Skandha 13
Adhyaya 3
Couplet 1
ଉଦ୍ଧବ କହେ କରଯୋଡିକୃଷ୍ଣ ଚରଣ ତଳେ ପଡି
Couplet 2
ଏକ ବ୍ରହ୍ମାଣ୍ତଠାରୁ ଯୁଗତ୍ରୟ ଦେବତା କରେ ଭୋଗ
Couplet 3
ଅନେକ ବ୍ରହ୍ମାଣ୍ତ ବୋଇଲଏଣୁ ସଂଶୟ ଜାତ କଲ
Couplet 4
କି ରୂପେ ଅନନ୍ତ ବ୍ରହ୍ମାଣ୍ତନିର୍ମାଣ କଲ କେତେ ଖଣ୍ତ
Couplet 5
କହନ୍ତି ଶ୍ରୀମଧୂସୂଦନଶୁଣ ହେ ଭକତ ରତନ
Couplet 6
ମହା ଶୂନ୍ୟରେ ଯେବେ ଥିଲାଓଁକାର ତହୁଁ ଜନମିଲା
Couplet 7
ଓଁକାର ରୂପେ ଥିଲା ବେଦକେହି ନଜାଣେ ତାର ଭେଦ
Couplet 8
ଓଁକାର ବତ୍ରିଶ ଅକ୍ଷରବତ୍ରିଶାକ୍ଷର ମୂଳ ତାର
Couplet 9
ଚବିଶାକ୍ଷର ବେଦମାତାଓଁକାର ସବୁଙ୍କର ପିତା
Couplet 10
ଏ ବେନି ଜନଙ୍କର ରସଶକ୍ତି ପ୍ରେମରୁ ଅପ୍ରକାଶ
Couplet 11
ତାହାଙ୍କ ତହୁଁ ସେ ଶବଦଅନନ୍ତ ରୁପେ ମହାନାଦ
Couplet 12
ବ୍ରହ୍ମାଣ୍ତ କୋଟି ନବଖଣ୍ତରୋମକେ କୋଟିଏ ବ୍ରହ୍ମାଣ୍ତ
Couplet 13
ଚବିଶସସ୍ର ବ୍ରହ୍ମାଣ୍ତରେଏ ସର୍ବ ବିଷ୍ଣୁଙ୍କ ଉଦରେ
Couplet 14
କେମନ୍ତେ କହିବି ବ୍ରହ୍ମାଣ୍ତମୁଳ ଅଟେ ଚଉଦ ଖଣ୍ତ
Couplet 15
ପ୍ରଥମ ଖଣ୍ତ ଯାହା ହେଲାଖଣ୍ତକୁ ବେନିଖଣ୍ତ କଲା
Couplet 16
ତିନି ଖଣ୍ତ ତା ପୁଣ ହୋଇଚାରି ଖଣ୍ତ ଯେ ଶୁଣ ତୁହି
Couplet 17
ପାଞ୍ଚ ପୁତ୍ରକୁ ପାଞ୍ଚ ଖଣ୍ତପୁଣି ସପତ ଯେ ବ୍ରହ୍ମାଣ୍ତ
Couplet 18
ଚଉଦ ଖଣ୍ତ ଏହିମତେସଂକ୍ଷେପି କହିଲୁ ଗୁପତେ
Couplet 19
ସବୁ ବ୍ରହ୍ମାଣ୍ତେ ଏହି ପୂଜାମୁହିଁ ସକଳ ଦେବରାଜା
Couplet 20
ମୋହର ଆୟତ୍ତ ସକଳମୋ ବିନୁ ସବୁ ଯେ ନିଶ୍ଚଳ
Couplet 21
ମୁଁ ଆତ୍ମା ସଦାନନ୍ଦ ଦେହୀମୋ ବିନୁ ସତ୍ୟ ନୁହେଁ କେହି
Couplet 22
ମୁହିଁ ସକଳ ବ୍ରହ୍ମାଣ୍ତରେସଞ୍ଚିତ ପ୍ରକୃତି ସଙ୍ଗରେ
Couplet 23
ଏଣୁ ମୁଁ ପ୍ରକୃତିର ପତିବ୍ରହ୍ମା ସ୍ୱରୂପେ ମୋର ସ୍ଥିତି
Couplet 24
ପ୍ରକୃତି ମୋହଠାରୁ ଜାତସେ ସର୍ବ ସଞ୍ଚଇ ଜଗତ
