Skip to content
paribhaasha

Skandha 3

Adhyaya 5

  1. Couplet 1

    ଶୁଣ ହେ କୁରୁ ନୃପବରଗଙ୍ଗାରତୀରେ ସେ ବିଦୁର

  2. Couplet 2

    ସେ ଗଙ୍ଗାତୀରେ ଉପବନେଦୃଢ଼ ନିଶ୍ଚଳେ ଯେଗାସନେ

  3. Couplet 3

    ଅଗାଧବୋଧ ବ୍ରହ୍ମଋଷିବୃକ୍ଷର ମୂଳେ ଛନ୍ତି ବସି

  4. Couplet 4

    ମୈତ୍ରେୟ ନାମ ତାହାଙ୍କରତେଜେ କି ବିରାଜେ ଭାସ୍କର

  5. Couplet 5

    ତାଙ୍କ ସମୀପେ ବେଗେ ଯାଇକପୋଳେ ବେନିକର ଦେଇ

  6. Couplet 6

    ଗୋବିନ୍ଦଭାବ ଘେନି ହୃଦେବିଦୁର ପୁଚ୍ଛିଲା ଆନନ୍ଦେ

  7. Couplet 7

    ଭୋ ବ୍ରହ୍ମମୁନି ମୋତେ କହଏ ମୋର ମନରେ ସନ୍ଦେହ

  8. Couplet 8

    ଏ ଜୀବଲୋକ ସୁଖଅର୍ଥେକର୍ମ ସମ୍ପାଦୁଥାଇ ନିତ୍ୟେ

  9. Couplet 9

    କେବେହେଁ ଦୁଃଖ ନ ଚିନ୍ତଇନିଷ୍କାମମାର୍ଗେ ନ ରହଇ

  10. Couplet 10

    ସୁଖ ଚିନ୍ତନ୍ତେ ଦୁଃଖଲଭେକହ ଏ କେବଣ ପ୍ରସ୍ତାବେ

  11. Couplet 11

    କୃଷ୍ଣ-ବିମୁଖ ଯେତେ ନରକର୍ମ ଅଭାଗ୍ୟ ତାହାଙ୍କର

  12. Couplet 12

    ବଞ୍ଚିତ ଗୁରୁଧର୍ମଦୀକ୍ଷାକାହୁଁ ପାଇବେ ସୁଖବାଞ୍ଛା

  13. Couplet 13

    କୃଷ୍ଣର ଅନୁଗ୍ରହୀ ଜନେଭୂତ-ଭବିଷ୍ୟ-ବର୍ତ୍ତମାନେ

  14. Couplet 14

    ତାଙ୍କ କୁଶଳ ଆଚରନ୍ତିକ୍ଷେମେଣ ସଂସାରେ ଭ୍ରମନ୍ତି

  15. Couplet 15

    ହେ ସାଧୁଜନଙ୍କର ସାରକହ ସାଧୁମାର୍ଗ ବିଚାର

  16. Couplet 16

    ଯେ ମାର୍ଗେ କୃଷ୍ଣଙ୍କୁ ଆରାଧିପ୍ରାଣୀ ଲଭନ୍ତି ସର୍ବସିଦ୍ଧି

  17. Couplet 17

    ସେ ହରି ଭକ୍ତି ଅନୁଗତେବସନ୍ତି ଭକ୍ତ-ହୃଦଗତେ

  18. Couplet 18

    ନିର୍ମଳଚିତ୍ତେ ଜ୍ଞାନ କହେଜନ୍ମମରଣ ତାପ ଦହେ

  19. Couplet 19

    ସେ ହରି ନାନା-ଅବତାରେସଂସାରେ ଯେତେ କର୍ମକରେ

  20. Couplet 20

    ସ୍ୱଭାବେ ତ୍ରୈଲୋକ୍ୟଈଶ୍ୱରବ୍ରହ୍ମା-ଶଙ୍କରେ ଅଗୋଚର

  21. Couplet 21

    ସ୍ୱଭାବେ ଚେଷ୍ଟା ଯାର ନାହିଁସେ କିପାଁ ସଂସାର ସର୍ଜଇ

  22. Couplet 22

    ବ୍ରହ୍ମାଣ୍ତେ କରେ ନାନାମୂର୍ତ୍ତିଯେ ଜୀବ ଯେମନ୍ତେ ଜୀଅନ୍ତି

