Skandha 2
Adhyaya 9
Couplet 1
ଶୁକ କହନ୍ତି ରାଜା ଆଗେତାର ପ୍ରଶନେ ଅନୁରାଗେ
Couplet 2
ଶୁଣ ନୃପତି ପୁଣ୍ୟଦେହାତୁ ମୋତେ ପଚାରିଲୁ ଯାହା
Couplet 3
ବିଷ୍ଣୁର କ୍ରୀଡ଼ା ମାୟାଗୁଣସୃଷ୍ଟି-ପାଳନ-ସଂହାରଣ
Couplet 4
ଆତ୍ମମାୟାରେ ସୃଷ୍ଟିକରେସେ ମାୟା କେବା କଳିପାରେ
Couplet 5
କରଇ ସକଳ ସମ୍ଭବସ୍ୱପ୍ନେ ଯେସନେ ଅନୁଭବ
Couplet 6
ଏହା ଈଶ୍ୱର-ମାୟା ବିନେନ ଘଟେ ତତ୍ତ୍ୱ ଅନୁମାନେ
Couplet 7
ଯେବେ ସେ ମାୟାରେ ମିଶଇଏକୁ ଅନେକ ପ୍ରକାଶଇ
Couplet 8
ସ୍ୱଭାବେ ମାୟା ବହୁରୂପୀରୂପ ପ୍ରକାଶେ ସର୍ବବ୍ୟାପୀ
Couplet 9
ସେ ରୂପେ ଥାଇ ସର୍ବଗୁଣେମୁହିଁ ମୋହର ପ୍ରାୟେ ମଣେ
Couplet 10
ଯେବେ ସେ ଭକ୍ତିଯୋଗ କରେତେବେ ମମତା ପରିହରେ
Couplet 11
ସତ୍ୟ ପ୍ରକାଶେ ଯେବେ ଦେହେନିଶ୍ଚିନ୍ତେ ଆତ୍ମାରୂପେ ରହେ
Couplet 12
କାଳ ମାୟାର ପରେ ରହିପର ଆପଣା ଭେଦ କାହିଁ
Couplet 13
ମାୟାକୁ ରମେ ସତ୍ୟ ପ୍ରାୟେସତ୍ୟ ଅସତ୍ୟେ ଭେଦ ନୋହେ
Couplet 14
ଆତ୍ମାର ତତ୍ତ୍ୱଶୁଦ୍ଧି ଅର୍ଥେକହିଲେ ବ୍ରହ୍ମାର ଅଗ୍ରତେ
Couplet 15
ଯେଣୁ ସେ ଘୋରତପ କରିଅନେକ କଷ୍ଟେ ପ୍ରାଣ ଧରି
Couplet 16
ତପେ ତୋଷିଲା ଭଗବାନତେଣୁ ପାଇଲା ଦରଶନ
Couplet 17
ନିର୍ମଳ ନିଷ୍କପଟ ଚିତ୍ତେଯେଣୁ ଚିନ୍ତିଲା ହୃଦଗତେ
Couplet 18
ଶୁଣ କହିବା ତୋ ଅଗ୍ରତେବ୍ରହ୍ମାଙ୍କୁ ଦିଶିଲା ଯେମନ୍ତେ
Couplet 19
ସେ ଆଦି-ଦେବଗଣ-ଗୁରୁଭକତ-ବାଞ୍ଛା-କଳ୍ପତରୁ
Couplet 20
ନିଜ ଭୁବନେ ସୁଖେ ଥିଲାଖେଳିବା ଅର୍ଥେ ବିଚାରିଲା
Couplet 21
ଆତ୍ମାରେ ଆତ୍ମା ମାୟାଗ୍ରସ୍ତପ୍ରପଞ୍ଚ ନିର୍ମାଣ ଯେମନ୍ତ
Couplet 22
ନାଭିରୁ ପଦ୍ମ କଲା ଜାତତହୁଁ ଜନ୍ମିଲା ଚତୁର୍ମାଥ
Couplet 23
ସେ ପୁଣି ଚିନ୍ତାଭରେ ରହିପର ଅପର ନ ଜାଣଇ
Couplet 24
ସୃଷ୍ଟି ବିଷୟ କି ପ୍ରକାରମନେ ଚିନ୍ତଇ ବେଦବର
Couplet 25
ଚିନ୍ତା ବିକଳେ ଭାବେ ମନେଶବଦ ଶୁଭିଲା ଗଗନେ
Couplet 26
