Skip to content
paribhaasha

Skandha 12

Adhyaya 6

  1. Couplet 1

    ସୂତ ପୌରାଣିକ କହନ୍ତିଶୌନକ ଆଦି ମୁନି ପ୍ରତି

  2. Couplet 2

    ନୈମିଷାରଣ୍ୟେ ସର୍ବେ ମିଳିଶୁଣନ୍ତି ବାସୁଦେବ କେଳି

  3. Couplet 3

    ଶୁକଙ୍କ ତହୁଁ ତତ୍ତ୍ୱବାଣୀପରୀକ୍ଷ ବିଷ୍ଣୁରତ ଶୁଣି

  4. Couplet 4

    ନମିଲା ଶୁକମୁନି ପାଦେରୋମପୁଲକ ଗଦଗଦେ

  5. Couplet 5

    ଅଞ୍ଜଳି କରି ତତକ୍ଷଣକହଇ ଏମନ୍ତ ବଚନ

  6. Couplet 6

    ହେ ବ୍ୟାସସୁତ ଜ୍ଞାନଧୀରଜଗତ ଆତ୍ମାରୂପ ତୋ'ର

  7. Couplet 7

    ସମଦରଶୀ ଭାବ ବହୁଏଣୁ ସଂସାରେ ଭେଦ ନୋହୁ

  8. Couplet 8

    ଏମନ୍ତ କହିଣ ଚରଣେପ୍ରଣାମ କଲା ତତ୍କ୍ଷଣେ

  9. Couplet 9

    ଅଦ୍ଭୂତ କଥା ତୁମ୍ଭ ବାଣୀଏଣୁ ସଂସାର ମିଥ୍ୟା ଜାଣି

  10. Couplet 10

    ମରଣେ ଭୟ କିଛି ନାହିଁଅଜ୍ଞାନୀଜନ ସେ ମରଇ

  11. Couplet 11

    ତୁମ୍ଭର କୃପା ହେଲା ଯେଣୁନାହିଁ ମୋ ଜନ୍ମମୃତ୍ୟୁ ତେଣୁ

  12. Couplet 12

    ତୁମ୍ଭେ ଯେ ବାସୁଦେବରୂପୀସର୍ବଜ୍ଞ ଯେଣୁ ବିଶ୍ୱବ୍ୟାପୀ

  13. Couplet 13

    ପ୍ରାଣୀ ସଂସାରତାପେ ଥାଇଆତ୍ମାରେ ବାସୁଦେବ ବହି

  14. Couplet 14

    ଯାହାକୁ ଅନୁଗ୍ରହ କରେସେ ପ୍ରାଣୀ ଏ ସଂସାରୁ ତରେ

  15. Couplet 15

    ପୁରାଣ ଭାଗବତ ଗୀତାଉତ୍ତମ ଶ୍ଳୋକ ଯେଉଁ କଥା

  16. Couplet 16

    କହି କୃତାର୍ଥ ମୋତେ କଲବିଷ୍ଣୁମାୟାରୁ ଉଦ୍ଧରିଲ

  17. Couplet 17

    ତୁମ୍ଭଙ୍କୁ ମୋର ନମସ୍କାରପରମଦୟାଳୁ ଈଶ୍ୱର

  18. Couplet 18

    ତୁମ୍ଭେ ଯେ ଅଚ୍ୟୁତ ଭକତସଂସାରେ ପ୍ରାଣୀ ମୋହଗ୍ରସ୍ତ

  19. Couplet 19

    ତୁମ୍ଭଙ୍କୁ ମୋର ନମସ୍କାରପରମଦୟାଳୁ ଈଶ୍ୱର

  20. Couplet 20

    ଏହି ପୁରାଣ ଭାଗବତଉତ୍ତମ ଶ୍ଳୋକର ଚରିତ

  21. Couplet 21

    ସାକ୍ଷାତେ ଶ୍ରୀମଧୁସୂଦନତା'ଙ୍କୁ କରାଇଲ ଦର୍ଶନ

  22. Couplet 22

    ଏଣୁ ମୁଁ ବିଶୁଦ୍ଧ ହୋଇଲିଭଗବାନଗୁଣ ଶୁଣିଲି

  23. Couplet 23

    ହେ ଶୁକଦେବ ଭଗବାନତକ୍ଷକ ଆଦି ମୃତ୍ୟୁମାନ

  24. Couplet 24

    ତହିଁ ମୋହର ଭୟ ନାହିଁବ୍ରହ୍ମନିର୍ବାଣ ଜାଣିଲଇଁ

  25. Couplet 25

    ଅବ୍ୟୟ ଅବିନାଶୀ ବ୍ରହ୍ମଦର୍ଶନେ ଛଡ଼ାଇଲ ଭ୍ରମ

  26. Couplet 26

    ଏବେ ଯେ ମୋତେ ଆଜ୍ଞା ଦିଅବ୍ରହ୍ମରେ ଲାଗିବ ମୋ' ଲୟ

  27. Couplet 27

    ବସୁ ଅଛଇ ଯୋଗାସନେମଉନବ୍ରତ ଆତ୍ମଜ୍ଞାନେ

  28. Couplet 28

    ଅଧୋକ୍ଷଜ ବିଷ୍ଣୁର ଲୟେକାମନା ଛାଡ଼ିଲି ବିଷୟେ

  29. Couplet 29