Couplet 25
ପ୍ରକୃତି ପୁରୁଷ ମୁଁ କାଳଏ ତିନି ଅଟେ ଏକ ଡାଳ
Couplet 26
ଏଣୁ ଜନ୍ମିଲେ ଏକାଦଶତହୁଁ ଉତ୍ପତ୍ତି ପଞ୍ଚବିଂଶ
Couplet 27
ଏ ସର୍ବ ହୁଏ ଏକ ମେଳେକେବେ ହେଁ ନ ରହେ ନିଶ୍ଚଳେ
Couplet 28
ଜନ୍ମନ୍ତେ ଷଡ଼ରଜ ଘେନିବଢ଼ାନ୍ତି କାମକ୍ରୋଧ ବେନି
Couplet 29
ଏଣେ ପ୍ରବୃତ୍ତି ଧର୍ମ କହିନିବୃତ୍ତି ଧର୍ମ ଶୁଣ ତୁହି
Couplet 30
ଏ ବ୍ରହ୍ମ ବିକଳ୍ପ କଳ୍ପିତକାଳ କଳ୍ପନା ହୋଇ ଜାତ
Couplet 31
ପ୍ରଥମେ ଜାଣ ସତଯୁଗବ୍ରହ୍ମରୁ ଜନ୍ମ ଦୁଇଭାଗ
Couplet 32
ପ୍ରଥମ ଭାଗେ ଯେ ପ୍ରକୃତିଦ୍ୱିତୀୟେ ପୁରୁଷ ଉତ୍ପତ୍ତି
Couplet 33
ଯେ ଭାଗ ପ୍ରକୃତି ରୂପେଣସୃଷ୍ଟି ଉତ୍ପତ୍ତିର କାରଣ
Couplet 34
ପୁରୁଷ ଷଡ଼ରୂପେ ଥାଇପ୍ରକୃତି ସୃଷ୍ଟି ଉପୁଜଇ
Couplet 35
ଏକଇ ବ୍ରହ୍ମ ବେନି ଖଣ୍ତଜନ୍ମିଲା ବେନିରୁ ବ୍ରହ୍ମାଣ୍ତ
Couplet 36
ବ୍ରହ୍ମାଣ୍ତ ମଧ୍ୟେ ବେନି ଗୁଣଜନ୍ମିଲେ ଇନ୍ଦ୍ରିୟ ପ୍ରସଙ୍ଗେ
Couplet 37
ପଚିଶ ପ୍ରକୃତି ହକାରିପଞ୍ଚମନକୁ ସଙ୍ଗେ କରି
Couplet 38
ଅନ୍ତରେ ଥିଲା ରଜ ଗୁଣତହୁଁ ଜନ୍ମିଲେ ଦେବଗଣ
Couplet 39
ଏ ସବୁ ଜନ୍ମ ବେନିଗୁଣେଶୁଣ ଉଦ୍ଧବ ସାବଧାନେ
Couplet 40
ମୁହିଁ ଶୟନ ମହାଜଳେଜନ୍ମିଲା ନାଭିରୁ କମଳେ
Couplet 41
ସେ ପଦ୍ମୁ ବ୍ରହ୍ମା ଅବତାରଯୋଗବଳେ କଲେ ସଂସାର
Couplet 42
ପ୍ରଥମେ ଜାତ ପୂର୍ବ ମୁଖତହିଁରୁ ଋକବେଦ ଦେଖ
Couplet 43
ଉତ୍ତର ମୁଖୁ ବେଦ ହୋଇଯଜୁର୍ବେଦ ଯେ ଜନମଇ
Couplet 44
ଦକ୍ଷିଣ ମୁଖରୁ ତଦନ୍ତସାମବେଦ ତହିଁରୁ ଜାତ
Couplet 45
ପଶ୍ଚିମ ମୁଖୁ ଜାତ ହେଲାତହିଁ ଅଥର୍ବ ଧ୍ୱନି କଲା
Couplet 46
ମଧ୍ୟ ଶୂନ୍ୟରେ ମିଳି ବଳେକଳ୍ପିଲା ଭୁବନ ମଣ୍ତଳେ
Couplet 47
ଦ୍ୱିସପ୍ତପୁର ଅଧଃ ଊର୍ଦ୍ଧ୍ୱେଛନ୍ଦିଲା ଗାୟତ୍ରୀରୁ ଛନ୍ଦେ
Couplet 48
ସୂକ୍ଷ୍ମରୁ ସ୍ୱର୍ଲୋକ ସୃଜିଲାଭୂଲୋକ ଭୂମିଜାତ କଲା
