Skip to content
paribhaasha

Skandha 2

Adhyaya 10

  1. Couplet 1

    ମୁନି କହନ୍ତି ରାୟେ ଶୁଣଏ ଭାଗବତର ଲକ୍ଷଣ

  2. Couplet 2

    ଦଶପ୍ରକାରେ ଭାବ ଚିନ୍ତିପୁରାଣ-ପୁରୁଷେ ବୋଲାନ୍ତି

  3. Couplet 3

    ତାହା କହିବା ଏକେ ଏକେପ୍ରସ୍ତାବେ ତୋହର ସମ୍ମୁଖେ

  4. Couplet 4

    ସର୍ଗ ବିସର୍ଗ ଯେବା ସ୍ଥାନପୋଷଣ ଉତି ପରିମାଣ

  5. Couplet 5

    ଯେ ମନ୍ୱନ୍ତର ଈଶକଥାନିରୋଧ ମୁକ୍ତିର ବ୍ୟବସ୍ଥା

  6. Couplet 6

    ଆଶ୍ରୟ ମିଶି ଦଶଗୁଣଏ ଭାଗବତର ଲକ୍ଷଣ

  7. Couplet 7

    ଦଶ ବିଶୁଦ୍ଧ ଅର୍ଥେ ରହେନବ ଲକ୍ଷଣ ଯେବା ହୋଏ

  8. Couplet 8

    ବେଦ ବିଚାରି ମହାଜନେତତ୍ତ୍ୱ କହନ୍ତି ଅନୁମାନେ

  9. Couplet 9

    ଦଶଇନ୍ଦ୍ରିୟ ପଞ୍ଚମାତ୍ରମହତ ତୁଲେ ପଞ୍ଚଭୂତ

  10. Couplet 10

    ତାହାଙ୍କ ଜନ୍ମ ସର୍ଗ କହିବିସର୍ଗ ଶୁଣ ଚିତ୍ତ ଦେଇ

  11. Couplet 11

    ବିରାଟ-ପୁରୁଷର ଦେହେବ୍ରହ୍ମା ସର୍ଜନା ଯେତେ ହୋଏ

  12. Couplet 12

    ପୌରୁଷ ଚରାଚର ଯେତେବିସର୍ଗ ବୋଲନ୍ତିଟି ଏତେ

  13. Couplet 13

    ବିଷ୍ଣୁ ବିଜୟ ସ୍ଥିତି ନାମଭକ୍ତାନୁଗ୍ରହ ଯେ ପୋଷଣ

  14. Couplet 14

    ମନ୍ୱନ୍ତର ଯେ ମନୁ ଧର୍ମକର୍ମବାସନା ଉତି ନାମ

  15. Couplet 15

    ବିଷ୍ଣୁ ଅବତାର ଚରିତତାର ଭକ୍ତଙ୍କ ଯେ ଭକତ

  16. Couplet 16

    କୃଷ୍ଣର କଥା ଅନୁବାଦେଉତ୍ତମ ପୁରୁଷଙ୍କ ମଧ୍ୟେ

  17. Couplet 17

    ଈଶାନୁକଥା ଏହା କହିଅପରେ ଶୁଣ ମନ ଦେଇ

  18. Couplet 18

    ସଂହରି ଆତ୍ମାର ଶକତିଜଳେ ଶୟନ ଯୋଗପତି

  19. Couplet 19

    ନିରୋଧ ବୋଲି ତାର ନାମନିଜ ସ୍ୱଭାବେ ପୂର୍ଣ୍ଣକାମ

  20. Couplet 20

    ମୁକ୍ତି ସ୍ୱରୂପେ ବ୍ୟବସ୍ଥିତିଯହିଁ ନ ଘଟେ ପୁନର୍ଗତି

  21. Couplet 21

    ଆଭାସ ନିରୋଧ ଏ ଦୁଇଯାଠାରୁ ପ୍ରକାଶ ହୁଅଇ

  22. Couplet 22

    ଆଶ୍ରୟ ନାମ ସେ ବୋଲାଇପରମ ବ୍ରହ୍ମ ଯାକୁ କହି

  23. Couplet 23

    ସେ ପରମାତ୍ମା ନରହରିଅଂଶେ ଅଶେଷଘଟେ ପୂରି

