Skip to content
paribhaasha

Skandha 3

Adhyaya 4

  1. Couplet 1

    ଉଦ୍ଧବ କହେ ଅଶ୍ରୁମୁଖେସେ ଯଦୁବଂଶ ରାତ୍ରିମୁଖେ

  2. Couplet 2

    ବାରୁଣୀମଦ୍ୟ କଲେ ପାନତେଣୁ ହୋଇଲେ ହତଜ୍ଞାନ

  3. Couplet 3

    ମର୍ମଭେଦନ କଟୁବାକ୍ୟେକନ୍ଦଳ କଲେ ଏକେ ଏକେ

  4. Couplet 4

    ମନ ହରିଲା ମଦ୍ୟଦୋଷଭୋଳେ ହୋଇଲେ ବୁଦ୍ଧିଭ୍ରଂଶ

  5. Couplet 5

    ରଜନୀ ମଧ୍ୟେ ଯଦୁବଳେକନ୍ଦଳଯୁଦ୍ଧେ ନାଶ ଗଲେ

  6. Couplet 6

    ତକ୍ଷଣେ ଆତ୍ମମାୟାଗତିବିଚାରି ପ୍ରଭୁ ଯଦୁପତି

  7. Couplet 7

    ମିଳିଲେ ସରସ୍ୱତୀକୂଳେବନେ ଅଶ୍ୱତଥ୍‌-ତରୁମୂଳେ

  8. Couplet 8

    ସ୍ୱକୁଳ ନାଶ ଇଚ୍ଛା କରିଦ୍ୱାରକା ଥିଲାବେଳେ ହରି

  9. Couplet 9

    ମୋତେ ବୋଇଲେ ଶିଷ୍ୟଧର୍ମେଚଳ ତୁ ବଦରିକାଶ୍ରମେ

  10. Couplet 10

    ତକ୍ଷଣେ କୃଷ୍ଣ ଆଜ୍ଞା ପାଇପଦକମଳେ ମନ ଥୋଇ

  11. Couplet 11

    ନ କରି ତୀର୍ଥକୁ ଗମନଚାହିଁଲି ଶ୍ରୀକୃଷ୍ଣ-ବଦନ

  12. Couplet 12

    ତା’ର ଗମନ ପଛେ ମୁହିଁଗଲି ତାହାର ଭାବ ବହି

  13. Couplet 13

    ସେ ପ୍ରିୟମତି ନରହରିଖୋଜନ୍ତେ ତା’କୁ ଅନୁସରି

  14. Couplet 14

    ଦେଖିଲି ସରସ୍ୱତୀତୀରେଏକାନ୍ତ-ଆସନ ସଧୀରେ

  15. Couplet 15

    ଶ୍ୟାମସୁନ୍ଦର ତନୁ ବର୍ଣ୍ଣପ୍ରଶାନ୍ତ-ଅରୁଣଲୋଚନ

  16. Couplet 16

    ଚତୁରଭୁଜେ ଶସ୍ତ୍ର ଶୋହେପୀତବସନ ମନମୋହେ

  17. Couplet 17

    ଦକ୍ଷିଣପାଦ ବାମଜଙ୍ଘେବାଳ-ଅଶ୍ୱତଥ୍‌ ପୃଷ୍ଠଭାଗେ

  18. Couplet 18

    ଏବେ ହୋ କୁରୁବୀର ଶୁଣମୈତ୍ରେୟ ମିଳିଲେ ସେ ସ୍ଥାନ

  19. Couplet 19

    ବ୍ୟାସମୁନିଙ୍କ ସଖା ହୋ’ନ୍ତିଆନନ୍ଦେ ଭୁବନେ ଭ୍ରମନ୍ତି

  20. Couplet 20

    ତକ୍ଷଣେ କୃଷ୍ଣପାଶେ ଯାଇପଦେ ନମିଲେ ଶିରଦେଇ

  21. Couplet 21

    ମୁହିଁ ଶୁଣଇ ଅନୁରାଗେଯେବା ବୋଇଲେ କୃଷ୍ଣଭାବେ

  22. Couplet 22

    ଉଦ୍ଧବ ଶୁଣ ମୋ’ ବଚନମୁହିଁ ଜାଣିଲି ତୋ’ର ମନ

  23. Couplet 23

    ଦୁର୍ଲ୍ଲଭ-ଜ୍ଞାନ ଦେବି ତୋତେସଂସାରୁ ତରିବୁ ଯେମନ୍ତେ

