Skip to content
paribhaasha

Skandha 12

Adhyaya 8

  1. Couplet 1

    ଶୌନକ ପୁଛେ ତୋଷମନେସୂତମୁନିଙ୍କ ସନ୍ନିଧାନେ

  2. Couplet 2

    ହେ ସୂତ ହୁଅ ଚିରଞ୍ଜୀବୀପରମ ସାଧୁଗୁଣ ସେବି

  3. Couplet 3

    ପୁରାଣବକ୍ତା ତୁମ୍ଭେ ଶ୍ରେଷ୍ଠଆମ୍ଭେ ମାୟାରେ ପଡ଼ି ନଷ୍ଟ

  4. Couplet 4

    ଅପାର ସମୁଦ୍ରେ ଭ୍ରମିଲୁଅନ୍ଧକାରେ ପଡ଼ି ମଜ୍ଜିଲୁ

  5. Couplet 5

    ଏଥୁଁ ଆମ୍ଭଙ୍କୁ ଉଦ୍ଧରିବସଂସାର ପାର ଦେଖାଇବ

  6. Couplet 6

    ମାର୍କଣ୍ଡେୟ ଆୟୁଷ ବାଣୀଜଗତ ଜନମୁଖୁଁ ଶୁଣି

  7. Couplet 7

    କଳ୍ପାନ୍ତେ ପ୍ରଳୟ ଜଳରେକେମନ୍ତେ ରକ୍ଷା ସେ ପାଇଲେ

  8. Couplet 8

    ଜଗତ ଯେଉଁ ବିଷ୍ଣୁଠାରେଜନ୍ମ ଉତ୍ପତ୍ତି ଲୟ ଧରେ

  9. Couplet 9

    ସେ ବିଷ୍ଣୁ ଦର୍ଶନ କେମନ୍ତେପାଇଲେ ମାର୍କଣ୍ଡେୟ ଅନ୍ତେ

  10. Couplet 10

    ସେ ଆମ୍ଭ ଭୃଗୁଋଷି ବଂଶେଜନମ ମୃକଣ୍ଡଙ୍କ ଅଂଶେ

  11. Couplet 11

    ତା'ଙ୍କ ଜନମ ଦିନୁ ପୁଣପ୍ରଳୟ ନାହିଁ ସଂସାରେଣ

  12. Couplet 12

    କେଉଁ ପ୍ରଳୟ ଅନୁଭବକଲେ ସେ ମୃକଣ୍ଡସମ୍ଭବ

  13. Couplet 13

    ସେ ଏକାର୍ଣ୍ଣବଜଳେ ପୁଣଏକାକୀ କଲେ ସନ୍ତରଣ

  14. Couplet 14

    ଏକ ପୁରୁଷ ବଟପୁଟେଦେଖିଲେ ଆପଣା ନିକଟେ

  15. Couplet 15

    ଅଙ୍ଗୁଷ୍ଠ ପ୍ରମାଣେ ପୁରୁଷସେ ବଟପତ୍ର ପୁଟେ ବାସ

  16. Couplet 16

    ଏହାଙ୍କ ନାମ ଧରି ରାଇଲାଗିଲେ ତା'ଙ୍କ ପାଶେ ଯାଇ

  17. Couplet 17

    ବାଳକ ଗର୍ଭର ଭିତରେଋଷି ପଶିଲେ ପ୍ରଳୟରେ

  18. Couplet 18

    ସେ ପ୍ରଳୟରୁ ରକ୍ଷା ପାଇଗର୍ଭେ ଅନେକ ଦିନ ରହି

  19. Couplet 19

    ବାଳକରୂପୀ ଯେ ପୁରୁଷତା'ଙ୍କର ନାମ ଗୁଣ କିସ

  20. Couplet 20

    ଆମ୍ଭର ମନରେ ସଂଶୟସେ କଥା ଆମ୍ଭ ଆଗେ କହ

  21. Couplet 21

    ଏ ମାୟା କୁତୂହଳ କଥାକହିଣ ଛେଦ ମନବ୍ୟଥା

  22. Couplet 22

    ତୁମ୍ଭେ ପରମଯୋଗୀ ଯେଣୁକୁଶଳ ପୁରାଣରେ ତେଣୁ

  23. Couplet 23

    ଏମନ୍ତ ଶୌନକଙ୍କ ବାଣୀସୂତ କହନ୍ତି ତାହା ଶୁଣି

  24. Couplet 24

