Skandha 2
Adhyaya 5
Couplet 1
ଆନନ୍ଦ ଚିତ୍ତେ ସେ ନାରଦପୁଚ୍ଛଇ ବ୍ରହ୍ମାଙ୍କର ପାଦ
Couplet 2
ଭୋ ଦେବଦେବ ନମସ୍ତୁତେଭୂତଭାବନ ତୁ ଜଗତେ
Couplet 3
ସୃଷ୍ଟିର ଅଗ୍ରେ ତୋର ଦେହୀତୋ ଭାବ ନ ଜାଣନ୍ତି କେହି
Couplet 4
ଆତ୍ମାର ତତ୍ତ୍ୱ ତୁମ୍ଭେ ଜାଣଯେ ବେଦ-ପୁରାଣେ ପ୍ରମାଣ
Couplet 5
ଯେ ରୂପ ଯହିଁ ତୋର ବାସଯହୁଁ ଏ ଜଗତ ପ୍ରକାଶ
Couplet 6
ଯାହାର ଆଶ୍ରେ ଏ ବର୍ତ୍ତଇପ୍ରକାଶି ଯହିଁ ଲୀନ ହୋଇ
Couplet 7
ଭୂତ-ଭବିଷ୍ୟ-ବର୍ତ୍ତମାନତୁମ୍ଭ ଗୋଚରେ ଦିବ୍ୟଜ୍ଞାନ
Couplet 8
ହସ୍ତେ ଅଏଁଳାଫଳ ପ୍ରାୟେତୁମ୍ଭ ଗୋଚରେ ଜ୍ଞାନ ରହେ
Couplet 9
ଯେଣୁ ତୁମ୍ଭର ଜ୍ଞାନ ସ୍ଫୁରେଯେବା ତୁମ୍ଭଙ୍କୁ ହୃଦେ ଧରେ
Couplet 10
ଯାହାର ବଶ ତୁ ବୋଲାଇବର୍ତ୍ତୁ ତୁ ଯାର ଆତ୍ମା ବହି
Couplet 11
ଭୂତେ ସଞ୍ଚରି ଭୂତ କରୁଯାହାର ମାୟାରେ ବିହରୁ
Couplet 12
ଏ ଭୂତଗଣଙ୍କୁ ଯେ ପାଳେଅପରାଭବୀ ଆତ୍ମା ତୁଲେ
Couplet 13
ଆତ୍ମାର ଶକ୍ତିବଳେ ଭାବିଅକ୍ଳେଶେ ଯଥା ଉର୍ଣ୍ଣନାଭି
Couplet 14
ଏ ସୃଷ୍ଟିକର୍ମ ଅଗୋଚରକି ନାମ ଗୁଣରୂପ ଆର
Couplet 15
ପର ଅପର ଯେ ମଧ୍ୟମଯେ ଅବା ଅଛି ସ୍ଥୂଳସୂକ୍ଷ୍ମ
Couplet 16
ଜାଣେ ମୁଁ ନାହିଁ ତୋ ବାହାରେଅନ୍ୟ ବା କେ ଅଛି ସଂସାରେ
Couplet 17
ତୁମ୍ଭେ ଯେ ଘୋରତପ କରଆତ୍ମା ସମାଧିବଳେ ଧର
Couplet 18
ତେଣୁ ମୋହିତ ମୋର ମନତୁମ୍ଭ ଉପରେ କେବା ଅନ୍ୟ
Couplet 19
ଏ ମାୟା ସୃଜିଲା କେମନ୍ତେଏଣୁ ସଂଶୟ ମୋର ଚିତ୍ତେ
Couplet 20
ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱରମୋର ସଂଶୟ କର ଦୂର
Couplet 21
ଭକତଭାବେ ପଚାରଇସ୍ୱଭାବେ ପୁତ୍ର ମୁଁ ଅଟଇ
Couplet 22
ଯେମନ୍ତେ ମୋର ଚିତ୍ତେ ସ୍ଫୁରେଏ ବିଶ୍ୱ ସମାଧି-ଗୋଚରେ