    ଅଷ୍ଟାଙ୍ଗଯୋଗ ଧାରଣାରେଷଡ଼ଚକ୍ର ଭେଦି ଆତ୍ମାରେ

  30. Couplet 30

    ପରମଆତ୍ମାରେ ମିଶାଇସସ୍ରକମଳ ମଧ୍ୟେ ନେଇ

  31. Couplet 31

    ପ୍ରାଣକୁ ତହିଁ ନିବେଶିବିମାୟା ବ୍ରହ୍ମାଣ୍ଡ ଜିଣିଯିବି

  32. Couplet 32

    ତକ୍ଷକ ବ୍ରାହ୍ମଣ ଶାପରେଭସ୍ମ କରିବ ମୋ' ଶରୀରେ

  33. Couplet 33

    ଜ୍ଞାନ ବିଜ୍ଞାନ ଦେଇ ମୋ'ରହେଳେ ଅଜ୍ଞାନ କଲ ଦୂର

  34. Couplet 34

    ପରମ ବାସୁଦେବ ପଦଲଭି ଯା ହୋଇବି ଆନନ୍ଦ

  35. Couplet 35

    ସେ ମାର୍ଗ ମୋତେ ଦେଖାଇଲବିଷ୍ଣୁ ଶରୀରେ ନିଯୋଜିଲ

  36. Couplet 36

    ଏବେ ମୁଁ ସେ ମାର୍ଗେ ପଶିବିଧ୍ୟାନେର ମୁକତି ଲଭିବି

  37. Couplet 37

    ଏ ଭାବେ ଅନେକ ପ୍ରକାରେବିନୋୟି ଶୁକ ଚରଣରେ

  38. Couplet 38

    ସୂତ କହନ୍ତି ମୁନି ଶୁଣପରୀକ୍ଷେ କହେ ବାଦରାଣ

  39. Couplet 39

    ବିଷ୍ଣୁ ଭକତିରେ ନିମଜ୍ଜିମୁକତ ହୁଅ ପାପ ତେଜି

  40. Couplet 40

    ଆମ୍ଭର ଆଶୀର୍ବାଦୁଁ କରିଅନ୍ତେ ତୁ ଲଭ ବିଷ୍ଣୁପୁରୀ

  41. Couplet 41

    ଏମନ୍ତ କହି ଶୁକମୁନିହରଷେ କଲେ କୃଷ୍ଣଧ୍ୱନି

  42. Couplet 42

    ରାଜାର ପୂଜାବିଧି ପାଇଶୁକ ହରଷମନ ହୋଇ

  43. Couplet 43

    ସକଳ ମହାଋଷି ସଙ୍ଗେବଦ୍ରିକାଶ୍ରମେ ଗଲେ ବେଗେ

  44. Couplet 44

    ପରୀକ୍ଷ ରାଜା ଯୋଗଧ୍ୟାନେବସିଲେ ନିଶ୍ଚଳ ଆସନେ

  45. Couplet 45

    ଆତ୍ମାରେ ଆତ୍ମା ନିଯୋଜିଣଅଷ୍ଟାଙ୍ଗ ଯୋଗରେ ଧାରଣ

  46. Couplet 46

    ପରମବ୍ରହ୍ମ ସ୍ୱରୂପରେପବନ-ସଂଯମ ଧ୍ୟାନରେ

  47. Couplet 47

    ବୃକ୍ଷର ପ୍ରାୟେ ଅଚେଷ୍ଟିତନିଶ୍ଚଳଭାବେ ରହେ ଚିତ୍ତ

  48. Couplet 48

    ହସ୍ତିନାନଗର ବାହାରେଗଙ୍ଗା ପୂର୍ବଦିଗ-ଭାଗରେ

  49. Couplet 49

    ବାଲୁକାବେଦୀର ଉପରେକୁଶ ଆସନ କରି ଧୀରେ

  50. Couplet 50

    ଉତ୍ତର ଅଭିମୁଖେ ବସିବ୍ରହ୍ମରେ ଲୟକୁ ନିବେଶି

  51. Couplet 51

    ଆତ୍ମାକୁ ବ୍ରହ୍ମରନ୍ଧ୍ରେ ନେଇସୁଷୁମ୍ନା ରନ୍ଧ୍ରରେ ରୁନ୍ଧାଇ

  52. Couplet 52

    ଷଡ଼ଚକ୍ର ଭେଦି ଭୂମଧ୍ୟେପରମ ଆତ୍ମା ଭାବ ଭେଦେ

  53. Couplet 53

    ବିଷୟ ସଙ୍ଗ କରି ଦୂରବିଚାର ନାହିଁ ବାହ୍ୟାନ୍ତର

  54. Couplet 54

    ଏକାକ୍ଷର ବ୍ରହ୍ମେ ପ୍ରବେଶିଯାତନା ଶରୀର ବିନାଶି

  55. Couplet 55

    ପରମପଦକୁ ଲଭିଲେବିଷ୍ଣୁ ଅଙ୍ଗରେ ଲୀନ ହେଲେ

  56. Couplet 56

    ଶମୀକ ଋଷିଙ୍କ ନନ୍ଦନତାଙ୍କର ଶୃଙ୍ଗୀଋଷି ନାମ

  57. Couplet 57

    ପୂର୍ବେ ସପ୍ତଦିନ ଆଗରେକୋପେ ଶାପ ଦେଲା ରାଜାରେ

