Skandha 3
Adhyaya 7
Couplet 1
ଏମନ୍ତେ ମଇତ୍ରେୟ ବାଣୀବିଦୁର ଦୃଢ଼ଚିତ୍ତେ ଶୁଣି
Couplet 2
ଆନନ୍ଦମନେ ବ୍ୟାସସୁତକପୋଳେ ଦେଇ ବେନିହସ୍ତ
Couplet 3
ରୋମପୁଲକ ତାର ଦେହୀପୁଚ୍ଛେ ମୈତ୍ରେୟ ମୁଖ ଚାହିଁ
Couplet 4
ଭୋ ମୁନି ଏ ତ ବିପରୀତଭ୍ରମେ ଭ୍ରମଇ ମୋର ଚିତ୍ତ
Couplet 5
ସେ ହରି ସ୍ୱଭାବେ ନିର୍ଗୁଣଚିନ୍ମାତ୍ର ପରମ-କାରଣ
Couplet 6
ଲୀଳା-ବିହାରେ-ଗୁଣ କ୍ରିୟାକି ରୂପେ ସର୍ଜେ ତାରମାୟା
Couplet 7
ବାଳକ କ୍ରୀଡ଼ାଭାବ ଯେହ୍ନେଏ ତ ନ ଘଟେ ଅନୁମାନେ
Couplet 8
ଇଚ୍ଛା-ସ୍ୱଭାବେ ଖେଳତାରଏ ନୋହେ ମୋହର ଗୋଚର
Couplet 9
ଯେ ନିଦ୍ରାଗତ ନିଜ ସୁଖେସେ କିପାଁ ମିଶେ ଏତେ ଦୁଃଖେ
Couplet 10
ଯେ ଗୁଣମୟୀ ମାୟାବଳେବିଶ୍ୱସର୍ଜଇ ଅବହେଳେ
Couplet 11
ପୁଣି ପାଳିଣ କରେ ଅନ୍ତବ୍ୟାପାରୀ ପୁରୁଷ ଯେମନ୍ତ
Couplet 12
ଯେ ଜୀବଆତ୍ମା ବ୍ରହ୍ମମୟେକିପାଁ ଅବିଦ୍ୟା ସଙ୍ଗହୋଏ
Couplet 13
କର୍ମ କରଇ ନାନାମତେଯେ ଦେଶକାଳପାତ୍ର ଅର୍ଥେ
Couplet 14
କେମନ୍ତେ ସୃଷ୍ଟି ସେ କରଇସେ କର୍ମ ତାକୁ ନ ଲାଗଇ
Couplet 15
ମାୟା ସଂଯୋଗେ ନିପାତଇଅନ୍ୟ ପୁରୁଷ ପ୍ରାୟ ହୋଇ
Couplet 16
ସେ ଏକ ସର୍ବ ଆତ୍ମାଗତିସକଳ କ୍ଷେତ୍ରେ ତାର ସ୍ଥିତି
Couplet 17
କର୍ମରୁ ସୁଖ-କ୍ଳେଶ ସ୍ଫୁରେସେ କିପାଁ ଏ କର୍ମେ ବିହରେ
Couplet 18
ଅଜ୍ଞାନ-ସଙ୍କଟେ ମୋ ମନପଡ଼ି ଭାଳଇ ଛନ୍ନଛନ୍ନ
Couplet 19
ଏଣୁ ମୋ ମନେ ଯେତେ ଖେଦଜ୍ଞାନ-ଖଡ଼ଗେ ମୁନି ଛେଦ
Couplet 20
କହନ୍ତି ଶୁକ ମୁନିବରଶୁଣ ପରୀକ୍ଷ ଦଣ୍ତଧର
Couplet 21
ଏମନ୍ତେ ବିଦୁରର ବାଣୀସାନନ୍ଦେ ମଇତ୍ରେୟ ଶୁଣି
Couplet 22
ବିଷ୍ଣୁ-ଚିନ୍ତନ ଅନୁରାଗେହସି କହନ୍ତି ତାର ଆଗେ
Couplet 23
ସେ ବିଷ୍ଣୁ ମାୟାମୟ ଦେହୀଏମନ୍ତେ ମନକୁ ମୋହଇ
Couplet 24
ଈଶ୍ୱର ସ୍ୱଭାବେ ବିମୁକ୍ତତାର ବନ୍ଧନ ମାୟା ମାତ୍ର
Couplet 25
ଯେସନେ ସ୍ୱପ୍ନେ ଅନୁମାନହୁଅଇ ମସ୍ତକ ଛେଦନ
Couplet 26
ସେ ରୂପେ ଆତ୍ମାର ବନ୍ଧନଅସତ୍ୟ ସତ୍ୟ ପ୍ରାୟେ ଜାଣ
Couplet 27
