Skip to content
paribhaasha

Skandha 3

Adhyaya 1

  1. Couplet 1

    ଶୌନକ ଆଦି ମୁନିଜନେଆନନ୍ଦେ ସୂତ ସନ୍ନିଧାନେ

  2. Couplet 2

    ବିଦୁର କଥା ମନେ ଚିନ୍ତିବିଶ୍ୱାସଭାବେ ପଚାରନ୍ତି

  3. Couplet 3

    ହେ ସୂତ ତୁମ୍ଭର ବଚନଶୁଣି ସନ୍ତୋଷ ଆମ୍ଭମନ

  4. Couplet 4

    ମହାତ୍ମା ବିଦୁରର ବାଣୀଆମ୍ଭେ ତୁମ୍ଭର ମୁଖୁଁ ଶୁଣି

  5. Couplet 5

    ହେଳେ ଛାଡ଼ିବୁ ଭବବ୍ୟଥାବିସ୍ତାରି କହ ତାର କଥା

  6. Couplet 6

    ସର୍ବସମ୍ପଦ ଛାଡ଼ି ବନେକିପାଁ ପଶିଲା ଦୁଃଖ ମନେ

  7. Couplet 7

    ଅନେକତୀର୍ଥେ ଦେଇ ମନପୃଥିବୀ କଲା ପର୍ଯ୍ୟଟନ

  8. Couplet 8

    ମୈତ୍ରେୟ ମୁନି ସଙ୍ଗେ ତାରଏକାନ୍ତେ ଅଧ୍ୟାତ୍ମ-ବିଚାର

  9. Couplet 9

    କାହିଁ ବା ନଦୀ-ତୀର ବନେସାନନ୍ଦେ ବସି ବେନିଜନେ

  10. Couplet 10

    ସନ୍ତୋଷେ ବିଦୁରର ଆଗେମୈତ୍ରେୟ ମୁନି ଅନୁରାଗେ

  11. Couplet 11

    କହିଲେ ତତ୍ତ୍ୱସାର ବାଣୀଯା ଶୁଣି ଭବୁ ତରେ ପ୍ରାଣୀ

  12. Couplet 12

    ସେ କଥା କହ ମୁନିବରବିଦୁର ବିଷ୍ଣୁ ଭକ୍ତସାର

  13. Couplet 13

    ସେ ବନ୍ଧୁତ୍ୟାଗୀ କିବା ଅର୍ଥେପୁଣି ମିଳିଲା ଇନ୍ଦ୍ରପ୍ରସ୍ଥେ

  14. Couplet 14

    ଏମନ୍ତ ମୁନିଙ୍କର ବାଣୀସୂତ ସନ୍ତୋଷମନେ ଶୁଣି

  15. Couplet 15

    କହନ୍ତି ଶୌନକଙ୍କ ଆଗେକୃଷ୍ଣର ଭାବ ଅନୁରାଗେ

  16. Couplet 16

    ଶୁଣ ହେ ମୁନିଗଣ ତୋଷେଏ କଥା ଶୁକମୁନି ପାଶେ

  17. Couplet 17

    ଆନନ୍ଦେ ଅଭିମନ୍ୟୁ-ସୁତପୁଚ୍ଛିଲା ବିଦୁରଚରିତ

  18. Couplet 18

    ସେ ମୁନି କହିଲେ ଯେମନ୍ତେସେ କଥା ଶୁଣ ଏକଚିତ୍ତେ

  19. Couplet 19

    ଶୁକ ବୋଲନ୍ତି ଭାବଭରିଶୁଣ ପରୀକ୍ଷ ଦଣ୍ଡଧାରୀ

  20. Couplet 20

    ସେ ଧୃତରାଷ୍ଟ୍ର ଯେତେବେଳେନିଷ୍ଠୁର ହୀନ ବୁଦ୍ଧିବଳେ

  21. Couplet 21

    ଅଧର୍ମେ ଧନ ସେ ସଞ୍ଚଇନିଜ ସୁତଙ୍କୁ ଭୋଗ ଦେଇ

