Skandha 4
Adhyaya 11
Couplet 1
ଶୁଣ ବିଦୁର ତୋଷମନେଧ୍ରୁବ ସମୀପେ ବୃନ୍ଦାବନେ
Couplet 2
ପ୍ରସନ୍ନେ କମଳା-ରମଣବୋଇଲେ ଧ୍ରୁବ ଏବେ ଶୁଣ
Couplet 3
ତୋ ଜନ୍ମ ସ୍ୱାୟମ୍ବୁବ ଘରେଉତ୍ତାନପାଦର ବୀର୍ଯ୍ୟରେ
Couplet 4
ଦେବେ ବାଞ୍ଛନ୍ତି ସ୍ୱର୍ଗେ ଯାହାତୁ ତା ଲଭିଲୁ ପୁଣ୍ୟଦେହା
Couplet 5
ଏବେ ତୁ ନିଜପୁରେ ଚଳଚିତ୍ତେ ଆରାଧି ମୋର ବୋଲ
Couplet 6
ମାତୃ-ସପତ୍ନୀର ବଚନେତପ ତୁ କଲୁ ବୃନ୍ଦାବନେ
Couplet 7
ଅତି-ବାଳକ ଦେହବହିକୁବାକ୍ୟ ନ ପାରିଲୁ ସହି
Couplet 8
ପିତାର ଅଙ୍କେ ଆରୋହନ୍ତେମାତା ଯେ ନିବାରିଲା ତୋତେ
Couplet 9
ସେ ଅପମାନେ ଦୁଃଖମନେଏବେ ବସିବୁ ସ୍ୱର୍ଗସ୍ଥାନେ
Couplet 10
ତୋ ଭାଗ୍ୟ ନ ପାଇବେ କେହିମଞ୍ଚେ ମାନବ ଦେହ ବହି
Couplet 11
ତୋ ତାତ ଯେବେ ଯିବେ ବନେବସିବୁ ନୃପତି ଆସନେ
Couplet 12
ତୋହର ପରମ-ଆୟୁଷଛତିଶ ସହସ୍ର ବରଷ
Couplet 13
ନୀରୋଗ ଦେହେ ଭୋଗ ଭୁଞ୍ଜିସ୍ୱତେଜେ ରିପୁବଳ ଗଞ୍ଜି
Couplet 14
ଉତ୍ତମ ତୋର ସାନ ଭ୍ରାତବନେ ହୋଇବ ପ୍ରାଣେ ହତ
Couplet 15
ମୃଗୟା ଅର୍ଥେ ଘୋରବନେମିଳିବ କୁବର ଭୁବନେ
Couplet 16
ପୁଣ୍ୟଜନଙ୍କ ସଙ୍ଗେ ମିଳିଯୁଦ୍ଧେ ହାରିବ ମହାବଳୀ
Couplet 17
ତହିଁ ହୋଇବ ପ୍ରାଣେ ହତତା ଶୁଣି ତାର ନିଜମାତ
Couplet 18
ସେ ପୁତ୍ର ଶୋକର ବିକଳେବନେ ମରିବ ଦାବାନଳେ
Couplet 19
ତୁ ମୋତେ ଯଜ୍ଞେ କରି ପୂଜାଦେବଙ୍କୁ ଦେଇ ବଳି ଭୋଜା
Couplet 20
ବିପ୍ରଙ୍କୁ କରି ତୋଷମନଗୋରୁ ଦକ୍ଷିଣା ଧନ ଅନ୍ନ
Couplet 21
ବିପ୍ରଙ୍କ କଲ୍ୟାଣର ଫଳେମୋତେ ସ୍ମରିବୁ ଅନ୍ତଃକାଳେ
Couplet 22
