Skip to content
paribhaasha

Skandha 12

Adhyaya 4

  1. Couplet 1

    ଶୁକ କହନ୍ତି ପରୀକ୍ଷିତଶୁଣ ହେ କାଳର ଚରିତ

  2. Couplet 2

    କାଳର ନିର୍ଣ୍ଣୟ ଯେ ଗତିତା' ସୂକ୍ଷ୍ମ କେହି ନ ଜାଣନ୍ତି

  3. Couplet 3

    ପରମଅଣୁଠାରୁ ମୁହିଁକାଳ ଗଣନା କହିଛଇଁ

  4. Couplet 4

    ଦୁଇ ପରାର୍ଦ୍ଧ ପରିଯନ୍ତେବ୍ରହ୍ମାର ପରମାୟୁ ଯେତେ

  5. Couplet 5

    ଯୁଗ ନିର୍ଣ୍ଣୟ ଆଦି ମୁହିଁତୃତୀୟସ୍କନ୍ଧେ କହିଛଇଁ

  6. Couplet 6

    ଏବେ କଳ୍ପ ପ୍ରଳୟ ଚାରିତୁମ୍ଭଙ୍କୁ କହିବା ବିସ୍ତାରି

  7. Couplet 7

    ନୈମିତ୍ତିକ ଯେ ପ୍ରାକୃତିକନିତ୍ୟ ଆବର ଆତ୍ୟନ୍ତିକ

  8. Couplet 8

    ଏ ଚାରି ପ୍ରଳୟର ଗୁଣରାଜନ ତୋଷମନେ ଶୁଣ

  9. Couplet 9

    ସହସ୍ର ଚାରିଯୁଗ ଶେଷେବ୍ରହ୍ମାର ହୁଅଇ ଦିବସେ

  10. Couplet 10

    ଚଉଦମନୁ ଉତପନ୍ନତାହାର ନାମ କଳ୍ପ ଜାଣ

  11. Couplet 11

    ଏହି ପ୍ରମାଣେ ରାତ୍ର ହୋଇଯହିଁ ତ୍ରିଲୋକ ନାଶ ଯାଇ

  12. Couplet 12

    ଏଥିରେ ବିଶ୍ୱସ୍ରଷ୍ଟା ପୁଣବିଶ୍ୱ କରନ୍ତି ସଂହାରଣ

  13. Couplet 13

    ତିନିଭୁବନ ଆଦି କରିନାଭିକମଳେ ବ୍ରହ୍ମା ଭରି

  14. Couplet 14

    ବିଷ୍ଣୁ ସହିତେ ଥାଏ ଶୋଇପ୍ରଳୟ ନୈମିତ୍ତିକ ହୋଇ

  15. Couplet 15

    ଏ ଭାବେ ଶତେକ ବରଷବ୍ରହ୍ମାର ପରମାୟୁ ଶେଷ

  16. Couplet 16

    ଦୁଇ ପରାର୍ଦ୍ଧ ପୂର୍ଣ୍ଣ ହୋଇବ୍ରହ୍ମା ପ୍ରଳୟ ତେବେ କହି

  17. Couplet 17

    ପଞ୍ଚତନମାତ୍ର ସହିତେମହତ ଅହଙ୍କାର ଯେତେ

  18. Couplet 18

    ପ୍ରକୃତି ପ୍ରଳୟ ହୁଅଇତେଣୁ ପ୍ରାକୃତ ସେ ବୋଲାଇ

  19. Couplet 19

    ଶୁଣ ରାଜନ ପରୀକ୍ଷିତଯେ ଭାବେ ପ୍ରଳୟ ପ୍ରାକୃତ

  20. Couplet 20

    ସେ କାଳେ ଦ୍ୱାଦଶ ଆଦିତ୍ୟଉଦୟେ ହୋନ୍ତି ତେଜବନ୍ତ

  21. Couplet 21