  22. Couplet 22

    ପଣ୍ତୁସୁତଙ୍କୁ ଦେଖେ ଭିନ୍ନେନିନ୍ଦଇ ନିଷ୍ଠୁର-ବଚନେ

  23. Couplet 23

    ବାଳକେ ପିତୃହୀନ ହୋଇମାତାର ସଙ୍ଗେ ଦୁଃଖ ସହି

  24. Couplet 24

    ହସ୍ତିନାପୁରେ ତା’ଙ୍କ ଘରେବଞ୍ଚନ୍ତି ଅତି ଅବେଭାରେ

  25. Couplet 25

    ତାହାଙ୍କ ମରଣ ଇଚ୍ଛଇଭୀମକୁ ବିଷଲଡ଼ୁ ଦେଇ

  26. Couplet 26

    ଜତୁର ଘରେ ଅଗ୍ନି ଦେଲାସେବେଳେ ଗୋବିନ୍ଦ ରଖିଲା

  27. Couplet 27

    ପୁଣି ସଭାର ତଳେ ଆଣିପଞ୍ଚପାଣ୍ତବଙ୍କ ରମଣୀ

  28. Couplet 28

    କେଶ ଆକର୍ଷି ବାହୁବଳେବିବସ୍ତ୍ର କଲେ ସଭାତଳେ

  29. Couplet 29

    କୁଚ କୁଙ୍କୁମ ବହେ ଉରେଅଧୋବଦନ ଅଶ୍ରୁଧାରେ

  30. Couplet 30

    ବଧୂର ଦୁଃଖ ସେ ଶୁଣିଲାପୁତ୍ରଙ୍କୁ ବାରଣ ନ କଲା

  31. Couplet 31

    ମାୟା କପଟପାଶା କରିଦ୍ୟୁତଖେଳାଇ ଧନହରି

  32. Couplet 32

    ଛଳେ ହରିଲା ତା’ଙ୍କ ଦେଶକାନନେ ଦ୍ୱାଦଶବରଷ

  33. Couplet 33

    ଅଜ୍ଞାତେ ଅଧିକ ବରଷେବିରାଟ ରାଜ୍ୟେ ମ›ତ୍ସ୍ୟଦେଶେ

  34. Couplet 34

    ତହିଁ ବଞ୍ଚିଲେ ଦୁଃଖ-ସୁଖେବନକଷଣ ଅତିରେକେ

  35. Couplet 35

    ପୁଣି ମିଳିଲେ ରାଜ୍ୟେ ଆସିବିଶ୍ୱାସେ ରାଜା ପାଶେ ବସି

  36. Couplet 36

    ଜୀବିକା ଅର୍ଥେ କିଛି ଧନମାଗିଲେ ନ ଦେଲା ରାଜନ

  37. Couplet 37

    ପୁଣି କୃଷ୍ଣଙ୍କୁ କରି ଦୂତଗ୍ରାମ ମାଗିଲେ ପଣ୍ତୁସୁତ

  38. Couplet 38

    କୃଷ୍ଣର ବୋଲ ସେ ନ କଲାସୂଚୀ ଅଗ୍ରତେ ସେ ନ ଦେଲା

  39. Couplet 39

    କୃଷ୍ଣଙ୍କୁ କରି ଅପମାନଲୋଭେ ହୋଇଲା ହତଜ୍ଞାନ

  40. Couplet 40

    ବିଦୁର ଆଣି ଏକାନ୍ତରେବିଚାର କଲା ଅନ୍ତଃପୁରେ

  41. Couplet 41

    ପାଣ୍ତବ ମାରି ନାନାମତେରାଜା ହୋଇବ ସେ ନିଶ୍ଚିନ୍ତେ

  42. Couplet 42

    ଶୁଣି ବିଦୁର କରଯୋଡ଼ିବୋଲଇ ରାଜାପାଦେ ପଡ଼ି

  43. Couplet 43

    ଅସହ୍ୟ ଅପରାଧ ତୋ’ରକେତେ ସହିଛି ଯୁଧିଷ୍ଠିର

