Skip to content
paribhaasha

Skandha 3

Adhyaya 2

  1. Couplet 1

    ଏମନ୍ତେ ବିଦୁର ବଚନଶୁଣି ଉଦ୍ଧବ ହତଜ୍ଞାନ

  2. Couplet 2

    କୃଷ୍ଣ-ଚରଣେ ଚିତ୍ତ ଦେଇଉତ୍କଣ୍ଠେ ନ ପାରଇ କହି

  3. Couplet 3

    ପାଞ୍ଚବରଷେ ତାର ମାତପ୍ରାତଃ ଭୋଜନେ ଡାକେ ସୁତ

  4. Couplet 4

    କୃଷ୍ଣସେବାରେ ଦେଇମନଉଦ୍ଧବ ନ କରେ ଭୋଜନ

  5. Couplet 5

    କୃଷ୍ଣସେବାରେ ଦିନ ଗଲାସ୍ୱଭାବେ ବୟସ ସରିଲା

  6. Couplet 6

    ବିଦୁରବାକ୍ୟ ଶୁଣି କର୍ଣ୍ଣେବଚନ ନ ସ୍ଫୁରେ ବଦନେ

  7. Couplet 7

    କୃଷ୍ଣଚରଣେ ଦେଇ ମନମୁହୁର୍ତ୍ତେ ରହିଲା ମଉନ

  8. Couplet 8

    ତକ୍ଷଣେ ଦେହଭାବ ଛାଡ଼ିକୃଷ୍ଣଭକତି ଜଳେ ବୁଡ଼ି

  9. Couplet 9

    କୃଷ୍ଣଚରଣ-ସୁଧା-ପାନକରି ପାଇଲା ଦିବ୍ୟଜ୍ଞାନ

  10. Couplet 10

    ପୁଲକ ହେଲା ରୋମରାଜିଅଶ୍ରୁ ମୁଞ୍ଚଇ ଚକ୍ଷୁବୁଜି

  11. Couplet 11

    ଧ୍ୟାନେ ହୋଇଲା ପୂର୍ଣ୍ଣକାମସ୍ନେହ-ସଲିଳେ କଲା ସ୍ନାନ

  12. Couplet 12

    ଧ୍ୟାନ ଛଡ଼ାଇ କୃଷ୍ଣପାଦେପୁଣି ମିଳିଲା ଦେହମଧ୍ୟେ

  13. Couplet 13

    ବେନିଲୋଚନ ଘଷି କରେନିଃଶ୍ୱାସ ଛାଡ଼ି ଖରତରେ

  14. Couplet 14

    ବିଦୁର ମୁଖ ଚାହିଁ ଦୁଃଖେଉଦ୍ଧବ କହେ ଅଶ୍ରୁମୁଖେ

  15. Couplet 15

    ଯାଦବ ମଧ୍ୟେ କୃଷ୍ଣ ଥାଇସୂର୍ଯ୍ୟର ପ୍ରାୟ ପ୍ରକାଶଇ

  16. Couplet 16

    ସେ ସୂର୍ଯ୍ୟ ଅସ୍ତାଚଳେ ଗଲାନିବିଡ଼ତମ ପ୍ରକାଶିଲା

  17. Couplet 17

    ମୁଁ ଏବେ ଅତିଦୁଃଖ-ଶୋକେପଡ଼ିଛି ଅଜଗର-ମୁଖେ

  18. Couplet 18

    ଆମ୍ଭ କୁଶଳ କାହିଁ ଆରକହିବି ଶୁଣ ହେ ବିଦୁର

  19. Couplet 19

    ସଂସାର ମଧ୍ୟେ ଯେତେଜନସର୍ବେ ହୋଇଲେ ଭାଗ୍ୟହୀନ

  20. Couplet 20

    ଦେଖ ଅଭାଗ୍ୟ ଯଦୁବଂଶବାଳକ ପ୍ରାୟ ବୁଦ୍ଧିଭ୍ରଂଶ

  21. Couplet 21

    ବସନ୍ତି କୃଷ୍ଣ ଅଙ୍ଗସେଙ୍ଗରାତ୍ରଦିବସ ଅନୁରାଗେ

  22. Couplet 22

    ତାହାଙ୍କୁ କେହି ନ ଜାଣିଲେଚନ୍ଦ୍ରକୁ ମୀନ ଯେହ୍ନେ ଜଳେ

  23. Couplet 23

    ଯାଦବେ କୃଷ୍ଣ ସଙ୍ଗମେଳେଦିନ ହରନ୍ତି କୁତୂହଳେ

  24. Couplet 24

    ସଙ୍ଗତେ ପାଇ ନରହରିଦେଖନ୍ତି ଅନାଦର କରି

  25. Couplet 25

