Skip to content
paribhaasha

Skandha 13

Adhyaya 2

  1. Couplet 1

    ଉଦ୍ଧବ କୃଷ୍ଣ ପାଦ ଧରିବୋଲଇ ପ୍ରେମେ ମୋଦ ଭରି

  2. Couplet 2

    ଦୁସ୍ତର ଏ ଘୋର ସଂସାରକୃତାର୍ଥ ନାହିଁ ଏ ଜୀବର

  3. Couplet 3

    ଜ୍ଞାନ କହିଲ ସ୍ୱୟଂ ମୋତେଦେଖିଲି ଦୃଷ୍ଟିରେ ସାକ୍ଷାତେ

  4. Couplet 4

    ପ୍ରଳୟ ବ୍ରହ୍ମାଣ୍ତ କେମନ୍ତେଜୀବ ପ୍ରଳୟ କେଉଁ ମତେ

  5. Couplet 5

    ଏହା କହିବା ହେଉ ହରିପୁଚ୍ଛଇ ବେନି ପାଦ ଧରି

  6. Couplet 6

    ଶୁଣ ଉଦ୍ଧବ ଯାହା ପୁଚ୍ଛିକହିବା ତହୁଁ ତୋତେ କିଛି

  7. Couplet 7

    ସପତ ପାତାଳେ ଯେ ଏଥିଏହା ପ୍ରଳୟେ କରେ ପୃଥ୍ୱୀ

  8. Couplet 8

    ପଶନ୍ତି ପୃଥ୍ୱୀ ଅଙ୍ଗେ ଯାଇପୃଥ୍ୱୀ ପ୍ରଳୟ ଅନ୍ତ ନାହିଁ

  9. Couplet 9

    ପୃଥ୍ୱୀକୁ ଆପ ପ୍ରଳେ କଲାଭୁଲୋକ ମଧ୍ୟରେ ପଶିଲା

  10. Couplet 10

    ତହୁଁ ଯେ ଥିଲେ ବେନି ଜନଆଦ୍ୟଦ୍ୱାରେ ସେ ଦ୍ୱାରୀ ପଣ

  11. Couplet 11

    ବିଷ୍ଣୁର ଆଦ୍ୟ ଦ୍ୱାରୀ ସେହିପୃଥ୍ୱୀ ଆପଙ୍କ ଫଳେ ତହିଁ

  12. Couplet 12

    ଚାରିବେଦରୁ ଚାରି ବାଇଚାରି ଅକ୍ଷର ଏହା କହି

  13. Couplet 13

    ପାଖୁଡ଼ା ଅକ୍ଷରେ ରହିଲାଅକ୍ଷୟ ବାୟୁ ହୋଇଗଲା

  14. Couplet 14

    ବାୟବୀ ଶକ୍ତି ତୀରେ ପଶିଶକ୍ତି ଗଣେଶ ଦେହେଁ ମିଶି

  15. Couplet 15

    ଗଣେଶ ଭୁବଲୋକେ ଗଲାପ୍ରଳୟ ସହି ନ ପାରିଲା

  16. Couplet 16

    ଭୁବଲୋକରେ ଦେବାଦେବୀଦ୍ୱିତୀୟ ଦ୍ୱାର ପାଳ ସେବି

  17. Couplet 17

    ଷଡ଼ ଅକ୍ଷର ଷଡ଼ ଦଳଷଡ଼ ପବନ ଯହିଁ ଠୁଳ

  18. Couplet 18

    କାମ କାମାକ୍ଷୀ ଯହିଁ ଦ୍ୱାରୀପାତାଳପୁର ଅଧିକାରୀ

  19. Couplet 19

    ଷଡ଼ ଅକ୍ଷର ପ୍ରଳୟାନ୍ତେଷଡ଼ ପବନ ଯେ ମିଳନ୍ତେ

  20. Couplet 20

    ଷଡ଼ ଅକ୍ଷର ପ୍ରଳେ ହୋଇକାମାକ୍ଷୀ ଅଙ୍ଗେ ପଶେ ଯାଇ

