Skandha 12
Adhyaya 13
Couplet 1
ସୂତ କହନ୍ତି ତୋଷମନେଶୌନକ ଆଦି ମୁନିଜନେ
Couplet 2
ବ୍ରହ୍ମା ବରୁଣ ଇନ୍ଦ୍ର ଶିବମରୁତ ଆଦି ଯେତେ ଦେବ
Couplet 3
ଦିବ୍ୟ ଯେ ସ୍ତୁତିମାନଙ୍କରେସ୍ତୁତି କରନ୍ତି ଭାବଭରେ
Couplet 4
ଅଙ୍ଗ ଉପାଙ୍ଗ ପଦକ୍ରମଉପନିଷଦ ସମେତେଣ
Couplet 5
ସାମଗାୟନେ ବିପ୍ରଜନେମହିମା ଗାବନ୍ତି ବଦନେ
Couplet 6
ଧ୍ୟାନରେ ତଦଗତ ହୋଇପରମଯୋଗୀ ଯାହା ଧ୍ୟାୟି
Couplet 7
ଆତ୍ମା ସ୍ୱରୂପେ ଦେଖୁଛନ୍ତିଯା ଅନ୍ତ କେହି ନ ଜାଣନ୍ତି
Couplet 8
ସେ ବ୍ରହ୍ମସ୍ୱରୂପ ଈଶ୍ୱରତାହାଙ୍କୁ ମୋର ନମସ୍କାର
Couplet 9
କ୍ଷୀରସମୁଦ୍ର ମନ୍ଥନରେପୃଷ୍ଠେ ମନ୍ଦର ଗିରିବରେ
Couplet 10
ଭ୍ରମିଲା ଦଧିଦଣ୍ଡ ପ୍ରାୟେସମୁଦ୍ର ମନ୍ଥନ ସମୟେ
Couplet 11
ଦେବବରଷେ ଅନୁଦିନସହସ୍ରେ ବରଷ ମନ୍ଥନ
Couplet 12
କଣ୍ଡୁ ଯେ କୂର୍ମପୃଷ୍ଠେ ଥିଲାଘର୍ଷଣେ ସୁଖ ଜନମିଲା
Couplet 13
ନିଦ୍ରା ଉପୁଜେ ସୁଖଭରେସେ ନିଦୁଁ ପବନ ସଞ୍ଚରେ
Couplet 14
ଘୋର ନିଃଶ୍ୱାସ ଗତାଗତେସେ ବିଶ୍ୱବାୟୁ ମହାଭୂତେ
Couplet 15
ସେ ସର୍ବଜୀବ ରକ୍ଷା ହେତୁଯାରେ ବଞ୍ଚନ୍ତି ସର୍ବଜନ୍ତୁ
Couplet 16
ଯାର ନିଃଶ୍ୱାସ ପ୍ରକ୍ଷେପଣବାଜି ସମୁଦ୍ର କମ୍ପମାନ
Couplet 17
ସେ ଜଳେ ଲହରୀ ଉଦ୍ଗତଏବେ ହେଁ ନୋହିଁଛି ନିବର୍ତ୍ତ
Couplet 18
ଅନ୍ୟୋନ୍ୟେ ତଟେ ପ୍ରକ୍ଷେପଇସେ କୂର୍ମରୂପୀ ବିଶ୍ୱଦେହୀ
Couplet 19
ତାଙ୍କୁ ମୋହର ନମସ୍କାରସେ ଦେବଦେବଙ୍କ ଈଶ୍ୱର
Couplet 20
ପୁରାଣମାନଙ୍କୁ ନିର୍ଣ୍ଣୟଯେ ସଂଖ୍ୟା ତହିଁର ବିଷୟ
Couplet 21
ଏହା ଶୁଣିଲେ ଯେତେ ଫଳପୁରାଣଦାନର ସୁଫଳ
Couplet 22
ପୁରାଣ ଅଷ୍ଟାଦଶ ସାରଚାରିଲକ୍ଷରେ ସେ ବିସ୍ତାର