  58. Couplet 58

    ଅନୀତି ରାଜା ହୋଇ କଲାଋଷି ଗଳାରେ ସର୍ପ ଦେଲା

  59. Couplet 59

    ଆଜୁଁ ସପତଦିନ ଅନ୍ତେତକ୍ଷକ ଭକ୍ଷୁ ଭସ୍ମୀଭୂତେ

  60. Couplet 60

    ଏମନ୍ତ ସେ ତକ୍ଷକ ଜାଣିରାଜାଙ୍କୁ ଦଂଶିବ ସେ ପୁଣି

  61. Couplet 61

    ମାୟା ବ୍ରାହ୍ମଣ ରୂପେ ଛନ୍ନପଥରେ କରଇ ଗମନ

  62. Couplet 62

    ଏମନ୍ତ ସମୟରେ ପୁଣକାଶ୍ୟପ ନାମକେ ବ୍ରାହ୍ମଣ

  63. Couplet 63

    କଶ୍ୟପ ଧନ୍ୱନ୍ତରୀ ନାମବିଷ୍ଣୁବୈଦ୍ୟ ମଧ୍ୟେ ଉତ୍ତମ

  64. Couplet 64

    ରାଜାର ମୃତ୍ୟୁକଥା ଶୁଣିବ୍ରାହ୍ମଣ ରୂପ ଧରି ପୁଣି

  65. Couplet 65

    ଆସନ୍ତେ ବାଟେ ଭେଟ ହୋଇତକ୍ଷକ ଧନ୍ୱନ୍ତରୀ ଦୁଇ

  66. Couplet 66

    ତକ୍ଷକ ପଚାରିଲା ପୁଣକି ଅର୍ଥେ କରୁଛ ଗମନ

  67. Couplet 67

    କହିଲେ ଆମ୍ଭେ ଧନ୍ୱନ୍ତରୀଯାଉଛୁ ପରୀକ୍ଷେ ନିସ୍ତାରି

  68. Couplet 68

    ତକ୍ଷକ ବ୍ରହ୍ମଶାପେ ଦଂଶିରାଜା ହୋଇବ ଭସ୍ମରାଶି

  69. Couplet 69

    ତାହାକୁ ଆତ୍ମେ ଜୀଆଇବୁଯଶ ଧନ ଧର୍ମ ପାଇବୁ

  70. Couplet 70

    ଏମନ୍ତ ଶୁଣି ତାଙ୍କ ବାଣୀତକ୍ଷକ ବୋଲେ ତତକ୍ଷଣି

  71. Couplet 71

    ଯାହାକୁ ତକ୍ଷକ ଭକ୍ଷିବଜଗତେ କେ ତାକୁ ରଖିବ

  72. Couplet 72

    ଅଘୋର ବିଷମୁଖ ତାରଦଂଶିଲେ ନ ବର୍ତ୍ତନ୍ତି ନର

  73. Couplet 73

    କାଳକୂଟ ବିଷ ତାହାରଘାତେ ଭସ୍ମ ମେରୁ ସ୍ଥାବର

  74. Couplet 74

    ତା ଶୁଣି ଧନ୍ୱନ୍ତରୀ କହିତକ୍ଷକ ଗୁଚ୍ଛମାତ୍ର ହୋଇ

  75. Couplet 75

    ଦଂଶିଲେ ନିର୍ବିଷ କରିବୁକିଞ୍ଚିତେ ରାଜାକୁ ରଖିବୁ

  76. Couplet 76

    ଶୁଣି ତକ୍ଷକ କୋପ ବହିବୋଲଇ ଧନ୍ୱନ୍ତରୀ ଚାହିଁ

  77. Couplet 77

    ଆମ୍ଭେ ତକ୍ଷକ ନାଗ ନାମଦଂଶିଲେ କେବା ନୋହେ ଭସ୍ମ

  78. Couplet 78

    ଜୀଆଇ ତୁମେ ଯେବେ ପାରପରୀକ୍ଷା ଏହିଠାରେ କର

  79. Couplet 79

    ଏମନ୍ତ କହି ସେ ତକ୍ଷକଆଗରେ ଥିଲା ଯେ ବୃକ୍ଷେକ

  80. Couplet 80

    ତହିଁ ଉପରେ ଏକଜଣକାଷ୍ଠ ଯେ ଭାଙ୍ଗୁଥିଲା ପୁଣ

  81. Couplet 81

    ଏ ଦୁଇ ବିପ୍ରେ ନ ଦେଖିଲେଏହାଙ୍କୁ ଦେଖି ସେ ଲୁଚିଲେ

  82. Couplet 82

    ଏମନ୍ତେ ତକ୍ଷକ ଯେ ଅହିବଟବୃକ୍ଷକୁ ସେ ଦଂଶଇ

  83. Couplet 83

    ତକ୍ଷଣେ ଭସ୍ମ ହୋଇଗଲାଯେଉଁ ମନୁଷ୍ୟ ତହିଁ ଥିଲା

  84. Couplet 84

    ସେ ଭସ୍ମ ଧନ୍ୱନ୍ତରୀ ପୁଣକଲେ ସେ ଏକଠାବେ ପୁଣ

  85. Couplet 85

    ଜଳ ସିଞ୍ଚିଲେ ତତ୍କ୍ଷଣମୃତ ସଞ୍ଜୀବନୀ ମନ୍ତ୍ରେଣ

  86. Couplet 86