ଜଳେ କମଳମଧ୍ୟେ ଥିଲାବେନି ଅକ୍ଷର ସେ ଶୁଣିଲା
Couplet 27
କ କାର ଆଦି ଯେ ଷୋଡ଼ଶେପଞ୍ଚ ମିଶ୍ରିତ ଏକବିଂଶେ
Couplet 28
ଶବଦେ ତପ ଉଚ୍ଚାରଣନିଷ୍କିଞ୍ଚନଙ୍କ ନିଜଧନ
Couplet 29
ସେ ବାଣୀ ଶୁଣି ବ୍ରହ୍ମା କର୍ଣ୍ଣେନିରୋପି ଚାହିଁଲା ଗଗନେ
Couplet 30
ଶୂନ୍ୟେ କି ସୁଧା ଉଛୁଳିଲାକିବା ଅମୃତ ବରଷିଲା
Couplet 31
ଦିଗ ସହିତେ ଅନାଇଲାକାହିଁ ସେ କିଛି ନ ଦେଖିଲା
Couplet 32
ସେ ପୁଣି ରହି ନିଜସ୍ଥାନେଆତ୍ମାର ହିତ ଚିନ୍ତି ମନେ
Couplet 33
ଜାଣିଲା ଏ ପରମତତ୍ତ୍ୱତପ ସାଧନେ ଦେଲା ଚିତ୍ତ
Couplet 34
ଏ ମୋର ହିତ ବୋଲି ଜାଣିନିଶ୍ଚଳ ମନେ କୁଶପାଣି
Couplet 35
ଅମୋଘ-ଦୃଷ୍ଟି ସେ ବିଧାତାତପେ ବଢ଼ିଲା ତାର ଚିନ୍ତା
Couplet 36
ଦେବବରଷେ ଦଶଶତତପେ ବସିଲା ଦୃଢ଼ ଚିତ୍ତ
Couplet 37
ମନ ପବନ କଲା ବନ୍ଦିଦଶଇନ୍ଦ୍ରିୟଗଣ ରୁନ୍ଧି
Couplet 38
ତପସ୍ୟା କଲା ଅତିରେକଯହୁଁ ପ୍ରକାଶ ସର୍ବଲୋକ
Couplet 39
ତପ ପ୍ରସାଦେ ନରହରିମିଳିଲେ ନିଜରୂପ ଧରି
Couplet 40
ସ୍ୱଲୋକ ସ୍ୱଗଣ ସହିତେଦିଶିଲେ ବ୍ରହ୍ମାର ଅଗ୍ରତେ
Couplet 41
ସେ ରୂପ ନ ଜାଣନ୍ତି କେହିମାୟା-ସଂସାରେ ଦେହ ବହି
Couplet 42
ବିଷ୍ଣୁ ପ୍ରସନ୍ନେ ପ୍ରଜାପତିଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି
Couplet 43
ଶୂନ୍ୟେ ବିଜୟେ ଶଙ୍ଖଧାରୀଅଶେଷ ଦେବେ ସ୍ତୁତି କରି
Couplet 44
ଯାର ଶରୀରେ ରଜ-ତମେପଶି ନ ପାରନ୍ତି ସଂଭ୍ରମେ
Couplet 45
ଯେ ଅବା କାଳର ବିକ୍ରମସେ ବା ହୋଇବ କାହିଁ କ୍ଷମ
Couplet 46
ମାୟା ନ ପାରେ ପଶି ଯହିଁରାଗ-ଲୋଭାଦି ଭେଦ କାହିଁ
Couplet 47
ବିମାନ ମଧ୍ୟେ ନାରାୟଣବେଷ୍ଟିତ ପାରିଷଦଗଣ
Couplet 48
ସର୍ବେ ଦିଶନ୍ତି ବିଷ୍ଣୁତେଜସ୍ୱଭାବେ ଚାରି ଚାରି ଭୁଜ
Couplet 49
ଶ୍ୟାମସୁନ୍ଦର ତନୁ ବର୍ଣ୍ଣଅରୁଣ-ପଙ୍କଜ-ଲୋଚନ
Couplet 50
ପୀତବସନ ପରିଧାନସୁରୁଚି ସୁନ୍ଦର ବଦନ
Couplet 51
ମଣି ପଦକ କଣ୍ଠ ଦେଶେକାମ-ଗଞ୍ଜନ ନିଜ ବେଶେ
