Skip to content
paribhaasha

Skandha 12

Adhyaya 7

  1. Couplet 1

    ଶୌନକ ପଚାରେ ହରଷେସୂତ ପୌରାଣିକର ପାଶେ

  2. Couplet 2

    ଭୋ ମୁନି ହୋଇବା ପ୍ରସନ୍ନକହିବା ବେଦ ଉତପନ୍ନ

  3. Couplet 3

    ଶବଦ ବୋଲି ଦେବବ୍ରହ୍ମବିଷ୍ଣୁର କର୍ମ ଯଶ ଧର୍ମ

  4. Couplet 4

    ବିଷ୍ଣୁ ମୁଖରୁ ପ୍ରକାଶିଲାପ୍ରଚଣ୍ଡ ଶବଦ ଶୁଭିଲା

  5. Couplet 5

    ତାହାଙ୍କ ଚାରିନାମ ହୋଇଚତୁର୍ମୁଖରେ ପ୍ରକାଶଇ

  6. Couplet 6

    ପୂର୍ବମୁଖରୁ ଋକ୍ବେଦଦକ୍ଷିଣ ମୁଖୁଁ ଯଜୁର୍ବେଦ

  7. Couplet 7

    ପଶ୍ଚିମ ମୁଖୁଁ ସାମ ହୋଇଉତ୍ତରେ ଅଥର୍ବ ଜନ୍ମଇ

  8. Couplet 8

    ରଜୋଗୁଣରୁ ଋକ୍ ବେଦତମୋ ଗୁଣୁଁ ଯଜୁ ସମ୍ବାଦ

  9. Couplet 9

    ସତ୍ତ୍ୱଗୁଣରୁ ବେଦସାମନିର୍ଗୁଣେ ଅଥର୍ବ ନିଗମ

  10. Couplet 10

    ଉତ୍ପନ୍ନ ଚାରିବେଦ କରିବ୍ରହ୍ମା ଅନୁଭବେ ବିଚାରି

  11. Couplet 11

    ଜାଣିଲେ ପୂର୍ବେ ସୃଷ୍ଟିଥିଲାବିଷ୍ଣୁର ଅବତାର ଲୀଳା

  12. Couplet 12

    ଏମନ୍ତେ ସୃଷ୍ଟି ଅନୁଭବସ୍ଥାବର ଜଙ୍ଗମାଦି ଜୀବ

  13. Couplet 13

    ଆଚାର୍ଯ୍ୟେ ଚାରିବେଦ ହେଲେପ୍ରଜାପତି ମରୀଚି ତୁଲେ

  14. Couplet 14

    ବେଦ ବିସ୍ତାର ତେଣୁ ହୋଇସତ୍ୟ ତ୍ରେତା ଦ୍ୱାପରେ ରହି

  15. Couplet 15

    ଦ୍ୱାପର ଅନ୍ତେ ଅନ୍ତର୍ଦ୍ଧାନରହେ ସ୍ୱର୍ଗାଦି ଊର୍ଦ୍ଧ୍ୱେ ପୁଣ

  16. Couplet 16

    ଏମନ୍ତ ଜାଣି ନାରାୟଣବିଷ୍ଣୁ ଅଂଶେ ଜନ୍ମ ହୋଇଣ

  17. Couplet 17

    ସ୍ଥାପିବା ଅର୍ଥେ ଧର୍ମମାନସମ୍ଭବ ଯୁଗେ ଯୁଗେ ପୁଣ

  18. Couplet 18

    ପରାଶର ଋଷିଙ୍କ ସୁତସତ୍ୟବତୀ ଗର୍ଭେ ସମ୍ଭୂତ

  19. Couplet 19

    ବିଷ୍ଣୁ ଯେ ବେଦବ୍ୟାସ ରୂପେଜନ୍ମ ସେ ଲଭେ କଳ୍ପେ କଳ୍ପେ

  20. Couplet 20

    ବୈବସ୍ୱତମନୁ ବିଭୂତେଅଷ୍ଟାବିଂଶଗଣ୍ଡା ଯୁକତେ

  21. Couplet 21

    ଚାରିବେଦ ବିସ୍ତାର କଲେବେଦବ୍ୟାସ ନାମ ବହିଲେ

  22. Couplet 22

    ସେ ପୁଣି ଏ ବେଦମାନଙ୍କୁଶାଖା ଭେଦେ ଦେଲେ ଶିଷ୍ୟଙ୍କୁ

  23. Couplet 23

    ପ୍ରଥମେ ଋକ୍ବେଦ ଦୃଢେପଇଳ ନାମେ ଋଷି ପଢେ

  24. Couplet 24

    ବୈଶମ୍ପାୟନ ଯଜୁର୍ବେଦଜଇମିନି ଯେ ସାମବେଦ

  25. Couplet 25

    ଅଥର୍ବ ଆଙ୍ଗିରସେ ଦେଲେଏମନ୍ତେ ବେଦ ସମ୍ପାଦିଲେ

  26. Couplet 26

    ସେମାନେ ଶିଷ୍ୟଗଣ କଲେଶାଖା କରିଣ ବାଣ୍ଟିଦେଲେ

  27. Couplet 27

    ଯେ ବେଦ ଯେତେ ଶାଖା ହୋଇଯେ ଶିଷ୍ୟେ ଯେ ଶାଖା ବୋଲାଇ

  28. Couplet 28

    ଏ ବେଦ ପ୍ରଥମେ କେମିତିବିଷ୍ଣୁଙ୍କଠାରୁ ଉତପତ୍ତି

  29. Couplet 29

    କେମନ୍ତେ ବ୍ରହ୍ମା ଉପଦେଶକହ ତା ବିସ୍ତାରି ବିଶେଷ

  30. Couplet 30

    ଶୁଣି ଶୌନକ ମୁଖୁଁ ବାଣୀସୂତ କହନ୍ତି ତୋଷଘେନି

  31. Couplet 31

    ପ୍ରଥମେ ବିଷ୍ଣୁ ଯେତେବେଳେଯୋଗ ଧ୍ୟାନରେ ନିଦ୍ରା ଗଲେ

  32. Couplet 32

    ଲୟ ଲଗାଇ ନିରାକାରେବ୍ରହ୍ମା ବସିଲେ ସମାଧିରେ

  33. Couplet 33

    ତାଙ୍କ ହୃଦୟୁ ନାଦ ଜନ୍ମଆକାଶ ଶୂନ୍ୟ ଯା'ର ଧାମ

  34. Couplet 34

    ସେ ନାଦ କର୍ଣ୍ଣ ଆବୋରିଲେଶୁଭଇ ସମସ୍ତଙ୍କୁ ଭଲେ

  35. Couplet 35

    ଯାହାକୁ କଲେ ଉପାସନାଆତ୍ମା ନିର୍ମଳ ଶୁଦ୍ଧମନା

  36. Couplet 36

    ସଂସାର-ଜନ୍ମ-ମରଣାଦିତରେ ତ୍ରିତାପ କର୍ମ ଛେଦି

  37. Couplet 37

    ସେ ନାଦୁଁ ପ୍ରଭାବିନ୍ଦୁ ଜନ୍ମପରମବ୍ରହ୍ମ ପରଂଧାମ

  38. Couplet 38

    ବିନ୍ଦୁ ତ୍ରିଗୁଣାତ୍ମକ ହୋଇବ୍ରହ୍ମା ବିଷ୍ଣୁ ରୁଦ୍ର ବୋଲାଇ

  39. Couplet 39

    ଏ ରୂପେ ଏକାକ୍ଷର ବ୍ରହ୍ମଅବ୍ୟକ୍ତ ରୂପୀ ତ୍ରୟଧାମ

  40. Couplet 40

    ସେ ଏକାକ୍ଷର ବ୍ରହ୍ମପରଅର୍ଦ୍ଧମାତ୍ରା ବିନ୍ଦୁ ଆଧାର

  41. Couplet 41

    ଯୋଗମାୟା ସ୍ୱରୂପ ସେହିସେ ମାୟା ତ୍ରିଗୁଣ ସର୍ଜଇ

  42. Couplet 42

    ତିନିମାତ୍ରା ଯେ ଏକାକ୍ଷରଅକାର ଉକାର ମକାର

  43. Couplet 43

    ଅର୍ଦ୍ଧମାତ୍ରା ବିନ୍ଦୁ ସ୍ୱରୂପଯେ ବାସୁଦେବ ରସକୂପ

  44. Couplet 44

    ଯେ ଜାଣି ନିମଗ୍ନେ ଭଜନ୍ତିବ୍ରହ୍ମରେ ଲୀନ ସେ ହୁଅନ୍ତି

  45. Couplet 45

    ଶବଦବ୍ରହ୍ମ ଏହି ନାଦଯେ ଜନ କରେ ଆତ୍ମା ଭେଦ

  46. Couplet 46

    ଅର୍ଦ୍ଧମାତ୍ରେ ଏକାନ୍ତେ ବସିଯୋଗଧାରଣା ଭାବେ ବସି

  47. Couplet 47

    ଇନ୍ଦ୍ରିୟ ସୁପ୍ତ ଅବସ୍ଥାରେକର୍ଣ୍ଣକୁ ଢାଙ୍କିଣ ହସ୍ତରେ

  48. Couplet 48

    ଶୂନ୍ୟ ଦୃଷ୍ଟିରେ ମନଦେଇଶରୀର ଚେଷ୍ଟା କିଛି ନାହିଁ

  49. Couplet 49

