Skandha 12
Adhyaya 2
Couplet 1
ଶୁକ କହନ୍ତି ବିଦ୍ୟମାନେଶୁଣ ରାଜନ ସାବଧାନେ
Couplet 2
କଳିଯୁଗ-ଧର୍ମ-ବିଧାନଏ ଯୁଗେ ହୋଇବ ଯେସନ
Couplet 3
ସତ୍ୟ ଶଉଚ ଦୟା କ୍ଷମାତୁଟିବ ଧର୍ମମାର୍ଗ ସୀମା
Couplet 4
କାଳ ଯେ ବଳବନ୍ତ ହୋଇପ୍ରାଣୀଙ୍କି ଗ୍ରାସିବ ଯେ ସେହି
Couplet 5
ଏଣୁ ଯେ ଧର୍ମହାନି ହୋଇବଳ ଆୟୁଷ କ୍ଷୟ ଯାଇ
Couplet 6
ଜ୍ଞାନ ଯେ ଧର୍ମ ନ ରହଇଧର୍ମ ନ ଥିଲେ ପୁଣ୍ୟ କାହିଁ
Couplet 7
ଏଣୁ ଧର୍ମାଦି ପୁଣ୍ୟହୀନବର୍ଦ୍ଧନ ହେବେ ମ୍ଳେଛଜନ
Couplet 8
ଯେଉଁ ଜନର ଧନ ଥିବସଂସାରେ ବଡ଼ ସେ ହୋଇବ
Couplet 9
ତାଙ୍କର ସର୍ବଗୁଣ ପୁଣଜାତି ଆଚାର କୁଳ ବର୍ଣ୍ଣ
Couplet 10
ଶୀଳ ବୁଦ୍ଧି ଆଜି ଯେ ଗୁଣଧର୍ମ ନ୍ୟାୟ ଯେ ବିଚାରଣ
Couplet 11
ବଳବନ୍ତ ହୋଇବେ ସେହିତା' ବିନୁ କେହି କିଛି ନୋହି
Couplet 12
ବିବାହ ସମ୍ବନ୍ଧେ ଅଗ୍ରଣୀକୁଳ ନ ବିଚାରିବେ ପୁଣି
Couplet 13
ଯେ କନ୍ୟା ଯେ ବର ବରିବସେ ଇଚ୍ଛା ସୁଖେ ବିଭାହେବ
Couplet 14
ଯା' ମନ ଯାହାକୁ ଭଜିବସେ ବର ତା'କୁ ବିଭା ହେବ
Couplet 15
ଆରମ୍ଭୀ ଦମ୍ଭୀ ଖଳପ୍ରାଣୀସେ ବଡ଼ ଏ ସଂସାରେ ପୁଣି
Couplet 16
ଯାହାର ସତ୍ୟଗୁଣ ଥାଇତାହାକୁ ନ ମାନିବେ କେହି
Couplet 17
କରିବେ କପଟ ବେଭାରଧର୍ମ ଆଚାର ଲୋକାଚାର
Couplet 18
ଛନ୍ଦ କପଟ ମାୟା ସର୍ବମିଥ୍ୟା ପାଷଣ୍ଡଭାବ ଗର୍ବ
Couplet 19
ସ୍ତିରୀଏ ସ୍ତିରୀଙ୍କି ରମିବେପୁରୁଷ ପୁରୁଷେ ଭଜିବେ
Couplet 20
ମୁଖେ ମୁଖେ କାକୁସ୍ଥରତିଏମନ୍ତ ହୋଇବ ପ୍ରକୃତି
Couplet 21
କେବଳ ରୁଚି ଅନୁସାରେରତି ଯେ ସ୍ତିରୀ ପୁରୁଷରେ
Couplet 22
କ୍ରୀଡ଼ା ବିହାର ଜାତିହୀନେକରିବେ ଯେ ଅଭିଗମନେ
Couplet 23
ବେଶ୍ୟାକୁ ପାଇ ନିଜନାରୀଛାଡ଼ି ତା' ସଙ୍ଗେ କ୍ରୀଡ଼ାକରି
Couplet 24