ଆତ୍ମାର ବିପରୀତ ଭାବେଈଶ୍ୱର ଈଶ୍ୱର ସ୍ୱଭାବେ
Couplet 28
ଶରୀର ଭେଦେ ଇଚ୍ଛାକରେଯେସନେ ଦର୍ପଣ ଭିତରେ
Couplet 29
ଦେଖନ୍ତା ପୁରୁଷକୁ ମୋହେତାର ବିକାର ଦେହେ ବହେ
Couplet 30
କର୍ମ କରନ୍ତେ ସେ କରଇସେ ଯେହ୍ନେ ତାକୁ ନ ଲାଗଇ
Couplet 31
ଏମନ୍ତେ କୃଷ୍ଣ-ମାୟାବଳେଚନ୍ଦ୍ରର ଛାୟା ଯେହ୍ନେ ଜଳେ
Couplet 32
ଜଳ କମ୍ପନେ ସେ କମ୍ପଇସେ ଯେହ୍ନେ ତାକୁ ନ ଲାଗଇ
Couplet 33
ତେମନ୍ତେ ଜୀବ ମାୟାବଳେଆତ୍ମାରେ ନ ରହେ ନିଶ୍ଚଳେ
Couplet 34
ଯୋଗୀଏ ଯୋଗଧ୍ୟାନ ବଳେଆତ୍ମାରେ ରହନ୍ତି ନିଶ୍ଚଳେ
Couplet 35
ଇନ୍ଦ୍ରିୟ ତାଙ୍କୁ ନ ଲାଗନ୍ତିଅନ୍ତରେ ନିଶ୍ଚଳେ ରହନ୍ତି
Couplet 36
ବିଷ୍ଣୁର ପାଦ ସେହି ମତେଯେବା ଚିନ୍ତନ୍ତି ଅବିରତେ
Couplet 37
ତାହାଙ୍କ ଦେହେ କ୍ଳେଶ ଯେତେଦହନ ହୁଅନ୍ତି ସମସ୍ତେ
Couplet 38
ଏଣୁ କୃଷ୍ଣର ଗୁଣଗାଥାଯେ ଶୁଣେ ଯେ ଅବା ବକତା
Couplet 39
ଅଶେଷ-କ୍ଳେଶ ତାଙ୍କ ଦେହେଦହନ ହୋନ୍ତି ତୃଣପ୍ରାୟେ
Couplet 40
ସେ ହରି-ପାଦପଦ୍ମ-ଗନ୍ଧେଚିତ୍ତ ଲୋଭିତ ମକରନ୍ଦେ
Couplet 41
ନିତ୍ୟେ ପିବନ୍ତି ଭୃଙ୍ଗ ପ୍ରାୟତାଙ୍କୁ ନ ଲାଗେ ଯମଭୟ
Couplet 42
ଭୋ ମୁନି ତୁମ୍ଭ ବାକ୍ୟ-ଅସିମୋ ମନ-ସଂଶୟ ବିନାଶି
Couplet 43
ଜୀବ-ପରମ ବେନିଭାବେଚିତ୍ତ ମୋ ପ୍ରବେଶିଲା ଏବେ
Couplet 44
ଅବିଦ୍ୟାମୂଳ ଏ ସଂସାରସତ୍ୟ ଏ ବଚନ ତୋହର
Couplet 45
ବିଷ୍ଣୁ-ମାୟାରେ ଜୀବ ଭ୍ରମେଅସତ୍ୟ ସତ୍ୟ ପ୍ରାୟ ମଣେ
Couplet 46
ସଂସାରେ ମୂଢ଼ ଯେଉଁ ଜନଯେବା ଈଶ୍ୱରେ ଦୃଢ଼ମନ
Couplet 47
ଏ ବେନି ସଂସାରୁ ତରନ୍ତିମଝିମଝିକା ନାଶ ଯାନ୍ତି
Couplet 48
ଅନର୍ଥ ଅସତ୍ୟ ସଂସାରସତ୍ୟ ପ୍ରତୀତି ଯେ ମୋହର
Couplet 49
ତା ତୁମ୍ଭ ଚରଣ-ସେବାରେନାଶିବି ତୁମ୍ଭର କୃପାରେ
Couplet 50
ସାଧୁଙ୍କ ସେବାଫଳ ଏହିକୃଷ୍ଣ-ଚରଣେ ପ୍ରୀତି ହୋଇ
Couplet 51
ସେ ହରି ଚରଣ ପ୍ରସାଦେସଂସାରୁ ତରେ ଅପ୍ରମାଦେ
Couplet 52
ବୈକୁଣ୍ଠ-ମାର୍ଗ ସାଧୁଜନେତାହାଙ୍କ ସେବା ଅଳ୍ପପୁଣ୍ୟେ
Couplet 53
