Skip to content
paribhaasha

Skandha 2

Adhyaya 6

  1. Couplet 1

    ଶୁଣ ନାରଦ ମହାଋଷିବିରାଜରୂପେ ବ୍ରହ୍ମରାଶି

  2. Couplet 2

    ବ୍ରହ୍ମାଣ୍ତ ମଧ୍ୟେ ପ୍ରବେଶିଲାଯେ ଅଙ୍ଗୁ ଯେବା ପ୍ରକାଶିଲା

  3. Couplet 3

    ତାହା କହିବା ତୋତେ ଭଲେଇନ୍ଦ୍ରିୟଅର୍ଥେ ଇନ୍ଦ୍ରିତୁଲେ

  4. Couplet 4

    ବଚନ ବହ୍ନିମୁଖେ ବସେଯେଣେ ତା ଶବଦ ପ୍ରକାଶେ

  5. Couplet 5

    ସପତଛନ୍ଦ ଧାତୁ ଯେତେଦେହରେ ବସେ ତା ବାହ୍ୟାନ୍ତେ

  6. Couplet 6

    ରସନା ଷଡ଼ରସେ ରସେଜଳାଧିପତି ଯହିଁ ବସେ

  7. Couplet 7

    ସେ ଦେବ-ପିତୃ ନରଙ୍କରଅନ୍ନର ସ୍ଥାନ ସେ ଆବର

  8. Couplet 8

    ପ୍ରାଣସହିତ ଦଶପ୍ରାଣସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ

  9. Couplet 9

    ନାସାବିବରେ ଆଶ୍ରେ କଲେଅଶ୍ୱିନୀକୁମାରଙ୍କ ତୁଲେ

  10. Couplet 10

    ଚକ୍ଷୁଇନ୍ଦ୍ରିୟ ରୂପ ଅର୍ଥେସୂର୍ଯ୍ୟ ପ୍ରକାଶ ଦୃଷ୍ଟିପଥେ

  11. Couplet 11

    ଶବଦଅର୍ଥେ କର୍ଣ୍ଣବେନିଦିଗବସଇ ତୀର୍ଥ ଘେନି

  12. Couplet 12

    ସେ ଦେବଦେହେ ଚର୍ମଦେଶେସ୍ପରଶ ପବନ ପ୍ରକାଶେ

  13. Couplet 13

    ଯେ ସର୍ବଯଜ୍ଞବସ୍ତୁ ସାରସର୍ବସୌଭାଗ୍ୟର ବେଭାର

  14. Couplet 14

    ଚର୍ମ ଉପରେ ରୋମ ଭେଦିସେବୃକ୍ଷ ଯେଣେ ଯଜ୍ଞ ସାଧି

  15. Couplet 15

    କେଶ ପ୍ରକାଶ ମୁଣ୍ତେ ଦାଢ଼ିଯେ ପାଦେ କରେ ନଖ ଜଡ଼ି

  16. Couplet 16

    ସେ ତିନି ମଧ୍ୟେ ତିନିଦେବାପାଷାଣ ଲୌହ ମେଘପ୍ରଭା

  17. Couplet 17

    ବାସବଆଦି ଦିଗପାଳେବସନ୍ତି ତାର ଭୁଜମୂଳେ

  18. Couplet 18

    ତାର ବିକ୍ରମେ ଲୋକତିନିଭୂଲୋକ-ଭୁବ-ସ୍ୱର୍ଗ ଘେନି

  19. Couplet 19

    ଯେ ସର୍ବ-କୁଶଳ-କାରଣସକଳ-ଭୟ-ନିବାରଣ

  20. Couplet 20

    ସେ ହରି ଚରଣକମଳସକଳ-କାମବର-ସ୍ଥଳ

  21. Couplet 21

    ଯେ ସର୍ଗ ଶୁକ୍ରଘ ନରସଯା ମେଢ୍ରେ ପ୍ରଜାପତି ବାସ

  22. Couplet 22

    ମନ ଇନ୍ଦ୍ରିୟରସେ ରସେଜନନେ ପ୍ରଜାପତି ବସେ

