Skip to content
paribhaasha

Skandha 4

Adhyaya 12

  1. Couplet 1

    ଶୁଣ ବିଦୁର କୃଷ୍ଣ କଥାଯେଣେ ଖଣ୍ତିବ ଭବବ୍ୟାଥା

  2. Couplet 2

    ଉତ୍ତାନପାଦ ଧ୍ରୁବ ଦେଖିସଫଳ କଲା ଚର୍ମ ଆଖି

  3. Couplet 3

    ଧ୍ରବକୁ ରାଜଯୋଗ୍ୟ ଚାହିଁବାନ୍ଧବ ସୁହୃଦ ବସାଇ

  4. Couplet 4

    ସର୍ବ ସମ୍ମତେ ମହାତେଜ୍ୟରାଜ୍ୟେ ପୁତ୍ରକୁ କଲା ରାଜା

  5. Couplet 5

    ସ୍ୱଭାବେ ବିଷ୍ଣୁ-ତେଜ-ବଳଭାବେ ନମନ୍ତି ଦିଗପାଳ

  6. Couplet 6

    ଏ ମହୀତଳେ ଯେତେ ରାଜାଧ୍ରୁବ-ଚରଣେ କଲେ ପୂଜା

  7. Couplet 7

    ଯେ ଶିଶୁମାର ପ୍ରଜାପତିତା କନ୍ୟା ଭ୍ରମି ଗୁଣବତୀ

  8. Couplet 8

    ତାହାର ରୂପ-ଗୁଣରାଶିକେତେ ବା କହିବା ବିଶେଷି

  9. Couplet 9

    ରୂପେ କମଳା ନୋହେ ସରିବିବାହେ ଧ୍ରୁବ ତାକୁ ଚରି

  10. Couplet 10

    ଅଶେଷ ଅଳଙ୍କାର ଶୋଭାବିରାଜେ ଅଙ୍ଗ ଜ୍ୟୋତି ଆଭା

  11. Couplet 11

    ସେ କନ୍ୟା ଗର୍ଭେ ପୁତ୍ର ଦୁଇକଳ୍ପ ବତ୍ସର ବେନି ଭାଇ

  12. Couplet 12

    ଦ୍ୱିତୀୟା ଭାର୍ଯ୍ୟା ଇଳା ନାମରୂପେ ଗଞ୍ଜଇ କୋଟିକାମ

  13. Couplet 13

    ସ୍ୱଭାବେ ସମୀରଣ ସୁତାସୁଗୁଣା ସୁନ୍ଦରୀ ବିନୀତା

  14. Couplet 14

    ତାର ଉଦରେ ଧ୍ରୁବ-ବୀର୍ଯ୍ୟେପୁତ୍ରେକ ହେଲା ମହାତେଜେ

  15. Couplet 15

    ଉତ୍କଳ ନାମେ ସେ କୁମରସ୍ୱଭାବେ ମହା-ଯୋଗେଶ୍ୱର

  16. Couplet 16

    ପୁଣି ଜନ୍ମିଲା କନ୍ୟା ଏକତା ରୂପ ଗୁଣ ଅତିରେକ

  17. Couplet 17

    ଧ୍ରୁବର କନିଷ୍ଠ ଉତ୍ତମରୂପେ ଭୁବନେ ନାହିଁ ସମ

  18. Couplet 18

    ସ୍ୱଭାବେ ବୟସ କିଶୋରବିଭା ନ କଲେ ବୀରବର

  19. Couplet 19

    ସେ ଏକଦିନେ ଅଶ୍ୱେ ବସିମୃଗୟା ଅର୍ଥେ ବନେ ପଶି

  20. Couplet 20

    ବହୁତ ଦୂର ସେ ଗମିଲାମନ ଆନନ୍ଦେ ନୃପବଳା

  21. Couplet 21

    ମିଳିଲା କୁବେର ଭୁବନେତାହାକୁ ଦେଖି ଗୃହ୍ୟଗଣେ