ଦୁର୍ଲ୍ଲଭ ଅଟଇ ଜଗତେହରି କୀର୍ତ୍ତନ ଯହିଁ ନିତ୍ୟେ
Couplet 54
ଇନ୍ଦ୍ରିୟ ମହଦାଦିତତ୍ତ୍ବବିରାଟ-ପୁରୁଷ ସହିତ
Couplet 55
ଏହାଙ୍କୁ ସର୍ଜି ନାରାୟଣଅଂଶେ ପ୍ରବେଶ ତହିଁ ପୁଣ
Couplet 56
ସହସ୍ରପାଦ ଉରୁ ହସ୍ତଯା ଦେହେ ବ୍ରହ୍ମାଣ୍ତ ସମସ୍ତ
Couplet 57
ବ୍ରାହ୍ମଣ ଆଦି ଚାରି ଜାତିବିଶେଷେ ତାହାର ବିଭୂତି
Couplet 58
ବିସ୍ତାରି କହ ତୁ କାରଣେକ୍ଷୀଣ-ସଂଶୟ ହୋଏ ଯେଣେ
Couplet 59
ଏ ସୃଷ୍ଟି ବିସ୍ତାର କାରଣେଯେମନ୍ତେ ପ୍ରଜାପତିଗଣେ
Couplet 60
ସର୍ଗ ସମେତେ ପ୍ରତିସର୍ଗମନୁ ମନୁଅନ୍ତର ଭୋଗ
Couplet 61
ଏହାଙ୍କ ତହୁଁ ବଂଶ ଯେତେବଂଶାନୁଚରିତ ସହିତେ
Couplet 62
ବିରାଜ ରୂପ ଦେହ ମଧ୍ୟେଯେବା ବସନ୍ତି ଅଧଊଦ୍ଧ୍ୱେର୍
Couplet 63
ଚତୁରଦଶ ଲୋକ ସ୍ଥିତିକେ କେତେ ଅନ୍ତରେ ବସନ୍ତି
Couplet 64
ଦେବ ମନୁଷ୍ୟ ପଶୁଗଣପକ୍ଷୀ ପତଙ୍ଗ ଭୂମି ତୃଣ
Couplet 65
ସ୍ୱେଦଜ ଅଜ ଉଦ୍ଭିଜଯେ ଅବା ପୁଣି ଜରାୟୁଜ
Couplet 66
ଏହାଙ୍କ ସର୍ଗର ବିଭାଗଭୋ ମୁନି କହ ମୋର ଆଗ
Couplet 67
ଯେ ଗୁଣେ ଯେବା ଅବତାରେସୃଷ୍ଟି ପାଳନ ଅନ୍ତକରେ
Couplet 68
ଯେମନ୍ତେ ସୃଜେ ଶ୍ରୀନିବାସତାର ମହିମା ତୁ ପ୍ରକାଶ
Couplet 69
ଯେ ବର୍ଣ୍ଣାଶ୍ରମଙ୍କ ବିଭାଗସୁଶୀଳ ସ୍ୱରୂପ ସ୍ୱଭାବ
Couplet 70
ଋଷିଙ୍କ ଜନ୍ମକର୍ମ ଯେତେବେଦବୃକ୍ଷର ଶାଖା କେତେ
Couplet 71
ଯଜ୍ଞବିଧାନେ ବେଦବିଧିଯୋଗସାଧନେ ଯେତେ ସିଦ୍ଧି
Couplet 72
ନିଷ୍କାମ ସାଂଖ୍ୟ-ବିଦ୍ୟା ସାରଯେ ତନ୍ତ୍ର-ମନ୍ତ୍ରର ବିଚାର
Couplet 73
ପାଷ-ପଥର ବୈଷମ୍ୟଯେ ଅନୁଲୋମ ପ୍ରତିଲୋମ
Couplet 74
ଜୀବର ଗତି ଯେତେ ମାର୍ଗେଯେ ରୂପ ଗୁଣ କର୍ମ ଯୋଗେ
Couplet 75
ଧର୍ମାର୍ଥ-କାମ-ମୋକ୍ଷ ଆଦିଯେ ମାର୍ଗେ ଯେମନ୍ତ ସମ୍ପାଦି
Couplet 76
ଯେ ବାର୍ତ୍ତା ଦଣ୍ତନୀତି ବେନିଯେ ବେଦବିଧି ଅନୁମାନି
Couplet 77
ଶ୍ରାଦ୍ଧର ଯେବା ନୀତି ବିଧିପିତୃଗଣଙ୍କ ସ୍ଥାନ ସିଦ୍ଧି
Couplet 78
ଗ୍ରହ ନକ୍ଷତ୍ର ତାରାଗଣଯେ କାଳଚକ୍ରର ପ୍ରମାଣ
Couplet 79
