Skip to content
paribhaasha

Skandha 13

Adhyaya 4

  1. Couplet 1

    ଉଦ୍ଧବ ଶୁଣ ତତ୍ତ୍ୱ ଜ୍ଞାନପୁଚ୍ଛିଲ ପରଂବ୍ରହ୍ମ ଜ୍ଞାନ

  2. Couplet 2

    ନାମ ସୁହୃଦ ଜ୍ଞାନବନ୍ତରିପୁ ବାତ୍ସଲ୍ୟ ବିସର୍ଜିତ

  3. Couplet 3

    କାମ କ୍ରୋଧକୁ ପରିହରିମନ୍ଦ ସ୍ୱଭାବ ଦୂର କରି

  4. Couplet 4

    ଶୁଦ୍ଧ ଅନ୍ତର ବାଛି ତୁହିସମ ଦରଶୀ ସତ୍ୟେ ଥାଇ

  5. Couplet 5

    ହିଂସା ଅଇରି ପକ୍ଷ ଦୁଇଯେହୁ ଇନ୍ଦ୍ରିୟ ବଶ ନୋହି

  6. Couplet 6

    ପ୍ରକୃତି ଅବଶ ଅସଙ୍ଗୀନିର୍ଲୋଭ ଦୟା ପ୍ରେମଅଙ୍ଗୀ

  7. Couplet 7

    ବଚନ ଗଦଗଦ କରେଘନ ଗର୍ଜନ ଉଚ୍ଚ ସ୍ୱରେ

  8. Couplet 8

    ଲୋମ ପୁଲକ ତନୁ କରେଲକ୍ଷ୍ୟ ଲକ୍ଷକ ପରିହରେ

  9. Couplet 9

    ଅନ୍ତରେ ଦ୍ରବଇ ନିରତେମତି ଚଞ୍ଚଳ ବିପରୀତେ

  10. Couplet 10

    କୀର୍ତନ ଶ୍ରବଣ ସ୍ମରଣବନ୍ଦଇ ଅର୍ଚ୍ଚନ ମଉନ

  11. Couplet 11

    ସାତ୍ତ୍ୱିକ କୋମଳତା ଭାଷାକୁବାକ୍ୟ ନ କରଇ ହିଂସା

  12. Couplet 12

    ଦୁର୍ଜନ ବାକ୍ୟ ପ୍ରହାରଣେଅମୃତ ପ୍ରାୟ ତାହାମଣେ

  13. Couplet 13

    ଶ୍ୱାନ ଶୃଗାଳ ବାଜୀ ଗଜେସ୍ବପନେ ମୋକ୍ଷ ଦୁଜାଦୁଜେ

  14. Couplet 14

    ସ୍ତିରୀ ବାଳକ ବୃଦ୍ଧ ଯୁବାଅଗ୍ରତେ ମିଳିଲେ ଯେ ଅବା

  15. Couplet 15

    ଦେଖି ବୋଲିବ ନମସ୍କାରଘେନିବ ପଦରଜ ଶିର

  16. Couplet 16

    ମନରେ ବିଷ୍ଣୁଭାବ ମଣିସାଷ୍ଟାଙ୍ଗେ ଶୋଇବ ଧରଣୀ

  17. Couplet 17

    ଏହାର ଯେତେ ଗୁଣ ଦୋଷଆତ୍ମାରେ ନ ଧରିବ ଲେଶ

  18. Couplet 18

    ଲାଜ ଲକ୍ଷଣ ଦୂର କରିଭକତ ଭାବେ ଅନୁସରି

  19. Couplet 19

    ଆନନ୍ଦ ମନେ ହୃଷ୍ଟ ଭାବଜଗତ ଏକତ୍ୱ ମଣିବ

  20. Couplet 20

    ଏ ମୋର ଭକ୍ତର ଲକ୍ଷଣଇତ୍ୟାଦି ଗୁଣ ତାର ପୁଣ

  21. Couplet 21

    ଜ୍ଞାନ ଜାଣଇ ଧୀର ମନେବ୍ରହ୍ମ ଦରଶୀ ତତ୍ତ୍ବ ଜ୍ଞାନେ

  22. Couplet 22

    ସେଲୋକ ବ୍ରହ୍ମ ଜ୍ଞାନେ ବୋଧିଭକ୍ତି ଅନ୍ତରେ ମୋକ୍ଷ ସିଦ୍ଧି

  23. Couplet 23

    ଏମନ୍ତ ଲୋକ ଅନ୍ତଃକାଳେପ୍ରବେଶ ଧ୍ରୁବର ମଣ୍ଡଳେ

  24. Couplet 24

    ଦେଖିଣ ଶଙ୍ଖ ଚକ୍ର ଚିହ୍ନଖଗ କରଇ ତାକୁ ମାନ୍ୟ

  25. Couplet 25

    ଗରୁଡ଼ ଦେଖି ତୋଷ ହୋଇପିଠିରେ ବସାଇ ଆଣଇ

  26. Couplet 26

    ବାଟେ ଦେଖଇ ଚିହ୍ନ ମୋରହୁଅଇ ସେହୁ ନମସ୍କାର

  27. Couplet 27