  44. Couplet 44

    ତାହାଙ୍କୁ ଅର୍ଦ୍ଧରାଜ୍ୟ ଦେଇପୁତ୍ରଙ୍କ ତୁଲେ ଭୁଞ୍ଜ ମହୀ

  45. Couplet 45

    ନୋହିଲେ ସୁଖ ନାହିଁ ତୋରସେ ବିଷ୍ଣୁତେଜେ ବଳୀୟାର

  46. Couplet 46

    ଶ୍ରୀହରି ତାଙ୍କୁ ସଙ୍ଗେ ଘେନିଉଶ୍ୱାସ କରିବେ ମେଦିନୀ

  47. Couplet 47

    ସେ ହରି ଥାଇ ନିଜପୁରେପାଣ୍ତବବଂଶ ପକ୍ଷ ଧରେ

  48. Couplet 48

    ସେ ଭଗବାନ ଦଇତ୍ୟାରୀଦେବ ବ୍ରାହ୍ମଣ ସଙ୍ଗେ ଧରି

  49. Couplet 49

    ସେ କୃଷ୍ଣ ଆସି ତୋର ପୁରେମିଳିଲେ ବାନ୍ଧବ-ବେଭାରେ

  50. Couplet 50

    ତାଙ୍କୁ ଇତର ପ୍ରାୟ ମଣିଜ୍ଞାନ ହାରିଲୁ ନୃପମଣି

  51. Couplet 51

    ତାର ମହିମା ତୁ ନ ଜାଣୁମନୁଷ୍ୟ ପ୍ରାୟ ପରିମାଣୁ

  52. Couplet 52

    ଏ ପୁତ୍ର ଆସି ତୋର ପୁରୀବସିଲା ଦୋଷରୂପ ଧରି

  53. Couplet 53

    ତାକୁ ତୁ ପୁତ୍ରପ୍ରାୟ ମଣୁକୁଳ କୁଶଳ ନ ପ୍ରମାଣୁ

  54. Couplet 54

    ଶ୍ରୀକୃଷ୍ଣେ ଭକତି ନ କରିତୁହି ହୋଇଲୁ ହତଶିରୀ

  55. Couplet 55

    କୁଳ-କୁଶଳେ ଯେବେ ମନତେଜ ଅଶୁଭ ଦୁର୍ଯ୍ୟୋଧନ

  56. Couplet 56

    ଏମନ୍ତ ବିଦୁରର ବାଣୀସକ୍ରୋଧ ଦୁର୍ଯ୍ୟୋଧନ ଶୁଣି

  57. Couplet 57

    ସଙ୍ଗେ ଅଛନ୍ତି ତିନିଜଣକର୍ଣ୍ଣ ଶକୁନି ଦୁଃଶାସନ

  58. Couplet 58

    ବୋଲଇ ସ୍ଫୁରିତ ଅଧରେଆକର୍ଷି ଦୁଃଶାସନ କରେ

  59. Couplet 59

    ଏ ଦାସୀପୁତ୍ର ମୋର ଘରେବସଇ ବାନ୍ଧବ-ବେଭାରେ

  60. Couplet 60

    ଏ ମୋର ନିତ୍ୟେ ଅନ୍ନ ଖାଇପଣ୍ତୁପୁତ୍ରଙ୍କ ହିତେ ଥାଇ

  61. Couplet 61

    କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେମୋର ବିନାଶ ଚିତ୍ତେ ଚିନ୍ତେ

  62. Couplet 62

    ଏମନ୍ତ କୁଟିଳ ଲୋକକୁକେ ଅବା ଡାକିଲା ଏଠାକୁ

  63. Couplet 63

    ଏମନ୍ତ ବୋଲି ବିଚାରିଲାକୋପେ ଅନେକ ଗାଳିଦେଲା

  64. Couplet 64

    ଦଶନେ କାମୋଡ଼ି ଅଧରବୋଲେ ଭଣ୍ତାର କର ଜୂର