    ହେ ମହାଋଷିମାନେ ଶୁଣପୁଛିଲ ଯେ ଅବା ପ୍ରଶନ

  25. Couplet 25

    ପ୍ରାଣୀଙ୍କି ସୁଧା ଯେଉଁ ବାଣୀକରନ୍ତି ଶ୍ରମ ଦୂର ପୁଣି

  26. Couplet 26

    ନାରାୟଣର କଥାମାନଯହିଁରେ ହୋଇଛି ବଖାଣ

  27. Couplet 27

    କଳିଯୁଗର ମୋହ ନାଶେତାହା କହିବା ଶୁଣ ତୋଷେ

  28. Couplet 28

    ବ୍ରହ୍ମାଙ୍କ ପୁତ୍ର ଭୃଗୁମୁନିଧାତା ବିଧାତା ସୁତ ବେନି

  29. Couplet 29

    ବିଧାତା ସୁତ ଯେ ମୃକଣ୍ଡଏହାଙ୍କ ସୁତ ମାରକଣ୍ଡ

  30. Couplet 30

    ଜନ୍ମଲଭିଲେ ଏ ସଂସାରେଆୟୁଷ ନବ ବରଷରେ

  31. Couplet 31

    ବ୍ରାହ୍ମଣ କର୍ମରେ ସଂସ୍କାରପିତା ତା କଲେ ତପୀବର

  32. Couplet 32

    ବେଦମାନଙ୍କୁ ସେ ପଢିଲେବ୍ରହ୍ମଚର୍ଯ୍ୟେ ପିତୃସେବିଲେ

  33. Couplet 33

    ପିତୃସେବା ସକାଶୁ ପୁଣଆୟୁ ସପତକଳ୍ପ ଜାଣ

  34. Couplet 34

    ବ୍ରହ୍ମଚର୍ଯ୍ୟ ବ୍ରତ ସେ କଲେଶାନ୍ତ ସମଚିତ୍ତ ଭଜିଲେ

  35. Couplet 35

    ଜଟାଧାରୀ ବକ୍କଳ ପିନ୍ଧିହସ୍ତେ କମଣ୍ଡଳୁ ତ୍ରିଦଣ୍ଡି

  36. Couplet 36

    ଯଜ୍ଞୋପବୀତ କନ୍ଧେ ଶୋହେକୁଶ ମେଖଳା କଟୀ ମୋହେ

  37. Couplet 37

    କନ୍ଧେ କୃଷ୍ଣାଜିନ ଉତ୍ତରୀରୁଦ୍ରାକ୍ଷ କଣ୍ଠ ହସ୍ତେ ଭରି

  38. Couplet 38

    ହସ୍ତରେ କୁଶ ଯେ ପବିତ୍ରଏମନ୍ତେ ବ୍ରହ୍ମଚର୍ଯ୍ୟ ବ୍ରତ

  39. Couplet 39

    ଅଗ୍ନି ସୂର୍ଯ୍ୟ ଗୋରୁ ବ୍ରାହ୍ମଣଗୁରୁ ବିଷ୍ଣୁପାଦେ ସେବିଣ

  40. Couplet 40

    ସାୟଂ ପ୍ରାତଃ ଦୁଇ ସନ୍ଧ୍ୟାରେଗୁରୁଙ୍କ ପାଦ ସେବାକଲେ

  41. Couplet 41

    ଭିକ୍ଷାଅନ୍ନ ଗୁରୁଙ୍କ ପାଶେଆଣି ସେ ଦିଅନ୍ତି ସନ୍ତୋଷେ

  42. Couplet 42

    ସେ ଅନ୍ନ ଗୁରୁଆଜ୍ଞା ପାଇଭୋଜନ କରେ ତୋଷ ହୋଇ

  43. Couplet 43

    ଏ ରୂପେ ବେଦ ଯେ ଅଭ୍ୟାସିଅନ୍ୟଥା ହୁଏ ଉପବାସୀ

  44. Couplet 44

    ବେଦାଧ୍ୟୟନ ଏହିମତେବତ୍ସର ଦଶକୋଟି ଗତେ

  45. Couplet 45

    ସେ ବାସୁଦେବ ଆରାଧନାଧ୍ୟାନେ ଧଇଲେ ଏ ଧାରଣା

  46. Couplet 46

    ଏମନ୍ତେ ମୃତ୍ୟୁକୁ ଜିଣିଲେଯେଣୁ ନାରାୟଣ ଜାଣିଲେ