  23. Couplet 23

    ସନ୍ତାନ ଅର୍ଥେ ସେ କଳ୍ପିତସମ୍ଭୋଗ କାମେଣ ନିବୃତ୍ତ

  24. Couplet 24

    ମଳ ଉତ୍ମର୍ଗ ମଳଦ୍ୱାରେଯମ ବସଇ ଅଧିକାରେ

  25. Couplet 25

    ନାଡ଼ୀ ସମୂହେ ନଦୀନଦେଗିରି ସମୂହେ ଅସ୍ଥିଭେଦେ

  26. Couplet 26

    ପାୟୁ ନରକ ଯମକ୍ଷେତ୍ରତା ମଳତ୍ୟାଗସ୍ଥାନ ମିତ୍ର

  27. Couplet 27

    ହିଂସା ଅଲକ୍ଷ୍ମୀ ମୃତ୍ୟୁ ତହିଁନିୟତ ବସତି କରଇ

  28. Couplet 28

    ସେ ଜୀବଦେହେ ପୃଷ୍ଠଦେଶେଅଧର୍ମ ସଙ୍ଗେ ତମ ବସେ

  29. Couplet 29

    ସପତସିନ୍ଧୁ ଗର୍ଭେ ରହିଭୋଜନେ ତୁଷ୍ଟି ପୁଷ୍ଟି ବହି

  30. Couplet 30

    ଉଦରେ ମୃତ୍ୟୁ ହୃଦଦେଶେସର୍ବବ୍ୟାପକ ମନ ବସେ

  31. Couplet 31

    ବିରାଟଆତ୍ମା ଦେହ ମଧ୍ୟେବସଇ ସକଳ ସମ୍ପଦେ

  32. Couplet 32

    ଧର୍ମ ସଙ୍ଗତେ ପଦ୍ମଯୋନିତୋ ସଙ୍ଗେ କୁମାରଙ୍କୁ ଘେନି

  33. Couplet 33

    ବିଜ୍ଞାନ-ସତ୍ତ୍ୱ ରୁଦ୍ର ସଙ୍ଗେସର୍ବେ ଆଶ୍ରିତ ଆତ୍ମାଅଙ୍ଗେ

  34. Couplet 34

    ବ୍ରହ୍ମା ନାରଦ ଭବ ଆଦିମୁନିଏ ଯେତେ ବେଦବାଦୀ

  35. Couplet 35

    ସୁର ଅସୁର ନର ନାଗଯେ ସରୀସୃପ ଖଗ ମୃଗ

  36. Couplet 36

    ଗନ୍ଧର୍ବ ଅପ୍ସରା ଯକ୍ଷଭୂତ ଉରଗ ପଶୁ ରକ୍ଷ

  37. Couplet 37

    ପିତର ସିଦ୍ଧ ବିଦ୍ୟାଧରଚାରଣ ଗୁହ୍ୟକ କିନ୍ନର

  38. Couplet 38

    ବୃକ୍ଷ ଔଷଧି ଲତା ଯେତେବିବିଧଜୀବଙ୍କ ସମେତେ

  39. Couplet 39

    ଯେ ଜଳ ସ୍ଥଳ ଅନ୍ତରୀକ୍ଷେଗ୍ରହ ଆଦିତ୍ୟ କେତୁଋକ୍ଷେ

  40. Couplet 40

    ତାରା ସମୂହ ତେଜେ ଝଳିଜୀମୂତ ପ୍ରକାଶେ ବିଜୁଳି

  41. Couplet 41

    ତା ତନୁ ଏ ସର୍ବ କାରଣଭୂତ ଭବିଷ୍ୟ ବର୍ତ୍ତମାନ

  42. Couplet 42

    ଏ ରୂପେ ଏ ବିଶ୍ୱ-ସଂସାରପ୍ରକାଶେ ଯାହାର ଶରୀର

  43. Couplet 43

    ବିତସ୍ତିମାତ୍ର ମଧ୍ୟେ ରହେଏକ ଅନେକ ଜନ୍ତୁ ଦେହେ

  44. Couplet 44

    ଭିତରେ ରହେ ପ୍ରାଣ ତେଜେପ୍ରକାଶେ ଅନ୍ତର ବାହିଯ୍ୟେ

  45. Couplet 45

    ଅବ୍ୟୟ ଅମୃତ ଈଶ୍ୱରଜନ୍ମ-ମରଣ ଆରପାର