ଜାତି ଭେଦକୁ ଭୟ ନାହିଁଦୀପେ ପତଙ୍ଗ ପ୍ରାୟ ହୋଇ
Couplet 25
ବ୍ରହ୍ମତ୍ୱ କିଞ୍ଚିତ ପ୍ରକାରେରହିବ ଯଜ୍ଞୋପବୀତରେ
Couplet 26
ନାମେ ବୋଲାଇବେ ବ୍ରାହ୍ମଣଦ୍ୱାଦଶଗୁଣେ ହେବେ ହୀନ
Couplet 27
ବ୍ରହ୍ମଚାରୀ ଯେ ଚାରିବର୍ଣ୍ଣନାମରେ ବହିବେ ସେ ଚିହ୍ନ
Couplet 28
ଦଣ୍ଡକମଣ୍ଡଳୁ ଅଜୀନଧରିଣ ଆଶ୍ରମର ଚିହ୍ନ
Couplet 29
ଏମାନେ ଛାଡ଼ି ଚାରିବର୍ଣ୍ଣନାନା ବିକାରେ ହେବେ ଭ୍ରମ
Couplet 30
ଆଶ୍ରମ ଧର୍ମେ ନ ରହିବେସଂସାର ମାର୍ଗରେ ଚଳିବେ
Couplet 31
ବ୍ରାହ୍ମଣ ଆଦି ଚାରିବର୍ଣ୍ଣବର୍ଣ୍ଣ-ଧର୍ମ ଛାଡ଼ି ଅଜ୍ଞାନ
Couplet 32
ଆନ ଆନ ବର୍ଣ୍ଣେ ପଶିବେଅମାର୍ଗପଥ ଆଚରିବେ
Couplet 33
ଅଷ୍ଟାଦଶ ପାଟକ ଜନବର୍ଣ୍ଣଶଙ୍କର ଜାତିମାନ
Couplet 34
ଏମାନେ ଦମ୍ଭେ ପ୍ରବର୍ତ୍ତିବେଆରମ୍ଭେ ବଡ଼ ବୋଲାଇବେ
Couplet 35
ବ୍ରାହ୍ମଣମାନେ ନିଜକର୍ମବେଦ ଆଚାରେ ଜ୍ଞାନ ଧର୍ମ
Couplet 36
ତା' ଛାଡ଼ି ଅକର୍ମେ ବଢିବେଶୂଦ୍ରା ଗର୍ଭରେ ରେତ ଦେବେ
Couplet 37
କରିବେ ଶୂଦ୍ରଙ୍କ ବିଧାନନ ଜାଣି ବେଦର ବଚନ
Couplet 38
ଶୂଦ୍ରାଦିମାନେ ବ୍ରହ୍ମଚାରୀସନ୍ୟାସ ବୈଷ୍ଣବେ ପ୍ରଚରି
Couplet 39
ବେଦମାର୍ଗ ନିନ୍ଦା କରିବେକିଞ୍ଚିତ ଜ୍ଞାନେ କରି ଗର୍ବେ
Couplet 40
ବ୍ରାହ୍ମଣମାନେ ହୋଇ ଶିଷ୍ୟଘେନିବେ ମନ୍ତ୍ରଉପଦେଶ
Couplet 41
ଗୁରୁ ବୋଲାଇ ହେବେ ଶ୍ରେଷ୍ଠଉଚ୍ଚସ୍ଥାନେ ବସି ବଶିଷ୍ଠ
Couplet 42
ବ୍ରାହ୍ମଣ ଆଦି ବର୍ଣ୍ଣମାନେନମସ୍କାର କରି ଅଜ୍ଞାନେ
Couplet 43
ଏ ରୂପେ କଳିଯୁଗ ଗତିଅଜ୍ଞାନେ ହୋଇ ଦୁଷ୍ଟମତି
Couplet 44
ନ୍ୟାୟ-ଅନ୍ୟାୟ ବିଚାରଣନ କରି ଶାସ୍ତ୍ରର ପ୍ରମାଣ
Couplet 45
ଯେ ଜନ ନିର୍ଦ୍ଧନ ହୋଇବେସାହା ତାଙ୍କୁକେହି ନୋହିବେ
Couplet 46
ନ୍ୟାୟରେ ସେ ଲୋକ ହାରିବସଭାରେ ନିନ୍ଦିତ ହୋଇବ
Couplet 47
ପଣ୍ଡିତ ଯେହୁ ବୋଲାଇବେଚଞ୍ଚଳ ବଚନ କହିବେ