    ବ୍ରହ୍ମାଣ୍ଡଭାଣ୍ଡ ତା ତେଜେଣଦଗ୍ଧ ହୋଏ ତତକ୍ଷଣ

  22. Couplet 22

    ପ୍ରଥମେ ଦେବଙ୍କ ବରଷେଶତେବରଷ ନ ବରଷେ

  23. Couplet 23

    ତେଣୁ ଅନାବୃଷ୍ଟି ହୁଅଇତହୁଁ ସକଳ ନାଶ ଯାଇ

  24. Couplet 24

    ଅନ୍ନ ବିହୁନେ ଭୋକେ ଲୋକେଭକ୍ଷନ୍ତି ଏକକୁ ଆରକେ

  25. Couplet 25

    ସର୍ବ ରଚନା କ୍ଷୟ ଯାଇକାଳ ତା ସକଳ ହରଇ

  26. Couplet 26

    ସମ୍ବର୍ତ୍ତ ନାମେ ରବି ତହୁଁପ୍ରଚଣ୍ଡେ ଉଦେ ହୁଏ ଯହୁଁ

  27. Couplet 27

    ତେଜ ପ୍ରଳୟାଗ୍ନି ଲାଗିଣସମୁଦ୍ର ପୃଥ୍ୱୀ ଜଳମାନ

  28. Couplet 28

    ପ୍ରାଣୀ ଦେହରୁ ରସ ଜଳସବୁ ଶୁଖାଏ ମହାନଳ

  29. Couplet 29

    ତହୁଁ ସମ୍ବର୍ତ୍ତ ନାମେ ଅଗ୍ନିସଙ୍କର୍ଷଣଙ୍କ ମୁଖୁଁ ଜନ୍ମି

  30. Couplet 30

    ପବନ ବେଗେ ମହାତେଜକରଇ ସକଳ ଦହିଜ

  31. Couplet 31

    ସେ ସର୍ବ ଭୂମିର ବିବରଶୂନ୍ୟ ପାତାଳ ଚରାଚର

  32. Couplet 32

    ଗ୍ରାସ କରଇ ମହାନଳଅଧ ଉର୍ଦ୍ଧ୍ୱରେ ଯେତେ ସ୍ଥଳ

  33. Couplet 33

    ବ୍ରହ୍ମାଣ୍ଡ ଏହି ଅଗ୍ନି ଦହିସୂର୍ଯ୍ୟ ଶିଖା ଯାଏ ଲାଗଇ

  34. Couplet 34

    ଶୁଷ୍କ ଗୋମୟ ଭସ୍ମ ପ୍ରାୟେସଞ୍ଚା ମାତ୍ରକ ଦିଶୁଥାଏ

  35. Couplet 35

    ତହୁଁ ପ୍ରଚଣ୍ଡବାତ ବହିସମ୍ବର୍ତ୍ତ ନାମ ସେ ବୋଲାଇ

  36. Couplet 36

    ସଙ୍କରଷଣ ମୁଖୁଁ ଜାତବରଷ ଅଷ୍ଟୋତ୍ତରଶତ

  37. Couplet 37

    ଦେବଙ୍କ ବରଷରେ ଜାଣବହଇ ଅବିଶ୍ରାନ୍ତ ପୁଣ

  38. Couplet 38

    ଆକାଶ ମଧ୍ୟେ ଧୂମବର୍ଣ୍ଣଭସ୍ମରେ କରେ ଆଚ୍ଛାଦନ

  39. Couplet 39

    ସଙ୍କର୍ଷଣର ମୁଖୁଁ ପୁଣଜାତ ସମ୍ବର୍ତ୍ତ ମେଘମାନ

  40. Couplet 40

    ଦେବଙ୍କ ବରଷରେ ପୁଣଶତେ ବରଷ ପରିମାଣ

  41. Couplet 41

    ମୁଷଳଧାରା ପରମାଣେବୃଷ୍ଟି ସେ କରନ୍ତି ଗର୍ଜନେ

  42. Couplet 42

    ସେ ଦିନେ ବ୍ରହ୍ମାଣ୍ଡ ପ୍ରଳୟପୃଥ୍ୱୀରେ ଯେତେକ ସଞ୍ଚୟ