Couplet 49
ପୁଣି ଚାହିଁଲା ଊର୍ଦ୍ଧ୍ୱ ମୁଖେବିଲୋକ ସଞ୍ଚିଲାକ ସୁଖେ
Couplet 50
ଊର୍ଦ୍ଧ୍ୱ ମୁଖରେ ପୁଣ କଲାମହା ମନୁଷ୍ୟ ଉପୁଜିଲା
Couplet 51
ପୁଣି କଳ୍ପିଲା ଯୋଗବେଳେତପଲୋକ କଲା ନିଶ୍ଚଳେ
Couplet 52
ପୁଣି ହିଁ ଅଧୋମୁଖେ ଚାହିଁପାତାଳ ତା ତଳ ଭିଆଇ
Couplet 53
ପୁଣି ଊର୍ଦ୍ଧ୍ୱରେ ଦୃଷ୍ଟିଦେଲାସତ୍ୟଧ୍ରୁବମଣ୍ତଳ ହେଲା
Couplet 54
ପୁଣି ଅଧୋମୁଖରେ ଚାହିଁତଳାତଳ ତା ତଳ ହୋଇ
Couplet 55
ପୁଣି ସେ ବ୍ରହ୍ମଲୋକ କଲାରସାତଳ ପୁଣି ସୃଜିଲା
Couplet 56
ଏଣୁ ସେ ଚତୁଦ୍ଦର୍ଶ ପୁରପ୍ରକୃତି ସଞ୍ଚିଲା ସଂସାର
Couplet 57
ଏହି ଯୁଗରେ ମୋ ନିବାସଯହିଁରୁ ପ୍ରକୃତି ପୁରୁଷ
Couplet 58
ସହସ୍ର କିରଣ ଯେ ବାଡ଼ଅଗମ୍ୟ ଭୂମି ମିଯହିଁ ଗୁଢ଼
Couplet 59
ସର୍ବଦା ଜ୍ୟୋତିର୍ମୟ ପୁରଗମି ନ ପାରି ସୁରନର
Couplet 60
ତହିଁରେ ଦଶ ଦିଗ ନାହିଁମନ ପବନ ନ ଗମଇ
Couplet 61
ରବି ଶଶାଙ୍କ ଅଗୋଚରଭବ ବିରଞ୍ଚି ସୁନାସୀର
Couplet 62
ଏମାନେ ଗମି ନ ପାରନ୍ତିଦୁର୍ଗମ ଦେଖି ବାହୁଡ଼ନ୍ତି
Couplet 63
ଉଦ୍ଧବ ବୋଇଲେ ମୁରାରୀକିମ୍ପାଇଁ ଗମିଣ ନ ପାରି
Couplet 64
କି ଅବା ପଥ ତେଣେ ନାହିଁଏହା କହିବ ଭାବଗ୍ରାହୀ
Couplet 65
ବୋଲନ୍ତି କମଳ ଲୋଚନଶୁଣ ଉଦ୍ଧବ ସାବଧାନ
Couplet 66
ଧ୍ରୁବ ଲୋକର ଯାଏ ବାଟଯିବା ଆସିବା ଲୋକେ ଭେଟ
Couplet 67
ଯିଏ ସେ ତପସ୍ୟା କରଇଧ୍ରୁବ ମଣ୍ତଳ ଯାଏ ଯାଇ
Couplet 68
ତେଣିକି ନ ଦିଅଇ ପଥହସି କହନ୍ତି ଜଗନ୍ନାଥ
Couplet 69
ଧ୍ରୁବ ମଣ୍ତଳ ମାପ ହୋଇଦ୍ୱାଦଶ ଯୂଣ ପଥ କହି
Couplet 70
ସୂଚି ମୁନରେ ସରୁ ବାଟଯିବାକୁ ବହୁତ ସଙ୍କଟ
Couplet 71
ଚାରି ଯୋଜନ ଦ୍ୱାରେ ଯାଇତହୁଁ ସୂକ୍ଷ୍ମ ପଥ ଅଟଇ
Couplet 72
ପୁଣି ଚାରି ଯୋଜନ ଦ୍ୱାରତହିଁରୁ ସରୁ ପଥ ତାର
Couplet 73
ତହିଁରୁ ଚାରିଯୂଣ ବାଟଲେଶ ପ୍ରମାଣେ ପଥ କଷ୍ଟ