  46. Couplet 46

    ତାହାର ଏମନ୍ତ ମହିମାଏଣୁ ଦୁସ୍ତର ଗୁଣସୀମା

  47. Couplet 47

    ପାଦେ ଅଶେଷ ଭୂତ ବସେଅମୃତାଭୟ କ୍ଷେମକୋଷେ

  48. Couplet 48

    ତ୍ରିଲୋକ ଉର୍ଦ୍ଧ୍ୱେ ତିନିଲୋକବହେ ଅଭୟ କ୍ଷେମ ସୁଖ

  49. Couplet 49

    ଯେ ପ୍ରଜାଶ୍ରମେ ଧର୍ମ ଚିନ୍ତେତ୍ରିଲୋକେ ଭ୍ରମେ ଗତାଗତେ

  50. Couplet 50

    ଯେ ଆନ ଆଶ୍ରମେ ରମନ୍ତିତ୍ରୈଲୋକ୍ୟ ବାହ୍ୟେ ତାଙ୍କ ସ୍ଥିତି

  51. Couplet 51

    ଜୀବର ଏହି ବେନିଗତିବିଦ୍ୟା ଅବିଦ୍ୟା ଭାବେ ହୋନ୍ତି

  52. Couplet 52

    ଯେ ଶ୍ରୁତିମାର୍ଗେଣ ଉତ୍ତରେଦକ୍ଷିଣେ ପୁରୁଷ ସଞ୍ଚରେ

  53. Couplet 53

    ଭୋଗାପବର୍ଗର ସାଧନଜୀବର ଏ ବେନି ଅୟନ

  54. Couplet 54

    ଯାହାର ଅଂଶ ମାୟାମୟଭୂତ-ଇନ୍ଦ୍ରିୟ-ଗୁଣାଶ୍ରୟ

  55. Couplet 55

    ବିରାଟ ରୂପେ ଜାତ ହୁଏକିରଣ ଯେହ୍ନେ ସୂର୍ଯ୍ୟଦେହେ

  56. Couplet 56

    ଯାହାର ନାଭିପଦ୍ମୁ ଜାତମୁଁ ବ୍ରହ୍ମା ବ୍ରହ୍ମାଣ୍ତର ନାଥ

  57. Couplet 57

    ଯଜ୍ଞସମ୍ଭାର ନ ଜାଣଇଯାବତ ତାର ଦେହେ ଥାଇ

  58. Couplet 58

    ତାର ଶରୀରେ ଯଜ୍ଞବିଧିଆଗମ-ନିଗମ ପ୍ରସିଦ୍ଧି

  59. Couplet 59

    ପଶୁ ଇନ୍ଧନ କୁଶ ଆଦିଯେମନ୍ତେ ଯେ ଅବା ସମ୍ପାଦି

  60. Couplet 60

    ଯଜନ ଦେବ ପିତୃ ତୋଷେଯେ କାଳ ଯେବା ପୁଣ୍ୟଦେଶେ

  61. Couplet 61

    ଯେତେ ପାତ୍ରରେ ଯଜ୍ଞ କରିମନ୍ତ୍ର ଔଷଧି ଆଦିକରି

  62. Couplet 62

    ସ୍ନେହରସ ଯେ ଲୌହ ଆଦିମୃତ୍ତିକା ଜଳ ଯେ ସମ୍ପାଦି

  63. Couplet 63

    ଋକ ଯଜୁଃ ଯେ ସାମ ତିନିଚତୁରହୋତ୍ର କର୍ମ ଘେନି

  64. Couplet 64

    ଯେ ନାମଧେୟ ଯେବା ମନ୍ତ୍ରଯେବା ଦକ୍ଷିଣା ଯେବା ବ୍ରତ

  65. Couplet 65

    ଦେବତା ଅନୁକ୍ରମ କଳ୍ପଯେ ତନ୍ତ୍ର ଯେ ଅବା ସଙ୍କଳ୍ପ

  66. Couplet 66

    ଯେ ଗତି ଯଜ୍ଞ ଯେବା ମତିଯେ ସମର୍ପଣ ପ୍ରାୟଶ୍ଚିତ୍ତି

  67. Couplet 67

    ଯଜ୍ଞସମ୍ଭାର ତା ଶରୀରେଲଭିଲି ଜନ ଉପକାରେ

  68. Couplet 68