  43. Couplet 43

    ଗନ୍ଧଗୁଣାଦି ଲୀନ ହୋଏହୁଅଇ ସର୍ବ ଜଳମୟେ

  44. Couplet 44

    ସେ ଜଳ ଅଗ୍ନି କରେ କ୍ଷୟେଜଳ ତେଜରେ ଲୀନ ହୋଏ

  45. Couplet 45

    ପବନ ତେଜରୂପ ହରେପବନ ରୂପ ଲୀନ କରେ

  46. Couplet 46

    ଆକାଶ ବାୟୁଗୁଣ ହରେପବନ ଆକାଶେ ସଞ୍ଚରେ

  47. Couplet 47

    ଆକାଶ ଶବଦତା ଗୁଣତାମସ ଅହଙ୍କାରେ ଲୀନ

  48. Couplet 48

    ଅହଙ୍କାର ଯେ ଏକାଦଶଇନ୍ଦ୍ରିୟ ଦେବତା ବିଶେଷ

  49. Couplet 49

    ମହତ୍ତତ୍ତ୍ୱରେ ପ୍ରକାଶିବମାୟାରେ ସର୍ବ ଲୀନ ହେବ

  50. Couplet 50

    ମହତ୍ତତ୍ତ୍ୱ ଯେ ତିନିଗୁଣକାଳରେ ପ୍ରବେଶଇ ପୁଣ

  51. Couplet 51

    ତ୍ରିଗୁଣ କାଳ ଆଦି ହୋଇପରମାଣୁରେ ପ୍ରକାଶଇ

  52. Couplet 52

    ମାୟାରେ ସର୍ବ ଲୀନ ଯାଇମହାପ୍ରକୃତି ରୂପ ସେହି

  53. Couplet 53

    ମାୟା ଅବ୍ୟକ୍ତ ପୁରୁଷେଣଲୀନ ସତ୍ତ୍ୱାଦି ଗୁଣମାନ

  54. Couplet 54

    ଅନାଦି ପୁରୁଷ ଅବ୍ୟକ୍ତତାହାର ନାହିଁ ଆଦି ଅନ୍ତ

  55. Couplet 55

    ନିତ୍ୟ ସ୍ୱରୂପ ନିରଞ୍ଜନଅବ୍ୟୟ ଜଗତ କାରଣ

  56. Couplet 56

    ତାହାର ପ୍ରଳୟ ଯେ ନାହିଁଶୁଣ ରାଜନ ମନ ଦେଇ

  57. Couplet 57

    ମନବଚନ ତିନିଗୁଣପ୍ରାଣ ବୁଦ୍ଧି ଇନ୍ଦ୍ରିୟମାନ

  58. Couplet 58

    ମହତଆଦି ଯେତେ ଛନ୍ତିଏମାନେ ତା'କୁ ନ ଜାଣନ୍ତି

  59. Couplet 59

    ଏ ଲୋକ ସମୂହ କାରଣଯା' ମାୟା କଳ୍ପନା ଭିଆଣ

  60. Couplet 60

    ସ୍ୱପ୍ନ ଜାଗ୍ରତ ଯା'ର ନାହିଁସୁଷୁପ୍ତି ଭେଦ ହିଁ ନ ଥାଇ

  61. Couplet 61

    ପୃଥ୍ୱୀ ଜଳ ଅଗ୍ନି ପବନଆକାଶ ଚନ୍ଦ୍ର ସୂର୍ଯ୍ୟ ମାନ

  62. Couplet 62

    ଏମାନେ ଯହିଁ ଭେଦ ନୋହିଁଅଲେଖ ଚିହ୍ନ ବର୍ଣ୍ଣ କାହିଁ

  63. Couplet 63

    ଅନୁଭବୀ ତର୍କୀ ନ ପାଇମୂଳ ବ୍ରହ୍ମସ୍ୱରୂପ ସେହି

  64. Couplet 64