  23. Couplet 23

    ଜୀବଙ୍କୁ ହୃଦେ ଭରି ଶୋଏକେବଳ ଆତ୍ମମାୟା-ମୋହେ

  24. Couplet 24

    ଯୋଗେଶ୍ୱରଙ୍କ ଅଧୀଶ୍ୱରଯେମନ୍ତେ ବହୁତ ପ୍ରକାର

  25. Couplet 25

    ବହୁପ୍ରକାରେ ପ୍ରକାଶଇରବି ଯେସନେ ଶୂନ୍ୟେଥାଇ

  26. Couplet 26

    କ୍ରୀଡ଼ାବିହାରେ ଏ ଜଗତେଗୋ-ବିପ୍ର-ଦେବ-ରକ୍ଷାଅର୍ଥେ

  27. Couplet 27

    କର୍ମ କରଇ ସେ ଯେମନ୍ତେରୂପ ପ୍ରଭେଦ ବହୁମତେ

  28. Couplet 28

    ସେ ହରି-ଚରିତ-ଅମୃତଶୁଣି ସନ୍ତୋଷ ନୋହେ ଚିତ୍ତ

  29. Couplet 29

    ସେ ଆଦିଲୋକନାଥ ହରିଯେ ଅବା ତତ୍ତ୍ବ ଆଶ୍ରେକରି

  30. Couplet 30

    ଲୋକ-ଅଲୋକ-ଲୋକପାଳଅନେକ ଭୁବନମଣ୍ତଳ

  31. Couplet 31

    ନାନାପ୍ରକାରେ ଭେଦକରିପ୍ରାଣୀଙ୍କ କର୍ମସୂତ୍ର ଧରି

  32. Couplet 32

    ସେ ନାରାୟଣ ଆତ୍ମଯୋନିବିଶ୍ୱସର୍ଜଇ ଯାକୁ ଘେନି

  33. Couplet 33

    ଯେମନ୍ତେ ଜୀବମାନଙ୍କରସ୍ୱଭାବକର୍ମ ଯେ ଯାହାର

  34. Couplet 34

    ସେ କଥା କହ ମୁନି ମୋତେସଂସାରୁ ତରିବି ଯେମନ୍ତେ

  35. Couplet 35

    ପରଅପର କଥା ଯେତେଗୋବିନ୍ଦ-ଚରିତ ସମେତେ

  36. Couplet 36

    ବ୍ୟାସଙ୍କ ମୁଖୁ ଅନୁକ୍ଷଣେଶୁଣିଛି ତୃଷିତ-ଶ୍ରବଣେ

  37. Couplet 37

    ଅଳପ ସୁଖ ଯା ଲକ୍ଷଣସେ କାହିଁ ହରିବ ମୋ ମନ

  38. Couplet 38

    ଶ୍ରୀକୃଷ୍ଣ-କଥାମୃତରସପାନରେ ସର୍ବଦା ମୋ ଆଶ

  39. Couplet 39

    କୃଷ୍ଣଚରିତ ତୀର୍ଥପଦହରଇ ବିଷୟା-ବିଷାଦ

  40. Couplet 40

    ସକଳତୀର୍ଥେ ମୁନିଗଣେଯାର ଚରିତ ଅନୁକ୍ଷଣେ

  41. Couplet 41

    ସ୍ତୁତି କରନ୍ତି ଆତ୍ମାଲାଭେକେବଳ ଆତ୍ମଜ୍ଞାନଲୋଭେ

  42. Couplet 42

    ସେ କଥା ପଶି କର୍ଣ୍ଣଦ୍ବାରେସୁତୀକ୍ଷ୍‌ଣ-ଚକ୍ର ଘେନି କରେ

  43. Couplet 43

    ଯେ କର୍ମ ଗୃହ-ଧନ୍ଦେ ଥାଇତ୍ରିଗୁଣ-ରଜ୍ଜୁ ଗଳେ ଦେଇ

  44. Couplet 44

    ଜନ୍ମମରଣ-ମାର୍ଗେ ଟାଣେସେ କର୍ମ ଛେଦେ ତତକ୍ଷଣେ

  45. Couplet 45