    ବୃକ୍ଷ ଅଙ୍କୁର ହୋଏ ପୁଣିକ୍ରମେ ସେ ଦ୍ରୁମଭାବ ଘେନି

  87. Couplet 87

    ସେହିଭାବେ ବୃକ୍ଷ ହୋଇଲାମନୁଷ୍ୟ ଆଦି ଦୃଶ୍ୟ ହେଲା

  88. Couplet 88

    ତା' ଦେଖି ତକ୍ଷକ କହିଲେନିଶ୍ଚେ ଜୀଇବ ତୁମ୍ଭ ବୋଲେ

  89. Couplet 89

    ତୁମ୍ଭେ ତ ମହତ ପୁରୁଷଯଶ ମୋ' ନ କର ବିନାଶ

  90. Couplet 90

    ମହତ ଲୋକଙ୍କର ଭାବପର ଯଶରେ ନିତ୍ୟେ ଥିବ

  91. Couplet 91

    ଆପଣା ଯଶ ନ କରଇପରର ହିତେ କ୍ଳେଶ ପାଇ

  92. Couplet 92

    ପ୍ରାପତ ରାଜାଠାରୁ ଧନମୋଠାରୁ ନିଅସି ଦ୍ୱିଗୁଣ

  93. Couplet 93

    ଏମନ୍ତ ଶୁଣି ଧନ୍ୱନ୍ତରୀମନରେ ବିଚାର ସେ କରି

  94. Couplet 94

    ରାଜାର ଆୟୁଷ ତ ନାହିଁଜାଣଇ ଯୋଗବଳେ ମୁହିଁ

  95. Couplet 95

    ତାହାର ଜୀଇଁବାକୁ ନାହିଁଶୁକ ପ୍ରସନ୍ନ ଭାବ ବହି

  96. Couplet 96

    ବିରାଜ ହୋଇ ଗଙ୍ଗାତୀରେଯୋଗାରୂଢ ତତ୍ତ୍ୱଜ୍ଞାନରେ

  97. Couplet 97

    ଆତ୍ମାକୁ ପରମ ଆତ୍ମାରେପ୍ରବେଶ କରି ବ୍ରହ୍ମଦ୍ୱାରେ

  98. Couplet 98

    ଯୋଗାଗ୍ନିରେ ଦଗ୍ଧ ହୋଇବସେ ତ ବ୍ରହ୍ମରେ ଲୀନ ହେବ

  99. Couplet 99

    ପିଣ୍ଡରେ ତକ୍ଷକ ଦଂଶିବଆମ୍ଭର ଯଶ ତ ନୋହିବ

  100. Couplet 100

    ଆମ୍ଭେ ଯେ ଏହାଠାରୁ ପୁଣଛାଡ଼ିଣ ଯିବା କିପାଁ ଧନ

  101. Couplet 101

    ଏମନ୍ତ ବିଚାରି ଭିଷକବୋଇଲେ ଶୁଣ ହେ ତକ୍ଷକ

  102. Couplet 102

    ତୋ' ଯଶ କିପାଇଁ ନାଶିବୁପାଇଲେ ଧନ ବାହୁଡ଼ିବୁ

  103. Couplet 103

    ତକ୍ଷକ ତା'ଙ୍କୁ ଧନ ଦେଲେବାହୁଡ଼ି ଧନ୍ୱନ୍ତରୀ ଗଲେ

  104. Couplet 104

    ତକ୍ଷକ ବ୍ରାହ୍ମଣ ରୂପେଣଗଲେ ସେ ରାଜା ସନ୍ମିଧାନ

  105. Couplet 105

    ଫଳ-ପୁଷ୍ପ ଘେନି ଭେଟିଲେଫଳେ ତକ୍ଷକ କୃମି ହେଲେ

  106. Couplet 106

    ଏମନ୍ତେ କୃମିରୂପେ ପୁଣଦଂଶିଲେ ରାଜାର ଚରଣ

  107. Couplet 107

    ସେ କାମରୂପୀ ନାଗବିଷରାଜାଶରୀର କଲା ନାଶ

  108. Couplet 108

    ତକ୍ଷଣେ ଭସ୍ମ ହୋଇଗଲେସକଳ ପ୍ରାଣୀ ତା' ଦେଖିଲେ

  109. Couplet 109

    ହାହାକାର ଶବ୍ଦ ଶୁଭିଲାଶବଦେ ପୃଥିବୀ ପୂରିଲା

  110. Couplet 110

    ଆକାଶେ ଦେବତା ଅସୁରମନୁଷ୍ୟ ଆଦି ନାନାଚର

  111. Couplet 111

    ସମସ୍ତେ ବିସ୍ମୟ ହୋଇଲେତକ୍ଷକେ କେହି ନ ଦେଖିଲେ

  112. Couplet 112

    ରାଜାମୁକତି ଦେଖି ଦେବେଦୁନ୍ଦୁଭିନାଦ କଲେ ଭାବେ

  113. Couplet 113

    ଗନ୍ଧର୍ବ ଅପସରା ନୃତ୍ୟସାଧୁଶବଦେ କଲେ ଗୀତ

  114. Couplet 114

    ଦେବେ ଯେ ପୁଷ୍ପବୃଷ୍ଟି କଲେଆନନ୍ଦେ ସ୍ୱର୍ଗକୁ ସେ ଗଲେ