Couplet 23
ସହସ୍ର ସଂଖ୍ୟାରେ ପ୍ରମାଣଅପରେ ଶତାଧିକ ପୁଣ
Couplet 24
ବ୍ରହ୍ମପୁରାଣ ଦଶସସ୍ରପଦ୍ମ ଅଣଷାଠି ସହସ୍ର
Couplet 25
ଆବର ପୁଣି ପାଞ୍ଚଶତଏହି ପୁରାଣ ସଂଖ୍ୟା ଖ୍ୟାତ
Couplet 26
ଶ୍ରୀବିଷ୍ଣୁ ବୈଷ୍ଣବପୁରାଣତ୍ରିବିଂଶ ସହସ୍ରେ ନିର୍ମାଣ
Couplet 27
ଚବିଶ ସହସ୍ରେ ବିଦିତଶିବପୁରାଣ ସଂଖ୍ୟା ମତ
Couplet 28
ନାରଦ ପୁରାଣ ବ୍ୟାଖ୍ୟାନପଚିଶ ସହସ୍ର ଗ୍ରନ୍ଥେଣ
Couplet 29
ମାରକଣ୍ଡେୟ ଯେ ପୁରାଣନବସସ୍ର ଗ୍ରନ୍ଥେ ନିର୍ମାଣ
Couplet 30
ଆଗ୍ନେୟ ପୁରାଣର ଶେଷପନ୍ଦରସହସ୍ର ଚାରିଶ
Couplet 31
ପୁରାଣ ନାମ ଯେ ଭବିଷ୍ୟଚଉଦସହସ୍ର ପାଞ୍ଚଶ
Couplet 32
ବ୍ରହ୍ମବୈବର୍ତ୍ତ ଯେ ପୁରାଣଅଠରସହସ୍ର ଗ୍ରନ୍ଥେଣ
Couplet 33
ଲିଙ୍ଗ ପୁରାଣର ବିସ୍ତାରଏଗାରସହସ୍ର ଯେ ସାର
Couplet 34
ବରାହପୁରାଣ ଯେ କହିଚତୁର୍ବିଂଶସହସ୍ର ହୋଇ
Couplet 35
ସ୍କନ୍ଧପୁରାଣର ବିସ୍ତାରଏକାଶୀସସ୍ର ଗ୍ରନ୍ଥ ସାର
Couplet 36
ଶତେକ ଅଧିକ ଅପରବାମନ ଯେ ଦଶସସ୍ରର
Couplet 37
ଯେ କୁର୍ମପୁରାଣ ବଖାଣସପତଦଶସହସ୍ରେଣ
Couplet 38
ମତ୍ସ୍ୟପୁରାଣର ବିଧାନଚଉଦସହସ୍ର ଗ୍ରନ୍ଥେଣ
Couplet 39
ଗରୁଡପୁରାଣ ଯେ ପୁଣିଉନବିଂଶସହସ୍ରେ ଜାଣି
Couplet 40
ବ୍ରହ୍ମାଣ୍ଡପୁରାଣର ଶେଷଦ୍ୱାଦଶସହସ୍ରେ ପ୍ରକାଶ
Couplet 41
ଏ ଭାବେ ଅଷ୍ଟାଦଶେ ସାରଶ୍ରୀଭାଗବତ ନାମ ଯାର
Couplet 42
ଏ ସର୍ବପୁରାଣ ଅଧିପଏଟି ପ୍ରତ୍ୟେକ୍ଷ ବିଷ୍ଣୁରୂପ
Couplet 43
ସର୍ବୋପରି ବିରାଜମାନଶୁକ ପରୀକ୍ଷ ସମ୍ବାଦେଣ
Couplet 44
ଅଠରସହସ୍ର ଯେ ଗ୍ରନ୍ଥଶ୍ରୀବାସୁଦେବଙ୍କ ଚରିତ
Couplet 45
ଏହୁ ପୁରାଣରେ ବଖାଣଶ୍ରୀବିଷ୍ଣୁ ମହିମା ବର୍ଣ୍ଣନ
