Skandha 3
Adhyaya 6
Couplet 1
ଏମନ୍ତ ଦେବଙ୍କ ବଚନଶୁଣି ସନ୍ତୋଷ ଭଗବାନ
Couplet 2
ନିଦ୍ରିତ ପ୍ରାୟ ଲୋକତନ୍ତ୍ରଈଶ୍ୱର ଇଚ୍ଛାର ଆୟତ୍ତ
Couplet 3
ସେ କାଳଶକ୍ତି ରୂପ ଧରିତ୍ରୟୋବିଂଶଶତିତତ୍ତ୍ବେ ପୂରି
Couplet 4
ଚେଷ୍ଟା-ସ୍ୱରୂପେ ତାଙ୍କ ମଧ୍ୟେନିଦ୍ରିତ-କର୍ମକୁ ପ୍ରବୋଧେ
Couplet 5
ସଂଯୋଗ କରି ଭିନ୍ନଭିନ୍ନଯାହାର ଯହିଁ ପ୍ରୟୋଜନ
Couplet 6
ସେ ତ୍ରୟୋବିଂଶତତ୍ତ୍ବଗଣେଈଶ୍ୱର-ଆଜ୍ଞା ପରମାଣେ
Couplet 7
ଯେ ଯାହା ମାତ୍ରା ବଳ ଦେଇଅଧିପୁରୁଷ ରୂପ ବହି
Couplet 8
ଏମନ୍ତେ ପରମପୁରୁଷମାତ୍ରାଙ୍କ ମଧ୍ୟେ ପରକାଶ
Couplet 9
ଏକ ଆରକେ କ୍ଷୋଭ ପାଇଚରଅଚର ଲୋକ ଯହିଁ
Couplet 10
ସୁବର୍ଣ୍ଣମୟ ସେ ପୁରୁଷରହିଲା ସହସ୍ରବରଷ
Couplet 11
ଜଳେ ଶୟନ ନାରାୟଣଅନାଦି-ପରମ-କାରଣ
Couplet 12
ସକଳ ଜୀବ ଆତ୍ମା ସେହିସର୍ବଶରୀରେ ସଞ୍ଚରଇ
Couplet 13
ସଂସାରେ ଯେତେ ପ୍ରଜାପତିବିଶ୍ୱସଂସାରକୁ ସର୍ଜନ୍ତି
Couplet 14
ତାହାଙ୍କ ରୂପହେତୁ ସେହିତୃତୀୟଶକ୍ତି କି ସେ ବହି
Couplet 15
ଦଇବ ଆତ୍ମା କର୍ମମୟବିଭାଗ କରି ଆତ୍ମାଦେହ
Couplet 16
ସର୍ଜିଲା ଏକ ଦଶ ତିନିସୃଷ୍ଟିବ୍ୟାପାରେ କର୍ମ ଘେନି
Couplet 17
ଜ୍ଞାନେ ଚୈତନ୍ୟରୂପ ଧରିକ୍ରିୟାଶକ୍ତିରେ ପ୍ରାଣଭରି
Couplet 18
ଯେ ପ୍ରାଣ ଅପାନ ସମାନଉଦାନ ବ୍ୟାନଟି ପ୍ରମାଣ
Couplet 19
କୃକର କୂର୍ମ ନାଗ ଖ୍ୟାତଯେ ଧନଞ୍ଜୟ ଦେବଦତ୍ତ
Couplet 20
ଏମନ୍ତେ ଦଶପ୍ରାଣ କରିଏହାଙ୍କ ବୃତ୍ତିଭେଦେ ହରି
Couplet 21
ଅଶେଷ ପ୍ରାଣୀ ଆତ୍ମା ଏହିଖେଳଇ ଅଂଶରୂପ ହୋଇ
Couplet 22
ଆଦି ଅବତାର ସର୍ଜନଏ ଭୂତଗ୍ରାମ ଭିନ୍ନ ଭିନ୍ନ
Couplet 23