  24. Couplet 24

    ତାର ସକାଶୁ ଜୀବ ଏକତେଣୁ ବୋଲାଇ ଆଧ୍ୟାତ୍ମିକ

  25. Couplet 25

    ସେ ଅଧିଦେବତା ବୋଲାଇଅଧିଭୂତଙ୍କ ଆତ୍ମା ସେହି

  26. Couplet 26

    ଯେ ବେନି ବିଚ୍ଛେଦ କରଇତାହାକୁ ଅଧିଭୂତ କହି

  27. Couplet 27

    ଅଭାବେ ଏକ ଏକତରଯଦି ନ ଲକ୍ଷେ ପରସ୍ପର

  28. Couplet 28

    ତେବେ ଏ ନୁହଁଇ ସଂସାରଯେମନ୍ତେ ଚକ୍ଷୁ ଦିନକର

  29. Couplet 29

    ତୃତୀୟେ ସାକ୍ଷୀରୂପ ହୋଇଯେ ଦେଖେ ପରଆତ୍ମା ସେହି

  30. Couplet 30

    ଅନ୍ୟ ଆଶ୍ରୟ ସେ ହୁଅଇତାର ଆଶ୍ରୟ ଅଟେ ସେହି

  31. Couplet 31

    ସର୍ବଆଶ୍ରୟ ତାର ନାମପରମ ପୁରୁଷ ଉତ୍ତମ

  32. Couplet 32

    ସେ ଯେଉଁ କାଳେ ଅଣ୍ତଭେଦିବାହାର ହେଲା ଗୁଣନିଧି

  33. Couplet 33

    ଆତ୍ମାର ସ୍ଥାନ ଇଚ୍ଛା କରିସ୍ୱଭାବେ ଜଳସୃଷ୍ଟି କରି

  34. Couplet 34

    ସେ ଜଳ ମଧ୍ୟେ ମାୟାଧରବଞ୍ଚିଲା ସହସ୍ରବତ୍ସର

  35. Couplet 35

    ଜଳର ‘ନାରା’ ବୋଲି ନାମତେଣୁ ତା ନାମ ନାରାୟଣ

  36. Couplet 36

    ଯେ ଦ୍ରବ୍ୟ ଗୁଣ କର୍ମ କାଳସ୍ୱଭାବେ ଜୀବ ଏକମେଳ

  37. Couplet 37

    ଯା ଅନୁଗ୍ରହେ ଉପୁଜନ୍ତିଯାର ନିଗ୍ରହେ ଲୀନ ହୋନ୍ତି

  38. Couplet 38

    ଯେ ଯୋଗମାୟା ବଳେ ଉଠିଅଂଶେ କଳ୍ପଇ ନାନାସୃଷ୍ଟି

  39. Couplet 39

    ସୁବର୍ଣ୍ଣମୟ ତା ଶରୀରସର୍ଜିଲା ତ୍ରିବିଧ ପ୍ରକାର

  40. Couplet 40

    ଆଧିଦୈବତ ଆଧ୍ୟାତ୍ମିକଆବର ଆଧିଭଉତିକ

  41. Couplet 41

    ଗୁଣ ପୌରୁଷ ବୀର୍ଯ୍ୟବଳେଯଥା ତ୍ରିବିଧି ଭେଦ ହେଲେ

  42. Couplet 42

    ଅନ୍ତଃଶରୀର ଆକାଶରୁପରମପୁରୁଷ ଚେଷ୍ଟାରୁ

  43. Couplet 43

    ସ୍ୱଭାବେ ଓଜ-ସହ-ବଳଜାତ ହୋଇଲେ ଅନର୍ଗଳ

  44. Couplet 44

    ଏ ତିନିଭାବୁ ପ୍ରାଣ ଜାତଦଶପ୍ରାଣଙ୍କ ମୂଳନାଥ

  45. Couplet 45

    ତାହାର ବଳେ ପ୍ରାଣ ଚଳେଇନ୍ଦ୍ରିୟ ଚେଷ୍ଟାକୁ ସେ କରେ

  46. Couplet 46

    ଜ୍ଞାନ ଅଜ୍ଞାନ ଏହିମତେଅଶେଷଜନ ଅନ୍ତର୍ଗତେ

  47. Couplet 47