    ତେବେ ଯେ ଶବଦ ଶୁଣଇତାହାକୁ ପରମାତ୍ମା କହି

  50. Couplet 50

    ତେବେ ବ୍ରହ୍ମଦର୍ଶନ ପାଇଶାନ୍ତି ସମଦୃଷ୍ଟି ଭଜଇ

  51. Couplet 51

    ମନବଚନେ ଅଗୋଚରସେ ବ୍ରହ୍ମ ଥାଇ ଅତିଦୂର

  52. Couplet 52

    ଅବ୍ୟକ୍ତ ଆକାଶ ସ୍ୱରୂପୀସେ ଥାଇ ସର୍ବଭୂତେ ବ୍ୟାପୀ

  53. Couplet 53

    ଆକାଶ ହୃଦୟ ମଧ୍ୟରେଜୀବ ସ୍ୱରୂପେଣ ସଞ୍ଚରେ

  54. Couplet 54

    ସେ ପୁଣି ଭୁରୂମଧ୍ୟେ ସ୍ଥାନଶୁଦ୍ଧ ସ୍ପଟିକ ସ୍ୱରୂପେଣ

  55. Couplet 55

    ପରମାତ୍ମା ରୂପେ ପ୍ରକାଶଗଗନେ ବିଦ୍ୟୁ ଜ୍ୟୋସ୍ନା ତ୍ରାସ

  56. Couplet 56

    ସେ ପୁଣ ଭୁରୂ ମଧ୍ୟେ ଊର୍ଦ୍ଧ୍ୱେଦ୍ୱାଦଶାଙ୍ଗୁଳ ପରେ ଶୁଦ୍ଧେ

  57. Couplet 57

    ସହସ୍ର ଦଳ କମଳରେନାନା ରସାଦି ଲୀଳା କରେ

  58. Couplet 58

    ସେ ମଧ୍ୟେ ନିରାକାର ବ୍ରହ୍ମବାଲୁକା ସମାନ ଯେ ଧାମ

  59. Couplet 59

    ଜ୍ୟୋତିର୍ମୟ ସୂକ୍ଷ୍ମ ପ୍ରକାଶତୀକ୍ଷଣ ବାଳାଗ୍ର ସଦୃଶ

  60. Couplet 60

    ପରମ ପରାତ୍ମା ବୋଲାନ୍ତିସେ ଅଂଶୁ ଅବତାର ହୋନ୍ତି

  61. Couplet 61

    ହୃଦପଦ୍ମରେ ଜୀବଆତ୍ମାଅଦୃଶ୍ୟମାତ୍ର ରୂପ ସୂକ୍ଷ୍ମା

  62. Couplet 62

    ଦ୍ୱିଭୁଜ ଶଙ୍ଖ ଚକ୍ରଧାରୀଅଶେଷ ଜୀବରେ ପ୍ରଚରି

  63. Couplet 63

    ପ୍ରଫୁଲ୍ଲ ପଦ୍ମ ପ୍ରାୟ ମୁଖପୀତାମ୍ବରଧାରୀ ସୁରେଖ

  64. Couplet 64

    ଅଷ୍ଟଦଳ କମଳ ପରେଅଷ୍ଟଶକ୍ତି ଚଉପାଶରେ

  65. Couplet 65

    ଶୁଦ୍ଧ ସୁବର୍ଣ୍ଣ ପ୍ରାୟ ଶୋଭାହସିତ ଭାବ ମୁଖ ଆଭା

  66. Couplet 66

    ସସ୍ରଶିଖା ମୁକୁଟ ମଣିରତ୍ନଜଡ଼ିତ ଶୋଭା ଜିଣି

  67. Couplet 67

    ସେ ଜୀବଆତ୍ମା ଯେ ପୁରୁଷସର୍ବ ଜୀବେ ପୂରି ଆଭାସ

  68. Couplet 68

    ମାୟାରେ ରଜ ତମ ଗୁଣେଆବୋରିଛନ୍ତି ଅନୁକ୍ଷଣେ

  69. Couplet 69

    ସେ ଜୀବଆତ୍ମା ଦ୍ୟୁତିରୂପପରମାତ୍ମା ସତ୍ୟ ସ୍ୱରୂପ

  70. Couplet 70

    ସତ୍ତ୍ୱଗୁଣରେ ଯୁକ୍ତ ସେହିସ୍ୱରୂପ ଶୁଦ୍ଧଶୁକ୍ଳ ବହି

  71. Couplet 71

    ଏ ଭୁରୂମଧ୍ୟେ ଛନ୍ତି ବସିକୁଣ୍ଠ ବୈକୁଣ୍ଠ ନାମ ଭାଷି

  72. Couplet 72

    ଅର୍ଦ୍ଧମାତ୍ରା ତଳେ ଅଛନ୍ତିଏ ପରେ ନିରାକାର ସ୍ଥିତି

  73. Couplet 73

    ତ୍ରୟ ସ୍ୱରୂପୀ ବ୍ରହ୍ମଜ୍ୟୋତିବ୍ରହ୍ମପ୍ରକାଶ ହୋଇଛନ୍ତି

  74. Couplet 74

    ଏକାକ୍ଷର ବ୍ରହ୍ମ ପ୍ରଣବଶବଦ ରୂପୀ ବୀଜ ସର୍ବ

  75. Couplet 75

    ତାହାଙ୍କ ତହୁଁ ଉତପନ୍ନଚଉଦ ଆକାରାଦି ବର୍ଣ୍ଣ

  76. Couplet 76

    ଚଉଦ ସ୍ୱର ଏ ବୋଲାନ୍ତିଏ ଭାବେ ଅକ୍ଷରର ଗତି

  77. Couplet 77

    କ କାର ଆଦି ଚଉତ୍ରିଂଶବ୍ୟଞ୍ଜନ ଶବଦ ବିଶେଷ

  78. Couplet 78

    ଏ ସ୍ୱରମାନେ ବିଷ୍ଣୁରୂପବ୍ୟଞ୍ଜନ ମାୟାର ସ୍ୱରୂପ

  79. Couplet 79

    ଏ ସର୍ବ ଅକ୍ଷର ମାତୃକାପ୍ରକୃତି ବଶ ଶବ୍ଦ ଏକା

  80. Couplet 80

    ସ୍ୱରମାନେ ଦୀର୍ଘ ଯେ ହ୍ରସ୍ୱପ୍ଳୁତ ନାମରେ ପରକାଶ

  81. Couplet 81

    ସନ୍ଧି ଅକ୍ଷର ଏ ବୋଲାଇଏ କାର ଆଦି ଚାରି ଯେହି

  82. Couplet 82

    ପଚିଶବର୍ଣ୍ଣେ ପଞ୍ଚ ପଞ୍ଚପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ

  83. Couplet 83

    ଏ ଅନ୍ତେ ଅନ୍ତ୍ୟସ୍ଥ ଏ ଜାଣଯରଳବଏ ଚାରିବର୍ଣ୍ଣ

  84. Couplet 84

    ଶଷସହଏ ଚାରିବର୍ଣ୍ଣଉଷ୍ମବର୍ଣ୍ଣରେ ବିଦ୍ୟମାନ

  85. Couplet 85

    ବିନ୍ଦୁ ଅନୁସାର ବୋଲାଇସେ ବିନ୍ଦୁ ଯେବେ ଦୁଇ ହୋଇ

  86. Couplet 86

    ବିସର୍ଗ ନାମ ସେ ବୋଲାଇଗଜକୁମ୍ଭାକୃତି ଯେ ହୋଇ

  87. Couplet 87

    ଏମନ୍ତ ହୋଇ ଶବ୍ଦବ୍ରହ୍ମପଞ୍ଚାଶବର୍ଣ୍ଣଭେଦ ନାମ

  88. Couplet 88

    ଅକ୍ଷର ଆକୃତି ହୋଇଲେଦେହ ବାହ୍ୟରେ ପ୍ରକାଶିଲେ

  89. Couplet 89

    ତହିଁ ଭିତରୁ ବ୍ରହ୍ମଯନ୍ତ୍ରିଚବିଶ ଅକ୍ଷର ଗାୟତ୍ରୀ

  90. Couplet 90

    ଏ ମାୟା ରୂପେ ପ୍ରକାଶିଲେସପ୍ତବ୍ୟାହୃତି ସେ ହୋଇଲେ

  91. Couplet 91

    ଦଶ ପ୍ରଣବ ମଧ୍ୟେ ହୋଇଗାୟତ୍ରୀଶିର ସେ ବୋଲାଇ

  92. Couplet 92

    ସେ ବ୍ରହ୍ମ ଗାୟତ୍ରୀ ସାବିତ୍ରୀସରସ୍ୱତୀ ତ୍ରିକାଳଗତି

  93. Couplet 93

    ତ୍ରିକାଳ ସନ୍ଧ୍ୟା ଏ ବୋଲାନ୍ତିଋକ୍ ଯଜୁ ସାମ ହୁଅନ୍ତି

  94. Couplet 94

    ତ୍ରିଗୁଣ ରୂପରେ ପ୍ରକାଶଯଶ କର୍ମ ଗୁଣେ ବିଶେଷ

  95. Couplet 95

    ସେ ଗାୟତ୍ରୀ ବ୍ରହ୍ମ ଅଭ୍ୟାସଯଜ୍ଞମାନ ସିଦ୍ଧି ଉଦ୍ଦେଶ୍ୟ

  96. Couplet 96

    ଚାରିବେଦକୁ ଜାତ କଲେଚାରିବ୍ରାହ୍ମଣେ ବିତରିଲେ

  97. Couplet 97

    ହୋମରେ ଆହୁତିର ଅର୍ଥେଋକ୍ବେଦୀ ହୁଅଇ ମର୍ତ୍ତ୍ୟେ