  22. Couplet 22

    ବଳେ ରୁନ୍ଧିଳେ ଯୁଦ୍ଧ କରିଅଶ୍ୱ ଘେନିଲେ ତାକୁ ମାରି

  23. Couplet 23

    ତା ଶୁଣି ତାହାର ଜନନୀବିକଳେ ପୁତ୍ର-କଷ୍ଟ ଘେନି

  24. Couplet 24

    ବନ-ଅନଳେ ଦେହ ଦେଲାପୁତ୍ର-ବିୟୋଗ-ଦୁଃଖେ ମଲା

  25. Couplet 25

    ସେ କଥା ଶୁଣି ଧ୍ରୁବ ଶୋକେକମ୍ପିଲା ମାତ୍ରା-ଭ୍ରାତା ଦୁଃଖୋ

  26. Couplet 26

    ସେ ଧ୍ରୁବ ଅତି କ୍ରୋଧ ବହିଅଶ୍ୱ ସାରଥି ବେଗେ ରାଇ

  27. Couplet 27

    ଜଇତ୍ର ନାମେ ରଥେ ବସିସ୍ୱଭାବେ ଶୋହେ ରୂପ ରାଶି

  28. Couplet 28

    ଶୋକ-ଅନଳେ କୋପଭରେକଠୋର-ଧନୁ ଧରି କରେ

  29. Couplet 29

    କୁବେର-କାନନେ ମିଳିଲାଉଦ୍ଦଣ୍ତେ ଶଙ୍ଖନାଦ କଲା

  30. Couplet 30

    ଯେ ବନେ ରୁଦ୍ର-ଅନୁଚରେବସନ୍ତି ନଦୀ ବନ ଘୋରେ

  31. Couplet 31

    ହିମପର୍ବତ ଦ୍ରୋଣି ମଧ୍ୟେଗୃହ୍ୟକେ ବସନ୍ତି ଆନନ୍ଦେ

  32. Couplet 32

    ସେ ବନେ ବଳେ ପଶି ଧ୍ରୁବଉଦ୍ଦଣ୍ତେ କଲା ଶଙ୍ଖରବ

  33. Couplet 33

    ଶବଦେ ପୂରିଲା ଆକାଶବନ-ପର୍ବତ-ଦଶଦିଶ

  34. Couplet 34

    ଯକ୍ଷ-କମିନୀଗଣ ବେଗେଭୟେ ଚାହିଁଲେ ଉର୍ଦ୍ଧ୍ୱଦିଗେ

  35. Couplet 35

    ସେ ନାଦ ଶୁଣି ଦଶଦିଶେଗୃହ୍ୟକଗଣ ମହାରୋଷେ

  36. Couplet 36

    ଧାଇଁଲେ ନାନା-ଶସ୍ତ୍ର ଧରିଚଳନ୍ତେ କମ୍ପେ ବସୁନ୍ଧରୀ

  37. Couplet 37

    ଗୃହ୍ୟକଗଣେ ଧ୍ରୁବେ ଚାହିଁନିଜ କୋଦଣ୍ତେ ଗୁଣ ଦେଇ

  38. Couplet 38

    ଆକର୍ଣ୍ଣ ଯାଏ ଟାଣି ଗୁଣବିନ୍ଧିଳେ ତିନି ତିନି ବାଣ

  39. Couplet 39

    ଧ୍ରୁବର ତୀକ୍ଷ୍ଣ-ବାଣ ବଳେପଡିଲେ ଗୃହ୍ୟକ ସକଳେ

  40. Couplet 40

    ଗୃହ୍ୟକଗଣ ଦେଖି ତ୍ରାସେରଣେ ଭାଜିଳେ ଦଶଦିଶେ

  41. Couplet 41

    ଅଦ୍ଭୁତ କର୍ମ ଦେଖି ତାରବିଷ୍ଣୁର ତେଜେ ବଳୀୟାର

  42. Couplet 42

    କରନ୍ତି ଧନ୍ୟ-ଧନ୍ୟ ବାଣୀଅନନ୍ଦେ ଦେବଲୋକେ ଶୁଣି

  43. Couplet 43