Couplet 52
ପ୍ରବାଳ ବଇଦୁର୍ଯ୍ୟ କାନ୍ତିମୃଣାଳ ପ୍ରାୟ ଝଟକନ୍ତି
Couplet 53
କିରୀଟ ଖଞ୍ଜିତ କପୋଳଶ୍ରବଣେ ମକର-କୁଣ୍ତଳ
Couplet 54
ତେଜେ ବିରାଜେ ନଭସ୍ଥଳୀବିମାନ ପରେ ସର୍ବେ ମିଳି
Couplet 55
ଦିବ୍ୟ କାମିନୀଗଣ ସଙ୍ଗେବିଜୁଳି ଯେହ୍ନେ କଳାମେଘେ
Couplet 56
ଅଷ୍ଟବିଭୂତି ସଙ୍ଗ ମେଳେକମଳା ସେବେ ପାଦ ତଳେ
Couplet 57
ଦିବ୍ୟ ଦୋଳିକା ମଧ୍ୟେ ନାରୀପୁଷ୍ପ ବରଷି ସ୍ତୁତି କରି
Couplet 58
ହରିର ପ୍ରିୟ କର୍ମମାନଭ୍ରମରେ କରନ୍ତି ଗାୟନ
Couplet 59
ଏମନ୍ତେ ବିଷ୍ଣୁ ନଭସ୍ଥଳେବ୍ରହ୍ମା ଦେଖିଲେ ନିଜ ଡୋଳେ
Couplet 60
ଯାହାର ନାମ ଶିରୀପତିଭକତଜନଙ୍କର ପତି
Couplet 61
କମଳାପତି ଯଜ୍ଞପତିଜଗତପତି ସର୍ବଗତି
Couplet 62
ସୁନନ୍ଦ-ନନ୍ଦ ଆଦି ଯେତେପୂଜା ଉଚିତ ବଳି ହସ୍ତେ
Couplet 63
ପୂଜନ୍ତି କିଙ୍କର ସ୍ୱଭାବେମିଳି ସଂଭ୍ରମେ ସର୍ବଦେବେ
Couplet 64
ଭୃତ୍ୟଙ୍କୁ ପ୍ରସନ୍ନ-ବଦନଅରୁଣ-ପଙ୍କଜ-ଲୋଚନ
Couplet 65
କିରୀଟ କୁଣ୍ତଳ ବିରାଜେପୀତବସନ କଟିମାଝେ
Couplet 66
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେରୂପେ ଅଶେଷଜନ ମୋହେ
Couplet 67
ଅମୂଲ୍ୟ-ସିଂହାସନେ ସ୍ଥିତିବେଷ୍ଟିତ ପଞ୍ଚବିଂଶ-ଶକ୍ତି
Couplet 68
ସ୍ୱଭାବେ ଅଇଶ୍ୱର୍ଯ୍ୟମୟଇତରଜନେ ଅନିଶ୍ଚୟ
Couplet 69
ସ୍ୱଧାମେ ସ୍ୱରୂପେ ରମନ୍ତିଏଣୁ ସେ ଈଶ୍ୱର ବୋଲାନ୍ତି
Couplet 70
ଏମନ୍ତ ରୂପ ବ୍ରହ୍ମା ଦେଖିଉଠିଲେ ଆସନ ଉପେକ୍ଷି
Couplet 71
କୃଷ୍ଣ-ଦର୍ଶନ ଆହାଲାଦଅନ୍ତରେ ହୋଇ ଗଦଗଦ
Couplet 72
ଲୋମ ହରଷେ ତନୁ ପୂର୍ଣ୍ଣପ୍ରେମାଶ୍ରୁ ଗଳଇ ଲୋଚନ
Couplet 73
ଶ୍ରୀକୃଷ୍ଣ-ପାଦପଦ୍ମ ଚାହିଁନମିଲା ଶିରେ କର ଦେଇ
Couplet 74
ଆନନ୍ଦସାଗରେ ବୁଡ଼ିଲାଅଧିକେ ଆତ୍ମା ପାଶୋରିଲା
Couplet 75
ଅତି ଆନନ୍ଦେ ପ୍ରେମ ସୁଖେସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ
Couplet 76
