Skandha 2
Adhyaya 8
Couplet 1
ଶୁକଚରଣେ ଦେଇ ଚିତ୍ତଆନନ୍ଦେ ବୋଲେ ପରୀକ୍ଷିତ
Couplet 2
ନାରଦ ଆଗେ ବ୍ରହ୍ମା ଯେତେବିଷ୍ଣୁମହିମା ଭାଗବତେ
Couplet 3
କହିଲେ ଜନ ଉପକାରେଯେ କଥା ଶୁଣି ପ୍ରାଣୀ ତରେ
Couplet 4
ଯେ ସ୍ଥାନେ ଯାହାକୁ ଯେ ଭାବେମୁନି କହିଲେ ହରିଭାବେ
Couplet 5
ତାହା ଶ୍ରବଣେ ଇଚ୍ଛା ମୋରତୁମ୍ଭେ ତତ୍ତ୍ୱଜ୍ଞ ମଧ୍ୟେ ବର
Couplet 6
ହରିମହିମା ଅଗୋଚରଶ୍ରବଣ-ମଙ୍ଗଳ-ଉଚ୍ଚାର
Couplet 7
ସେ କଥା କହ ମୁନି ମୋତେସେ ହରିଚରଣେ ଯେମନ୍ତେ
Couplet 8
ନିଶ୍ଚଳେ ମନ କରି ସ୍ଥିରଯେମନ୍ତେ ଛାଡ଼ିବି ଶରୀର
Couplet 9
ଶ୍ରଦ୍ଧାରେ ନିତ୍ୟେ ଯେବା ଶୁଣେଯେ ହରିକଥା ମନେ ଗୁଣେ
Couplet 10
ମଙ୍ଗଳ-ନାମ-ଉଚ୍ଚାରଣତାର ହୃଦୟେ ତତକ୍ଷଣ
Couplet 11
ଶ୍ରବଣମାର୍ଗେ ହରି ପଶେହୃଦୟପଦ୍ମେ ସ୍ଥିରେ ବସେ
Couplet 12
ସର୍ବ ଦୁରିତ ହେଳେ ନାଶେଶରଦ ଯେହ୍ନେ ବୃଷ୍ଟିଶେଷେ
Couplet 13
ଜଳୁ ହରଇ ମଳରାଶିସେ ଯେହ୍ନେ ନିର୍ମଳ ପ୍ରକାଶି
Couplet 14
ନିର୍ମଳ ଆତ୍ମା ତାର ହୋଇସେ କୃଷ୍ଣ-ପାଦମୂଳେ ଥାଇ
Couplet 15
କେବେହେଁ ନୁହଇ ବାହାରମାୟା-ଭ୍ରମଣ ହୋଏ ଦୂର
Couplet 16
ପଥିକ ପଥଶ୍ରମ ପାଇସେ ଯେହ୍ନେ ନିଜଗୃହେ ଯାଇ
Couplet 17
ଶ୍ରମ ପାଶୋରି ସୁଖେ ରହେଗୃହସମ୍ପଦ-ଭୋଗେ ଦେହେ
Couplet 18
ଅଧାତୁମନ୍ତ-ଆତ୍ମା ହୋଏଧାତୁଘଟଣ ଦେହ ବହେ
Couplet 19
ଜାଣୁ ତୁ କହ ଏ କେମନ୍ତେକି ବା ଏ କାଳକ୍ରମ ମତେ
Couplet 20
ଯାର ଉଦରୁ ପଦ୍ମ ହୋଇଲୋକ-ସଂସ୍ଥାନ ପ୍ରକାଶଇ
Couplet 21
ଯା ରୂପ ନ ଜାଣନ୍ତି କେହିପ୍ରକାଶେ ଅବୟବ-ଦେହୀ
Couplet 22
ସେ ଯେବେ ଅବୟବୀ ହୋଇଜୀବ ଈଶ୍ୱର ଭେଦ କାହିଁ
Couplet 23
ସ୍ୱଭାବେ ତାର ଜନ୍ମ ନାହିଁଆତ୍ମାରୁ ପ୍ରାଣୀଙ୍କି ସୃଜଇ
Couplet 24
ବ୍ରହ୍ମା ଯେ ଭୂତଆତ୍ମା ହୋଏସେ ପୁଣି ଯାର ଅନୁଗ୍ରହେବ
Couplet 25