    ତାଠାରେ ଯୋଗମାୟା ଲୀନବ୍ରହ୍ମାଣ୍ଡ ସମେତ ହୋଇଣ

  65. Couplet 65

    ଏହି ପ୍ରକାରେ ଲୟ ହୋଏପ୍ରାକୃତ ପ୍ରଳୟ ବୋଲାଏ

  66. Couplet 66

    ବୁଦ୍ଧି ଇନ୍ଦ୍ରିୟ ଅର୍ଥମାନଜ୍ଞାନରେ ଯେବେ ହୋନ୍ତି ଲୀନ

  67. Couplet 67

    ଏ ଯେ ପ୍ରଳୟ ଆତ୍ୟନ୍ତିକଅପର ନାମ ତା'ର ମୋକ୍ଷ

  68. Couplet 68

    ବ୍ରହ୍ମାଣ୍ଡ ସମେତ ହୋଇଣତା' ଲୋମକୂପେ ହୋନ୍ତି ଲୀନ

  69. Couplet 69

    ଏ ଯେ ପୁରୁଷ ନିରଞ୍ଜନଯୋଗ ମାୟାଦି ସମେତେଣ

  70. Couplet 70

    ଆପଣା ସ୍ୱଗୁଣରୁ କରିପ୍ରଭାକୁ ଆକାଶେ ବିସ୍ତାରି

  71. Couplet 71

    ଲୀନ ହୁଅଇ ସେ ଇଚ୍ଛାକୁମହାପ୍ରଳୟ ବୋଲି ତା'କୁ

  72. Couplet 72

    ନିରାକାର ଯେ ନିରଞ୍ଜନତାହାର ନାହିଁ ଦରଶନ

  73. Couplet 73

    ଆକାଶ ପ୍ରାୟ ଶୂନ୍ୟ ରୂପୀସ୍ୱଇଚ୍ଛା ଗୁଣେ ସର୍ବବ୍ୟାପି

  74. Couplet 74

    ଦୀପ ଚକ୍ଷୁ ରୂପ ଯେସନଜ୍ୟୋତିରୁ ନୁହଁନ୍ତି ଏ ଭିନ୍ନ

  75. Couplet 75

    ଇଚ୍ଛାରେ ଏମାନ ହୁଅଇତାହାର ଭେଦବୁଦ୍ଧି ନାହିଁ

  76. Couplet 76

    ବୁଦ୍ଧି ଇନ୍ଦ୍ରିୟ ପଞ୍ଚଭୂତଶବଦ ଆଦି ପଞ୍ଚମାତ୍ର

  77. Couplet 77

    ନିରାକାରରେ ଲଗ୍ନ ହୋଇପ୍ରକୃତି ପୁରୁଷର ତହିଁ

  78. Couplet 78

    ବୁଦ୍ଧି ଇନ୍ଦ୍ରିୟ ଯେ ବିଷୟବ୍ରହ୍ମସ୍ୱରୂପ ଜ୍ଞାନମୟ

  79. Couplet 79

    ସୁସୁପ୍ତି ସ୍ୱପ୍ନ ଜାଗରଣବୁଦ୍ଧିର ଏହି ତିନିଧର୍ମ

  80. Couplet 80

    ଏମାନେ ମାୟାର ସ୍ୱରୂପୀଜୀବ ଆଚ୍ଛାଦି ଥା'ନ୍ତି ବ୍ୟାପି

  81. Couplet 81

    ଯେମନ୍ତ ହୋଇ ମେଘମାନେପବନ ସକାଶୁ ଗଗନେ

  82. Couplet 82

    ଘୋଟନ୍ତି ପୁଣି ଛାଡ଼ିଯା'ନ୍ତିତେମନ୍ତ ହୋଇ ମାୟାଗତି

  83. Couplet 83

    ମାୟା ସକାଶୁ ଏ ବ୍ରହ୍ମାଣ୍ଡଉତ୍ପତ୍ତି କ୍ଷୟ ପୁଣି ରୁଣ୍ଡ

  84. Couplet 84

    ଯେମନ୍ତ ସୂତାଖିଅ ହୋଇଓତଃପ୍ରୋତଃ ବସ୍ତ୍ର ହୁଅଇ

