Skip to content
paribhaasha

Skandha 12

Adhyaya 5

  1. Couplet 1

    କହେ ପରୀକ୍ଷ ନୃପମଣିଭୋ ମୁନି ଶୁଣ ମୋର ବାଣୀ

  2. Couplet 2

    ଏ ତୋର ମୁଖୁଁ ଜ୍ଞାନମାନଶୁଣି ଶ୍ରୁତିରେ କଲି ପାନ

  3. Couplet 3

    ଘୋର ସଂସାରୁ ଉଦ୍ଧାରିଲବିଷ୍ଣୁର ଚରିତ କହିଲ

  4. Couplet 4

    ଏବେ ସନ୍ଦେହ ମୋର ମନତକ୍ଷକ କରିବ ଦଂଶନ

  5. Couplet 5

    ଏ କାଳରୂପୀ ମହାସର୍ପହରିବ ମୋର ଏଡେ଼ ଦର୍ପ

  6. Couplet 6

    ଦଂଶିବ ଲୋଚନେ ଦେଖିବିକେମନ୍ତ ଦେହ ସମର୍ପିବି

  7. Couplet 7

    ଏଣୁ ମୋ' ଚିତ୍ତେ ଭୟ ପାଇତୁମ୍ଭ ଛାମୁରେ କହିଲଇଁ

  8. Couplet 8

    ଦୁଃସହ-ସଙ୍କଟ କଷଣଏଥିରୁ କର ପରିତ୍ରାଣ

  9. Couplet 9

    ଏମନ୍ତ ରାଜା ମୁଖୁଁ ଶୁଣିକହନ୍ତି ଶୁକ ମହାମୁନି

  10. Couplet 10

    ଶୁକ କହନ୍ତି ଶୁଣ ରାୟଶ୍ରୀଭାଗବତର ନିର୍ଣ୍ଣୟ

  11. Couplet 11

    ଏ ଭାଗବତ ଆଦିଅନ୍ତବିଶ୍ୱାତ୍ମା ହରିର ଚରିତ

  12. Couplet 12

    ଭଗବାନ ପରଂପୁରୁଷଅମୀୟ ରୂପେ ପରକାଶ

  13. Couplet 13

    ଯାହାର ଅନୁଗ୍ରହ କରିବ୍ରହ୍ମା ଜନମି ସୃଷ୍ଟି କରି

  14. Couplet 14

    ଯାହାର ସ୍ୱରୂପ ହୋଇଣସତ୍ତ୍ୱଗୁଣରୁ ବିଷ୍ଣୁଜନ୍ମ

  15. Couplet 15

    ଜନ୍ମି ସଂସାର ପ୍ରବର୍ତ୍ତନ୍ତିପାଳିଣ ରଚନା କରନ୍ତି

  16. Couplet 16

    ଯାହାର କ୍ରୋଧୁ ଜାତ ହୋଇରୁଦ୍ର ଜଗତ ସଂହାରଇ

  17. Couplet 17

    ଶୁଣ ପରୀକ୍ଷ କ୍ଷିତିପତିମରିବୁ ବୋଲି ଯେଉଁ ଭୀତି

  18. Couplet 18

    ପ୍ରାଣୀ ତା' ଅଜ୍ଞାନେ କରନ୍ତିତୁ ଏବେ ଛାଡ଼ ଏହି ଭ୍ରାନ୍ତି

  19. Couplet 19

    ଜନମ କଉଣସି ଦିନନୋହିଛ ତୁମ୍ଭେ ତ ରାଜନ

  20. Couplet 20

    ଆଗରେ ଜନମ ନୋହିବବର୍ତ୍ତମାନରେ ନ ମରିବ

  21. Couplet 21

    ଐହିକେ ଜାତ ନୋହିଅଛଜନମ ନୋହିଥିଲ ପଛ

  22. Couplet 22

    ଉତ୍ପତ୍ତି ସ୍ଥିତି ଯା'ର ନାହିଁବିନାଶ ହୋଇବ କିପାଇଁ

  23. Couplet 23

    ପୁତ୍ର ପୌତ୍ରାଦି ଏ ତୋହରକେହି ଯେ ନୁହଁନ୍ତି କାହାର

  24. Couplet 24

    ସମ୍ପତ୍ତି ଅଇଶ୍ୱର୍ଯ୍ୟ-ମତ୍ତବାସୁଦେବ ମାୟା ସଞ୍ଚିତ

  25. Couplet 25