ଅଧ୍ୟାତ୍ମ ଅଧିଭୂତ ଭାବପୁଣି କଳ୍ପିଲା ଅଧିଦେବ
Couplet 24
ବିରାଟରୂପେ ଦଶପ୍ରାଣଏକା ସେ ହୃଦୟ କାରଣ
Couplet 25
ବିଶ୍ୱ-ସର୍ଜନ ଅର୍ଥେ ହରିତତ୍ତ୍ବଙ୍କ କଥାକୁ ସୁମରି
Couplet 26
ପ୍ରଜାପତିଙ୍କ ଜନ୍ମ ଜାଣିବିରାଜଦେହେ ଚକ୍ରପାଣି
Couplet 27
ତକ୍ଷଣେ ପଶି ନିଜ ତେଜେଯେବା ଯେ ପ୍ରୟାଜନ କାର୍ଯ୍ୟୋ
Couplet 28
ସ୍ଥାନ ଭିଆଇ ଦଶମତେଶୁଣ ତୁ ସ୍ଥାପିଲେ ଯେମନ୍ତେ
Couplet 29
ବିରାଜମୁଣ୍ତେ ତୁଣ୍ତ କରିବଚନ ଅର୍ଥେ ଅଧିକାରୀ
Couplet 30
ଅଗ୍ନି ସ୍ଥାପିଲେ ଶବ୍ଦ ଅର୍ଥେଏତେ ତୁ ଶୁଣ ଏକଚିତ୍ତେ
Couplet 31
ସେ ମୁଖ ମଧ୍ୟେ ତାଳୁ ଭେଦିବରୁଣ ରସନା ସମ୍ପାଦି
Couplet 32
ଜିହ୍ୱା ଆବୋରି ଷଡ଼ରସେଥାପିଲେ ଆସ୍ୱାଦନ ବଶେ
Couplet 33
ତୁଣ୍ତ ଉପରେ ନାସାଦ୍ୱାରେବସିଲେ ଅଶ୍ୱିନୀକୁମାରେ
Couplet 34
ଘ୍ରାଣ ଆବୋରି ଗନ୍ଧ ଅର୍ଥେସୁଗନ୍ଧ ଦୁର୍ଗନ୍ଧ ସହିତେ
Couplet 35
ସେ ନାସାମୂଳେ ଚକ୍ଷୁଦ୍ୱାରସମେ ବସଇ ଦିବାକର
Couplet 36
ଜ୍ୟୋତିସ୍ୱରୂପେ ସେ ଲୋଚନେରହିଲେ ରୂପ-ସମ୍ପାଦନେ
Couplet 37
ପବନ ବହେ ଦେହେ ପଶିକେବେହେଁ କାହିଁରେ ନ ମିଶି
Couplet 38
ଶୀତ-ତପତ ଜାଣିବାରେଚର୍ମେ ବସିଲେ ଅଧିକାରେ
Couplet 39
ସେ ବେନିଚକ୍ଷୁର ଉପରେବାମ-ଦକ୍ଷିଣ କର୍ଣ୍ଣଦ୍ବାରେ
Couplet 40
ଶବଦ ଅର୍ଥେ ଦିଗ ବସେଯେବା ଶବଦ ଯେଣେ ଭାଷେ
Couplet 41
ତ୍ୱକ ଯେ ଚର୍ମୁ ଭିନ୍ନ ହେଲାଔଷଧି ଲୋମେ ଯେ ବସିଲା
Couplet 42
ସେହି ଲୋମରୁ କଣ୍ତୁ ଆଦିହୁଅଇ ସ୍ପରଶ ସୁଖାଦି
Couplet 43
ମେଢ୍ର ଆବୋରି ଲିଙ୍ଗବୃତ୍ତିତହିଁ ବସିଲେ ପ୍ରଜାପତି
Couplet 44
ଶୁକ୍ର ରେତସ ଅନୁବନ୍ଧେମୈଥୁନ ସ୍ପରଶ ଆନନ୍ଦେ
Couplet 45
