Skip to content
paribhaasha

Skandha 2

Adhyaya 3

  1. Couplet 1

    ଶୁକ କହନ୍ତି ଶୁଦ୍ଧଚିତ୍ତେପ୍ରସନ୍ନେ ନୃପତି ଅଗ୍ରତେ

  2. Couplet 2

    ଶୁଣ ପରୀକ୍ଷ ପୁଣ୍ୟଦେହାତୁ ମୋତେ ପଚାରିଲୁ ଯାହା

  3. Couplet 3

    ମନୁଷ୍ୟ ମଧ୍ୟେ ସାଧୁପ୍ରାଣୀମରଣକାଳେ ଯାହା ଜାଣି

  4. Couplet 4

    ଏବେ କହିବି ଜ୍ଞାନସାରଭକତଜନଙ୍କ ବେଭାର

  5. Couplet 5

    ବ୍ରହ୍ମତେଜକୁ ଯାର ଇଚ୍ଛାବ୍ରହ୍ମଭଜନେ ହୋଇ ବାଞ୍ଛା

  6. Couplet 6

    ଇନ୍ଦ୍ରିୟସୁଖେ ଯାର ଭାବସେ ନର ଇନ୍ଦ୍ରଙ୍କୁ ପୂଜିବ

  7. Couplet 7

    ପୁତ୍ରକାମରେ ଯାର ମତିସେ ଜନ ପୂଜେ ପ୍ରଜାପତି

  8. Couplet 8

    ଶ୍ରୀକାମୀ ପ୍ରାଣୀ ଦେବୀଭଜେତେଜସ୍ୱୀ ପୂଜେ ଗ୍ରହରାଜେ

  9. Couplet 9

    ବସୁଙ୍କୁ ପୂଜେ ବସୁକାମୀଦୃଢ଼ଭକତିଭାବ ଘେନି

  10. Couplet 10

    ବୀର୍ଯ୍ୟରେ ହୋଏ ଯାର ମତିସେ ଭଜେ ପଶୁଙ୍କରପତି

  11. Couplet 11

    ଅନ୍ନାଦିକାମେ ଯାର ଚିନ୍ତାସେବେ ଅଦିତି ଦେବମାତା

  12. Couplet 12

    ଦେବଙ୍କୁ ପୂଜେ ସ୍ୱର୍ଗକାମୀବିଶ୍ୱଦେବାଙ୍କୁ ରାଜ୍ୟସ୍ୱାମୀ

  13. Couplet 13

    ସାଧ୍ୟଙ୍କୁ ପୂଜି ପ୍ରଜାହିତେଆୟୁଷକାମେ ଅଶ୍ୱିସୁତେ

  14. Couplet 14

    ଯେ ପ୍ରାଣୀ ତୁଷ୍ଟ-ପୁଷ୍ଟିକାମୀସର୍ବଲକ୍ଷଣେ ପୂଜେ ଭୂମି

  15. Couplet 15

    ପ୍ରତିଷ୍ଠାକାମେ ଯେବେ ଇଚ୍ଛେସେ ପୂଜେ ଭୂମି-ଅନ୍ତରୀକ୍ଷେ

  16. Couplet 16

    ସୁନ୍ଦରରୂପେ ଯାର ଭାବସେ ନର ପୂଜନ୍ତି ଗନ୍ଧର୍ବ

  17. Couplet 17

    ଯେ ନର ଇଚ୍ଛେ ଦିବ୍ୟନାରୀଭାବେ ଉର୍ବଶୀ ପୂଜାକରି

  18. Couplet 18

    ସକଳ-ଆଧିତ୍ୟ-ଚିନ୍ତାଯେ କରେ ସେ ପୂଜେ ବିଧାତା

  19. Couplet 19

    ଯଶ ଇଚ୍ଛଇ ଯେହୁ ନରଯଜ୍ଞେ ପୂଜିବ ଯଜ୍ଞେଶ୍ୱର

  20. Couplet 20