    ପାଛୋଟି ଆସି ଘେନି ଯାଇ ‌ଯେ ବନ୍ଦାପନା ନିଯୋଗାଇ

  28. Couplet 28

    ତହୁଁ ଅନଳ ଚାରିଯୁଣଗମଇଁ ଈଷିତ ପ୍ରମାଣ

  29. Couplet 29

    ଅହି ଦେଖଇ ଦୂରୁ ଆସୁପାଦେ ପଡ଼ଇ ମୋ ସକାଶୁ

  30. Couplet 30

    ତହୁଁ ଅନ୍ଧକାର ଜାଣଇଅପରେ ସୁଦୃଶ୍ୟ ନ ଥାଇ

  31. Couplet 31

    କଳ୍ପନା ଦ୍ବାରେ ପରିବେଶଦେଖି ତ୍ରିପୁରା ମନ ତୋଷ

  32. Couplet 32

    ସେ ମୁଣ୍ଡ ମାନ୍ୟ ଧର୍ମ କରେତେବେ ପଶଇ ମୋର ପୁରେ

  33. Couplet 33

    ଅଙ୍ଗେ ହୁଅଇ ମୋର ଲୀନଶୁଣ ଉଦ୍ଧବ ତତ୍ତ୍ୱଜ୍ଞାନ

  34. Couplet 34

    ଭକ୍ତକୁ ମେଲା ସେହି ବାଟଦୁର୍ଜନ ଲୋକକୁ ସଙ୍କଟ

  35. Couplet 35

    ଧ୍ରୁବ ମଣ୍ଡଳ ପୁର କଥାତାହାକୁ ବୋଲି ଶ୍ୱେଚଚିତା

  36. Couplet 36

    କାଉଁରୀ ମଣ୍ଡଳ ନାମରେପାଟଣା ଶ୍ରୀହରି ତା ଶିରେ

  37. Couplet 37

    ତାର ଉପରେ ଗୋଲାହାଟତହିଁର ଉପରେ ମୁରାଟ

  38. Couplet 38

    ତହିଁ ମଧ୍ଯରେ ବିବ୍ୟପୁରଜ୍ୟୋତି ପରମମୟ ଘର

  39. Couplet 39

    ମୂହିଁ ବସଇ ତହିଁ ଯାଇତୋତେ ମୁଁ ଦେଖାଇବି ନେଇ

  40. Couplet 40

    ତେଣୁ ପରମ ତତ୍ତ୍ୱଜ୍ଞାନୀନିର୍ମାୟା ଭକ୍ତ ଭାବ ଘେନି

  41. Couplet 41

    ଏଣୁ ପଶିବୁ ମୋ ଶରୀରେତୁମ୍ଭ ତପସ୍ୟା ବଦ୍ରିକାରେ

  42. Couplet 42

    ଏ ଘେନି ତୋର ଗୁଣ ବହିମୋତେ ଭଜିଲ ଆତ୍ମାଧ୍ୟାୟି

  43. Couplet 43

    ପରମ ମଙ୍ଗଳ ତୋ ନାମହୋଇବ ପଶିଲେ ଶରଣ

  44. Couplet 44

    ମୁହିଁ ନେବଇଁ ତୋତେ ସଙ୍ଗେଦେଖି ପଶିବୁ ବ୍ରହ୍ମ ଅଙ୍ଗେ

  45. Couplet 45

    ଶୁଣି ଉଦ୍ଧବ ଗଦଗଦପାଇଲା ଶ୍ରୀମୁଖ ସମ୍ବାଦ

  46. Couplet 46

    ଆନନ୍ଦେ ଲୋତକ ବହଇଉଦ୍ଧବ ଶିରେ କର ଦେଇ

  47. Couplet 47

    ପ୍ରଣାମ କରି ପାଦ ତଳେବୋଲେ ଆନନ୍ଦ ପ୍ରେମ ଭୋଳେ

  48. Couplet 48

    କେଉଁ ଜ୍ଞାନକୁ ତୁ ନିକଟଅଳପେ ପାଇ କାହିଁ ଭେଟ

  49. Couplet 49

    ଅଳପ ସୁକ୍ଷ୍ମେ ସାଧ୍ଯକରିଏ ମାୟା ଘୋରୁ ଯିବିତରି

  50. Couplet 50

    ଅଣ ସାଧନା ଯେଉଁ ଜ୍ଞାନତାହା କହ ହେ ଭଗବାନ

  51. Couplet 51

    ଏହା ପୁଚ୍ଛଇ ପାଦ ଧରିମୋହ ସଂସାରୁ କର ପାରି

  52. Couplet 52

    କହଇ ଦ୍ବାରକା ଯେ ହରିଜଗନ୍ନାଥ ଦାସ ତୁମ୍ଭରି

Odia Bhagabata skandha 13 adhyaya 4 | Parbani by ParibhaAsha App