    ରାଜାକୁ ଯେହ୍ନେ ଆଶ୍ରେ କରିସେବକେ ପଥ ଅନୁସରି

  48. Couplet 48

    ମୂଳକମଳୁ ଏହି ମତେସଞ୍ରୁ ବ୍ରହ୍ମରନ୍ଧ୍ରପଥେ

  49. Couplet 49

    ପ୍ରାଣର ଆତଯାତ ଶ୍ରମେଉପୁଜେ କ୍ଷୁଧାତୃଷା ସମେ

  50. Couplet 50

    କ୍ଷୁଧାତୃଷାର ମାର୍ଗ ସୁଖଅର୍ଥେ ସୃଜିଲା ଅଗ୍ରେ ମୁଖ

  51. Couplet 51

    ମୁଖର ମୂଳେ ତାଳୁ ଜାତସଂଯୋଗେ ରସନା ସମ୍ଭୂତ

  52. Couplet 52

    ତାର ସଂଯୋଗେ ନାନାରସେବସନ୍ତି ବରୁଣ ବିଶ୍ୱାସେ

  53. Couplet 53

    ଶବଦ ଅର୍ଥେ ମୁଖଦ୍ୱାରେଅଗ୍ନିଦେବତା ବାକ୍ୟ ଧରେ

  54. Couplet 54

    ସୁଚିରକାଳ ଥାଇ ଜଳେନାସାବିମ୍ବର ବାୟୁବଳେ

  55. Couplet 55

    ଆଘ୍ରାଣ ଅର୍ଥେ ଉପୁଜିଲେତକ୍ଷଣେ ଗନ୍ଧବହ ତୁଲେ

  56. Couplet 56

    ଆତ୍ମାର ଦେଖି ଅନ୍ଧକାରବ୍ରହ୍ମା ସୃଜିଲା ଚକ୍ଷୁଦ୍ୱାର

  57. Couplet 57

    ଜ୍ୟୋତି ସର୍ଜିଲା ତା ରକ୍ଷଣେରୂପ-ଗ୍ରହଣ ଇଚ୍ଛି ମନେ

  58. Couplet 58

    ବେଦପୁରୁଷଙ୍କ ବଚନେବିଧାତା ବେଦ ଅନୁମାନେ

  59. Couplet 59

    ଶୁଣିବା ଅର୍ଥେ ନାନାସ୍ୱନନିର୍ମଳେ ପ୍ରକାଶିଲା କର୍ଣ୍ଣ

  60. Couplet 60

    ଦିଗ-ଦେବତାଙ୍କ ରକ୍ଷଣେପ୍ରକାଶେ ଯେ ବାମେ ଦକ୍ଷିଣେ

  61. Couplet 61

    ବସ୍ତୁର କୋମଳ କଠିନଲଘୁ କି ଅବା ଗୁରୁ ଗୁଣ

  62. Couplet 62

    ଶୀତଳ ଉଷ୍ମ ଯେଣେ ଜାଣିପବନ ଯୋଗେ ପରିମାଣି

  63. Couplet 63

    ସେ ଚର୍ମଇନ୍ଦ୍ରିଗୁଣେ ଭଜିଉପରେ ବହେ ରୋମରାଜି

  64. Couplet 64

    ଅଶେଷକର୍ମ କରିବାରେପ୍ରକାଶ ହୃଦୟ ଉପରେ

  65. Couplet 65

    ବାମ ଦକ୍ଷିଣ ବେନିକରଯହିଁ ରକ୍ଷକ ସୁନାସୀର

  66. Couplet 66

    ଦାନ ଆଦାନ କର୍ମ ଆଦିଅର୍ଥେ ସର୍ଜିଲା ବେଦବାଦୀ

  67. Couplet 67

    ସୁଗମଗତି ଚିନ୍ତି ପୁଣବିଧାତା ସର୍ଜିଲା ଚରଣ

  68. Couplet 68

    ସେ ବାମ-ଦକ୍ଷିଣ-ପଦରରକ୍ଷକ ହେଲେ ଯଜ୍ଞେଶ୍ୱର

  69. Couplet 69

    ସମସ୍ତ ହବ୍ୟ-କବ୍ୟ-ବିଧିଚରଣଯୁଗ ବଳେ ସାଧି

  70. Couplet 70

    ବେନିଚରଣ ମୂଳଦେଶେଆନନ୍ଦେ ଶିଶ୍ନ ପରକାଶେ