    ଧନଭଣ୍ତାର ଯେ ଇଚ୍ଛନ୍ତିବରୁଣ-ଚରଣେ ପୂଜନ୍ତି

  21. Couplet 21

    ଇଶ୍ୱରପୂଜେ ବିଦ୍ୟାଅର୍ଥୀଦମ୍ପତିକାମେ ଉମାସତୀ

  22. Couplet 22

    ଧର୍ମାର୍ଥୀ ବିଷ୍ଣୁର ଚରଣେସନ୍ତାନଅର୍ଥେ ପିତୃଗଣେ

  23. Couplet 23

    ଯକ୍ଷକୁ ପୂଜେ ରକ୍ଷାକାମେବଳାର୍ଥୀ ପୂଜେ ପ୍ରଭଞ୍ଜନେ

  24. Couplet 24

    ସକଳରାଜ୍ୟେ ରାଜାପଣେସେ ଆଶେ ପୂଜେ ମନୁଗଣେ

  25. Couplet 25

    ଶତ୍ରୁମାରଣେ ଯାର ଇଚ୍ଛାରାକ୍ଷସ-ଭଜନେ ତା ବାଞ୍ଛା

  26. Couplet 26

    ସୋମକୁ ପୂଜେ କାମକାମୀଅକାମୀ ଆତ୍ମାରାମେ ରମି

  27. Couplet 27

    ଅକାମେ ଅବା ସର୍ବକାମେଯେ ଅବା ଭଜେ ମୋକ୍ଷକାମେ

  28. Couplet 28

    ପରମପୁରୁଷ ଚରଣେଯେବା ସେବନ୍ତି ଦାସପଣେ

  29. Couplet 29

    ଏ ଭାବେ ତାହାଙ୍କ ଜୀବନଜନ୍ମମରଣେ ଧନ୍ୟ ଧନ୍ୟ

  30. Couplet 30

    ପରମପଦ ସେ ଲଭନ୍ତିକୃଷ୍ଣଚରଣେ ନିତ୍ୟେ ଚିନ୍ତି

  31. Couplet 31

    ହରିଭକତଜନ ସଙ୍ଗେତରଇ ଏ ଭବତରଙ୍ଗେ

  32. Couplet 32

    ଜ୍ଞାନ ପ୍ରସରେ ଭକ୍ତିବଳେତ୍ରିଗୁଣ ହରଇ ନିଶ୍ଚଳେ

  33. Couplet 33

    ଆତ୍ମା ପ୍ରସନ୍ନ ସୁବିବେକେଗୁଣେ ଅସଙ୍ଗ ବେନିଲୋକେ

  34. Couplet 34

    କୈବଲ୍ୟ-ସମ୍ମତ ଏ ପଥଏ ଭକ୍ତି ଯୋଗୀଙ୍କର ମତ

  35. Couplet 35

    କେବା ନିବୃତ ହରିଭାବେଆତ୍ମାର କଇବଲ୍ୟ-ଲାଭେ

  36. Couplet 36

    ଶୌନକ ସୂତମୁଖ ଚାହିଁପୁଣି ପୁଚ୍ଛଇ ଭାବବହି

  37. Couplet 37

    ଏମନ୍ତ ଶୁକ ମୁଖୁ ଶୁଣିସେ କୁରୁବୀର ଚୂଡ଼ାମଣି

  38. Couplet 38

    ପୁଣି ସେ ଅଭିମନ୍ୟୁ ବଳାଆନ-ପ୍ରଶନ କିବା କଲା

  39. Couplet 39

    ସେ ହରିକଥା ଆମ୍ଭଆଗେହେ ସୂତ କହ ସଭାଯୋଗେ

  40. Couplet 40

    ସେ କଥା ତୁମ୍ଭ ମୁଖୁ ଶୁଣିତରିବୁ ଭବ-ତରଙ୍ଗିଣୀ

  41. Couplet 41