  65. Couplet 65

    ଏହାକୁ ଦଣ୍ତେ ହେଁ ନ ଥୁଅରାଜ୍ୟୁ ବାହାର କରିଦିଅ

  66. Couplet 66

    ଏମନ୍ତ ତାର ବାକ୍ୟ ଶୁଣିବଜ୍ର ପଡ଼ିଲା ପ୍ରାୟ ମଣି

  67. Couplet 67

    ମରମ-ଉଚ୍ଚାଟ ବଚନଶୁଣି ହୋଇଲା ହତଜ୍ଞାନ

  68. Couplet 68

    ଜ୍ୟେଷ୍ଠଭ୍ରାତାର ତୁଲେ ଥିଲାରାଜା ହିଁ ଆଶ୍ୱାସ ନ କଲା

  69. Couplet 69

    ତକ୍ଷଣେ ଉଠି ସେ ବିଦୁରଚିତ୍ତେ ଚିନ୍ତଇ ଚକ୍ରଧର

  70. Couplet 70

    ବିଷ୍ଣୁର ମାୟା ବିଚାରିଲାତକ୍ଷଣେ ବନସ୍ତେ ପଶିଲା

  71. Couplet 71

    ସମ୍ପଦ ତୁଚ୍ଛପ୍ରାୟ ମଣିମନେ ଚିନ୍ତଇ ଚକ୍ରପାଣି

  72. Couplet 72

    ହସ୍ତିନା ନଗରୁ ବାହାରତୀର୍ଥଗମନେ ଆଗୁସାର

  73. Couplet 73

    ମିଳିଲା ଯାଇ ଘୋରବନେଭ୍ରମଇ ଋଷି-ବିପ୍ରସ୍ଥାନେ

  74. Couplet 74

    ମନେ ଚିନ୍ତଇ ତୀର୍ଥଗତିହରିଭକତ ଯହିଁ ଥାନ୍ତି

  75. Couplet 75

    ନିରାଶ କରି ଆତ୍ମମନଗ୍ରାମ ପାଟଣା ଉପବନ

  76. Couplet 76

    ସୁପୁଣ୍ୟଗିରି-କୁଞ୍ଜଦେଶେଭ୍ରମଇ ତୀର୍ଥ ଅଭିଳାଷେ

  77. Couplet 77

    ପୁଣ୍ୟସରିତ ପୁଣ୍ୟସରନିରତେ ଭ୍ରମଇ ବିଦୁର

  78. Couplet 78

    ଅନନ୍ତ ସିଦ୍ଧଲିଙ୍ଗେ ଯହିଁଶୁଦ୍ଧ ପବିତ୍ର ପୁଣ୍ୟଭୂଇଁ

  79. Couplet 79

    ଏମନ୍ତେ ଅବଧୂତ ବେଶେବିଦୁର ଭ୍ରମେ ପୁଣ୍ୟଦେଶେ

  80. Couplet 80

    ହରିତୋଷଣ ବ୍ରତ ଯେତେତୀର୍ଥେ ସେବଇ ଅବିରତେ

  81. Couplet 81

    ଏମନ୍ତେ ଭାରତବରଷେକାଳେ ମିଳିଲା ସେ ପ୍ରଭାସେ

  82. Couplet 82

    ତହିଁ ଶୁଣିଲା ସାଧୁବାଣୀପାଣ୍ତବେ କୁରୁବଳ ଜିଣି

  83. Couplet 83

    କୃଷ୍ଣ ସାରଥିପଣେ ବରିଅନେକ ଅକ୍ଷୌହିଣୀ ମାରି

  84. Couplet 84

    ଗୋବିନ୍ଦ ଘେନି ତୀର୍ଥଜଳେମଙ୍ଗଳ ଶୁଭ ଅନୁକୂଳେ

  85. Couplet 85

    କରାଇ ଅଭିଷେକ ପୂଜାଏକାଙ୍ଗଚକ୍ରେ କଲେ ରାଜା

  86. Couplet 86

    ସର୍ବେ ନଶିଲେ କୁରୁବଳେଯେସନେ ବେଣୁ ଦାବାନଳେ