Couplet 23
ଏଣୁ ନାରଦବାକ୍ୟ ଶୁଣିହରଷେ କହେ ପଦ୍ମଯୋନି
Couplet 24
ଧନ୍ୟ ନାରଦ ମୁନିବରସାଧୁ ପ୍ରସ୍ତାବ ଏ ତୋହର
Couplet 25
ତୁ ଯେ ପଚାରୁ ଜନହିତେଏ ବ୍ରହ୍ମଭାଗ ଭାଗବତେ
Couplet 26
ବିଷ୍ଣୁ ମହିମା ଦରଶନେପୁଚ୍ଛିଲୁ ବିନୟବଚନେ
Couplet 27
ତୁ ଯାହା ପଚାରିଲୁ ମୋତେମିଥ୍ୟା ନୁହଇ ଏ ଉଚିତେ
Couplet 28
ଯେଣୁ ଈଶ୍ୱର ପ୍ରାୟ କେହାଇଏ ସୃଷ୍ଟି ମୋହର ଅଟଇ
Couplet 29
ପରମେଶ୍ୱର ଜ୍ଞାନ ଯେଣୁନାହିଁ ତୋହର ଭ୍ରାନ୍ତି ତେଣୁ
Couplet 30
ବିଷ୍ଣୁର ଆଜ୍ଞା ଘେନି ମାଥେବ୍ରହ୍ମାଣ୍ତ ସୃଜିଲି ଯେମନ୍ତେ
Couplet 31
ଯେମନ୍ତେ ଅର୍କ-ଅଗ୍ନି-ଶଶୀଗ୍ରହ-ନକ୍ଷତ୍ର-ତାରା-ରାଶି
Couplet 32
ତୋ ଆଦି ସନ୍ଥ ଛନ୍ତି ଯେତେଯେ ବିଷ୍ଣୁମାୟା ବଳଗ୍ରସ୍ତେ
Couplet 33
ବୋଲନ୍ତି ମୋତେ ବିଶ୍ୱଗୁରୁଯାର ମହିମା ମହାମେରୁ
Couplet 34
ତାହା କହିବି ତୋ ସମୀପେବିଷ୍ଣୁର ଆଜ୍ଞାବଳ ଦର୍ପେ
Couplet 35
ଯେ ହରି ଜଗତ-ଈଶ୍ୱରତାହାକୁ ମୋର ନମସ୍କାର
Couplet 36
ଯାହାର ଇଚ୍ଛାମାର୍ଗେ ସ୍ଥିତିଲାଜେ ଶଙ୍କିତ ଭଗବତୀ
Couplet 37
ସେ ମାୟାବଶେ ଏ ଜଗତଅଜ୍ଞାନ ମଦେ ବିମୋହିତ
Couplet 38
ମୁହିଁ ମୋହର ଏ ଶରୀରଦାରା ସମ୍ପଦ ବନ୍ଧୁ ମୋର
Couplet 39
ଅଜ୍ଞାନଜନଙ୍କ ଏ ଭାବସର୍ବସମ୍ପଦ ପଦ୍ମନାଭ
Couplet 40
ଏ ଦ୍ରବ୍ୟ-କାଳ-କର୍ମ-ଜୀବଜୀବର ଯେ ଅବା ସ୍ୱଭାବ
Couplet 41
ଯେତେ ଦେଖଇ ଭିନ୍ନେ ଭିନ୍ନେକୃଷ୍ଣହୁଁ କେବା ଅଛି ଅନ୍ୟେ
Couplet 42
ବେଦବଚନ ଦେବଗଣଏ ସର୍ବଲୋକ ଯଜ୍ଞଦାନ
Couplet 43
ତପସ୍ୟା-ଯୋଗ-ଜ୍ଞାନ-ଗତିସର୍ବସମ୍ପଦ ଦାଶରଥି
Couplet 44
ଯେ ହରି ସର୍ବଦେହେ ଦେହୀସର୍ବ ଦେଖଇ ହୃଦେ ରହି
Couplet 45
