Skip to content
paribhaasha

Skandha 2

Adhyaya 4

  1. Couplet 1

    ଏମନ୍ତ ଶୁକବାକ୍ୟ ଶୁଣିଆତ୍ମାର ତତ୍ତ୍ୱ ମନେ ଗୁଣି

  2. Couplet 2

    କୃଷ୍ଣବିଷୟେ ଦୃଢ଼ମନକଳ୍ପିଲା ଉତ୍ତରା-ନନ୍ଦନ

  3. Couplet 3

    ଆତ୍ମା-କଳତ୍ର-ସୁତ-ଗୃହେପଶୁ-ଦ୍ରବିଣ-ବନ୍ଧୁସ୍ନେହେ

  4. Couplet 4

    ରାଜ୍ୟ-ସମ୍ପଦ ଯେତେ ଆଶହୃଦୁ ଛାଡ଼ିଲା ସ୍ନେହପାଶ

  5. Couplet 5

    ତୁମ୍ଭେ ଯା ପଚାରିଲ ମୋତେଏ କଥା ରାଜା ଦୃଢ଼ଚିତ୍ତେ

  6. Couplet 6

    କୃଷ୍ଣାନୁଭାବ ଶୁଣିବାରେଶ୍ରଦ୍ଧାବଳିଲା ନିର୍ବିକାରେ

  7. Couplet 7

    ଆତ୍ମନିଧନ ମନେ ସ୍ମରିବେଦବଚନ ଦୃଢ଼କରି

  8. Couplet 8

    କୃଷ୍ଣବିଷୟେ ଦୃଢ଼ଚିତ୍ତନିଶ୍ଚୟ କରି ପରୀକ୍ଷିତ

  9. Couplet 9

    ଆତ୍ମତ୍ୱଭାବ ହେଲେ ଦେହେପୁଣି ପୁଚ୍ଛଇ ଅତି ସ୍ନେହେ

  10. Couplet 10

    ହେ ଶୁକ ତୁମ୍ଭର ବଚନକୃଷ୍ଣର ଯେତେ ଗୁଣକର୍ମ

  11. Couplet 11

    ଯାହା ଶୁଣନ୍ତେ ପାପହରେପବିତ୍ର ବାହ୍ୟ-ଅଭ୍ୟନ୍ତରେ

  12. Couplet 12

    ଶୁଣି ଅଜ୍ଞାନ ମୋର ଗଲାତୁମ୍ଭ ପ୍ରସାଦ ଯେଣୁ ହେଲା

  13. Couplet 13

    ସେ କଥା କହ ମୁନି ମୋତେଯେମନ୍ତେ ଧରି ଦୃଢ଼ଚିତ୍ତେ

  14. Couplet 14

    ସେ ହରି ଆତ୍ମମାୟାବଳେସୃଷ୍ଟି ସଞ୍ଚଇ ଏ ଶୟଳେ

  15. Couplet 15

    ବିଷ୍ଣୁର ସର୍ଜିଲା ସଂସାରଅନ୍ୟଦେବଙ୍କୁ ଅଗୋଚର

  16. Couplet 16

    ସେ କଥା ଜାଣିବାର ପାଇଁଭୋ ମୁନି ପୁଣି ମୁଁ ପୁଚ୍ଛଇ

  17. Couplet 17

    ସେ ବହୁ ଶକ୍ତିମନ୍ତ ହରିପରମ-ପୁରୁଷ-ମୁରାରି

  18. Couplet 18

    ଯେମନ୍ତେ ପାଳି ପୁଣ ପରେଯେ କାଳେ ଯେବା ଶକ୍ତିଧରେ

  19. Couplet 19

    ଆତ୍ମାକୁ ଆତ୍ମା କରି ଖେଳାକୁହୁକମତେ ବିଷ୍ଣୁଲୀଳା

  20. Couplet 20

    ସୃଜଇ ପାଳଇ ସଂହରେମାୟା-ତ୍ରିଗୁଣରୂପ ଧରେ

  21. Couplet 21

    ଯେମନ୍ତେ ବ୍ରହ୍ମା-ବିଷ୍ଣୁ-ହରକ୍ରୀଡ଼ନ କରେ ଦାମୋଦର