  21. Couplet 21

    କାମାକ୍ଷୀ ପ୍ରଳୟର କାଳେପଶଇ କାମ ଗର୍ଭସ୍ଥଳେ

  22. Couplet 22

    ଭୁବ ପୁଲୋକ ପ୍ରଳୟାନ୍ତେମିଶଇ ସୁରଙ୍କ ସଙ୍ଗତେ

  23. Couplet 23

    ସେ ଦ୍ୱାରେ ବେନିଜନ ଦ୍ୱାରୀଆପକୁ ପ୍ରଳେ ତେଜ କରି

  24. Couplet 24

    ତେଜି ଦଶ ଦଳ କମଳଦଶ ଅକ୍ଷର ଦଶ ଦଳ

  25. Couplet 25

    ଦଶ ପବନ ଯହିଁ ବସେତେଜ କମଳ ପରକାଶେ

  26. Couplet 26

    ଦଶ ଅକ୍ଷର ଦ୍ୱାରେ ହୋଇଅକ୍ଷର ପବନ ହୁଅଇ

  27. Couplet 27

    ପବନ ସାବିତ୍ରୀ ଶକ୍ତିରେପଶନ୍ତି ଯାଇ ପ୍ରଳୟରେ

  28. Couplet 28

    ସାବିତ୍ରୀ ପ୍ରଳୟରେ ଯାଇସେ ବ୍ରହ୍ମ ବ୍ରହ୍ମରେ ମିଶଇ

  29. Couplet 29

    ଅକ୍ଷର ଦଳ ଏ ପବନତେଜ ପବନେ ଦେବଗଣ

  30. Couplet 30

    ବ୍ରହ୍ମ ପ୍ରଳୟ ସେହୁ ଲୀଳାବାୟବ୍ୟ ମଣ୍ତଳେ ପଶିଲା

  31. Couplet 31

    ପୃଥିବୀ ଆପ ତେଜ ଘେନିବାୟବ୍ୟ ମଣ୍ତଳରେ ପୁଣି

  32. Couplet 32

    ଦ୍ୱାଦଶ ଦଳ ଜନଲୋକତହିଁର ଦ୍ୱାରେ ବେନି ଦେଖ

  33. Couplet 33

    ଦ୍ୱାଦଶ ଅକ୍ଷର ବସଇଦ୍ୱାଦଶ ପାଇଁ ପ୍ରଘଟଇ

  34. Couplet 34

    ଦଶ ଅକ୍ଷର ଦ୍ୱାରେ ହୁଏଅକ୍ଷର ହୁଏ ବାୟୁ ମୟେ

  35. Couplet 35

    ବାୟବ୍ୟ ଲକ୍ଷ୍ମୀ ସଙ୍ଗେ ମିଶିଲକ୍ଷ୍ମୀ ନାରାୟଣ ପ୍ରବେଶି

  36. Couplet 36

    ଓଁକାର ବାୟୁ ମୁଳେ ଛିଡେ଼ନିଷେଧ କିଳିଣିକି ଫେଡେ଼

  37. Couplet 37

    ସେ ମହା ନାରାୟଣ ଯାଇତପ ଲୋକରେ ମେଳ ହୋଇ

  38. Couplet 38

    ଆକାଶ ମଣ୍ତଳେ ପଶନ୍ତିସେ ଦ୍ୱାରେ ବେନି ଜନେଛନ୍ତି

  39. Couplet 39

    ଷୋଳ ଦଳରେ ଷୋଳକ୍ଷରଷୋଡ଼ଶ ପବନ ତାହାର

  40. Couplet 40

    ଶିବ ପାର୍ବତୀ ବେନିଜନପଶନ୍ତି କଣ୍ଠ ଦ୍ୱାର ସ୍ଥାନ

  41. Couplet 41

    ଷୋଳ ଅକ୍ଷର ଲୀନ ପାଇଅକ୍ଷର ବାୟୁରେ ସମ୍ଭାଇ

  42. Couplet 42

    ବାୟୁ ପାର୍ବତୀ ସଙ୍ଗେ ମିଶିପାର୍ବତୀ ସଙ୍ଗରେ ବିକାଶି