  87. Couplet 87

    କୁଟୁମ୍ବବଧେ ଶୋକକରିସ୍ୱଜନ ବାନ୍ଧବ ସୁମରି

  88. Couplet 88

    ମଉନ ହୋଇ ଅଶ୍ରୁକଣ୍ଠେମିଳିଲା ସରସ୍ୱତୀତଟେ

  89. Couplet 89

    ଯାହାର ତୀରେ ଏକାଦଶତୀର୍ଥେ ବସନ୍ତି ପୁଣ୍ୟଯଶ

  90. Couplet 90

    ତ୍ରିତ ଉଶନା ମନୁ ନାମପୃଥୁ ଅନଳ ଯେ ପବନ

  91. Couplet 91

    ସୁଦାସ ଗାବ ଗୁହ ଯମଅସିତ ଏକାଦଶ ନାମ

  92. Couplet 92

    ଏତେ ମନ୍ଦିର ବିଷ୍ଣୁ ଅର୍ଥେତୀରେ ସଞ୍ଚିଲେ ଯେଝାମତେ

  93. Couplet 93

    ଋଷି ଦେବତା ଆଦି ଯେତେତୀର୍ଥେ ସେବନ୍ତି ଦୃଢ଼ଚିତ୍ତେ

  94. Couplet 94

    ପ୍ରତ୍ୟଙ୍ଗମୁଖ୍ୟାଙ୍କିତ ଘରଦିଶନ୍ତି ଅତି ମନୋହର

  95. Couplet 95

    ଯେ ପୁର ଦରଶନ ମାତ୍ରେବିଷ୍ଣୁସ୍ମରଣ ପଶେ ଗାତ୍ରେ

  96. Couplet 96

    ଏମନ୍ତ ସରସ୍ୱତୀତୀର୍ଥଦେଖି ବିଦୁର କୃତକୃତ୍ୟ

  97. Couplet 97

    ତହୁଁ ଚଳିଲା ତୋଷମନେସୌରାଷ୍ଟ୍ର ସୌବୀର ବିପିନେ

  98. Couplet 98

    କୁରୁ ଜାଙ୍ଗଳ ମତ୍ସ୍ୟଦେଶଜିଣି ଯମୁନା ପରବେଶ

  99. Couplet 99

    କାଳିନ୍ଦୀତୀରେ ବୃନ୍ଦାବନଯହିଁ ବିରାଜେ ଗୋବର୍ଦ୍ଧନ

  100. Couplet 100

    ସେ ବନେ ବୁଲେ ଏକେ ଏକେନିଶ୍ଚଳେ ଉଦ୍ଧବଙ୍କୁ ଦେଖେ

  101. Couplet 101

    ହରି-ଭକତଙ୍କର ସାରତପ ଆଚରି ମହାଘୋର

  102. Couplet 102

    ଆସନ ନିଶ୍ଚଳ ସମାଧିଶ୍ରୀକୃଷ୍ଣ-ଚରଣେ ଆରାଧି

  103. Couplet 103

    ଏକାନ୍ତେ ଅଛି ବୃକ୍ଷମୂଳେବିଦୁର ଦେଖେ ବେନିଡୋଳେ

  104. Couplet 104

    ସେ ବାସୁଦେବ ଅନୁଚରକି ଅବା ଦେବା ପଟାନ୍ତର

  105. Couplet 105

    ଦେବଗୁରୁଙ୍କ ଶିଷ୍ୟ ସ୍ନେହେସ୍ୱଭାବେ ମନ୍ତ୍ରୀବୁଦ୍ଧି ବହେ

  106. Couplet 106

    ଏମନ୍ତେ ମିଳି ବେନିଜନନିବିଡେ଼ କଲେ ଆଲିଙ୍ଗନ

  107. Couplet 107

    ବିଦୁର ଉଦ୍ଧବକୁ ଚାହିଁବନ୍ଧୁବାନ୍ଧବ ସ୍ନେହ ବହି

  108. Couplet 108

    ରୋମହରଷେ ଶୁଦ୍ଧଚେତାପୁଚ୍ଛଇ କୃଷ୍ଣର ବାରତା