  85. Couplet 85

    ସେ ବସ୍ତ୍ର ଫିଟିଲେ ସେ ସୂତ୍ରଏମନ୍ତ ଈଶ୍ୱରର ଯନ୍ତ୍ର

  86. Couplet 86

    ତେମନ୍ତ ବିକାର ମାୟାରବ୍ରହ୍ମଟି ବୋଲାଏ ସଂସାର

  87. Couplet 87

    ଯୋଗମାୟା ପୁରୁଷଠାରେକାର୍ଯ୍ୟକାରଣ ଯେ ଆବୋରେ

  88. Couplet 88

    ଅନ୍ୟୋନ୍ୟେ ଆଶ୍ରୟ ସେ କରେସଂଯୋଗ ବିଯୋଗ ପ୍ରକାରେ

  89. Couplet 89

    ଏଣୁ ସେ ଭ୍ରମ ହେଉଅଛିସଂସାର ଜଡ଼ ଆବୋରିଛି

  90. Couplet 90

    ଏ ଯେତେ ଆତଯାତ ହୋନ୍ତିମାୟାକୁ ଧରି ସେ ଜନ୍ମନ୍ତି

  91. Couplet 91

    ଏ ମାୟାବିକାର କାରଣବ୍ରହ୍ମାଣ୍ଡ ବିଷ୍ଣୁଦେହୁଁ ଜନ୍ମ

  92. Couplet 92

    ବ୍ରହ୍ମସ୍ୱରୂପ ତେଣୁ ନାମଅନାଦି ପରମ କାରଣ

  93. Couplet 93

    ସେ ଅବିନାଶୀ ଯେ ପୁରୁଷବିକାର ଭେଦେ ଅପ୍ରକାଶ

  94. Couplet 94

    ଯାହାର ରୂପରେଖ ନାହିଁତାହାର ବର୍ଣ୍ଣଭେଦ କାହିଁ

  95. Couplet 95

    ତାହାର ମାୟାର ରଚନାନାନା ରୂପ କରେ ସର୍ଜନା

  96. Couplet 96

    ଯେମନ୍ତେ ଠୁଳ ସୁବର୍ଣ୍ଣାଦିକାରଣ କାର୍ଯ୍ୟ କୁଣ୍ଡଳାଦି

  97. Couplet 97

    ନାନା ଅଳଙ୍କାର ଗଢାଇବହୁ ବିଚିତ୍ର ନାମ ଦେଇ

  98. Couplet 98

    ତା' ପୁଣି ଭାଙ୍ଗି ଦଗଧିଲେଏକ ହୁଅଇ ଯେ ପ୍ରକାରେ

  99. Couplet 99

    ମାୟାରୁ ଜୀବ ଏ ବେଭାରେବ୍ରହ୍ମାଣ୍ଡ କଳ୍ପେ ଏ ପ୍ରକାରେ

  100. Couplet 100

    ଦେହ ଯେ ହୁଅଇ ବିନାଶନାମ ଯଶ ରହେ ବିଶେଷ

  101. Couplet 101

    ଏ ଭାବେ ବାସୁଦେବ ଲୀଳାଜ୍ୟୋତି ପ୍ରଭାବ ଅଂଶ କଳା

  102. Couplet 102

    ବାସନା ପ୍ରବେଶ କରିଣନାମ-ରୂପ-ବର୍ଣ୍ଣ ଭେଦେଣ

  103. Couplet 103

    ବେଦପୁରାଣେ ତା'ଙ୍କୁ ଚିନ୍ତିମହିମା ବ୍ୟାଖ୍ୟାନ କରନ୍ତି

  104. Couplet 104

    ବ୍ରହ୍ମାଦି ଯେତେ ଋଷିମାନେଯାକୁ ଚିନ୍ତନ୍ତି ଯୋଗଧ୍ୟାନେ

  105. Couplet 105

