Skip to content
paribhaasha

Skandha 12

Adhyaya 3

  1. Couplet 1

    ଶୁକ କହନ୍ତି ତୋଷମନଶୁଣ ହେ ପରୀକ୍ଷ ରାଜନ

  2. Couplet 2

    ଏ କଳିଯୁଗରେ ପୃଥ୍ୱୀରେଅଛନ୍ତି ଯେତେ ରାଜା ବୀରେ

  3. Couplet 3

    ଏକ ଆରେକ ହିଂସା ବହିଜିଣିବା ଅର୍ଥେ ଦଣ୍ଡବାହି

  4. Couplet 4

    ସଇନିମାନଙ୍କୁ ସାଜିଣରାଜ୍ୟ ଜିଣନ୍ତି କରି ରଣ

  5. Couplet 5

    ମୁହିଁ ଘେନିବି ବଳେ ଜିଣିଏମନ୍ତ ଭାବେ ଗର୍ବେ ଭଣି

  6. Couplet 6

    ଯେ ଭୂମି ମୋ' ଭାଗେ ହୋଇବପୁତ୍ର ପୌତ୍ରାଦି କାଳେ ଥିବ

  7. Couplet 7

    ଏମନ୍ତ ବୋଲି ସୈନ୍ୟ ଘେନିତା' ଦେଖି ହସଇ ମେଦିନୀ

  8. Couplet 8

    ଦେଖ ବିଧାତା କାଳଗତିସ୍ୱଭାବେ କଳିଯୁଗ ରୀତି

  9. Couplet 9

    ଆଶ୍ଚର୍ଯ୍ୟ କଥାମାନ ଦେଖଏ ରାଜାମାନେ ଯେ ମୁରୂଖ

  10. Couplet 10

    ମୃତ୍ୟୁଦେବତା ଖେଳଘରମଞ୍ଚେ ଜନମ ଏହାଙ୍କର

  11. Couplet 11

    ମୋତେ ଜିଣିବେ ଲୋଡ଼ୁଛନ୍ତିକେ କେତେ ଗଲେଣି ଏ ପୃଥ୍ୱୀ

  12. Couplet 12

    ରାଜାମାନଙ୍କର ଯେ ମନ୍ତ୍ରୀସୁଜ୍ଞାନ ବୁଦ୍ଧି ନ କହନ୍ତି

  13. Couplet 13

    ପଣ୍ଡିତମାନେ ଯେତେ ଛନ୍ତିଅର୍ଥଶାସ୍ତ୍ରବାଦେ ଭ୍ରମନ୍ତି

  14. Couplet 14

    ଏହି ବିଚାର ବ୍ୟର୍ଥ ପ୍ରାୟଯେଣୁ ଶରୀର ମିଥ୍ୟାମୟ

  15. Couplet 15

    ତେଣୁ ଏ ଫେନ ପ୍ରାୟେ ଦେହକ୍ଷଣକେ ଛାଡେ଼ ସର୍ବମୋହ

  16. Couplet 16

    ଏ ଦେହେ ବିଶ୍ୱାସ କରନ୍ତିଷଡ଼ଅଇରି ଦେହେ ଛନ୍ତି

  17. Couplet 17

    କାମାଦି ଏକାଦଶ ଇନ୍ଦ୍ରିଅବିଦ୍ୟା କୁହୁକରେ ବନ୍ଦୀ

  18. Couplet 18

    ଏହାଙ୍କୁ ଜିଣିତ ନାହାଁନ୍ତିମନରେ ବିଚାରୁଅଛନ୍ତି

  19. Couplet 19

    ପ୍ରଥମେ ଯାଇ ଶତ୍ରୁଘରେଘେନିବା ରାଜ୍ୟ ଗଡ଼ ଖରେ

  20. Couplet 20

    ଜିଣିଣ ସେ ପୁରଜନଙ୍କୁବଶ କରିବା ପୁରୋଧାଙ୍କୁ

  21. Couplet 21

    ମନ୍ତ୍ରୀ ଯେ ଅମାତ୍ୟମାନଙ୍କୁଆବର ନଗର ଲୋକଙ୍କୁ

  22. Couplet 22

    ଅର୍ଥ ବଚନେ ବଶ ତା'ଙ୍କୁଏମନ୍ତେ ଜିଣିବା ରାଜାଙ୍କୁ

  23. Couplet 23

    ଶତ୍ରୁଙ୍କୁ ମାରିଣ ସେ ରାଜ୍ୟଆମେ ହୋଇବା ତହିଁ ରାଜ

  24. Couplet 24

    ଉତ୍ତମ ରାଜ୍ୟ ଏହୁ ସୀମାଭୋଗ କରି ରହୁ ମହିମା

  25. Couplet 25

    କ୍ରମରେ ପୃଥିବୀ ଜିଣିମାସମୁଦ୍ରଅନ୍ତ ଯା'ର ସୀମା

  26. Couplet 26

    ଏ ଆଶା ହୃଦୟରେ ବାନ୍ଧିହିଂସା ସ୍ୱଭାବେ ହୋଏ ବନ୍ଦୀ

  27. Couplet 27

    ନିକଟ ଶିରପରେ ମୃତ୍ୟୁତାହା ନ ଜାଣେ ମତ୍ତ ହେତୁ

  28. Couplet 28

    ଲୋଭ ଯେ ଗ୍ରାସିଛି ମନକୁଭୟ ନାହିଁ ପାପପୁଣ୍ୟକୁ