  47. Couplet 47

    ବ୍ରହ୍ମା ମହେଶ ଭୃଗୁ ଦକ୍ଷପିତୃ ଭୂତାଦି ଗଣ ରକ୍ଷ

  48. Couplet 48

    ବ୍ରହ୍ମପୁତ୍ର ଦେବ ମନୁଷ୍ୟଯେ ତପୀ ବ୍ରହ୍ମଚାରୀ ଅଂଶ

  49. Couplet 49

    ଦେଖିଣ ବିସ୍ମୟ ହୋଇଲେମନରେ ଭୟ ଜାତ କଲେ

  50. Couplet 50

    ବ୍ରହ୍ମଚର୍ଯ୍ୟ ବ୍ରତ ଧରିଣତପସ୍ୟା ବେଦ ଅଧ୍ୟୟନ

  51. Couplet 51

    ମନ ପବନ ଯୋଗବଳେରହିଲେ ଆସନ ନିଶ୍ଚଳେ

  52. Couplet 52

    ସଂଯମେ ରହି ବିଷ୍ଣୁପାଦେଯୋଗ ଅଭ୍ୟାସେ ଧ୍ୟାନେ ହୃଦେ

  53. Couplet 53

    ଅନ୍ତରାତ୍ମାରେ ଧ୍ୟାନ କଲେସକଳ କ୍ଳେଶ ପାସୋରିଲେ

  54. Couplet 54

    ଏମନ୍ତ ପ୍ରକାରରେ ପୁଣବାସୁଦେବଙ୍କୁ କଲେ ଧ୍ୟାନ

  55. Couplet 55

    ଏମନ୍ତେ ଷଟ ମନ୍ୱନ୍ତରେବୈବସ୍ୱତମନୁ ସପ୍ତରେ

  56. Couplet 56

    ତା'ଙ୍କ ସମୟେ ପୁରନ୍ଦରନାମ ଯେ ଅଟଇ ଇନ୍ଦ୍ରର

  57. Couplet 57

    ମାରକଣ୍ଡେୟ ତପ ଦେଖିଶଙ୍କା ମନରେ ହୋଇ ଦୁଃଖୀ

  58. Couplet 58

    ଏ ବିଚାରରେ ପୁରନ୍ଦରରାଇ ଗନ୍ଧର୍ବ ପଞ୍ଚଶର

  59. Couplet 59

    ଅପ୍ସରାଗଣଙ୍କୁ ଡ଼କାଇକହେ କନ୍ଦର୍ପ ମୁଖ ଚାହିଁ

  60. Couplet 60

    ବସନ୍ତ ମଳୟପବନଷଡ଼ଋତୁଙ୍କ ସମେତେଣ

  61. Couplet 61

    ଲୋଭ ମୋହ ମଦ ମତ୍ସରସଙ୍ଗେ ଘେନି ଚଳ ସତ୍ୱର

  62. Couplet 62

    ତାଙ୍କର ତପ ଭଗ୍ନକରଆଜ୍ଞା ପ୍ରମାଣେ ଚଳେ ମାର

  63. Couplet 63

    ମାର୍କଣ୍ଡ ଆଶ୍ରମେ ପ୍ରବେଶହିମବନ୍ତ ଉତ୍ତରପାଶ

  64. Couplet 64

    ନଦୀର ପୁଷ୍ପଭଦ୍ରା ନାମଚିତ୍ରଶିଳା ନାମେ ଯେ ସ୍ଥାନ

  65. Couplet 65

    ଆଶ୍ରମ ମାର୍କଣ୍ଡେୟ ତହିଁସେ ସ୍ଥାନେ କିଛି ଭୟ ନାହିଁ

  66. Couplet 66

    ସେ ଋଷି ଆଶ୍ରମ ମହିମାଅଶେଷ ସୁଖାଳୟ ସୀମା

  67. Couplet 67

    ପୂର୍ଣ୍ଣ ସେ ବୃକ୍ଷଲତାଦିରେବେଷ୍ଟିତ ସୁଗନ୍ଧ ପୁଷ୍ପରେ

  68. Couplet 68

    ପୁଷ୍ପଶ୍ରେଣୀର ଶୋଭା ଘେନିନିର୍ମଳଜଳ ପୁଷ୍କରିଣୀ

  69. Couplet 69

    ମତ୍ତଭ୍ରମରେ ପୁଷ୍ପବାସେମକରନ୍ଦପାନ ହରଷେ

  70. Couplet 70

    ମତ୍ତ-କୋକିଳ କରେ ଧ୍ୱନିମତ୍ତ-ମୟୂର ନୃତ୍ୟେ ଭ୍ରମି

