Skip to content
paribhaasha

Skandha 3

Adhyaya 8

  1. Couplet 1

    ବିଦୁର ବାକ୍ୟ ଶୁଣି କର୍ଣ୍ଣେମୈତ୍ରେୟ ଆନନ୍ଦିତ ମନେ

  2. Couplet 2

    କୃଷ୍ଣ-ଚରଣ-ଯୁଗ ଧ୍ୟାୟିକହନ୍ତି ବିଦୁରକୁ ଚାହିଁ

  3. Couplet 3

    ଶୁଣ ବିଦୁର ଶୁଦ୍ଧଚେତାସୁପୁଣ୍ୟ ପରୀକ୍ଷିତ-ଗାଥା

  4. Couplet 4

    ତୋହର ଜନ୍ମ ପୁରୁବଂଶେପରମ-ଭାଗବତ-ଅଂଶେ

  5. Couplet 5

    ଯାହା ମହିମା ଶୁଣି କର୍ଣ୍ଣେସେବା କରନ୍ତି ସାଧୁଜନେ

  6. Couplet 6

    ଯହିଁ ତୁ ଲୋକପାଳ ଯମସାକ୍ଷାତେ ହୋଇଲୁ ଜନମ

  7. Couplet 7

    ଭକ୍ତଜନଙ୍କ ଶିରୋମଣିତୋ’ର ସକାଶୁ ଜନ ଶୁଣି

  8. Couplet 8

    କହ ସଂସାରେ କୃଷ୍ଣଲୀଳାବିଶ୍ୱମଙ୍ଗଳ କୀର୍ତ୍ତିମାଳା

  9. Couplet 9

    ନିରତେ ନବ ନବ ମଣେତୋଷ ନ ଲଭେ ପ୍ରତିକ୍ଷଣେ

  10. Couplet 10

    ତା’ର ମହିମା ତୋ’ ସମ୍ମୁଖେକହିବି ଭକ୍ତଜନ-ସୁଖେ

  11. Couplet 11

    ଦୁଃଖ-ସମୁଦ୍ରେ ସୁଖ ପ୍ରାୟେନିରତେ ମନ ଯା’ର ଧାଏଁ

  12. Couplet 12

    ତାହାଙ୍କ ନିସ୍ତାରଣ ଅର୍ଥେଶୁଣ କହିବା ତୋ’ ଅଗ୍ରତେ

  13. Couplet 13

    ଶ୍ରୀଭାଗବତ ରସସାରଋଷିଙ୍କି ଦେଲେ ଚକ୍ରଧର

  14. Couplet 14

    ଶୁଣ ବିଦୁର ସାବଧାନେବ୍ରହ୍ମାର ପୁତ୍ରେ ଏକଦିନେ

  15. Couplet 15

    ସନକ ଆଦି ସପ୍ତଭ୍ରାତେମିଳିଲେ ଅନନ୍ତ ଅଗ୍ରତେ

  16. Couplet 16

    ରତ୍ନଆସନେ ଭୂମିଗତେବସି ଅଛନ୍ତି ଶୁଦ୍ଧ ଚିତ୍ତେ

  17. Couplet 17

    ଆଦି ଅନନ୍ତ ରୂପସାରଅକୁଣ୍ଠ-ମହିମା ଯାହାର

  18. Couplet 18

    ତା’ଙ୍କ ସମୀପେ ସପ୍ତଭ୍ରାତେମିଳିଲେ ଜ୍ଞାନ-ପ୍ରଶ୍ନ ଅର୍ଥେ

  19. Couplet 19

    ପରମପଦେ କରି ଇଚ୍ଛାଏକୁ ଅନେକ କଲେ ପୁଚ୍ଛା

  20. Couplet 20

    ସ୍ୱଭାବେ ସ୍ଥିର ଯା’ ଶରୀରଦେବମାନବେ ଅଗୋଚର

  21. Couplet 21

    ସର୍ବେ କରନ୍ତି ବହୁ ମାନ୍ୟଧ୍ୟାନେ ତରନ୍ତି ସଙ୍କର୍ଷଣ

  22. Couplet 22

    ମୃଣାଳ-କୋଷ ପ୍ରାୟ ଦେହୀଉନ୍ମୀଳ ଚକ୍ଷୁଯୁଗ ବହି