  115. Couplet 115

    ପରୀକ୍ଷସୁତ ଜନ୍ମେଜୟେସେ ପୁଣି ରାଜ୍ୟେ ରାଜା ହୋଏ

  116. Couplet 116

    ପିତୃ-କ୍ରିୟା-କର୍ମ ସାରିଲେରାଜତେଜେ ଭୂମି ପାଳିଲେ

  117. Couplet 117

    ସେ କିଛିଦିନର ଅନ୍ତରେନୃପତି ଶୁଣିଲେ ସଭାରେ

  118. Couplet 118

    ଉତ୍ତଙ୍ଗଋଷି ସେ କହିଲେତକ୍ଷକ ରାଜାଙ୍କୁ ଦଂଶିଲେ

  119. Couplet 119

    ବ୍ରାହ୍ମଣ ଶାପେଣ ତକ୍ଷକରାଜାଙ୍କୁ କଲା ଭସ୍ମାନ୍ତକ

  120. Couplet 120

    ଧନ୍ୱଂତ୍ରୀ ଜୀଆଁଇବା ପାଇଁଆସୁ ଯେ ଥିଲେ ବିପ୍ର ହୋଇ

  121. Couplet 121

    ତକ୍ଷକ ତା'ଙ୍କୁ ଧନ ଦେଲେବାଟରୁ ଧନ୍ୱନ୍ତରୀ ଗଲେ

  122. Couplet 122

    ଏମନ୍ତ ବାରତା ପ୍ରମାଣକହିଲେ ପାତ୍ର ମନ୍ତ୍ରୀଗଣ

  123. Couplet 123

    ଶୁଣିଛୁ ଏମନ୍ତ ପ୍ରକାରନ ଜାଣୁ ଧନ୍ୱଂତ୍ରୀ ଯିବାର

  124. Couplet 124

    ଏମନ୍ତେ ରାଜାଲୋକ ଯାଇପଚାରିଲେ ସନ୍ଦେଶ ପାଇ

  125. Couplet 125

    ତହିଁ ଯେ କାଷ୍ଠ ଭାଙ୍ଗୁଥିଲାବୃକ୍ଷ ସଙ୍ଗତେ ଭସ୍ମ ହେଲା

  126. Couplet 126

    ଧନ୍ୱଂତ୍ରୀ ମନ୍ତ୍ରବଳେ ବୃକ୍ଷଯେମନ୍ତେ ହୋଇଲା ପ୍ରତ୍ୟକ୍ଷ

  127. Couplet 127

    ତକ୍ଷକ ଧନ ତା'କୁ ଦେଲାଯେମନ୍ତ ବଚନ କହିଲା

  128. Couplet 128

    ଏ ସର୍ବ ବାରତା ସଂକ୍ଷେପେକହିଲେ ରାଜାର ସମୀପେ

  129. Couplet 129

    ଶୁଣି ଜନ୍ମେଜୟ ରାଜନତକ୍ଷକଠାରେ କ୍ରୋଧମନ

  130. Couplet 130

    ସମସ୍ତ ଋଷିଗଣ ଚାହିଁତକ୍ଷକ କଥା ପଚାରଇ

  131. Couplet 131

    ସେ ମୋର ପିତାର ବଇରୀତା'କୁ କେମନ୍ତେ ସାଧ୍ୟ କରି

  132. Couplet 132

    ଉତ୍ତଙ୍ଗ ଋଷି ଯେ କହିଲେତକ୍ଷକ ତାହାଙ୍କୁ ଦଂଶିଲେ

  133. Couplet 133

    ସର୍ପଯଜ୍ଞ କର ଆରମ୍ଭବଇରୀ ନାଶ ହେବ ତୁମ୍ଭ

  134. Couplet 134

    ଯେମନ୍ତେ ସର୍ପଯଜ୍ଞ ରୀତିସମସ୍ତ କହିଲେ ସେ ଯତି

  135. Couplet 135

    ଏମନ୍ତେ ସର୍ପଯଜ୍ଞ କଲେଅନେକ ସର୍ପ ଦଗଧିଲେ

  136. Couplet 136

    ଯଜ୍ଞକୁଣ୍ଡରେ ପଡ଼ି ନାଶତକ୍ଷକ ରହେ ଅବଶେଷ

  137. Couplet 137

    ସର୍ପକୁଳ ଦଗଧ ଦେଖିନାଗଲୋକକୁ ସେ ଉପେକ୍ଷି

  138. Couplet 138

    ଦେବଲୋକେ ଇନ୍ଦ୍ରେ ଶରଣପଶିଲା ମହାଭୟେ ପୁଣ

  139. Couplet 139

    ଆଚାର୍ଯ୍ୟେ ଏମନ୍ତ କହିଲେତକ୍ଷକ ଯଜ୍ଞକୁ ନ ଇଲେ

  140. Couplet 140

    ତା' ଶୁଣି ରାଜନ ବୋଲଇଅଧର୍ମ ସର୍ପ ନ ଆସଇ

  141. Couplet 141

    ଏ କୁଣ୍ଡେ ଭସ୍ମ ତ ନୋହିଲାକିମର୍ଥେ ଏମନ୍ତ ହୋଇଲା

  142. Couplet 142