ଦାନ ତପସ୍ୟା ଫଳ ଯେତେଯେ ଅବା ଲାଭ ଇଷ୍ଟାପୂର୍ତ୍ତେ
Couplet 80
ପ୍ରବାସ ସ୍ଥିତି ଯେବା ଧର୍ମଆପଦ କାଳେ ଯେବା କର୍ମ
Couplet 81
ଯେଣେ ଗୋବିନ୍ଦ ତୋଷ ହୋଇଯେ ଧର୍ମଜନକ ବୋଲାଇ
Couplet 82
ସେ ହରି ପ୍ରସନ୍ନ ଯେମନ୍ତେଭୋ ମୁନି କହ ଦୟାଚିତ୍ତେ
Couplet 83
ସେବକ-ଶିଷ୍ୟେ ଋଷିଗଣେଜ୍ଞାନ କହନ୍ତି ସାଧୁପଣେ
Couplet 84
ଯେ ପୁତ୍ରେ ପିତା ତୋଷ ହୋଇସ୍ୱଧର୍ମ ମାର୍ଗେ ଶିକ୍ଷା ଦେଇ
Couplet 85
ଦୀନବଳ ଯେଣୁ ଗୁରୁପଚାରୁ ଅବା ନ ପଚାରୁ
Couplet 86
ତତ୍ତ୍ବ-ପ୍ରଳୟ କେତେ ମତେସୃଷ୍ଟିରେ ସଞ୍ଚରନ୍ତି ଯେତେ
Couplet 87
ବିରାଜ ରୂପେ ଦେହେ ଥାନ୍ତିପୁଣି କେମନ୍ତେ ଲୀନ ହୋନ୍ତି
Couplet 88
ଆତ୍ମାର ସ୍ଥିତି ଅବା କାହିଁକିବା ସ୍ୱରୂପେ ପ୍ରକାଶଇ
Couplet 89
ଯେ ଗୁରୁ-ଶିଷ୍ୟଙ୍କ ସମ୍ବାଦେଜ୍ଞାନ ସାଧନ୍ତି ମୋକ୍ଷ ସଧେ
Couplet 90
ଏ ଆଦି ଯେତେ ପ୍ରଶ୍ନ ମୋରପଣ୍ତିତଜନେ ଯେ ଗୋଚର
Couplet 91
କେମନ୍ତେ ପୁରୁଷଙ୍କ ଦେହେଜ୍ଞାନ-ବୈରାଗ୍ୟ-ଭକ୍ତି ହୋଏ
Couplet 92
ଏ ଯେତେ ପ୍ରଶନ ମୋହରିହରି ମହିମା ଇଚ୍ଛାକରି
Couplet 93
ପୁଚ୍ଛିଲି ତୁମ୍ଭର ଅଗ୍ରତେଭୋ ମୁନି କହ ସର୍ବ ମୋତେ
Couplet 94
ଯେଣୁ ମାୟାରେ ପଡ଼ି ମୁହିଁଜ୍ଞାନ-ବିହୀନେ ଅନ୍ଧ ହୋଇ
Couplet 95
ତୁମ୍ଭ କୃପାରେ ଚକ୍ଷୁ ପାଇନିର୍ଭୟେ ବିହରିବି ମୁହିଁ
Couplet 96
ଜୀବର ଯେବା ଭୟ ଦହେହରି ଦେଖାଏ ସର୍ବ ଦେହେ
Couplet 97
ଯେତେ ଏ ବେଦ-ଯଜ୍ଞ-ମନ୍ତ୍ରତପ ସମାଧି ଦାନ ତୀର୍ଥ
Couplet 98
ଏ ପୁଣ୍ୟ କଳାମାତ୍ରେ ସମନୁହନ୍ତି ବେଦ ଆଦି କର୍ମ
Couplet 99
ଏମନ୍ତେ ପୁରାଣ-ସଙ୍କଳ୍ପେବିଦୁର ମୈତ୍ରେୟ ସମୀପେ
Couplet 100
ଆନନ୍ଦେ ଯେତେ ପଚାରିଲାସୃଷ୍ଟି-ସମ୍ବନ୍ଧେ ବିଷ୍ଣୁଲୀଳା
Couplet 101
ଶୁଣି ହରଷ ମୁନିବରବୋଲନ୍ତି ଶୁଣ ହେ ବିଦୁର
Couplet 102
ଏ ଭାଗବତ ପ୍ରଶ୍ନ ବାଣୀକେର୍ ଶୁଣନ୍ତି ଯେତେ ପ୍ରାଣୀ
Couplet 103
ଯେ ଅବା ବଦନେ ଉଚ୍ଚାରିବିଷ୍ଣୁ ମାୟାରୁ ଯାନ୍ତି ତରି
Couplet 104
ତୃତୀୟସ୍କନ୍ଧେ ଭାଗବତକହଇ ଦାସ ଜଗନ୍ନାଥ