  98. Couplet 98

    ଯଜୁର୍ବେଦୀମାନଙ୍କୁ ପୁଣକର୍ମ ପ୍ରଚାରେ ଆଚାର୍ଯ୍ୟେଣ

  99. Couplet 99

    ସାମବେଦୀ ସାମଗାୟନେସଂହିତା କଲେ ବିଦ୍ୟମାନେ

  100. Couplet 100

    ଅଥର୍ବେ ବ୍ରହ୍ମାର ବରଣଏମନ୍ତ କରି ବେଦମାନ

  101. Couplet 101

    ଭିଆଇ ନାନାବିଧ ଶ୍ରୁତିମରୀଚି ଆଦି ପ୍ରଜାପତି

  102. Couplet 102

    ଏହାଙ୍କୁ ବେଦ ପଢାଇଲେଏ ପୁଣି ପୁତ୍ରେ ଶିଷ୍ୟେ ଦେଲେ

  103. Couplet 103

    ଧର୍ମ ଉପଦେଶ ବିଧାନସେମାନେ କଲେ ଶ୍ରୁତିମାନ

  104. Couplet 104

    ଷଟତ୍ରିଂଶ ଶ୍ରୁତି ସ୍ୱଭାବେସଂସାରେ ଧର୍ମ ପ୍ରବର୍ତ୍ତିବେ

  105. Couplet 105

    ସେମାନେ ପରସ୍ପରେ ପୁଣପୁତ୍ରଙ୍କୁ ଦେଲେ ବେଦମାନ

  106. Couplet 106

    ଶାଖାପ୍ରଶାଖା କରି ଦେଲେଉପଦେଶେଣ ପଢାଇଲେ

  107. Couplet 107

    ଏହି ପ୍ରକାରେ ଚାରିବେଦସତ୍ୟାଦି ତିନିଯୁଗେ ଭେଦ

  108. Couplet 108

    ବିସ୍ତାର ହୋଇ ତିନିଲୋକେକଳିକି ରହିଲା ଅଳ୍ପକେ

  109. Couplet 109

    ଦ୍ୱାପର ଶେଷ ହୋନ୍ତେ କଳିପ୍ରାଣୀଙ୍କି ଦେଖି ଅଳ୍ପବଳୀ

  110. Couplet 110

    ଅଳ୍ପ ଆୟୁଷ ଅଳ୍ପ ବୁଦ୍ଧିଦେଖି ବ୍ରହ୍ମଋଷି ସୁବୁଦ୍ଧି

  111. Couplet 111

    ଏ ବେଦ ଶାଖା-ପ୍ରଶାଖାରେକଲେ ବାସୁଦେବ ଆଜ୍ଞାରେ

  112. Couplet 112

    ସେ ମନ୍ୱନ୍ତର ଗୋଟିକରେଯୁଗ ଏକସ୍ତରି ବିସ୍ତାରେ

  113. Couplet 113

    ଯେ ଯୁଗେ ଯେଉଁ ଋଷିମାନବେଦ ବିସ୍ତାର କଲେ ପୁଣ

  114. Couplet 114

    ସେହି ବେଦବ୍ୟାସ ବୋଲାନ୍ତିତା ଦେହେ ବିଷ୍ଣୁ ପ୍ରବେଶନ୍ତି

  115. Couplet 115

    ଏ ବୈବସ୍ୱତ ମନ୍ୱନ୍ତରେସପ୍ତବିଂଶ ଗଣ୍ଡା ଯୁଗରେ

  116. Couplet 116

    ସପ୍ତବିଂଶ ବେଳ ବିସ୍ତାରବେଦଶାଖାର ଯେ ପ୍ରଚାର

  117. Couplet 117

    ସପ୍ତବିଂଶ ଋଷି ହୃଦରେବିଷ୍ଣୁ ପଶି ବେଦ ବିସ୍ତାରେ

  118. Couplet 118

    ଅଷ୍ଟାବିଂଶ ଗଣ୍ଡା ଯୁଗାନ୍ତେଦ୍ୱାପର ଯୁଗ ଶେଷ ହୋନ୍ତେ

  119. Couplet 119

    ବ୍ରହ୍ମା ମହେଶ ଲୋକପାଳେପ୍ରାର୍ଥନା କଲେ ଆଦିମୂଳେ

  120. Couplet 120

    ଏ ଘେନି ବେଦରକ୍ଷା ପାଇଁବେଦବ୍ୟାସ ନାମ ବୋଲାଇ

  121. Couplet 121

    ପରାଶରଙ୍କ ବୀର୍ଯ୍ୟେ ଜାତସତ୍ୟବତୀ ଗର୍ଭେ ସମ୍ଭୂତ

  122. Couplet 122

    ବିଷ୍ଣୁ ଅଂଶକଳାବତାରଅଗାଧଗୁଣରେ ଗମ୍ଭୀର

  123. Couplet 123

    ଚାରିବେଦ ମିଶ୍ରିତ ହୋଇଏକ ବେଦରେ ଥିଲା ରହି

  124. Couplet 124

    ତାହାକୁ ଭିନ୍ନ ଭିନ୍ନ କରିଶାଖାରେ ବେଦଭାବ ଭରି

  125. Couplet 125

    ଋକ ଯଜୁ ସାମ ଅଥର୍ବଏ ଚାରିବେଦେ ଭିନ୍ନ ଭାବ

  126. Couplet 126

    ତିନିବେଦ ତ୍ରିଗୁଣାତ୍ମକତହିଁ ମିଶାଇ କଲେ ଏକ

  127. Couplet 127

    ଏମାନେ ଅନ୍ୟ ଅନ୍ୟେ ମିଳିସମ୍ବନ୍ଧ ଜାତି ଭାବେ ଚଳି

  128. Couplet 128

    ଚାରି ସଂହିତା ଏକ ଜାଣସୂତ୍ରରେ ଯେହ୍ନେ ମଣିଗଣ

  129. Couplet 129

    ସେ ଭାବେ ମନ୍ତ୍ରକୁ ବାହାରବେଦବୀଜ କଲେ ବିସ୍ତାର

  130. Couplet 130

    ଚାରିବେଦ ଚାରି ଶିଷ୍ୟେଣପଢାଇଲେ ବାଦରାୟଣ

  131. Couplet 131

    ପଇଳ ନାମେ ଶିଷ୍ୟ ପୁଣସେ ଋକବେଦ ଅଭ୍ୟାସିଣ

  132. Couplet 132

    ବଚ ବୋଲି ସେ ବୋଲାଇପଇଳ ତାହାକୁ ପଢଇ

  133. Couplet 133

    ବୈଶମ୍ପାୟନେ ଯର୍ଜୁବେଦପଢାନ୍ତି ଯା' ନାମ ନିଗଦ

  134. Couplet 134

    ଜୈମିନି ଋଷିଙ୍କି ସେ ପୁଣଛନ୍ଦୋଗ ପଢାଇଲେ ସାମ

  135. Couplet 135

    ଏ ବେଦ ଏମାନେ ପଢିଲେଅଥର୍ବ ସୁମନ୍ତୁଙ୍କୁ ଦେଲେ

  136. Couplet 136

    ଅଥର୍ବ ଅଙ୍ଗୀରସ ଶ୍ରୁତପଢିଲେ ନିର୍ଗୁଣ ବେଦାନ୍ତ

  137. Couplet 137

    ଏମନ୍ତେ ଚାରିଶିଷ୍ୟ ମୁଖେଶାଖାପ୍ରଶାଖା ବେଦ ଶିଖେ

  138. Couplet 138

    ଋକ୍ବେଦ କର୍ତ୍ତା ପଇଳତାହାଙ୍କ ଶିଷ୍ୟ ଯେ ବାସ୍କଳ

  139. Couplet 139

    ଇନ୍ଦ୍ର ପ୍ରମିତି ଦୁଇ ଜଣପଢିଲେ ବିଭାଗ କରିଣ

  140. Couplet 140

    ସଂହିତା ଆପଣା ନାମରେଏ ପୁଣି ଦେଲେ ଯେ ଶିଷ୍ୟରେ

  141. Couplet 141

    ବାସ୍କଳ ପୁଣି ଚାରିଭାଗେଚାରିଶିଷ୍ୟେ ଦେଲେ ସରାଗେ

  142. Couplet 142

    ବୋଧ୍ୟ ଆବର ଯାଜ୍ଞବଲ୍କ୍ୟପରାଶର ଅଗ୍ନିମିତ୍ରକ

  143. Couplet 143

    ଏ ଚାରିଶିଷ୍ୟଙ୍କୁ ସେ ଦେଲେବିଭିନ୍ନେ ଶାଖାମାନ କଲେ

  144. Couplet 144

    ଇନ୍ଦ୍ରପ୍ରମିତି ନିଜ ସୁତମାଣ୍ଡୁକେୟ ନାମରେ ଖ୍ୟାତ

  145. Couplet 145

    ତାହାଙ୍କୁ ନିଜେ ବେଦ ଦେଲେସେ ପୁଣି ଦେବମିତ୍ରେ ଦେଲେ

