Skandha 4
Adhyaya 13
Couplet 1
ଏମନ୍ତ ମୁନି ବାକ୍ୟ ଶୁଣିଧ୍ରୁବ ଆନନ୍ଦ-ମନେ ଗୁଣି
Couplet 2
ସୁଜଳେ କରି ଆଚମନଅସ୍ତ୍ର ସୁମରି ନାରାୟଣ
Couplet 3
ସନ୍ଧାନ ଧନୁ-ହୁଳେ କଲାତା ଦେଖି ମାୟା ଭସ୍ମ ହେଲା
Couplet 4
ଗୃହ୍ୟକେ ହୋଇଲେ ଅଦୃଶ୍ୟଦିଶିଲା ଧରଣୀ ଆକାଶ
Couplet 5
ଜ୍ଞାନ-ଉଦୟେ କ୍ଲେଶ ଯେହ୍ନେଦେବେ ଦେଖନ୍ତି ରହି ଶୂନ୍ୟେ
Couplet 6
ଧ୍ରୁବ ଆମଞ୍ଚି ଧନୁର୍ଗୁଣଯୋଚି ସବୁର୍ଣ୍ଣପୁଙ୍ଖ ବାଣ
Couplet 7
ବାଣର ପକ୍ଷ କଳହଂସଦେଖି କମ୍ପିଲେ ଦଶ ଦିଶ
Couplet 8
ସେ ବାଣ ରିପୁବଳେ ପଶିଅନଳ ପ୍ରାୟ ତେଜ ଦିଶି
Couplet 9
ମୟୂର ଯେହ୍ନେ ନାଦ କରିଆନନ୍ଦେ ବନସ୍ତେ ବିହରି
Couplet 10
ଏମନ୍ତ ତୀକ୍ଷ୍ଣ ନାଦ କରିଗୃହ୍ୟକଗଣ ମାୟା ଛେଦି
Couplet 11
ଯକ୍ଷେ କୁପିତ ହୋଇ ଚିତ୍ତେଧାଇଁଲେ ଶସ୍ତ୍ର ଘେନି ହସ୍ତେ
Couplet 12
ଯେସନେ ସର୍ପ ଫଣା ଧରିଗରୁଡ ଧାଏଁ କୋପଭରି
Couplet 13
ତାହାଙ୍କୁ ଦେଖି ରଣକ୍ଷେତ୍ରେନାରାଚ-ଗୁଣ ଧରି ହସ୍ତେ
Couplet 14
ବିନ୍ଧଇ ଗୃହ୍ୟକ ଶରୀରେଭେଦିଲା ବାହୁ-ଉରୁ-ଶିରେ
Couplet 15
ତକ୍ଷଣେ ଗଲେ ଛିନ୍ନ ଭିନ୍ନେସଂଗ୍ରାମେ ଶମନ-ଭୁବନେ
Couplet 16
ଗୃହ୍ୟକବଳ ନାଶ ଦେଖିମନୁ ଯେ ଭୁବନ ଉପେକ୍ଷି
Couplet 17
ଉତ୍ତମ ଚିତ୍ରରଥେ ବସିମିଳିଲେର ମଧ୍ୟେ ଆସି
Couplet 18
ସଙ୍ଗେ ଅଛନ୍ତି ମୁନିଜନେଧ୍ରୁବକୁ ଦେଖି ତୋଷମନେ
Couplet 19
ଗୃହ୍ୟକ ଗଣେ ଦୟା ବହିବୋଲନ୍ତି ଧ୍ରୁବ ମୁଖ ଚାହିଁ
Couplet 20
ଭୋ ବତ୍ସ ଛାଡ ମନୁ ରୋଷଶୁଣ ତୁ ମୋର ଉପଦେଶ
Couplet 21
ଏ ରୋଷ ଘୋରତମ-ଦ୍ୱାରଏ ନୋହେ ଉତ୍ତମ ବେଭାର
Couplet 22
ଯେ ରୋଷବଶେ ଜ୍ଞାନ ହାରିନିର୍ଦ୍ଧୋଷ ପୁଣ୍ୟଜନ ମାରି
Couplet 23
ଏ ଆମ୍ଭ କୁଳଧର୍ମ ନୋହେସାଧୁଙ୍କ ମଧ୍ୟେ ଦୋଷ ବହେ
Couplet 24
ଏକଇ ଜନ ଅପରାଧେଅନେକ ମାରୁ କିମ୍ପା ଯୁଦ୍ଧେ
Couplet 25
ତୁ ଭ୍ରାତୁବଧେ କ୍ରୋଧ ବହିସାଧୁଙ୍କ ମାର୍ଗ ଏ ନୁହଇ
Couplet 26
ବିଷ୍ଣୁର ଭାବ ଯାର ଦେହେପ୍ରାଣୀଙ୍କି ଦୟା ହୃଦେ ବହେ
Couplet 27
ହିଂସା ନ ବହେ ତାର ଚିତ୍ତଏ ହରିଭୃତ୍ୟଙ୍କର ମତ
Couplet 28