  29. Couplet 29

    ସମୁଦ୍ର ଯାଏ ପୃଥ୍ୱୀ ଜିଣିଅତି ତାମସ-ଲୋଭେ ପୁଣି

  30. Couplet 30

    ବୋଇତେ ଚଢି ବଣିଜାରେପଶନ୍ତି ସମୁଦ୍ର ଭିତରେ

  31. Couplet 31

    ଏତେ ପ୍ରଭାବେ ମୋତେ ଜିଣିକି ଭୋଗ କରେ ସେ ଧରଣୀ

  32. Couplet 32

    ମୋତେ ତ ନେଇ ନ ପାରନ୍ତିବ୍ୟର୍ଥକର୍ମରେ ସେ ଭ୍ରମନ୍ତି

  33. Couplet 33

    ଯେବେ ଆପଣା ଆତ୍ମା ଜାଣେଭଜେ ବାସୁଦେବ ଚରଣେ

  34. Couplet 34

    ତେବେ ସେ ମୁକ୍ତିଫଳ ପାଇସକଳ ପାପୁଁ ମୁକ୍ତ ହୋଇ

  35. Couplet 35

    ଯେ ରଜାମାନେ ପୂର୍ବେ ଜିଣିମୁଁ ଭୋଗ କରିବି ଧରଣୀ

  36. Couplet 36

    ଭୋଗ କରିବେ ପୁତ୍ର ନାତିଏମନ୍ତ ମନେ ଥିଲେ ଚିନ୍ତି

  37. Couplet 37

    ମନୁବଂଶୀୟ ରାଜାଗଣତାହାଙ୍କ ପୁତ୍ରପୌତ୍ରମାନ

  38. Couplet 38

    ସେମାନେ ମୋତେ ଛାଡ଼ିଗଲେଏ ଲୋକେ ପ୍ରତ୍ୟକ୍ଷେ ଦେଖିଲେ

  39. Couplet 39

    ଏବେ ଏ କଳିଯୁଗ ପ୍ରାଣୀଅଳ୍ପ ଆୟୁଷ ପରିମାଣି

  40. Couplet 40

    ଅଳପବୁଦ୍ଧି ଦୁଷ୍ଟମତିମୋତେ ଜିଣିମା ଲୋଡ଼ୁଛନ୍ତି

  41. Couplet 41

    ମୋର ନିମନ୍ତେ ପିତାପୁତ୍ରଭ୍ରାତା ଆଦି ଜ୍ଞାତି ମାନନ୍ତ

  42. Couplet 42

    ଇଷ୍ଟ ମିତ୍ର ବନ୍ଧୁ ସ୍ୱଜନେବାଦ ବିଗ୍ରହ ଚିନ୍ତି ମନେ

  43. Couplet 43

    ତାମସେ ପ୍ରାଣୀ ଦୁଃଖ ନେଇଅସାଧୁ ବୁଦ୍ଧି ଥା'ନ୍ତି ଧ୍ୟାୟି

  44. Couplet 44

    ଏ ରାଜାମାନେ ମମତ୍ୱରେପଡ଼ି ତ୍ରିଗୁଣ ବନ୍ଧନରେ

  45. Couplet 45

    ଏ ସର୍ବ ଭୂମି ଯେ ମୋହରରେ ମୂର୍ଖ ନୁହଇ ତୋହର

  46. Couplet 46

    ମୂର୍ଖପଣରେ ଏହା ଭାଷିଅନ୍ୟୋନ୍ୟେ ହୁଅନ୍ତି ବିନାଶି

  47. Couplet 47

    ମୋର ନିମନ୍ତେ କରି ବାଦଅର୍ଜନ୍ତି ହରାନ୍ତି ସମ୍ପଦ

  48. Couplet 48

    ସତ୍ୟଯୁଗାଦି ଯେତେ ରାଜାଯେସନେ ପାଳୁଥିଲେ ପ୍ରଜା

  49. Couplet 49

    ପୃଥୁ ପୁରୁରବା ଯେ ଗାଧିସହସ୍ରାର୍ଜ୍ଜୁନ ନହୁଷାଦି

  50. Couplet 50

    ମାନ୍ଧାତା ଶ୍ରୀରାମ ସଗରଖଟ୍ୱାଙ୍ଗରାଜା ଧୁନ୍ଧୁମାର

  51. Couplet 51

    ରଘୁ ତୃଣବିନ୍ଦୁ ଯଯାତିଶାନ୍ତନୁ ଭରତ ଶର୍ଯାତି

  52. Couplet 52

    ନୈଷଧ ଭଗୀରଥରାୟକକୁତ୍ଥ ନୃଗ କୁବଳୟ

  53. Couplet 53

    ହିରଣ୍ୟକଶିପୁ ସମ୍ବରରାବଣ ହିରଣ୍ୟାକ୍ଷ ବୀର

  54. Couplet 54

    ବୃତ୍ତ ନମୁଚି ଯେ ତାରକାଆବର ଅସୁର ନାରକା

  55. Couplet 55

    ଏ ଆଦି ଯେତେ ରାଜା ଥିଲେଅନ୍ୟ ଦାନବ ମହୀପାଳେ

  56. Couplet 56

    ସମସ୍ତେ ସର୍ବବିଜ୍ଞ ବୀରମହିମା ଶୁଣିଛ ତା'ଙ୍କର

