Skandha 13
Adhyaya 1
Couplet 1
ନମଇଁ ପରମ ପୁରୁଷନୀଳ କନ୍ଦରେ ତୋର ବାସ
Couplet 2
ଯୋଗୀଜନ ରଞ୍ଜିବା ପାଇଁନିଶ୍ଚଳେ ବସିଛ ଗୋସାଇଁ
Couplet 3
ବ୍ରହ୍ମଜ୍ଞାନୀଙ୍କ ଗର୍ବ ଚୂରିତେଣୁ ବୋଲାଉ ବ୍ରହ୍ମଚାରୀ
Couplet 4
ଅଷ୍ଟାଙ୍ଗ ଯୋଗ ସାଧିବାରେନିଶ୍ଚଳ ଆତ୍ମା ଲୟଦ୍ୱାରେ
Couplet 5
ପଚିଶ ପ୍ରକୃତିକୁ ସାଧିପଞ୍ଚମନକୁ ହୃଦେ ରୁନ୍ଧି
Couplet 6
ପଞ୍ଚାଶ ପବନ ରୁନ୍ଧନେଇନ୍ଦ୍ରିୟ ରୋଧ ସମାପନେ
Couplet 7
ଷଡ଼ ଅରିକୁ ଜୟ କରିନିଶ୍ଚଳେ ଅନାହତେ ଭରି
Couplet 8
ନିଶ୍ଚିତ ଯୋଗରେ ଅଚଳନୟନ ଥାଇଁ ଅଚଞ୍ଚଳ
Couplet 9
ନାସିକା ଥାଉ ନାହିଁ ବାସଶ୍ରବଣ ନାହିଁ ଶ୍ରୋତ୍ର ବିଷ
Couplet 10
ବକତା ନାହିଁ ଅଧରରେଜପ ବିହିଲା ସେ ପ୍ରକାରେ
Couplet 11
କଟିରେ ହଜିଲା ଚରଣଇନ୍ଦ୍ର ଜପିଲା ଉଦରେଣ
Couplet 12
ଗୁହ୍ୟ ହଜିଲା ପାତାଳରେନଖ ଲୋମ ଯେ ହୃଦୟରେ
Couplet 13
ଜ୍ଞାନ ଅନଳେ ସର୍ବ ଦହିଷୁଧା ପିପାସା ଜଠେ ଦେଇ
Couplet 14
ଏଣୁ ସେ ବ୍ରହ୍ମ ଅବତାରଅଣଚାଶ ବାୟୁ ସାଧ୍ୟର
Couplet 15
ତୁମ୍ଭରେ ହୁଏ ଏହା ସାଧିଅନ୍ୟର କାହିଁ ଏତେ ବୁଦ୍ଧି
Couplet 16
ହର ବିରଞ୍ଚି ସୁନାସାରଅନଳ ଚନ୍ଦ୍ର ଦିବାକର
Couplet 17
କୁବେର ବରୁଣ ବାସୁକୀମେରୁ ମରୁତ ଇତ୍ୟାଦିକି
Couplet 18
ଏହାଙ୍କ ଶକ୍ତି ଏଡ଼େ କାହଁଏଡ଼େ ନିଶ୍ଚଳ ହେବା ପାଇଁ
Couplet 19
ଈଶ୍ୱର ଧରିବାର ଯୋଗନ ଛାଡ଼େ କାମ କ୍ରୋଧ ଲୋଭ
Couplet 20
ମୁନି ଯତି ଯେ ସାଧୁଛନ୍ତିଆହାର ନିଦ୍ରା ନ ଛାଡ଼ନ୍ତି
Couplet 21
ଆବର ଅଷ୍ଟଦିଗପାଳେଏ ପଶି ନ ପାରନ୍ତି ଢାଳେ
Couplet 22
ନର କିନ୍ନର ଭେଦ କାହିଁସୁର ଗନ୍ଧର୍ବେ ଭେଦ ନାହିଁ
Couplet 23
ଏଣୁ ନିଶ୍ଚୟ ଭଗବାନସର୍ବ ଦେବତା ମୋକ୍ଷପାନ
Couplet 24