    ଏମନ୍ତ କୃଷ୍ଣଗୁଣ ଯେତେକେ ତୃପ୍ତ ଶୁଣି କର୍ଣ୍ଣପଥେ

  46. Couplet 46

    ତୁମ୍ଭର ସଖା ମୁନିବ୍ୟାସଭାରତେ କୃଷ୍ଣ ଗୁଣ-ଯଶ

  47. Couplet 47

    ଅର୍ଥକାମାଦିଦ୍ୱାରେ କହିଯେଣେ ଶ୍ରୀକୃଷ୍ଣେ ମତିହୋଇ

  48. Couplet 48

    ଯାହା ଶୁଣନ୍ତେ କର୍ଣ୍ଣେ ସୁଖମନେ ନ ରହେ କିଛି ଦୁଃଖ

  49. Couplet 49

    ଯାହା ଶୁଣନ୍ତେ ନିତିନିତିନିବିଡେ଼ ବଢ଼ଇ ବିରକ୍ତି

  50. Couplet 50

    ସେ ହରି କଥନ ଶ୍ରବଣେଯେ ପ୍ରାଣୀ ବାଞ୍ଛେ ଅନୁକ୍ଷଣେ

  51. Couplet 51

    ସକଳଦୁଃଖ ହରେ ତାରରବି ଯେସନେ ଅନ୍ଧକାର

  52. Couplet 52

    ଯେ ହରି-କଥନେ ବିମୁଖୀତାର ଜୀବନ ସଦା ଦୁଃଖୀ

  53. Couplet 53

    ତାର ଆୟୁଷ ଗତି-ସ୍ମୃତିକାଳର ବଳେ ନାଶ ଯାନ୍ତି

  54. Couplet 54

    ତାହା ନ ଜାଣି ମୂଢ଼ପଣେବିଅର୍ଥବାଦ ଅନୁକ୍ଷଣେ

  55. Couplet 55

    ଏଣୁ ଗୋବିନ୍ଦ କଥା ଯେତେଆଗମ ନିଗମ ଭକତେ

  56. Couplet 56

    ସକଳ କଥା ମଧ୍ୟେ ସାରସର୍ବକଲ୍ୟାଣ ସୁଖଘର

  57. Couplet 57

    ଉଧରି କହ ବିପ୍ର ମୋତେଏ ଜୀବଆତ୍ମା ମୋକ୍ଷଅର୍ଥେ

  58. Couplet 58

    ପୁଷ୍ପରୁ ସାର ମଧୁ ଯେହ୍ନେଉଦ୍ଧରି ମଧୁକର ଆଣେ

  59. Couplet 59

    ଚିତ୍ତ-ସନ୍ତୋଷେ ପାନ କରେନିର୍ମଳଭାବେ ଦିନ ହରେ

  60. Couplet 60

    ସୃଷ୍ଟି-ପାଳନ-ସଂହାରଣେଯେ ହରି ଆତ୍ମାମାୟା-ଗୁଣେ

  61. Couplet 61

    ଅଶେଷ ଶରୀରେ ବିହରେଅତିମାନୁଷ କର୍ମକରେ

  62. Couplet 62

    ନାନା ପ୍ରକାର ଶକ୍ତି ଧରେଯେମନ୍ତେ ସଂସାରେ ବିହରେ

  63. Couplet 63

    ସେ ହରି ଗୁଣକର୍ମ ଯେତେଭୋ ମୁନି କହ ମୋ ଅଗ୍ରତେ

  64. Couplet 64

    ଏମନ୍ତ ବିଦୁରର ବାଣୀଆନନ୍ଦେ ମଇତ୍ରେୟ ଶୁଣି

  65. Couplet 65

    ଏ ଜୀବ ନିସ୍ତରେ ଯେମନ୍ତେକହନ୍ତି ବିଦୁର ଅଗ୍ରତେ

  66. Couplet 66

    ବିଦୁର ସାଧୁ ତୋ ବଚନଯେଣେ ତରିବେ ଦୁଃଖୀଜନ

  67. Couplet 67

    ଯେ କଥା ହରି-ପାରାୟଣବିସ୍ତାରି ପୁଚ୍ଛୁ ତୁ କାରଣ

  68. Couplet 68