Couplet 46
ଏହୁ ପୁରାଣର ଉଦ୍ଦେଶ୍ୟଯେ ରୂପେ ହୋଇଲା ପ୍ରକାଶ
Couplet 47
ବିଷ୍ଣୁର ନାଭିପଦ୍ମଗତବ୍ରହ୍ମା ଯେ ହୋଇଲେ ସମ୍ଭୂତ
Couplet 48
ବିଷ୍ଣୁ ତାହାଙ୍କୁ ଶିକ୍ଷା ଦେଲେସେ ପୁଣି ନାରଦେ କହିଲେ
Couplet 49
ନାରଦ ତହୁଁ ବ୍ୟାସ ପାଇସେ ବ୍ୟାସ ଶୁକଦେବ କହି
Couplet 50
ଶୁକଦେବଙ୍କ ତହୁଁ ପୁଣମୋ ପିତା ଲୋମହରଷଣ
Couplet 51
ସୂତ ପୌରାଣିକ ତା ନାମଜାଣେ ପୁରାଣ ତତ୍ତ୍ୱଜ୍ଞାନ
Couplet 52
ତୁମ୍ଭ ସମ୍ମୁଖେ ସେ ବ୍ୟାଖ୍ୟାନଥୋକାଏ କରିଥିଲେ ପୁଣ
Couplet 53
ତାଙ୍କୁ ବଳଦେବ ନାଶିଲେମୋତେ ସେ ଅଧିକାର ଦେଲେ
Couplet 54
ଏ ଭାଗବତ ଗ୍ରନ୍ଥସାରମୋ ଶିକ୍ଷା ପୂର୍ବେ ତାଙ୍କଠାର
Couplet 55
କହିଲି ତୁମ୍ଭର ଛାମୁରେଯା ମୋତେ ଅନୁଭବ ସ୍ପୁରେ
Couplet 56
ଶ୍ରୀଭାଗବତ ଯେ ପୁରାଣଶ୍ରୀକୃଷ୍ଣ ଚରିତ ବଖାଣ
Couplet 57
ଶ୍ରବଣେ ପ୍ରାଣୀଙ୍କ ନିସ୍ତାରଅଶେଷ ଲୀଳାମୃତ ସାର
Couplet 58
ଏ କଥାର୍ଣ୍ଣବେ ପରିପୂର୍ଣ୍ଣବେଦବେଦାନ୍ତ ସାରମର୍ମ
Couplet 59
ସକଳଶାସ୍ତ୍ର ଯେ ପୁରାଣଅର୍ଥମାନରେ ପରିପୂର୍ଣ୍ଣ
Couplet 60
କେବଳ ଏହି ମୋକ୍ଷଦାତାଅଦ୍ୱୈତ ବ୍ରହ୍ମରୂପ ଗାଥା
Couplet 61
ଏ ଯେ ପୁରାଣ ଭାଗବତବିଷ୍ଣୁର ମହିମା ବର୍ଣ୍ଣିତ
Couplet 62
ଏହା ଈଶ୍ୱରଭାବେ ମଣିଆଦ୍ୟରେ ସେବିବ ଯେ ପ୍ରାଣୀ
Couplet 63
ଭାଦ୍ରବ ପୂର୍ଣ୍ଣିମା ଦିନରେସୁବର୍ଣ୍ଣ ସିଂହାସନପରେ
Couplet 64
ପୁସ୍ତକମାନ ବସାଇଣପୂଜା ବିଷ୍ଣୁପ୍ରୀତି ଭାବେଣ
Couplet 65
ବିପ୍ର ବୈଷ୍ଣବେ ଦେବ ଦାନଯେ ଧର୍ମଶୀଳ ସୁଜ୍ଞଜନ
Couplet 66
ଦକ୍ଷିଣା ଯଥାଭାବେ ଦେବବେଦ ବଚନେ ଉତ୍ସର୍ଗିବ
Couplet 67
ଅନ୍ତେ ପରମଗତି ପାଇବୈକୁଣ୍ଠଭୁବନେ ଗମଇ