  23. Couplet 23

    ବିବୁଧଜନଙ୍କ ଆନନ୍ଦେସୁଖେ ନିଶ୍ଚଳ ଯୋଗାନନ୍ଦେ

  24. Couplet 24

    ନିର୍ମଳ ଭୋଗବତୀ ନୀରେଧୌତ କବରୀଭାର ଶିରେ

  25. Couplet 25

    ସେ ଜଟାକଳାପେ ଚରଣପଦ୍ମେ ନମନ୍ତି ମୁନିଗଣ

  26. Couplet 26

    ଯେ ପାଦେ ନାଗଙ୍କ କାମିନୀବିବିଧ-ଉପାୟନ ଘେନି

  27. Couplet 27

    ସେବନ୍ତି ଯେଉଁ ପାଦଗତେଉମ-ବର-ପ୍ରାପ୍ତି ଅର୍ଥେ

  28. Couplet 28

    ସୁସ୍ୱର-ରୀତନାଦ-ଧ୍ୱନିସ୍ୱଭାବେ ଅନୁରାଗ ଘେନି

  29. Couplet 29

    ଯାହାର କର୍ମ ଦୃଢ଼ଚିତ୍ତେଗାୟନ କରନ୍ତି ନିରତେ

  30. Couplet 30

    ଜାଣନ୍ତି ଲୀଳା-ତତ୍ତ୍ବଜ୍ଞାନନିର୍ମଳ ମନେ ନିତ୍ୟେ ଧ୍ୟାନ

  31. Couplet 31

    ସେ ଦେବ ସହସ୍ରଶୀରଷକିରୀଟ ମଣିମୟ ତ୍ରାସ

  32. Couplet 32

    ଫଣାସହସ୍ରେ ଶୋଭା କରେଆଦିତ୍ୟ ଯେସନେ ଅମ୍ବରେ

  33. Couplet 33

    ତା’ର ଚରଣ-ରଜ ଶିରେସନକ୍ରୁମାର ଧରି କରେ

  34. Couplet 34

    ପୁଚ୍ଛିଲେ ସାର-ତତ୍ତ୍ବଜ୍ଞାନଯା’ ଶୁଣି ନିସ୍ତରିବେ ଜନ

  35. Couplet 35

    ନିବୃତ୍ତି-ଧର୍ମେ ଦେଖି ଚିତ୍ତଏହାଙ୍କୁ କହିଲେ ଅନନ୍ତ

  36. Couplet 36

    ସେ ପୁଣି ପ୍ରଶ୍ନ ଅନୁରାଗେକହିଲେ ସାଂଖ୍ୟାୟନ ଆଗେ

  37. Couplet 37

    ସେ ସାଂଖ୍ୟାୟନ ଯୋଗ ଧ୍ୟାୟେପରମହଂସ-ଦୀକ୍ଷା ବହେ

  38. Couplet 38

    ସେ ପୁଣି ଦୟା-ଶୁଦ୍ଧଚିତ୍ତେସଂସାରେ ନିସ୍ତାରଣ ଅର୍ଥେ

  39. Couplet 39

    କୃଷ୍ଣ-ମହିମା ପରିମାଣିନିର୍ମଳ-ଭାଗବତ-ବାଣୀ

  40. Couplet 40

    କୃଷ୍ଣ-ଭକତି ଅନୁରାଗେକହିଲେ ମୋ’ର ଗୁରୁ ଆଗେ

  41. Couplet 41

    ଆବର ବୃହସ୍ପତି ଆଗେଦେବସମୂହ ପ୍ରିୟଭାବେ

  42. Couplet 42

    ସେ ପରାଶର ମହାମୁନିପୌଲସ୍ତ୍ୟ ମୁନି ଆଜ୍ଞା ଘେନି

  43. Couplet 43

    ଦୟାଳୁ ମୁନି ପରାଶରକହିଲେ ମୋହର ଆଗର

  44. Couplet 44

    ବ୍ରହ୍ମ-ଗୁପତ-ବାଣୀ ଏବେଶୁଣ କହିବା ତୋତେ ଭାବେ