  57. Couplet 57

    ସମର୍ଥ ସର୍ବଜ୍ଞ ଅଟନ୍ତିବଳେ ସର୍ବତେଜା ବୋଲାନ୍ତି

  58. Couplet 58

    ଏମାନେ ଆଶା ମମତାରେମୃତ୍ୟୁର ବଶ ଯେ ହୋଇଲେ

  59. Couplet 59

    ଏ ମୋତେ ନେଇ ନ ପାରିଲେକଥାମାତ୍ରକ ରୁହାଇଲେ

  60. Couplet 60

    ଯେ ଯାହା ଅର୍ଜିତ କର୍ମରେଭୋଗ ଦୁଃଖ ସୁଖ ମାର୍ଗରେ

  61. Couplet 61

    ଗୁଣ-କର୍ମେ ହୋଇ ବନ୍ଧନଜାଣି ନ ପାରି ରାତ୍ରଦିନ

  62. Couplet 62

    କାଳବଶରେ ଅକୃତାର୍ଥଲୋଭେ ନ ସଞ୍ଚି ପରମାର୍ଥ

  63. Couplet 63

    କୃଷ୍ଣ ପଦାରବିନ୍ଦ ଛାଡ଼ିପତିତମାର୍ଗେ ଚିତ୍ତ ବଢି

  64. Couplet 64

    କୃଷ୍ଣଙ୍କୁ ନ ଜାଣିଲେ ଯେଣୁଯାତନା ଜନ୍ମମୃତ୍ୟୁ ତେଣୁ

  65. Couplet 65

    ଏମନ୍ତ ଭାଷି ମହୀ ହସିବିଷ୍ଣୁଲୀଳାକୁ ପରଶଂସି

  66. Couplet 66

    ଶୁକ କହନ୍ତି ପରୀକ୍ଷିତଏମନ୍ତ ଶ୍ରୀକୃଷ୍ଣ ଚରିତ

  67. Couplet 67

    ଏ ଯେଉଁ କଳିଯୁଗ ରୀତିକହିଲୁ ନୃପକୁଳ ଖ୍ୟାତି

  68. Couplet 68

    ଏ ଯେ ଉଦୟ-ଅସ୍ତ ପ୍ରାୟେସଂସାର ମାୟାଜାଲ ମୋହେ

  69. Couplet 69

    ଜ୍ଞାନ ବୈରାଗ୍ୟ ଅନୁଭବବିଭୂତି ପରମାର୍ଥ ଭାବ

  70. Couplet 70

    ଏମାନ ନାହିଁ ଏହାଙ୍କରଏଣୁ ଅଧର୍ମେ ପରିଚାର

  71. Couplet 71

    ଏ କଳିଯୁଗ ଗତି ଜାଣପ୍ରସଙ୍ଗେ କହିଲୁ ପୁରାଣ

  72. Couplet 72

    ଉତ୍ତମ ଶ୍ଳୋକ ବାସୁଦେବତାହାଙ୍କୁ ଯେ ପ୍ରାଣୀ ଭଜିବ

  73. Couplet 73

    ନାମ ଗାୟନ ଗୁଣବାଦନାଶଇ ସକଳ ପ୍ରମାଦ

  74. Couplet 74

    ଅଶୁଭମାନ ନାଶ କରେନିତ୍ୟେ ଯେ ତା' ନାମ ସୁମରେ

  75. Couplet 75

    ଶୁଣି ଶୁଣାଇ ଯେବେ ମଜ୍ଜେକୃଷ୍ଣ ପଦାରବିନ୍ଦ ଭଜେ

  76. Couplet 76

    ନିର୍ମଳ-ଭକ୍ତି ବାଞ୍ଛା କରିଅନ୍ତେ ସେ ଲଭେ ବିଷ୍ଣୁପୁରୀ

  77. Couplet 77

    ପୁଣି ପରୀକ୍ଷିତ ପଚାରିଶୁକ ଚରଣ ଶିରେ ଧରି

  78. Couplet 78

    ହେ ଭଗବାନ ଆତ୍ମାରୂପୀକଳି ଘୋଟିବ ତମ ବ୍ୟାପୀ

  79. Couplet 79

    ଏ ଯୁଗେ ପ୍ରାଣୀଙ୍କ ନିସ୍ତାରହୋଇବ ଯେବଣ ପ୍ରକାର

  80. Couplet 80

    ମୃତ୍ୟୁକୁ କେମନ୍ତେ ଜିଣିବେଏହା ସଂକ୍ଷେପି କହ ଏବେ

  81. Couplet 81

    ଯୁଗ ଧର୍ମ ଯୁଗ ନିର୍ଣ୍ଣୟକଳ୍ପର ପ୍ରଳୟ ବିଷୟ

  82. Couplet 82

    ଈଶ୍ୱରରୂପୀ ଯେଉଁ କାଳକହ ତା' ଗତି ଅନ୍ତରାଳ

  83. Couplet 83

    ଶୁକ ହୋଇଣ ତୋଷମନକହନ୍ତି ଯୁଗଧର୍ମମାନ

  84. Couplet 84

    ସତ୍ୟ ଯୁଗର ଧର୍ମ ଶୁଣଥିଲା ଯେ ଚାରିପାଦ ପୁଣ୍ୟ

  85. Couplet 85

    ସେ ଯୁଗେ ପ୍ରାଣୀମାନେ ପୁଣଚାରିପାଦେ ଧର୍ମ କରିଣ