  22. Couplet 22

    ବିବିଧରୂପ ଏ ଜଗତେଯେମନ୍ତେ କରେ କ୍ରୀଡ଼ାଅର୍ଥେ

  23. Couplet 23

    ଅଦ୍ଭୁତକର୍ମ ଏ ତାହାରକେ କରି ପାରିବ ଗୋଚର

  24. Couplet 24

    ଏକଇ ପୁରୁଷ ଅନନ୍ତପ୍ରକୃତିମତେ ବହୁମତ

  25. Couplet 25

    ଆଦିପୁରୁଷ ରୂପ ଧରିଯେମନ୍ତେ କ୍ରମେ ନରହରି

  26. Couplet 26

    କାର୍ଯ୍ୟମାନଙ୍କୁ ଏ ସଂସାରେକଲେ କହିବା ମୁନିବରେ

  27. Couplet 27

    ଯେ ଶବ୍ଦ ବ୍ରହ୍ମରେ ବିଚାରବ୍ରହ୍ମାନୁଭବରେ ଗୋଚର

  28. Couplet 28

    ଏକ ଅନେକ ରୂପ ଧରେଅଶେଷଜନ୍ମ କର୍ମ କରେ

  29. Couplet 29

    ଏଣୁ ଶ୍ରବଣେ ଇଚ୍ଛା ମୋରକହ ହେ ବ୍ୟାସଙ୍କ କୁମର

  30. Couplet 30

    ହେ ମହାମୁନି ଭାଗବତଶ୍ରବଣେ ପିଆଅ ଅମୃତ

  31. Couplet 31

    ଏମନ୍ତ ପରୀକ୍ଷିତ କଥାପୁରୁଷୋତ୍ତମ-ଗୁଣଗାଥା

  32. Couplet 32

    ଶୁଣି ସାନନ୍ଦ ବ୍ୟାସସୁତକୃଷ୍ଣଚରଣେ ଦେଇ ଚିତ୍ତ

  33. Couplet 33

    ସେ ପରୀକ୍ଷିତେ ପ୍ରତିବାଣୀକହିବା ଅର୍ଥେ ମୁନିମଣି

  34. Couplet 34

    ଧ୍ୟାନେ ସେ ଚିନ୍ତି ନାରାୟଣବୋଇଲେ ପରୀକ୍ଷିତ ଶୁଣ

  35. Couplet 35

    ନମସ୍ତେ ପରମ-ପୁରୁଷଅନନ୍ତଘଟେ ଯା ପ୍ରକାଶ

  36. Couplet 36

    ଲୀଳାବିହାରେ ସୃଷ୍ଟିକରେପାଳଇ ପୁଣି ସେ ସଂହରେ

  37. Couplet 37

    ହେଳେ ଏ ତିନିଶକ୍ତି ଧରେଜନ୍ତୁର ଅନ୍ତରେ ବିହରେ

  38. Couplet 38

    ତେଣୁ ତା ମାର୍ଗ ଉପଲକ୍ଷ୍ୟକରିବ କାହାର ବା ଶକ୍ୟ

  39. Couplet 39

    ନମସ୍ତେ ଜଗତଜୀବନସାଧୁଙ୍କ ବୃଜିନ-ଦହନ

  40. Couplet 40

    ଅସାଧୁ-ଦମନ ବେଭାରଅଖିଳଜନ୍ତୁ ରୂପ ତୋର

  41. Couplet 41

    ପରମହଂସଙ୍କ ଆଶ୍ରମେଯେ ବ୍ୟବସ୍ଥିତ ପ୍ରାଣୀମାନେ

  42. Couplet 42

    ତାହାଙ୍କ ଆତ୍ମତତ୍ତ୍ବଦାତାନିରତେ ତୋର ପାଦେ ଚିନ୍ତା

  43. Couplet 43

    ନମସ୍ତେ ସାତ୍ତ୍ବତବତ୍ସ›ଳକୁଯୋଗୀଗଣେ ଅଗୋଚରେ

  44. Couplet 44