  24. Couplet 24

    ପୂର୍ବେ ବ୍ରହ୍ମାର ଯଜ୍ଞକାଳେସକଳ-ବସୁଙ୍କର ମେଳେ

  25. Couplet 25

    କଳ୍ପିଲୁ ଯୋଗେ ଇଷ୍ଟସିଦ୍ଧିମୋ’ର ଚରଣ ଧ୍ୟାନେ ବନ୍ଦି

  26. Couplet 26

    ଏ ଯୋଗ ସର୍ବ ପୂର୍ବେସିଦ୍ଧିଯେଣୁ ମୋ’ ଅନୁଗ୍ରହ-ବିଧି

  27. Couplet 27

    ତେଣୁ ଲଭିଲୁ ମୋତେ ହେଳେନିଜ ଭୁବନେ ଯିବାବେଳେ

  28. Couplet 28

    ବିଷୟରସ ଭୋଗଚିନ୍ତିଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି

  29. Couplet 29

    ଭକ୍ତିବୈରାଗ୍ୟ ଯା’ର ନାହିଁସେ ବା ଲଭିବ ମୋତେ କାହିଁ

  30. Couplet 30

    ଯେ ଜ୍ଞାନ ବ୍ରହ୍ମାର ସମୀପେମୁହିଁ କହିଲି ପଦ୍ମକଳ୍ପେ

  31. Couplet 31

    ପରମ-ଜ୍ଞାନର ମହିମାକେ ଚିନ୍ତିପାରେ ଆଦିସୀମା

  32. Couplet 32

    ଏଣୁ ପଣ୍ତିତେ ମୁନିଜନେଦୃଢେ଼ ବିଚାରି ଅନୁମାନେ

  33. Couplet 33

    ଏ ଭାଗବତ-ଧର୍ମ ଚିନ୍ତିଏ ଭବଜଳୁ ତରିଯା’ନ୍ତି

  34. Couplet 34

    ସେ ଆଦିପୁରୁଷ ବଚନଶୁଣି ଆନନ୍ଦ ମୋର ମନ

  35. Couplet 35

    ତା’ ଅନୁଗ୍ରହ ପ୍ରତିକ୍ଷଣେକଳ୍ପିଲି ତାହାର ସ୍ମରଣେ

  36. Couplet 36

    କୃଷ୍ଣସ୍ନେହରେ ମୋରଦେହୀରୋମପୁଲକେ ଅଶ୍ରୁ ବହି

  37. Couplet 37

    କରଯୁଗଳ ଶିରେ ଦେଇକହିଲି ତାହାଙ୍କୁ ବିନୋୟି

  38. Couplet 38

    ଭୋ ନାଥ ତୋ’ର ପଦ୍ମପାଦେଯେ ପ୍ରାଣୀ ଭଜନ୍ତି ଆନନ୍ଦେ

  39. Couplet 39

    ତାହାଙ୍କୁ ସର୍ବ-ପୁରୁଷାର୍ଥଯେ ଧର୍ମ-କାମ-ମୋକ୍ଷ-ଅର୍ଥ

  40. Couplet 40

    ଦୁର୍ଲଭ ନୋହେ ଲଭିବାରେନିଶ୍ଚୟ ମୋହର ବିଚାରେ

  41. Couplet 41

    ମୋହର ତେଣେ ଆଶାନାହିଁକେବଳ ତୋ’ ପାଦ ଭଜଇ

  42. Couplet 42

    ସ୍ୱଭାବେ ଜନ୍ମ ଯା’ର ନାହିଁକର୍ମର ଚେଷ୍ଟା ତା’ର କାହିଁ

  43. Couplet 43

    ସ୍ୱଭାବେ କାଳରୂପ ତୋ’ରଜ୍ଞାନବିଜ୍ଞାନେ ଅଗୋଚର

  44. Couplet 44

    ତୋ’ର ମହିମା ଆତ୍ମାରତିଯୋଗୀଏ ନ ପାରନ୍ତି ଚିନ୍ତି

  45. Couplet 45

    ତୁ ପୁଣି ଶତ୍ରୁଭୟ ପାଇସମୁଦ୍ରେ ଦୁର୍ଗକୁ ଭିଆଇ