ମୋହର ଧ୍ୟାନେ ସ୍ୱର୍ଗପଥେଗମିବୁ ଜନନୀ ସହିତେ
Couplet 23
ସପ୍ତଋଷିଙ୍କ ଉଦ୍ଧ୍ୱର୍ଗତେଜନନୀ ସଙ୍ଗେ ଦିବ୍ୟରଥେ
Couplet 24
ବସିବୁ ଶିଶୁମାରପୁଚ୍ଛେଉତ୍ତରଦିଗେ ତୁ ପ୍ରତ୍ୟକ୍ଷେ
Couplet 25
ଏମନ୍ତ କହି ଭଗବାନବନେ ହୋଇଲେ ଅନ୍ତର୍ଦ୍ଧାନ
Couplet 26
ବିଷ୍ଣୁ ନ ଦେଖି ବୃନ୍ଦାବନେଧ୍ରୁବ ଭାଳଇ ମନ ଛନ୍ନେ
Couplet 27
ଦେଖ ଅଭାଗ୍ୟ କର୍ମ ମୋରତପେ ତୋଷିଲି ଚକ୍ରଧର
Couplet 28
ଜନନୀ-ସପତ୍ନୀର ଛଳେମୋକ୍ଷ ନ ମାଗିବିଷ୍ଣୁ ତୁଲେ
Couplet 29
ଲଭିଲି ଧ୍ରୁବ-ଅଧିକାରଧିକ ଏ ଜୀବନ ମୋହର
Couplet 30
ଏମନ୍ତ ମନେ ବିଚାରିଲାତକ୍ଷଣେ ନିଜପୁରେ ଗଲା
Couplet 31
ମୈତ୍ରେୟ ତହୁଁ ଏହାଶୁଣିବିଦୁର ପଚାରଇ ପୁଣି
Couplet 32
ଯେ ହରି ପରମ-ଦୁର୍ଲଭଲଭି ନ ପାରେ ବ୍ରହ୍ମାଶିବ
Couplet 33
ସେ ହରି ତହୁଁ ବରପାଇଘୋର-ମାୟାରେ ମନ ମୋହି
Couplet 34
ଆତ୍ମାର ଗତି ନ ମାଗିଲାମୋତେ ତ ସନ୍ଦେହ ଲାଗିଲା
Couplet 35
ବିଦୁରତହୁଁ ଏହା ଶୁଣିତୋଷେ ମୈତ୍ରେୟ କହେପୁଣି
Couplet 36
ମାତୃ-ସପତ୍ନୀ ବାକ୍ୟ-ଶରେମର୍ମ ଭେଦିଲା ତା ଶରୀରେ
Couplet 37
ମୁକ୍ତି ନ ଇଚ୍ଛି ବିଷ୍ଣୁ ତୋଷେପଛେ ତାପିଲା ଦୁଃଖତ୍ରାସେ
Couplet 38
ସନକ ଆଦି ସୁନିଜନେଅଷ୍ଟାଙ୍ଗ-ଯୋଗ ଅଭ୍ୟାସନେ
Couplet 39
ନିଶ୍ଚଳ-ଧ୍ୟାନେ ନିତ୍ୟେ ଚିନ୍ତିଯେ ପଦ ଲଭି ନ ପାରନ୍ତି
Couplet 40
ସେ ପଦ ହସ୍ତୁ ପକାଇଲିଦେଖ ଅଜ୍ଞାନପଣ କଲି
Couplet 41
କଳ୍ପ-ପାଦପ-ଛାୟା ତେଜିନିରାଶ ପଥେ ଚକ୍ଷୁ ବୁଜି
Couplet 42
ଧାଇଁଳି ତୃଷିତ-ବଦନଧିକ ଏ ମୋହର ଜୀବନ
Couplet 43
ଏମନ୍ତେ ମନ ଦୁଃଖ କରିଧ୍ରୁବ ମିଳିଲା ନିଜ-ପୁରୀ
Couplet 44