    ବ୍ୟାସଙ୍କ ବୀର୍ଯ୍ୟେ ତୁ ସ୍ୱଭାବେଜନ୍ମ ଲଭିଲୁ ହରିଭାବେ

  69. Couplet 69

    ମାଣ୍ତବ୍ୟ ତହୁଁ ଶାପ ପାଇତୁ ଯମ ଶୂଦ୍ରରୂପ ବହି

  70. Couplet 70

    ବ୍ୟାସ କନିଷ୍ଠଭ୍ରାତା କ୍ଷେତ୍ରେଯୋଜନଗନ୍ଧା ଅନୁମତେ

  71. Couplet 71

    ଶୁଦ୍ରାର ଗର୍ଭେ ତୋର ଜାତତେଣୁ ତୁ ବ୍ୟାସଙ୍କର ସୁତ

  72. Couplet 72

    ସେ ବିପ୍ରଶାପ ମୋକ୍ଷଅର୍ଥେହରି ଭଜିଲୁ ଅବିରତେ

  73. Couplet 73

    ସେ ହରି ପ୍ରାଣତ୍ୟାଗ କାଳେବନେ ପିପ୍‌ପଳ ବୃକ୍ଷମୂଳେ

  74. Couplet 74

    ତୋହର ଅର୍ଥେ ମୋତେ ଜ୍ଞାନକହିଲେ ଦେବକୀନନ୍ଦନ

  75. Couplet 75

    ସେ ଜ୍ଞାନ ତୋତେ ମୁଁ କହିବିଶୁଣନ୍ତା-ପ୍ରାଣୀ ନିସ୍ତାରିବି

  76. Couplet 76

    ସେ ହରି ଯୋଗମାୟା ବଳେଲୀଲାବିହାର ଏ ଶୟଳେ

  77. Couplet 77

    ବିଶ୍ୱ ସର୍ଜଇ ପାଳି ହରେଯେ ଯୁଗେ ଯେବା କର୍ମକରେ

  78. Couplet 78

    ନାନାପ୍ରକାର ଲୀଳା କରେଇଚ୍ଛା ଏ ସଂସାରେ ବିହରେ

  79. Couplet 79

    ସୃଷ୍ଟିର କାଳେ ଭଗବାନଆତ୍ମାକୁ ଆତ୍ମାଜ୍ଞାନେ ଧ୍ୟାନ

  80. Couplet 80

    କରିଣ ଦେଖେ ଏତଜ୍ୟୋତିସେ ପୁଣି ଆତ୍ମଜ୍ଞାନେ ସ୍ଥିତି

  81. Couplet 81

    ଅଶେଷ ଶକ୍ତି ତାର ଦେହେନିଦ୍ରିତ ପ୍ରାୟେ ସୁଖେ ରହେ

  82. Couplet 82

    ସେ ଶକ୍ତି ଜ୍ଞାନବଳେ ସ୍ମରିତକ୍ଷଣେ ମାୟାରୂପ ଧରି

  83. Couplet 83

    ସତ-ଅସତ-ଆତ୍ମା ତାରଯେ ଭାବେ ନିର୍ମିତ ସଂସାର

  84. Couplet 84

    ସେ ମାୟାମଧ୍ୟେ କାଳ ରୂପେତ୍ରିଗୁଣ ଗୁଣମୟେ କଳ୍ପେ

  85. Couplet 85

    ପୁରୁଷରୂପେ ବୀର୍ଯ୍ୟ ଥୋଇସେ ବୀର୍ଯ୍ୟେ ସ୍ୱୟଂ ପ୍ରକାଶଇ

  86. Couplet 86

    ଅବ୍ୟକ୍ତ ମଧ୍ୟୁ କାଳବଳେମହତ ଉଦୟ ନିଶ୍ଚଳେ

  87. Couplet 87

    ବିଲୀନଆତ୍ମା ଦେହଗତଯେ ବୀର୍ଯ୍ୟେ ଏ ବିଶ୍ୱ ବ୍ୟକତ

  88. Couplet 88

    ଯହୁଁ ସକଳ ପରକାଶେଅନ୍ଧାର ଯେହ୍ନେ ରବି-ତ୍ରାସେ

  89. Couplet 89

    ସେ ଅଂଶ ଗୁଣ କାଳବଶେଆତ୍ମାରୁ ସଂସାର ପ୍ରକାଶେ

  90. Couplet 90