Couplet 68
ସାଯୁଜ୍ୟ ମୁକ୍ତି ସେ ଲଭଇବିଷ୍ଣୁ ଦେହରେ ଲୀନ ହୋଇ
Couplet 69
ଏଣୁ ଯେ ସାଧୁଙ୍କ ସଭାରେଅନ୍ୟ ପୁରାଣ ଯେ ପ୍ରଚରେ
Couplet 70
ସେ ସାଧୁସଭା ଶୋଭା କାହିଁଯାବତ ଭାଗବତ ନାହିଁ
Couplet 71
ଚନ୍ଦ୍ର ବିହୀନ ଜ୍ୟୋତିଗଣଅନ୍ଧାର କେ ନାଶିବ ପୁଣ
Couplet 72
ସହସ୍ର ସଂଖ୍ୟା ବିରାଜନ୍ତିଚନ୍ଦ୍ର ବିହୀନେ ନ ଶୋଭନ୍ତି
Couplet 73
ସକଳ ବେଦାନ୍ତର ସାରଶ୍ରୀଭାଗବତରେ ବିସ୍ତାର
Couplet 74
ସେ ରସକଥା ଅମୃତରେତୃପତ ହୁଅନ୍ତି ସଂସାରେ
Couplet 75
ଯେ ଅନ୍ୟ ପୁରାଣ ପ୍ରକାଶନ କରନ୍ତି ମନ ସନ୍ତୋଷ
Couplet 76
ଯେହ୍ନେ ସରିତେ ପୁଣ୍ୟବନ୍ତଜାହ୍ନବୀ ଜଳେ ସୁପୂଜିତ
Couplet 77
ଦେବତା ମଧ୍ୟେ ବାସୁଦେବବୈଷ୍ଣବେ ଶ୍ରେଷ୍ଠ ମହାଦେବ
Couplet 78
ସକଳ କ୍ଷେତ୍ରମଧ୍ୟେ ବରଯେସନେ କାଶୀକ୍ଷେତ୍ର ସାର
Couplet 79
ପୁରାଣମାନଙ୍କରେ ଶ୍ରେଷ୍ଠଶ୍ରୀଭାଗବତ ଯେ ବିଶିଷ୍ଟ
Couplet 80
ଶ୍ରୀଭାଗବତ ଯେ ପୁରାଣସାକ୍ଷାତେ ବିଷ୍ଣୁର ନିର୍ମାଣ
Couplet 81
ସମଗ୍ର ବଇଷ୍ଣବପ୍ରିୟପରମହଂସର ନିର୍ଣ୍ଣୟ
Couplet 82
ନିର୍ମଳ ଧର୍ମ ଜ୍ଞାନ ଭାବଭକ୍ତି ବୈରାଗ୍ୟ ମୁକ୍ତିବର୍ଗ
Couplet 83
ଏ ଆଦି ଯହିଁରେ ପ୍ରକାଶନିର୍ଗୁଣ ଗାୟନ ଅଭ୍ୟାସ
Couplet 84
ପଢନ୍ତି ଶୁଣନ୍ତି ଯେ ପ୍ରାଣୀକର୍ମବନ୍ଧନୁଁ ମୋକ୍ଷ ପୁଣି
Couplet 85
ଜନ୍ମ-ମରଣାଦି ନୋହଇନିରାକାରରେ ଲୀନ ହୋଇ
Couplet 86
ଏ ଜ୍ଞାନ-ପ୍ରଦୀପ-ପୁରାଣବ୍ରହ୍ମାରେ ଦେଲେ ନାରାୟଣ
Couplet 87
ବ୍ରହ୍ମା ନାରଦଙ୍କୁ କହିଲେନାରଦ ବ୍ୟାସେ ପୁଣ ଦେଲେ
Couplet 88
ସେ ବ୍ୟାସ ଶୁକଦେବେ କହିଶୁକ ଯେ ପରୀକ୍ଷେ ବୁଝାଇ
Couplet 89
ସେଠାରୁ ଜଗତେ ବିଖ୍ୟାତନାମ ଯେ ଶିରୀଭାଗବତ