  71. Couplet 71

    ଉନ୍ମତ୍ତେ ନାନା ପଶୁଗଣେସର୍ବେ ଆନନ୍ଦ ସେହୁ ବନେ

  72. Couplet 72

    ଏମନ୍ତେ ଇନ୍ଦ୍ରଦୂତମାନେମିଳିଲେ ଋଷି-ତପସ୍ଥାନେ

  73. Couplet 73

    ପବନ ମଦଗନ୍ଧ ଘେନିଶୀତଳ ହିମଜଳ ଆଣି

  74. Couplet 74

    ପୁଷ୍ପବାସରେ ଯୁକ୍ତ ହୋଇବହଇ ମଳୟ ପୂରାଇ

  75. Couplet 75

    କାମ ଉଦିତ ନାନାମତେଆଚ୍ଛନ୍ନକଲେ ଇନ୍ଦ୍ରଦୂତେ

  76. Couplet 76

    ପୂର୍ଣ୍ଣ ଚନ୍ଦ୍ରମା ଉଦେ ହୋଇନବପଲ୍ଲବେ ଶୋଭା ପାଇ

  77. Couplet 77

    ବସନ୍ତ ଆଦି ଷଡ଼ଋତୁଏ ସର୍ବେ ତପଭଗ୍ନ ହେତୁ

  78. Couplet 78

    ଗନ୍ଧର୍ବ ଅପସରା ଆଦିକନ୍ଦର୍ପ ପୁଷ୍ପବାଣ ସନ୍ଧି

  79. Couplet 79

    ଲୋଭ ମୋହ ଅଙ୍ଗେ ଭେଦିଲାରତିସଙ୍କେତ ଦେଖାଇଲା

  80. Couplet 80

    ମାରକଣ୍ଡେୟ ସନ୍ଧ୍ୟା ସାରିଅଗ୍ନିହୋତ୍ରରେ ସେବାକରି

  81. Couplet 81

    ଯୋଗଧ୍ୟାନରେ ବସିଛନ୍ତିଏମନ୍ତେ କନ୍ଦର୍ପେ ଭେଦନ୍ତି

  82. Couplet 82

    ସେ ମାରକଣ୍ଡ ଯୋଗଧ୍ୟାନେଚିନ୍ତେ ବାସୁଦେବ ଚରଣେ

  83. Couplet 83

    ଅତ୍ୟନ୍ତ ଯେ ଜାଜ୍ୱଲ୍ୟମାନଅଗ୍ନିମୂର୍ତ୍ତିରେ ଶୋଭାବନ

  84. Couplet 84

    ସେ ଋଷିଆଗେ ଇନ୍ଦ୍ରଦୂତେଆଚ୍ଛନ୍ନ କଲେ ଯେଝାମତେ

  85. Couplet 85

    ଗନ୍ଧର୍ବ ଅପସରା ନୃତ୍ୟମୃଦଙ୍ଗ ବୀଣା ନାନାଯନ୍ତ୍ର

  86. Couplet 86

    ପୁଷ୍ପଧନୁରେ ପଞ୍ଚଶରକାମ ଭେଦେ ଋଷିହୃଦର

  87. Couplet 87

    ମଧୁ ମାଧବାଦି ଯେତେକତପଭଗ୍ନେ ଇନ୍ଦ୍ର ସେବକ

  88. Couplet 88

    ପୁଞ୍ଜିକସ୍ଥଳୀ ଅପସରାସାରଣୀ ଘେନି ଖେଳୁଥିଲା

  89. Couplet 89

    କବରୀ ଫିଟିଲା ତାହାରସାରଣୀ ଖସିଗଲା ଦୂର

  90. Couplet 90

    ବାମ ଡ଼ାହାଣେ ଚକ୍ଷୁ ଢାଳିକବରୀ ବାନ୍ଧେ ଭୁଜ ତୋଳି

  91. Couplet 91

    ପିନ୍ଧିଲା ବସ୍ତ୍ର ଖସି ତଳେପବନ ଉଡ଼ାଇ ତା' ନେଲେ

  92. Couplet 92

    ଏମନ୍ତ ସମୟେ ମଦନପୁଷ୍ପଶର ମାରେ ବେଗେଣ

  93. Couplet 93

    ଏ ସର୍ବ ବିଅର୍ଥ ହୋଇଲେଋଷି ଅଙ୍ଗରେ ନ ଭେଦିଲେ

  94. Couplet 94