    ଆତ୍ମାରୁ ଆତ୍ମାଗୁଣ ବଳେଲହରୀ ଯେହ୍ନେ ସିନ୍ଧୁଜଳେ

  91. Couplet 91

    ସେ ପୁଣି ଈଶ୍ୱରର ଇଚ୍ଛାଯହୁଁ ଉପୁଜେ ସୃଷ୍ଟିଦୀକ୍ଷା

  92. Couplet 92

    ଯେସନେ ରୋପିତ ଅଙ୍କୁରଧରଇ ବୃକ୍ଷର ଆକାର

  93. Couplet 93

    ସେ ରୂପେ ବିଶ୍ୱର ପ୍ରକାଶନିଜଦେହରୁ କରେ ଈଶ

  94. Couplet 94

    ସେ ଅଂଶ-ଗୁଣ-କାଳ-ଆତ୍ମାବିକୃତ କରି ନିଜ ଆତ୍ମା

  95. Couplet 95

    ତାର ବିକାରୁ ଅହଙ୍କାରତକ୍ଷଣେ ହୋଇଲା ବାହାର

  96. Couplet 96

    କାର୍ଯ୍ୟ କାରଣ କର୍ତ୍ତା ଦେହଭୂତ ଇନ୍ଦ୍ରିୟ ମନୋମୟ

  97. Couplet 97

    ସାତ୍ତ୍ବିକ ରାଜସ ତାମସଏ ତିନିରୂପେ ତା ପ୍ରକାଶ

  98. Couplet 98

    ସେ ପୁଣି ବିଷ୍ଣୁ-ମାୟାବଳେଜଳବୁଦ୍‌ବୁଦ ଯେହ୍ନେ ଜଳେ

  99. Couplet 99

    ମନ ଉପୁଜିଲା ତକ୍ଷଣଇନ୍ଦ୍ରିୟ ଦେବତାଏ ପୁଣ

  100. Couplet 100

    ତୈଜସୁ ହେଲେ ଇନ୍ଦ୍ରିଗଣେଯେ ଜ୍ଞାନ ପରମ କାରଣେ

  101. Couplet 101

    ତମୁ ଉପୁଜିଲା ଶବଦସ୍ପରଶ ରୂପ-ରସ-ଗନ୍ଧ

  102. Couplet 102

    ଏ ପଞ୍ଚ ସୂକ୍ଷ୍ମଗୁଣେ ମିଶିଶବଦୁ ଗଗନ ପ୍ରକାଶି

  103. Couplet 103

    ସେ କାଳମାୟା ଅଂଶଯୋଗେବିଷ୍ଣୁର ଦୃଷ୍ଟିର ସଂଯୋଗେ

  104. Couplet 104

    ତହୁଁ ସ୍ପରଶ-ଗୁଣ ହୋଇସ୍ପର୍ଶୁ ପବନ ପ୍ରକାଶଇ

  105. Couplet 105

    ତାହାର ତହିଁ ବେନିଗୁଣଶବଦ ସ୍ପରଶ ଲକ୍ଷଣ

  106. Couplet 106

    ସେ ପୁଣି କାଳେ ବିକାରିତଜ୍ୟୋତି ତାହାର ତହୁଁ ଜାତ

  107. Couplet 107

    ସେ ଜ୍ୟୋତି ମଧ୍ୟେ ରୂପ ଥୋଇଶବ୍ଦ-ସ୍ପରଶ-ରୂପମୟୀ

  108. Couplet 108

    ଜ୍ୟୋତିବିକାରେ ରସୁଁ ଆପଶବ୍ଦ-ସ୍ପରଶ-ରସ-ରୂପ

  109. Couplet 109

    ଏ ଚାରିଗୁଣ ଜଳେ ଥୋଇଭୂମି ଉପୁଜେ ଗନ୍ଧ ଲଇ

  110. Couplet 110

    ଏମନ୍ତେ ସୃଷ୍ଟିର ସଞ୍ଚାରମହତଆଦିତତ୍ତ୍ବଙ୍କର

  111. Couplet 111

    ଅଧିଦେବତା ଅଧିକାରଯେ ଅଂଶ ଅଟନ୍ତି ବିଷ୍ଣୁର

  112. Couplet 112

    ସେ ତତ୍ତ୍ବମାନଙ୍କ ଈଶ୍ୱରଚେତନା-ବିକ୍ଷେପ-ବିଚାର