  46. Couplet 46

    ପଳାଇ ରହିଲୁ ଆନନ୍ଦେଅନେକ ନାରୀଗଣ ମଧ୍ୟେ

  47. Couplet 47

    ମନ୍ତ୍ରଣା ଅର୍ଥେ ମୋତେ ରାଇଆଦରେ ସମୀପେ ବସାଇ

  48. Couplet 48

    ସ୍ୱଭାବେ ଅକୁଣ୍ଠିତ-ବୁଦ୍ଧିଅଖଣ୍ତ-ଆତ୍ମଜ୍ଞାନନିଧି

  49. Couplet 49

    ସଂଶୟେ ବୁଦ୍ଧି ହୁଏ କ୍ଷୀଣଦେଖିଣ ତୋ’ର ଆଚରଣ

  50. Couplet 50

    ସର୍ବଜ୍ଞପଣ ଯା’ର ତହିଁସେ କିପାଁ ମୋତେ ପଚାରଇ

  51. Couplet 51

    ଏଣୁ ମୋ ମନ ଖେଦ ପାଇତୋ’ ମାୟା ଗହନେ ଭ୍ରମଇଁ

  52. Couplet 52

    ଯେ ଆତ୍ମାଜ୍ଞାନ ତୁ ଏକାନ୍ତେକହିଲୁ ବ୍ରହ୍ମାର ଅଗ୍ରତେ

  53. Couplet 53

    ମୁଁ ଯେବେ ଶୁଣିବାରେ କ୍ଷମକହ ହେ ପୁରୁଷଉତ୍ତମ

  54. Couplet 54

    ଯେ ଜ୍ଞାନମାର୍ଗେ ତୋତେ ସେବିଏ ମାୟାସଂସାରୁ ତରିବି

  55. Couplet 55

    ଏମନ୍ତ ପଚାରନ୍ତେ ମୁହିଁସେ କୃଷ୍ଣ ମୋତେ ଦୟାବହି

  56. Couplet 56

    ଆତ୍ମାର ତତ୍ତ୍ବ ନିତ୍ୟଜ୍ଞାନକହିଲେ କମଳଲୋଚନ

  57. Couplet 57

    ସେ ତୀର୍ଥପାଦ ଜଗନ୍ନାଥମୋହର ଭାବେ ଆରାଧିତ

  58. Couplet 58

    ସେ ହରିମୁଖୁ ଜ୍ଞାନ ପାଇତା’ ପାଦପଦ୍ମେ ଶିରଦେଇ

  59. Couplet 59

    ସେ ଦେବଦେବ ଭଗବାନତାହାଙ୍କୁ କରି ପ୍ରଦକ୍ଷିଣ

  60. Couplet 60

    ତା’ର ବିଚ୍ଛେଦେ ଆତ୍ମା ମୋ’ରକ୍ଷଣେ ଏ ଦେହେ ନୋହେ ସ୍ଥିର

  61. Couplet 61

    ତା’ର ବିରହ ଆତ୍ମାତୁଲେତକ୍ଷଣେ ଅଇଲି ଏ ସ୍ଥଳେ

  62. Couplet 62

    ତା’ର ବିଯୋଗ ଆର୍ତ୍ତିଯୁତେଯିବି ମୁଁ ତା’ର ପ୍ରିୟତୀର୍ଥେ

  63. Couplet 63

    ନାମ ତା’ ବଦରିକାଶ୍ରମଯହିଁରେ ନରନାରାୟଣ

  64. Couplet 64

    ଏ ନରଲୋକେ ଶୁଭ ଅର୍ଥେତପ ଆରାଧି ଦୃଢ଼ଚିତ୍ତେ

  65. Couplet 65

    ଅଛନ୍ତି ନରନାରାୟଣଶୁକ ବୋଲନ୍ତି ରାୟ ଶୁଣ

  66. Couplet 66

    ସୁହୃଦ-ବନ୍ଧୁ-ବଧ ବାଣୀଉଦ୍ଧବ ମୁଖୁ ତାହା ଶୁଣି

  67. Couplet 67

    ଦୁଃସହ-ଦୁଃଖ ତା’ ମନରଜ୍ଞାନେ ସଂହରିଲା ବିଦୁର

  68. Couplet 68

    କହି ଉଦ୍ଧବ ଚଳିଯା’ନ୍ତେବିଦୁର ପଡେ଼ ପାଦଗତେ

  69. Couplet 69