    ଯେଣୁ ସେ ବିଷ୍ଣୁପାଦ ଧ୍ୟାୟିଏକାଗ୍ରଚିତ୍ତେ ଲୟେ ରହି

  95. Couplet 95

    ଋଷିଙ୍କ ଅପକାର ଭାବେଦଗ୍ଧ ସେ ହୁଅନ୍ତି ସ୍ୱଭାବେ

  96. Couplet 96

    ଏଣୁ ସତ୍ୱରେ ଲେଉଟିଲେଇନ୍ଦ୍ରର ଭୁବନେ ମିଳିଲେ

  97. Couplet 97

    ସର୍ପକୁ ଚାଳିଣ ଯେସନେବାଳକେ ପଳାଅନ୍ତି ଛନ୍ନେ

  98. Couplet 98

    ଏ ଭାବେ ଇନ୍ଦ୍ରଦୂତେ ମୋହିସେ ଗୁଣେ ମୁନିଖେଦ ନାହିଁ

  99. Couplet 99

    ଗୋବିନ୍ଦଚରଣ ଧ୍ୟାନରେଲେଶମାତ୍ରକ ନ ଛାଡ଼ିଲେ

  100. Couplet 100

    ଯା' ନାମ ହୃଦୟରେ ଭାବିଜନ୍ମ ମୃତ୍ୟୁ ଭୟ ନ ଲଭି

  101. Couplet 101

    ଯେ ତାଙ୍କୁ ନିମଗ୍ନେ ଭଜଇସଂସାର-ଦୁସ୍ତରୁ ତରଇ

  102. Couplet 102

    ତା' ପାଦ ହୃଦେ ଧ୍ୟାୟୁଥିଲେଏଣୁ ସେ ବିଘ୍ନେ ନ ବାଧିଲେ

  103. Couplet 103

    ଏ ବଡ଼ ବିଚିତ୍ର ନୁହଇଯା' ଚିତ୍ତ ବିଷ୍ଣୁପାଦେ ଥାଇ

  104. Couplet 104

    କାମାଦି ଯେତେ ଦେବଗଣକହିଲେ ଇନ୍ଦ୍ରର ଆଗେଣ

  105. Couplet 105

    ଇନ୍ଦ୍ର ତା ଶୁଣିଣ ଜାଣିଲେବଡ଼ ବିସ୍ମୟ ମନେ କଲେ

  106. Couplet 106

    ଏମନ୍ତ ପ୍ରକାରେ ସେ ଋଷିବାସୁଦେବେ ଚିତ୍ତ ନିବେଶି

  107. Couplet 107

    ତପସାଧନ ସଂଯତରେସମଭାବ ବହି ମନରେ

  108. Couplet 108

    ଏମନ୍ତ ଭକ୍ତି ତା'ର ଜାଣିସେ ବାସୁଦେବ ଚକ୍ରପାଣି

  109. Couplet 109

    ତାହାଙ୍କୁ ଅନୁଗ୍ରହ କଲେନରନାରାୟଣ ହୋଇଲେ

  110. Couplet 110

    ଦର୍ଶନ ମାରକଣ୍ଡେ ଦେଲେଶୁକ୍ଳ କୃଷ୍ଣ ଦୁଇ ବର୍ଣ୍ଣରେ

  111. Couplet 111

    ନବୀନ ପଦ୍ମ ପ୍ରାୟ ଅକ୍ଷଚତୁର୍ଭୁଜ ହୃଦେ ଶ୍ରୀବତ୍ସ

  112. Couplet 112

    ବକଳ କୃଷ୍ଣାଜିନ ପିନ୍ଧିତପଚାରୀ ବେଶେ ଆନନ୍ଦୀ

  113. Couplet 113

    ଉତ୍ତରୀ କନ୍ଧେ ସୁଶୋଭନହସ୍ତରେ ପବିତ୍ର ଗ୍ରହଣ

  114. Couplet 114

    ତ୍ରିଗୁଣ ପଇତା କନ୍ଧେଣକମଣ୍ଡଳୁ ହସ୍ତେ ଶୋଭନ

  115. Couplet 115

    ବେଣୁର ତ୍ରିଦଣ୍ଡ କନ୍ଧରେପଦ୍ମ ରୁଦ୍ରାକ୍ଷ ହୃଦୟରେ

  116. Couplet 116

    ବିଦ୍ୟୁତ ପ୍ରାୟ ଜଟା ଶିରେସ୍ୱଭାବେ ତପସ୍ୱୀ ବେଶରେ