    ତାର ବିଭୂତି ତାର ଅଙ୍ଗେଯଜ୍ଞ ଆରୋଧି ହବିର୍ଭାଗେ

  69. Couplet 69

    ପୂଜିଲି ପୁରୁଷ-ପୁରାଣତେଣୁ ମୁଁ ସଂସାର-କାରଣ

  70. Couplet 70

    ସକଳ ଯଜ୍ଞଭାଗେ ଚିନ୍ତିମୋ ଅନ୍ତେ ନବପ୍ରଜାପତି

  71. Couplet 71

    ଯଜ୍ଞପୁରୁଷ ସ୍ଥାପି କୁଣ୍ତେଯେମନ୍ତ ବିଧି କର୍ମକାଣ୍ତେ

  72. Couplet 72

    ପୂଜିଲେ ତାହାର ଚରଣେଯେ ବିଧି ମନ୍ତ୍ର-ଉଚ୍ଚାରଣେ

  73. Couplet 73

    ଏହି ପ୍ରକାରେ ସର୍ବଋଷିପିତୃ ଦେବତା ମନୁ ବସି

  74. Couplet 74

    ଦାନବ ମାନବ ସହିତେଯଜ୍ଞେ ପୂଜିଲେ ବେଦମନ୍ତ୍ରେ

  75. Couplet 75

    ସେ ହରି ଅଙ୍ଗେ ଏ ଜଗତଯଜ୍ଞ ପୂଜନେ ସମାହିତ

  76. Couplet 76

    ଯେ ସ୍ୱୟଂ ନିର୍ଗୁଣ ଅନନ୍ତମାୟା ଗୃହୀତ ଗୁଣବନ୍ତ

  77. Couplet 77

    ଯଜ୍ଞେ ତାହାଙ୍କୁ ପୂଜା କରିମୁଁ ଏ ସଂସାରେ ଅଧିକାରୀ

  78. Couplet 78

    ତାହା ଆଜ୍ଞା ଶିରେ ବହିମୁଁ ଏ ସଂସାର ସରଜଇ

  79. Couplet 79

    ପାଳଇ ବିଷ୍ଣୁ ରୂପ ଧରିଶଙ୍କର ରୂପେଣ ସଂହରି

  80. Couplet 80

    ସୃଷ୍ଟିପାଳନ ସଂହାରଣଏ ଆଦି ବିକାର ତ୍ରିଗୁଣ

  81. Couplet 81

    ସେ ମାୟାଧର ନରହରିଖେଳଇ ସୃଷ୍ଟିଲୀଳା କରି

  82. Couplet 82

    ତୁ ଯାହା ପୁଚ୍ଛିଲୁ ପ୍ରସ୍ତାବେସଂକ୍ଷେପି କହିଲି ମୁଁ ଏବେ

  83. Couplet 83

    ସତ ଅସତ ରୂପ ଯେତେମାୟା କଳ୍ପିତ ଏ ଜଗତେ

  84. Couplet 84

    ଏ ସର୍ବରୂପ ନାରାୟଣଅନାଦି-ପରମ-କାରଣ

  85. Couplet 85

    ମୋର ବଚନ ହେ ନାରଦକେବେ ହେଁ ନୁହଇ ଅସଦ

  86. Couplet 86

    ମୋହର ମନ ସତ୍ୟେ ସ୍ଥିତିସ୍ୱଭାବେ ନୁହେ ମିଥ୍ୟାଗତି

  87. Couplet 87

    ଏ ମୋର ଇନ୍ଦ୍ରିଗଣ କେବେନ ଯାନ୍ତି ଅସତ୍ୟ ଅମାର୍ଗେ

  88. Couplet 88

    ଯେଣୁ ମୋ ହୃଦେ ନାରାୟଣଉକ୍ରଣ୍ଠାଭାବେ ସୁମରଣ

  89. Couplet 89

    ତପ ସମାଧି ମୋର ସ୍ଥିତିମୁଁ ପ୍ରଜାପତିଙ୍କର ପତି

  90. Couplet 90

    ଯୋଗେ ନିପୁଣ ସମାହିତଯେଣୁ ମୁଁ ଆତ୍ମତନ୍ତ୍ରେ ଜାତ

  91. Couplet 91