ସନ୍ତତି ଉପୁଜିବା ଅର୍ଥେଲିଙ୍ଗେ ରହିଲେ ଦୃଢ଼ଚିତ୍ତେ
Couplet 46
ତା ଅଧେ ଅଷ୍ଟମଅଙ୍ଗୁଳେଯେ ମଳଦ୍ୱାର ପାୟୁମୂଳେ
Couplet 47
ମିତ୍ର ବସିଲା ତା ଆବୋରିମୃତ୍ୟୁଦେବତା ସଙ୍ଗେ କରି
Couplet 48
ମଳ ଉର୍ତ୍ସଗ ଦୃଢ଼ବନ୍ଧେବ୍ୟାପାର ଆବୋରି ଆନନ୍ଦେ
Couplet 49
ହୃଦ ଉପରେ ବେନିଭୁଜେଇନ୍ଦ୍ର ବସିଲା ନିଜ ତେଜେ
Couplet 50
ବୃତ୍ତିବ୍ୟାପାର କର୍ମ ଅର୍ଥେଜୀବର ଜୀବିକା ଯେମନ୍ତେ
Couplet 51
କଟୀ ସନ୍ଧାନ ପାଦ କରିତହିଁ ବସିଲେ ନରହରି
Couplet 52
ଏ ପିଣ୍ତ ଚଳିବ ଯେମନ୍ତେଗମନ ପ୍ରାପ୍ୟସ୍ଥାନ ଅର୍ଥେ
Couplet 53
ବାଗୀଶ ବସେ ବୁଦ୍ଧି ମଧ୍ୟେସୁବୁଦ୍ଧି ପ୍ରବୋଧ ଆନନ୍ଦେ
Couplet 54
ହୃଦୟଭେଦେ ନିଶାକରଯେ ମନବ୍ୟାପାର-ଗୋଚର
Couplet 55
ଚନ୍ଦ୍ରମା ତହିଁ ଦୃଢ଼ମତେଆବୋରି ରହିଲା ନିଶ୍ଚିନ୍ତେ
Couplet 56
ଆତ୍ମାରେ ବସେ ଅଭିମାନଯେଣୁ କର୍ତ୍ତବ୍ୟେ ବହେ ଜ୍ଞାନ
Couplet 57
ଚିତ୍ତକୁ ଭେଦି ସ୍ରଷ୍ଟା ବସେଯେଣେ ସେ ବିଜ୍ଞାନ ପ୍ରକାଶେ
Couplet 58
ମୂର୍ଦ୍ଧନି ଦେଶେ ସ୍ୱର୍ଗରହେପାଦଯୁଗଳେ ମହୀ ବହେ
Couplet 59
ନାଭିରୁ ପ୍ରକାଶେ ଗଗନଗୁଣଙ୍କ ବୃତ୍ତି ଘେନି ଶୂନ୍ୟ
Couplet 60
ଏମନ୍ତେ ଆତ୍ମା ତାଙ୍କ ମତେଦେହ ଆବୋରିଲେ ନିଶ୍ଚିନ୍ତେ
Couplet 61
ସୁର-ଈଶ୍ୱରଗଣ ଜନଦେହେ କଳ୍ପିଲେ ଭଗବାନ
Couplet 62
ଅତ୍ୟନ୍ତ ସତ୍ତ୍ବଗୁଣ କରିଦେବେ ରହିଲେ ସ୍ୱର୍ଗପୁରୀ
Couplet 63
ରଜ-ସ୍ୱଭାବ ନରଗଣଭୂମିରେ କଲେ ଅଧିଷ୍ଠାନ
Couplet 64
ରୁଦ୍ରପାର୍ଷଦ ଭୂତଗଣତାଙ୍କ ସ୍ୱଭାବ ତମୋଗୁଣ
Couplet 65
ତାହାଙ୍କ ଅନ୍ତରୀକ୍ଷଲୋକଯାହାକୁ ବୋଲି ଭୂବଲୋକ
Couplet 66
ବ୍ରାହ୍ମଣ ଜନ୍ମିଲା ମୁଖରୁଯେ ଚାରିବର୍ଣ୍ଣଙ୍କର ଗୁରୁ
Couplet 67