ତାର ଶରୀରୁ ମୁହିଁ ଜାତତା ତେଜେ ସର୍ଜଇ ଜଗତ
Couplet 46
ସ୍ୱଭାବେ ନିର୍ଗୁଣ-ମୁରାରିସୃଷ୍ଟି ସଞ୍ଚଇ ଗୁଣ ଧରି
Couplet 47
ନିର୍ଗୁଣ-ପୁରୁଷ-ଈଶ୍ୱରତା ମାୟାବଳେ ଏ ସଂସାର
Couplet 48
ସର୍ଗ-ପାଳନ-ତିରୋଧାନେଗୁଣକୁ ଧରେ ଭିନ୍ନେ ଭିନ୍ନେ
Couplet 49
କାର୍ଯ୍ୟ-କାରଣ-କର୍ତ୍ତା-ଅର୍ଥେଦ୍ରବ୍ୟ-ଜ୍ଞାନ-କ୍ରିୟା ସମେତେ
Couplet 50
ଗୁଣେ ରହନ୍ତି ଆଶ୍ରେ କରିନିର୍ଗୁଣ-ପୁରୁଷ ଆବୋରି
Couplet 51
ଏ ତିନିଗୁଣ ଲିଙ୍ଗଗତେମଧ୍ୟେ ବର୍ତ୍ତଇ ଅଲକ୍ଷିତେ
Couplet 52
ମୋ ଆଦି ସର୍ବଜନଙ୍କରଆତ୍ମାସ୍ୱରୂପ ସେ ଈଶ୍ୱର
Couplet 53
ମାୟା-ଈଶ୍ୱର ମାୟାବଳେସର୍ଜେ ସ୍ୱଭାବ କର୍ମକାଳେ
Couplet 54
ଆପଣା ଇଚ୍ଛାବଳେ କରିବିବିଧ-ଶରୀରକୁ ଧରି
Couplet 55
ସେ କାଳ-ଗୁଣ ବ୍ୟତିକରେସୃଜଇ ପାଳଇ ସଂହରେ
Couplet 56
ତାର ସ୍ୱଭାବ କର୍ମ ଯୋଗେମହତ ଉପୁଜିଲା ଆଗେ
Couplet 57
ମହତ ବିକାରୁ ତକ୍ଷଣେତ୍ରିଗୁଣ-ଲିଙ୍ଗ ଆବରଣେ
Couplet 58
ତମପ୍ରଧାନ ଅତିରେକେସେ ଦ୍ରବ୍ୟଜ୍ଞାନ କ୍ରିୟାତ୍ମକେ
Couplet 59
ସ୍ୱଭାବେ ଶକ୍ତି ମହାଘୋରତମଅଧିକ ଅହଙ୍କାର
Couplet 60
ସେ ଅହଙ୍କାର ନାମ ହୋଇସେ ତିନି ପ୍ରକାର ଭଜଇ
Couplet 61
ଗୁଣ ପ୍ରକାଶ ତିନିତିନିବିକାର-ତମ-ତେଜ ଘେନି
Couplet 62
ଯେ ଶକ୍ତି-ଦ୍ରବ୍ୟ-କ୍ରିୟା-ଜ୍ଞାନଏ ଭାବେ ଭେଦ ଭିନ୍ନ ଭିନ୍ନ
Couplet 63
ସେ ଅହଙ୍କାରେ ଭୂତ ଆଦିତାମସ-ଶକ୍ତି ତହିଁ ଭେଦି
Couplet 64
ଶବଦ-ଗୁଣ-ମାତ୍ରା ସଞ୍ଚେନଭପ୍ରକାଶେ ଅନ୍ତରୀକ୍ଷେ
Couplet 65
ଶବଦ-ଗୁଣ ସେ ପ୍ରଧାନଦୃଶ୍ୟଦର୍ଶକ ଭେଦସ୍ଥାନ
Couplet 66
ଶବଦ-ଗୁଣ ନଭୁ ହୋଇଚତୁର୍ଥମାତ୍ରା ସଙ୍ଗେ ଲଇ
Couplet 67
ନଭବିକାରୁ ବାୟୁ ଜାତସ୍ପରଶ ଶବ୍ଦଗୁଣେସ୍ଥିତ
Couplet 68