  71. Couplet 71

    ସନ୍ତାନ-ଉତ୍ପତ୍ତି କାରଣେରକ୍ଷକ ପ୍ରଜାପତିଗଣେ

  72. Couplet 72

    ଉଭୟ ଆନନ୍ଦର ଦ୍ୱାରଅନଙ୍ଗତୁଲେ ନିଶାକର

  73. Couplet 73

    ଉତ୍ସର୍ଗ ଅର୍ଥେ ବେଦବରତପେ ସୃଜିଲା ମଳଦ୍ୱାର

  74. Couplet 74

    ମିତ୍ର-ଦେବତାର ବିଷୟଉଭୟ ଉତ୍ସର୍ଗ-ଆଶ୍ରୟ

  75. Couplet 75

    ଦେହରୁ ଦେହାନ୍ତର ଗତିଇଚ୍ଛାରୁ ନାଭି ଉତପତ୍ତି

  76. Couplet 76

    ନାଭିରେ ପ୍ରାଣ ଯେ ଅପାନବିଯୋଗେ ହୁଅଇ ମରଣ

  77. Couplet 77

    ଅନ୍ନ ଭୋଜନ ପାନ ସଧେନାଡ଼ି ସୃଜିଲା କୁକ୍ଷିମଧ୍ୟେ

  78. Couplet 78

    ନାଡ଼ୀରେ ନଦୀ ତୃଷା ବସେଅନ୍ତ୍ରେ ସମୁଦ୍ର ରହେ ଗ୍ରାସେ

  79. Couplet 79

    ଉଭୟ ନିମିତ୍ତ ଏ ଦୁଇଯେ ତୁଷ୍ଟି ପୁଷ୍ଟି ନାମ ବହି

  80. Couplet 80

    ଆତ୍ମମାୟାକୁ ଚିନ୍ତା କରିସତ୍ତ୍ବେ ହୃଦୟ ରୂପ ଧରି

  81. Couplet 81

    କାମ ସଙ୍କଳ୍ପ ଚନ୍ଦ୍ର ମନହୃଦୟ ଏହାଙ୍କର ସ୍ଥାନ

  82. Couplet 82

    ହୃଦୟ ଆବୋରିବା ଆଶେଅସ୍ଥି ସର୍ଜିଲା ପୃଷ୍ଠଦେଶେ

  83. Couplet 83

    ଅସ୍ଥି ଭିତରେ ମଜ୍ଜା କଲାଉପରେ ମେଦ ଭିଆଇଲା

  84. Couplet 84

    ତାର ଉପରେ ମାଂସ ଧରିରୁଧିର ଆବରଣ କରି

  85. Couplet 85

    ତାର ଉପରେ ଚର୍ମ-ରୋମମଜ୍ଜାର ମଧ୍ୟେ ରହେ ବ୍ୟୋମ

  86. Couplet 86

    ଏମନ୍ତ କରି ସପ୍ତଧାତୁପ୍ରାଣୀଜୀବନ ମୂଳହେତୁ

  87. Couplet 87

    ବାସ୍ତରି ସହସ୍ତ ଯେ ନାଡ଼ୀହୃଦକମଳ ମଧ୍ୟେ ବେଢ଼ି

  88. Couplet 88

    ପ୍ରାଣ ରହଇ ତାଙ୍କ ମଧ୍ୟେଅନ୍ତରେ ରସ-ମୂଳ ଭେଦେ

  89. Couplet 89

    ତ୍ରିଗୁଣାତ୍ମକ ଇନ୍ଦ୍ରିଗଣଭୂତାଦି ପ୍ରଭବ ଯେ ଗୁଣ

  90. Couplet 90

    କଳ୍ପିତ ଅହଙ୍କାରେ ପୁଣସର୍ବବିକାର ଆତ୍ମା ମନ

  91. Couplet 91

    ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀଯେଣେ ସଂସାରମାୟା ଜିଣି

  92. Couplet 92

    ଅବନୀ ଉଦକ ଅନଳପବନ ଆକାଶ ମଣ୍ତଳ

  93. Couplet 93

    ଏ ପଞ୍ଚଭୂତ କଳେବରବିଷ୍ଣୁର ଭଜନ-ମନ୍ଦିର