ସମତ୍ୱେ ସର୍ବଭୂତେ ଦେଖେତାହାକୁ ନାରାୟଣ ରଖେ
Couplet 29
ହରି ପ୍ରସନ୍ନ ପ୍ରାଣୀ ଦେହେହିଂସ୍ରକ ପ୍ରକୃତି ନ ବହେ
Couplet 30
ନ ଲାଗେ ତ୍ରିଗୁଣ-ବନ୍ଧନଅନ୍ତେ ଲଭଇ ନିରଞ୍ଜନ
Couplet 31
ତୁ ହରି ଭକ୍ତ ଶିରୋମଣିସର୍ବ-ସମ୍ମତେ ପରିମାଣି
Couplet 32
ସାଧୁଜନଙ୍କ ବ୍ରତ କରିକେ ପାରେ ଅଧର୍ମ ଆଚରି
Couplet 33
ଯେ ପ୍ରାଣୀ ଆତ୍ମଭାବେ ସୁଖୀହରିଙ୍କି ସର୍ବଭୂତେ ଦେଖି
Couplet 34
ବିଷ୍ଣୁର ଭକ୍ତି ହୃଦେ ଧରିଦୟା ତିତିକ୍ଷା ଜୀବେ କରି
Couplet 35
ମଇତ୍ର ଭାବେ ଯାର ମନତାହାକୁ ରଖେ ଭଗବାନ
Couplet 36
ହରି-ପ୍ରସନ୍ନେ ପ୍ରାଣୀଙ୍କରପ୍ରବୃତ୍ତି-ବନ୍ଧ ହୋଏ ଦୂର
Couplet 37
ଜୀବ ବନ୍ଧନୁ ମୋକ୍ଷ ହୋଇନିର୍ବାଣ-ପଦେ ପଶେ ଯାଇ
Couplet 38
ଏ ପଞ୍ଚଭୂତେ ଦେହ ବହିସ୍ତିରୀ-ପୁରୁଷ ରୂପ ହୋଇ
Couplet 39
ଏ ବେନି ସଙ୍ଗମର କାଳେରଜର ସଙ୍ଗେ ବୀର୍ଯ୍ୟ ମିଳେ
Couplet 40
ସ୍ତିରୀ ପୁରୁଷ ଦେହ ବହିଇହ ସଂସାରେ ଜନମଇ
Couplet 41
ଏମନ୍ତେ ସୃଷ୍ଟି-ସ୍ଥିତି-ନାଶବିଷ୍ଣୁର ମାୟା ପରକାଶ
Couplet 42
ତହିଁ ନିମିତ୍ତ-ମାତ୍ର ହୋଇପରମ ଜୀବକୁ ଭିଆଇ
Couplet 43
ମାୟାରେ ଭ୍ରମାଏ ଜଗତଲୌହକୁ ଯେହ୍ନେ ଅୟସ୍କାନ୍ତ
Couplet 44
ସେ ହରି କାଳଶକ୍ତି-ରୂପୀନିଜ ମାୟାରେ ବିଶ୍ୱବ୍ୟାପୀ
Couplet 45
ସର୍ବ କରଇ ସର୍ବହରେଅକର୍ତ୍ତାରୂପେ ସେ ବିହରେ
Couplet 46
ପ୍ରବାହେ ଯେହ୍ନେ ବୃକ୍ଷରାଶିଜଳର ବଳେ ଯାନ୍ତି ଭାସି
Couplet 47
ଏମନ୍ତ କାଳ-ଚେଷ୍ଟା ବଳେପ୍ରାଣୀ ଭାସନ୍ତି ଅବହେଳେ
Couplet 48
ସେ କାଳ ଅନାଦି ଅନନ୍ତଅବ୍ୟୟ କରେ ଆଦି ଅନ୍ତ
Couplet 49
ଜନ୍ମେ ଜନଙ୍କୁ ଜନମାଇମରଣେ ଜାହାଙ୍କୁ ମରାଇ
Couplet 50
ସପକ୍ଷ ବିପକ୍ଷ ଏ ଦୁଇତାର ସ୍ୱଭାବେ ନ ଘଟଇ
Couplet 51
ପ୍ରଜାଏ ତାହାର ଆୟତ୍ତେସମେ ବସନ୍ତି ଏ ଜଗତେ
Couplet 52
ଧୂଳି ଯେସନେ ବାୟୁବଳେଉଡି ଭ୍ରମନ୍ତି ଅନ୍ତରାଳେ
Couplet 53
କର୍ମ ଅଧୀନ ପ୍ରାଣୀମାନେତା ପଛେ ଧାମନ୍ତି ତେସନେ
Couplet 54
ଜନ୍ତୁ ଆୟୁଷ ହାନି-ଳାଭଏ ଦୁଇ କାଳର ସ୍ୱଭାବ
Couplet 55
କେହୁ ବୋଲନ୍ତି ଏ ଜଗତଅଟଇ କର୍ମର ଆୟତ୍ତ
Couplet 56
