Couplet 136

    ଯେ ତପନିଷ୍ଠା ତୋ’ର ଦେହେଲଭିଲୁ ମୋ’ର ଅନୁଗ୍ରହେ

  137. Couplet 137

    ସୁପ୍ରୀତ ହୋଇଲି ମୁଁ ତୋତେକଲ୍ୟାଣ ଲଭ ତୁ ଜଗତେ

  138. Couplet 138

    ଲୋକମଙ୍ଗଳ ଅର୍ଥେ ତୋ’ରମହିମା ବର୍ଣ୍ଣିଲୁ ମୋହର

  139. Couplet 139

    ଏ ସ୍ତୋତ୍ରେ ମୋତେ ଯେ ଭଜିବସଂସାର ଭୟରୁ ତରିବ

  140. Couplet 140

    ମୁଁ ବରଦାତା ଭଗବାନତାହାକୁ ହୁଅଇ ପ୍ରସନ୍ନ

  141. Couplet 141

    ସମାଧି ତପ ଯଜ୍ଞମତେଜ୍ଞାନ ବୈରାଗ୍ୟ ଉପଗତେ

  142. Couplet 142

    ମୋରେ ନିଶ୍ଚଳ ପ୍ରୀତିଭାବଏ ସର୍ବ କର୍ମଫଳ ଲାଭ

  143. Couplet 143

    ମୁଁ ଆତ୍ମା ଜଗତ ଜୀବରସଂଶୟଚିତ୍ତେ ଅଗୋଚର

  144. Couplet 144

    ଏଣୁ ଯେ ମୋ’ ବିଷୟ ଭଜେସ୍ୱଭାବେ ସର୍ବମାୟା ତେଜେ

  145. Couplet 145

    ଆତ୍ମାରେ ଆତ୍ମମାୟା ତରେନ ବୁଡେ଼ ସଂସାର-ସାଗରେ

  146. Couplet 146

    ମାୟାରେ ଆତ୍ମାବୁଦ୍ଧି ଧରପୂର୍ବର ପ୍ରାୟେ ସୃଷ୍ଟି କର

  147. Couplet 147

    ସକଳ ବେଦଭାବେ କରିମୋହର ଭାବ ହୃଦେ ଧରି

  148. Couplet 148

    ଯେ ପ୍ରାଣୀ ମୋ’ର ଦେହେ ଥିଲେପ୍ରଳୟ ଜଳେ ନାଶ କାଳେ

  149. Couplet 149

    ତାହାଙ୍କୁ କର୍ମର ଆୟତ୍ତେପୁଣି ପ୍ରକାଶ ଏ ଜଗତେ

  150. Couplet 150

    ଏମନ୍ତ ବ୍ରହ୍ମା ଆଗେ କହିଅନ୍ତର ହେଲେ ଭାବଗ୍ରାହୀ

  151. Couplet 151

    ସେ ହରିଚରଣ-ପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