  86. Couplet 86

    ସତ୍ୟ ତପସ୍ୟା ଦୟା ଦାନଧର୍ମର ଏ ଚାରିଚରଣ

  87. Couplet 87

    ସେ ଯୁଗେ ପ୍ରାଣୀ ଦୟାଶୀଳସନ୍ତୋଷ ସତ୍ୟ କ୍ଷମା ଧୀର

  88. Couplet 88

    ଶାନ୍ତ ତପସ୍ୱୀ ଆତ୍ମାରାମସମଦରଶୀ ସାଧୁ ସମ

  89. Couplet 89

    ତ୍ରେତାରେ ଧର୍ମ ତିନିପାଦସତ୍ୟ ପାଦକ ହୋଏ ଛେଦ

  90. Couplet 90

    ଅଧର୍ମ ଏହାକୁ ନାଶଇଯାହାର ଚାରିପାଦ କହି

  91. Couplet 91

    ମିଥ୍ୟା ହିଂସା ଯେ ଅସନ୍ତୋଷବିଗ୍ରହ ଏ ଚାରି ପ୍ରକାଶ

  92. Couplet 92

    ସେ କାଳେ ପ୍ରାଣୀମାନେ ପୁଣକ୍ରିୟା ତପୋନିଷ୍ଠା ଯୋଗେଣ

  93. Couplet 93

    ଅହିଂସ ଅଲମ୍ପଟ ହୋନ୍ତିଧର୍ମାର୍ଥ କାମ ସେ ସାଧନ୍ତି

  94. Couplet 94

    ଋକ ଯଜୁ ଯେ ସାମ ତିନିଏ ତିନି ଯଜ୍ଞରେ ଅଗ୍ରଣୀ

  95. Couplet 95

    ବ୍ରାହ୍ମଣ ଆଦି ବର୍ଣ୍ଣମାନଉତ୍ତମ ମଧ୍ୟ କନିଷ୍ଠେଣ

  96. Couplet 96

    ଏ ଭାବେ ଏ ଯୁଗ ଚଳଇତିନିପାଦେ ଧର୍ମ ରହଇ

  97. Couplet 97

    ଦ୍ୱାପରେ ଧର୍ମ ଦୁଇପାଦକ୍ରମେ ଦ୍ୱିପାଦ ହୋଏ ଛେଦ

  98. Couplet 98

    ତପ ସତ୍ୟ ଦୟା ଦାନରୁତୁଟଇ ଯୁଗ ଅନୁସାରୁ

  99. Couplet 99

    ହିଂସା ଅସନ୍ତୋଷ ବଇରମିଥ୍ୟା ଲକ୍ଷଣ ଅଧର୍ମର

  100. Couplet 100

    ଏହାଙ୍କ ସକାଶରୁ ପୁଣଧର୍ମ ତୁଟଇ ଏ କ୍ରମେଣ

  101. Couplet 101

    ଏ ଯୁଗେ ପ୍ରାଣୀମାନେ ପୁଣଯଶସ୍ୱୀ ଶୀଳରେ ନିପୁଣ

  102. Couplet 102

    ସର୍ବଦା ସେ ବେଦ ପଢନ୍ତିବିପ୍ରେ ବିଷ୍ଣୁସେବା କରନ୍ତି

  103. Couplet 103

    ଧନ କୁଟୁମ୍ବେ ହୃଷ୍ଟମତିବ୍ରାହ୍ମଣ କ୍ଷତ୍ରିୟେ ବଢନ୍ତି

  104. Couplet 104

    କଳିଯୁଗରେ ଧର୍ମ ପୁଣରହଇ ଏକଇ ଚରଣ

  105. Couplet 105

    ଅଧର୍ମ ହେତୁ କରି ପୁଣତିନିପାଦ ହୁଅଇ ଛିନ୍ନ

  106. Couplet 106

    ସତ୍ୟ ତପ ଦୟା ଯେ ଯାଇକେବଳ ଦାନମାତ୍ର ରହି

  107. Couplet 107

    ଯୁଗାନ୍ତେ ସେହୁ ନାଶଯିବଏକାନ୍ତେ ତମ ଆଚ୍ଛାଦିବ

  108. Couplet 108

    ଏ ଯୁଗେ ଯେତେ ଲୋକମାନେନିର୍ଦ୍ଦୟ ଦୁରାଚାର ମନେ

  109. Couplet 109

    କରି ଅକାରଣେ ବଇରୀଅଭାଗ୍ୟବନ୍ତ ହତଶିରୀ

  110. Couplet 110

    ଅତ୍ୟନ୍ତ ଲୋଭୀ ଜନେ ହେବେଶୂଦ୍ରେ ଯେ ବହୁତ ବଢିବେ

  111. Couplet 111

    ସତ୍ତ୍ୱ ରଜ ତମ ତ୍ରିଗୁଣପୁରୁଷେ ଥାଇ ଅନୁକ୍ଷଣ

  112. Couplet 112

    କାଳର ବଳେ ଗୁଣ ଦୋଷହୁଅଇ ଅଳପ ବିଶେଷ

  113. Couplet 113

    ବଢଇ ସତ୍ତ୍ୱଗୁଣ ଯେବେମନ ବୁଦ୍ଧି ଇନ୍ଦ୍ରିୟ ତେବେ

  114. Couplet 114

    ଜ୍ଞାନ-ତପରେ ରତ ହୋଇଶ୍ରୀବାସୁଦେବଙ୍କୁ ଭଜଇ