Couplet 90
ଏବଂଭୂତ ଯେ ଶୁକଦେବତା ପାଦେ ଧ୍ୟାନ ମୋ ରହିବ
Couplet 91
ବ୍ରହ୍ମା ବରୁଣ ଇନ୍ଦ୍ରଦେବଦିବ୍ୟ ସ୍ତୁତିରେ ସ୍ତୁତିଭାବ
Couplet 92
ଅଙ୍ଗ ଉପାଙ୍ଗ ପଦକ୍ରମଜଟା ଉପନିଷଦ ବ୍ରହ୍ମ
Couplet 93
ସମେତ କରି ସାମବେଦଗାୟନ କରି ବ୍ରହ୍ମାପଦ
Couplet 94
ସାମଗାୟନ ବିପ୍ରଜନେମହିମା ଗାୟନ ବଦନେ
Couplet 95
ଧ୍ୟାନରେ ତଦଗତ ହୋଇପରମଯୋଗୀ ଯାହା ଧ୍ୟାୟି
Couplet 96
ଆତ୍ମା ସ୍ୱରୂପେ ଦେଖୁଛନ୍ତିଯା ଅନ୍ତ କେହି ନ ଜାଣନ୍ତି
Couplet 97
ସେ ବ୍ରହ୍ମରୂପୀ ଯେ ଈଶ୍ୱରତାହାଙ୍କୁ ମୋର ନମସ୍କାର
Couplet 98
ସେ ଭାଗବତ ବାସୁଦେବସର୍ବ ଆତ୍ମାସ୍ୱରୂପୀ ଜୀବ
Couplet 99
ସେ ପାପପୁଣ୍ୟରେ ସାକ୍ଷିଣତା ପାଦେ ପଶିଲି ଶରଣ
Couplet 100
ମୋକ୍ଷ ନିମନ୍ତେ ବ୍ରହ୍ମ କହେଶ୍ରୀଭାଗବତ ଅନୁଗ୍ରହେ
Couplet 101
ଯେ ଯୋଗୀଇନ୍ଦ୍ର ଶୁକଦେବତାଙ୍କ ଚରଣେ ନିତ୍ୟ ଭାବ
Couplet 102
ସେ ବ୍ରହ୍ମରୂପୀ ଯେ ଅଟନ୍ତିସଂସାର ହିତ ମନେ ଚିନ୍ତି
Couplet 103
ବିଷ୍ଣୁଭକତ ପରୀକ୍ଷିତତାଙ୍କୁ ସଂସାରୁ କଲେ ମୁକ୍ତ
Couplet 104
ସେ ମୁନି ପାଦଯୁଗେ ମୁହିଁଭକତିଭାବେ ପ୍ରଣମଇଁ
Couplet 105
ଶ୍ରୀଭାଗବତ ଯେ ପୁରାଣଦ୍ୱାଦଶସ୍କନ୍ଧରେ ସମ୍ପୂର୍ଣ୍ଣ
Couplet 106
ଦ୍ୱାଦଶସ୍କନ୍ଧ ତ୍ରୟୋଦଶଅଧ୍ୟାରେ କହିଲୁ ବିଶେଷ
Couplet 107
ସୂତ କହନ୍ତି ତୋଷମନେଶୁଣ ଶୌନକ ମୁନିଜନେ
Couplet 108
କହିଲୁ ସର୍ବଶାସ୍ତ୍ର ସାରତା ଶୁଣି ସଂସାରୁ ନିସ୍ତର
Couplet 109
ଜ୍ଞାନେ ଅଜ୍ଞାନେ ଯେ ଶୁଣନ୍ତିଶ୍ରଦ୍ଧା ଅଶ୍ରଦ୍ଧାରେ ଗୁଣନ୍ତି
Couplet 110
ସେ ସର୍ବଦୁଃଖ ପରିହରେସମିଧ ଯେହ୍ନେ ବୈଶ୍ୱାନରେ
Couplet 111