ସ୍ପରଶଗୁଣ ତା ପ୍ରବଳଯେ ପ୍ରାଣସହ ଓଜ-ବଳ
Couplet 69
ପବନବିକାରୁ ତକ୍ଷଣେସ୍ୱଭାବକାଳ କର୍ମଗୁଣେ
Couplet 70
ସ୍ପରଶଗୁଣ ତହିଁ ଥାଇତୃତୀୟମାତ୍ରା ଭାବ ବହି
Couplet 71
ଶବଦ-ସ୍ପର୍ଶ-ରୂପ ତାରପ୍ରଚଣ୍ତତେଜ ମହାଘୋର
Couplet 72
ତେଜବିକାରୁ ସେ ଉଦକଯାର ସ୍ୱଭାବ ରସାତ୍ମକ
Couplet 73
ଶବ୍ଦ-ସ୍ପରଶ-ରୂପ ତିନିଏ ତିନିରସ ସଙ୍ଗେ ଘେନି
Couplet 74
ଆପବିକାରୁ ମହୀଜାତସେ ପଞ୍ଚମାତ୍ରା ଗୁଣେ ଯୁତ
Couplet 75
ସତ୍ତ୍ୱ-ବିକାରତହୁଁ ମନଯେ ରୂପେ ପ୍ରକାଶେ ଗଗନ
Couplet 76
ମନର ସଙ୍ଗେ ଦେବବଳଦଶଇନ୍ଦ୍ରିୟ ରକ୍ଷପାଳ
Couplet 77
ଦିଗ-ବାତାର୍କ-ଜଳପତିଅଶ୍ୱିନୀ-ବହ୍ନି-ସୁରପତି
Couplet 78
ଉପେନ୍ଦ୍ର-ମିତ୍ର-ପ୍ରଜାପତିଏ ରୂପେ ଦଶ ଉତପତି
Couplet 79
ତୈଜସବିକାରୁ ତକ୍ଷଣେଜନ୍ମିଲେ ଦଶଇନ୍ଦ୍ରିଗଣେ
Couplet 80
ଯେ ଜ୍ଞାନ କ୍ରିୟା ବୁଦ୍ଧି ପ୍ରାଣତୈଜସଶକ୍ତି ଏ ପ୍ରମାଣ
Couplet 81
ଶ୍ରୁତିଯୁଗଳ ଚର୍ମ ଘ୍ରାଣନୟନ ଜିହ୍ୱା ପଞ୍ଚଜ୍ଞାନ
Couplet 82
ବଚନ ପାଣି ଅଂଘ୍ରିବେନିଉପସ୍ଥ ମୂଳାଧାର ଘେନି
Couplet 83
ଏ କର୍ମ ଇନ୍ଦ୍ରିୟ ପ୍ରକାରଦଶଦେବଙ୍କ ଅଧିକାର
Couplet 84
ଭୂତ ଇନ୍ଦ୍ରିୟ-ଗଣ ମନମହତ ଆଦି ତିନିଗୁଣ
Couplet 85
ଯେଣୁ ନୋହିଲେ ଏକମନଏ ତେଣୁ ନ ପାଇଲେ ସ୍ଥାନ
Couplet 86
ବ୍ରହ୍ମାଣ୍ତ ହେତୁ ଏ ପ୍ରତ୍ୟକ୍ଷେସୂକ୍ଷ୍ମେ ରହିଲେ ଅନ୍ତରୀକ୍ଷେ
Couplet 87
ସ୍ଥାନ ନ ପାଇ ଅନ୍ୟୋଅନ୍ୟେସ୍ଥକିତେ ରହିଲେ ଗଗନେ
Couplet 88
କେତେହେଁ କାଳ ଶୂନ୍ୟେ ରହିଶବଦେ ବିଷ୍ଣୁଆଜ୍ଞା ପାଇ
Couplet 89
ଏ ମହାଭୂତେ ସୂକ୍ଷ୍ମଭୂତେଘଟିତ ଅନ୍ୟୋଅନ୍ୟ ଯୁତେ
Couplet 90
ସୁବର୍ଣ୍ଣ-ଅଣ୍ତ ଉପୁଜିଲାତକ୍ଷଣେ ଉଦକେ ପଡ଼ିଲା
Couplet 91
ଅନେକ ସହସ୍ର ବରଷେସେ ଅଣ୍ତ ମହାଜଳେ ଭାସେ