Couplet 74
ତେତେକ ଯହୁଁ ଗମି ଯାଇତେବେ ମୋ ଭୁବନେ ମିଳଇ
Couplet 75
ଯେ ଭୂମି ବିସ୍ତାର ଅପାରଚୌରାଶି କାଠି ଦୀର୍ଘ ତାର
Couplet 76
ପ୍ରତି ତା ଦଶ ଲକ୍ଷ କାଠିତହିଁ ମଧ୍ୟରେ ଯେ ବଇଠି
Couplet 77
ବଇଠି ଉପରେ ମୋ ସ୍ଥାନଠୁଳ ଆକାରେ ମୋ ଆସନ
Couplet 78
ମାୟା ପ୍ରକଟ ରୂପ ହୋଇଆହୁଟ କୋଟିନୃପ ସେହି
Couplet 79
ପ୍ରତି ଆହୁଟ କୋଟି କଲାସେ ମାୟା ବ୍ରହ୍ମ ବୋଲାଇଲା
Couplet 80
ତାହାର ଆଗେ ମୁଁ ଗୁପତନ ଦିଶେ ଶିର ପାଦ ହସ୍ତ
Couplet 81
ଦେହ ନିର୍ଣ୍ଣୟେ ଗଣ୍ତ ମୁଖନ ଦିଶେ ମୋର ରୂପରେଖ
Couplet 82
ଯେ ଅବା ଗମେ ଭକ୍ତିବଳେମାୟା ବ୍ରହ୍ମକୁ ଦେଖିଡୋଳେ
Couplet 83
ତାହାର କୃଷ୍ଣ ଭକ୍ତି ଭୂତେ ତେପଶଇ ନିସ୍ତାର ନିମନ୍ତେ
Couplet 84
ଅନେକ ଦିନେ ମୋତେ ପାଇଶୁଣ ଉଦ୍ଧବ ଜ୍ଞାନ କହି
Couplet 85
ଶୁଣି ଉଦ୍ଧବ ବିରସିତମନରେ ହୋଇଲା ଆରତ
Couplet 86
କୃଷ୍ଣ ଚରଣ ତଳେ ପଡ଼ିବୋଲଇ ବେନି କରଯୋଡ଼ି
Couplet 87
ଭୟ ଲାଗିଲା ମୋତେ ହରିକେମନ୍ତେ ଭବୁ ହେବି ପାରି
Couplet 88
ଏଡେ଼ ଅଗମ୍ୟ ଯେଉଁ ପଥକେ ଅବା ଯିବାକୁ ସମର୍ଥ
Couplet 89
ତୋ ଭକ୍ତ କେମନ୍ତେ ଗମିବଏ କଥା କହ ହେ ମାଧବ
Couplet 90
ତିନି ଦ୍ୱାରରେ କିଳେ ଦ୍ୱାରୀକେମନ୍ତେ ଛାଡ଼ିଦିଏ ହରି
Couplet 91
ଏକଥା ସଂଶୟ ମୋ ଖେଦଜ୍ଞାନ ଖଡ଼ଗେ ନାଥ ଛେଦ
Couplet 92
ଧ୍ରୁବ ମଣ୍ତଳ ପରେ ଯାଇଚାରି ଯୋଜନ କ୍ଷେତ୍ର ସେହି
Couplet 93
ସୂଚି ମୁନର ପ୍ରାୟ ବାଟଲାଗିଛି ତିଳେକ କବାଟ
Couplet 94
ବଳଭଦ୍ର ତହିଁ ଦୁଆରୀରେବତୀ ସଙ୍ଗରେ ବିହରି
Couplet 95
ବଟ ସ୍ୱରୂପେ ସେ ବିରାଟନାମ ଦେବନାଶନ ବଟ
Couplet 96
ଗିରି ଯୋଜନ ପଥ ଯେଟିକାରୁଣ୍ୟ ଜଳ ବୋଲି ସେଟି
Couplet 97
ସେ ହିମାଳୟ ହିମମୟଅସତ୍ୟ ଲୋକେ ହୋନ୍ତି କ୍ଷୟ
Couplet 98