  115. Couplet 115

    ତାଙ୍କ ପଦାରବିନ୍ଦେ ଭକ୍ତିଉଦୟ ହୋଇଲେ ମୁକତି

  116. Couplet 116

    ଭକତି କୃଷ୍ଣପାଦେ ଜାଣସତ୍ୟଯୁଗର ଏ ଲକ୍ଷଣ

  117. Couplet 117

    ଯେବେ କାମ୍ୟକର୍ମ ଯଶରେବୁଦ୍ଧି ବଢେ ରଜୋଗୁଣରେ

  118. Couplet 118

    ତ୍ରେତାଯୁଗର ଚିହ୍ନ ଏହିଯଜ୍ଞରେ ପଶୁବଧ ଯହିଁ

  119. Couplet 119

    ତହୁଁ ସ୍ୱର୍ଗାଦିଭୋଗ ପା'ନ୍ତିସେ ପୁଣି ହୋ'ନ୍ତି ଗତାଗତି

  120. Couplet 120

    ବୁଦ୍ଧିମନ୍ତ ପ୍ରାଣୀ ତା' ଜାଣିନିଷ୍କାମେ ଭଜେ ଚକ୍ରପାଣି

  121. Couplet 121

    ଯେବେ ଦ୍ୱାପର ଯୁଗ ହୋଇରଜ ତମ ଗୁଣ ବଢଇ

  122. Couplet 122

    ଲୋଭ ଅସନ୍ତୋଷାଭିମାନଦମ୍ଭ-ମତ୍ସର-କାମ୍ୟକର୍ମ

  123. Couplet 123

    ଏମାନେ ଅଧିକ ବଢନ୍ତିଦୟା ଦାନ ଦୂରେ ରହନ୍ତି

  124. Couplet 124

    ଅଧର୍ମ ତିନି ଯେ ଚରଣବଢଇ ଏମନ୍ତ ଭାବେଣ

  125. Couplet 125

    ହିଂସା ଯେ ମିଥ୍ୟା ଅସନ୍ତୋଷଦ୍ୱାପର ଲକ୍ଷଣ ବିଶେଷ

  126. Couplet 126

    ଯେବେ ସେ କଳିଯୁଗ ହୋଇଏକା ତମୋଗୁଣ ବଢଇ

  127. Couplet 127

    ପ୍ରାଣୀମାନଙ୍କର ଯେ ପୁଣଅଳସ ମାୟା ମିଥ୍ୟା ଗୁଣ

  128. Couplet 128

    ବିଷାଦ ନିଦ୍ରା ହିଂସା ଶୋକବଢାଏ ମାୟାମୋହ ଦୁଃଖ

  129. Couplet 129

    ଏତେ ଗୁଣରେ କଳି ହୋଇସେ କଳି ତାମସ ବୋଲାଇ

  130. Couplet 130

    ପ୍ରାଣୀଏ ହୋ'ନ୍ତି ମନ୍ଦମତିଅଳପ-ଭାଗ୍ୟେ ସେ ଜୀଅନ୍ତି

  131. Couplet 131

    ବହୁତ ଭକ୍ଷନ୍ତି ଆହାରକାମୀ ହୁଅନ୍ତି ମୂଢନର

  132. Couplet 132

    କୁଟୁମ୍ବୀ ଜୀବିକାବିହୀନଦରିଦ୍ର ହୋଇ ବଞ୍ଚେ ଦିନ

  133. Couplet 133

    କୁଳସ୍ତ୍ରୀ ହୋଇ ଦୋଚାରୁଣୀଅସତୀ ପଣେ ସାହସିନୀ

  134. Couplet 134

    ଦେବ ବ୍ରାହ୍ମଣ ଗୁରୁ ସ୍ୱାମୀଶାଶୁ ଶ୍ୱଶୁରଙ୍କୁ ନ ଗଣି

  135. Couplet 135

    ରାଜ୍ୟରେ ଖଣ୍ଟ ପ୍ରବର୍ତ୍ତିବେବେଦକୁ ପାଷଣ୍ଡେ ଦୂଷିବେ

  136. Couplet 136

    ପ୍ରଜା ସର୍ବସ୍ୱ ରାଜା ନେବେତା'ଙ୍କୁ ବହୁତ କଷ୍ଟ ଦେବେ

  137. Couplet 137

    ବ୍ରାହ୍ମଣେ ଜିହ୍ୱା-ଇନ୍ଦ୍ରିବଶହୋଇଣ କର୍ମେ ଯିବେ ନାଶ

  138. Couplet 138

    କ୍ରୟ ବିକ୍ରୟ ବେଦ କରିବ୍ରତୀ ନୋହିବେ ବ୍ରହ୍ମଚାରୀ

  139. Couplet 139

    ସନ୍ୟାସୀ ହେବେ ଅନାଚାରୀକୁଟୁମ୍ବ ଘେନି ଗୃହକରି

  140. Couplet 140

    ଲୋଭେ ବୈଶ୍ୟବୃତ୍ତି କରିବେଭେକ ଧରି ନାମ ବହିବେ

  141. Couplet 141

    ଯେତେ ବାନପ୍ରସ୍ଥ ତପସ୍ୱୀଅଜ୍ଞାନେ ହେବେ ଗ୍ରାମବାସୀ

  142. Couplet 142