    ପୁଣି ବିଶ୍ୱାସ ତା’ଙ୍କୁ କରିବୋଲେ ଚରଣ ଶିରେ ଧରି

  70. Couplet 70

    ଉଦ୍ଧବ ଶୁଣ ମୋ’ ବଚନତୋ’ର ଠାକୁର ଭଗବାନ

  71. Couplet 71

    ସେ ଜ୍ଞାନ କହିଛନ୍ତି ଯେତେଉଦ୍ଧବ କହ ମୋ’ ଅଗ୍ରତେ

  72. Couplet 72

    ଯେ ଜ୍ଞାନ ଧ୍ୟାନ ସୁଖ ଭୋଳେପଶିବି ତା’ ପାଦକମଳେ

  73. Couplet 73

    ଏମନ୍ତେ ବିଦୁରର ବାଣୀଉଦ୍ଧବ ବୋଲେ ତାହା ଶୁଣି

  74. Couplet 74

    ଶୁଣ ବିଦୁର ମୋ’ ବଚନସେ ଯୋଗେଶ୍ୱର ଭଗବାନ

  75. Couplet 75

    ଜୀବନ ଛାଡ଼ିବାର କାଳେମୈତ୍ରେୟ ମୁନିଙ୍କି ନିଶ୍ଚଳେ

  76. Couplet 76

    ସମ୍ପୂର୍ଣ୍ଣ-ଜ୍ଞାନ ତା’ଙ୍କୁ ଦେଲେନିଜ ଭୁବନେ ବିଜେ କଲେ

  77. Couplet 77

    ତୁ ଏବେ ଚଳ ତା’ଙ୍କ ପାଶନିର୍ମଳ-ଭକ୍ତି-ଉପଦେଶ

  78. Couplet 78

    ସେ ତୋତେ ଦେବେ ଦିବ୍ୟଜ୍ଞାନଏମନ୍ତ କହି ବେନିଜନ

  79. Couplet 79

    ପୁଲିନେ ବଞ୍ଚିଲେ ରଜନୀନିଶ୍ଚଳେ କୃଷ୍ଣଭାବଘେନି

  80. Couplet 80

    କୃଷ୍ଣ-ଚରଣ-ଧ୍ୟାନ ବଳେବନ୍ଧୁ-ବିଯୋଗ ପାଶୋରିଲେ

  81. Couplet 81

    ଏମନ୍ତେ ପାହିଲା ରଜନୀକୃଷ୍ଣଭକତିଭାବ ଘେନି

  82. Couplet 82

    ଉଦ୍ଧବ ଗଲା ତୋଷମନେମିଳିଲା ବଦରିକାଶ୍ରମେ

  83. Couplet 83

    ପରୀକ୍ଷ କହେ ଶୁକେ ଚାହିଁଭାବେ ଚରଣେ ଶିର ଦେଇ

  84. Couplet 84

    ଭୋ ମୁନି ଅସମ୍ଭବ ବାଣୀମୁହିଁ ତୁମ୍ଭର ମୁଖୁ ଶୁଣି

  85. Couplet 85

    ସଂଶୟ ରହିଲା ମୋ’ ମନେପୁଚ୍ଛଇ ତୁମ୍ଭ ସନ୍ନିଧାନେ

  86. Couplet 86

    ବ୍ରାହ୍ମଣଶାପେ ଯଦୁବଳେନଶିଲେ ରଣେ ମଦ୍ୟଭୋଳେ

  87. Couplet 87

    ରଥ କୁଞ୍ଜର ଯୂଥପତିକେବେ ହେଁ ରଣେ ନ ଘୁଞ୍ଚନ୍ତି

  88. Couplet 88

    ଯୂଥପତିଙ୍କ ମଧ୍ୟେ ମୁଖ୍ୟଉଦ୍ଧବ ଅଟଇ ପ୍ରତ୍ୟକ୍ଷ

  89. Couplet 89

    ଏ ବଡ଼ ସଂଶୟ ମୋ’ ଚିତ୍ତେଉଦ୍ଧବ ବଞ୍ଚିଲା କେମନ୍ତେ

  90. Couplet 90

    ଯହିଁ ଗୋବିନ୍ଦ ଦେହ ଗଲାଏ ବା କେମନ୍ତେ ଉବୁରିଲା

  91. Couplet 91

    ଶୁଣି କହନ୍ତି ଶୁକମୁନିଆନନ୍ଦେ କୃଷ୍ଣଭାବ ଘେନି

  92. Couplet 92

