Skandha 12
Adhyaya 9
Couplet 1
ସୂତ ପୌରାଣିକ କହନ୍ତିଶୁଣ ଶୌନକ ଆଦି ଯତି
Couplet 2
ଏହି ପ୍ରକାରେ ମାର୍କଣ୍ଡେୟକଲେ ବହୁ ସ୍ତୁତି ବିନୟ
Couplet 3
ନର ନାରାୟଣ ତା' ଶୁଣିସନ୍ତୋଷ ଭାବେ କହି ବାଣୀ
Couplet 4
ହେ ବ୍ରହ୍ମଋଷି ତପୋନିଷ୍ଠସମାଧି ଯୋଗେ ଜ୍ଞାନୀ ଅଟ
Couplet 5
ତେଣୁ ତୁମ୍ଭେ ସିଦ୍ଧ ହୋଇଲନିଶ୍ଚଳ ଭକ୍ତିରେ ଭଜିଲ
Couplet 6
ମୋ'ଠାରେ ତପଜ୍ଞାନବଳେବେଦାଧ୍ୟୟନ ସଂଯମରେ
Couplet 7
ଆମ୍ଭେ ଯେ ସନ୍ତୋଷ ହୋଇଲୁବ୍ରତ-ଆଚାର-ତପ ବଳୁ
Couplet 8
ଏବେ ହୋ ବର ମାଗ ତୁମ୍ଭେଯାହା ମାଗିବ ଦେବୁ ଆମ୍ଭେ
Couplet 9
ମନୋରଥ ପୂର୍ଣ୍ଣ କରିଣକୁଶଳେ ବର ମାଗି ଘେନ
Couplet 10
ବିଷ୍ଣୁ ବଦନୁଁ ଏହା ଶୁଣିକହନ୍ତି ମାରକଣ୍ଡ ମୁନି
Couplet 11
ହେ ଦେବ ଦେବ ନାରାୟଣସକଳ ଜଗତ କାରଣ
Couplet 12
ଶରଣାପନ୍ନ ତାପ ହରବିପତ୍ତି ପାପ କ୍ଷୟ କର
Couplet 13
ପରମପଥ ଦେଖାଇଲକୃତାର୍ଥ ପ୍ରଭୁ ମୋତେ କଲ
Couplet 14
ବରେ ମୋ' କିବା ପ୍ରୟୋଜନଯେଣୁ ଦେଖିଲି ତୋ' ଚରଣ
Couplet 15
ତୁମ୍ଭର ଚରଣକୁ ଧ୍ୟାୟିଶ୍ରୀପଦେ ଆତ୍ମାକୁ ମିଶାଇ
Couplet 16
ତୁମ୍ଭ ଦର୍ଶନ ପାଇଲଇଁଅନ୍ୟ କି ବର ମାଗିବଇଁ
Couplet 17
ଅଷ୍ଟାଙ୍ଗଯୋଗ ଧାରଣାରେଦେଖନ୍ତି ଦେହର ଭିତରେ
Couplet 18
ଯାହାର ଚରଣକୁ ଧ୍ୟାୟିପରମପଦ ବ୍ରହ୍ମା ପାଇ
Couplet 19
ସେ ତୁମ୍ଭେ ମୋ ଚକ୍ଷୁ ଗୋଚରେଦର୍ଶନ ଦେଲ ସାକ୍ଷାତରେ
Couplet 20
ହେ ପଦ୍ମନେତ୍ର ଚକ୍ରପାଣିହେ ପୁଣ୍ୟଶ୍ଳୋକ ଶିଖାମଣି
Couplet 21
ତୁମ୍ଭର ଅନୁଗ୍ରହ ହେବମାୟା ମହିମା ଦେଖାଇବ
Couplet 22
ଯେ ମାୟା ସକଳ ଲୋକରେଲୋକପାଳାଦି ବଶ କରେ
Couplet 23
ସୂତ କହନ୍ତି ମୁନି ଆଗେମାର୍କଣ୍ଡ ବିନୟ ଯେ ଭାବେ
Couplet 24