    ସ୍ତିରୀ ପୁରୁଷେ ଅସୁନ୍ଦରବିରୂପ ବିକଟ ଶରୀର

  143. Couplet 143

    ସହଜେ ସ୍ତିରୀମାନେ ପୁଣବହୁତ କରିବେ ଭୋଜନ

  144. Couplet 144

    ହୋଇବେ ଅତ୍ୟନ୍ତ ନିର୍ଲ୍ଳଜବିସ୍ତାର ହୋଇବେ ତନୁଜ

  145. Couplet 145

    ନିରତେ କହି କଟୁବାଣୀଶାଶୁଶ୍ୱଶୁରଙ୍କୁ ନ ଗଣି

  146. Couplet 146

    ସ୍ୱାମୀ ଗୁରୁଜନ ନ ମାନିଚଉର୍ଯ୍ୟ ମାୟା ସାହସିନୀ

  147. Couplet 147

    ପାପିଷ୍ଠବୁଦ୍ଧି ମତ୍ତଗର୍ବେବ୍ୟଭିଚାରିଣୀ ଏ ସ୍ୱଭାବେ

  148. Couplet 148

    ମନୁଷ୍ୟମାନେ ସାନସାନକେହି ବା ହୋଇବେ ବାମନ

  149. Couplet 149

    ମନୁଷ୍ୟ ମନ୍ଦଗତି ହୋଇକ୍ଷୁଦ୍ର ବ୍ୟାଧିରେ ପୀଡ଼ା ପାଇ

  150. Couplet 150

    କ୍ରୟ ବିକ୍ରୟ ବ୍ୟବହାରେକୂଟ କପଟ ବଣିଜାରେ

  151. Couplet 151

    ବ୍ୟାଧ ଆଚାର ଆଚରିବେମୃଗ ମତ୍ସ୍ୟ ବଧ କରିବେ

  152. Couplet 152

    ଛନ୍ଦ କରି ଜୀବ ମାରିବେପ୍ରାଣୀଙ୍କି ହିଂସାରେ ନାଶିବେ

  153. Couplet 153

    ବିନା ବିପଦେ ସର୍ବଜନେଆପଣା ବୃତ୍ତି ଛାଡ଼ି ଅନ୍ୟେ

  154. Couplet 154

    ନିନ୍ଦିତ ଜୀବିକା କରିବେପତିତ କର୍ମ ଆଚରିବେ

  155. Couplet 155

    ସ୍ୱାମୀ ନିର୍ଦ୍ଧନ ହେବ ଯେବେସେବକେ ତାକୁ ଛାଡ଼ିଯିବେ

  156. Couplet 156

    ସେବକେ ଅସମର୍ଥ ଦେଖିସ୍ୱାମୀଏ ତାହାଙ୍କୁ ଉପେକ୍ଷି

  157. Couplet 157

    ଉତ୍ତମ ଗାଈ ବୃଦ୍ଧା ହେଲେନ ପାଳି ଛାଡ଼ିଦେବେ ଭଲେ

  158. Couplet 158

    ପିତା ମାତା ଭ୍ରାତା ବାନ୍ଧବମିତ୍ର ସୁହୃଦଗୁଣ ଭାବ

  159. Couplet 159

    ସକଳ ସଙ୍ଗ ତ୍ୟାଗ କରିଶ୍ୱଶୁର ଶାଳକେ ପଚାରି

  160. Couplet 160

    ଶୀଳ ଅଚାର ନ କରିବେସ୍ତିରୀଙ୍କ ବଶେ ଦିନ ନେବେ

  161. Couplet 161

    କେ କାହା ପିତା କେହୁ ମାତଆପଣା କର୍ମେ ଆତଯାତ

  162. Couplet 162

    ଏମନ୍ତ ବିଚାରିବେ ମନେରହି ଶ୍ୱଶୁର ସନ୍ନିଧାନେ

  163. Couplet 163

    ତପସ୍ୱୀ ଶୂଦ୍ରମାନେ ହେବେଦାନପ୍ରତିଗ୍ରହ କରିବେ

  164. Couplet 164

    ସେମାନେ ଉଚ୍ଚସ୍ଥାନେ ଥିବେଧର୍ମାଦି ନ୍ୟାୟ ସେ କହିବେ

  165. Couplet 165

    ସଂସାରେ ଗୁରୁ ବୋଲାଇବେସକଳେ ସେ ବୋଲ ପାଳିବେ

  166. Couplet 166

    ପ୍ରଜାଏ କରପୀଡ଼ା ପାଇଦୁର୍ଭିକ୍ଷେ କଷ୍ଟି ହେବେ ସେହି

  167. Couplet 167

    ମନ ଉଦ୍ବେଗ କରିବେଅନ୍ନବସ୍ତ୍ରାଦି ନ ପାଇବେ

  168. Couplet 168

    ଦେବେ ବରଷା ନ ବରଷିଏ ରୂପେ ନଷ୍ଟ ଯିବ କୃଷି

  169. Couplet 169

    ଅକାଳେ ବରଷିବ ଜଳଏ ଘେନି ନ ଫଳିବ ଫଳ