    ବ୍ରାହ୍ମଣ-ଶାପ ବଡ଼ଦୋଷନିଶ୍ଚେ ଦହିବ ଯଦୁବଂଶ

  93. Couplet 93

    ଏମନ୍ତ ଜାଣି ଭାବଗ୍ରାହୀନିକଟେ ଉଦ୍ଧବ ବସାଇ

  94. Couplet 94

    ଆତ୍ମମରଣ ପରିମାଣିମନେ ଚିନ୍ତିଲେ ଚକ୍ରପାଣି

  95. Couplet 95

    ଏ ମୋର ତତ୍ତ୍ବଜ୍ଞାନ ଯେତେମୁଁ ଗଲେ ଯିବ ମୋ’ ସଙ୍ଗତେ

  96. Couplet 96

    ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେପ୍ରାଣୀ ତରିବେ ଏହିଭାବେ

  97. Couplet 97

    ଏମନ୍ତେ ମନେ ବିଚାରିଲେଉଦ୍ଧବେ ତତ୍ତ୍ବଜ୍ଞାନ ଦେଲେ

  98. Couplet 98

    ବୋଇଲେ ସାଧ ଜ୍ଞାନବ୍ରହ୍ମଏ ଯେ ଉଦ୍ଧବ ମୋର ସମ

  99. Couplet 99

    ଏ ଜ୍ଞାନ ପ୍ରାଣୀଙ୍କି ବୁଝାଉଏଣୁ ଏ ନରଲୋକେ ରହୁ

  100. Couplet 100

    ଉଦ୍ଧବ କହିବ ଯେମନ୍ତେପ୍ରାଣୀଏ ଯିବେ ସେହିପଥେ

  101. Couplet 101

    ଏଣୁ ତ୍ରିଲୋକଗୁରୁ-ହରିଜ୍ଞାନେ ଉଦ୍ଧବକୁ ଉଦ୍ଧରି

  102. Couplet 102

    ତେଣୁ ଗୋବିନ୍ଦ ବୋଲେ ଗଲାବଦ୍ରିକାଆଶ୍ରମେ ମିଳିଲା

  103. Couplet 103

    ସମାଧି କରି ଘୋରବନେପୂଜିଲା ଗୋବିନ୍ଦ-ଚରଣେ

  104. Couplet 104

    ଏମନ୍ତେ ଉଦ୍ଧବର ବାଣୀବିଦୁର ସାବଧାନେ ଶୁଣି

  105. Couplet 105

    କୃଷ୍ଣର ଲୀଳା ଅବତାରଯେ ଗୁଣଗାଥା କର୍ମ ତା’ର

  106. Couplet 106

    ଶରୀର ଛାଡ଼ିଲେ ଯେମନ୍ତେଏ ସର୍ବକଥା ସ୍ମରି ଚିତ୍ତେ

  107. Couplet 107

    କୃଷ୍ଣର ସ୍ନେହେ ଦେଇମନଚଳନ୍ତେ କରଇ ରୋଦନ

  108. Couplet 108

    କେତେ ହେଁ ଦିନ ବନେ ଗଲାକାଳିନ୍ଦୀତଟରେ ମିଳିଲା

  109. Couplet 109

    ତହୁଁ ଚଳିଲା ଗଙ୍ଗାତୀରେମୈତ୍ରେୟ-ମୁନି-ଅନୁସରେ

  110. Couplet 110

    କହଇ ବିପ୍ର ଜଗନ୍ନାଥତୃତୀୟସ୍କନ୍ଧେ ଭାଗବତ

  111. Couplet 111

    ବିଦୁର-ଉଦ୍ଧବ-ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ

  112. Couplet 112

    ସୁଜନେ ଏଣେ ଦିନ ବଞ୍ଚକୃଷ୍ଣ-ଭକତି ହୃଦେ ସଞ୍ଚ

Odia Bhagabata skandha 3 adhyaya 4 | Parbani by ParibhaAsha App