    ଅତି ନିପୁଣ ସେ ଅଟନ୍ତିଜ୍ଞାନୀ ହେଲେହେଁ ନ ଜାଣନ୍ତି

  26. Couplet 26

    ଯା’ର ମାୟାରେ ଅନ୍ୟଜନେବଇରୀଭାବ ଚିନ୍ତିମନେ

  27. Couplet 27

    କୃଷ୍ଣର ମାୟାବଳେ ଗ୍ରନ୍ଥିମନୁଷ୍ୟ ପ୍ରାୟ ସେ ମଣନ୍ତି

  28. Couplet 28

    ପ୍ରାଣୀଙ୍କ ତପୋବଳ ଚାହିଁନୟନେ ଶରୀର ଦେଖାଇ

  29. Couplet 29

    ପୁଣି ହରିଲେ ନିଜ ଅଙ୍ଗପ୍ରାଣୀଙ୍କ ଚକ୍ଷୁ ଘେନି ସଙ୍ଗ

  30. Couplet 30

    ମାୟା ମନୁଷ୍ୟ ରୂପେ ହରିଅନନ୍ତ ଲୀଳାଏ ବିହରି

  31. Couplet 31

    ସର୍ବସମ୍ପଦ ଆତ୍ମାତୁଲେନିଜ ଭୁବନେ ବିଜେକଲେ

  32. Couplet 32

    ଧର୍ମକୁମର ଯଜ୍ଞକାଳେଦେବ-ମନୁଷ୍ୟ-ଋଷିମେଳେ

  33. Couplet 33

    ଯେ ରୂପ ଦେଖି ତୋଷମନେକୈବଲ୍ୟ ଲଭିଲେ ଲୋଚନେ

  34. Couplet 34

    ବ୍ରହ୍ମା ସର୍ଜନା ଯେଣୁ ନୋହିତେଣୁ ସକଳ ମନମୋହି

  35. Couplet 35

    ଯେ କୃଷ୍ଣ-ଅନୁରାଗ-ମୁଖସୁନ୍ଦର-ହାସ-ରଙ୍ଗରେଖ

  36. Couplet 36

    ତେଣେ ମୋହିତ ଚି ଧରିମୋକ୍ଷ ଲଭିଲେ ବ୍ରଜନାରୀ

  37. Couplet 37

    ସେ ଶାନ୍ତରୂପ ଏକରୂପୀବସଇ ସର୍ବଭୂତେ ବ୍ୟାପୀ

  38. Couplet 38

    ତା’ର ବିଭୂତି ଦେବଗଣପୂଜନ୍ତି ତାହାର ଚରଣ

  39. Couplet 39

    ଦେବଙ୍କ ଅର୍ଥେ ସେ ମୁରାରିଜନ୍ମଇ ନାନାରୂପ ଧରି

  40. Couplet 40

    ସ୍ୱଭାବେ ଜନ୍ମ ଯା’ର ନାହିଁନିମି ଅର୍ଥେ କଳ୍ପେ ଦେହୀ

  41. Couplet 41

    ଅଗ୍ନି ଯେସନେ ନାନାମତେଯତନେ ଜଳଇ ଜଗତେ

  42. Couplet 42

    ଏ କଥା ମୋରେ ଖେଦକରେସେ ଜନ୍ମି ବସୁଦେବ ଘରେ

  43. Couplet 43

    କଂସର ଡରେ ଗୋପମେଳେଲୁଚି ଯେ ଥିଲେ ବାଳକାଳେ

  44. Couplet 44

    ତହୁଁ ମଥୁରାପୁରେ ଆସିଗଜ ଚାଣୂର କଂସ ନାଶି

  45. Couplet 45

    ଯାଇଣ ମାତାପିତା ପାଶବୋଇଲେ କ୍ଷମା କରଦୋଷ

  46. Couplet 46

    ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରିବିଅର୍ଥେ ବେ ଦେହଧରି

  47. Couplet 47

    ସେ କଥା ବିଡ଼ମ୍ବନ ମୋତେହୃଦୟ ଦହେ ଅବିରତେ

  48. Couplet 48

    ତା’ର ଚରଣରେଣୁ ଗନ୍ଧଆଘ୍ରାଣ କରି ନାସାରନ୍ଧ୍ର

  49. Couplet 49

    କେ ତା’ ପାଶୋରିପାରେ ଚିେସୁଦୃଢ଼-ଯୋଗାଭ୍ୟାସେ ନିତ୍ୟେ