    ମେଘ ସୂର୍ଯ୍ୟ-ତେଜୁଁ ଜନ୍ମଇଆକାଶେ ସୂର୍ଯ୍ୟଙ୍କୁ ଘୋଡ଼ାଇ

  106. Couplet 106

    ସୂର୍ଯ୍ୟ-ତେଜୁଁ ଚକ୍ଷୁ ଜନ୍ମଇମେଘରେ ସୂର୍ଯ୍ୟ ନ ଦିଶଇ

  107. Couplet 107

    ବ୍ରହ୍ମରୁ ଜନ୍ମ ଏ ପ୍ରକାରତ୍ରିଗୁଣମୟ ଅହଙ୍କାର

  108. Couplet 108

    ଆତ୍ମଦର୍ଶନ ବିରୋଧଇମାୟାରେ ଉହାଡ଼ କରଇ

  109. Couplet 109

    ସେ ମେଘ ପୁଣି ନାଶ ଗଲେସୂର୍ଯ୍ୟ ପ୍ରକାଶ ହୋଏ ଭଲେ

  110. Couplet 110

    ସେ ଗଲେ ଚକ୍ଷୁ ସୂର୍ଯ୍ୟ ଦେଖେଅଜ୍ଞାନ ତେହ୍ନେ ଜୀବ ପାଖେ

  111. Couplet 111

    ଆତ୍ମା ଅହଙ୍କାର ଅଜ୍ଞାନଯେବେ ଦୂରକରେ ଏମାନ

  112. Couplet 112

    ଜୀବ ପରମ ତେବେ ପାଇଅଜ୍ଞାନ ତମକୁ ନାଶଇ

  113. Couplet 113

    ଆତ୍ମା ବିବେକ ଜ୍ଞାନମୟମାୟା ଅହଙ୍କାର ନିର୍ଣ୍ଣୟ

  114. Couplet 114

    ପାଶବନ୍ଧନ ଜ୍ଞାନ ଖଡ଼୍ଗେଯେବେ ନ ଛେଦେ ମତିଭଙ୍ଗେ

  115. Couplet 115

    ଅଜ୍ଞାନ ଭ୍ରମ ସେ ଭ୍ରମଇଆତ୍ମାକୁ ଦର୍ଶନ ନ ପାଇ

  116. Couplet 116

    ଯେବେ ସେ ମାୟାକୁ ଛେଦଇବ୍ରହ୍ମଶରୀରେ ଲୀନ ହୋଇ

  117. Couplet 117

    ସାଯୁଜ୍ୟ ମୁକ୍ତି ସେ ଲଭଇମାତୃଗର୍ଭରେ ଲୀନ ହୋଇ

  118. Couplet 118

    ତେବେ ଆତ୍ୟନ୍ତିକ ପ୍ରଳୟକହିବି ଯେ ନିତ୍ୟ ପ୍ରଳୟ

  119. Couplet 119

    ନିତ୍ୟ ବ୍ରହ୍ମାଦିମାନଙ୍କରଉତ୍ପତ୍ତି ପ୍ରଳୟ ସଞ୍ଚାର

  120. Couplet 120

    ହୁଅଇ ପୁଣି ନିତିନିତିସୂକ୍ଷ୍ମଜ୍ଞାନୀଏ କହିଥା'ନ୍ତି

  121. Couplet 121

    କାଳ ସିନ୍ଧୁସ୍ରୋତ ବେଗରେବ୍ରହ୍ମାଦି ପ୍ରାଣୀ ଏ ସଂସାରେ

  122. Couplet 122

    ଭାସି ଯାଇ ପୁଣି ଉଠିଣପଡ଼ନ୍ତି ସେ ସ୍ରୋତ ଧାରେଣ

  123. Couplet 123

    ପରିଣାମେ ନାନାବସ୍ଥାରେଭୋଗ କରେ କଳ୍ପମାନରେ

  124. Couplet 124

    ଏ ଅନୁଭବ କରୁଛନ୍ତିକେହି ତା' ନ ଜାଣନ୍ତି ଗତି

  125. Couplet 125