ପଥେ ଧ୍ରୁବକୁ ଦେଖି ଜନେମିଳିଲେ ଧ୍ରୁବ ସନ୍ନିଧାନେ
Couplet 45
କେତେହେଁ ଜନ ବେଗେ ଧାଇଁକହିଲେ ରାଜା ଆଗେ ଯାଇ
Couplet 46
ଭୋ ନାଥ ଶୁଣ ସାବଧାନେଧ୍ରୁବ ମିଳିଲେ ଉପବନେ
Couplet 47
ନିଧି ପ୍ରାପତ ପ୍ରାୟ ମଣିସଂଭ୍ରମ ଚିତ୍ତେ ନୃପମଣି
Couplet 48
ଦକ୍ଷଣେ ଆସନୁ ଉଠିଲାଆନନ୍ଦ-ସାଗରେ ବୁଡିଲା
Couplet 49
କାନ୍ଦଇ କଣ୍ଠ-ଗଦଗଦେତକ୍ଷଣେ ମିଳିଲେ ନାରଦେ
Couplet 50
ସଂଭ୍ରମେ ରାଜା ମୁଖ ଚାହିଁଧ୍ରୁବ-ଆଗମ କଥା କହି
Couplet 51
ଶୁଣି ସାନନ୍ଦେ ନୃପବରନାରଦ-କଣ୍ଠେ ଦେଲା ହାର
Couplet 52
ସୁବର୍ଣ୍ଣ ପରିଚ୍ଛଦ ରଥେବେଗେ ଚଳିଲା ରାଜପଥେ
Couplet 53
ସଙ୍ଗେ ବ୍ରାହ୍ମଣ କୁଳବୁଦ୍ଧେସ୍ୱଜ୍ଞାତି କୁଟୁମ୍ବ ସୁହୃଦେ
Couplet 54
ଅମାତ୍ୟ-ମନ୍ତ୍ରୀକୁଳ ଯେତେଧାଇଁଲେ ବାଦ୍ୟ-ବନାଦ-ଗୀତେ
Couplet 55
ସୁନୀତି ସୁରୁଚି ସହିତେନାନା ଅଳଙ୍କାର ଭୂଷିତେ
Couplet 56
ସୁବର୍ଣ୍ଣ-ଶିବିକା ଆରୋହୀଉତ୍ତମ-ପୁତ୍ରେ ସଙ୍ଗେ ନେଇ
Couplet 57
ଧ୍ରୁବକୁ ଦେଖି ଉପବନେଆନନ୍ଦେ ବିସ୍ମିତ-ଲୋଚନେ
Couplet 58
ରଥୁଁ ଓହ୍ଲାଇ ରାଜା ବେଗେଆନନ୍ଦେ ପୁତ୍ର-ଅନୁରେଗେ
Couplet 59
ପୁତ୍ରକୁ ଆଲିଙ୍ଗନ କଲାଯେଣୁ ଅଶେଷ-ପୁଣ୍ୟ ଥିଲା
Couplet 60
ଯେ ଧ୍ରୁବ ବିଷ୍ଣୁ-ଅଙ୍ଗସଙ୍ଗେଅଶେଷ-ତୀର୍ଥ ଯାର ଅଙ୍ଗେ
Couplet 61
ଆଘ୍ରାଣ କରି ଶିର ଦେଶେହୃଦେ ଲଗାଇ ଅତି ତୋଷେ
Couplet 62
ଶିରେ ସିିଞ୍ଚିଲା ଅଶ୍ରୁବାରିହୃଦୟେ ପୁଣପୁଣ ଧରି
Couplet 63
ପିତା ଚରଣେ ଧ୍ରୁବ ନମିବାଳ ସ୍ୱାଭାବେ ପଥଶ୍ରମୀ
Couplet 64
ସୁରୁଚି ସୁନୀତିର ପାଦେଧ୍ରୁବ ପ୍ରଣମଇଁ ଆନନ୍ଦେ
Couplet 65