  117. Couplet 117

    ଆଜାନୁ ଲମ୍ବେ ବେନିଭୁଜଏମନ୍ତ ରୂପେ ଦେବରାଜ

  118. Couplet 118

    ଦେବତାଗଣରେ ପୂଜିତପ୍ରବେଶ ମାର୍କଣ୍ଡ ଅଗ୍ରତ

  119. Couplet 119

    ସେ ନରନାରାୟଣେ ଦେଖିମାର୍କଣ୍ଡ ଆସନ ଉପେକ୍ଷି

  120. Couplet 120

    ସାଷ୍ଟାଙ୍ଗେ ପ୍ରଣମି ଚରଣେଦଣ୍ଡବତ ସ୍ତୁତିବଚନେ

  121. Couplet 121

    ତା'ଙ୍କ ଦର୍ଶନେ ଆନନ୍ଦରେରୋମପୁଲକ ପ୍ରେମଭରେ

  122. Couplet 122

    ଆତ୍ମା ଇନ୍ଦ୍ରିୟଗଣ ମନଚକ୍ଷୁ ଲୋତକେ ହୋଏ ପୂର୍ଣ୍ଣ

  123. Couplet 123

    ତା'ଙ୍କ ଜ୍ୟୋତିର ତେଜ ଦେଖିସମର୍ଥ ନୁହଇ ଯେ ଆଖି

  124. Couplet 124

    ମନ ଉତ୍ସୁକେ କୃତାଞ୍ଜଳିଆଲିଙ୍ଗନ ପ୍ରାୟ ପ୍ରସାରି

  125. Couplet 125

    ବଚନେ ନମୋନମୋ ସ୍ତୁତିଗଦଗଦେ ବାଣୀ ଭାଷନ୍ତି

  126. Couplet 126

    ଉତ୍ତମ ଆସନେ ବସାଇଚରଣ ଧୋଇଣ ପିଅଇ

  127. Couplet 127

    ସିଞ୍ଚନ ଶିରଗାତ୍ରେ କରିଷଡ଼ଅର୍ଘ୍ୟେ ପୂଜା ଆଚରି

  128. Couplet 128

    ଚନ୍ଦନ ଧୂପ ଦୀପ ପୁଷ୍ପପୂଜିଲେ ମୃକଣ୍ଡଙ୍କ ଶିଷ୍ୟ

  129. Couplet 129

    ସନ୍ତୋଷେ ପ୍ରସନ୍ନ ବଦନହୋଇଲେ ନରନାରାୟଣ

  130. Couplet 130

    ମୁନି ଯେ ଦଣ୍ଡବତ ପୁଣିବିଷ୍ଣୁ ତୋଷିଣ ସ୍ତୁତି ଭଣି

  131. Couplet 131

    ହେ ପ୍ରଭୁ ତୁମ୍ଭର ମହିମାମୁଁ କିସ ବର୍ଣ୍ଣିବି ଯେ ସୀମା

  132. Couplet 132

    ଯାହାର ଅଂଶୁ ପ୍ରାଣୀମାନେପ୍ରବେଶ ସୃଷ୍ଟି ସରଜନେ

  133. Couplet 133

    ଯେ ଦେହେ ପ୍ରବେଶ ହୋଇଣମନ ଇନ୍ଦ୍ରିୟଗଣମାନ

  134. Couplet 134

    ସଂସାର ଚେଷ୍ଟା କରୁଛନ୍ତିସର୍ବ ଅନୁଭବ କରନ୍ତି

  135. Couplet 135

    ଯହିଁ ଜୀବରୂପେ ଥାଇଣଅନୁଭବ ତୁମ୍ଭ ଭାବେଣ

  136. Couplet 136

    ଏ ଦୁଇ ଲୋକ ଯେ ତୁମ୍ଭରତ୍ରୈଲୋକ୍ୟ ମଙ୍ଗଳ ଈଶ୍ୱର

  137. Couplet 137

    ପ୍ରାଣୀ ଜନ୍ମମୃତ୍ୟୁ ନାଶନେବସିଛ ବଦରିକାଶ୍ରମେ

  138. Couplet 138

    ନାନା ରୂପେ ପ୍ରାଣୀ ସର୍ଜନକରିଣ ସବୁଠାରୁ ଭିନ୍ନ

  139. Couplet 139