  113. Couplet 113

    ଏ ତିନିଗୁଣଙ୍କୁ ସେ ଧରିବ୍ରହ୍ମାଣ୍ତ ସୃଜିଣ ନ ପାରି

  114. Couplet 114

    କରଅଞ୍ଜଳି ଶିରେ ଦେଇଭାବେ ବୋଲନ୍ତି ବିଷ୍ଣୁ ଚାହିଁ

  115. Couplet 115

    ଭୋ ଦେବ ନମୁଁ ତୋ ପୟରପ୍ରପନ୍ନଜନ ଦୁଃଖ ହର

  116. Couplet 116

    ଯେ ପାଦପଦ୍ମ ଆଶ୍ରେ କରିସଂସାରୁ ତରନ୍ତି ସଂସାରୀ

  117. Couplet 117

    ହେ ଧାତା ତୋର ମାୟାବଳେଅଶେଷଜନ୍ତୁ ଏ ଶୟଳେ

  118. Couplet 118

    କରନ୍ତି ତାପତ୍ରୟେ ଭ୍ରମଏଣୁ ଲଭନ୍ତି ପ୍ରାଣୀ ଶ୍ରମ

  119. Couplet 119

    ତୋ ପାଦପଦ୍ମ ଛାୟାତଳେଯେ ପ୍ରାଣୀ ରହନ୍ତି ନିଶ୍ଚଳେ

  120. Couplet 120

    ସେ ପ୍ରାଣୀ ସଂସାରୁ ତରନ୍ତିକେବେ ହେଁ ଭ୍ରମେ ନ ପଡ଼ନ୍ତି

  121. Couplet 121

    ଏଣୁ ତୋ ପାଦ ସେବାଅର୍ଥେଆମ୍ଭେ ରହିବୁ ଏ ଜଗତେ

  122. Couplet 122

    ତୋ ମୁଖପଦ୍ମ ଛାୟା ପ୍ରାୟଯେମନ୍ତେ ପକ୍ଷୀଙ୍କ ଆଶ୍ରୟ

  123. Couplet 123

    ନିଶ୍ଚିନ୍ତ ପ୍ରାୟେ ଘୋରବନେଆଶ୍ରେ କରନ୍ତି ମୁନିଜନେ

  124. Couplet 124

    ସେ ପାଦ ଛୁଇଁ ତୀର୍ଥବରଗଙ୍ଗା ଯେ ସ୍ୱଭାବେ ନିର୍ମଳ

  125. Couplet 125

    ସମ୍ପୂର୍ଣ୍ଣ ଅଘମରଷଣସେ ପାଦେ ପଶିଲୁ ଶରଣ

  126. Couplet 126

    ଏଣୁ ଯେ ତୋହର ଚରଣେହୃଦେ ଭାବନ୍ତି ଅନୁକ୍ଷଣେ

  127. Couplet 127

    ଜ୍ଞାନ-ବୈରାଗ୍ୟବଳେ ଚିନ୍ତିଯେ ପାଦ ହୃଦେ ଆରୋପନ୍ତି

  128. Couplet 128

    ସେ ପାଦେ ପଶିଲୁ ଶରଣପ୍ରସନ୍ନ ହୁଅ ନାରାୟଣ

  129. Couplet 129

    ସୃଷ୍ଟି-ସ୍ଥିତି-ସଂହାର ଅର୍ଥେତୋ ଅବତାର ଏ ଜଗତେ

  130. Couplet 130

    ସେ ରୂପ ଗୁଣ ଯେ ଚିନ୍ତନ୍ତିଏ ଘୋରସଂସାରୁ ତରନ୍ତି

  131. Couplet 131

    ଭୋ ନାଥ ଗୃହ-ଅନ୍ଧକୂପେପ୍ରାଣୀ ପଡ଼ନ୍ତି ମୋହକଳ୍ପେ

  132. Couplet 132

    ମୁହିଁ ମୋହର ବୋଲି ଭାଷିହୃଦେ ବାନ୍ଧନ୍ତି ମୋହଫାଶି

  133. Couplet 133

    ସେ ଦୃଢ଼-ବନ୍ଧନ ବିଷାଦହେଳେ ଖଣ୍ତଇ ତୋର ପାଦ

  134. Couplet 134