ଉଦ୍ଧବ ଦିନେ ବଦ୍ରିକାରେପାଦୁକା ବଳେ ଧ୍ୟାନ କରେ
Couplet 25
ଦେଖି ତାହାର ଦୃଢ଼ ଧ୍ୟାନଆସି ମିଳିଲେ ଭଗବାନ
Couplet 26
ଉଦ୍ଧବ ପାଦେ ପଡ଼ିଶୋଇବୋଲଇ ନିସ୍ତରିଲି ମୁହିଁ
Couplet 27
କେବେ ଦର୍ଶନ ମନେ ଥିଲାଏବେ ନୟନ ଭାଗ୍ୟ କଲା
Couplet 28
ଯେତେ କହିଲ ଭାଗବତେଭ୍ରମି ହୋଇଲି ନାନାମତେ
Couplet 29
ନିଷ୍ଠା କହିବା ମୋତେ ହେଉଏ ଜୀବ ସଦଗତି ପାଉ
Couplet 30
ଉଦ୍ଧବ ଶୁଣ ସାବଧାନେଏ ଜୀବ ଥାଇ ସର୍ବସ୍ଥାନେ
Couplet 31
କେବଳ ଥାଇ ସାଧ୍ୟ ଭାବେଇନ୍ଦ୍ରିୟ ଦୁଃଖ ସୁଖ ଭାବେ
Couplet 32
ଏଣୁ ଲାଗଇ ଗୁଣ ଦୋଷଜୀବ ତ ନିର୍ଗୁଣ ପୁରୁଷ
Couplet 33
ନିର୍ମଳ ନିରଞ୍ଜନ ଏହିଏହାର କ୍ଷୟ ବୃଦ୍ଧି ନାହିଁ
Couplet 34
ଜନ୍ମ ମରଣ ଶୋକ ମୋହଦୁଃଖ ସୁଖାଦି ଏ ସଂଶୟ
Couplet 35
ନିଦ୍ରା ଆହାର ପବନରେକାମ କାର୍ପୂଣ୍ୟ ବିକାରରେ
Couplet 36
ପ୍ରକୃତି ପୁରୁଷ ନ ଛାଡ଼େଏବେ ନିଶ୍ଚିନ୍ତ ମାୟାଜଡ଼େ
Couplet 37
ଏ ସର୍ବ ସଭା ଉଦାସୀନଜୀବର ନାହିଁ ତା ଗ୍ରହଣ
Couplet 38
କାହୁଁ ଅଇଲା ତା ନ ଜାଣେଦେହକୁ ସତ୍ୟ କରି ମଣେ
Couplet 39
ଅନ୍ତେ ଯହିଁକି ଜୀବ ଯିବତାହା ନ ଜାଣେ ବ୍ରହ୍ମା ଶିବ
Couplet 40
କାହିଁରୁ ପୂର୍ବେ ଆସିଥିଲାଏବେ ସେ ହେତୁ ପାଶୋରିଲା
Couplet 41
ଆଦ୍ୟରେ ରହି ଥିଲା ଯହିଁଯହୁଁ ଅଇଲା ଦେହ ବହି
Couplet 42
ଦେହ ଉପେକ୍ଷି ଗଲା ପ୍ରାଣମଲାରୁ ପାସୋରିଲା ଜ୍ଞାନ
Couplet 43
ଏବେ ପାଇବ ତାହା କାହିଁଗୁରୁ ସେବିଲା ପୂର୍ବ ନାହିଁ
Couplet 44
ଯହୁଁ ସେ ଦେହ ଆସି ଥାଇଅନ୍ତେ ଯହିଁକି ଦେହ ଯାଇ
Couplet 45
ଯହିଁ ରହଇ ଯାଇ ପ୍ରାଣତାହାକୁ ଗୁରୁ କରି ଚିହ୍ନ
Couplet 46
ଯାହାକୁ ଭାବି ନିରନ୍ତରେସେବିଲେ ଅନ୍ତର ବାହାରେ
Couplet 47