    ଉର୍ଣ୍ଣନାଭ ସୂତ୍ରେ ଯେସନସଂହରେ ଗୃହ କରି ପୁଣ

  140. Couplet 140

    ଏ ଭାବେ ଜଗତ ପ୍ରଚରିମାୟା ଘେନି ତହିଁ ବିହରି

  141. Couplet 141

    ସଂସାରେ ଥାଇ ଯେଉଁମାନେନିତ୍ୟେ ଭଜନ୍ତି ତୋ' ଚରଣେ

  142. Couplet 142

    ଏକାଗ୍ରେ ତୋ' ପାଦେ ସେବନ୍ତିଜନ୍ମ ମୃତ୍ୟୁରୁ ତରିଯା'ନ୍ତି

  143. Couplet 143

    ଯେ ତୁମ୍ଭ ମାୟା ପାର ହୋଇସେ ତୁମ୍ଭ ଚରଣେ ଭଜଇ

  144. Couplet 144

    ତୋର ଚରଣ ଆଶ୍ରେ ବିନୁନ ତରେ ଏଭବ ବନ୍ଧନୁ

  145. Couplet 145

    ଅଜ୍ଞାନ ସଂସାର ନିରତଜାଣି ଭଜିଲେ ଯୋଗୀପଥ

  146. Couplet 146

    ତୁମ୍ଭ ଦେଲାରୁ ଚତୁର୍ମୁଖଭୋଗ କରଇ ବ୍ରହ୍ମସୁଖ

  147. Couplet 147

    ଦୁଇପରାର୍ଦ୍ଧ ଆୟୁ ପାଇତା' ଶିରେ କାଳ ବସିଛଇଁ

  148. Couplet 148

    ସମୟେ ତା'କୁ ସଂହାରଇଏମନ୍ତ ବନ୍ଧ ମାୟାମୟୀ

  149. Couplet 149

    ଏଥେ ଯେ ପ୍ରାଣୀ ଜଡ଼ିଛନ୍ତିତୋତେ ଅଜ୍ଞାନେ ନ ଜାଣନ୍ତି

  150. Couplet 150

    ଯେ ଭଜେ ତୋ' ଚରଣ ଆଶେସେ ମାୟା ବନ୍ଧନେ ନ ମିଶେ

  151. Couplet 151

    ଏମନ୍ତ ଚରଣରେ ମୁହିଁନିରତେ ଭଜନ କରଇ

  152. Couplet 152

    ତୋ' ମାୟା ମୋର ମନେ ଥାଇଦେହାଦି ଅଭିମାନ ବହି

  153. Couplet 153

    ମୋ' ଦେହ ଜନ୍ମ ସେ କରିଛିସେ ମାୟା ମୋ'ର ମନୁ ଲେଛି

  154. Couplet 154

    ଚରଣାରବିନ୍ଦେ ଲଗାଅତୁମ୍ଭ ମାୟାରୁ ଫେଡ଼ିଦିଅ

  155. Couplet 155

    ସତ୍ତ୍ୱ ରଜ ତମ ତ୍ରିଗୁଣେବ୍ରହ୍ମା ବିଷ୍ଣୁ ମହେଶ ଜନ୍ମେ

  156. Couplet 156

    ସେ ରୂପ ବହିଣ ସଂସାରସୃଷ୍ଟି ସ୍ଥିତି ପ୍ରଳୟକର

  157. Couplet 157

    ଏ ମାୟା ଲୀଳାର ବିହାରକେବଳ ତୋ'ର ଖେଳଘର

  158. Couplet 158

    ତୁମ୍ଭେ ଯେ କରୁଣାସାଗରତେଣୁ ଶରଣ ଅଟ ମୋ'ର

  159. Couplet 159

    ତୁମ୍ଭେ ଯେ ଶୁଦ୍ଧ ଶୁକ୍ଳ ବର୍ଣ୍ଣନିର୍ଗୁଣରୂପୀ ନରୋତ୍ତମ

  160. Couplet 160

    ଯେ ପ୍ରାଣୀ ତୁମ୍ଭଙ୍କୁ ଭଜନ୍ତିତ୍ରିଗୁଣ ବନ୍ଧନୁ ତରନ୍ତି

  161. Couplet 161

    ମୁକ୍ତ ହୋଇ ଚରଣେ ଲୀନବୈକୁଣ୍ଠେ ସୁଖେ ଲଭେ ସ୍ଥାନ