ପ୍ରଜା-ସର୍ଜନେ ତାର ମନଜାଣିଲେ ପ୍ରଭୁ ଭଗବାନ
Couplet 77
ବ୍ରହ୍ମା-ବଦନ ହରି ଚାହିଁଈଷିତ-ହାସ୍ୟେ ବାକ୍ୟ କହି
Couplet 78
ଆତ୍ମାର ପ୍ରିୟ ପ୍ରାୟ କରିବ୍ରହ୍ମାର କର କରେ ଧରି
Couplet 79
ହେ ବେଦଗର୍ଭ ସୃଷ୍ଟିଅର୍ଥେତୁମ୍ଭେ ଯେ ତୋଷ କଲ ମୋତେ
Couplet 80
ଅତି ଦୁସ୍ତର ଘୋରତପେତେଣୁ ମୁଁ ତୋହର ସମୀପେ
Couplet 81
ସ୍ୱଭାବେ ଯୋଗୀଙ୍କୁ ଦୁର୍ଲଭତୋତେ ମୁଁ ହୋଇଲି ସୁଲଭ
Couplet 82
ସର୍ବମଙ୍ଗଳ ହେଉ ତୋରଦୃଢ଼ଚିତ୍ତରେ ମାଗ ବର
Couplet 83
ମୋହର ଦରଶନ ଯେବେପ୍ରାଣୀ ଲଭଇ ପୁଣ୍ୟଭାବେ
Couplet 84
ତାହାର ଶ୍ରେୟ ପରିଶ୍ରମଅନ୍ତରେ ହୋଏ ଆତ୍ମାରାମ
Couplet 85
ଗଗନେ ଶୁଣି ମୋ ବଚନତୁ ଯେ ତପରେ କଲୁ ମନ
Couplet 86
କର୍ମ ବିଭ୍ରମ ଦେଖି ତୋତେମୁଁ ଯେ ଡାକିଲି ଶୂନ୍ୟପଥେ
Couplet 87
ବୋଇଲି ଦୃଢ଼େ ତପ କରମୁଁ ତୋତେ ହୋଇବି ଗୋଚର
Couplet 88
ମୋର ହୃଦୟ ତପ ଜାଣତପ ମୋ ଆତ୍ମାଟି ପ୍ରମାଣ
Couplet 89
ତପେ ମୁଁ ସୃଷ୍ଟି କଲି ହେଳେଅନ୍ତେ ସଂହରେ ତପବଳେ
Couplet 90
ତପର ବଳେ ଏ ଜଗତମୁହିଁ ପାଳଇ ଅବିରତ
Couplet 91
ଏମନ୍ତେ ବିଷ୍ଣୁ ମୁଖୁ ଶୁଣିବିଧାତା କହେ ସ୍ତୁତିବାଣୀ
Couplet 92
ହେ ନାରାୟଣ ଭୂତେଶ୍ୱରପ୍ରାଣୀ ହୃଦୟେ ତୁମ୍ଭ ଘର
Couplet 93
ହୃଦୟପଦ୍ମ ମଧ୍ୟେ ଥାଉପ୍ରାଣୀଙ୍କି ଉପଦେଶ ଦେଉ
Couplet 94
ଏଣୁ ମୋହର ମନ ଜାଣିଯେ ଜ୍ଞାନ ଦେଲ ଚକ୍ରପାଣି
Couplet 95
ଅନାଥନାଥ ତୋ ମହିମାକେ ଜାଣିପାରେ ଗୁଣସୀମା
Couplet 96
ମୁଁ ତୋର ଚରଣେ କିଙ୍କରଏମନ୍ତ ଆଜ୍ଞା ମୋତେ କର
Couplet 97
ରୂପ ଅରୂପ ତୋର ଯେତେଏ ସୃଷ୍ଟି କରୁ ତୁ ଯେମନ୍ତେ
Couplet 98
ଯେ ମାୟାଯୋଗେ ସୃଷ୍ଟି କରୁନାନାପ୍ରକାରେ ଶକ୍ତି ଧରୁ
Couplet 99
ଏ ସୃଷ୍ଟି-ସ୍ଥିତି-ସଂହାରଣଯେମନ୍ତେ ହେଉ ତୁ କାରଣ
Couplet 100
ସ୍ୱତନ୍ତ୍ର-ସୂତ୍ରେ ଊର୍ଣ୍ଣନାଭିକ୍ରୀଡ଼ଇ ଯେହ୍ନେ ମନେ ଭାବି
Couplet 101
ତେମନ୍ତ ବୁଦ୍ଧି ଦିଅ ମୋତେଏ ସୃଷ୍ଟି କରଇ ଯେମନ୍ତେ