ଜନନୀ ପୁତ୍ରମୁଖ ଚାହିଁହରଷ କେ ପାରିବ କହି
Couplet 66
ସୁରୁଚି ଧ୍ରୁବେ ଧରି କୋଳେଚୁମ୍ବନ ଦେଲା ସୁଖଭୋଳେ
Couplet 67
ସୁନୀତି ପୁତ୍ର କୋଳେ ଧରିଅଶ୍ରୁ ଗଳଇ ମୋଦଭରି
Couplet 68
ଜନେ କରନ୍ତି ଭୟ ବାଣୀଧ୍ରୁବକୁ ଘେନି ନୃପମଣି
Couplet 69
ମିଳିଲେ ନିଜପୁରେ ଆସିଧ୍ରୁବ ମହିମା ପରଶଂସି
Couplet 70
ଧ୍ରୁବ ପ୍ରବେଶେ ପୁରଜନେଆନନ୍ଦେ ଯେ ଯାହା ଭୁବେନ
Couplet 71
ଉତ୍ସବ ଅନେକ ପ୍ରକାରେପ୍ରଦୀପ-ପୂର୍ଣ୍ଣ-କୁମ୍ଭ ଦ୍ୱାରେ
Couplet 72
ପ୍ରାଚୀର ଅଟ୍ଟାଳୀ ସମେତଚିତ୍ର ପ୍ରତିମା ରତ୍ନକାନ୍ଥେ
Couplet 73
ତୋରଣା ଲମ୍ବେ ସର୍ବଦ୍ୱାରେଚନ୍ଦନ-ଛେରା ନିରନ୍ତରେ
Couplet 74
ସ୍ୱଭାବେ ପ୍ରିୟବ୍ରତ-ପୁରକି ଅବା ଦେବା ପଟ୍ଟାନ୍ତର
Couplet 75
ସକଳ ପୁର-ନାରୀବୃନ୍ଦେଧ୍ରୁବକୁ ଦେଖିଣ ଆନନ୍ଦେ
Couplet 76
ଗନ୍ଧ-ଚନ୍ଦନ ବାସ-ପାଣିଦୂର୍ବା ଅକ୍ଷତ ପୁଷ୍ପ ଆଣି
Couplet 77
ଅକ୍ଷତ ଦେଇ ଧ୍ରୁବ ମୁଣ୍ତେଜୟ ଶବଦ କଲେ ତୁଣ୍ତେ
Couplet 78
ଏମନ୍ତେ ନାନା-ଉପାୟନଘେନି ସମସ୍ତ ମହାଜନ
Couplet 79
ଏମନ୍ତ ମଙ୍ଗଳ ଉତ୍ସବସକଳ ଜନ ପ୍ରିୟଭାବ
Couplet 80
ଧ୍ରୁବ ପ୍ରବେଶ ନିଜ ପୁରେକାମିନୀ ଗାବନ୍ତି ସୁସ୍ୱରେ
Couplet 81
ପୁରେ ପ୍ରବେଶ ରାଜସୁତଦେଖି ସକଳେ କୃତକୃତ୍ୟ
Couplet 82
ଶଙ୍ଖ ଦୁନ୍ଦୁଭି ଗୀତସ୍ୱରେମଙ୍ଗଳ ନାଦେ ଦିଗ ପୂରେ
Couplet 83
ଯେ ଧ୍ରୁବ ହରି ଅଙ୍ଗ ସଙ୍ଗେଅଶେଷ-ଲକ୍ଷ୍ମୀ ଶୋହେ ଅଙ୍ଗେ
Couplet 84
ଯେ ଧ୍ରୁବ ଚରଣ କମଳେସୁଜନେ ନମ ଧ୍ୟାନବଳେ
Couplet 85
ଯାର ସ୍ମରଣେ ପାପ ନାଶେନିର୍ମଳ ଜ୍ଞାନ ପରକାଶେ
Couplet 86
ଚତୁର୍ଥ ସ୍କନ୍ଧେ ଭାଗବତକହିଲା ଦାସ ଜଗନ୍ନାଥ