ପ୍ରସନ୍ନେ କହି ଭଗବାନଏ ତୋ'ର ବାଞ୍ଛା ହେଉ ପୂର୍ଣ୍ଣ
Couplet 25
ମାୟା ମହିମା ମୋର ଦେଖଏ ଅନ୍ତେ ଲଭ ସର୍ବ ସୁଖ
Couplet 26
ଏମନ୍ତ କହି ବଦ୍ରିସ୍ଥାନେବିଜୟ ନରନାରାୟଣେ
Couplet 27
ତହୁଁ ମାର୍କଣ୍ଡେୟ ଆଶ୍ରମେରହିଲେ ବାସୁଦେବ ଧ୍ୟାନେ
Couplet 28
ଜଳ ପବନ ଯେ ଆକାଶଭୂ ଅଗ୍ନି ପଞ୍ଚଭୂତେ ବାସ
Couplet 29
ସ୍ଥାବର ଜଙ୍ଗମ ପତଙ୍ଗକୀଟାଦି ଚାରିଖାନି ଅଙ୍ଗ
Couplet 30
ସବୁ ବାସୁଦେବ ସ୍ୱରୂପେଧ୍ୟାନ କରନ୍ତି ଲୟ କଳ୍ପେ
Couplet 31
ଭାବଯୁକ୍ତ ହୋଇ ମନରେଭାବଦ୍ରବ୍ୟେ ପୂଜେ ବିଷ୍ଣୁରେ
Couplet 32
କେବେ ବା ପ୍ରେମେ ବିହ୍ୱଳିତହୋଇ ଭୁଲଇ ପୂଜା ଅର୍ଥ
Couplet 33
ବାସୁଦେବ ଚରଣେ ଲୟେଧ୍ୟାନରେ ନିମଗ୍ନ ସେ ହୋଏ
Couplet 34
ଆପଣା ଆଶ୍ରମରେ ଥାଇକିଛିଦିନ ଯେ ଶେଷ ହୋଇ
Couplet 35
ପୁଷ୍ପଭଦ୍ରାନଦୀ ତଟରେସ୍ନାନ ସନ୍ଧ୍ୟା ସାରି ତ୍ରିକାଳେ
Couplet 36
ଯୋଗଧ୍ୟାନରେ ବସିଛନ୍ତିବାସୁଦେବଙ୍କୁ ହୃଦେ ଚିନ୍ତି
Couplet 37
ଏମନ୍ତେ ପ୍ରଚଣ୍ଡ ପବନବହେ ମହାଘୋର ଶବ୍ଦେଣ
Couplet 38
ଆକାଶେ ମହାଭୟଙ୍କରମେଘେ ଉଠିଲେ ଶୀଘ୍ରତର
Couplet 39
ରଥ ଅଖର ପରକାରେଧାରା ବୃଷ୍ଟି କଲେ ଶୂନ୍ୟରେ
Couplet 40
ବିଦ୍ୟୁତ୍ ଝଟକ ଶବଦବଜ୍ର ନିର୍ଘାତ ଇନ୍ଦ୍ରାୟୁଧ
Couplet 41
ସେ ଜଳେ ଭୂମିପୂର୍ଣ୍ଣ ହୋଇସମୁଦ୍ରେ ଲାଗି ଉଚ୍ଛୁଳଇ
Couplet 42
ସର୍ବେ ଏକାର୍ଣ୍ଣବ ହୋଇଲେତରଙ୍ଗ ଲହରୀ ଉଠିଲେ
Couplet 43
ପବନ ବଳେ ଜଳମାନେଉଲ୍ଲୋଳେ ଲାଗିଲେ ଗଗନେ
Couplet 44
କଚ୍ଛପ କୁମ୍ଭୀର ମକରମତ୍ସ୍ୟ ଆଦି ଯେ ଜଳଚର
Couplet 45
ଏମାନେ ଭାସିଣ ଗର୍ଜିଲେସର୍ବେ ଜଳରେ ଲୀନ ହେଲେ
Couplet 46
ସପ୍ତସମୁଦ୍ର ସପ୍ତଦୀପହୋଇଲା ଏକଖଣ୍ଡ ଆପ
Couplet 47
ବ୍ରହ୍ମାଣ୍ଡଯାକ ପୂର୍ଣ୍ଣ ହୋଇନିର୍ଘାତ ଶବଦେ ଚଳଇ