    ସେ ବାଣ ସହି ଗୃହ୍ୟଗଣେପୁଣି ମିଳିଲେ ଘୋରରଣେ

  44. Couplet 44

    ମନେ ଅନେକ ରୋଷ ଭରିକରେଣ ନାନା-ଶସ୍ତ୍ର ଧରି

  45. Couplet 45

    ପାଦ-ମରନ୍ତେ ଅହି ଯେହ୍ନେଧ୍ରୁବକୁ ବେଢ଼ି କୋପମନେ

  46. Couplet 46

    ଧ୍ରୁବର ରଥ ବେଗେ ରୁଦ୍ଧିଦ୍ୱିଗୁଣେ ତୀକ୍ଷ୍ଣ ବାଣ ବିନ୍ଧି

  47. Couplet 47

    ପରିଘ ଖଡଗ ଆୟୁଧପ୍ରାସ ତୋମର ଶରଯୁଦ୍ଧ

  48. Couplet 48

    ଶକ୍ତିଭୂଷଣ୍ତି ରୁଷ୍ଟି ବାଣବେଗେ ବିନ୍ଧିଲେ ଗରୁଟାଣ

  49. Couplet 49

    କୋପେ ବିନ୍ଧିଲେ ଅତି ରୁଷ୍ଟେରଥୀ-ସାରଥି ଅଶ୍ୱପୃଷ୍ଠେ

  50. Couplet 50

    ଅୟୁତ-ତ୍ରୟୋଦଶ ମିଳିଶବଦେ ବ୍ରହ୍ମାଣ୍ତ ଉଛୁଳି

  51. Couplet 51

    ବେଢିଲେ ଅତି-ଅନାୟତ୍ତଛନ୍ନେ ନଦିଶେ ଧ୍ରୁବରଥ

  52. Couplet 52

    ଗଗନେ ମିଳି ଦେବଲୋକେକହନ୍ତି ଏକକୁ ଆରକେ

  53. Couplet 53

    ଶୁଭଇ ହାହାକାର ବାଣୀଦେବେ ବୋଲନ୍ତି ତାହା ଶୁଣି

  54. Couplet 54

    ଦେଖ ଏ ମନୁବଂଶ-ସୁତପ୍ରଚଣ୍ତ ଯେସନେ ଆଦିତ୍ୟ

  55. Couplet 55

    ଗୃହ୍ୟକ-ସମୂହେ ବୁଡିଲାଧ୍ରୁବ ନିଶ୍ଚୟେ ନାଶ ଗଲା

  56. Couplet 56

    ଗର୍ଜନ୍ତି ଯାତୁଧାନ ଗଣେଧ୍ରୁବ ଯେ ଶୁଣି ତା ଶ୍ରବଣେ

  57. Couplet 57

    ସାରଥି ଚାହିଁ ପୁଣ୍ୟଦେହାବୋଇଲା ଉର୍ଦ୍ଧ୍ୱେ ରଥ ବାହା

  58. Couplet 58

    ଶୁଣି ସାରଥି ଅତି ବେଗେରଥ ବାହିଲା ଶୂନ୍ୟମାର୍ଗେ

  59. Couplet 59

    ନୀହାର ଭେଦି ସୂର୍ଯ୍ୟ ଯେହ୍ନେତେମନ୍ତେ ଦିଶଇ ଗଗନେ

  60. Couplet 60

    ଦେଖି ତାହାର ତେଜ ବଳଆନନ୍ଦ ହୋଇଲେ ସକଳ

  61. Couplet 61

    ଗଗନେ ରହି ମନୁସୁତବାଣ ବରଷେ ଅପ୍ରମିତ

  62. Couplet 62

    ଗୃହ୍ୟକ ବାଣବୃଷ୍ଟି ନାଶେନୀହାର ଯେହ୍ନେ ଚଣ୍ତତ୍ରାସେ

  63. Couplet 63

    ପବନ ଯୋଗେ ମେଘମାଳେଯେହ୍ନେ ଉଡନ୍ତି ଅନ୍ତରାଳେ

  64. Couplet 64

    ଗୃହ୍ୟକ-ଶସ୍ତ୍ର ନାଶ କରିପୁଣି ବିନ୍ଧଇ ରୋଷଭରି