ଯା ପାଇଁ ବ୍ରତ ତପଦାନଯଜ୍ଞେ ଦେବତା ଆରାଧନ
Couplet 48
ପ୍ରତିମା ଶିବ ଚଣ୍ତୀ ପୂଜିଜଳେ ବିଷ୍ଣୁଙ୍କ ନାମ ଭଜି
Couplet 49
ବେଦ ପଠନ ଯଜ୍ଞ ଦାନବିପୁଳ ଗୃହ ନାନା କର୍ମ
Couplet 50
ଇତ୍ୟାଦି ଶାଖା ନାନା ବିଧିଅତିଥି ସାଧୁଙ୍କୁ ଆରାଧି
Couplet 51
ଯାହାକୁ ଏତେ ଭାବେ ଧ୍ୟାୟିବାହାର ଭିତରେଟି ସେହି
Couplet 52
ନିକଟେ ଥାଇଣ ଅଦୃଶ୍ୟଯେଣୁ ନ ମେଣ୍ଟେ କର୍ମ୍ପାଶ
Couplet 53
ଏଣୁ ଜ୍ଞାନ ଚକ୍ଷୁ ନ ସ୍ଫୁରେତେଣୁ ନ ଦିଶେ ନିକଟରେ
Couplet 54
ଏଣୁ ଭ୍ରମଇ ନାନାମତେପୂଜଇ ନିତ୍ୟ ବୋଲି ମୋତେ
Couplet 55
ଯେ ମୋତେ ଯତ୍ନେ ଭୋଗଦେଇତାହାଠୁ ଦୂରେ ମୁହିଁ ରହି
Couplet 56
ଯେ ପୁଣି କରେ ହୋମଯଜ୍ଞତହୁଁ ମୁଁ ବହୁତ ଉଲଗ୍ନ
Couplet 57
କେ ଭଜେ ଜପ ଭଜନରେଷଡ଼ାର୍ଘ୍ୟ କବଚ ଅଙ୍ଗରେ
Couplet 58
କେ ଅଙ୍ଗନ୍ୟାସ କ୍ରମଶରେଧ୍ୟାନ କରଇ ଏକାନ୍ତରେ
Couplet 59
ପ୍ରତିମା ଦୃଷ୍ଟି ପଥେ ସ୍ଥାପିବିବିଧ ଗନ୍ଧଦ୍ରବ୍ୟ ଲେପି
Couplet 60
ବସନ ପରିଧାନ କରେବିବିଧ ଅଳଙ୍କାର ଭରେ
Couplet 61
ଅର୍ଚ୍ଚନା ବନ୍ଦନା ମାର୍ଜ୍ଜନାକେ ସ୍ତୁତି କରଇ ପ୍ରାର୍ଥନା
Couplet 62
ଏହାଠୁଁ ଦୂର ମୁଁ ଉଦ୍ଧବଏଥି ମୋହର ନାହିଁ ଭାବ
Couplet 63
ସେ ଶ୍ରଦ୍ଧା ପାଇଣ କରନ୍ତିମୋ ଭାବ ଜାଣି ନପାରନ୍ତି
Couplet 64
ଏଣେ ଅଖଣ୍ତ ମୟ ଜ୍ଞାନନ ଚିହ୍ନି ପୂଜୁଥାଇ ଅନ୍ୟ
Couplet 65
ତାହାକୁ ଦେଖୁଥାଇ ଅନ୍ୟେସେ ପୁଣି ପୂଜନ୍ତି ବିଧାନେ
Couplet 66
ଏକୁ ଅନେକ ଏହିମତେପୂଜନ୍ତି ସଂସାର ନିମନ୍ତେ
Couplet 67
ଏହି ପ୍ରକାରେ ସର୍ବଜନେକରନ୍ତି ବେଦର ବିଧାନେ
Couplet 68
ମୋତେ ପାଇବେ ସେହୁ କାହିଁପୂର୍ବ ଅର୍ଜିଲା ପୁଣ୍ୟ ନାହିଁ
Couplet 69
ମୁଁ ଆତ୍ମା ନିରଞ୍ଜନ ମୂଳଆଉ ସମସ୍ତ ଅଟେ ଡ଼ାଳ