  94. Couplet 94

    ଏମନ୍ତେ କହିଲି ମୁଁ ତୋତେବିଷ୍ଣୁର ସ୍ଥୂଳରୂପ ଯେତେ

  95. Couplet 95

    ଏ ଜୀବ ବ୍ରହ୍ମାଣ୍ତ-ଧାରଣେବେଷ୍ଟିତ ଅଷ୍ଟ-ଆବରଣେ

  96. Couplet 96

    ପୃଥିବୀ ଆଦି ପଞ୍ଚଭୂତମନ ଅହଙ୍କାର ମହତ

  97. Couplet 97

    ଏ ଅଷ୍ଟଗୁଣେ ଆବରଣଏମନ୍ତେ ବ୍ରହ୍ମାଣ୍ତ-ଘଟଣ

  98. Couplet 98

    ଏ ସ୍ଥୂଳରୂପ ଯେ ତାହାରଏହା ଉପରେ ସୂକ୍ଷ୍ମତର

  99. Couplet 99

    ସେ ନିର୍ବିକାର ନିରଞ୍ଜନଅନାଦି-ମଧ୍ୟମ-ନିଧନ

  100. Couplet 100

    ସେ ଶୂନ୍ୟମଧ୍ୟେ ନିରାକାରମନ-ବଚନ-ଅଗୋଚର

  101. Couplet 101

    ଏ ସ୍ଥୂଳ-ସୂକ୍ଷ୍ମ ରୂପ ଧରିଖେଳଇ ଆତ୍ମମାୟା କରି

  102. Couplet 102

    ପଣ୍ତିତେ ନ ମାନନ୍ତି ଏହାସୃଷ୍ଟି-ସଂକଳ୍ପ ବିଷ୍ଣୁମାୟା

  103. Couplet 103

    ବାଚ୍ୟ-ବାଚକ ରୂପ ଧରିସେ ବ୍ରହ୍ମରୂପୀ ଅବତରି

  104. Couplet 104

    ସେ ରୂପ ନାମ କ୍ରିୟା ଧାତୁଅକର୍ମା ହୋଇ କର୍ମହେତୁ

  105. Couplet 105

    ସର୍ବସଙ୍କଳ୍ପ କ୍ରିୟା ଅର୍ଥେଶୁଣ କହିବା ଆର ଯେତେ

  106. Couplet 106

    ଆତ୍ମାକୁ ଭିନ୍ନଭିନ୍ନ କରିସେ ପ୍ରଜାପତି ରୂପ ଧରି

  107. Couplet 107

    ମନୁଙ୍କୁ ସର୍ଜିଲା ସେ ହେଳେଋଷି ଦେବତା ପିତୃମେଳେ

  108. Couplet 108

    ସିଦ୍ଧ ଚାରଣ ବିଦ୍ୟାଧରଗନ୍ଧର୍ବ ଗୁହ୍ୟକ ଅସୁର

  109. Couplet 109

    କିନ୍ନର ଅପସରା ଗଣନାଗ କିଂପୁରୁଷ ଯେ ପୁଣ

  110. Couplet 110

    ଯକ୍ଷ ଉରଗ ମାତୃଗଣପିଶାଚ ଭୂତ ପ୍ରେତମାନ

  111. Couplet 111

    କୁଷ୍ମାଣ୍ତଗଣ ବିନାୟକଉନ୍ମାଦ ବେତାଳ ଯେତେକ

  112. Couplet 112

    ଯେ ଯାତୁଧାନ ସରୀସୃପଗ୍ରହ ମୃଗାଦି ଖଗ ରୂପ

  113. Couplet 113

    ବୃକ୍ଷ ପର୍ବତ ପଶୁଗଣଏ ରୂପେ କଲେକ ସର୍ଜନ

  114. Couplet 114

    ଦ୍ୱିବିଧ ଚତୁର୍ବିଧ ଗଣେଜଳେ ବା ସ୍ଥଳେ ବା ଗଗନେ

  115. Couplet 115

    ମିଶ୍ର କୁଶଳ ଅକୁଶଳତିନି ପ୍ରକାରେ କର୍ମଫଳ

  116. Couplet 116

    ଏତେ ପ୍ରକାରେ କର୍ମଗତିଆତ୍ମାର ବଳେ ସେ ସର୍ଜନ୍ତି