  109. Couplet 109

    କୃଷ୍ଣପୁତ୍ରଙ୍କୁ ଆଦି କରିଏକ ଆରେକ ନାମ ଧରି

  110. Couplet 110

    ଶୁଣ ଉଦ୍ଧବ ମୋ ବଚନମୁଁ ଯେ ପୁଚ୍ଛଇ ବନ୍ଧୁଜନ

  111. Couplet 111

    ଯେ ହରି ପୁରୁଷ-ପୁରାଣଅନାଦି-ପରମ-କାରଣ

  112. Couplet 112

    ଧରଣୀଭାରା ନାଶ ଅର୍ଥେମନୁଷ୍ୟ ଦେହେ ଏ ଜଗତେ

  113. Couplet 113

    ରାମ ଗୋବିନ୍ଦ ରୂପ ଧରିଯାଦବବଂଶେ ଅବତରି

  114. Couplet 114

    ଅଛନ୍ତି ବସୁଦେବ ଘରେଆନନ୍ଦେ ବେନି ସହୋଦରେ

  115. Couplet 115

    ଆମ୍ଭର ବଂଶେ ଅଧିଦେବଦେବକୀ ତୁଲେ ବସୁଦେବ

  116. Couplet 116

    ସୁଖେ କି ଛନ୍ତି ନିଜପୁରେବନ୍ଧୁ-ସୁହୃଦ-ଭାବଭରେ

  117. Couplet 117

    ପ୍ରଦ୍ୟୁମ୍ନ ଅଛଇ ନା ଭଲେଆନନ୍ଦେ ଜନନୀର ତୁଲେ

  118. Couplet 118

    ରୁକ୍ମିଣୀ ପୂର୍ବ-ତପଫଳେପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ

  119. Couplet 119

    ଭୋଜାଦି ସାତବଂଶ ରାଜାଗୋବିନ୍ଦ ଯାକୁ କଲେ ପୂଜା

  120. Couplet 120

    ଛାଡ଼ି ଆପଣା ନୃପାସନରାଜ୍ୟେ ସ୍ଥାପିଲେ ଉଗ୍ରସେନ

  121. Couplet 121

    ତୀର୍ଥଉଦକ ସିଞ୍ଚି ଶିରେସେ ସୁଖେ ଅଛିଟି କି ପୁରେ

  122. Couplet 122

    ଭଲେ କି ଜାମ୍ବବତୀସୁତଯେ ରଥୀ ମଧ୍ୟେ ମହାରଥ

  123. Couplet 123

    କୃଷ୍ଣର ସଦୃଶ ଯେ ହୋଇପୂର୍ବେ ଅମ୍ବିକା ଗର୍ଭେ ଥାଇ

  124. Couplet 124

    ଯାହାକୁ ଜାମ୍ବବତୀ ଦେବୀପାଇଲା ନାନାବ୍ରତ ସେବି

  125. Couplet 125

    କ୍ଷେମେ କି ଅଛି ଯୁଯୁଧାନଯାହାକୁ ସନ୍ତୋଷ ଅର୍ଜୁନ

  126. Couplet 126

    ରହସ୍ୟ-ଧନୁର୍ବେଦ ଦେଲାଯେ ପୁଣି ହୃଷ୍ଣ ଆରାଧିଲା

  127. Couplet 127

    ସୁଖେ ହୋଇଲା ଗତି ତାରଯେ ଯୋଗୀଜନେ ଅଗୋଚର

  128. Couplet 128

    ଶ୍ୱଫଳ୍‌କ ସୁତ ଯଶସ୍କରଶୁଭେ କି ଅଛଇ ଅକ୍ରୂର

  129. Couplet 129