Couplet 92
ସେ ଅଣ୍ତ ମଧ୍ୟେ ଜୀବ ଜାତକାଳ କର୍ମ ସ୍ୱଭାବେସ୍ଥିତ
Couplet 93
ଜୀବ ସ୍ୱଭାବେ ଅଚେତନଚେତନା ଦେଲେ ଭଗବାନ
Couplet 94
ସେ ସର୍ବଗୁଣ ସର୍ବସିଦ୍ଧିକେତେହେଁ କାଳେ ଅଣ୍ତଭେଦି
Couplet 95
ପୁରୁଷେ ହୋଇଲା ବାହାରଏବେ ହୋ ଶୁଣ ମୁନିବର
Couplet 96
ସହସ୍ର-ଉରୁ-ଅଂଘ୍ରି-ବକ୍ଷସହସ୍ରନୟନ ପ୍ରତ୍ୟକ୍ଷ
Couplet 97
ସହସ୍ରେ ଶିର ସସ୍ରଭୁଜଆନନ ଅପ୍ରମିତ ତେଜ
Couplet 98
ତାହାର ଦେହ ଶୂନ୍ୟେ ଦେଖିଲୋକର ସ୍ଥିତି ଉପଲକ୍ଷି
Couplet 99
ଦ୍ୱିସପ୍ତଲୋକ ତାର ଅଙ୍ଗେକଳ୍ପିତ ଅଧ ଉର୍ଦ୍ଧ୍ୱ ଭାଗେ
Couplet 100
ମୁଖୁ କଳ୍ପିତ ବ୍ରହ୍ମକୁଳକ୍ଷତ୍ରିୟଜାତ ବାହୁମୂଳ
Couplet 101
ଉରୁ ଯୁଗଳୁ ବୈଶ୍ୟଗଣେଶୂଦ୍ର ଉପୁଜିଲା ଚରଣେ
Couplet 102
ଭୂଲୋକ କଟୀଭାଗେସ୍ଥିତନାଭିରୁ ଭୁବଲୋକ ଜାତ
Couplet 103
ହୃଦରେ ସ୍ୱର୍ଗଲୋକ ମିଳେମହତଲୋକ ଉରସ୍ଥଳେ
Couplet 104
ଜନଲୋକ ଯେ ଗ୍ରୀବାତଟେତପ ବସଇ ବେନିଓଷ୍ଠେ
Couplet 105
ମୂର୍ଦ୍ଧନି ମଧ୍ୟେ ସତ୍ୟଲୋକଯେ ବ୍ରହ୍ମ-ସନାତନ-କଳ୍ପ
Couplet 106
ସପ୍ତପାତାଳ ଅଧୋଭାଗେଶୁଣ କହିବା ପ୍ରତିଅଙ୍ଗେ
Couplet 107
ଅତଳ ବସେ କଟୀଦେଶେଉରୁରେ ବିତଳ ପ୍ରକାଶେ
Couplet 108
ସୁତଳ ବସେ ଜାନୁମୂଳଜଂଘର ମୂଳେ ତଳାତଳ
Couplet 109
ଯେ ମହାତଳ ଗୁଳ୍ଫଦେଶେପାଦାଗ୍ରେ ରସାତଳ ବସେ
Couplet 110
ପାତାଳ ପାଦତଳେ ରହେଏଣୁ ଭୁବନ ବିଶ୍ୱଦେହେ
Couplet 111
ଯେ ଭୂଲୋକ ପାଦେ ବସେନାଭିରେ ଭୁବ ଯେ ପ୍ରକାଶେ
Couplet 112
ସ୍ୱଲୋକ କଳ୍ପିତ ମୂର୍ଦ୍ଧନିବିଶ୍ୱଦେହେ ବା ବିଶ୍ୱମାନି
Couplet 113
ନାରଦ ଆଗେ ବେଦବରଯାହା କହିଲେ ବେଦସାର
Couplet 114
ସୁଜନଜନଙ୍କ ଶ୍ରବଣେବ୍ରାହ୍ମଣ ଜଗନ୍ନାଥ ଭଣେ