  170. Couplet 170

    ପ୍ରାଣୀଏ ସ୍ଥାନଭ୍ରଷ୍ଟ ହୋଇଦେଶ ଭାଜିଣ ଶୂନ୍ୟ ହୋଇ

  171. Couplet 171

    ଅନ୍ନ ପାଣି ବସ୍ତ୍ର ଭୋଜନସ୍ନାନ ଭୂଷଣ ଆୟେମାନ

  172. Couplet 172

    ନ ମିଳି ହୋଇବେ ଦାରୁଣପିଶାଚ ସ୍ୱରୂପ ଧାରଣ

  173. Couplet 173

    ବୋଡ଼ିକ ନିମନ୍ତେ ମରିବେଅତି ତମେ ଯେ ଗ୍ରସ୍ତହେବେ

  174. Couplet 174

    ଆପଣା ପ୍ରିୟଲୋକ ମାରିଐହିକ ସୁଖ ମଣେ ଶିରୀ

  175. Couplet 175

    ତାତ ଜନନୀ ବୃଦ୍ଧକାଳେତା'ଙ୍କୁ ନ ପୋଷେ ମତ୍ତଭୋଳେ

  176. Couplet 176

    ଛାଡ଼ି ସାଧବୀ ପତିବ୍ରତାହୋଇବେ ମତ୍ତ ଅନ୍ୟେ ଭର୍ତ୍ତା

  177. Couplet 177

    ପୁରୁଷେ ବେଶ୍ୟାଙ୍କୁ ଭଜିବେଲମ୍ପଟେ ନାରୀଙ୍କି ଛାଡ଼ିବେ

  178. Couplet 178

    କୁଳସ୍ତ୍ରୀମାନେ ଏହିମତେନାଶିବେ କୁଟୁମ୍ବ ସହିତେ

  179. Couplet 179

    ଇନ୍ଦ୍ରି ଲାଳସେ ପେଟ ପୋଷିରହିବେ ହୋଇ ଦାସଦାସୀ

  180. Couplet 180

    କଳିର ତମ ଆଚ୍ଛାଦନେବିଷ୍ଣୁଙ୍କୁ ନ ଭଜିବେ ଜନେ

  181. Couplet 181

    ଶ୍ରୀକୃଷ୍ଣ ପାଦପଦ୍ମରସକେହି ଯେ ନ କରିବେ ଆଶ

  182. Couplet 182

    ପାଷଣ୍ଡଚିତ୍ତେ ବୁଦ୍ଧିଭେଦେନ ଭଜେ ଚରଣାରବିନ୍ଦେ

  183. Couplet 183

    ଯେ ନାମ ପତିତପାବନମହାବିପତ୍ତି ବିନାଶନ

  184. Couplet 184

    ମରଣକାଳେ ଯେଉଁ ନାମଧଇଲେ ନ ଦଣ୍ଡଇ ଯମ

  185. Couplet 185

    ଅତି ଆତୁରେ ବିବଶରେପତନ ସ୍ଖଳନ କାଳରେ

  186. Couplet 186

    ଯେ ନାମ ଗ୍ରହଣ ମାତ୍ରେଣକର୍ମବନ୍ଧୁ ମୁକ୍ତ ହୋଇଣ

  187. Couplet 187

    ବୈକୁଣ୍ଠପଦକୁ ଲଭଇଯେ ସୁଖ ତିନିଲୋକେ ନାହିଁ

  188. Couplet 188

    ତା'ଙ୍କୁ ନ ଭଜେ ମୂଢପ୍ରାଣୀମାୟାକୁ ସତ୍ୟପ୍ରାୟ ମଣି

  189. Couplet 189

    ଏ କଳିଯୁଗେ ପାପ ଯେତେପ୍ରାଣୀ ସଞ୍ଚଇ ମାୟାଗ୍ରସ୍ତେ

  190. Couplet 190

    ନାମ ମାତ୍ରକେ ପାପ ନାଶେଅନ୍ତେ ବୈକୁଣ୍ଠପୁରେ ବସେ

  191. Couplet 191

    ଯେ ନାମ ଶ୍ରବଣ କୀର୍ତ୍ତନପୂଜା-ଆଚରଣ ଧିଆନ

  192. Couplet 192

    ହୃଦ-କମଳ ମଧ୍ୟେ ଥାଇଅଶେଷ ପାପକୁ ଦହଇ

  193. Couplet 193

    ଅନନ୍ତ କୋଟି ଯେ କଳ୍ମଷସ୍ମରଣେ କରେ ତାହା ନାଶ

  194. Couplet 194

    ଏ କଳିଯୁଗେ ଏକା ସାରଭଜନ ଶ୍ରୀକୃଷ୍ଣ ପୟର

  195. Couplet 195

    ଏ ବିନୁ ଆନଗତି ନାହିଁଭଜ ସୁଜନେ ମନ ଦେଇ

  196. Couplet 196

    ସୁବର୍ଣ୍ଣ ଅଗ୍ନିରେ ଦହିଲେତାହାର ମଳ ହରେ ଭଲେ

  197. Couplet 197

    ଏ ରୂପେ ପଶି କୃଷ୍ଣଦେହେପାପ ଯେ ନାଶନ୍ତି ପ୍ରାଣୀଏ

  198. Couplet 198