  50. Couplet 50

    ଭୂମିର ଭାର ନାଶ ଅର୍ଥେତାହାର ଜନ୍ମ ଏ ଜଗତେ

  51. Couplet 51

    ତୁମ୍ଭେ ତ ଦେଖିଅଛ ଡୋଳେଧର୍ମନନ୍ଦନ-ଯଜ୍ଞକାଳେ

  52. Couplet 52

    ଯାହାକୁ ଶିଶୁପାଳ ନିନ୍ଦିତକ୍ଷଣେ ତା’ର ଦେହେ ଭେଦି

  53. Couplet 53

    ଲୁଚିଲା ଅଭୟ-ଚରଣେରହିଲା ଅଜରାମରଣେ

  54. Couplet 54

    ଯେ ଗତି ଯୋଗୀଜନେ ଚିନ୍ତିଜନ୍ମମରଣୁ ନିସ୍ତରନ୍ତି

  55. Couplet 55

    ତା’ର ବିଯୋଗ କେବା ସହେଯେ ବା ଜଗତେ ଦେହବହେ

  56. Couplet 56

    ଦେଖ ଭାରତଯୁଦ୍ଧେ ଯେତେରଥୀ ପଦାତି ଅପ୍ରମିତେ

  57. Couplet 57

    ଭୂଲୋକେ ଯେତେ ବୀର ଥିଲେମରଣେ ତା’ ମୁଖ ଦେଖିଲେ

  58. Couplet 58

    ଅର୍ଜୁନ-ବାଣେ କ୍ଷୀଣ ହୋଇପଶିଲେ ତା’ର ଦେହେ ଯାଇ

  59. Couplet 59

    ତ୍ରୈଲୋକ୍ୟନାଥ ସେ ଅନନ୍ତସ୍ୱଭାବେ କମଳାର କାନ୍ତ

  60. Couplet 60

    ତ୍ରିଦଶ-ଦେବେ ତା’ ଚରଣେସେବା କରନ୍ତି ଅନୁକ୍ଷଣେ

  61. Couplet 61

    ଯା’ର ସମାନ ବା ଅଧିକନାହିଁ ଏ ଚତୁŸର୍ଶଲୋକ

  62. Couplet 62

    ସେ ପୁଣି ସ୍ଥାପି ରାଜପଦେପୂଜିଲା ଉଗ୍ରସେନ ପାଦେ

  63. Couplet 63

    ଭୃତ୍ୟର ଭୃତ୍ୟ ଅଟେ ଯେହୁତାହାକୁ ଆଜ୍ଞାମାଗେ ସେହୁ

  64. Couplet 64

    ଏ କଥା ଦେଖି ହେ ବିଦୁରଅତି ଦୁଃଖିତ ଚିତ୍ତ ମୋର

  65. Couplet 65

    ଦେଖ ପୂତନା ଧାତ୍ରୀ ରୂପେସ୍ତନ ନିବେଶି ତା’ର ମୁଖେ

  66. Couplet 66

    କ୍ଷୀର ଗରଳ ସେଙ୍ଗ ଦେଇପଶିଲା ତା’ର ଦେହେ ଯାଇ

  67. Couplet 67

    ସେ ଦୟାନିଧିର ଚରଣକେବା ନ ପଶିଲା ଶରଣ

  68. Couplet 68

    ଯେତେ ଅସୁର ଏ ଜଗତେନଶିଲେ ଗୋବିନ୍ଦର ହସ୍ତେ

  69. Couplet 69

    ଗରୁଡ଼କନ୍ଧେ ତାକୁ ଚାହିଁପଶିଲେ ତା’ର ଦେହେ ଯାଇ

  70. Couplet 70

    ସେ ଭାଗବତ ମଧ୍ୟେ ସାରକି ଅବା ଦେବା ପଟାନ୍ତର

  71. Couplet 71

    କଂସରାଜାର ବନ୍ଦୀଘରେଜନ୍ମିଲା ଦେବକୀ ଉଦରେ

  72. Couplet 72

    ବ୍ରହ୍ମାଙ୍କ ବୋଲେ ହୃଷୀକେଶଧରଣୀଭାର କଲେ ନାଶ

  73. Couplet 73

    ସେ ବସୁଦେବ କଂସ ଡରେନେଇ ଥୋଇଲା ନନ୍ଦଘରେ

  74. Couplet 74

    ଗୁପତେ ସେଙ୍ଗ ହଳଧରବଢ଼ିଲେ ଏଗାରବ›ର