Couplet 48
ଏ ଭାବେ ସମସ୍ତେ ବୁଡ଼ିଲେଯେଣୁ ସେ ବିଷ୍ଣୁ ମାୟା କଲେ
Couplet 49
ମୁନି ଆପଣା ସଙ୍ଗତରେଜୀବଙ୍କୁ ଭିତରେ ବାହାରେ
Couplet 50
ଦେଖି ଜଳରେ ନିମଗନବିଜୁଳି ତେଜେ ଖେଦମନ
Couplet 51
ପୃଥିବୀ ଜଳମଗ୍ନ ଦେଖିଭୟେ ହୋଇଲେ ମହାଦୁଃଖୀ
Couplet 52
ଜଳ ଏକାର୍ଣ୍ଣବ ହୋଇଣଆକାଶ ପର୍ଯ୍ୟନ୍ତ ଲାଗିଣ
Couplet 53
ଜଗତ ଅନ୍ତର୍ଦ୍ଧାନ ହେଲାପୃଥ୍ୱୀ ଆକାଶ ନ ଦିଶିଲା
Couplet 54
ସ୍ୱର୍ଗେ ନକ୍ଷତ୍ର ଗ୍ରହଗଣଜ୍ୟୋତିଷ ଚକ୍ର ସମେତେଣ
Couplet 55
ସବୁ ଜଳେ ଏକ ହୋଇଲାସମସ୍ତ ଜଳରେ ବୁଡ଼ିଲା
Couplet 56
ସେ ମୁନି ଯୋଗମାୟାବଳେଭାସିଲେ ପ୍ରଳୟ ଜଳରେ
Couplet 57
ଜଟାମଣ୍ଡଳ ଫିଟି ଭାସେଅନ୍ଧାର ପଥ ପ୍ରାୟ ଦିଶେ
Couplet 58
କ୍ଷୁଧା ତୃଷାରେ ପୀଡ଼ା ପାଇପବନେ ତରଙ୍ଗେ ଭାସଇ
Couplet 59
ମକର ତିମି ଜନ୍ତୁଗଣେପୀଡ଼ିତ ହୋଇ ଋଷି ଭ୍ରମେ
Couplet 60
ଅନ୍ଧାରେ ଦିଗ ହିଁ ନ ଦିଶେବୁଡ଼ି ଜୀବନ ମାତ୍ର ଶେଷେ
Couplet 61
ମହା ଆବର୍ତ୍ତେ ପଡ଼ି କାହିଁସେ ମୁନି ମୋହିତ ହୁଅଇ
Couplet 62
କାହିଁ ତରଙ୍ଗେ ବୁଡ଼ିଯା'ନ୍ତିଲହରୀମାନଙ୍କେ ଉଠନ୍ତି
Couplet 63
କୁମ୍ଭୀର ମକରେ ବା କାହିଁସାନକୁ ବଡ଼ ଯେ ଗିଳଇ
Couplet 64
ତା'ଙ୍କ ତହୁଁ ବଳି ପଡ଼ନ୍ତିଶୋକେ ଦୁଃଖେ ମୋହେ ମଜ୍ଜନ୍ତି
Couplet 65
କେବେ ତାହାଙ୍କ ଭକ୍ଷ୍ୟ ହୋନ୍ତିକାହିଁବା ଶୋକ ଭୟ ପା'ନ୍ତି
Couplet 66
ବ୍ୟାଧି ଦୁଃଖ ପାଇ ମରନ୍ତିଆତ୍ମା ପୀଡ଼ିତେ ମୋହ ଯା'ନ୍ତି
Couplet 67
ଏମନ୍ତେ ଅୟୁତ ଲକ୍ଷେଣଗଲା ବତ୍ସର ଦିନମାନ
Couplet 68
ଅତି ଆରତେ ମାରକଣ୍ଡଜାଣିଲେ ନିଶ୍ଚେ ଯିବ ପିଣ୍ଡ
Couplet 69
ବିଷ୍ଣୁର ମାୟାମୋହେ ପୁଣିଭାସନ୍ତି ମାରକଣ୍ଡ ମୁନି
Couplet 70