  45. Couplet 45

    ତୁ ଶ୍ରଦ୍ଧାଯୁତ ଅନୁଗତଶୁଣ କହିବି ଭାଗବତ

  46. Couplet 46

    ତୁ ଶୁଦ୍ଧଚିତ୍ତେ ବତ୍ସ› ଶୁଣଏ ଆଦି ପରମ-ପୁରାଣ

  47. Couplet 47

    ଯେ ବିଶ୍ୱସୃଷ୍ଟି ପୂର୍ବେ ଥିଲାପ୍ରଳୟ-ଜଳେ ନାଶ ଗଲା

  48. Couplet 48

    ପରମସୁଖେ ଭଗବାନନିଦ୍ରାରେ ମୁଦ୍ରିତ ନୟନ

  49. Couplet 49

    ପ୍ରଳୟ-ଜଳନିଧି ମଧ୍ୟେଅନନ୍ତ-ଶୟନେ ଆନନ୍ଦେ

  50. Couplet 50

    ଶୋଇଲେ ଏକରୂପ ହୋଇସଙ୍ଗେ ସଙ୍ଗତି ନାହିଁ କେହି

  51. Couplet 51

    ନିଶ୍ଚେଷ୍ଟ-ଆତ୍ମସୁଖେ ରତଭୂତେ ନିବେଶି ପଞ୍ଚଭୂତ

  52. Couplet 52

    ଆତ୍ମା ଆଶ୍ରିତ ସୂକ୍ଷ୍ମଭୂତେକାଳାତ୍ମା ଶକ୍ତିର ଆୟତ୍ତେ

  53. Couplet 53

    ଚେଷ୍ଟା ରହିତ ଭଗବାନଦାରୁରେ ଯେହ୍ନେ ହୁତାଶନ

  54. Couplet 54

    ସେ ରୂପ ବାହ୍ୟବୃତ୍ତି ଶୂନ୍ୟଜଳରେ କଲେ ସେ ଶୟନ

  55. Couplet 55

    ବିଷ୍ଣୁ-ରଜନୀ ପ୍ରକାଶିଲାଚାରିସହସ୍ର ଯୁଗ ଗଲା

  56. Couplet 56

    ଜଳେ ଶୟନ ଭଗବାନଯେ ଆତ୍ମଶକ୍ତିର ନିଦାନ

  57. Couplet 57

    ତା’ର ଆୟତ୍ତ କାଳବଳେସୃଷ୍ଟିସମୟ ସୁମରିଲେ

  58. Couplet 58

    ପୂର୍ବ-ଜୀବଙ୍କୁ ଦେହେ ଚାହିଁସେ ପୁଣି କର୍ମତନ୍ତ୍ର ହୋଇ

  59. Couplet 59

    ତାହାଙ୍କ ଅବତାର ଅର୍ଥସୂକ୍ଷ୍ମେ ନିବେଶି ଦୃଷ୍ଟିପଥ

  60. Couplet 60

    କ୍ଷୋଭିତ-ସୃଷ୍ଟିର କାରଣେସ୍ୱୟଂ ପ୍ରବେଶି ରଜୋଗୁଣେ

  61. Couplet 61

    ସେ କାଳବଳର ବିଶ୍ୱାସେମିଳିଲେ ବିଷ୍ଣୁ-ନାଭିଦେଶେ

  62. Couplet 62

    ସେ ନାଭିମଧ୍ୟୁ ପଦ୍ମକୋଷତକ୍ଷଣେ ହୋଇଲା ପ୍ରକାଶ

  63. Couplet 63

    ସେ ପଦ୍ମ କାଳକର୍ମ ବଳେରୂପ ବିରାଜେ ମହାଜଳେ

  64. Couplet 64

    ଉଦିତ-ରବି ପ୍ରାୟେ ମାନିଜଳେ ପ୍ରକାଶ ଆତ୍ମଯୋନି

  65. Couplet 65

    ସେ ଲୋକପଦ୍ମେ ନାରାୟଣସ୍ୱୟଂପ୍ରବେଶ ରଜୋଗୁଣ

  66. Couplet 66

    ସକଳଗୁଣେ ସେ ପ୍ରକାଶସହସ୍ରରବି ଜିଣି ତ୍ରାସ

  67. Couplet 67