    ବିଦ୍ୟା ତପସ୍ୟା ପ୍ରାଣାୟାମମିତ୍ରତା ତୀର୍ଥଜଳେ ସ୍ନାନ

  199. Couplet 199

    ବ୍ରତ ଆରମ୍ଭ ଯଜ୍ଞଦାନଦେବତା ପୂଜା ନାନାକର୍ମ

  200. Couplet 200

    ଏଥେ ଅତ୍ୟନ୍ତ ଶୁଦ୍ଧ ହୋଇଆତ୍ମା ଉଦ୍ଧରି ନ ପାରଇ

  201. Couplet 201

    ଏ ସର୍ବଫଳେ ଅଧିକାରୀପାପପୁଣ୍ୟକୁ ଭୋଗକରି

  202. Couplet 202

    ବାସୁଦେବ ଭଜନ ବିନୁଉଦ୍ଧରି ନ ପାରଇ ତନୁ

  203. Couplet 203

    ଭୂତ ଭବିଷ୍ୟ ବର୍ତ୍ତମାନବିଧାନେ ହୁଅ ସାବଧାନ

  204. Couplet 204

    ମାନସେ ବାଞ୍ଛା ଯେ କରିଣନିରନ୍ତରେ କରେ ଭଜନ

  205. Couplet 205

    କାଳେ ମରଣ ନିକଟରେକୃଷ୍ଣର ନାମ ଯେ ଉଚ୍ଚାରେ

  206. Couplet 206

    ତେବେ ସେ ପରାଗତି ପାଇନିଦାନେ ନାମ ଉଚ୍ଚାରଇ

  207. Couplet 207

    ଏବେ ତୁ ଶୁଣ ହେ ରାଜନହୃଦୟେ ଗୋବିନ୍ଦ ଚରଣ

  208. Couplet 208

    ଧରି ମରଣ ନିକଟରେସେ ନାମ ମୁଖରେ ଉଚ୍ଚାର

  209. Couplet 209

    ଏଣେ ତୁ ସାବଧାନ ହୁଅଅନ୍ତେ ପରମଗତି ପାଅ

  210. Couplet 210

    ତୁମେ ଯେ ରାଜଋଷି ଯେଣୁତା'ଙ୍କ ଚରଣେ ଭଜ ତେଣୁ

  211. Couplet 211

    ଅନେକ ଜନ୍ମେ ଭାଗ୍ୟେ ଥାଇଲୟ ଲଗାଅ ତା'ଙ୍କ ତହିଁ

  212. Couplet 212

    ଶ୍ରୀକୃଷ୍ଣ ଚରଣାରବିନ୍ଦେମନକୁ ନିବେଶ ଆନନ୍ଦେ

  213. Couplet 213

    ସାଯୁଜ୍ୟ-ମୁକ୍ତିକି ପାଇବକଳି କଳୁଷ ନାଶ ଯିବ

  214. Couplet 214

    ଯେ ଜନ ଭଜେ ବିଷ୍ଣୁପାଦଲଭେ ସାଯୁଜ୍ୟ ମୁକ୍ତିପଦ

  215. Couplet 215

    ସେ ବିଷ୍ଣୁଅଙ୍ଗେ ଲୀନ ହୋନ୍ତିସେ ବିନା ନାହିଁ ଅନ୍ୟଗତି

  216. Couplet 216

    ସେ ବାସୁଦେବ ସର୍ବମୟସର୍ବାତ୍ମା ସର୍ବଜନାଶ୍ରୟ

  217. Couplet 217

    ସେ ବାସୁଦେବର ମହିମାସକଳଗୁଣ ପୁଣ୍ୟସୀମା

  218. Couplet 218

    ଶୁଣ ପରୀକ୍ଷ ନୃପବରଏ କଳିଦୋଷର ସାଗର

  219. Couplet 219

    ଏ କଳିଯୁଗର ମହିମାଅଛଇ ଏକା ଗୁଣସୀମା

  220. Couplet 220

    ସେ ବାସୁଦେବ ନାମ ଶୁଣିବୈକୁଣ୍ଠ ଲଭେ ହେଳେ ପ୍ରାଣୀ

  221. Couplet 221

    ସତ୍ୟଯୁଗର ଧ୍ୟାନଫଳତ୍ରେତାରେ ଯଜ୍ଞାଦି ସକଳ

  222. Couplet 222

    ଦ୍ୱାପରେ ପୂଜାର ବିଧାନକଳିରେ ନାମ ସଂକୀର୍ତ୍ତନ

  223. Couplet 223

    ଏମନ୍ତ ମହିମା ଯାହାରସୁଜନେ ଭଜ ସେ ପୟର

  224. Couplet 224

    ମୁହିଁ ଯେ ପାପିଷ୍ଠ ଅଧମମୋହର ଦୋଷ ନ ଘେନିମ

  225. Couplet 225

    କହଇ ଜଗନ୍ନାଥ ଦାସତ୍ରାହି କରିବେ ପୀତବାସ

Odia Bhagabata skandha 12 adhyaya 3 | Parbani by ParibhaAsha App