    ଏ ଯେ କାଳ ଈଶ୍ୱର ମୂର୍ତ୍ତିନାହିଁ ତା' ଆଦିଅନ୍ତ ସ୍ଥିତି

  126. Couplet 126

    ଲଭଇ ନାନା ପରିଣାମଯେହ୍ନେ ଆକାଶେ ଜ୍ୟୋତିର୍ଗଣ

  127. Couplet 127

    ତେମନ୍ତ କାଳର ମହିମାଯା' ଅନ୍ତ ନ ଜାଣନ୍ତି ବ୍ରହ୍ମା

  128. Couplet 128

    କୋଟି କୋଟି ବ୍ରହ୍ମାଣ୍ଡମାନଉତ୍ପତ୍ତି ସ୍ଥିତି ଅବସାନ

  129. Couplet 129

    କାଳର ଅନ୍ତ ନାହିଁ ରୂପଯେଣୁ ବାସୁଦେବ ସ୍ୱରୂପ

  130. Couplet 130

    ମାୟାର ଅଗୋଚର ଯେଣୁଚାରି ପ୍ରଳୟ କରେ ତେଣୁ

  131. Couplet 131

    ଏ ନିତ୍ୟ ନୈମିତ୍ତିକ ଦୁଇପ୍ରାକୃତ ଆତ୍ୟାନ୍ତିକ ହୋଇ

  132. Couplet 132

    କାଳ ଏ ପ୍ରଳୟ କରଇଈଶ୍ୱର ଦେହେ ଲୀନ ହୋଇ

  133. Couplet 133

    ହେ କୁରୁଶ୍ରେଷ୍ଠ ପରୀକ୍ଷିତନାରାୟଣ ଜଗତ ତାତ

  134. Couplet 134

    ବିଧାତା ସ୍ୱରୂପ ସେ ପୁଣିତହିଁ ଆଶ୍ରିତ ସର୍ବପ୍ରାଣୀ

  135. Couplet 135

    ଏଥେ ସଂଯୋଗ ମାୟାରୂପେଯା' ଅବତାର କଳ୍ପେ କଳ୍ପେ

  136. Couplet 136

    ଲୀଳାବତାରଙ୍କର ସୀମାସଂକ୍ଷେପି କହୁଛି ମହିମା

  137. Couplet 137

    କେ ବା ବିସ୍ତାରି କହୁ ଅର୍ଥବ୍ରହ୍ମାଦି ନୋହିବେ ସମର୍ଥ

  138. Couplet 138

    ସଂସାର-ସମୁଦ୍ର ଦୁସ୍ତରତାରଣେ ବିଷ୍ଣୁ କର୍ଣ୍ଣଧାର

  139. Couplet 139

    ବାସୁଦେବ-ପଦାରବିନ୍ଦଯେବେ ନ ଧରେ ହୃଦମଧ୍ୟ

  140. Couplet 140

    ସେ କାହିଁ ତରିବ ସଂସାରବୁଡ଼ଇ ତମ-ମହାଘୋର

  141. Couplet 141

    ବୋଇତ ଆଶ୍ରେ ବିନା ପ୍ରାଣୀବାଣିଜ୍ୟେ ସମୁଦ୍ର ନ ଜିଣି

  142. Couplet 142

    ତା' ଲୀଳା ଅବତାର କଥାଶୁଣିଲେ ଖଣ୍ଡେ ଭବବ୍ୟଥା

  143. Couplet 143

    ପଡ଼ି ଗାୟନ କଲେ ପ୍ରାଣୀତରେ ସଂସାର ତରଙ୍ଗିଣୀ

  144. Couplet 144

    ଶ୍ରୀଭାଗବତ ପୁରାଣରେଅମୃତ ପୂରିଛି ବିସ୍ତାରେ

  145. Couplet 145