ବିରାଜ ତେଜଗୁଣେ ହରିଭୁଜୁଁ କ୍ଷତ୍ରିୟ ଜନ୍ମ କରି
Couplet 68
ବୈଶ୍ୟ ଜନ୍ମିଲେ ଜାନୁଯୁଗେଜୀବର ଜୀବିକା ସ୍ୱଭାବେ
Couplet 69
ଏ ତିନିବର୍ଣ୍ଣ ସେବାଅର୍ଥେଶୂଦ୍ର ଜନ୍ମିଲା ପାଦଗତେ
Couplet 70
ଯାହାର ସେବାବୃତ୍ତି ଫଳେହରି ସନ୍ତୋଷ ଏ ଶୟଳେ
Couplet 71
ଏ ଚାରିବର୍ଣ୍ଣ ଏ ଜଗତେସ୍ୱଭାବଧର୍ମ ଅନୁମତେ
Couplet 72
ଜଗତଗୁରୁ ହରିପାଦେଭଜିବେ ଯୁଗ ଅନୁବାଦେ
Couplet 73
ଶୁଦ୍ଧ ସୁବୃତ୍ତି ଘେନି ସୁଖେବିଷ୍ଣୁ ପୂଜିବେ ଯଜ୍ଞମୁଖେ
Couplet 74
ତାହାର ଗୁଣ ବର୍ଣ୍ଣିବାରେକେବା ସମର୍ଥ ଏ ସଂସାରେ
Couplet 75
ଏମନ୍ତେ ଶୁଣ ହେ ବିଦୂରଯାହା କହିଲେ ଗଦାଧର
Couplet 76
ମୁଁ ତୋତେ କହିଲଇଁ ଭାବେଯାହା ପଚାରିଲୁ ପ୍ରସ୍ତାବେ
Couplet 77
ସେ ହରି ଗୁଣ-ମାୟା-ଅର୍ଥକେ ମୁଖେ କହି ସାମରଥ
Couplet 78
ତଥାପି ଜ୍ଞାନ ମୋର ଯେତେସବୁ କହିବି ତୋ ଅଗ୍ରତେ
Couplet 79
ଯେଣୁ ସେ କୃଷ୍ଣର ଚରିତକରଇ ବଚନ ପବିତ୍ର
Couplet 80
ଯାର ମହିମା ଅବଧାନେଜ୍ଞାନ-ଅମୃତ-ରସ-ପାନେ
Couplet 81
ଜନ୍ମ-ମରଣୁ ପ୍ରାଣୀତରେନ ବୁଡେ଼ ସଂସାରସାଗରେ
Couplet 82
ତାର ମହିମା ଏ ସଂସାରେକେ କହୁ ଶତ ସମ୍ବତ୍ସରେ
Couplet 83
ଯାର ମହିମା ଯୋଗେ ଚିନ୍ତିବ୍ରହ୍ମାଶଙ୍କରେ ମୋହ ଯାନ୍ତି
Couplet 84
ସେ ହରି ଏ ମାୟା ସଂସାରେମୋହିନୀ ରୂପରେ ପ୍ରଚରେ
Couplet 85
ସେ ହରି ସ୍ୱୟଂ ଆତ୍ମାଗତିସେହି ନ ଜାଣେ ମାୟାଗତି
Couplet 86
ଅପରେ କେବା ତାହା ଜାଣେବ୍ରହ୍ମାଦି ଯେତେ ଦେବଗଣେ
Couplet 87
ଯାର ଚରଣ ଖୋଜିଗଲେମନ-ବଚନ ନ ପାଇଲେ
Couplet 88
ଅପରେ କେ ତାହା ଜାଣିବକେ ମୁଖେ ରେଣୁକୁ ଗଣିବ
Couplet 89
ସେ ହରିପାଦେ କରି ଆଶକହଇ ଜଗନ୍ନାଥ ଦାସ