  146. Couplet 146

    ସେ ଦେବମିତ୍ର ଶାଖା କଲେସୌଭରି ଆଦି ପଢାଇଲେ

  147. Couplet 147

    ଶାକଲ୍ୟ ମାଣ୍ଡୁକେୟ ପୁତ୍ରତାହାଙ୍କ ପାଞ୍ଚପୁତ୍ର ଖ୍ୟାତ

  148. Couplet 148

    ବାତ୍ସ୍ୟ ଶାଳୀୟ ଯେ ମୁଦ୍ଗଲଶିଶିର ଆର ଯେ ଗୋଖଲ୍ୟ

  149. Couplet 149

    ଏହାଙ୍କୁ ବେଦ ପଢାଇଲେଆବର ଏକଶିଷ୍ୟ ଥିଲେ

  150. Couplet 150

    ଜାତୂକର୍ଣ୍ଣ୍ୟ ତାହାଙ୍କ ନାମସେ କଲେ ଚାରିଶିଷ୍ୟ ପୁଣ

  151. Couplet 151

    ବିରଜ ବଳାକ ବୈତାଳପଇଜ ଶିଷ୍ୟ ଯେ ଆବର

  152. Couplet 152

    ପ୍ରତି ଶାଖାରୁ ସେ ବାସ୍କଳିବାଳଖିଲ୍ୟ ସଂହିତା କରି

  153. Couplet 153

    ବାଳାୟନି ଭଜ୍ୟ କାସାରତିନିଙ୍କୁ ଦେଲେ ବେଦସାର

  154. Couplet 154

    ଏ ଭାବେ ଋକ୍ବେଦ ପୁଣବହୁତ ଶାଖା ବିସ୍ତାରଣ

  155. Couplet 155

    ସତାଇଶ ଶାଖା ବିଭକ୍ତଏ ବ୍ରହ୍ମରୂପରେ ପୂଜିତ

  156. Couplet 156

    ସଂହିତାମାନଙ୍କ ବିସ୍ତାରଶୁଣିଲେ ପ୍ରାଣୀ ଯେ ନିସ୍ତାର

  157. Couplet 157

    ବୈଶମ୍ପାୟନ ଯେଉଁ ଋଷିଯଜୁର୍ବେଦକୁ ସେ ଅଭ୍ୟାସି

  158. Couplet 158

    ସତାଇଶ ଶିଷ୍ୟ ତାଙ୍କରକଣ୍ୱ ମାଧ୍ୟନ୍ଦିନ ଆବର

  159. Couplet 159

    ସତ୍ୟ ତ୍ରୟ ଆଦି ଯେ ହୋଇସତାଇଶ ଶାଖା ପଢାଇ

  160. Couplet 160

    ସେ ବେଦ ପଢୁଁ ଶିଷ୍ୟଗଣଏକ ଅକ୍ଷର ଅଶୁଦ୍ଧେଣ

  161. Couplet 161

    ଗର୍ଗଋଷିଙ୍କର ତନୁଜବୈଶମ୍ପାୟନଙ୍କ ଭଗ୍ନୀଜ

  162. Couplet 162

    ଗାର୍ଗ୍ୟ ଶିରେହସ୍ତ ପ୍ରହାରେଶିର ତା' ଚୂର୍ଣ୍ଣ ହୋନ୍ତେ ଖରେ

  163. Couplet 163

    ବ୍ରହ୍ମହତ୍ୟା ବୈଶମ୍ପାୟନେଲାଗିଲା ବେଦର ବିଧାନେ

  164. Couplet 164

    ସେ ଶିଷ୍ୟମାନଙ୍କୁ କହିଲେବ୍ରହ୍ମହତ୍ୟା ଲାଗେ ଆମ୍ଭରେ

  165. Couplet 165

    ପ୍ରାୟଶ୍ଚିତ ବ୍ରତ ଯେ କରିତା' ଶୁଣି ଶିଷ୍ୟ ବ୍ରତାଚାରୀ

  166. Couplet 166

    ସେ ଶିଷ୍ୟମାନେ ବ୍ରତ କଲେଚରକାଧ୍ୱର୍ଯ୍ୟୁ ବୋଲାଇଲେ

  167. Couplet 167

    ଚରକ ଶାଖା ତା'ର ନାମତୈତ୍ତ୍ରିୟ ଶାଖା ଏବେ ଶୁଣ

  168. Couplet 168

    ତା' ଦେଖି ଦେବରାତ ପୁତ୍ରଯା' ନାମ ଯାଜ୍ଞବଲ୍କ୍ୟ ଖ୍ୟାତ

  169. Couplet 169

    ଗୁରୁଙ୍କୁ ଯାଜ୍ଞବଲ୍କ୍ୟ କହେବ୍ରତୀ ହୋଇଣ କେହି ରହେ

  170. Couplet 170

    ଅଳ୍ପବଳ ଯେ ଏହାଙ୍କରିପ୍ରାୟଶ୍ଚିତ୍ତ କରି ନ ପାରି

  171. Couplet 171

    ଏ ବ୍ରତ ବଡ଼ଇ କଠିନବାରବରଷେ ହୋଏ ପୂର୍ଣ୍ଣ

  172. Couplet 172

    ମୁହିଁ କରିବି ଆଜ୍ଞା ହେଲେତା' ଶୁଣି ଗୁରୁ କ୍ରୋଧ କଲେ

  173. Couplet 173

    ମୋ ଶିଷ୍ୟେ ଅମାନନା କଲୁଆତ୍ମାରେ ଗର୍ବ ତୁ ବହିଲୁ

  174. Couplet 174

    ଏଣୁ ତୁ ମୋହଠାରୁ ଯେତେବେଦ ପଢ଼ିଲୁ ଅନୁମତେ

  175. Couplet 175

    ଏବେ ଏ ବେଦ ତୁହି ଛାଡ଼ଆନ ଠାବରେ ଯାଇ ପଢ଼

  176. Couplet 176

    ତା' ଶୁଣି ଯାଜ୍ଞବଲ୍କ୍ୟ ଡ଼ରେପଢ଼ିଲା ବେଦ ବାନ୍ତି କଲେ

  177. Couplet 177

    ସେ ବେଦ କାଣ୍ଡିମାନ ପୁଣତିତ୍ତିରି ଚଢେ଼ଇ ରୂପେଣ

  178. Couplet 178

    ତାହାକୁ ଯେଉଁ ଋଷିମାନେଗ୍ରହଣ କଲେ ସାବଧାନେ

  179. Couplet 179

    ତୈତ୍ତିରୀୟ ସେ ବୋଲାଇଲେତହୁଁ ଯେ ଯାଜ୍ଞବଲ୍କ୍ୟ ଗଲେ

  180. Couplet 180

    ବେଦ ସେ ପଢ଼ିବା ନିମିତ୍ତସୂର୍ଯ୍ୟଙ୍କଠାରେ ଉପଗତ

  181. Couplet 181

    ଗୁରୁଙ୍କଠାରୁ ନବତନବେଦ ମୁଁ ପଢ଼ିବଇଁ ପୁଣ

  182. Couplet 182

    ମେରୁ ପୃଷ୍ଠରେ ବସି ପୁଣସୂର୍ଯ୍ୟଙ୍କୁ କଲେ ଉପାସନ

  183. Couplet 183

    ହେ ଭଗବନ୍ତ ଦିବାକରତୁମ୍ଭଙ୍କୁ ମୋର ନମସ୍କାର

  184. Couplet 184

    ଜଗତ ଅଖିଳ ଯେ ପ୍ରାଣୀଆତ୍ମା ସ୍ୱରୂପେ ଅଛ ପୁଣି

  185. Couplet 185

    କାଳ ସ୍ୱରୂପେ ଗ୍ରହରୂପୀସ୍ଥାବର ଜଙ୍ଗମାଦି ବ୍ୟାପୀ

  186. Couplet 186

    ବ୍ରହ୍ମରୁ କୀଟ ପରିଯନ୍ତେପ୍ରାଣୀମାନଙ୍କ ହୃଦଗତେ

  187. Couplet 187

    ଆତ୍ମା ସ୍ୱରୂପେ ପୂରିଅଛଆକାଶେ ଶୂନ୍ୟେ ପ୍ରକାଶିଛ

  188. Couplet 188

    ଅନ୍ତର୍ଗତ-ବାହାରେ ପୁଣିଏକାଦଶ-ଇନ୍ଦ୍ରିୟ ଜିଣି

  189. Couplet 189

    ଏ ତୁମ୍ଭ ଅନୁଗ୍ରହେ ହୋଇବାହ୍ୟେ କାଳରୂପେ ଭ୍ରମଇ

  190. Couplet 190

    ଲବ ନିମେଷାଦି ବତ୍ସରଯେତେ ଯେତେ ଏ ପ୍ରାଣୀଙ୍କର

  191. Couplet 191

    ଉତ୍ପତ୍ତି ପ୍ରଳୟ କରୁଛଏଣୁ ଆକାଶେ ଉଇଁଅଛ

  192. Couplet 192

    ଏ ତୁମ୍ଭ ମଣ୍ଡଳର ଗତିନିର୍ମଳ ବିରାଜଇ ଜ୍ୟୋତି

  193. Couplet 193

    ପରମବ୍ରହ୍ମ ନିରାକାରଜ୍ୟୋତିର ଭିତର ବାହାର