    ତୋ ପାଦପଦ୍ମେ ଜଗନ୍ନାଥନିରତେ ରହୁ ଆମ୍ଭ ଚିତ୍ତ

  135. Couplet 135

    ଅଶାନ୍ତ ଇନ୍ଦ୍ରିଗଣ ମେଳେହୃଦୟ ନ ରହେ ନିଶ୍ଚଳେ

  136. Couplet 136

    ଆତ୍ମାର ପଥ ନ ଦେଖନ୍ତିଯେ କଳ୍ପେ ସମ୍ପଦ-ବିଭୂତି

  137. Couplet 137

    ତୋ କଥା ସୁଧା ରସପାନପ୍ରବୋଧ-ଭକ୍ତି-ଦିବ୍ୟଜ୍ଞାନ

  138. Couplet 138

    ବୈରାଗ୍ୟସାର ସେ ଲଭନ୍ତିନିର୍ଭୟେ ବିଷ୍ଣୁ ଲୋକେ ଯାନ୍ତି

  139. Couplet 139

    ଅପରେ ଯେତେ ମୁନିକୁଳେଆତ୍ମା-ସମାଧି-ଯୋଗବଳେ

  140. Couplet 140

    ଘୋର ପ୍ରକୃତି-ମୁଖୁ ତରିତୋ ପଦ-କମଳ ଆବୋରି

  141. Couplet 141

    ତୋର ସେବାରେ ଭ୍ରମ ତୁଟେଅଶେଷ-ବାୟାବନ୍ଧ ଫିଟେ

  142. Couplet 142

    ଲୋକ ସର୍ଜିବା ଅର୍ଥେ ତୁହିଆମ୍ଭଙ୍କୁ ଆପଣେ ଭିଆଇ

  143. Couplet 143

    ତ୍ରିଗୁଣ-ଭେଦଭାବ ଦେଇଆମ୍ଭଙ୍କୁ ସର୍ଜୁ ନାଥ ତୁହି

  144. Couplet 144

    ଆମ୍ଭେ ବିଯୁକ୍ତଭାବେ ଥାନ୍ତେତୋ ସୃଷ୍ଟି କରିବୁ କେମନ୍ତେ

  145. Couplet 145

    ଯେମନ୍ତେ ଯଥାକାଳେ ବଳିତୋ ପାଦେ ଦେଇ ବନମାଳୀ

  146. Couplet 146

    ଥୋକାଏ ପାଇ ତୋଷଚିତ୍ତେତୋ ପାଦେ ସେବୁଁ ଅବିରତେ

  147. Couplet 147

    ତୁ କୂଟସ୍ଥିତ ଆଦି ହରିମାୟା-ପୁରୁଷ ରୂପ ଧରି

  148. Couplet 148

    ଅବିଦ୍ୟା ଗୁଣ-କର୍ମ-ବଳେତୋ ଶକ୍ତିଗର୍ଭେ ତୁ ନିଶ୍ଚଳେ

  149. Couplet 149

    ଅମୋଘ-ବୀର୍ଯ୍ୟ ନାଥ ଥୋଇସୃଷ୍ଟି ସର୍ଜନା କରୁ ତୁହି

  150. Couplet 150

    ତୋହର ତହୁଁ ଆମ୍ଭେ ଜାତସତ୍ୟ ପ୍ରମୁଖ ଜଗନ୍ନାଥ

  151. Couplet 151

    ତୋ ଆଜ୍ଞା ଶିରେ ଘେନି ଭାବେକହ କି କରିବଇଁ ଏବେ

  152. Couplet 152

    ଆମ୍ଭଙ୍କୁ ଦିବ୍ୟଚକ୍ଷୁ ଦେଇତୋର ବ୍ୟାପାରେ ରଖ ତୁହି

  153. Couplet 153

    ଏମନ୍ତ ଦେବଙ୍କ ବଚନଶୁଣି ସନ୍ତୋଷ ଭଗବାନ

  154. Couplet 154

    ସେ ହରିଚରଣେ ବିଶ୍ୱାସଭଣଇ ଜଗନ୍ନାଥ ଦାସ

Odia Bhagabata skandha 3 adhyaya 5 | Parbani by ParibhaAsha App