    ତା' ଶୁଣି ବ୍ରାହ୍ମଣେ କହନ୍ତିନାଗଲୋକରେ ସେ ନାହାଁନ୍ତି

  143. Couplet 143

    ଇନ୍ଦ୍ରରେ ଶରଣ ପଶିଲେଇନ୍ଦ୍ରଯୋଗବଳେ ରଖିଲେ

  144. Couplet 144

    ତେଣୁ ଅଗ୍ନିରେ ନ ପଡ଼ଇଏମନ୍ତ ଶୁଣି ରାଜା କହି

  145. Couplet 145

    ଶୁଣ ବ୍ରାହ୍ମଣେ ମନଦେଇଯେ ଅର୍ଥେ ଯଜ୍ଞ ମୁଁ କରଇ

  146. Couplet 146

    ତକ୍ଷକ ମୋ' ପିତା ବଇରୀତାହାର ଅର୍ଥେ ଯଜ୍ଞ କରି

  147. Couplet 147

    ଇନ୍ଦ୍ର ଯେବେ ତା'କୁ ରଖିଲାମୋ' ପିତା ଶତ୍ରୁ ସେ ହୋଇଲା

  148. Couplet 148

    ଇନ୍ଦ୍ର ତକ୍ଷକ ଏହି ଦ୍ୱୟଅଗ୍ନିରେ ମନ୍ତ୍ରବଳେ ଦିଅ

  149. Couplet 149

    ଏମନ୍ତ ଶୁଣି ବିପ୍ରଜନେମନ୍ତ୍ରଯୁକ୍ତ କରି ବିଧାନେ

  150. Couplet 150

    ଘୃତ ଶ୍ରୁବମାନ ଘେନିଲେମନ୍ତ୍ରରେ ଆହୁତି ତୋଳିଲେ

  151. Couplet 151

    ଇନ୍ଦ୍ର ତକ୍ଷକ ଦୁହେଁ ଆସିକୁଣ୍ଡରେ ହୁଅନ୍ତୁ ବିନାଶି

  152. Couplet 152

    ଇନ୍ଦ୍ର ସମେତ ମରୁଦ୍ଗଣସତ୍ତ୍ୱରେ ଟଳିଲା ଆସନ

  153. Couplet 153

    ବିମାନ ସମେତ ଖସିଲେମର୍ତ୍ତ୍ୟ ଭୂମିକି ଦୃଷ୍ଟି ଦେଲେ

  154. Couplet 154

    ଅଗ୍ନିରେ ଘୃତ ଯେବେ ଦେବେନିଶ୍ଚୟେ ଅଗ୍ନିରେ ପଡ଼ିବେ

  155. Couplet 155

    ତା'ଦେଖି ଇନ୍ଦ୍ର ସଭୟରେଗୁରୁଙ୍କୁ ମନେ ସୁମରିଲେ

  156. Couplet 156

    ଅଙ୍ଗିରା ଋଷିଙ୍କର ସୁତଯେ ବୃହସ୍ପତି ନାମେ ଖ୍ୟାତ

  157. Couplet 157

    ତକ୍ଷକ ଇନ୍ଦ୍ର ଉପକାରେରାଜାଙ୍କ ଛାମୁରେ ମିଳିଲେ

  158. Couplet 158

    ତା' ଜାଣି ଆସ୍ତିକ ଯେ ମୁନିମିଳିଲେ ଯଜ୍ଞସ୍ଥାନେ ପୁଣି

  159. Couplet 159

    ଜରତ୍କାରୁ ଋଷିଙ୍କ ସୁତବୃହସ୍ପତି ସମାନେ ଖ୍ୟାତ

  160. Couplet 160

    ଆସ୍ତିକ ରାଜାର ଛାମୁରେମିଳି ତକ୍ଷକ ଉପକାରେ

  161. Couplet 161

    ନାଗମାନଙ୍କର ଭଗ୍ନୀଜସେ କହେ ଶୁଣ ମହାରାଜ

  162. Couplet 162

    ସର୍ପେ ଯେ ମୋ'ର ମାତୃକୁଳଏହାଙ୍କୁ ଦଗ୍ଧକୁ ନ କର

  163. Couplet 163

    ଏମନ୍ତେ ବୃହସ୍ପତି ଥିଲେରାଜାଙ୍କୁ ବଚନ କହିଲେ

  164. Couplet 164

    ତକ୍ଷକ ଏଥେ ନ ମରିବଅମୃତ ଭକ୍ଷିଛି ଜୀଇଁବ

  165. Couplet 165

    ତେଣୁ ଅଜରାମର କାୟକୋପ ସଂହର ନରରାୟ

  166. Couplet 166

    ତୁ ବୋଲୁ ପିତାକୁ ମାଇଲାଏହାଙ୍କୁ ମୁଁ ମାଇଲେ ଭଲା

  167. Couplet 167

    କେହି କାହାକୁ ନ ମାରଇକାହାରେ କେହି ନ ଜୀଆଁଇ

  168. Couplet 168

    ଶୁଣ ରାଜନ ମନଦେଇଜନ୍ମମରଣ କର୍ମେ ହୋଇ

  169. Couplet 169

    ଯେ ଯାହା ଅର୍ଜଇ ଭୁଞ୍ଜଇବ୍ରହ୍ମାଶଙ୍କରେ ଆନ ନୋହିଁ