Couplet 102
ସୃଷ୍ଟି-ସଂକଳ୍ପେ ମୋର ଇଚ୍ଛାତୁ ନାଥ କହ ସୃଷ୍ଟି-ଦୀକ୍ଷା
Couplet 103
ତୁମ୍ଭର ଶିକ୍ଷା ଘେନି ଚିତ୍ତେସୃଷ୍ଟି କରିବି ଅବିରତେ
Couplet 104
ସୃଷ୍ଟି କରଣେ ଭଗବାନକେବେହେଁ ନାହିଁ ମୋର ଜ୍ଞାନ
Couplet 105
ତୋ ଅନୁଗ୍ରହ ଯେବେ ମୋତେତୁ ନାଥ ବସ ମୋର ଚିତ୍ତେ
Couplet 106
ହେ ହରି ସଖାପ୍ରାୟ କରିତୁ ଯେ ମୋହର କର ଧରି
Couplet 107
ସେ ଅହଂକାର ମୋର ମନେନୋହିବ ହେବ ତୋ ଅର୍ଚ୍ଚନେ
Couplet 108
ଯାବତ ପ୍ରଜାସର୍ଗେ ଜନକରିବି ଉତ୍ତମ ମଧ୍ୟମ
Couplet 109
ମୁଁ ଅଜ ସ୍ୱତନ୍ତ୍ର ମୋ ଭାବଏମନ୍ତ ନୋହିବ ମୋ ଗର୍ବ
Couplet 110
ଏମନ୍ତ ବ୍ରହ୍ମାର ବଚନଶୁଣି କହନ୍ତି ଭଗବାନ
Couplet 111
ଶୁଣ ବିଧାତା ମୋ ବଚନଯେଣେ ଲଭିବୁ ସୃଷ୍ଟି-ଜ୍ଞାନ
Couplet 112
ଯେ ଭକ୍ତିଯୋଗ ମୋ ସମ୍ମତଅଟଇ ଅତ୍ୟନ୍ତ ଗୁପତ
Couplet 113
ସୃଷ୍ଟି ସର୍ଜନା ଅଙ୍ଗ ଯେତେହରଷେ କହୁଁ ତୋ ଅଗ୍ରତେ
Couplet 114
ଯେମନ୍ତ ସ୍ୱରୂପ ମୋ ହୋଇସ୍ୱଭାବେ ରୂପ ଗୁଣ ଯେହି
Couplet 115
ଯେ କର୍ମମାନ ମୁହିଁ ବହେସେ ତତ୍ତ୍ୱବିଜ୍ଞାନ ତୋ ଦେହେ
Couplet 116
ପ୍ରସରୁ ମୋର ଅନୁଗ୍ରହେଜଗତ ଯେହ୍ନେ ମୋର ଦେହେ
Couplet 117
ସୃଷ୍ଟିର ଅଗ୍ରେ ମୁହିଁ ଏକମୋ ତହୁଁ ପ୍ରସରେ ଅନେକ
Couplet 118
ସତ ଅସତ ପର ମୁହିଁଯେ ଅବଶେଷ ଶେଷ ରହି
Couplet 119
ଏଣୁ ଏ ଆଦି ମଧ୍ୟ ଅନ୍ତେମୋ ତହୁଁ ଅନ୍ୟ କେ ଜଗତେ
Couplet 120
ଅର୍ଥକୁ ଛାଡ଼ି ଯାର ବଶେପ୍ରତୀତ ହୁଅଇ ଆଭାସେ
Couplet 121
ମାୟା ପ୍ରକାଶେ ସେ ପ୍ରମାଣେଗଗନେ ଯେହ୍ନେ ଜ୍ୟୋତିର୍ଗଣେ
Couplet 122
ଯେମନ୍ତେ ସ୍ଥୂଳ ସୂକ୍ଷ୍ମ ଭୂତେପ୍ରବେଶ ପଞ୍ଚ-ମହାଭୂତେ
Couplet 123
ଛାଡ଼ି ପଶନ୍ତି ପୁଣ ପୁଣମୁଁ ମାୟା ଶରୀରେ ତେସନ
Couplet 124
ଆତ୍ମା ସର୍ବଦା ସର୍ବଠାବେଅନ୍ୱୟ-ବ୍ୟତିରେକ ଭାବେ
Couplet 125
ଏହା ଜାଣନ୍ତି ତତ୍ତ୍ୱଜ୍ଞାନୀମାୟାସଂସାରେ ଅନୁମାନି
Couplet 126
ତୋର ପ୍ରସ୍ତାବେ ପ୍ରଜାପତିକହିଲି ସୃଷ୍ଟି ଯଥାଗତି