Couplet 48
ଦରିଦ୍ର ହେବ ଯେଉଁଜନନଷ୍ଟ ହୋଇବ ସର୍ବଗୁଣ
Couplet 49
ଅସାଧୁ ବୋଲାଇବ ସେହିସତ୍ୟ ବଚନ ମିଥ୍ୟା ହୋଇ
Couplet 50
ସାଧୁ ଯେ ଦମ୍ଭେ ବୋଲାଇବେପ୍ରାଣୀଙ୍କି ହୃଦେ ହିଂସୁଥିବେ
Couplet 51
ଜାତି ଧର୍ମକୁ ନ ବିଚାରିବଚନେ ଉପ୍ରୋଧ ନ କରି
Couplet 52
ସ୍ୱୀକାର ବଚନରେ କରିବିଭା ହୋଇବେ ଅବିଚାରି
Couplet 53
କରେ ପାନିଆ ଘେନି ଥିବେକେଶ କୁଣ୍ଡାଇ ସୁଖଭାବେ
Couplet 54
ସ୍ନାନ କଲୁ ବୋଲି ବୋଲିବେଦୂର ଗାଡ଼ିଆ ପାଶେ ଯିବେ
Couplet 55
ତାହାକୁ ତୀର୍ଥ ବୋଲି ଜାଣିସ୍ନାନ କରିବେ ତହିଁ ପୁଣି
Couplet 56
କେବଳ କେଶର ଧାରଣହୋଇବ ଲାବଣ୍ୟ କାରଣ
Couplet 57
ଆପଣା ପେଟକୁ ପୋଷିବାବଡ଼ ପ୍ରୟୋଜନ ହୋଇବା
Couplet 58
କାର୍ଯ୍ୟକଲାର ପ୍ରାୟ ମଣିସେ ଲୋକ ହୋଇବେ ଅଗ୍ରଣୀ
Couplet 59
ଆଣ୍ଟ ପଣରେ ଶତେ ଗୁଣକୁଟୁମ୍ବପୋଷି ବଡ଼ପଣ
Couplet 60
ଚତୁର ବୋଲାଇବେ ସେହିଏ ରୂପେ ଯୁଗଧର୍ମ କହି
Couplet 61
ଧର୍ମ କରିବେ ଯଶ ଅର୍ଥେଶାସ୍ତ୍ରକୁ ମଣିବେ ଅନର୍ଥେ
Couplet 62
ଏମନ୍ତ ହୋଇ ଯେତେବେଳେପାପ ଆଚ୍ଛାଦିବ ଶୟଳେ
Couplet 63
ପରଜାମାନେ ଦୁଷ୍ଟପଣେପୃଥ୍ୱୀ ପୂରିବ ଦୁଷ୍ଟଜନେ
Couplet 64
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେବଳ-ବିଚାର-ପରାକ୍ରମେ
Couplet 65
ବଳିଷ୍ଠ ବୋଲାଇବେ ଯେହିନୃପତି ବୋଲାଇବେ ସେହି
Couplet 66
ଏମାନେ ଦୁର୍ବୃତ୍ତ ହୋଇବେନିର୍ଦ୍ଦୟ ଭାବକୁ ବହିବେ
Couplet 67
ପ୍ରଜାମାନଙ୍କୁ କଷ୍ଟଦେବେଅଧର୍ମ-ବଳ-ଗୁଣ-ଭାବେ
Couplet 68
ସର୍ବସ୍ୱ ପ୍ରଜାଙ୍କର ନେବେବିକଳ କେହି ନ ଶୁଣିବେ
Couplet 69
ପରଦାରାଧନ ହରିବେଶୋକବିପତ୍ତିରେ ଦଣ୍ଡିବେ
Couplet 70
ଏମନ୍ତ ହୋଇ ଯେତେବେଳେପ୍ରଜାଙ୍କୁ ପୀଡ଼ିବେ ଶୟଳେ
Couplet 71