    ତେବେ ହେଁ ନ ଜାଣିଲି ତାକୁଆନ କେ ଅଛି ଜାଣିବାକୁ

  92. Couplet 92

    ତାର ଚରଣେ ନମସ୍କାରଯା ଭାବେ ତୁଟଇ ସଂସାର

  93. Couplet 93

    ଶୁଭ ମଙ୍ଗଳ ସ୍ୱସ୍ତ୍ୟୟନଆନନ୍ଦମୂଳ ମାୟାଧାମ

  94. Couplet 94

    ବ୍ରହ୍ମାଦି ଦେବେ ଅଗୋଚରଅକୁଣ୍ଠ-ମହିମା ଯାହାର

  95. Couplet 95

    ଆତ୍ମାରେ ଆତ୍ମମାୟା କରେଲୀଳାରେ ବିହରେ ସଂସାରେ

  96. Couplet 96

    ସ୍ୱମାୟା ସେହି ନ ଜାଣଇକେ ଅବା ଅପରେ ଜାଣଇ

  97. Couplet 97

    ଦୃଶ୍ୟ ଅଦୃଶ୍ୟ ସର୍ବବ୍ୟାପୀଗଗନ ଯେହ୍ନେ ବିଶ୍ୱରୂପୀ

  98. Couplet 98

    ମୁଁ ଯାର ଗତି ନ ଜାଣଇତୁ କାହିଁ ପ୍ରବେଶିବୁ ତହିଁ

  99. Couplet 99

    ଭାବ ନ ପାରେ ଯାକୁ ଚିନ୍ତିଦେବେ ଜାଣିବେ କାହିଁ ଗତି

  100. Couplet 100

    ତାର ମାୟାରେ ମୋହି ହୋଇତା ରୂପ କେହି ନ ଜାଣଇ

  101. Couplet 101

    ଆତ୍ମାର ସମ ଆମ୍ଭେ ଜାଣୁକେ ତାର ରୂପ ପରିମାଣୁ

  102. Couplet 102

    ଯା ଅବତାର କର୍ମମାନମୋ ଆଦି କରନ୍ତି ଗାୟନ

  103. Couplet 103

    ତତ୍ତ୍ବେ ଜାଣିବୁ ଆମ୍ଭେ କାହିଁଯାହାର ଆଦିଅନ୍ତ ନାହିଁ

  104. Couplet 104

    ଯାର ଚରଣେ ଆମ୍ଭେ ନମୁଯା ମାୟାରୂପ ବଳେ ଭ୍ରମୁ

  105. Couplet 105

    ସେ ଆଦିପୁରୁଷ ମୁରାରିକଳ୍ପ-କଳ୍ପକେ ସୃଷ୍ଟି କରି

  106. Couplet 106

    ଆତ୍ମାରେ ଆତ୍ମାରୂପେ ମିଳେଆତ୍ମାକୁ ଆପେ ହରେ ପାଳେ

  107. Couplet 107

    କେବଳ ଶୁଦ୍ଧ-ଜ୍ଞାନମୟେସତ୍ୟସ୍ୱରୂପ ସର୍ବଦେହେ

  108. Couplet 108

    ଅନାଦି ଅନନ୍ତ ନିର୍ଗୁଣନିତ୍ୟ ଅବ୍ୟୟ ନାରାୟଣ

  109. Couplet 109

    ଶୁଣ ନାରଦ ମନ ଦେଇଯେମନ୍ତେ ତାହାକୁ ଜାଣଇ

  110. Couplet 110

    ପ୍ରଶାନ୍ତ-ଆତ୍ମା ମୁନିଗଣେନିର୍ମଳ-ଅନ୍ତରକରଣେ

  111. Couplet 111

    ସମାଧି ଯୋଗବଳେ ଚିନ୍ତିଆତ୍ମାରେ ଆତ୍ମାକୁ ଦେଖନ୍ତି

  112. Couplet 112

    ଅସତ୍ୟ ତର୍କ ଯେବେ ଥାଇତେବେ ତା ଭାବ ନ ଜାଣଇ

  113. Couplet 113