ବିଷ୍ଣୁମାୟାରେ ଏକଦିନେଭାସି ଲାଗିଲେ ଉଚ୍ଚସ୍ଥାନେ
Couplet 71
ବ୍ରହ୍ମାଣ୍ଡ ମଧ୍ୟେ ଜମ୍ବୁଦ୍ୱୀପନବଖଣ୍ଡରେ ସେ ସଂକ୍ଷେପ
Couplet 72
ଭାରତବରଷ ମଧ୍ୟରେଆର୍ଯ୍ୟାବର୍ତ୍ତ ନାମ ବିସ୍ତାରେ
Couplet 73
ଉତ୍କଳ ନାମକ ଦେଶରେଆର୍ଯ୍ୟାବର୍ତ୍ତ ଅଗ୍ନିକୋଣରେ
Couplet 74
ଦକ୍ଷିଣ ମହୋଦଧି ତଟସମୁଦ୍ର ଉତ୍ତରେ ପ୍ରକଟ
Couplet 75
ନାମ ଯା' ଶ୍ରୀପୁରୁଷୋତ୍ତମସକଳ କ୍ଷେତ୍ର ଯହୁଁ ଜନ୍ମ
Couplet 76
ନୀଳାଚଳ ଗିରି ଶିଖରେଅକ୍ଷୟ କଳ୍ପବଟ ପରେ
Couplet 77
କ୍ଷେତ୍ରବଟ ସମେତ ହୋଇପ୍ରଳୟ ଜଳରେ ଭାସଇ
Couplet 78
ପବନ ବଳରେ ନ ଚଳେସଳଖେ ଜନଲୋକେ ମିଳେ
Couplet 79
ପଞ୍ଚକୋଶ ବିସ୍ତାର ହୋଇବେଢିଣ ଜ୍ୟୋତିର୍ମୟ ଦେହୀ
Couplet 80
ଜଳ ଉପରେ ତା ପଲ୍ଲବଫଳ ପଲ୍ଲବେ ଶୋଭା ଦିବ୍ୟ
Couplet 81
ସେ ଯେଉଁ ବୃକ୍ଷ ତିନିଡ଼ାଳପୂର୍ବ ଐଶାନ୍ୟ ଯେ ଉତ୍ତର
Couplet 82
ପୂର୍ବ ଉତ୍ତର ମଧ୍ୟେ ଶାଖାଐଶାନ୍ୟ ଡ଼ାଳ ମଧ୍ୟେ ଦେଖା
Couplet 83
ନବ ପଲ୍ଲବ ବଟପୁଟେଏକ ପୁରୁଷ ଜବାଙ୍ଗୁଷ୍ଠେ
Couplet 84
ସେ ବଟପୁଟରେ ଶୟନମାର୍କଣ୍ଡ କଲେ ତା' ଦର୍ଶନ
Couplet 85
ଅଙ୍ଗୁଷ୍ଠ ପ୍ରମାଣେ ପୁରୁଷଆପଣା ପ୍ରଭାରେ ସେ ଦୃଶ୍ୟ
Couplet 86
ପ୍ରଳୟ-ଅନ୍ଧାର ଛେଦନମହାମର୍କତ ମଣି ଶ୍ୟାମ
Couplet 87
ମୁଖ ଲୋଚନ ପାଣି କର୍ଣ୍ଣପ୍ରକାଶ କମଳ ଯେସନ
Couplet 88
କଣ୍ଠରେ ଶଙ୍ଖରେଖା ଅଛିଶ୍ରୀବତ୍ସଚିହ୍ନ ହୃଦେ ଗଚ୍ଛି
Couplet 89
ହୃଦୟ ବିସ୍ତାର ସୁନ୍ଦରବ୍ରହ୍ମାଣ୍ଡ ସର୍ଜନ ସଂହାର
Couplet 90
ନାସିକା ଅତ୍ୟନ୍ତ ସୁନ୍ଦରଭ୍ରୂଲତା ଧନୁ କନ୍ଦର୍ପର
Couplet 91
ନିଃଶ୍ୱାସ ପବନ ଚଞ୍ଚଳଚଳନ୍ତି କର୍ଣ୍ଣର କୁଣ୍ଡଳ
Couplet 92
ପକ୍ୱ ଡ଼ାଳିମ୍ବ ବୀଜ ପ୍ରାୟେଦନ୍ତପନ୍ତି ଯେ ଶୋଭାପାଏ
Couplet 93
ପ୍ରବାଳ ଅରୁଣ ଅଧରଦରହାସରେ ସେ ସୁନ୍ଦର