  43. Couplet 43

    ଶିବ ପ୍ରଳୟ ଆକାଶରେଶୁଣ କହିବା କିଛି ତୋରେ

  44. Couplet 44

    ଶିବ ଯେ ମହଲ୍ଲୋକେ ଗଲେମହଲ୍ଲୋକୁ ସତ୍ୟେ ଚଳିଲେ

  45. Couplet 45

    ସ୍ତ୍ୟଲୋକୁ ବ୍ରହ୍ମ ଲୋକରେଧୃବଲୋକ ବ୍ରହ୍ମ ମଣ୍ତଳେ

  46. Couplet 46

    ସମସ୍ତେ ପ୍ରଳୟର ରାଶିଜୀବ ସଙ୍ଗରେ ଯାଇ ମିଶି

  47. Couplet 47

    ହଂସ ପ୍ରଳୟ ଯାଇ ହୋଇକାଳ ପ୍ରକୃତି ପୁରୁଷ ହିଁ

  48. Couplet 48

    ହ-ଅ ଯେ ପରମ ଅଟଇସ-ଅ ଯେ ଜୀବକୁ ବୋଲାଇ

  49. Couplet 49

    କମଳ ମଣ୍ତଳ ପୁରୁଷଏ ତିନି ପ୍ରଳୟ ପ୍ରବେଶ

  50. Couplet 50

    ବେଦ ବଉଦ ପ୍ରଳେ ଗଲେଜୀବ ଅଙ୍ଗରେ ସେ ରହିଲେ

  51. Couplet 51

    ସେ ଜୀବ ମହତ ପୁରୁଷପଞ୍ଚତତ୍ତ୍ୱକୁ ଘେନି ପାଶ

  52. Couplet 52

    ଜୀବ ପ୍ରଳୟ ତ୍ରାସ ପାଇପରମ ଆତ୍ମାରେ ମିଶଇ

  53. Couplet 53

    ପରମ ଆତ୍ମା ସର୍ବ ଘେନିଭାସେ ପ୍ରଳୟ ଜଳେ ପ୍ରାଣୀ

  54. Couplet 54

    ପ୍ରଳୟ ଜଳରେ ଭାସଇସଲିଳ ବିମ୍ବ ପ୍ରାୟ ହୋଇ

  55. Couplet 55

    ହଂସ ସ୍ୱରୂପ ଜଳେ ଭାସେପ୍ରଳୟ ଅନ୍ତେ ସୃଷ୍ଟି ବସେ

  56. Couplet 56

    ସେ ହଂସ ସହସ୍ର ବରଷପ୍ରଳୟ ଜଳେ କରେ ବାସ

  57. Couplet 57

    ଆହାର ବିନୁ ଭ୍ରମୁଥାଇପ୍ରଳୟ ତାକୁ ନ ଧରଇ

  58. Couplet 58

    ପରମ ଆତ୍ମା ହଂସ ଦୀକ୍ଷାସୃଷ୍ଟି ଭିଆଣ କଲା ଇଚ୍ଛା

  59. Couplet 59

    ଡିମ୍ବେକ ପଡିଲା ଜଳରେପଞ୍ଚବର୍ଣ୍ଣ ସେ ଡିମ୍ବ ଧରେ

  60. Couplet 60

    ଡିମ୍ବ ତାପିଲା ପଞ୍ଚତତ୍ତ୍ୱେପାକ ହୋଇଲା ଡିମ୍ବ ଅନ୍ତେ

  61. Couplet 61

    ସେ ଡିମ୍ବ ବେନି ଫାଳ କଲାଫାଳକେ ପୃଥିବୀ ହୋଇଲା

  62. Couplet 62

    ଫାଳକେ ଆକାଶ ଅଟଇଭାସଇ ଜୀବ ପ୍ରାୟ ହୋଇ

  63. Couplet 63

    କ୍ଷୟ ନୋହିଲା ଯହୁଁ ଫାଳନାଭିରୁ ଜାତ ପଦ୍ମମୂଳ