  194. Couplet 194

    ଶଙ୍ଖଚକ୍ରଧାରୀ ହୋଇଣନାରାୟଣ ସ୍ୱରୂପବର୍ଣ୍ଣ

  195. Couplet 195

    ବ୍ରାହ୍ମଣେ ତ୍ରିସନ୍ଧ୍ୟାରେ ନିତ୍ୟଗାୟତ୍ରୀ ପଢି ବେଦମନ୍ତ୍ର

  196. Couplet 196

    ଅଞ୍ଜଳି ଦେଇ ଉପସ୍ଥାନକ୍ଷୟ ସକଳ ପାପମାନ

  197. Couplet 197

    ଏ ଦିବାରାତ୍ରି କରି ଶେଷସଂସାର ଲୋକ ତମ ଧ୍ୱଂସ

  198. Couplet 198

    ଆପଣା କିରଣରେ ବୃଷ୍ଟିଶସ୍ୟ ଉପୁଜି ପ୍ରାଣୀ ତୁଷ୍ଟି

  199. Couplet 199

    ପ୍ରାଣୀଙ୍କ ଜୀବଦାତା ହୋଇପାଳୁଛ ଋତୁଭାବ ବହି

  200. Couplet 200

    ଶୀତ ବରଷା ଗିରୀଷମଶରଦ ବସନ୍ତ ଯେ ହିମ

  201. Couplet 201

    ଏ ଷଡ଼ଋତୁ ବାରମାସତୋ' ତହୁଁ ହେଉଛି ପ୍ରକାଶ

  202. Couplet 202

    ଏ ଜ୍ୟୋତିର୍ମୟ ତୋ ମଣ୍ଡଳସକଳ ସୁଖଙ୍କର ଘର

  203. Couplet 203

    ବିପ୍ରେ ଯେ ଚାରିବେଦ ମନ୍ତ୍ରେକରନ୍ତି ଉପସ୍ଥାନ ତୋତେ

  204. Couplet 204

    ସେ ଦ୍ୱିଜମାନଙ୍କର ପାପତୁମ୍ଭେ ଯେ ହର ସର୍ବବ୍ୟାପ

  205. Couplet 205

    ତୁମ୍ଭ ମଣ୍ଡଳ ଜ୍ୟୋତି ତୀକ୍ଷ୍ଣଅନ୍ଧପଟଳ ବିନାଶନ

  206. Couplet 206

    ସେ ଜ୍ୟୋତି ସ୍ୱରୂପ ଯେ ତୁହିକରୁଛି ଉପସ୍ଥାନ ମୁହିଁ

  207. Couplet 207

    ସ୍ଥାବର ଜଙ୍ଗମ ଯେ କୀଟପତଙ୍ଗ ଚାରିଖାନି ଭେଟ

  208. Couplet 208

    ଇନ୍ଦ୍ରିୟଗଣମାନଙ୍କରପ୍ରବେଶି ଅନୁଗ୍ରହ କର

  209. Couplet 209

    ସ୍ୱୟଂ ଅନ୍ତର୍ଯ୍ୟାମୀ ସ୍ୱରୂପେଆତ୍ମାଜ୍ଞାନ ପ୍ରକାଶ ରୂପେ

  210. Couplet 210

    ଏ ଲୋକ ତୁମ୍ଭର ମାୟାରେପଡ଼ିଛି ତମ ଅନ୍ଧକାରେ

  211. Couplet 211

    ପ୍ରାଣୀଙ୍କି ଅଜଗର ରୂପସର୍ପ ଗିଳିଲେ ଯେହ୍ନେ ଧାପ

  212. Couplet 212

    ଅଚେତେ ମୃତ ହୋଇଥାଇନିଦ୍ରାରେ ଯେହ୍ନେ ପ୍ରାଣୀ ଶୋଇ

  213. Couplet 213

    ମାୟାରେ ଅଚେତ ଯେ ପ୍ରାଣୀପରମକୃପାଳୁ ତୁ ପୁଣି

  214. Couplet 214

    ଉଦୟେ ଅନୁଗ୍ରହ କରଉଦିତ କିରଣେ ଉଦ୍ଧର

  215. Couplet 215

    ଦିନେ ଦିନେ ଯେ ପ୍ରାଣୀମାନେଶ୍ରେୟ ନିମନ୍ତେ ତୋ' ଚରଣେ

  216. Couplet 216

    ତୋ' ଅନୁଗ୍ରହେ ଯଜ୍ଞ କରିସମାଧି ଅପବର୍ଗ ଧରି

  217. Couplet 217

    ଯେସନେ ରାଜା ଦୁଷ୍ଟ ନାଶିସାଧୁମାନଙ୍କୁ ସେ ଆଶ୍ୱାସି

  218. Couplet 218

    ଦୈତ୍ୟ ଦାନବ ଯେ ଅସାଧୁଖଳ ଦୁର୍ବୁଦ୍ଧି ଧର୍ମନିନ୍ଦୁ

  219. Couplet 219

    ଏ ଅଂଶେ ଜନ୍ମ ଯେତେ ତନୁନାଶେ କୁମୁଦ ଯେହ୍ନେ ଭାନୁ

  220. Couplet 220

    ତୁମ୍ଭ ମହିମା ଯେ ରଖିଛିତୁମ୍ଭେ ତାହାକୁ ହୁଅ ସାକ୍ଷୀ

  221. Couplet 221

    ଏଣୁ ଉଦୟ ଅସ୍ତ ହୁସର୍ବଜୀବରେ ପୂଜା ପାଅ

  222. Couplet 222

    ଦିଗପାଳ ଯେଝା ଦିଗରେକୃତାଞ୍ଜଳିରେ ପୂଜା କରେ

  223. Couplet 223

    ହେ ଭଗବାନ ବାସୁଦେବମୋର ସେବା ତୁମ୍ଭେ ଘେନିବ

  224. Couplet 224

    ସମର୍ପେ ତୁମ୍ଭ ପଦ୍ମପାଦେମୁଁ ଉପସ୍ଥାନ ଯେ ଆନନ୍ଦେ

  225. Couplet 225

    ତୁମ୍ଭ ପଦ୍ମପାଦ କେମନ୍ତତିନି ଭୁବନରେ ପୂଜିତ

  226. Couplet 226

    ବ୍ରହ୍ମା ବିଷ୍ଣୁ ମହେଶ ଆଦିବାସବ ଆଦି ଦେବ ବନ୍ଦି

  227. Couplet 227

    ଏବଂଭୂତ ପଦ୍ମପାଦରେମୋ ଶିର ଲାଗୁ ନିରନ୍ତରେ

  228. Couplet 228

    ନବୀନ ଯର୍ଜୁବେଦ ମୋତେଆଜ୍ଞା ହୋଇବ ଛାୟାକାନ୍ତେ

  229. Couplet 229

    ଯେ ବେଦ ଗୁରୁଠାରେ ନାହିଁତାହାକୁ ପଢିବଇଁ ମୁହିଁ

  230. Couplet 230

    ଏଣୁ ତୁମ୍ଭଙ୍କୁ ଆଶ୍ରେ ମୋରଏ ବେଦ ଆଜ୍ଞା ମୋତେ କର

  231. Couplet 231

    ସୂତ ପୌରାଣିକ କହନ୍ତିଶୁଣ ଶୌନକ ଆଦି ଯତି

  232. Couplet 232

    ଯାଜ୍ଞବଲ୍କ୍ୟଙ୍କ ସ୍ତୁତି ଶୁଣିସନ୍ତୋଷ ହୋଇ ଦିନମଣି

  233. Couplet 233

    ଅଶ୍ୱରୂପକୁ ଧରି ପୁଣଉପଦେଶ କର୍ଣ୍ଣ ମାର୍ଗେଣ

  234. Couplet 234

    ନବୀନ ଯଜୁର୍ବେଦଭାଗେମୁନିଙ୍କି ଦେଲେ ସେ ସରାଗେ

  235. Couplet 235

    ସେ ଯାଜ୍ଞବଲ୍କ୍ୟ ଯେଉଁ ମୁନିସେ ବେଦ ଉପଦେଶ ଘେନି

  236. Couplet 236

    ତା' ନାମ ବାଜସନୀ ଦେଲେପୁଣ ପନ୍ଦର ଶାଖା କଲେ

  237. Couplet 237

    ସେ ପଞ୍ଚଦଶ ଶାଖା ବାଣୀସଂହିତା କରି ପଢେ ପୁଣି

  238. Couplet 238

    ଏମାନେ ଶିଷ୍ୟେ ପୁଣ ଦେଲେଚଉରାଶୀ ଶାଖା ହୋଇଲେ

  239. Couplet 239

    କାଣ୍ୱସଂହିତା ମାଧ୍ୟନ୍ଦିନିଅପର ଅଟେ ବାଜସନୀ

  240. Couplet 240

    ଅଶ୍ୱରୂପଧାରୀ ଆଦିତ୍ୟତା'ଙ୍କ କେଶରରୁ ସମ୍ଭୂତ

  241. Couplet 241

    ବାଜିର କେଶରୁ ଜନ୍ମିଲାବାଜସନୀ ସେ ଯେ ହୋଇଲା