    ସେ ପଦ୍ମକର୍ଣ୍ଣିକାର ମଧ୍ୟେବ୍ରହ୍ମା ପ୍ରକାଶ ବେଦପଦେ

  68. Couplet 68

    ବିଧାତା ନାମ ସେ ବୋଲାଇଯା’ର ଶରୀର କର୍ମମୟୀ

  69. Couplet 69

    ସ୍ୱୟମ୍ଭୁ ନାମ ସେ ସ୍ୱଭାବେଉଦୟ ନିଜ କର୍ମଲାଭେ

  70. Couplet 70

    ସେ ପଦ୍ମମଧ୍ୟେ ବ୍ରହ୍ମା ରହେବସି ସକଳଦିଗେ ଚାହେଁ

  71. Couplet 71

    ନ ଦେଖି ଲୋକଙ୍କ ଉଦ୍ଦେଶ୍ୟତକ୍ଷଣେ ଚାହିଁଲା ଆକାଶ

  72. Couplet 72

    ହୋଇଲା ତା’ର ଚାରିମୁଖକେବେହେଁ ନ ଲଭଇ ସୁଖ

  73. Couplet 73

    ପ୍ରଳୟ-ପବନର ବଳେଲହରୀ ଭ୍ରମ ମହାଜଳେ

  74. Couplet 74

    ଆତ୍ମାକୁ ନ ଜାଣଇ ଭଲେଯେ ଲୋକତତ୍ତ୍ବ ପଦ୍ମତୁଲେ

  75. Couplet 75

    କାହୁଁ ଅଇଲି କେଉଁ ଦେଶନ ଜାଣି ଆତ୍ମାର ବିଶେଷ

  76. Couplet 76

    ଏ ପଦ୍ମ କାହୁଁ ଉପୁଜିଲାକିବା ଏ ଜଳମଧ୍ୟେ ଥିଲା

  77. Couplet 77

    ସ୍ଥଳ ନ ଥିଲେ ଜଳ କାହିଁଏମନ୍ତ ମନେ ବିଚାରଇ

  78. Couplet 78

    କିବା ଏ ପଦ୍ମମୂଳେ ଅଛିଏମନ୍ତ ମନେମନେ ଲକ୍ଷି

  79. Couplet 79

    କେବେହେଁ ହେଜି ନ ପାରିଲାଏମନ୍ତେ କେତେକାଳ ଗଲା

  80. Couplet 80

    ପୁଣି ଚାହିଁଲା ମନଦୁଃଖେନିଜ ଆସନେ ଅଧୋମୁଖେ

  81. Couplet 81

    ତଳେ ଦେଖିଲା ପଦ୍ମନାଳତା’ ମଧ୍ୟେ ଅନ୍ଧକାର ବିଳ

  82. Couplet 82

    ବିଚାରେ ଏହିମାର୍ଗେ ଯିବିକାହୁଁ ଅଇଲି ତା’ ଦେଖିବି

  83. Couplet 83

    ଏମନ୍ତେ ବିଚାରି ସଂଶୟେବିଳେ ପଶିଲା ମହାଭୟେ

  84. Couplet 84

    ସେ ବିଳମାର୍ଗେ ନାଭିପଥେପଶିଲା ବିଷ୍ଣୁ-ଗର୍ଭଗତେ

  85. Couplet 85

    ଅନେକ କାଳ ଗର୍ଭେ ଭ୍ରମିଫୁଟି ହୋଇଲା ପଥଶ୍ରମୀ

  86. Couplet 86

    ଯେ କାଳ ଜନ୍ତୁଙ୍କର ପ୍ରାଣବଳେ ହରଇ ଅନୁକ୍ଷଣ

  87. Couplet 87

    ସେ କାଳବଳ-କରଷଣେବାହାର ହୋଇଲା ତକ୍ଷଣେ

  88. Couplet 88

    ମନ-କଳ୍ପିତ ନ ପାଇଲାନିଜ ଆସନେ ବିଜେ କଲା

  89. Couplet 89

    ସ୍ଥିର-ନିଃଶ୍ୱାସ ଦୃଢେ଼ ଧରିମନ-ପବନ ହୃଦେ ଭରି