    କଂସ ଆଦେଶେ ଗୋପପୁରେଲଭିଲା କୃଷ୍ଣରେଣୁ ଶିରେ

  130. Couplet 130

    ଭଲେ କି ଅଛଇ ଦେବକୀଯେ ଗର୍ଭେ ଧଇଲା ହରିଙ୍କି

  131. Couplet 131

    ଅଶେଷ ମନୋରଥ ବୋଧଭଲେ କି ଅଛି ଅନିରୁଦ୍ଧ

  132. Couplet 132

    ଯାର ମହିମା ଶବ୍ଦଯୋନିତୁରୀୟତତ୍ତ୍ୱ ସଙ୍ଗେ ମାନି

  133. Couplet 133

    ସତ୍ୟଭାମାର ସୁତ ଯେତେଭଲେ କି ଅଛନ୍ତି ସମସ୍ତେ

  134. Couplet 134

    ଗଦର କହ ଭଲ କଥାଯେ ଅନ୍ୟ ଯାଦବ ବାରତା

  135. Couplet 135

    ଏକାନ୍ତେ କୃଷ୍ଣର ପୟରେସେବନ୍ତି ସବୁ ପରକାରେ

  136. Couplet 136

    ଧର୍ମେ କି ଅଛି ଯୁଧିଷ୍ଠିରଯେ ଧର୍ମେ ରଖିଲା ସଂସାର

  137. Couplet 137

    ଯାହାର ବାହୁପ୍ରାୟ ହୋଇକୃଷ୍ଣ ଅର୍ଜୁନ ବେନି ଥାଇ

  138. Couplet 138

    ଭୀମର କହ ଭଲ କଥାଯେ ଭୀମ ଅତି ବଳବନ୍ତା

  139. Couplet 139

    ଯାର ଚରଣ-ଘାତ କୋପେଦୁର୍ଜୟ-ରଣଭୂମି କମ୍ପେ

  140. Couplet 140

    ଅର୍ଜୁନ ଅଛିଟି କି ଭଲେନିରତେ ଗୋବିନ୍ଦର ତୁଲେ

  141. Couplet 141

    ଗାଣ୍ତୀବଧନୁ କରେ ଧରିରଣେ ତୋଷିଲା ଶୂଳଧାରୀ

  142. Couplet 142

    ନକୁଳ ସହଦେବ ବେନିକୁଶଳ କହ ପରିମାଣି

  143. Couplet 143

    ଅଶ୍ୱିନୀ ନାସିକା-ବିବରେଜନ୍ମ ହୋଇଲେ ଯେ ଶରୀରେ

  144. Couplet 144

    କେ କହୁ ତାଙ୍କ ଗୁଣଗ୍ରାମଦେବଙ୍କ ବ୍ୟାଧି ହରେ ନାମ

  145. Couplet 145

    ତାହାଙ୍କ ବୀର୍ଯ୍ୟୁ ଜାତ ହୋଇସୁନ୍ଦର ରୂପେ ଜନ ମୋହି

  146. Couplet 146

    ପାବ-ଚକ୍ଷୁ ସେ ବୋଲାନ୍ତିକହ କୁଶଳେ କି ଅଛନ୍ତି

  147. Couplet 147

    ଦେଖ ଏ କୁନ୍ତୀ ଗର୍ଭଅର୍ଥେସ୍ୱାମୀକୁ ଚିନ୍ତେ ଅବିରତେ

  148. Couplet 148

    ସ୍ୱ-ସ୍ୱାମୀ ବିନୁ ସୁତ ଲଭେଯା ନାମ ଚଉଦିଗେ ଶୁଭେ

  149. Couplet 149

    ତାହାଙ୍କୁ ଛାଡ଼ି ଭୋଗ ବିନେରହିଲା ପୁତ୍ରସ୍ନେହ ମନେ

  150. Couplet 150

    ଶୁଣ ଉଦ୍ଧବ ସାଧୁ ଧୀରଧୃତରାଷ୍ଟ୍ରର ଯେ ବେଭାର