  64. Couplet 64

    ସେ ଷଡ଼ ଅଷ୍ଟମୁଖେ ଗଲାସପତ ପାତାଳ ଭେଦିଲା

  65. Couplet 65

    ଉର୍ଦ୍ଧ୍ୱେ ସେ ଗଲା ନାଡେ଼ ବଢ଼ିପରେ ଊର୍ଦ୍ଧ୍ୱ ଲୋକେ ହାବୋଡ଼ି

  66. Couplet 66

    ସେ ନାଡ଼ୀ ମଧ୍ୟେ କଟିଭାଗତହିଁ ଛନ୍ତି ବାସୁକୀ ନାଗ

  67. Couplet 67

    ସେ ନାଗ ଲାଞ୍ଜେ ମେରୁ ଖଟିତା ଶିରେ ଫଣା ସହସ୍ରଟି

  68. Couplet 68

    ସହସ୍ର ଫଣାରେ ଧରଇତେବେ ବ୍ରହ୍ମାଣ୍ତ ଥୟ ହୋଇ

  69. Couplet 69

    ସେ ନାଗକୁଳଙ୍କ ଆଶ୍ରମଧଇଲା ଅତି ବଡ଼ କୂର୍ମ

  70. Couplet 70

    କୂର୍ମକୁ ମଣ୍ତୁକୀ ଧଇଲାଏମନ୍ତ ପୃଥ୍ୱୀଥୟ ହେଲା

  71. Couplet 71

    ତେବେ ସଞ୍ଚିଲା ମହୀଭାରମୁଁ ପ୍ରତିପାଳଇ ସଂସାର

  72. Couplet 72

    ଏମନ୍ତେ ତିନି ଦେବ ହୋଇପ୍ରଳୟ ଶିବ ଯେ କରଇ

  73. Couplet 73

    ମେରୁ ହୋଇଲା ପଦ୍ମମୂଳତହିଁ ବାନ୍ଧିଲା ଡିମ୍ବଫାଳ

  74. Couplet 74

    ବନ ପର୍ବତ ନଦୀ ତୀର୍ଥଫଳ ମୂଳ ଅନ୍ନ ଯାବତ

  75. Couplet 75

    ମନୁଷ୍ୟ ପକ୍ଷୀ ସର୍ପହୋଇଏ ସର୍ବ ସାଧ୍ୟ କଲେ ମହୀ

  76. Couplet 76

    ଶୁଣି ଉଦ୍ଧବ କୃତ୍ୟ କୃତ୍ୟମୁଁ ତୁମ୍ଭ ଜନ୍ମେ ଜନ୍ମେ ଭୃତ୍ୟ

  77. Couplet 77

    ତେଣୁ ଭକତି ବଶ ତୁହିଭାବ ନିକଟେ ଭାବଗ୍ରାହୀ

  78. Couplet 78

    ଏ ଦେହେ କର ଶିର ନେତ୍ରନାସା ବଦନ କର୍ଣ୍ଣପଥ

  79. Couplet 79

    ଆତ୍ମା ସହିତେ ଇନ୍ଦ୍ରି ପୁଣପାଞ୍ଚ ମନ ପ୍ରକୃତିଗଣ

  80. Couplet 80

    ଏ ସର୍ବ ତୋହର ସଞ୍ଚିତତୁମ୍ଭର କିଣା ଗୋପୀନାଥ

  81. Couplet 81

    ମୋହର ନାହିଁ ଏଥି ପଣଏ ସବୁ ତୋହର ଭିଆଣ

  82. Couplet 82

    ରଖ ନ ରଖ ତୋର ଇଚ୍ଛାମୋତେ କରିବ ତୁମେ ରକ୍ଷା

  83. Couplet 83

    କୃତାର୍ଥ କର ଭଗବାନକହିବ ଗୁପ୍ତ କଥାମାନ

  84. Couplet 84

    ଅଧଃ ଊର୍ଦ୍ଧ୍ୱ କାହାକୁ କହିଉତ୍ପତ୍ତି ପ୍ରଳୟ କେ ହୋଇ