Couplet 70
ଯେସନେ ବୀଜ କ୍ଷୁଦ୍ର ହୋଇତହୁଁ ସେ ବୃକ୍ଷ ପ୍ରକାଶଇ
Couplet 71
ତେମନ୍ତ ମୂଳ ମୁଁ ପ୍ରଧାନମୋତେ ନ ଚିହ୍ନେ ମୂଢ଼ଜନ
Couplet 72
ସମସ୍ତ ବେଦ ହୋଇ ବୃକ୍ଷେଫଳ ଫଳାନ୍ତେ ଅନ୍ତରୀକ୍ଷେ
Couplet 73
ସେ କର୍ମ ଫଳ ଅନୁସାରେଏମନ୍ତ ବିବିଧ ପ୍ରକାରେ
Couplet 74
ଏ ଆତ୍ମା ଏତେ କର୍ମେ ନାହିଁକର୍ମେ ଲୋଡ଼ିଲେ ପାଇ କାହିଁ
Couplet 75
ଏଣୁ ଅବିଦ୍ୟାରୁ ବାହାରଅନନ୍ତ ଅନାଦି ଈଶ୍ୱର
Couplet 76
ଅବ୍ୟକ୍ତ ଅନିତ୍ୟ ଯେ ସେହିଘର ବାହାରେ ପ୍ରକାଶଇ
Couplet 77
ଯହୁଁ ଆସଇ ତହିଁ ଲୀନନୁହଁଇ ବସ୍ତୁ ମହାଶୂନ୍ୟ
Couplet 78
ଘଟେ ଚେତନା ସ୍ଥାନ ସେହିବିକୁଣ୍ଠା ନାମ ତାର କହି
Couplet 79
ଏଣୁ ମୁଁ ବିକୁଣ୍ଠା କୁମରତେଣୁ ବୈକୁଣ୍ଠ ନାମ ମୋର
Couplet 80
ଏ ଦେହ ଅନ୍ତେ ମୁହିଁ ଯିବିବିକୁଣ୍ଠା ବ୍ରହ୍ମରେ ମିଶିବି
Couplet 81
ଚତୁର୍ଦ୍ଦଶ ପ୍ରଳୟ ଯେବେପଶନ୍ତି ବିରାଟର ଗର୍ଭେ
Couplet 82
ବିରାଟ ପ୍ରଳୟର କାଳେପଶଇ ମୋର ନାଭିମୂଳେ
Couplet 83
ସକଳ ପ୍ରଳୟରେ ଯାଇମୁହିଁ କେବଳ ମାତ୍ର ଥାଇ
Couplet 84
ମୁହିଁ ପ୍ରଳୟ ମୋର ସୁଖେମିଶଇ ବ୍ରହ୍ମର ଅଲେଖେ
Couplet 85
ପୁଣି ଆପଣା ସୁଖେ ଆସିବ୍ରହ୍ମର ତଳେ ମୁହିଁ ଖସି
Couplet 86
ମୋ ନାଭି କମଳୁ କମଳଜନ୍ମିଲା ଅତ୍ୟନ୍ତ କୋମଳ
Couplet 87
ସେ ନାଭୁଁ ବିରାଟ ବାହାରବ୍ରହ୍ମଟି ପଞ୍ଚମ ପ୍ରକାର
Couplet 88
ତେଣୁ ଅଶେଷ କରେ ଜାତଉତ୍ପତ୍ତି ପ୍ରଳୟ ମୋସ୍ଥିତ
Couplet 89
ତୁ ଏବେ ସର୍ବ କର୍ମ ଏଡ଼ିପରମ ବ୍ରହ୍ମଜ୍ଞାନେ ବୁଡ଼ି
Couplet 90
ପାରିଲେ ଏହି ଜ୍ଞାନ ସାଧସଂସାର ମାର୍ଗୁ ଛାଡ଼ି ସଧ
Couplet 91
ଏ ଜ୍ଞାନ ସର୍ବଶାସ୍ତ୍ରେ ସାକ୍ଷୀବେଦ ବେଦାନ୍ତରେ ୟା ଲେଖି
Couplet 92