  151. Couplet 151

    ସେ ପିତୃହୀନ ପଞ୍ଚପୁତ୍ରେତାଙ୍କ ମରଣ ଚିତ୍ତେ ଚିନ୍ତେ

  152. Couplet 152

    ପୁତ୍ରଙ୍କ ତୁଲେ ତା’ ବିଚାରମୁଁ ପ୍ରିୟ ସୁହୃଦ ତାହାର

  153. Couplet 153

    ପୁରୁ ବାହାର କରିଦେଲାଚିତ୍ତେ ତା ଦୟା ନ ବସିଲା

  154. Couplet 154

    ଏଣୁ ପଡ଼ିବ ତମଘୋରଜୀବନେ ଚିନ୍ତା ତାକୁ ମୋର

  155. Couplet 155

    ଯେ କୃଷ୍ଣ ପରମ-ମଙ୍ଗଳଆନନ୍ଦମାନଙ୍କର ମୂଳ

  156. Couplet 156

    ସେ ହରି ମନୁଷ୍ୟ-ଶରୀରେସାକ୍ଷାତେ ସଂସାରେ ବିହରେ

  157. Couplet 157

    ତାର ପ୍ରସାଦୁ ତା ମାହାତ୍ମ୍ୟଜାଣି ଛାଡ଼ିଲି ସର୍ବ ଭ୍ରମ

  158. Couplet 158

    ତାର ଚରଣ ଧ୍ୟାନ କରିମୁଁ ଏବେ କାନନେ ବିହରି

  159. Couplet 159

    ଦେଖ ଉଦ୍ଧବ ତା ମହିମାକେ କହିପାରେ ଗୁଣସୀମା

  160. Couplet 160

    ଯେ ଯେତେ ଥିଲେ ମହୀପାଳେଅନେକ ଅକ୍ଷୌହିଣୀ ମେଳେ

  161. Couplet 161

    ତାହାଙ୍କୁ ମାୟାରେ ସଂହାରିହେଳେ ତ୍ରିଭୁବନ ଉଦ୍ଧରି

  162. Couplet 162

    ପ୍ରପନ୍ନଜନ ଦୁଃଖ ନାଶଅର୍ଥେ କ୍ଷଣକେ ପୀତବାସ

  163. Couplet 163

    ପାରନ୍ତି କୁରୁଙ୍କୁ ସଂହାରିସହିଲେ ଦୋଷ କ୍ଷମା କରି

  164. Couplet 164

    ସେ ଗୁଣାତୀତ ଅଜ ହରିଖଳନାଶନେ ଅବତରି

  165. Couplet 165

    ଅଖିଳଲୋକଙ୍କୁ କୁଶଳେଯେ ଦେହବନ୍ତ ଯଦୁକୁଳେ

  166. Couplet 166

    ଯାହାର ଆଜ୍ଞାରେ ସଂସାରତୀର୍ଥର ପ୍ରାୟେ କୀର୍ତ୍ତି ଯାର

  167. Couplet 167

    ସେ ହରି ଶୁଭକଥା ମୋତେକହ ଉଦ୍ଧବ ଶୁଦ୍ଧଚିତ୍ତେ

  168. Couplet 168

    ଏମନ୍ତେ ବିଦୁରର ବାଣୀଉଦ୍ଧବ ମନେ ପରିମାଣି

  169. Couplet 169

    ଚିତ୍ତେ ଚିନ୍ତିଲା ନାରାୟଣସୁଜନେ ଏକମନେ ଶୁଣ

  170. Couplet 170

    ହରିଚରିତ ସୁଧାରସକହିଲା ଜଗନ୍ନାଥ ଦାସ

Odia Bhagabata skandha 3 adhyaya 1 | Parbani by ParibhaAsha App