Couplet 94
ଅରୁଣପଦ୍ମ ଯେ ଲୋଚନକଟାକ୍ଷ କୋଣେ ବିଲୋକନ
Couplet 95
ନାଭି ଉପରେ ବଳିମାନନିଃଶ୍ୱାସ ପବନେ କମ୍ପନ
Couplet 96
ଦୁଇ ହସ୍ତେ ପାଦ ଅଙ୍ଗୁଳିଧରି ଚୁମ୍ବନ୍ତି ମୁଖେ ତୋଳି
Couplet 97
ଚରଣାମ୍ବୁଜ ମକରନ୍ଦମୁଖେ ଭରିଣ ସେ ଆନନ୍ଦ
Couplet 98
ବାଳକ ରୂପରେ ଶୟନମାର୍କଣ୍ଡ ବିସ୍ମୟ ଦେଖିଣ
Couplet 99
ଦର୍ଶନେ ଶ୍ରମ ଦୂର ଗଲାଆନନ୍ଦେ ରୋମ ପୁଲକିଲା
Couplet 100
ପଦ୍ମପ୍ରାୟେ ଚକ୍ଷୁ ବିକାଶିପୁଲକ ରୋମାବଳୀ ରାଶି
Couplet 101
ତା'ଙ୍କ ନାମ ପୁଛିବା ଅର୍ଥେମାର୍କଣ୍ଡ ବିଚାରିଲେ ଚିତ୍ତେ
Couplet 102
ବାଳକ ନିକଟେ ପ୍ରବେଶିଉଭା ହୋଇଲେ ସେହି ଋଷି
Couplet 103
ବାଳକ ନିଃଶ୍ୱାସ ପବନବାଜେ ମାରକଣ୍ଡ ଦେହେଣ
Couplet 104
ମୁଖ ବିସ୍ତାର କରି ହରିଗିଳିଲେ ମଶା ପ୍ରାୟ କରି
Couplet 105
ହୃଦୟ ଭିତରେ ପଶିଲେତହିଁରେ ବୁଲିଣ ଦେଖିଲେ
Couplet 106
ପୂର୍ବ ପରାୟେ ସୃଷ୍ଟି ଅଛିଦେଖିଲେ ମୃକଣ୍ଡର ବତ୍ସି
Couplet 107
ପୃଥ୍ୱୀମଣ୍ଡଳ ସ୍ୱର୍ଗ ଆଦିଆକାଶ ସାଗର ପ୍ରସିଦ୍ଧି
Couplet 108
ଗ୍ରହ ନକ୍ଷତ୍ର ତାରାଗଣବରଷ ସପ୍ତଦ୍ୱୀପମାନ
Couplet 109
ପର୍ବତ ଦେଶ ଭୂମି ବନନଗର କ୍ଷେତ୍ର ଯେ ଆଶ୍ରମ
Couplet 110
ଦେବ ଅସୁର ଜନ୍ତୁ ଯେତେନଦୀ ସରୋବର ସହିତେ
Couplet 111
ବ୍ରଜ ଆଶ୍ରମ ବୃତ୍ତି ବର୍ଣ୍ଣଯେତେକ ଜୀବଜନ୍ତୁମାନ
Couplet 112
ପଞ୍ଚମହାଭୂତ ଶବଦସ୍ପରଶ ରସ ରୂପ ଗନ୍ଧ
Couplet 113
ଚତୁର୍ଦ୍ଦଶ ଭୁବନ ଗତିଯେ କାଳ ଯୁଗ କଳ୍ପ ହୋ'ନ୍ତି
Couplet 114
ବ୍ରହ୍ମାଦି କୀଟ ପରିଯନ୍ତେସର୍ବ ଦେଖିଲେ ଆଚମ୍ବିତେ
Couplet 115
ହିମାଳୟ ଯେ ପରବତପୁଷ୍ପଭଦ୍ରା ନଦୀ ସହିତ
Couplet 116
ଆପଣା ଆଶ୍ରମ ଦେଖିଲେସମସ୍ତ ଋଷିଙ୍କର ମେଳେ