  65. Couplet 65

    ଧ୍ରୁବ-ନାରାଚ ତୀକ୍ଷ୍ଣ-ମୁନେଗୃହ୍ୟକ ପଡିଲେ ସଗଣେ

  66. Couplet 66

    ଗୃହ୍ୟକ ଦେହେ ବାଣ ପଡିଶୁଭେ ବି ମେଘ-ଘଡିଘଡି

  67. Couplet 67

    ସର୍ବେ ପଡିଲେ ଭୂମିଗତେପର୍ବତ ଯେହ୍ନେ ବଜ୍ରାଘାତେ

  68. Couplet 68

    ଶିରେ ଭେଦିଲା ଭଲ୍ଲଶସ୍ତ୍ରବାଣେ ରୁନ୍ଧିତ ନିଜ ଗାତ୍ର

  69. Couplet 69

    ଶିରେ ପଡିଲା ଛିଡି ତଳେବିରାଜେ କିରୀଟ କୁଣ୍ତଳେ

  70. Couplet 70

    ହୃଦେ ଲମ୍ବିତ ହେମହାରବିରାଜେ ଉଷ୍ଣୀଷ କେୟୂର

  71. Couplet 71

    ଶସ୍ତ୍ର-ସମୂହେ ଶଯ୍ୟା କରିବୀରେ ଶୋଇଲେ ପ୍ରାଣହାରି

  72. Couplet 72

    ପଡିଲେ ଚଉଦିଗ ମାଡିକେହୁ ପଳାଏ ରଣ ଛାଡି

  73. Couplet 73

    ଯେବା ଉବୁରି ଗଲେ ରଣେଭୟେ ଲୁଚିଲେ ଘୋରବନେ

  74. Couplet 74

    ସିଂହର ତ୍ରାସେ ଯେହ୍ନେ ମୃଗେଭୟେ ଭାଜିଲେ ଦଶ ଦିଗେ

  75. Couplet 75

    ଧ୍ରୁବ ଯେ ଦଶଦିଗେ ଚାହିଁଦେଖଇ ରଣେ କେହି ନାହିଁ

  76. Couplet 76

    ବୋଲେ ସାରଥି ମୁଖ ଚାହିଁଏ ପୁରେ ପଶ ରଥ ବାହି

  77. Couplet 77

    ଦହନ କରିବି ଅନଳେଯେବା ଅଛନ୍ତି ଗୃହ୍ୟକୁଳେ

  78. Couplet 78

    ସର୍ବ ମାରିବି ଭ୍ରାତା-ଛଳେତୁ ଏବେ ରଥ ବାହା ବଳେ

  79. Couplet 79

    ଏମନ୍ତ ଧ୍ରୁବ ବାକ୍ୟ ଶୁଣିସାରଥି ମନେମନେ ଗୁଣି

  80. Couplet 80

    ଗୃହ୍ୟକ ମାୟାର ପ୍ରମାଣେଏମନ୍ତ ଘୋରନାଦ ଶୁଣେ

  81. Couplet 81

    ପ୍ରଳୟ କାଳେ ସିନ୍ଧୁ ଯେହ୍ନେଲହରୀ ଉଛୁଳେ ଗଗନେ

  82. Couplet 82

    ପୁଣି ଦେଖଇ ଚାରିଦିଗେଧୂଳି ଉଡଇ ଶୂନ୍ୟମାର୍ଗେ

  83. Couplet 83

    ତକ୍ଷଣେ ଘୋର ନାଦ କରିମେଘ ସମୂହ ଶୂନ୍ୟେ ପୂରି

  84. Couplet 84

    ବିଜୁଳି ସ୍ଫୃରେ ଦଶଦିଶେବଜ୍ର ଶବଦ ସଙ୍ଗେ ମିଶେ

  85. Couplet 85

    ଉଲୁକା ପଡେ କୋଟି କୋଟିରୁଧିର ସଙ୍ଗେ ପୂଜ ବୃଷ୍ଟି

  86. Couplet 86

    ମୂତ୍ର ପୁରୀଷ ରେତ ତୂଲେଦୁର୍ଗନ୍ଧେ ଧରଣୀ ପୂରିଳେ