    ଯେମନ୍ତେ ବୀଜରୁ ଅଙ୍କୁରତହୁଁ ବୃକ୍ଷାଦି ଅବତାର

  26. Couplet 26

    ସେ ଫଳ ଫଳଇ ପ୍ରତ୍ୟକ୍ଷେବୀଜ ଅଙ୍କୁରି ପୁଣି ବୃକ୍ଷେ

  27. Couplet 27

    ତେମନ୍ତ ନୋହେ ପିତାପୁତ୍ରସମ୍ବନ୍ଧ ଜାଣ ପରୀକ୍ଷିତ

  28. Couplet 28

    ଏହା ସେ କହିବା ବୁଝାଇଯେହ୍ନେ କାଷ୍ଠରେ ଅଗ୍ନି ଥାଇ

  29. Couplet 29

    ଅରଣି କରି ତା' ମନ୍ଥିଲେଅଗ୍ନି ପ୍ରକାଶ ହୋଏ ଭଲେ

  30. Couplet 30

    ପ୍ରତ୍ୟକ୍ଷେ ଦର୍ଶନ ଦିଅଇଅରଣି ଭସ୍ମ ସେ କରଇ

  31. Couplet 31

    ଆପଣେ ଅନ୍ତର୍ଦ୍ଧାନେ ଯାଇଏ ଭାବେ ଦେହେ ମାୟା ଥାଇ

  32. Couplet 32

    ଯୋଗ ଅଭ୍ୟାସରେ ମନ୍ଥିଲେଦର୍ଶନ ପାଇ ତା'କୁ ଭଲେ

  33. Couplet 33

    ସେ କର୍ମବନ୍ଧନ ଶରୀରଦଗ୍ଧ କରି ହୁଏ ଅନ୍ତର

  34. Couplet 34

    ସ୍ୱପ୍ନେ ଯେ ମୁଣ୍ଡକାଟ ଯାଇପ୍ରାଣତ୍ୟାଗ ହୋଇଣ ଥାଇ

  35. Couplet 35

    ନିଦ୍ରାଭଙ୍ଗରେ ମିଥ୍ୟା ହୋଇଏ ଭାବେ ଜନ୍ମ ମୃତ୍ୟୁ ଦୁଇ

  36. Couplet 36

    ଏ ଆତ୍ମା ଶରୀରୁ ବିଲଗଜନ୍ମ ମରଣେ ନାହିଁ ସଙ୍ଗ

  37. Couplet 37

    ଘଟର ଭିତରେ ଆକାଶସେ ଘଟ ଯେବେ ହୋଏ ନାଶ

  38. Couplet 38

    ଆକାଶ ପୂର୍ଣ୍ଣମୟ ଦିଶେଘଟ ବିଯୋଗେ ରହେ ଶେଷେ

  39. Couplet 39

    ସେ ଭାବେ ଦେହ ନାଶ ଗଲେଜୀବ ମିଶଇ ବ୍ରହ୍ମ ତୁଲେ

  40. Couplet 40

    ଘଟର ବିନାଶ ହୁଅଇଜନ୍ମ ମରଣ ତା'ର ନାହିଁ

  41. Couplet 41

    ଜୀବ ଅବିନାଶୀ ବୋଲାଇପୁଣି ଶରୀରେ ପ୍ରକାଶଇ

  42. Couplet 42

    ମନ ହିଁ ଦେହ ଗୁଣ କର୍ମଆପଣେ କରଇ ସୃଜନ

  43. Couplet 43

    ସେ ମନ ମାୟାରୁ ସମ୍ଭବତେଣୁ ଜନମ ମୃତ୍ୟୁ ଲାଭ

  44. Couplet 44

    ମାୟା ଦେହର ଅଧିଷ୍ଠାନଦେହ ସଂଯୋଗ ବିଯୋଗେଣ

  45. Couplet 45

    ଘୃତ ବଳିତା ଯୋଗ ପାଇଯେସନେ ପ୍ରଦୀପ ଜଳଇ

  46. Couplet 46

    ତାହାକୁ ଅସଂଯୋଗ କଲେଅଗ୍ନି ଅଦୃଶ୍ୟ ହୋଏ ଭଲେ

  47. Couplet 47

    ଏମନ୍ତ ଜୀବ କର୍ମଯୋଗେଦେହରେ ସଂଯୋଗ ବିଯୋଗ

  48. Couplet 48

    ଦେହ ଦର୍ଶନ ଭସ୍ମଭୋଗଏ ସର୍ବ ମାୟାର ସଂଯୋଗେ

  49. Couplet 49

    ଦୀପରେ ଅଗ୍ନି ଯେହ୍ନେ ଥାଇଦୀପବଳିତା ନାମ ବହି