  170. Couplet 170

    କେ କାର ସୁଖଦୁଃଖଦାତାଯେମନ୍ତେ ଲେଖିଛି ବିଧାତା

  171. Couplet 171

    ସର୍ପାଗ୍ନି ଚୌର ଜଳ କ୍ଷୁଧାବ୍ୟାଧି ତୃଷ୍ଣାଦି ଯେତେ ବାଧା

  172. Couplet 172

    ପ୍ରାଣୀ ଏମାନ ଭୋଗ କରେଆପଣା ଅର୍ଜିତ କର୍ମରେ

  173. Couplet 173

    ଜନ୍ମମରଣ ଏହିଭାବେଈଶ୍ୱର ସଂଯୋଗ ବିଯୋଗେ

  174. Couplet 174

    ତୋ ପିତା ପରୀକ୍ଷିତ ବୀରସେ ବ୍ରହ୍ମଋଷିର ଶାପର

  175. Couplet 175

    ଅଦୋଷେ ଋଷିଗଳେ ନେଇମୃତ ସର୍ପକୁ ଗୁଡ଼ିଆଇ

  176. Couplet 176

    ସେ ଦୋଷେ ଋଷି ଶାପ ଦେଲେତକ୍ଷକ ବିଷେ ଭସ୍ମ ହେଲେ

  177. Couplet 177

    ସେ ଶୁକବେଦଠାରୁ ପୁଣଶୁଣି ଭାଗବତ ପୁରାଣ

  178. Couplet 178

    ଶରୀର ଯୋଗାଗ୍ନିରେ ଦହିପ୍ରାଣକୁ ବ୍ରହ୍ମରେ ମିଶାଇ

  179. Couplet 179

    ତକ୍ଷକ ଦଂଶେ ଯେତେବେଳେଦେହେ ଜୀବ ନାହିଁ ସେକାଳେ

  180. Couplet 180

    ତକ୍ଷକେ କିଛି ଦୋଷ ନାହିଁସର୍ପହତ୍ୟା କରୁ କିପାଇଁ

  181. Couplet 181

    ନିର୍ଦ୍ଦୋଷ ସର୍ପେ ଗଲେ ମା'ରସର୍ପଯଜ୍ଞ ନିବର୍ତ୍ତ କର

  182. Couplet 182

    କଶ୍ୟପ ଋଷିଙ୍କ ବନିତାକଦ୍ରୂ ଯେ ନାଗଙ୍କର ମାତା

  183. Couplet 183

    ଅଦିତି ସଙ୍ଗେ କଥାଛଳେଏ ପୁତ୍ରେ ତା' ବୋଲ ନ କଲେ

  184. Couplet 184

    କହିଲେ ଦୁହେଁ ଆମ୍ଭମାତକେହ୍ନେ ଜିଂଘାସିବୁ ତାହାନ୍ତ

  185. Couplet 185

    ଏ ଘେନି କଦ୍ରୁ ଶାପଦେଲେଏଣୁ ଏ ଯଜ୍ଞେ ନାଶ ଗଲେ

  186. Couplet 186

    ଏମନ୍ତେ ବୃହସ୍ପତି ବାଣୀସନ୍ତୋଷ ନରନାଥ ଶୁଣି

  187. Couplet 187

    ସର୍ପଯଜ୍ଞ ନିବର୍ତ୍ତ କଲେଗୁରୁଙ୍କୁ ପୂଜାରେ ତୋଷିଲେ

  188. Couplet 188

    ଆସ୍ତିକ ଋଷିଙ୍କି ସେ ଆଣିନାଗଙ୍କୁ ସମର୍ପିଲେ ପୁଣି

  189. Couplet 189

    ତୋଷେ ଆସ୍ତିକ ଋଷି ଗଲେଇନ୍ଦ୍ର ରଖି ଗୁରୁ ଚଳିଲେ

  190. Couplet 190

    ବର ଦେଲେ ଆସ୍ତି ଯୁକତେମୋ' ନାମ ଧରିବ ଯେ ନିତ୍ୟେ

  191. Couplet 191

    ତାହାକୁ ସର୍ପବାଧା ନାହିଁଏମନ୍ତ କହି ତୋଷ ହୋଇ

  192. Couplet 192

    ଏ ଯେ ବିଷ୍ଣୁମାୟା ଜଗତତମ ମାୟାରେ ବିମୋହିତ

  193. Couplet 193

    ପ୍ରାଣୀଙ୍କ ଉତ୍ପତ୍ତି ପ୍ରଳୟଏ ମାୟାଭିଆଣ ଆଶ୍ରୟ

  194. Couplet 194

    ଏ ବିଷ୍ଣୁଆତ୍ମା ସର୍ବମୟୀଦମ୍ଭ ମାୟା କପଟ ବହି

  195. Couplet 195

    ଅହଙ୍କାର ବୁଦ୍ଧି ବିଚାରେଯା' ନାମ ନୁହଇ ଗୋଚରେ

  196. Couplet 196

    ତ୍ରିଗୁଣ ବାସନା ହିଁ ନାହିଁମନ ବଚନେ ଭେଦ ନୋହି