  87. Couplet 87

    କବନ୍ଧେ ପଡିଲେ ଆକାଶୁଦିଗେ ପୂରିଲା ଘୋରପାଂଶୁ

  88. Couplet 88

    ନିର୍ଘାତେ ଗଗନୁ ପଡନ୍ତିଗଦା ପରିଘ ପନ୍ତିପନ୍ତି

  89. Couplet 89

    ମୂଷଳ ସଙ୍ଗେ ବଜ୍ର ପଡିଘୋର ଶବଦ ଘଡଘଡି

  90. Couplet 90

    ସର୍ପେ ଧାମନ୍ତି ଫୁ ଫୁ କରିଅନଳ ପ୍ରାୟେ ଚକ୍ଷୁଧାରୀ

  91. Couplet 91

    ଗଜେ ଧାମନ୍ତି ଶୁଣ୍ଢ ତୋଳିସିଂହ ଶାର୍ଦ୍ଦୂଳ ସଙ୍ଗେ ମିଳି

  92. Couplet 92

    ତକ୍ଷଣେ ସିନ୍ଧୁ ଉଛୁଳିଲାଲହରୀ ଗଗନେ ଲାଗିଲା

  93. Couplet 93

    ଭୂମି ପୂରିଲା ମହାଜଳେପ୍ରଚଣ୍ତ-ପବନ ଉଲ୍ଲୋଳେ

  94. Couplet 94

    କଳ୍ପାନ୍ତେ ଘୋରନାଦ ଯେହ୍ନେଶବଦ ପୂରିଲା ଗଗନେ

  95. Couplet 95

    ଏମନ୍ତେ ନାନା ମାୟା କରିଗୃହ୍ୟକେ ସମର ଆବୋରି

  96. Couplet 96

    ମିଳିଲେ ନାନା ଶସ୍ତ୍ର ଘେନିଶବଦେ କମ୍ପାଇ ମେଦିନୀ

  97. Couplet 97

    ଧ୍ରୁବ ଉପରେ ମାୟା କରିଗୃହ୍ୟକେ ସନ୍ଧିଲେ ଆବୋରି

  98. Couplet 98

    ଗୃହ୍ୟକ-ମାୟା ଦେଖି ବେଗେମୁନି ମିଳିଲେ ଧ୍ରୁବ ଆଗେ

  99. Couplet 99

    କଲ୍ୟା-ବାଞ୍ଛା ମନେ ବହିବୋଲନ୍ତି ଧ୍ରୁବ ମୁଖ ଚାହିଁ

  100. Couplet 100

    ଶୁଣ ହେ ଉତ୍ତାନ-କୁମରତୋତେ ପ୍ରସନ୍ନ ଚକ୍ରଧର

  101. Couplet 101

    ଯେ ହରି ଭବ-ଭୟ ନାଶେଆମ୍ଭେ ତା ଦେଖୁ ତୋର ପାଶେ

  102. Couplet 102

    ଯା ନାମ ସ୍ମରି ଅନ୍ତକାଳେପ୍ରାଣୀ ତରନ୍ତି ଅବହେଳେ

  103. Couplet 103

    ସେ ହରି ନାମ ତୁ ସୁମରଗୃହ୍ୟକ ମାୟାକୁ ସଂହର

  104. Couplet 104

    ଏମନ୍ତେ ମୁନିଙ୍କର ବୋଲେରଥ ତୋଳିଲା ଅନ୍ତରାଳେ

  105. Couplet 105

    ଶୁଣ ସୁଜନେ ହରି କଥାହରି ନ ସହେ ଭୃତ୍ୟବ୍ୟଥା

  106. Couplet 106

    କହଇ ଦାସ ଜଗନ୍ନାଥସୁଜନେ ହରି ପଦେ ଚିନ୍ତ

Odia Bhagabata skandha 4 adhyaya 12 | Parbani by ParibhaAsha App