  50. Couplet 50

    ତା' ଗଲେ ବଇଠା ବୋଲାଇସଂଯୋଗେ ଏ ଜୀବ କୁହାଇ

  51. Couplet 51

    ଜୀବ ମୃତ୍ୟୁକର୍ମେ ବିଯୋଗଦେହ ରଜଗୁଣେ ସଂଯୋଗ

  52. Couplet 52

    ତମ ଗୁଣରେ ନାଶ ଯାଇସତ୍ତ୍ୱଗୁଣରେ ସେ ବଢ଼ଇ

  53. Couplet 53

    ଦେହେ ଆତ୍ମା ଲାଗି ନ ଥାଇଆତ୍ମା ଯେ ଜ୍ୟୋତି ସ୍ୱରୂପ ହିଁ

  54. Couplet 54

    ବ୍ୟକ୍ତ ଅବ୍ୟକ୍ତ ପରାପରଆକାଶ ପ୍ରାୟ ତା' ସଞ୍ଚାର

  55. Couplet 55

    ସର୍ବବ୍ୟାପୀ ଯେ ନିର୍ବିକାରଅନ୍ତଉପମା ନାହିଁ ଯା'ର

  56. Couplet 56

    ଜଗତ ଆଶ୍ରୟ ଯେ ଭୂତସର୍ବବ୍ୟାପୀ ନିଶ୍ଚଳ ମତ

  57. Couplet 57

    ଅମୃତଫଳ ସେ ଫଳନ୍ତିଯୋଗ ଅଭ୍ୟାସେ ଉତପତ୍ତି

  58. Couplet 58

    ଏହି ପ୍ରକାରେ ଆତ୍ମା ଜାଣିଆତ୍ମାକୁ ଆତ୍ମାଭାବେ ମଣି

  59. Couplet 59

    ଅନୁଭବ ବୁଦ୍ଧି ବିଚାରବାସୁଦେବଙ୍କୁ ଚିନ୍ତାକର

  60. Couplet 60

    ଚିତ୍ତ ତନ୍ମୟ ହୋଇ ଧରମନକୁ ଭ୍ରୁମଧ୍ୟରେ ଭର

  61. Couplet 61

    ବାସୁଦେବରେ ଆତ୍ମା ଲୀନଧ୍ୟାନେ ଦେଖ ତୁ ନିରଞ୍ଜନ

  62. Couplet 62

    ନିର୍ବାଣ ମୁକତି ପାଇବତକ୍ଷକ ବାଧା ନ ଲାଗିବ

  63. Couplet 63

    ତକ୍ଷକ ବ୍ରାହ୍ମଣ ଶାପରେଦଂଶିବ ତୁମର ଶରୀରେ

  64. Couplet 64

    ମାୟା-ଦେହକୁ ସେ ଦଂଶିବବିଷଜ୍ୱାଳାରେ ଭସ୍ମ ହେବ

  65. Couplet 65

    ଜୀବ ଥିବା ଯାଏ ତୁମ୍ଭରଦଗ୍ଧ ନ କରିବ ଶରୀର

  66. Couplet 66

    ଏମାନ ମୃତ୍ୟୁକାଳେ ପୁଣଭୋଗ ନୋହେ ତୁମ୍ଭ ଦେହେଣ

  67. Couplet 67

    ତୁମ୍ଭେ ଯେ ମୃତ୍ୟୁର ଈଶ୍ୱରଅବିନାଶୀ ଜୀବ ତୁମ୍ଭର

  68. Couplet 68

    ତେଣୁ ତୁ ମୃତ୍ୟୁକୁ ନ ଡ଼ରଜନ୍ମିଲେ ମରଣ ନିକର

  69. Couplet 69

    ପରମବ୍ରହ୍ମ ନିରାକାରେଜ୍ୟୋତି ସ୍ୱରୂପେ ଲୀନ କରେ

  70. Couplet 70

    ତେବେ ଆପଣାକୁ ଚିହ୍ନଇପରମବ୍ରହ୍ମ ମୁଁ ଅଟଇ

  71. Couplet 71

    ନିରାକାର ବ୍ରହ୍ମସ୍ୱରୂପୀପରମ ପଦେ ଅଛି ବ୍ୟାପୀ

  72. Couplet 72

    ଏ ରୂପ ଚିନ୍ତି ଆତ୍ମଧ୍ୟାନେଲୟ ଲଗାଅ ନିରଞ୍ଜନେ

  73. Couplet 73

    ଆତ୍ମା ଆତ୍ମାଭାବ ଜାଣଇସୂକ୍ଷ୍ମରେ ବ୍ରହ୍ମଭାବ ପାଇ

  74. Couplet 74