  117. Couplet 117

    ଗୁଣ ପ୍ରଭେଦେ ତିନିଲୋକଦେବ ଅସୁର ନରଲୋକ

  118. Couplet 118

    ସତ୍ତ୍ବଗୁଣରୁ ଦେବ ହୋଇମନୁଷ୍ୟ ରଜଗୁଣ ବହି

  119. Couplet 119

    ତମଗୁଣରୁ ଅଧୋଗତିପାପିଷ୍ଠେ ଯହିଁ ବିଶ୍ରାମନ୍ତି

  120. Couplet 120

    ସେ ତିନିଲୋକେ ତିନିଗତିଭାବେ ସୃଜିଲା ପ୍ରଜାପତି

  121. Couplet 121

    ସେ ଗୁଣ ଚିତ୍ରପ୍ରାୟ ହୋଇସ୍ୱଭାବେ ଭିନ୍ନଭିନ୍ନ ଦେହୀ

  122. Couplet 122

    ଏକ ଆରକେ ନ ଗଣିଲେନିଶ୍ଚଳେ ରହି ନ ପାରିଲେ

  123. Couplet 123

    ତା ଦେଖି ପ୍ରଭୁ ନରହରିତକ୍ଷଣେ ଧର୍ମରୂପ ଧରି

  124. Couplet 124

    ବିଶ୍ୱକୁ ପାଳିବାର ଅର୍ଥେଦେବ ମନୁଷ୍ୟ ପଶୁ ଯେତେ

  125. Couplet 125

    ଏ ତିନିରୂପେ ଭଗବାନରକ୍ଷା-ପୋଷଣେ କରି ସ୍ଥାନ

  126. Couplet 126

    ସୁଖ ସମ୍ପଦ ଭୋଗ ଦେଇଯେ ବିଧି ସଂସାରେ ବଢ଼ାଇ

  127. Couplet 127

    ସୃଷ୍ଟିର ଭୋଗଅନ୍ତେ ହରିକାଳାଗ୍ନି-ରୁଦ୍ରରୂପ ଧରି

  128. Couplet 128

    ଆତ୍ମାର କ୍ରୀଡ଼ା ନାଶ କରେବାଳକ ଯେସନେ ବେଭାରେ

  129. Couplet 129

    ସର୍ବ ହରଇ ଅବସାନେଜୀମୂତ ଯେସନ ପବନେ

  130. Couplet 130

    ଏ ଭାବେ ହରିଗୁଣ ଯେତେଦେବେ ଚିନ୍ତିବେ କାହିଁ ଚିତ୍ତେ

  131. Couplet 131

    କେବଳ ଭାବେ ତାଙ୍କୁ ଜାଣିଶ୍ରୁତିବଚନେ ତା ପ୍ରମାଣି

  132. Couplet 132

    ସୃଷ୍ଟିର ଜନ୍ମ ଆଦିକାଳେଯେ କର୍ମସାଧେ ଯୋଗବଳେ

  133. Couplet 133

    ସ୍ୱଭାବେ କର୍ମ ଯାର ନାହିଁମାୟାରେ ବିଶ୍ୱ ପ୍ରକାଶଇ

  134. Couplet 134

    ଏ ବ୍ରହ୍ମକଳ୍ପିତ ସଂସାରବିକଳ୍ପ ନାମଟି ଏହାର

  135. Couplet 135

    ଏ ନିତ୍ୟ ସାଧାରଣ ବିଧିଯେ ପୂର୍ବକଳ୍ପରୁ ପ୍ରସିଦ୍ଧି

  136. Couplet 136

    ପ୍ରାକୃତ ବୈକୃତ ସଂସାରମହତ-ସ୍ଥାନର ସଞ୍ଚାର

  137. Couplet 137

    ସଂକ୍ଷେପେ କହିଲଇଁ ତୋତେତୁ ଯାହା ପଚାରିଲୁ ମୋତେ

  138. Couplet 138

    ଯେ କଳ୍ପ-ଲକ୍ଷଣ ଯେ ନାମଯେ ବା କାଳର ପରିମାଣ