    ତୁମ୍ଭର ଅଛି ଯେବେ ସ୍ନେହସଦୟଚିତ୍ତେ ମୁନି କହ

  42. Couplet 42

    ଯେ ହରିକଥା ସଭାମଧ୍ୟେଭକତେ କହନ୍ତି ଆନନ୍ଦେ

  43. Couplet 43

    ସେ ପଣ୍ତୁବଂଶେ ମହାରଥସ୍ୱଭାବେ କୃଷ୍ଣଅଂଶେ ଜାତ

  44. Couplet 44

    ବାଳକ-କ୍ରୀଡ଼ା-ରସଖେଳେଯେ ପୂଜେ କୃଷ୍ଣ-ପାଦମୂଳେ

  45. Couplet 45

    ବ୍ୟାସକୁମର ସତ୍ତ୍ୱଗୁଣସ୍ୱଭାବେ ବିଷ୍ଣୁ-ପାରାୟଣ

  46. Couplet 46

    ପରମାନନ୍ଦ ଗୁଣଗାଥାସତସଙ୍ଗମେ ଯେ ବକତା

  47. Couplet 47

    ଜୀବନ ବହି ଏ ଜଗତେହରିକଥାରେ ନିତ୍ୟେ ନିତ୍ୟେ

  48. Couplet 48

    ନ କରେ ଜୀବନ ସଫଳବ୍ୟର୍ଥ ତାହାର ଆୟୁର୍ବଳ

  49. Couplet 49

    ଏ ରବି ଉଦେ ଅସ୍ତକାଳେଜନ୍ତୁଜୀବନ ଘେନି ଚଳେ

  50. Couplet 50

    ଯେ ହରିଭାବେ ଥାନ୍ତି ଜଡ଼ିତାଙ୍କ ଜୀବନ ଦୂରେ ଏଡ଼ି

  51. Couplet 51

    ଏ ତରୁଗଣେ ଏ ସଂସାରେଜୀବନ୍ତି ଅଜ୍ଞାନ ପ୍ରକାରେ

  52. Couplet 52

    ଲୌହକାରଙ୍କ ଗୃହେ ଭାତିଶ୍ୱାସ ଛାଡ଼ନ୍ତେ ନ ଜୀବତି

  53. Couplet 53

    ଗ୍ରାମ-କାନନେ ପଶୁଗଣକି ନ ଭକ୍ଷନ୍ତି ଜଳତୃଣ

  54. Couplet 54

    ମୂତ୍ରୁପୁରୀଷ ଉତ୍ସର୍ଗନ୍ତିଅଜ୍ଞାନସୁଖେ ସେ ଜୀବନ୍ତି

  55. Couplet 55

    ଶ୍ୱାନ ଶୁକର ଉଷ୍ଟ୍ରଖରଏହାଙ୍କ ସମାନ ସେ ନର

  56. Couplet 56

    କୃଷ୍ଣର ନାମ ଉଚ୍ଚାରଣନ ଶୁଣେ ଯାହାର ଶ୍ରବଣ

  57. Couplet 57

    ତାହାର ଶ୍ରୁତିଯୁଗ କାନ୍ଥେବିବରେ ଦିଶନ୍ତି ଯେମନ୍ତେ

  58. Couplet 58

    ତୁଣ୍ତର ମଧ୍ୟେ ଜିହ୍ୱା ବହିଯେ ହରିନାମ ନ ଭଜଇ

  59. Couplet 59

    ଦର୍ଦ୍ଦୁର ବାଣୀ ବୋଲି ତାରେଯେ ହରିନାମ ନ ଉଚ୍ଚାରେ

  60. Couplet 60

    ଯାର ଉତ୍ତମ-ଅଙ୍ଗସାଜେସୁବର୍ଣ୍ଣ-ମୁକୁଟ ବିରାଜେ

  61. Couplet 61

    ପାଟବସନେ ବାନ୍ଧି ଚୂଳଶ୍ରବଣେ ମକର-କୁଣ୍ତଳ