  197. Couplet 197

    ଶବ୍ଦ ସ୍ପରଶ ରସ ଗନ୍ଧରୂପ ଏ ପଞ୍ଚ ନୋହେ ଭେଦ

  198. Couplet 198

    ସେ ବିଷ୍ଣୁ ନିର୍ମଳେ ସେବିଲେପ୍ରାଣୀ ନିର୍ମଳ ହୋଏ ଭଲେ

  199. Couplet 199

    ଏ ମାୟା ବନ୍ଧନୁ ତରଇପରମପଦକୁ ଲଭଇ

  200. Couplet 200

    ବଇକୁଣ୍ଠ ପରମଧାମଯାହାର ପରେ ନାହିଁ ସ୍ଥାନ

  201. Couplet 201

    ସେ ଜନ ସଂସାରୁ ତରିବେଜନ୍ମମୃତ୍ୟୁରୁ ନିସ୍ତରିବେ

  202. Couplet 202

    ସଂସାର ବନ୍ଧନ ଛାଡ଼ନ୍ତିନିରତେ ବିଷ୍ଣୁଙ୍କୁ ଚିନ୍ତନ୍ତି

  203. Couplet 203

    ଦୁରାତ୍ମାପଣ ଦୂରକରିଜଗତ ମଣେ ନରହରି

  204. Couplet 204

    ଆତ୍ମା ସମବୁଦ୍ଧି ଭାବରେଏକ ଭାବରେ ନାମ ସ୍ମରେ

  205. Couplet 205

    ସେ ବିଷ୍ଣୁପଦେ ଲୀନ ହୋନ୍ତିପରମପଦକୁ ଲଭନ୍ତି

  206. Couplet 206

    ଯେ ପ୍ରାଣୀ ବିଚାରନ୍ତି ଚିତ୍ତଏ ସର୍ବ ମୋହର ଅର୍ଜିତ

  207. Couplet 207

    ଅର୍ଜିଲି ନାନା କଷ୍ଟ ପାଇସୁସ୍ଥିରେ ବିଳସିବି ମୁହିଁ

  208. Couplet 208

    ସେମାନେ ଦୁର୍ଜନ ବୋଲାନ୍ତିଆପଣା ଆତ୍ମା ନ ଚିହ୍ନନ୍ତି

  209. Couplet 209

    ମାୟାଜାଲରେ ଭ୍ରମୁଥା'ନ୍ତିଈଶ୍ୱରଭାବ ନ ଜାଣନ୍ତି

  210. Couplet 210

    ଏ ଦେହ ଘର ଧନ ସୁତଦାରା ବୃତ୍ତି ନାନାଦି ମତ

  211. Couplet 211

    ଏଥିରୁ ବିରତ ହୋଇବଅପବାଦକୁ ସହିଥିବ

  212. Couplet 212

    ଅମାନ୍ୟ କାହିଁ ନ କରିବଦେହକୁ ମିଥ୍ୟା ଯେ ମଣିବ

  213. Couplet 213

    କାହାରି ସଙ୍ଗତେ ବଇରନ କରି ସାଧୁପଣେ ଧୀର

  214. Couplet 214

    ଯେ ଭଗବାନ ବାସୁଦେବତେବେ ସେ ତାହାଙ୍କୁ ପାଇବ

  215. Couplet 215

    ଅସାଧ୍ୟଜ୍ଞାନ ଯେ ଈଶ୍ୱରକୃଷ୍ଣସ୍ୱରୂପୀ ନିରାକାର

  216. Couplet 216

    ତାହାଙ୍କୁ କରେ ନମସ୍କାରନିରତେ ଥାଉ ସେ ମନର

  217. Couplet 217

    ତା'ର ପଦାରବିନ୍ଦ ଧ୍ୟାନପୁରାଣ ସଂହିତା ଅଭିନ୍ନ

  218. Couplet 218

    ପଢି ଶୁଣିଲେ ମୁକ୍ତି ହୋଇଏଥିରେ ସଂଶୟ ନ ଥାଇ

  219. Couplet 219

    ସେ ବ୍ୟାସଋଷି ଶୁକଦେବବିଷ୍ଣୁସ୍ୱରୂପୀ ବାସୁଦେବ

  220. Couplet 220

    ତାହାଙ୍କୁ ମୋର ନମସ୍କାରମହିମା ନ ଜାଣେ ଶଙ୍କର

  221. Couplet 221

    ତୁମ୍ଭ ଚରଣେ ଆଶ୍ରେ କରିମୁଁ ଥାଇ ଚିତ୍ତେ ଅନୁସରି

  222. Couplet 222

    ତୁମ୍ଭେ ଯେ ମହତପୁରୁଷମୋହର ନ ଘେନିବା ଦୋଷ

  223. Couplet 223

    କହଇ ଜଗନ୍ନାଥ ଦ୍ୱିଜସୁଜନେ ହରିପାଦେ ଭଜ

Odia Bhagabata skandha 12 adhyaya 6 | Parbani by ParibhaAsha App