    ଏ ତତ୍ତ୍ୱ ଭାଗବତ ଯେଣୁପୁରାଣ ଭାଗବତ ତେଣୁ

  146. Couplet 146

    ଏ ଯେ ପୁରାଣରସ ଗୀତାପ୍ରଥମେ ଏକାକ୍ଷର କଥା

  147. Couplet 147

    ବୈକୁଣ୍ଠନାଥ ମୁଖୁଁ ଜାତପ୍ରଣବ ସ୍ୱରୂପେ ସମ୍ଭୂତ

  148. Couplet 148

    ତା'କୁ ଯେ ତିନି ଅକ୍ଷରେଣଅନନ୍ତେ ଉପଦେଶ ପୁଣ

  149. Couplet 149

    ପୁଣ ଚଉବିଂଶ ଅକ୍ଷରେଅନନ୍ତ ବ୍ରହ୍ମାଙ୍କୁ ଯେ ଦେଲେ

  150. Couplet 150

    ବ୍ରହ୍ମାଠାରୁ ଚାରିଶ୍ଳୋକେଣପାଇଲେ ନରନାରାୟଣ

  151. Couplet 151

    ନାରଦେ ନରନାରାୟଣଦଶଶ୍ଳୋକେଣ ଦେଲେ ପୁଣ

  152. Couplet 152

    ନାରଦ ବ୍ୟାସେ ଉପଦେଶଶତଶ୍ଳୋକରେ ପରକାଶ

  153. Couplet 153

    ସେ ବ୍ୟାସମୁନି ବିଚକ୍ଷଣଅଠର ସହସ୍ର ଶ୍ଳୋକେଣ

  154. Couplet 154

    ଆମ୍ଭେ ଯେ ଶୁକ ତା'ଙ୍କ ଶିଷ୍ୟଆମ୍ଭଙ୍କୁ ଦେଲେ ଉପଦେଶ

  155. Couplet 155

    ଏବେ ଏ ଗଙ୍ଗାର ତୀରରେବ୍ରହ୍ମଋଷି ସଭା ମଧ୍ୟରେ

  156. Couplet 156

    ତୁମ୍ଭଙ୍କୁ କହି ଏ ପୁରାଣଆମ୍ଭେ ଯେ ହୋଇଲୁ କାରଣ

  157. Couplet 157

    ଏହି ପୁରାଣ ତୁମ୍ଭେ ଶୁଣିଲଭିବ ବିଷ୍ଣୁଅଙ୍ଗ ପୁଣି

  158. Couplet 158

    ଏ ଭାଗବତ ଧର୍ମସାରଚାରିବେଦୁଁ ଅର୍ଥ ବାହାର

  159. Couplet 159

    ଏବେ ଏ ଗଙ୍ଗାପାଶେ ଜାଣସମ୍ବାଦ ତୁମ୍ଭ ଆମ୍ଭ ପୁଣ

  160. Couplet 160

    ସୂତ ପୌରାଣିକ ଶୁଣିଲେସକଳ ଜ୍ଞାନ ସମ୍ପାଦିଲେ

  161. Couplet 161

    ଏ ପୁଣି ନୈମିଷ ଅରଣ୍ୟେଶୌନକ ଆଦି ଋଷିଜନେ

  162. Couplet 162

    ଯଜ୍ଞ ଆରମ୍ଭେ ତୋଷମନେକହିବେ ସଭା ସନ୍ନିଧାନେ

  163. Couplet 163

    ହରି ଚରିତ କରି ପାନକାଳ ଖଣ୍ଡିବେ ମୁନିଜନ

  164. Couplet 164

    କହଇ ଦାସ ଜଗନ୍ନାଥକୃଷ୍ଣଚରଣେ ଦେଇ ଚିତ୍ତ

Odia Bhagabata skandha 12 adhyaya 4 | Parbani by ParibhaAsha App