    ସମେ ପ୍ରକାଶ ସର୍ବଠାରେଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେ

  45. Couplet 45

    ଐଶ୍ୱର୍ଯ୍ୟେ ପରମ-କାରଣଯେ ନିତ୍ୟେ ସ୍ୱଧାମ-ଧାରଣ

  46. Couplet 46

    ଯା ନାମ ଶ୍ରବଣ-କୀର୍ତ୍ତନଯା ରୂପ ଦେଖିଣ ନୟନ

  47. Couplet 47

    ନମିଲେ ଯାହାର ଚରଣସ୍ମରଣ ପୂଜା ସମର୍ପଣ

  48. Couplet 48

    ଜନ୍ତୁଙ୍କ କଳ୍ମଷ ନାଶଇଯେ ସର୍ବମଙ୍ଗଳ ବୋଲାଇ

  49. Couplet 49

    ଯେହରି ଶରଣ-ସୋଦରତାହାଙ୍କୁ ମୋର ନମସ୍କାର

  50. Couplet 50

    ପଣ୍ତିତଜନ ଯାର ପାଦେସେବା ସମ୍ପାଦି ଅପ୍ରମାନେ

  51. Couplet 51

    ଆତ୍ମାର କଳ୍ମଷ ନାଶନ୍ତିଜନ୍ମମରଣେ ନଡରନ୍ତି

  52. Couplet 52

    ଆତ୍ମାର ଶ୍ରମ କରି ଶାନ୍ତିଅନ୍ତେ ଲଭନ୍ତି ବ୍ରହ୍ମଗତି

  53. Couplet 53

    ସର୍ବମଙ୍ଗଳ ଦାମୋଦରତାହାଙ୍କୁ ମୋର ନମସ୍କାର

  54. Couplet 54

    ଯେ ପ୍ରାଣୀ ତପ-ଦାନ କରେଯଶ ସମ୍ପାଦି ଏ ସଂସାରେ

  55. Couplet 55

    ସୁବୁଦ୍ଧିପଣେ ମନ୍ତ୍ରସାଧିମଙ୍ଗଳକର୍ମକୁ ଆରାଧି

  56. Couplet 56

    ଏଣୁ ଅର୍ଜନ୍ତି ଯେତେ ଫଳତୋତେ ନ ସମର୍ପି ନିଷ୍ଫଳ

  57. Couplet 57

    ସୁଭଦ୍ରଶ୍ରବା ନାମ ଯାରତାହାଙ୍କୁ ମୋର ନମସ୍କାର

  58. Couplet 58

    କିରାତ ହୂଣ ଆନ୍ଧ୍ର ଯେତେପୁଳିନ୍ଦ ଚଣ୍ତାଳ ସମେତେ

  59. Couplet 59

    ଆଭୀର କଙ୍କ ଯେ ଯବନଏ ଆଦି ଯେତେ ଅନ୍ତ୍ୟଜନ

  60. Couplet 60

    ଦୁଷ୍କୃତକର୍ମ ଯେ କରନ୍ତିଯା ପାଦ ଆଶ୍ରିତେ ତରନ୍ତି

  61. Couplet 61

    ସର୍ବ-ପ୍ରଭବଶୀଳ ଯେହିତା ପାଦପଦ୍ମେ ମୁଁ ନମଇଁ

  62. Couplet 62

    ଯେ ହରି ଜଗତ-ଜୀବନଆତ୍ମଜ୍ଞାନୀଙ୍କ ଆତ୍ମାଧନ

  63. Couplet 63

    ଏ ତିନିବେଦ ଯାର ଦେହଯେ ଧର୍ମମୟ ତପୋମୟ

  64. Couplet 64

    ନିର୍ମଳତପେ ଯୋଗୀଜନେବ୍ରହ୍ମାଶଙ୍କର ଅନୁମାନେ

  65. Couplet 65

    ନାନାପ୍ରକାରେ ଧ୍ୟାନେ ଚିନ୍ତିଯା ରୂପ କେହି ନ ଦେଖନ୍ତି