Couplet 127
ଯେଝା ବିଚାର ଅନୁମାନେଯେ ସର୍ବକାଳ ବିଦ୍ୟମାନେ
Couplet 128
ଏ ମୋର ତତ୍ତ୍ୱଜ୍ଞାନ ବଳେଧର ତୁ ସମାଧି ନିଶ୍ଚଳେ
Couplet 129
କଳ୍ପ ବିକଳ୍ପେ ତୋର ଚିତ୍କେବେହେଁ ନୋହୁ ବିମୋହିତ
Couplet 130
ଏ ରୂପେ ପ୍ରଭୁ ଭାବଗ୍ରାହୀବ୍ରହ୍ମାକୁ ସୃଷ୍ଟିତତ୍ତ୍ୱ କହି
Couplet 131
ତକ୍ଷଣେ ବ୍ରହ୍ମାର ଅଗ୍ରତେଗୋବିନ୍ଦ ଗଲେ ଶୂନ୍ୟପଥେ
Couplet 132
କୃଷ୍ଣ ନ ଦେଖି ପ୍ରଜାପତିଅନେକମତେ କଲା ସ୍ତୁତି
Couplet 133
କରଅଞ୍ଜଳି ଶିରେ ଦେଇଅନେକଭାବେ ଭାବ ବହି
Couplet 134
ବିଶ୍ୱ ସର୍ଜିଲା ବିଷ୍ଣୁ ତେଜେପୂର୍ବର ପ୍ରାୟ ନାନା ବୀର୍ଯ୍ୟେ
Couplet 135
ସେ ପ୍ରଜାପତି ଧର୍ମପତିଯମ ନିୟମେ ଦେଲା ମତି
Couplet 136
ପ୍ରଜା କଲ୍ୟାଣ ଚିନ୍ତାକରିଆତ୍ମାର ହିତ ମନେ ଧରି
Couplet 137
ବ୍ରହ୍ମାର ସମାଧି ନିଶ୍ଚଳଦେଖି ନାରଦ ମୁନିବର
Couplet 138
ପୁତ୍ରଙ୍କ ମଧ୍ୟେ ପ୍ରିୟତମବିନୟେ ସେବାରେ ସେ ପୁଣ
Couplet 139
ବ୍ରହ୍ମାର ମନ ତୋଷ କଲେବିଷ୍ଣୁର ମାୟା ଜାଣିବାରେ
Couplet 140
ପିତାର ମନ ତୋଷ ଜାଣିବିନୟଭାବେ ମୁନିମଣି
Couplet 141
ପୁଚ୍ଛିଲେ ପିତାର ଅଗ୍ରତେତୁ ଯାହା ପଚାରିଲୁ ମୋତେ
Couplet 142
ନାରଦ ବାକ୍ୟେ ବେଦବରହରି-ମହିମା ଅଗୋଚର
Couplet 143
ଯେତେ କହିଲେ ସୃଷ୍ଟି ଅର୍ଥେମାୟାର ମହିମା ଯେମନ୍ତେ
Couplet 144
ଜାଣିବା ଅର୍ଥେ ମହାମୁନିକହି ବିଧାତା ହେଲେ ତୁନି
Couplet 145
ବ୍ରହ୍ମା-ନାରଦ ପ୍ରଶ୍ନ ଯେତେକହିଲି ତୋହର ଅଗ୍ରତେ
Couplet 146
ରାଜନ ସାବଧାନେ ଶୁଣଏ ଭାଗବତର ପ୍ରମାଣ
Couplet 147
ଦଶଲକ୍ଷଣେ ଏହା ଜାଣିଯେବା କହିଲେ ପରିମାଣି
Couplet 148
ଏ କଥା ସରସ୍ୱତୀତଟେନାରଦ ବ୍ୟାସଙ୍କ ନିକଟେ
Couplet 149
ଏବେ ମୁଁ ତୋହର ଅଗ୍ରତେକହିଲି ପଚାରିଲୁ ଯେତେ
Couplet 150
ଏମନ୍ତେ ପରୀକ୍ଷିତ ମେଳେଶୁକ କହିଲେ ଗଙ୍ଗାକୂଳେ
Couplet 151
ଦଶଲକ୍ଷଣେ ଭାଗବତକହଇ ଦାସ ଜଗନ୍ନାଥ