କେ ବୋଲେ ସ୍ୱଭାବ ଏହାରକେ ବୋଲେ କାଳର ସଞ୍ଚାର
Couplet 57
ବାସନା ବୋଲନ୍ତି ଅପରେତା ତତ୍ତ୍ୱ କେ ବା କହିପାରେ
Couplet 58
ଅପରେ ଦଇବ କେ କହିକେ କହେ କାମରୂପ ହୋଇ
Couplet 59
ଅବିଦ୍ୟା କାମ ସଙ୍ଗେ ଜଡିଘୋର-ଅନ୍ଧାରେ ପ୍ରାଣୀ ପଡି
Couplet 60
ଭ୍ରମନ୍ତି କାଳ-ବାୟୁ ବଳେକଲ୍ଲୋଳ ଯେହ୍ନେ ସିନ୍ଧୁ ଜଳେ
Couplet 61
ଅବ୍ୟକ୍ତ ଅପ୍ରମେୟ ସୀମାକେ ଜାଣିପାରେ ତା ମହିମା
Couplet 62
ଏଣୁ ତୋ ଭ୍ରାତାର ମରଣଗୃହ୍ୟକେ ନୁହଁନ୍ତି କାରଣ
Couplet 63
ଦଇବବଳ ସେ ପ୍ରମାଣଏ କଥା ନିଶ୍ଚୟ ତୁ ଜାଣ
Couplet 64
ସ୍ୱମାୟା ଶକ୍ତିଯୁତେ ସେହିସର୍ଜଇ ପାଳଇ ହରଇ
Couplet 65
ଏଣୁ ସକଳଭୂତଙ୍କରଭୂତ ଭାବନ ଚକ୍ରଧର
Couplet 66
ଏଣୁ ସେ କାଳ ମଧ୍ୟେ ଥାଇଦେବେ ପୂଜନ୍ତି ବଳି ଦେଇ
Couplet 67
ନାସା-ଭେଦିତ ଗାବ ଯେହ୍ନେଭ୍ରମନ୍ତି ଦାମିନୀ ବନ୍ଧନେ
Couplet 68
ଜନନୀ ସପତ୍ନୀ ବଚନେମର୍ମ ଭେଦିଲା ତୋର ମନେ
Couplet 69
ବନେ ପଶିଲୁ ତପ ଆଶେସ୍ୱଭାବେ ପଞ୍ଚମ ବରଷେ
Couplet 70
ବିଷ୍ଣୁ ଆରାଧି ତପବଳେବସିବୁ ଗଗନ-ମଣ୍ତଳେ
Couplet 71
ତ୍ରୈଲୋକ୍ୟ-ଉର୍ଦ୍ଧ୍ୱ-ପଦଗତେବସିବୁ କଳ୍ପ-ପରିଯନ୍ତେ
Couplet 72
ଏ ମାୟାମୟ ମୋହ-ପାଶଛେଦିଲୁ ଭବବନ୍ଧ-ତ୍ରାସ
Couplet 73
ଏ ବର ଯା ତହୁଁ ଲଭିଲୁପ୍ରତ୍ୟକ୍ଷେ ବିଷ୍ଣୁଙ୍କୁ ଦେଖିଲୁ
Couplet 74
ଚିତ୍ତେ ତାହାଙ୍କୁ ଏବେ ଭଜଏ ଘୋରତମ ବେଗେ ତେଜ
Couplet 75
ସମେ ସକଳ ତାପ କ୍ଷୟଏବେ ତୁ ହୁଅ ଶାନ୍ତକାୟ
Couplet 76
ଯାହାକୁ ଦେଖି ପ୍ରାଣୀ ଡରେସେ ପ୍ରାଣୀ ଜୀବ ଥାଉଁ ମରେ
Couplet 77
ଈଶ୍ୱର-ମିତ୍ର ଏ କୁବେରଏହାକୁ ଅବଜ୍ଞା ନ କର
Couplet 78
ମାରି କୁବେର-ଅନୁବରକଲୁ ତୁ ଅନ୍ୟାୟ ଆଚାର
Couplet 79
ଏବେ ଏହାରେ ପ୍ରୀତି କରସର୍ବ-କୁଶଳ ହେବ ତୋର
Couplet 80
ଏମନ୍ତ ସ୍ୱାୟମ୍ବୁବ-ମନୁପ୍ରବୋଧ କଲେ ପୌତ୍ର ମନ୍ୟୁ
Couplet 81
ଧ୍ରୁବକୁ ଆଲିଙ୍ଗନ କଲେମୁନିଙ୍କ ସଙ୍ଗେ ପୁରେ ଗଲେ
Couplet 82
ସେ ମନୁ ଚରଣାରବିନ୍ଦେସୁଜନେ ନମ ହେ ଆନନ୍ଦେ
Couplet 83
ଚତୁର୍ଥ ସ୍କନ୍ଧ ଭାଗବତହରି-ମହିମା ସୁଚରିତ
Couplet 84
ସୁଜନ-ଜନେ ଏଣେ ରସକହଇ ଜଗନ୍ନାଥ ଦାସ