  75. Couplet 75

    ଗୋପବାଳକ ସେଙ୍ଗ ଥାଇବନେ ଚରାନ୍ତି ନିତ୍ୟେ ଗାଈ

  76. Couplet 76

    ବେଣୁଶବଦ ଶିଙ୍ଗାନାଦେବନେ ବୁଲନ୍ତି ଅପ୍ରମାତେ

  77. Couplet 77

    ଯମୁନାକୂଳେ ଥାଇ ନିତ୍ୟେଭୃଙ୍ଗ-କୋକିଳ-ନାଦ-ଗୀତେ

  78. Couplet 78

    ବରଜବାସୀଙ୍କ ଲୋଚନେକୁମାରଲୀଳା ଅନୁଦିନେ

  79. Couplet 79

    ରୋଦନ ହସନ ଖେଳନେନିରତେ ବସେ ତା’ଙ୍କମନେ

  80. Couplet 80

    ବାଳସିଂହର ପ୍ରାୟେ ଚାହେଁଯେ କାଳେ ଯେ ଲୀଳା ଦେଖାଏ

  81. Couplet 81

    ଦିନକୁଦିନ ଶୋଭାବନ୍ତବନେ ବୁଲଇ ନନ୍ଦସୁତ

  82. Couplet 82

    ଗୋଧନ ଘେନି ଗୋପସେଙ୍ଗବେଣୁ ବଜାଇ ନାନାରେଙ୍ଗ

  83. Couplet 83

    କଂସର ଆଜ୍ଞାରେ ଅସୁରେଯେତେ ମିଳିଲେ ଗୋପପୁରେ

  84. Couplet 84

    ପୂତନା ଆଦି ମାୟାରୂପୀମିଳିଲେ ବନଗିରି ବ୍ୟାପୀ

  85. Couplet 85

    ତାହାଙ୍କୁ କରି ବାଳଖେଳାହେଳେ ମାଇଲେ ନନ୍ଦବଳା

  86. Couplet 86

    ଯମୁନା ବିଷଜଳ ଖାଇମରୁ ଯେ ଥିଲେ ଗୋପଗାଈ

  87. Couplet 87

    ତା’ଙ୍କୁ ଜୀଆଇ ନନ୍ଦବାଳଅମୃତ କଲା ବିଷଜଳ

  88. Couplet 88

    ଇନ୍ଦ୍ରଉ›ବ ଭଙ୍ଗ କରିଗୋପଙ୍କୁ ପୂଜାଇଲେ ଗିରି

  89. Couplet 89

    ଯଜ୍ଞବିଭେଙ୍ଗ କୋପକରିଇନ୍ଦ୍ର ବରଷେ ଘୋର ବାରି

  90. Couplet 90

    ଗୋରୁ ଗୋପାଳଙ୍କ ବିକଳତକ୍ଷଣେ ଦେଖି ନନ୍ଦବାଳ

  91. Couplet 91

    ଛତ୍ର ଆକାରେ ଗିରି ଧରିରଖିଲେ ଗୋପପୁର ଶିରୀ

  92. Couplet 92

    ଶରଦ-ଚନ୍ଦ୍ରନିଶି ଚାହିଁକାନନେ ବେଣୁନାଦ ବାଇ

  93. Couplet 93

    ସେ ଗୋପୀମଳ-ମନରାସ-ଉ›ବେ ଭଗବାନ

  94. Couplet 94

    ଷୋଳସହସ୍ର ଗୋପନାରୀରମିଲେ ନାନାରୂପ ଧରି

  95. Couplet 95

    ତା’ର ମହିମା କେ କହିବଯାହା ନ ଜାଣେ ବ୍ରହ୍ମା-ଶିବ

  96. Couplet 96

    ସେ ହରିଚରଣକମଳେସୁଜନେ ଚିନ୍ତ ଧ୍ୟାନବଳେ

  97. Couplet 97

    ବିଦୁର-ଉଦ୍ଧବ ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ

  98. Couplet 98

    ଏଣେ ଗୋବିନ୍ଦପାଦେ ରସକହଇ ଜଗନ୍ନାଥ ଦାସ

Odia Bhagabata skandha 3 adhyaya 2 | Parbani by ParibhaAsha App