  90. Couplet 90

    ନିବୃତ୍ତଚିତ୍ତେ ପ୍ରଜାପତିଯୋଗ ଅଭ୍ୟାସେ କଲା ମତି

  91. Couplet 91

    ସେ ଶତେବର୍ଷ କାଳଭୋଗେଲଭିଲା ବୋଧ ନିଷ୍ଠାଯୋଗେ

  92. Couplet 92

    ତା’ର ହୃଦୟେ ବିଷ୍ଣୁଭାବେପ୍ରକାଶେ ସୃଷ୍ଟିଅର୍ଥ ଲାଭେ

  93. Couplet 93

    ପୂର୍ବେ ଯାହାକୁ ମହାଜଳେଖୋଜି ନ ଦେଖିଲା ନିଶ୍ଚଳେ

  94. Couplet 94

    ତାହାକୁ ଆପଣା ହୃଦୟେଦେଖେ ସମାଧିଯୋଗଧ୍ୟାୟେ

  95. Couplet 95

    ମୃଣାଣ-ଗୌର ଦେହକାନ୍ତିଅନନ୍ତ-ଶୟନେ ଶ୍ରୀପତି

  96. Couplet 96

    ଏକା ଅଛନ୍ତି ନାହିଁ କେହିଦେଖେ ନିଶ୍ଚଳ-ନେତ୍ରେ ଚାହିଁ

  97. Couplet 97

    ଫଣାସହସ୍ର ଊର୍ଦ୍ଧ୍ୱ ଜ୍ୟୋତିରତ୍ନସମୂହେ ଝଟକନ୍ତି

  98. Couplet 98

    ଯୁଗାନ୍ତ-ଜଳ-ଅନ୍ଧକାରସେ ରତ୍ନଜ୍ୟୋତି କରେ ଦୂର

  99. Couplet 99

    ମର୍କତଗିରି ନିନ୍ଦେ ରୂପସନ୍ଧ୍ୟାଭ୍ର ଜିଣି ପୀତାଂଶୁକ

  100. Couplet 100

    ସୁବର୍ଣ୍ଣ-ଶୃଙ୍ଗ ତିରସ୍କାରକରେ ମୁକୁଟ ଶିରପର

  101. Couplet 101

    ପର୍ବତ ବେଣୁବୃକ୍ଷ ଶୋଭାନିନ୍ଦଇ ଭୁଜପାଦ ପ୍ରଭା

  102. Couplet 102

    ରତ୍ନଔଷଧି ଜଳ ପୁଷ୍ପେଗିରିଭୂଷଣ ମାଳ ରୂପେ

  103. Couplet 103

    ତାହାକୁ ବଳି ହରିଗଳେରତ୍ନତୁଳସୀ ମୁକ୍ତାଫଳେ

  104. Couplet 104

    ମହାପୁରୁଷ ବିଷ୍ଣୁରୂପେସ୍ୱୟଂ ପ୍ରକାଶ ମହାକଳ୍ପେ

  105. Couplet 105

    ପ୍ରକାଶ ଅଛଇ ବିସ୍ତାରେତ୍ରିଲୋକ ପ୍ରକାଶ ଶରୀରେ

  106. Couplet 106

    ଦିବ୍ୟ ବିଚିତ୍ର ଆଭରଣେପ୍ରକାଶେ ବସ୍ତ୍ର ଆଚ୍ଛାଦନେ

  107. Couplet 107

    ସର୍ବସୁନ୍ଦରର ସମୂହେତେଜ ପ୍ରକାଶେ ବିଶ୍ୱଦେହେ

  108. Couplet 108

    ମିଳି ସକଳ ମହାଜନେନିଜ ବା‚ଞ୍ଛିତ ଆତ୍ମାଧ୍ୟାନେ

  109. Couplet 109

    ଯେ କାମ ଯେ କରନ୍ତି ଧ୍ୟାୟେତାହାଙ୍କୁ କାମଧେନୁ ପ୍ରାୟେ

  110. Couplet 110

    ଦୟାସାଗର ଭଗବାନବ୍ରହ୍ମାଙ୍କୁ ଦେଲେ ଦରଶନ

  111. Couplet 111