    ସେ ନିରାକାରେ ଲୀନ ହୋଇଚାରିପ୍ରଳୟେ ଶଙ୍କା ନାହିଁ

  75. Couplet 75

    ଶୁଣ ରାଜନ ପୁଣ୍ୟଦେହାକହିବା ତୁମ୍ଭ ଆଗେ ଏହା

  76. Couplet 76

    ତକ୍ଷକ ବ୍ରହ୍ମଶାପେ ଆସିତୁମ୍ଭର ଚରଣରେ ଦଂଶି

  77. Couplet 77

    ସେ ବିଷଅଗ୍ନିରେ ଏ ଦେହଦହି ହୋଇବ ଭସ୍ମମୟ

  78. Couplet 78

    ତୁମ୍ଭେ ଯେ ତା'ଙ୍କୁ ନ ଦେଖିବତୁମ୍ଭ ଦେହେ ଜୀବ ନ ଥିବ

  79. Couplet 79

    ଯୋଗ ଅଗ୍ନିରେ ତୋ' ଶରୀରପ୍ରକୃତି ଜିଣିଣ ସତ୍ୱର

  80. Couplet 80

    ପରମପଦେ ଯାଇଥିବଏ ମାୟାଦେହ ନ ଦେଖିବ

  81. Couplet 81

    ଏମନ୍ତ ତକ୍ଷକ ସ୍ୱଭାବେଋଷିବାକ୍ୟ ପ୍ରତିପାଳିବେ

  82. Couplet 82

    ଏଣୁ ତୁମ୍ଭ ଚରଣେ ଘାତତକ୍ଷକ କରିବ ନିୟତ

  83. Couplet 83

    ମାୟା ଶରୀର ନାଶଯିବଜଗତ ପ୍ରତ୍ୟକ୍ଷେ ଦେଖିବ

  84. Couplet 84

    ତୁମ୍ଭର ଦେହୁ ଆତ୍ମା ଯିବନିରାକାରରେ ଲୀନ ହେବ

  85. Couplet 85

    ଯା' ମୋତେ ତୁମ୍ଭେ ପୁଚ୍ଛା କଲକହିଲୁଁ ତୁମ୍ଭଙ୍କୁ ସକଳ

  86. Couplet 86

    ସର୍ବ ଆତ୍ମା ଯେ ବାସୁଦେବା ଏବେ ଧ୍ୟାନରେ ତା'ଙ୍କୁ ଭାବାା

  87. Couplet 87

    ମଉନବ୍ରତ ହୋଇ ବସପଦାରବିନ୍ଦେ ମନ ରସ

  88. Couplet 88

    ମନ ଲଗାଅ ତନ୍ମନରେପଶ ନିର୍ବାଣ ମୁକ୍ତିଦ୍ୱାରେ

  89. Couplet 89

    ଏଥିରେ ନାହିଁ ଯେ ସଂଶୟକି ଇଚ୍ଛା ଏବେ ନୃପ କହ

  90. Couplet 90

    ଏମନ୍ତ ଶୁକ ମୁଖୁଁ ବାଣୀବୋଲଇ ପରୀକ୍ଷିତ ଶୁଣି

  91. Couplet 91

    ଚିତ୍ତ ଆନନ୍ଦେ ପୁଲକିତକୃଷ୍ଣଚରଣେ ଦେଇ ଚିତ୍ତ

  92. Couplet 92

    ହେ ପ୍ରଭୁ ପରମ ପୁରୁଷମହିମା ନ ଜାଣଇ ଶେଷ

  93. Couplet 93

    ତୁମ୍ଭର ଭାବ ତୁମ୍ଭେ ଜାଣତୋ' ବିନୁ ନାହିଁ ପରିତ୍ରାଣ

  94. Couplet 94

    ତୁମ୍ଭ ଚରଣେ ମନ ମୋ'ରକାଳେ ରଖିବ ଚକ୍ରଧର

  95. Couplet 95

    ଆଶା-ବିଶ୍ରାମ ବାନା ତୋ'ରମୋ' ଆଶା ରଖ ତୋ' ପୟର

  96. Couplet 96

    ନମସ୍ତେ ଦେବ ନାରାୟଣଭବଜଳରୁ କର ତ୍ରାଣ

  97. Couplet 97

    କହଇ ଦାସ ଜଗନ୍ନାଥତ୍ରାହି କରିବେ ପଦ୍ମନେତ୍ର

Odia Bhagabata skandha 12 adhyaya 5 | Parbani by ParibhaAsha App