ନାଭିକମଳୁ ହୋଇ ଜାତତାହାକୁ ଦେଖେ ରୂପବନ୍ତ
Couplet 26
କାଳର ବଳେ ସେ ପୁରୁଷକରଇ ସୃଷ୍ଟି-ସ୍ଥିତି-ନାଶ
Couplet 27
ସକଳଭୂତେ ଯାର ବାସସେ ଯେଉଁ ରୂପେଣ ପ୍ରକାଶ
Couplet 28
ଏ ଲୋକ ଲୋକପାଳ ସଙ୍ଗେସର୍ବକଳ୍ପିତ ତାର ଅଙ୍ଗେ
Couplet 29
ଏ ଯେତେ ଚତୁର୍ଦ୍ଦଶ ପୁରକଳ୍ପନା କରି ଅଙ୍ଗ ତାର
Couplet 30
ଏ ଭାବେ ଶୁଣିଲି ଯେ ମୁହିଁଏବେ ତୁମ୍ଭଙ୍କୁ ପଚାରଇ
Couplet 31
କଳ୍ପ-ବିକଳ୍ପ ଯଥାକାଳେସେ ବ୍ରହ୍ମ କରେ ଅବହେଳେ
Couplet 32
ସୃଷ୍ଟି-ପାଳଣ-ସଂହାରଣଭୂତ-ଭବିଷ୍ୟ-ବର୍ତ୍ତମାନ
Couplet 33
କାଳରଠାରୁ ଏ ଯେମନ୍ତେଆୟୁ ପ୍ରମାଣ କାର କେତେ
Couplet 34
କାଳର ଯେବା ଅନୁଗତିଅଳ୍ପ ବହୁତ ସଂଖ୍ୟା ସ୍ଥିତି
Couplet 35
କର୍ମର ଗତି ଅବା ଯେତେଯେ ହେତୁ ପ୍ରକାଶ ଯେମନ୍ତେ
Couplet 36
ଗୁଣଙ୍କ ପରିଣାମେ କେବାଦେବାଦି-ରୂପ ଇଚ୍ଛେ ଯେବା
Couplet 37
କି କର୍ମ କରି ଯହିଁ ତହିଁକି ଭାବେ ଜୀବ ତା ଭୁଞ୍ଜଇ
Couplet 38
ଭୂମି ପାତାଳ ଦଶଦିଶଯେ ରୂପେ ସମ୍ଭବେ ଆକାଶ
Couplet 39
ଗ୍ରହ ନକ୍ଷତ୍ର ମହୀଧରନଦୀ ସମୁଦ୍ର ଦ୍ୱୀପପାର
Couplet 40
ଏଥି ଆଶ୍ରିତ ଜନ୍ତୁ ଯେତେବ୍ରହ୍ମା ପ୍ରମାଣ ବା କେତେ
Couplet 41
ବାହ୍ୟ ଅନ୍ତରେ ବସ୍ତୁ ଯେତେସଂକ୍ଷେପି କହ ମୋ ଅଗ୍ରତେ
Couplet 42
ମହାନ୍ତଜନ-ଆଚରଣଯେ ବର୍ଣ୍ଣବିଭାଗ ଆଶ୍ରମ
Couplet 43
ଏ ଅଣ୍ତକୋଷ ମଧ୍ୟଗତେବିଷ୍ଣୁର ଅବତାର ଯେତେ
Couplet 44
ଯୁଗାନୁଯୁଗେ ଯୁଗମାନଯେ ଯୁଗେ ଯେବା ଧର୍ମଜ୍ଞାନ
Couplet 45
ମନୁଷ୍ୟ ସାଧାରଣଧର୍ମଯେବା ବିଶେଷ ଯଥାକ୍ରମ
Couplet 46
ବ୍ରହ୍ମଋଷିଙ୍କ ଧର୍ମ ଆଦିଯା ରାଜଋଷି ଏ ସମ୍ପାଦି
Couplet 47
ଆପଦେ ଧର୍ମ ପ୍ରାଣୀଙ୍କରଏ ସର୍ବ କହ ମୁନିବର
Couplet 48
ସଂଖ୍ୟା-ଲକ୍ଷଣ ତତ୍ତ୍ୱଙ୍କରକି ରୂପେ ହେତୁ କେ କାହାର
Couplet 49
ପୁରୁଷ-ଆରାଧନା-ବିଧିଅଷ୍ଟାଙ୍ଗଯୋଗ ଯେହ୍ନେ ସାଧି
Couplet 50