ଏହୁ ଉତ୍ପତ୍ତି ହେଉଥାଇପ୍ରଳୟେ ତହିଁରେ ମିଶଇ
Couplet 93
ମନ ବଚନୁ ଅଗୋଚରଚିତ୍ତ ଚୈତନ୍ୟରୁ ବାହାର
Couplet 94
ଉତ୍ପତ୍ତି ସ୍ଥିତି ଲୟକର୍ତ୍ତାସକଳ ଦେବଙ୍କ ଦେବତା
Couplet 95
ପାଦ ପାଣି ମସ୍ତକ ଯହିଁଚାହିଁଲେ ଠୁଳ ପ୍ରକାଶଇ
Couplet 96
ଅକ୍ଷୟ ଭାବେ ଏ ମୁରାରୀଅନନ୍ତ ନାମ ଏଥି ଧରି
Couplet 97
କେତେହେଁ ଜାତ କେତେ ଲୀନକେ ତାହା କରିବ ବଖାଣ
Couplet 98
ଯେସନେ ବରଷଇ ପାଣିକେତେ ବରଷେ କେବା ଜାଣି
Couplet 99
ଜନ୍ମ ଏମନ୍ତ କେତେ ହୋଇକେ ଜାଣିପାରେ ଅନ୍ତ ନାହିଁ
Couplet 100
ସିନ୍ଧୁରେ କେତେ ନଦୀ ମିଶିତାହା କେ କହିବ ପ୍ରକାଶି
Couplet 101
ଏମନ୍ତେ କେତେ ହେଁ ପ୍ରଳୟକେ ତାହା କହିବ ନିର୍ଣ୍ଣୟ
Couplet 102
ପ୍ରଥମସ୍କନ୍ଧେ ଅଛି ରହିଦ୍ୱିତୀୟସ୍କନ୍ଧେ ହୁଏ ଏହି
Couplet 103
ତୃତୀୟସ୍ମନ୍ଧେ ଯା ବଖାଣିଚତୁର୍ଥସ୍କନ୍ଧେ ପରିମାଣି
Couplet 104
ପଞ୍ଚମସ୍କନ୍ଧେ ଯାହା ତୋତେକହିଲୁ ଷଷ୍ଠସ୍କନ୍ଧ ମତେ
Couplet 105
ସପ୍ତମସ୍କନ୍ଧେ ଜ୍ଞାନ କହିଅଷ୍ଟମସ୍କନ୍ଧେ ବୁଝ ତୁହି
Couplet 106
ନବମସ୍କନ୍ଧେ ଦେଲି ଦୀକ୍ଷାଦଶମସ୍କନ୍ଧେ ପ୍ରେମ ଶିକ୍ଷା
Couplet 107
ଏକାଦଶରେ ଜ୍ଞାନ କହିଦ୍ୱାଦଶସ୍କନ୍ଧେ ଆଚରଇ
Couplet 108
ତୋର ଅବୋଧ ଦେଖି ମନତେଣୁ ମୁଁ ଦେଲି ଦରଶନ
Couplet 109
ଏବେ ତୁ ପୂଜା ଧ୍ୟାନ ଛାଡ଼ଏକାନ୍ତ ବ୍ରହ୍ମ ସୁଖେ ଜଡ଼
Couplet 110
ଏ ବ୍ରହ୍ମ ପ୍ରେମ ତରଙ୍ଗିଣୀଭବସାଗରୁ ତରେ ପ୍ରାଣୀ
Couplet 111
ଏକାନ୍ତେ ରହି ଆତ୍ମଭାବେବୋଧି ଉଦ୍ଧବ ଜ୍ଞାନଯୋଗେ
Couplet 112
ଅନ୍ତରେ ହୋଇଣ ନିର୍ମଳହସି କହିଲେ ଆଦିମୂଳ
Couplet 113
ଦ୍ୱାରକା ଜଗନ୍ନାଥ ଦାସଆନନ୍ଦେ କଲେ ପରକାଶ
Couplet 114
ତ୍ରୟୋଦଶସ୍କନ୍ଧେ ଏ ରସସୁଜନେ ଶୁଣ ହୋଇ ତୋଷ