    ଅଙ୍ଗୁଳି ଅଗ୍ରେ ନଖକାନ୍ତିଶଶାଙ୍କପ୍ରାୟ ଝଟକନ୍ତି

  112. Couplet 112

    ସ୍ଫୁରିତ ଦିଶେ ହାସ୍ୟମୁଖଦେଖନ୍ତେ ହରେ ପ୍ରାଣୀଦୁଃଖ

  113. Couplet 113

    କର୍ଣ୍ଣେ କୁଣ୍ତଳବେନି ଶୋହେଚନ୍ଦ୍ର-ତପନ ସମ ନୋହେ

  114. Couplet 114

    ଶୋଣ-ଅରୁଣ ଓଷ୍ଠବେନିବିରାଜେ ଦନ୍ତପନ୍ତି ଘେନି

  115. Couplet 115

    ପଦମ୍ବପୁଷ୍ପ ତେଜ ପ୍ରାୟେପୀତବସନ କଟୀ ଶୋହେ

  116. Couplet 116

    ରତ୍ନମେଖଳା ତେଜ ଦମ୍ଭେସୁନ୍ଦର ବିରାଜେ ନିତମ୍ବେ

  117. Couplet 117

    ଅଷ୍ଟରତନ ବନମାଳଲମ୍ବେ ଶ୍ରୀବତ୍ସ›-ବକ୍ଷସ୍ଥଳ

  118. Couplet 118

    ହାରକେୟୂର ରତ୍ନମାଳସୁନ୍ଦର ଅଳକା କପୋଳ

  119. Couplet 119

    ଭୁଜସହସ୍ର ଜାନୁଯାଏଲମ୍ବେ ଶ୍ରୀବଟ ରୁହ ପ୍ରାୟେ

  120. Couplet 120

    ସର୍ବ-ଭୁବନ ତା’ର ଦେହେବିରାଜେ ପୁଷ୍ପକଣା ପ୍ରାୟେ

  121. Couplet 121

    ଅଦୃଶ୍ୟ ମୂଳ ତା’ ସ୍ୱଭାବକେ ଅବା ଲୋଚନେ ଦେଖିବ

  122. Couplet 122

    ମନ୍ଦରଗିରି ଯେହ୍ନେ ଜଳେକ୍ଷୀରୋଦ-ମନ୍ଥନର କାଳେ

  123. Couplet 123

    ସହସ୍ରଶୃଙ୍ଗ ପ୍ରାୟ ସାଜେସୁରତ୍ନ କିରୀଟ ବିରାଜେ

  124. Couplet 124

    କଣ୍ଠେ କୌସ୍ତୁଭମଣି ଶୋହେରତ୍ନପ୍ରଭାରେ ମନ ମୋହେ

  125. Couplet 125

    ସୁକୀର୍ତ୍ତିମୟି ବନମାଳଲମ୍ବେ ସୁନ୍ଦର-ବକ୍ଷସ୍ଥଳ

  126. Couplet 126

    ଗନ୍ଧେ ଆବୃତ୍ତ ଭୃଙ୍ଗପନ୍ତିସୂର୍ଯ୍ୟ-ଶଶାଙ୍କ-ଅଗ୍ନିଜ୍ୟୋତି

  127. Couplet 127

    ସେ ପୁଣି ଚାହାଁନ୍ତେ ନିରୋଳେଆତ୍ମାକୁ ତା’ ନାଭି କମଳେ

  128. Couplet 128

    ପବନ ଗଗନ ସଲିଳବିଧାତା ଦେଖେ ଦେହେ ତା’ର

  129. Couplet 129

    ରଜୋଗୁଣରେ ଯୁକ୍ତ ହୋଇପ୍ରଜା-ସୃଜନେ ମନଦେଇ

  130. Couplet 130

    ଲୋକ-ବିସୃଷ୍ଟି ଦେହେ ଦେଖିବିଧାତା ଆସନ ଉପେକ୍ଷି

  131. Couplet 131

    କରଯୁଗଳ ଦେଇ ମୁଣ୍ତେସ୍ତୁତି କରଇ ଚାରିତୁଣ୍ତେ

  132. Couplet 132

    ସେ ହରି-ଚରଣେ ବିଶ୍ୱାସନମଇଁ ଜଗନ୍ନାଥ ଦାସ