  66. Couplet 66

    ଯେ ଲକ୍ଷ୍ମୀପତି ଯଜ୍ଞପତିଯେ ପ୍ରଜାପତି ଜ୍ଞାନପତି

  67. Couplet 67

    ଯେ ଲୋକପତି ଧରାପତିଯାଦବବଂଶ-ପତି-ଗତି

  68. Couplet 68

    ସାଧବଗଣେ ଯାହା ଚିନ୍ତିସେ ହେଉ ମୋର ମନେ ସ୍ଥିତି

  69. Couplet 69

    ଯାର ଚରଣ-ଧ୍ୟାନବଳେନିଶ୍ଚଳ-ସମାଧିର ଜଳେ

  70. Couplet 70

    ବୁଦ୍ଧି କି ପ୍ରକ୍ଷାଳନ କରିଯାହା ଚିନ୍ତନ୍ତି ବ୍ରହ୍ମଚାରୀ

  71. Couplet 71

    ସଗୁଣ-ନିର୍ଗୁଣ ବିଚାରେକହନ୍ତି ଯଥା ଅନୁସାରେ

  72. Couplet 72

    ସେହରି ମୋର ହୃଦଗତେପ୍ରକାଶ ହେଉ ଅବିରତେ

  73. Couplet 73

    ଯାହାର ଆଜ୍ଞା ପରମାଣେଭାରତୀ ଆସି ତତକ୍ଷଣେ

  74. Couplet 74

    ପ୍ରକାଶି କଳ୍ପ ଆଦିକାଳେବ୍ରହ୍ମାର ହୃଦୟ-କମଳେ

  75. Couplet 75

    ସୃଷ୍ଟି-ବିଷୟ ଜ୍ଞାନ ଦେଲାମୁଖେ ଗାୟତ୍ରୀ ଉଚ୍ଚାରିଲା

  76. Couplet 76

    ନମସ୍ତେ ବ୍ୟାସରୂପ ହରିହୃଦୟେ ବସ କୃପା କରି

  77. Couplet 77

    ମହତ ଆଦି ପଞ୍ଚଭୂତେଜନ୍ତୁ ଭିଆଇ ଏ ଜଗତେ

  78. Couplet 78

    ଜନ୍ତୁଙ୍କ ହୃଦୟ-କମଳେଯାର ଆସନ ସୁଖଭୋଳେ

  79. Couplet 79

    ଗୁଣସମୂହ ସୁଖେ ଭୁଞ୍ଜେଷୋଡ଼ଶଆତ୍ମାରୂପେ ରାଜେ

  80. Couplet 80

    ସେ ହରି ବସୁ ମୋର ହୃଦେବାକ୍ୟ ଆବୋରି ପଦେପଦେ

  81. Couplet 81

    ନମଇଁ ବ୍ୟାସମୁନିବରକୃଷ୍ଣେ ଅକୁଣ୍ଠବୁଦ୍ଧି ଯାର

  82. Couplet 82

    ଯା ମୁଖପଦ୍ମୁଁ ଜ୍ଞାନରସେମୁନିଏ ପିବନ୍ତି ହରଷେ

  83. Couplet 83

    ଯେ ହରିକଥା ପୂର୍ବକାଳେନାରଦଋଷି ମୁନିମେଳେ

  84. Couplet 84

    ବ୍ରହ୍ମାଙ୍କୁ ପଚାରିଲେ ଯେତେପ୍ରସନ୍ନେ କହିବି ମୁଁ ତୋତେ

  85. Couplet 85

    ଏ ବାଣୀ ଶୁଣି ସୁଖଭୋଳେପ୍ରାଣୀ ନିସ୍ତରେ ଭବଜଳେ

  86. Couplet 86

    କହଇ ଦାସ ଜଗନ୍ନାଥଦ୍ୱିତୀୟସ୍କନ୍ଧେ ଭାଗବତ

Odia Bhagabata skandha 2 adhyaya 4 | Parbani by ParibhaAsha App