ଧ୍ରୁବ ମଣ୍ତଳୁ ଚାରିଯୁଣତାହାକୁ ବୋଲି ଅର୍ଦ୍ଧଶୂନ୍ୟ
Couplet 99
ଚାରିଯୁଣ ଉପରେ ବାଟଦେବନାଶନ ନାମେ ବଟ
Couplet 100
ତେଣିକି ଚାରିଯୁଣ ପଥସେ ପଥ ଅତି ଆଲୋକିତ
Couplet 101
ସୂଚି ମୁନରୁ କୋଟି ଅଂଶେପଥ ଫିଟିଛି ସେ ନ ଦିଶେ
Couplet 102
ସେ ଚାରିଯୁଗ ଅନ୍ଧକାରତହିଁ ଉପରେ ଅଛି ଦ୍ୱାର
Couplet 103
ତହିଁ ସୁଜାଣ ନାମେ ଅହିଦ୍ୱାର ଆବୋରି ଅଛି ରହି
Couplet 104
ମାଙ୍କଡ଼ସା ସୂତା ପରାୟେଶରୀର ଏଡେ଼ ମୋଟ ହୁଏ
Couplet 105
ଲାଞ୍ଜ ମୁଣ୍ତ ତା ଏକଠାଇଁବସିଛି ପୂର୍ବକୁ ଅନାଇ
Couplet 106
ବଟ ଦୁଆର ଚାରିଯୁଣଅନଳ ସେହୁ ମହାଶୂନ୍ୟ
Couplet 107
ଯେହୁ ଅନଳ ଜିଣିଯାଇଅହି ଦ୍ୱାରୀକୁ ଭେଟ ପାଇ
Couplet 108
ତେଣିକି ଯେଉଁ ଚାରିଯୂଣଲେଶ ପ୍ରମାଣେ ପଥଜାଣ
Couplet 109
ସୂଚି ମୁନର କୋଟି ଅଂଶେକୋଟି ଅଂଶରୁ ବାଟ ଲେଶେ
Couplet 110
ସେ ଚାରିଯୁଣ ଅଧକାରନାସ୍ତି ଭୂମି ଅଗମ୍ୟପୁର
Couplet 111
ସେ ଚାରିନାମ ଗୁଣାଗୁଣତାହାର ନାମ ଅର୍ଦ୍ଧଶୂନ୍ୟ
Couplet 112
ଚାରିଗୁଣ ଉପରେ ଠଣାଦ୍ୱାରୀ ଅଟଇ ତା କଳ୍ପନା
Couplet 113
ଯୋଗମାୟା ତ୍ରିପୁରା ଜାଣସୁର ନରଙ୍କୁ ଅନୁପମ
Couplet 114
ତେଣିକି ଚଉରାଶି କାଠିଗମିଲେ ମାୟା ବ୍ରହ୍ମଭେଟି
Couplet 115
ମାୟା ବ୍ରହ୍ମ ଆହୁଟ କୋଟିଏହା ଗମିଲେ ମୋତେଭେଟି
Couplet 116
ଅଦୃଷ୍ଟ ଅଶ୍ରୁତ ଏ ଜାଣଜ୍ଞାନ ଲୋଚନେ ଦରଶନ
Couplet 117
ଏଡେ଼ ଦୁର୍ଗମ ପଥ ଖଣ୍ତିବ୍ରହ୍ମାଦି ବ୍ରହ୍ମରୂପେ ଭଣ୍ତି
Couplet 118
ଜ୍ଞାନକୁ ଆନ ନ ଜାଣଇତାହା ତୁ ଶୁଣ ମନ ଦେଇ
Couplet 119
ଏ ଯେ ପରମ ତତ୍ତ୍ୱ ଯୋଗଶୁଣନ୍ତେ ଖଣ୍ତେ ଭବରୋଗ
Couplet 120
ଯେବା ପଣ୍ତିତ ଜ୍ଞାନୀଜନତାହାର ଥାଏ ଏହି ଜ୍ଞାନ
Couplet 121
ଅନ୍ୟ ଲୋକଙ୍କୁ ଏହୁ ଦ୍ୱନ୍ଦଦିବସ ରାତ୍ର ସମ ଅନ୍ଧ
Couplet 122
ଉଦ୍ଧବ ଦ୍ୱାରକା ଶ୍ରବଣେଦ୍ୱାରକା ଜଗନ୍ନାଥ ଭଣେ