ସ୍ପରଶେ କରଇ ଦହନସାର ଅସାର ଭସ୍ମମାନ
Couplet 112
ଏମନ୍ତ କୃଷ୍ଣର ଚରିତବ୍ରହ୍ମଚଣ୍ଡାଳ ଏକମତ
Couplet 113
ଏ ଭାଗବତ ଗ୍ରନ୍ଥ ଯେବେଦୃଢେ ଶୁଣିବ ପ୍ରିୟଭାବେ
Couplet 114
ରାତ୍ର ଦିବସ ମଧ୍ୟଗତେଶ୍ରବଣ ପଠନ ନିରତେ
Couplet 115
ସକଳ ଚେଷ୍ଟା ପରିହରିସାଧୁସଙ୍ଗତେ ଚିତ୍ତ ଧରି
Couplet 116
ସାଧୁଙ୍କ ମୁଖାମୃତ ବାଣୀସାଦରେ ଯେବା ଶୁଣେ ପ୍ରାଣୀ
Couplet 117
ସେ ଭବବ୍ୟାଧି ବିନାଶନ୍ତିଆରୋଗ୍ୟେ ସୁଖେ ବିହରନ୍ତି
Couplet 118
ଶୁଣ ଶୌନକ ମୁନିଜନେଆନନ୍ଦେ ସୂତ ମୁନିଗଣେ
Couplet 119
ପ୍ରଶଂସା କରି ଜଣେ ଜଣେସୂତଙ୍କୁ କୋଳ ସମ୍ଭାଷଣେ
Couplet 120
ହେ ସୂତ ଧନ୍ୟ ତୋ ମହିମାକେ କହିପାରେ ଗୁଣସୀମା
Couplet 121
ଏ ଯେ ପୁରାଣ ଭାଗବତତୁମ୍ଭର ମୁଖରୁ ଗଳିତ
Couplet 122
ଶୁଣି କୃତାର୍ଥ ଆମ୍ଭେ ହେଲୁସଂସାର ଚକ୍ରୁ ନିସ୍ତରିଲୁ
Couplet 123
ଏମନ୍ତ କହି ଶୌନକାଦିସୂତଙ୍କୁ ବିନୟେ ପ୍ରବୋଧି
Couplet 124
ନିଶ୍ଚଳଚିତ୍ତେ ସେ ରହିଲେହରିଚରଣେ ଆଶ୍ରେ କଲେ
Couplet 125
କହଇ ବିପ୍ର ଜଗନ୍ନାଥଧର୍ମ ପ୍ରତିପାଳନ ଅର୍ଥ
Couplet 126
ଦ୍ୱାଦଶସ୍କନ୍ଧ ଭାଗବତଶୁଣିଲେ ହରଇ ଦୁରିତ
Couplet 127
ବଦନେ ସକୃତ ଉଚ୍ଚାରେସେ କୃଷ୍ଣଲାଞ୍ଛନେ ବିହରେ
Couplet 128
କେବେହେଁ ସଂସାରେ ନ ପଡେଏ ଅନୁକ୍ରମେ ମାୟା ଛିଡେ
Couplet 129
ନାମର ମହିମା ଏମନ୍ତଅଜ୍ଞାନେ ନ ଜାଣେ ଜଗତ
Couplet 130
ଶୁଣ ସୁଜନେ ତୋଷମନେଏ ଭାଗବତ ଅନୁଦିନେ
Couplet 131
ବିଷ୍ଣୁ ପୂର୍ବବାଣୀ ନିମିତ୍ତେଧର୍ମ ପରିପାଳନ ଅର୍ଥେ
Couplet 132
ସମ୍ଭବ ଯୁଗେ ଯୁଗେ ହୋଇଧର୍ମ ପ୍ରବର୍ତ୍ତେ ଶିକ୍ଷା ଦେଇ
Couplet 133
ବିଷ୍ଣୁଅଂଶକୁ ପ୍ରାଣୀ ବହିସାଧୁ ବୈଷ୍ଣବ ବିଷ୍ଣୁଦେହୀ