    ପରମ-ପୁରୁଷ ମୁରାରିଆଦ୍ୟାବତାର ତନୁ ଧରି

  114. Couplet 114

    କାଳ ସ୍ୱଭାବ ସଙ୍ଗେ ମନଯେ ନିତ୍ୟ ଶୁଦ୍ଧ ଚଇତନ

  115. Couplet 115

    ଦ୍ରବ୍ୟ ବିକାର ତିନିଗୁଣଦେବ ସମେତେ ଇନ୍ଦ୍ରିଗଣ

  116. Couplet 116

    ବିରାଟ ରୂପେ ମହୀ ମାଝେସ୍ଥାବର ଆଦି ଦେହେ ବିଜେ

  117. Couplet 117

    ବ୍ରହ୍ମା ଶଙ୍କର ଯଜ୍ଞପତିଦକ୍ଷାଦି ଯେତେ ପ୍ରଜାପତି

  118. Couplet 118

    ତୁ ଆଦି ସନକ ସହିତେସ୍ୱର୍ଗେ ଦେବତା ଛନ୍ତି ଯେତେ

  119. Couplet 119

    ଗରୁଡ଼ ଆଦି ଖଗପାଳେଭୂଲୋକ ସପତ-ପାତାଳେ

  120. Couplet 120

    ଗନ୍ଧର୍ବ ବିଦ୍ୟାଧରଗଣଯେ ଯକ୍ଷ କିନ୍ନର ଚାରଣ

  121. Couplet 121

    ରାକ୍ଷସ ସରୀସୃପ ନାଗେବାସୁକି ଆଦି ମହୋରଗେ

  122. Couplet 122

    ଋଷିଙ୍କ ମଧ୍ୟେ ଶ୍ରେଷ୍ଠ ଯେତେଯେ ପିତୃଗଣଙ୍କ ସମେତେ

  123. Couplet 123

    ଦୈତ୍ୟ ଦାନବ ସିଦ୍ଧକୁଳପ୍ରେତ ପିଶାଚ ଭୂତବଳ

  124. Couplet 124

    କୁଷ୍ମାଣ୍ତ ଜଳଜୀବ ଯେତେକି ଅବା ପଶୁପକ୍ଷୀ ଯେତେ

  125. Couplet 125

    ଯେ ଆନେ ଛନ୍ତି ଯହିଁ ଯେତେତେଜ ବିକ୍ରମ ବଳ ଯୁତେ

  126. Couplet 126

    କମଳା ଆଦି ଅଷ୍ଟନିଧିଯେ ଗୁଣେ ଯେ ଅବା ପ୍ରସିଦ୍ଧି

  127. Couplet 127

    ପ୍ରଧାନ ଗୁଣ ଯେବା ଭୂତେଜଗତ ମଧ୍ୟେ ଛନ୍ତି ଯେତେ

  128. Couplet 128

    ଏ ସର୍ବ ପରତତ୍ତ୍ୱ ଯେହିତାହାର ବିଭୂତି ଅଟଇ

  129. Couplet 129

    ଏ ସର୍ବସାର ତା ଶରୀରଯେ ବିଷ୍ଣୁଲୀଳା ଅବତାର

  130. Couplet 130

    ଏ ଲୀଳାକଥା ଗୀତସ୍ୱରେପଶଇ ଯାର କର୍ଣ୍ଣଦ୍ୱାରେ

  131. Couplet 131

    ସର୍ବ-ଦୁରିତ-ତମ ନାଶେଯେବା ବଦନେ ନିତ୍ୟ ଘୋଷେ

  132. Couplet 132

    ଶୁଣ ନାରଦ ମନଦେଇଲୀଳାନୁକ୍ରମେ କହିବଇଁ

  133. Couplet 133

    ଅମୃତ କୃଷ୍ଣଲୀଳା-ରସଶ୍ରୁତିଯୁଗଳେ କର ଗ୍ରାସ

  134. Couplet 134

    ତାହାଙ୍କ ଚରଣେ ବିଶ୍ୱାସକହଇ ଜଗନ୍ନାଥ ଦାସ

Odia Bhagabata skandha 2 adhyaya 6 | Parbani by ParibhaAsha App