  62. Couplet 62

    ସେ ଯେବେ ହରିଙ୍କି ନ ନମେସେ ମୁଣ୍ତ ଭାରବହି ଶ୍ରମେ

  63. Couplet 63

    ସେ ବା ସୁନ୍ଦର ବେନିଭୁଜେକାଞ୍ଚନ କଙ୍କଣ ବିରାଜେ

  64. Couplet 64

    କୃଷ୍ଣର କାର୍ଯ୍ୟ ଯେବେ ନୋହେଶ୍ୱଶାନ-ଅସ୍ଥି ପ୍ରାୟ ହୋଏ

  65. Couplet 65

    ଲୋଚନବେନି ଥାଉଁ ମୁଖେଯେ ହରିମୂରତି ନ ଦେଖେ

  66. Couplet 66

    ମୟୂରପୁଚ୍ଛ ବୋଲି ତାରେସେ ଅନ୍ଧ ସଂସାର-ସାଗରେ

  67. Couplet 67

    ଚରଣଯୁଗ ବହି ନରେଯେବେ ନ ଯାନ୍ତି ବିଷ୍ଣୁ ପୁରେ

  68. Couplet 68

    ତାହାକୁ ବୋଲି ବୃକ୍ଷଦୁଇସେ ଯେହ୍ନେ ପାଦେ ନ ଚଳଇ

  69. Couplet 69

    କୃଷ୍ଣର ଭକତଚରଣୁଶିରେ ନ ଲାଗେ ଯାର ରେଣୁ

  70. Couplet 70

    ପବିତ୍ର ନୋହେ ତା ଶରୀରଜୀଅଁନ୍ତା ଶବର ଆକାର

  71. Couplet 71

    ତୁଳସୀଦଳ କୃଷ୍ଣଦେହେଶୁଦ୍ଧ-ସୌରଭ-ଗନ୍ଧ ବହେ

  72. Couplet 72

    ସେ ଗନ୍ଧ ଯାର ନାସାଦ୍ୱାରନ ଲଭେ ଶବ ତା ଶରୀର

  73. Couplet 73

    ଗୋବିନ୍ଦନାମ ଯାରହୃଦେନ ପଶେ ପୁଲକ ଆନନ୍ଦେ

  74. Couplet 74

    କି ଅବା ପଶିଲେ ହୃଦରେନୟନୁ ଅଶ୍ରୁ ତା ନ ଝରେ

  75. Couplet 75

    ତାର ହୃଦୟ ଅଶ୍ମସାରବହଇ ଲୋହମୟ ଭାର

  76. Couplet 76

    ହେ ସୂତ ଶୁଣ କୃଷ୍ଣଗୁଣଶୁଣାଅ ଆମ୍ଭର ଶ୍ରବଣ

  77. Couplet 77

    ଯେ ସାଧୁ ପ୍ରଶ୍ନ ପରୀକ୍ଷିତପୁଚ୍ଛିଲା ଶୁକଙ୍କ ଅଗ୍ରତ

  78. Couplet 78

    ହରଷେ ବ୍ୟାସଙ୍କ କୁମରଆତ୍ମଜ୍ଞାନୀଙ୍କ ମଧ୍ୟେ ସାର

  79. Couplet 79

    ଆନନ୍ଦେ ମୁନିଗଣମେଳେଯାହା କହିଲେ ଗଙ୍ଗାକୂଳେ

  80. Couplet 80

    ସେ ଆମ୍ଭମନ ଅନୁକୂଳକହି ସଂସାରୁ କର ପାର

  81. Couplet 81

    ସେ ହରି-ଚରଣ-ପଙ୍କଜେବ୍ରାହ୍ମଣ-ଜଗନ୍ନାଥ ଭଜେ

Odia Bhagabata skandha 2 adhyaya 3 | Parbani by ParibhaAsha App