  242. Couplet 242

    ସାମବେଦର ଅଧିକାରୀଜୈମିନି ମୁନି ଯେ ବିସ୍ତାରି

  243. Couplet 243

    ସୁମନ୍ତୁ ସୁନ୍ୱାନ ଯେ ଦୁଇଜୈମିନି ପୁତ୍ର ପୌତ୍ର ହୋଇ

  244. Couplet 244

    ଦୁଇ ସଂହିତା କରି ଦେଲେଏ ପୁଣି ଶିଷ୍ୟେ ପଢାଇଲେ

  245. Couplet 245

    ତାହାଙ୍କ ଶିଷ୍ୟ ଯେ ସୁକର୍ମାସହସ୍ର ଶିଷ୍ୟେ ସେ ଉତ୍ତମା

  246. Couplet 246

    ସହସ୍ର ଭାଗ ସେ ସଂହିତାସହସ୍ର ଶାଖାରେ ବିଦିତା

  247. Couplet 247

    ଯେ ଋଷି ଯେ ଶାଖା ପଢିଲେସେ ଶାଖା ସେ ନାମୁଁ ହୋଇଲେ

  248. Couplet 248

    ତାହାଙ୍କ ନାମ ଏବେ ଶୁଣକହିବା ତାହା ବିସ୍ତାରିଣ

  249. Couplet 249

    ହିରଣ୍ୟନାଭ କୌଶଳେଶପୌଷ୍ୟଞ୍ଜି ନାମେ ଦୁଇ ଶିଷ୍ୟ

  250. Couplet 250

    ସୁକର୍ମାଙ୍କର ଶିଷ୍ୟ ଦୁଇଏକର ପାଞ୍ଚଶତ ଭାଇ

  251. Couplet 251

    ଆବନ୍ତ୍ୟ ଯେ ବ୍ରହ୍ମବିତ୍ତମଏ ଆଦି ପାଞ୍ଚଶିଷ୍ୟ ନାମ

  252. Couplet 252

    ଔଦିଚ୍ୟ ସାମ ସେ ବୋଲାନ୍ତିଏ ପଞ୍ଚଶତ ଶିଷ୍ୟେ ଖ୍ୟାତି

  253. Couplet 253

    ବ୍ରହ୍ମବିତ୍ତମ ଯେ ଆବନ୍ତ୍ୟଏ ଦୁଇ ଶିଷ୍ୟେ ଶିଷ୍ୟବନ୍ତ

  254. Couplet 254

    ବ୍ରହ୍ମବିତ୍ତମ ଆଦି ହୋଇପାଞ୍ଚଶିଷ୍ୟବନ୍ତ ବୋଲାଇ

  255. Couplet 255

    ଔଦିଚ୍ୟ ସାମ ସେ ବୋଲାନ୍ତିକୌଶଲ୍ୟ ଆଦି ଉତପତ୍ତି

  256. Couplet 256

    ଲୋଗାକ୍ଷି ମାଙ୍ଗଳିକ ସ୍ଥାପିକୁସୀଦ କୁଲ୍ୟ କୁକ୍ଷୀ ବ୍ୟାପୀ

  257. Couplet 257

    ଏ ଆଦି ଯେତେ ଶିଷ୍ୟମାନେପୌଷ୍ୟଞ୍ଜିଙ୍କର ବିଦ୍ୟମାନେ

  258. Couplet 258

    ଆପଣା ସଂହିତାକୁ ପୁଣଶତ ଶତ ଭାଗ କରିଣ

  259. Couplet 259

    କୃତ ହିରଣ୍ୟନାଭ ଦୁଇଆପଣା ସଂହିତାକୁ ନେଇ

  260. Couplet 260

    ଚବିଶ ସଂହିତା ସେ କଲେପୁଣି ତା' ପ୍ରତି ଶିଷ୍ୟେ ଦେଲେ

  261. Couplet 261

    ଆଉ ସଂହିତାମାନ ପୁଣିଆବନ୍ତ୍ୟ ସାମେଣ ବଖାଣି

  262. Couplet 262

    ଏ ସର୍ବ ସଂହିତା କହନ୍ତିପ୍ରାଚ୍ୟ ସାମଗ ସେ ବୋଲାନ୍ତି

  263. Couplet 263

    ଏ ସାମବେଦ ମନ୍ତ୍ରମାନେପ୍ରପାଠକ ବୋଲି ଅଧ୍ୟାନେ

  264. Couplet 264

    ଏହାଙ୍କର ସଂହିତା ନାମଶୁଣନ୍ତେ ହୋଏ ମୋକ୍ଷମାନ

  265. Couplet 265

    ନବବେଦମାନ ବୋଲାନ୍ତିଏକଇ ବାହନେ ଚଳନ୍ତି

  266. Couplet 266

    ଅଙ୍ଗୁଳି ରେଖାରେ ଚଳନପଦ ଘନ ଜଟା ଭାବେଣ

  267. Couplet 267

    ଭୂପାଳ ସ୍ୱରେଣ ଗାୟନଏ ସାମବେଦର ବର୍ଣ୍ଣନ

  268. Couplet 268

    ଏବେ ଅଥର୍ବବେଦ ଶୁଣଏ ବେଦକର୍ତ୍ତା ଅଥର୍ବଣ

  269. Couplet 269

    ଅଥର୍ବ ଋଷି ଆଙ୍ଗିରସସୁମନ୍ତୁ ତାହାଙ୍କର ଶିଷ୍ୟ

  270. Couplet 270

    ସେ ପିତାଠାରୁ ଉପଦେଶସଂହିତା ବିଭାଗେ ବିଶେଷ

  271. Couplet 271

    କବନ୍ଧ ନାମେ ଶିଷ୍ୟ ଥିଲେତାହାଙ୍କୁ ଉପଦେଶ ଦେଲେ

  272. Couplet 272

    ସେ ପୁଣି ଦୁଇଭାଗ କରିଶିଷ୍ୟ ଦୁଇରେ ସେ ବିସ୍ତାରି

  273. Couplet 273

    ପଥ୍ୟ ବେଦର୍ଶକ ଏ ଦୁଇଶିଷ୍ୟଙ୍କୁ କବନ୍ଧ ପଢାଇ

  274. Couplet 274

    ବେଦଦର୍ଶକଙ୍କର ପୁଣଚାରିଶିଷ୍ୟ ଯେ ବିଦ୍ୟମାନ

  275. Couplet 275

    ବ୍ରହ୍ମବଳି ଯେ ଶୌକ୍ଳାୟନିମାଦୋଷ ଯେ ପିପ୍ପଳାୟନି

  276. Couplet 276

    ଏ ଚାରିଶିଷ୍ୟରୁ ଅନେକପଥ୍ୟଙ୍କର ଶିଷ୍ୟ ଶୁନକ

  277. Couplet 277

    କୁମୁଦ କାଜଳି ଆବରକହିବା ଶିଷ୍ୟ ଶୁନକର

  278. Couplet 278

    ବଭ୍ରୁ ସୈନ୍ଧବାୟନ ହେଲେଏ ଦୁଇ ସଂହିତା ପଢିଲେ

  279. Couplet 279

    ସାବର୍ଣ୍ଣି ପ୍ରଭୃତି ଅନ୍ୟାନ୍ୟଶୁନକ ଶିଷ୍ୟ ଥିଲେ ପୁଣ

  280. Couplet 280

    ନକ୍ଷତ୍ରକଳ୍ପ ଶାନ୍ତିକଳ୍ପଆଙ୍ଗିରସ ଆଦି କଶ୍ୟପ

  281. Couplet 281

    ସଂହିତା ଆଚାର୍ଯ୍ୟ ଏମାନେଅଥର୍ବ ବେଦେ ବିଦ୍ୟମାନେ

  282. Couplet 282

    ହେ ମୁନି ଶୁଣ ଅନନ୍ତରଯେ ନାମ ପୌରାଣିକଙ୍କର

  283. Couplet 283

    କଶ୍ୟପ ତ୍ରଯ୍ୟାରୁଣି ପୁଣସାବର୍ଣ୍ଣି ଯେ ଅକୃତବ୍ରଣ

  284. Couplet 284

    ବୈଶମ୍ପାୟନ ଯେ ହାରୀତଏ ଷଟ ପୌରାଣିକ ଖ୍ୟାତ

  285. Couplet 285

    ଏବେ ଯେ ବ୍ୟାସ ଶିଷ୍ୟ ପୁଣମୋ' ପିତା ଲୋମହରଷଣ

  286. Couplet 286

    ତାଙ୍କଠାରୁ ଏ ଷଟଶିଷ୍ୟସଂହିତା କଲେ ଉପଦେଶ

  287. Couplet 287

    ତାହାଙ୍କଠାରୁ ମୁହିଁ ପୁଣପଢିଲି ସକଳ ପୁରାଣ

  288. Couplet 288

    ମୁଁ ଅଟେ ସୂତପୌରାଣିକଆବର କଶ୍ୟପହିଁ ଏକ

  289. Couplet 289

    ସାବର୍ଣ୍ଣି ପର୍ଶୁରାମ ଶିଷ୍ୟଅକୃତବ୍ରଣ ଚାରିଶିଷ୍ୟ

  290. Couplet 290