Couplet 134
ଶ୍ରୀଧର ନାମେ ବିପ୍ରବରକଳିଯୁଗରେ ଜନ୍ମ ତାର
Couplet 135
ସେ ବିପ୍ର ଅତି ବିଚକ୍ଷଣସଂସ୍କାର ଟୀକାରେ ନିପୁଣ
Couplet 136
ଶ୍ରୀଭାଗବତ ଏ ପୁରାଣଅଠରସହସ୍ର ଶ୍ଳୋକେଣ
Couplet 137
ତା ଟୀକା ଚଉବିଂଶସସ୍ରକରଇ ଶ୍ରୀଧର ପ୍ରକାଶ
Couplet 138
ବିପ୍ରକୁଳରେ ଜନ୍ମ ହୋଇସେ ଜଗନ୍ନାଥ ନାମ ବହି
Couplet 139
ପ୍ରାକୃତବନ୍ଧେ ଭାଗବତକହିଲେ ସନ୍ଥଜନ ହିତ
Couplet 140
ସୁଜନେ ଦୋଷ ମୋ ନ ଧରଅଶେଷ ମହିମା କୃଷ୍ଣର
Couplet 141
ତାଙ୍କର ଗୁଣ କର୍ମ ଯଶପୁରାଣ କଲେ ଗୀତରସ
Couplet 142
ସାଧୁଚରଣରେଣୁ ଆଶେସୁଚିତ୍ତେ ଅନୁକ୍ଷଣେ ଘୋଷେ
Couplet 143
ଶ୍ରୀଜଗନ୍ନାଥଙ୍କ ସଙ୍ଗୀତଯା ନାମ ଶିରୀଭାଗବତ
Couplet 144
ତିନିଶତ ଉନତିରିଶଏକାଦଶ ଯାଏଁ ପ୍ରକାଶ
Couplet 145
ଅଧ୍ୟା ନାମେଣ ଯେ ବିଶେଷଶ୍ରୀଭାଗବତ ଗୀତରସ
Couplet 146
ଏଣୁ ଚିତ୍ତ ବୋଧିବା ଅର୍ଥେଦ୍ୱାଦଶସ୍କନ୍ଧ ଶ୍ରୁତିପଥେ
Couplet 147
ବିପ୍ରଙ୍କଠାରୁ ଶୁଣି ମନେଚିତ୍ତୋଇ କଲଇଁ ଲେଖନେ
Couplet 148
ଯେଣୁ ସେ ଗୀତରେ ବିଶୁଦ୍ଧଜଗନ୍ନାଥ ନାମ ପ୍ରସିଦ୍ଧ
Couplet 149
ତେଣୁ ତାଙ୍କ ନାମ ବଖାଣସେ ଯେ ମହତ ମହାଜନ
Couplet 150
ସେ ବିପ୍ର ଜାଣି କୃଷ୍ଣରସପୁରାଣ ଗୀତରେ ପ୍ରକାଶ
Couplet 151
ଜଗତ ଉଦ୍ଧାର ନିମନ୍ତେରଚିଲେ ଶିରୀଭାଗବତେ
Couplet 152
ତାଙ୍କ ଚରଣେ ତେଣୁ ମନସୁଜନେ ଦୋଷ ମୋ ନ ଘେନ
Couplet 153
ଆଶା ମୋ ସାଧୁଙ୍କ ଚରଣଶରଣ ମହାଦେବ ହୀନ
Couplet 154
ସୁଜନେ ଦୋଷ ନ ଧରିବବିଷ୍ଣୁମହିମା ଅନୁଭବ
Couplet 155
ପ୍ରାକୃତ ସଂସ୍କାର ହିଁ ନାହିଁଭକତଭାବେ ବଶ ହୋଇ
Couplet 156