ଯୋଗେଶ୍ୱରଙ୍କ ଗତି ଯେତେଲିଙ୍ଗଭଗନ ମୋକ୍ଷପଥେ
Couplet 51
ଯେ ଧର୍ମ ବେଦ-ଉପବେଦେପୁରାଣ-ଇତିହାସବାଦେ
Couplet 52
ସର୍ବଭୂତଙ୍କ ଯେ ସମ୍ଭବବିକ୍ରମ ସଙ୍କ୍ରମ ପ୍ରସ୍ତାବ
Couplet 53
ଯେ ଇଷ୍ଟ ବଇଦିକର୍ମଯେ ଅବା ସ୍ମାର୍ତ୍ତକର୍ମ -ଧର୍ମ
Couplet 54
ଯେ ବିଧିଯଜ୍ଞ ଜଳଦାନେଯେ କର୍ମ ତ୍ରିବର୍ଗସାଧନେ
Couplet 55
ଯେ ରୂପେ ଜୀବ ସମ୍ଭବନ୍ତିଯେ ରୂପେ ପାଷାଣ୍ତ ହୁଅନ୍ତି
Couplet 56
ଆତ୍ମାର ବନ୍ଧ-ମୋକ୍ଷ ଦୁଇଯେବା ସ୍ୱରୂପେ ଯେହ୍ନେ ହୋଇ
Couplet 57
ସେ ଆତ୍ମତନ୍ତ୍ର ଭାବଗ୍ରାହୀଆତ୍ମମାୟାରେ ସେ କ୍ରୀଡ଼ଇ
Couplet 58
ସେ ମାୟା ବିସର୍ଜି ଯେମନ୍ତେପ୍ରଳୟେ ରହେ ସାକ୍ଷୀମତେ
Couplet 59
ଭୋ ମୁନି ପଚାରିଲି ଯେତେସଂକ୍ଷେପି କହିବାକ ମୋତେ
Couplet 60
ତୁ ଯେ ବ୍ରହ୍ମାର ସମ ମୁନିଏ ବିଶ୍ୱସଂସାର ପ୍ରମାଣି
Couplet 61
ପୁଣ୍ୟପୁରୁଷେ ଯାହା ଚିନ୍ତିଅପରେ ଯାହା ଆଚରନ୍ତି
Couplet 62
ଆହାରହୀନେ ମୋର ପ୍ରାଣକେବେହେଁ ନୋହିବ ମଳିନ
Couplet 63
ତୁମ୍ଭ ବଚନୁ ହରିରସପିବନ୍ତେ ମନ ହେବ ତୋଷ
Couplet 64
ସୂତ କହନ୍ତି ଅନୁରାଗେଶୌନକଆଦି ମୁନି ଆଗେ
Couplet 65
ଏମନ୍ତେ ପରୀକ୍ଷିତବାଣୀହରଷେ ଶୁକମୁନି ଶୁଣି
Couplet 66
ମୁନିଜନଙ୍କ ସମାମଧ୍ୟେଯେ ଅବା କହିଲେ ଆନନ୍ଦେ
Couplet 67
ସେ ଭାଗବତ ହରିଗୁଣବ୍ରହ୍ମସମ୍ମତ ଯେ ପୁରାଣ
Couplet 68
ଯେ କଥା ବ୍ରହ୍ମାର ଅଗ୍ରତେସେ ବ୍ରହ୍ମକଳ୍ପ-ଉପଗତେ
Couplet 69
ଏକାନ୍ତେ କହିଲେ ମୁରାରିବିଶ୍ୱସଂସାରେ ଦୟାକରି
Couplet 70
ପାଣ୍ତବଶ୍ରେଷ୍ଠ ପରୀକ୍ଷିତଯେ ପ୍ରଶ୍ନ କଲେକ ଉକତ
Couplet 71
ସେ କଥା ଆଦି ମଧ୍ୟ ଅନ୍ତେକହିବି ତୁମ୍ଭର ଅଗ୍ରତେ
Couplet 72
ବୋଲଇ ଦାସ ଜଗନ୍ନାଥଦ୍ୱିତୀୟସ୍କନ୍ଧେ ଭାଗବତ
Couplet 73
ଅମୃତ-ରସମୟ-ଗୀତେସୁଜନଜନଙ୍କର ହିତେ
Couplet 74
ପ୍ରାକୃତବନ୍ଧେ ଗୀତବାଣୀଶୁଣି ସଂସାରୁ ତର ପ୍ରାଣୀ