  139. Couplet 139

    ଭାବେ କହିବି କଳ୍ପଗୁଣରାଜନ ସାବଧାନେ ଶୁଣ

  140. Couplet 140

    ଶୌନକ ଆଦି ମୁନିଗଣସୂତଙ୍କୁ ପଚାରନ୍ତି ପୁଣ

  141. Couplet 141

    ହେ ସୂତ ତୁମ୍ଭେ ଆମ୍ଭଆଗେଯାହା କହିଲ ଆତ୍ମମାର୍ଗେ

  142. Couplet 142

    ଦୁର୍ଯ୍ୟୋଧନର ଦୁଷ୍ଟବାଣୀବିଦୁର ସଭାମଧ୍ୟେ ଶୁଣି

  143. Couplet 143

    କୁଟୁମ୍ବ ଆଶା ଦୂରକରିତୀର୍ଥସେବନ ମନେ ଧରି

  144. Couplet 144

    ପୃଥିବୀ କଲା ପର୍ଯ୍ୟଟନବୁଲି ପର୍ବତ ଘୋରବନ

  145. Couplet 145

    କୈବଲ୍ୟ ଲାଭେ ଇଚ୍ଛାକଲାଅନେକ ତୀର୍ଥ ସେ ଭ୍ରମିଲା

  146. Couplet 146

    ମୈତ୍ରେୟ ମୁନି ସଙ୍ଗେ ତାରକାହିଁ ହୋଇଲା ଏକସ୍ୱର

  147. Couplet 147

    ବ୍ରହ୍ମସମ୍ବାଦ ବେନିଜନେକରି ବଞ୍ଚିଲେ କେଉଁସ୍ଥାନେ

  148. Couplet 148

    ବିଦୁର ପଚାରିଲେ ଯେତେମୈତ୍ରେୟ ବୋଧିଲେ ଯେମନ୍ତେ

  149. Couplet 149

    ସେ ବନ୍ଧୁତ୍ୟାଗୀ କି ନିମନ୍ତେପୁଣି ମିଳିଲେ ଇନ୍ଦ୍ରପ୍ରସ୍ଥେ

  150. Couplet 150

    ହେ ସୂତ କହ ସର୍ବକଥାଯେଣେ ଛାଡ଼ିବ ଭବବ୍ୟଥା

  151. Couplet 151

    ପଦ୍ମକଳ୍ପର କଥା କହଯେଣେ ନ ଲାଗେ ଭବମୋହ

  152. Couplet 152

    ଶୌନକ ପ୍ରଶ୍ନ ସୂତ ଶୁଣିକହନ୍ତି ଶୁଣ ମହାମୁନି

  153. Couplet 153

    ଯେ ପ୍ରଶ୍ନ କଲ ତୁମ୍ଭେ ମୋତେଏ ପ୍ରଶ୍ନ ଶୁକଙ୍କ ଅଗ୍ରତେ

  154. Couplet 154

    ପୁଚ୍ଛିଲେ ରାଜା ପରୀକ୍ଷିତମୈତ୍ରେୟ-ବିଦୁର ଚରିତ

  155. Couplet 155

    ପରୀକ୍ଷ-ବାକ୍ୟ ଚିତ୍ତେ ଘେନିଯାହା କହିଲେ ଶୁକମୁନି

  156. Couplet 156

    ସେ ପ୍ରଶ୍ନ ଅନୁସାରେ ଯେତେଶୁଣ କହିବା ଭାଗବତେ

  157. Couplet 157

    ସୂତ-ଶଉନକ ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ

  158. Couplet 158

    ଦ୍ୱିତୀୟସ୍କନ୍ଧେ ଭାଗବତଅମୃତ-ରସମୟ-ଗୀତ

  159. Couplet 159

    ସୁଜନଜନଙ୍କର ହିତକହିଲା ଦାସ ଜଗନ୍ନାଥ

Odia Bhagabata skandha 2 adhyaya 10 | Parbani by ParibhaAsha App