ଆଗମ ନିଗମ ପୁରାଣେଧ୍ୟାନ ସମାଧି ତତ୍ତ୍ୱଜ୍ଞାନେ
Couplet 157
ଖୋଜି ନ ପାନ୍ତି ତାଙ୍କ ଲେଶକିଞ୍ଚିତ ଭାବେ ପରକାଶ
Couplet 158
ଶାମୁକୁଁ ମୁକୁତା ଯେସନପ୍ରାକୃତ ତେଜି ତତ୍ତ୍ୱ ଘେନ
Couplet 159
ବ୍ୟାଧ ଗଣିକା ଅଜାମିଳେତାଙ୍କ ଭାବ ଘେନି ତରିଲେ
Couplet 160
ପୂତନା ଆଦି ପାପୀ ଯେତେତରିଲେ ତାଙ୍କୁ ଭାବି ନିତ୍ୟେ
Couplet 161
ଗୋପୀଙ୍କ ସଙ୍ଗେ ଲମ୍ପଟରେକେଳି ଯେ ବୃନ୍ଦାବନେ କଲେ
Couplet 162
ଗୋପୀଏ କାମଭାବେ ତରିକୃଷ୍ଣଙ୍କୁ କାନ୍ତଭାବେ ବରି
Couplet 163
ଏ ଗୁଣ ଘୋଷି ପ୍ରାଣୀ ତରିଏମନ୍ତ ମହିମା ଯେ ହରି
Couplet 164
ଶିଶୁପାଳ ଯେ ଦୁର୍ଯ୍ୟୋଧନକଂସାଦି ଅଷ୍ଟମଲ୍ଲମାନ
Couplet 165
ଏ ଆଦି ଯେତେ ଶତ୍ରୁଗଣେହିଂସା ବହିଣ ନିତ୍ୟେ ମନେ
Couplet 166
ସାଯୁଜ୍ୟ ମୁକ୍ତି ଯେ ପାଇଲେସେ ବିଷ୍ଣୁଅଙ୍ଗେ ଲୀନ ହେଲେ
Couplet 167
ଭାବ ଅଭାବ ଯାର ନାହିଁମହିମା ଗୋଚର ନୋହଇ
Couplet 168
ବ୍ରହ୍ମା ଶିବ ଦେବ ଅନନ୍ତସର୍ବଭୂତଆତ୍ମା ଅଚ୍ୟୁତ
Couplet 169
ଏଣୁ ମହିମା ଅନ୍ତ କରିକେ ଜାଣି କହିବ ବିସ୍ତାରି
Couplet 170
ନାମ ମାତ୍ରକ ଯାର ସାରସେ ଜାଣେ ଗତିର ବିଚାର
Couplet 171
ଏ ସୂତ-ଶୌନକ ସମ୍ବାଦଶୁକ ପରୀକ୍ଷଙ୍କ ପ୍ରମୋଦ
Couplet 172
ଦ୍ୱାଦଶସ୍କନ୍ଧ ସମାପତନାମ ଯେ ଶିରୀଭାଗବତ
Couplet 173
ତ୍ରିଦଶଅଧ୍ୟା ହରିଗୁଣଦ୍ୱାଦଶ ହୋଇଲା ସମ୍ପୂର୍ଣ୍ଣ
Couplet 174
ଏ ବାରସ୍କନ୍ଧ ଭାଗବତପୁରାଣ ଅଧ୍ୟାରେ ବିଖ୍ୟାତ
Couplet 175
ତିନିଶତ ବୟାଳିଶେଣବାରସ୍କନ୍ଧ ହୋଏ ସମ୍ପୂର୍ଣ୍ଣ
Couplet 176
କହଇ ଦାସ ଜଗନ୍ନାଥକୃଷ୍ଣ ଚରଣେ ଦେଇ ଚିତ୍ତ
Couplet 177
ଦ୍ୱାଦଶସ୍କନ୍ଧେ ହରିଲୀଳାଭବସିନ୍ଧୁ ତରଣେ ଭେଳା