Couplet 117
ଏଭାବେ ବୁଲୁଁ ମୁନିବରଗଲା ଅନେକ ସମ୍ବତ୍ସର
Couplet 118
ଦେଖି ମାର୍କଣ୍ଡ ଶ୍ରମଭାଗୀଭେଦି ନ ପାରି ମହାଯୋଗୀ
Couplet 119
ସଂସାର ଦେଖିଣ ବିସ୍ମୟମିଥ୍ୟା ମଣିଲେ ସେ ପ୍ରଳୟ
Couplet 120
ଏମନ୍ତେ ପୁଣି ବିଷ୍ଣୁମାୟାପ୍ରକାଶ କଲେ ବିଶ୍ୱକାୟା
Couplet 121
ଆପଣା ନିଃଶ୍ୱାସରେ ପୁଣବାହାର କଲେ ତତ୍କ୍ଷଣ
Couplet 122
ପ୍ରଳୟ ଜଳେ ପକାଇଲେପୁଣି ସେ ଜଳରେ ଭାସିଲେ
Couplet 123
ପୂର୍ବର ଯାହା ଅନୁଭବପାଇଲେ ସେହି ପରାଭବ
Couplet 124
ପୁଣ ସେ ବଟ ତଳେ ଲାଗିତା' ଆହାଲ୍ଲାଦେ ସୁଖଭାଗୀ
Couplet 125
ସେ ବଟପତ୍ରପୁଟେ ଶୋଇବାଳକ ଚରଣ ଚୁମ୍ବଇ
Couplet 126
ଦରହସିତ ମୁଖ ତା'ରଅପାଙ୍ଗ ଦୃଷ୍ଟି ମନୋହର
Couplet 127
ଲାଗିଣ ଆଶ୍ୱାସନା ପାଇଋଷି ସେ ବାଳକକୁ ଚାହିଁ
Couplet 128
ହୃଦରେ ତା'ଙ୍କୁ ଧ୍ୟାନ କଲେମନେ ଆଲିଙ୍ଗନ ବାଞ୍ଛିଲେ
Couplet 129
ଏମନ୍ତ ଜାଣିଣ ମୁକୁନ୍ଦଯେ ସ୍ଥିତି ହୃଦୟର ମଧ୍ୟ
Couplet 130
ଏମନ୍ତେ ପାଶ୍ୱର୍ରେ ଲାଗିଲେଦେଖି ଅନେକ ସ୍ତୁତି କଲେ
Couplet 131
ସେ କୃଷ୍ଣ ଅନ୍ତର୍ଦ୍ଧାନ ଗଲେଆପଣା ମାୟା ଦେଖାଇଲେ
Couplet 132
ବିଷ୍ଣୁ ହୁଅନ୍ତେ ଅନ୍ତର୍ଦ୍ଧାନପ୍ରଳୟ ଅନ୍ତଃ ତତକ୍ଷଣ
Couplet 133
କ୍ଷଣ ମାତ୍ରକେ ସର୍ବ ଗଲେମାର୍କଣ୍ଡ ଲୋଚନେ ଦେଖିଲେ
Couplet 134
ପୂର୍ବେ ଆପଣା ଆଶ୍ରମରେଯେଉଁ ଭାବରେ ବସିଥିଲେ
Couplet 135
ଆତ୍ମାରେ ଯୋଗଧ୍ୟାନ କରିଚିତ୍ତରେ ଚିନ୍ତି ନରହରି
Couplet 136
ଆସନେ ବସିଛନ୍ତି ପୁଣଏମନ୍ତ ମାୟାର ଭିଆଣ
Couplet 137
ଦେଖିଣ ମାରକଣ୍ଡ ଋଷିଆଶ୍ଚର୍ଯ୍ୟ ମଣି ମନେ ତୋଷି
Couplet 138
ସେ ବିଷ୍ଣୁମାୟାର ତଦନ୍ତକେ ଅବା ଜାଣିବ ଏମନ୍ତ
Couplet 139
କହଇ ଜଗନ୍ନାଥ ଦାସକୃଷ୍ଣଚରଣେ କରି ଆଶ