  85. Couplet 85

    ତ୍ରିମାତ୍ରା ବୋଲି ଅବା କେହୁତ୍ରିମୁଖ କେବା ମହାବାହୁ

  86. Couplet 86

    ଜୀବ ପରମ କେ ଅଟଇଶିବ ଶକ୍ତି ବା କେ ବୋଲାଇ

  87. Couplet 87

    ଉତ୍ପତ୍ତି ପ୍ରଳୟର ଦ୍ୱାରକେ ଅଟେ ବ୍ରହ୍ମାଣ୍ତ ଠାକୁର

  88. Couplet 88

    ଶୁଣ ଉଦ୍ଧବ ତତ୍ତ୍ୱଜ୍ଞାନଯେଣୁ ଲଭିବୁ ମୋ ଚରଣ

  89. Couplet 89

    ଅଧଃ ଜୀବନ ନିରାକାରଊର୍ଦ୍ଧ୍ୱ ପରମ ସୂକ୍ଷ୍ମସାର

  90. Couplet 90

    ଉତ୍ପତ୍ତି ପ୍ରଳୟଟି ଭ୍ରାନ୍ତିତେଣୁ ଜନ୍ମଇ ଏ ପ୍ରକୃତି

  91. Couplet 91

    ଉଦେ ଅସ୍ତଟି ଚଇତନଚନ୍ଦ୍ରହିଁ ବୋଲେ ତାର ନାମ

  92. Couplet 92

    ଅକାର ଉକାର ମକାରତ୍ରିଶୁନ୍ୟ ଦେଖି ଆଜଘର

  93. Couplet 93

    ତ୍ରିବେଣୀ ଜୟ ମାତ୍ରା କହିତ୍ରିବେଣୀ ନାମେ ଧାର ବହି

  94. Couplet 94

    ଶ୍ରୁତି ଶବଦ ଶିବ ଶାନ୍ତିପ୍ରଳୟ ଦ୍ୱାର କାଳ ସ୍ତୁତି

  95. Couplet 95

    ସେ ନିରଞ୍ଜନ ନିରାକାରରଜ ବୀର୍ଯ୍ୟରୁ ସେ ବାହାର

  96. Couplet 96

    ଅକ୍ଷୟ ବୀଜ ତେଜ ବଳେଦୁଃଖ ସୁଖ ଏ ବେନି ଫଳେ

  97. Couplet 97

    ତ୍ରୟଧାତୁରେ ବୃକ୍ଷ ଟାଣଚତୁର ଶିରେ ବଳବାନ

  98. Couplet 98

    ଏ ପଞ୍ଚଡାଳେ ପଞ୍ଚଭୂତେବସନ୍ତି ଭୋଗ ରକ୍ଷା ଅର୍ଥେ

  99. Couplet 99

    ଷଢ଼ ଆତ୍ମାରେ ବୃକ୍ଷ ମୋଟଏ ଷଢ଼ରସ ରୂପୀ ଦୁଷ୍ଟ

  100. Couplet 100

    ଶ୍ରବଣେ ନିନ୍ଦାସ୍ତୁତି ଶୁଣେଏ ରସ ବୃକ୍ଷ ନିୟୋଜନେ

  101. Couplet 101

    ନୟନ ରୂପ ଅର୍ଥ ପାଇଁଅଶେଷ ମାର୍ଗେ ଭ୍ରମୁଥାଇ

  102. Couplet 102

    ନାସିକା ଗନ୍ଧ ଆମୋଦନଭ୍ରମଇ ନାନା ବାସସ୍ଥାନ

  103. Couplet 103

    କ୍ଷୁଧା ଅନଳ ଧରେ ପେଟେକୁବାକ୍ୟ ମୁଖେ ନିତ୍ୟ ରଟେ

  104. Couplet 104

    ଇନ୍ଦ୍ରି ଧରଇ ପୁଣି ବଳେଭ୍ରମଇ ମଇଥୁନ ଫଳେ

  105. Couplet 105