    ଏ ରୂପେ ଆମ୍ଭେ ଚାରିଜଣବ୍ୟାସଶିଷ୍ୟଙ୍କଠାରୁ ପୁଣ

  291. Couplet 291

    ଚାରି ମୂଳସଂହିତାମାନସମସ୍ତ କଲୁ ଅଧ୍ୟୟନ

  292. Couplet 292

    ବେଦମାନଙ୍କ ଅର୍ଥ ପୁଣବ୍ୟାସେ ଅଷ୍ଟାଦଶ ପୁରାଣ

  293. Couplet 293

    ତା' ମୋ ପିତାଙ୍କୁ ଉପଦେଶହରଷେ ଦେଲେ ବେଦବ୍ୟାସ

  294. Couplet 294

    ମୁହିଁ ମୋ' ପିତାଠାରୁ ପୁଣପାଇ ଅଷ୍ଟାଦଶ ପୁରାଣ

  295. Couplet 295

    ପୁରାଣ ଦଶ ଯେ ଲକ୍ଷଣପଞ୍ଚଲକ୍ଷଣ ଥୋକେ ଜାଣ

  296. Couplet 296

    ଯାହା ବର୍ଣ୍ଣନ୍ତି ଋଷିଗଣପୁରାଣ ଲକ୍ଷଣ ତା' ପୁଣ

  297. Couplet 297

    ସର୍ଗ ବିସର୍ଗ ବୃତ୍ତି ରକ୍ଷାହେତୁ ଯେ ମନ୍ୱନ୍ତର ସଂଖ୍ୟା

  298. Couplet 298

    ବଂଶାନୁଚରିତ ଯେ ସଂସ୍ଥାଆଶ୍ରୟ ବଂଶର ବ୍ୟବସ୍ଥା

  299. Couplet 299

    ଏ ଦଶଲକ୍ଷଣରେ ଯୁକ୍ତବଡ଼ ପୁରାଣ ନାମେ ଖ୍ୟାତ

  300. Couplet 300

    ସାନ ଉପପୁରାଣମାନପଞ୍ଚଲକ୍ଷଣରେ ବଖାଣ

  301. Couplet 301

    ବିଷ୍ଣୁ ନିର୍ଗୁଣ ନିରାକାରତ୍ରିଗୁଣଯୁକ୍ତ ସେ ମାୟାର

  302. Couplet 302

    ତହୁଁ ମହତ ଅହଙ୍କାରପଞ୍ଚମହାଭୂତ ସଞ୍ଚାର

  303. Couplet 303

    ଶତାବ୍ଦି ତନମାତ୍ର ପଞ୍ଚଇନ୍ଦ୍ରିୟ ଏକାଦଶ ସଞ୍ଚ

  304. Couplet 304

    ଏମାନଙ୍କର ଉତପତ୍ତିଏ ସର୍ବେ ସର୍ଗ ଯେ ବୋଲାନ୍ତି

  305. Couplet 305

    ଏହାଙ୍କ ସଙ୍ଗତରେ ପୁଣପୁରୁଷ ସଂଯୋଗ ଭାବେଣ

  306. Couplet 306

    ଏହାଙ୍କ ବାସନାର ଅଙ୍ଗସ୍ଥାବର ଜଙ୍ଗମ ପତଙ୍ଗ

  307. Couplet 307

    କୀଟ ଆଦି ଚାରି ଉତ୍ପତ୍ତିଏମାନେ ବିସର୍ଗ ବୋଲାନ୍ତି

  308. Couplet 308

    ପ୍ରାଣୀମାନଙ୍କ ଯେ ପ୍ରକୃତିଜୀବିକା ଆଚାରାଦି ଗତି

  309. Couplet 309

    ଏ ସର୍ବ ବୃତ୍ତି ଯେ ବୋଲାଇପୁରାଣ ଲକ୍ଷଣ ଯେ କହି

  310. Couplet 310

    ଏମାନେ ରକ୍ଷାର ନିମନ୍ତେତୀର୍ଯ୍ୟକ ଋଷି ଦେବମତେ

  311. Couplet 311

    ସ୍ଥିତି ପ୍ରଳୟର କାରଣବିଷ୍ଣୁର ଯେତେ ଅଂଶମାନ

  312. Couplet 312

    ଏହାଙ୍କୁ ରକ୍ଷା ଯେ ବୋଲାନ୍ତିଏଣୁ ବିଷ୍ଣୁ ସର୍ବ ରଖନ୍ତି

  313. Couplet 313

    ଏ ସମୟରେ ମନୁମାନେବ୍ରହ୍ମା ମୁହୂର୍ତ୍ତ ଉତପନ୍ନେ

  314. Couplet 314

    ଏ ବ୍ରହ୍ମାମୁହୂର୍ତ୍ତକେ ପୁଣମନ୍ୱନ୍ତର ହୁଏ ପ୍ରମାଣ

  315. Couplet 315

    ଇନ୍ଦ୍ର ସପତଋଷି ଦେବମନୁପୁତ୍ର ଆଦି ଏ ସର୍ବ

  316. Couplet 316

    ଏ ମନ୍ୱନ୍ତର ସେ ବୋଲାଇଆନ ମନୁବଂଶ ବଢଇ

  317. Couplet 317

    ସୃଷ୍ଟି କରନ୍ତି ଆତଯାତଏମନ୍ତ ବଂଶାନୁଚରିତ

  318. Couplet 318

    ଏ ସମୟରେ ବାସୁଦେବଷଟ ଯେ ରୂପରେ ସମ୍ଭବ

  319. Couplet 319

    ମନୁ ଦେବତା ମନୁପୁତ୍ରଏ ସର୍ବେ ବ୍ରହ୍ମାର ଯେ ଗୋତ୍ର

  320. Couplet 320

    ଇନ୍ଦ୍ର ସପ୍ତଋଷି ପଞ୍ଚମଅବତାରଲୀଳା ଷଷ୍ଠେଣ

  321. Couplet 321

    ଏମନ୍ତ ଭାବେ ବାସୁଦେବସଂସାରେ ଉତ୍ପତ୍ତି ସମ୍ଭବ

  322. Couplet 322

    ମନ୍ୱନ୍ତ ଅଧିକାର ବୋଲିପୁରାଣ ଲକ୍ଷଣ କହିଲି

  323. Couplet 323

    ଏ ରାଜାମାନଙ୍କ ବଂଶରେବ୍ରହ୍ମଋଷି ଦେବ ଅଂଶରେ

  324. Couplet 324

    ଗନ୍ଧର୍ବ ଚାରଣ କିନ୍ନରେଯେତେ ଉତ୍ପତ୍ତି ଏ ସଂସାରେ

  325. Couplet 325

    ତାହାଙ୍କୁ ବଂଶ ବୋଲି କହିତା'ଙ୍କ ଚରିତ ଅବା ଯେହି

  326. Couplet 326

    ବଂଶାନୁଚରିତ ତା' ନାମଶୁଣ ଶୌନକ ଦେଇ ମନ

  327. Couplet 327

    ନିତ୍ୟ ନୈମିତ୍ତ ପ୍ରାକୃତିକଯେବା ପ୍ରଳୟ ଆତ୍ୟନ୍ତିକ

  328. Couplet 328

    ଏ ଚାରି ସଂସ୍ଥା ବୋଲି ଜାଣଜୀବ ଉତ୍ପତ୍ତି ସଂହାରଣ

  329. Couplet 329

    ଅବିଦ୍ୟା ଯୋଗମାୟା ନାମତା' କର୍ମେ ଯେତେ ଉତପନ୍ନ

  330. Couplet 330

    ତାହାକୁ ହେତୁ ବୋଲି କହିଯୋଗମାୟା ଗୁଣରେ ମୋହି

  331. Couplet 331

    ପଞ୍ଚମହାଭୂତରେ ଯୁକ୍ତତ୍ରିଗୁଣେ ବ୍ରହ୍ମାଣ୍ଡ ଜଡ଼ିତ

  332. Couplet 332

    ବ୍ରହ୍ମରୁ ତୃଣ ପରିଯନ୍ତେପ୍ରାଣୀ ସମେତ ହୋଇ ଯେତେ

  333. Couplet 333

    ଉତ୍ପତ୍ତି ସ୍ଥିତି ପ୍ରଳୟନଏ ଭାବେ ଦର୍ଶନା ଦର୍ଶନ

  334. Couplet 334

    ଜାଗ୍ରତ-ସ୍ୱପ୍ନ-ସୁଷୁପ୍ତିରେଯେ ସାକ୍ଷୀରୂପେ ନିରନ୍ତରେ

  335. Couplet 335

    ଜୀବ ବ୍ରହ୍ମାଣ୍ଡ ମଧ୍ୟେ ହୋଇପ୍ରକୃତି ଭାବେ ସଞ୍ଚରଇ

  336. Couplet 336

    ବ୍ରହ୍ମରେ ଲୀନ ହୋଏ ପୁଣତାହାକୁ ଅପାଶ୍ରୟ ଜାଣ

  337. Couplet 337

    ଯେସନେ ଘଟାଦି ପଦାର୍ଥମୃତ୍ତିକା ସଙ୍ଗେ ଯୁତାଯୁତ

  338. Couplet 338