  162. Couplet 162

    ବ୍ରହ୍ମା ସମ୍ପଦେ ସୁଖ ନାହିଁତୋର ଚରଣ ରସ ପାଇ

  163. Couplet 163

    ଭକତ ପୁରୁଷ ଉତ୍ତମପରମଗୁରୁ ବିଶ୍ୱଧାମ

  164. Couplet 164

    ନାରାୟଣ ଯେ ନରୋତ୍ତମନିଗମେଶ୍ୱର ନିରୁପମ

  165. Couplet 165

    ହେ ପ୍ରଭୁ ଯୋଗାରୂଢବରତୁମ୍ଭଙ୍କୁ ମୋର ନମସ୍କାର

  166. Couplet 166

    ଉପନିଷଦେ ବ୍ରହ୍ମଭାଗବେଦବଚନେ ହବିର୍ଭାଗ

  167. Couplet 167

    ଦେବେ ଯା' ନାମ ଭଜୁଛନ୍ତିଭାବେଣ ଯଶକର୍ମ ସ୍ତୁତି

  168. Couplet 168

    ସାକ୍ଷାତ ଗୁରୁ ଜଗତରଯେ ନାରାୟଣ ଅବତାର

  169. Couplet 169

    ଇନ୍ଦ୍ରିୟ ହୃଦ ଦୃଷ୍ଟିପଥେମୋହିତ ତୁହି ଅବିରତେ

  170. Couplet 170

    ତୋ'ର ମାୟାରେ ମୂଢମତିତୋ'ତେ ସେ ଜାଣି ନ ପାରନ୍ତି

  171. Couplet 171

    ତୋ' ବେଦପଥ ଆଶ୍ରେ କଲେଜାଣି ପାରନ୍ତି ତୋତେ ଭଲେ

  172. Couplet 172

    ଯାହାର ଦରଶନ ଭାବେବେଦ ତତ୍ତ୍ୱଭାବେଣ ସେବେ

  173. Couplet 173

    ଦେଖିବା ଅର୍ଥେ ମୋହି ହେଲେଅର୍ଥବାଦେ ସୂକ୍ଷ୍ମେ ବିଭୋଳେ

  174. Couplet 174

    ତୁମର ସ୍ୱରୂପ ରହସ୍ୟବେଦରେ ହୋଇଛି ପ୍ରକାଶ

  175. Couplet 175

    କବିମାନେ ପାଦେ ନିମଜ୍ଜିଆଗମେ ନ ପାରନ୍ତି ହେଜି

  176. Couplet 176

    ଅଷ୍ଟାଙ୍ଗଯୋଗ ସାଧନରେଦର୍ଶନ ଅର୍ଥେ ଯତ୍ନ କରେ

  177. Couplet 177

    ମୋହିତ ହୁଅନ୍ତି ତମରେଦର୍ଶନ ନ ପାରି ସୂକ୍ଷ୍ମରେ

  178. Couplet 178

    ସକଳ ବେଦବାକ୍ୟଶୀଳତୁମ୍ଭେ ଯେ ନିର୍ଗୁଣ ଶରୀର

  179. Couplet 179

    ହେ ମହା ପରମପୁରୁଷସର୍ବ ଆତ୍ମାରୂପେ ପ୍ରକାଶ

  180. Couplet 180

    ଦର୍ଶନ ଦେଇଣ ସାକ୍ଷାତେନମସ୍କାର ତୋ' ପାଦଗତେ

  181. Couplet 181

    ସେ ମାରକଣ୍ଡ ମହାମୁନିଅନେକ ସ୍ତୁତିବାକ୍ୟ ଭଣି

  182. Couplet 182

    ନମଇଁ ବିପ୍ର ଜଗନ୍ନାଥଉଦ୍ଧର ଶଙ୍ଖଚକ୍ରହସ୍ତ

  183. Couplet 183

    ତୁମ୍ଭର ଚରଣକମଳେମୋ ମନ ରହୁ ସୁନିଶ୍ଚଳେ

Odia Bhagabata skandha 12 adhyaya 8 | Parbani by ParibhaAsha App