    ଏ ଷଡ଼ରସ ବୃକ୍ଷ ଧରେସମତ୍ୱ ତ୍ୱକ ବେଢ଼ିବାରେ

  106. Couplet 106

    ଚର୍ମ ଭିତରେ ଲୋମମୂଳେଲେପନ ରକ୍ତ ମାଂସ ଜଳେ

  107. Couplet 107

    ଶିରାସଙ୍କୁଳ ଅସ୍ଥି ଗଣ୍ଠିସପ୍ତ ବକଳ ବୃକ୍ଷ ଫୁଟି

  108. Couplet 108

    ଅଷ୍ଟ ମୁରତି ଘେନି ଡାଳେପୃଥିବୀ ପବନ ଅନଳେ

  109. Couplet 109

    ଆକାଶ ତେଜ ବୁଦ୍ଧି ଘେନିଅହଙ୍କାର ଏ ବୃକ୍ଷ ଜାଣି

  110. Couplet 110

    ନବ ଖଣ୍ତରେ ବୃକ୍ଷ ଶୋଭାଦଶଟି ଖେଦ ଯହିଁ ପ୍ରଭା

  111. Couplet 111

    ଏମନ୍ତ ଅଟେ ବୃକ୍ଷସ୍ଥାନବସନ୍ତି ବେନି ପକ୍ଷୀ ଶୂନ୍ୟ

  112. Couplet 112

    ଜୀବ ପରମ ବେନି ଅଂଶେବୃକ୍ଷ ଭେଦିଣ ପରକାଶେ

  113. Couplet 113

    ବୃକ୍ଷର ନାମଟି ଜୀବନଜୀବ ବିହୀନେ ବୃକ୍ଷ କ୍ଷୀଣ

  114. Couplet 114

    ଶ୍ୱେତ ଶରୀରେ ଶ୍ୱେତ ଜଳପରମ ନାମେ ଆଦିମୂଳ

  115. Couplet 115

    ନୀଳ ସ୍ୱରୂପେ କୃଷ୍ଣବର୍ଣ୍ଣଜୀବର ଏ ବର୍ଣ୍ଣ ଲକ୍ଷଣ

  116. Couplet 116

    ପରମ ବୋଲି ଯାକୁ କହିଜୀବହିଁ ସେହି ଯେ ଅଟଇ

  117. Couplet 117

    ଏକ ପାଖୁଡ଼ା ବେନିଖଣ୍ତଶଶୀକି ଅନ୍ତର ପ୍ରଚଣ୍ତ

  118. Couplet 118

    ତେଣୁ ଜୀବ ପରମ ଦୁଇକେହି କାହାକୁ ନ ଦେଖଇ

  119. Couplet 119

    ଶବଦ ମାତ୍ରକ ବାରଇଶବଦୁ ବେଦ ଉଦ୍ଗାରଇ

  120. Couplet 120

    ବେଦୁ ଶବଦ ଏ ବ୍ରହ୍ମାଣ୍ତପ୍ରଥିବୀ ନବଲକ୍ଷ ଖଣ୍ତ

  121. Couplet 121

    ଅଧିକୁଁ ଅଧିକ ଯେତେକଏମନ୍ତେ କହିବି କେତେକ

  122. Couplet 122

    ଶୁଣି ଉଦ୍ଧବ ଶାନ୍ତ ଚିତ୍ତେପ୍ରମାଣ କଲାକ ତୁରିତେ

  123. Couplet 123

    ଦ୍ୱାରକା କହିଲେ ଗୋବିନ୍ଦଶ୍ରୀମଦ୍ ଭାଗବତ ତେରସ୍କନ୍ଧ

  124. Couplet 124

    ବ୍ରହ୍ମାଣ୍ତ ମଧ୍ୟେ ମହାରସଦ୍ୱାରକା ଜଗନ୍ନାଥ ଦାସ

Odia Bhagabata skandha 13 adhyaya 2 | Parbani by ParibhaAsha App