    ପଞ୍ଚତନମାତ୍ରା ସ୍ୱରୂପବୀଜାଦି ପଞ୍ଚବର୍ଣ୍ଣ ରୂପ

  339. Couplet 339

    ଆକାରାଦି ଯେ ବ୍ୟବସ୍ଥାରେସଂଯୋଗ ବିଯୋଗ ପ୍ରକାରେ

  340. Couplet 340

    ଆଶ୍ରୟ ଜାଣିବଟି ସେହିଦଶମ ଲକ୍ଷଣଟି ଏହି

  341. Couplet 341

    ଏ ସର୍ବ ମାୟାର ବାସନାସବୁ ବାସୁଦେବ ରଚନା

  342. Couplet 342

    ଚିତ୍ତ ତ୍ରିଗୁଣରୁ ବାହାରେରହଇ ଯେବେ ଯୋଗବଳେ

  343. Couplet 343

    ଯେବେ ବିରକ୍ତଭାବ ହୋଇଯୋଗବଳେ ଆତ୍ମେ ମିଶଇ

  344. Couplet 344

    ଜୀବ ପରମରେ ମିଶଇଜୀବ ଦେହବନ୍ଧୁ ତରଇ

  345. Couplet 345

    ଏମନ୍ତେ ଦଶ ଲକ୍ଷଣରେଯୁକ୍ତ ପୁରାଣ ମାନଙ୍କରେ

  346. Couplet 346

    ପୂର୍ବେ ଋଷିମାନ ବୋଲନ୍ତିପୁରାଣ ଅଷ୍ଟାଦଶ ଗ୍ରନ୍ଥି

  347. Couplet 347

    ଏଥେ ଅଛନ୍ତି ବଡ଼ସାନଶୁଣ ସେ ଅଷ୍ଟାଦଶ ନାମ

  348. Couplet 348

    ବ୍ରହ୍ମ ଯେ ବିଷ୍ଣୁ ଲିଙ୍ଗ ଶିବଗରୁଡ଼ ନାରଦ ଏ ଭାବ

  349. Couplet 349

    ଆଗ୍ନେୟ ସ୍କନ୍ଧ ଭାଗବତଭବିଷ୍ୟ ବ୍ରହ୍ମବଇବର୍ତ୍ତ

  350. Couplet 350

    ମାରକଣ୍ଡେୟ ଯେ ବାମନବରାହ ମତ୍ସ୍ୟ ଯେ କୁରୂମ

  351. Couplet 351

    ବ୍ରହ୍ମାଣ୍ଡ ପଦ୍ମ ଯେ ପୁରାଣଏମନ୍ତେ ଅଷ୍ଟାଦଶ ଜାଣ

  352. Couplet 352

    ଅଷ୍ଟାଦଶ ପୁରାଣ ସାରଶ୍ରୀଭାଗବତ ନାମ ଯା'ର

  353. Couplet 353

    ଏ ଅଷ୍ଟାଦଶ ଯେ ପୁରାଣଚାରିଲକ୍ଷ ଏ ଗ୍ରନ୍ଥ ପୁଣ

  354. Couplet 354

    ଅଷ୍ଟାଦଶ ଉପପୁରାଣଏହାଙ୍କ ନାମମାନ ଶୁଣ

  355. Couplet 355

    ବୃହଦ୍ବିଷ୍ଣୁ ନୃସିଂହ ଦୁଇବୃହତ୍ ନୃସିଂହ ଆଦି ତ୍ରୟୀ

  356. Couplet 356

    ଅଙ୍ଗିରସ ଯେ ବାୟୁ ନନ୍ଦୀଇତିହାସ ଅଷ୍ଟମେ ଛନ୍ଦି

  357. Couplet 357

    ଲଘୁ ଭାଗବତ ପ୍ରକାଶଲଘୁଭାରତ ଏହୁ ଦଶ

  358. Couplet 358

    ଦେବୀପୁରାଣ ଯେ ବରୁଣକାର୍ତ୍ତିକ ହରିବଂଶ ପୁଣ

  359. Couplet 359

    କାଳିକା ନାରଦୀୟ ଜାଣସୋମ ଭାସ୍କର ଯେ ସଂଖ୍ୟେଣ

  360. Couplet 360

    ଉପପୁରାଣ ଅଷ୍ଟାଦଶଦ୍ୱିଲକ୍ଷ ଗ୍ରନ୍ଥରେ ପ୍ରକାଶ

  361. Couplet 361

    ମହାଭାରତ ଲକ୍ଷେ ଗ୍ରନ୍ଥଅଷ୍ଟାଦଶ ପର୍ବେ ଯନ୍ତ୍ରିତ

  362. Couplet 362

    ଚତୁର୍ବିଂଶସସ୍ର ଶ୍ଳୋକେଣସାତକାଣ୍ଡ ଯେ ରାମାୟଣ

  363. Couplet 363

    ଚାରିବେଦକୁ ଲକ୍ଷେ କହିଛତିଶ ଶ୍ରୁତି ଲକ୍ଷେ ହୋଇ

  364. Couplet 364

    ଷଟଶାସ୍ତ୍ର ଯେ ଷଡ଼ଲକ୍ଷନ୍ୟାୟ ମୀମାଂସା ଶାସ୍ତ୍ର ସାଂଖ୍ୟ

  365. Couplet 365

    ପାତଞ୍ଜଳି ତର୍କଶାସ୍ତ୍ରେଣବଇଶେଷିକ ଷଷ୍ଠ ପୁଣ

  366. Couplet 366

    ଷଡ଼ଙ୍ଗ ଷଡ଼ଲକ୍ଷ ପୁଣଶିକ୍ଷାକଳ୍ପ ନିରୁକ୍ତ ଜାଣ

  367. Couplet 367

    ଛନ୍ଦ ଜ୍ୟୋତିଷ ବ୍ୟାକରଣଅଙ୍ଗ ଯେ ଏ ଭାବେ ପ୍ରମାଣ

  368. Couplet 368

    ଚାରି ଯେ ଉପବେଦପୁଣଚାରି ଲକ୍ଷେଣ ସେ ସମ୍ପୂର୍ଣ୍ଣ

  369. Couplet 369

    ଆୟୁର୍ବେଦ ଯେ ଧନୁର୍ବେଦଗାନ୍ଧର୍ବ ଶିଳ୍ପ ଚାରି ଭେଦ

  370. Couplet 370

    ଆଗମ ମନ୍ତ୍ର ଆଦି ପୁଣଦଶଲକ୍ଷ ଗ୍ରନ୍ଥେ ପ୍ରମାଣ

  371. Couplet 371

    ଏମନ୍ତ ହୋଇ ଜଗତରେଶବଦବ୍ରହ୍ମ ସୃଷ୍ଟିକରେ

  372. Couplet 372

    ଅଷ୍ଟାଦଶ ବିଦ୍ୟାରୂପରେପ୍ରକାଶକରେ ଜଗତରେ

  373. Couplet 373

    ଷଡ଼ ଅଙ୍ଗରେ ଷଡ଼ ହୋଇଚାରିବେଦ ମିଶି ଦଶହିଁ

  374. Couplet 374

    ମୀମାଂସା ନ୍ୟାୟ ଯେ ପୁରାଣଧର୍ମଶାସ୍ତ୍ର ମନୁବଚନ

  375. Couplet 375

    ଏଭାବେ ଚତୁର୍ଦ୍ଦଶ ବିଦ୍ୟାମିଶିଣ ଚାରି ଉପବେଦା

  376. Couplet 376

    ଏମନ୍ତ ଅଷ୍ଟାଦଶ ହୋଇବ୍ରହ୍ମାଣ୍ଡ ମଧ୍ୟେ ବିହରଇ

  377. Couplet 377

    ସୂତ କହନ୍ତି ତୋଷମନେଶୁଣ ହେ ବ୍ରହ୍ମଋଷିମାନେ

  378. Couplet 378

    ବେଦ ଯେ ଶାଖା ପ୍ରଣୟନବିସ୍ତାରି ତୁମ୍ଭର ଆଗେଣ

  379. Couplet 379

    କହିଲୁ ତୁମ୍ଭର ପ୍ରଶନେଶିଷ୍ୟ-ପ୍ରଶିଷ୍ୟ ବିଚାରଣେ

  380. Couplet 380

    ଏହା ଯେ କର୍ଣ୍ଣରେ ଶୁଣଇବ୍ରହ୍ମତେଜ ତା'ର ବଢଇ

  381. Couplet 381

    ସକଳ କଳୁଷ ନାଶଇଅନ୍ତେ ସେ ବଇକୁଣ୍ଠ ପାଇ

  382. Couplet 382

    ନମଇଁ ବିପ୍ର ଜଗନ୍ନାଥଦ୍ୱାଦଶସ୍କନ୍ଧେ ଭାଗବତ

  383. Couplet 383

    କେବଳ ଆଶାକରେ ଏତେକୃପାଳୁ କୃପାକର ମୋତେ

  384. Couplet 384

    ସୁଜନେ ଶୁଣ କର୍ଣ୍ଣଦ୍ୱାରେତରିବ ଏ ଭବ-ସଂସାରେ

  385. Couplet 385

    ସୂତ ଶୌନକର ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ

  386. Couplet 386

    ଶ୍ରୀହରିଚରଣ-ସରୋଜଭାବଇ ଜଗନ୍ନାଥ ଦ୍ୱିଜ