ବନପର୍ବତରେ ଲୁଚିବେସ୍ୱଦେଶ ଧର୍ମରେ ରହିବେ
Couplet 72
ଭକ୍ଷିବେ ଶାକ କନ୍ଦମୂଳଆମିଷ ପୁଷ୍ପ ମଧୁଫଳ
Couplet 73
ଇନ୍ଦ୍ର ବରଷା ନ କରିବଏଣୁ ଯେ ଦୁର୍ଭିକ୍ଷ ହୋଇବ
Couplet 74
କରପୀଡ଼ାରୁ ପ୍ରାଣୀମାନେବିଷାଦ ହୋଇବେ ଯେ ଜନେ
Couplet 75
ରାଜାଏ କ୍ଷମା ନ କରିବେଯମକିଙ୍କର ପ୍ରାୟ ହେବେ
Couplet 76
ଶୀତ ବାତ ଖରା ବରଷାପୀଡ଼ିବ ବ୍ୟାଧି କ୍ଷୁଧା ତୃଷା
Couplet 77
ଚିନ୍ତା-ସନ୍ତାପ-ଜ୍ୱରେ ଦୁଃଖୀପ୍ରଜାଏ ହେବେ ନିରିମାଖି
Couplet 78
କଳିଯୁଗରେ ପ୍ରାଣୀମାନପାପେ ହୋଇବେ ଆୟୁହୀନ
Couplet 79
ସ୍ତିରୀ ପୁରୁଷଙ୍କ ଆୟୁଷବିଂଶ କି ତିରିଶ ବରଷ
Couplet 80
ପ୍ରାଣୀ ଆୟୁଷ ଦିନେ ଦିନେକ୍ଷୀଣ ଯେ ହୋଇବ ଅଧର୍ମେ
Couplet 81
ଚାରିବର୍ଣ୍ଣ ଚାରିଆଶ୍ରମତୁଟିବ ବେଦମାର୍ଗ-ଧର୍ମ
Couplet 82
ସକଳ ଧର୍ମ ନାଶଯିବେପାଷଣ୍ଡ ବହୁତ ହୋଇବେ
Couplet 83
ରାଜାଏ ଦସ୍ୟୁପରି ହେବେପ୍ରଜାଏ ଏମନ୍ତ କରିବେ
Couplet 84
ଚୋରି ମିଥ୍ୟା ହିଂସା ବିବାଦବିଶ୍ୱାସଘାତ ବୃତ୍ତିଛେଦ
Couplet 85
ଏମନ୍ତେ ପ୍ରବର୍ତ୍ତିବେ ପ୍ରାଣୀଜୀବିକା କରିଣ ଅଗ୍ରଣୀ
Couplet 86
ସକଳ ବର୍ଣ୍ଣରେ ବିସ୍ତାରଶୂଦ୍ରେ ଯେ ବଢିବେ ଅପାର
Couplet 87
ସବୁ ଯେ ବର୍ଣ୍ଣମାନଙ୍କରଶୂଦ୍ର ପରି ହେବ ଆଚାର
Couplet 88
ଗାଈ ଯେ ଛେଳି ପ୍ରାୟ ହୋଇଅଭକ୍ଷ ଭକ୍ଷି କ୍ଷୀର ଦେଇ
Couplet 89
ସର୍ବ ଆଶ୍ରମୀମାନେ ପୁଣକରିବେ ଗୃହୀ ଆଚରଣ
Couplet 90
ଗୃହସ୍ଥ ଧର୍ମ ଆଚରିବେବେଦବଚନ ନ ମାନିବେ
Couplet 91
ସର୍ବ ଯେ ବନ୍ଧୁମାନଙ୍କରଶାଳକେ ହେବେ ସ୍ନେହଭର
Couplet 92
ଧାନ୍ୟାଦି ସର୍ବ ଶସ୍ୟମାନସକଳ ହେବ ରସହୀନ
Couplet 93
ବୃକ୍ଷ ସକଳ ଶମୀ ତୁଲ୍ୟଅତ୍ୟନ୍ତ କ୍ଷୀଣ ପତ୍ର ଫଳ
Couplet 94
ମେଘ ଯେ ଗର୍ଜନ କରିବେବିଜୁଳିମାନେ ଆଚ୍ଛାଦିବେ
Couplet 95
ବରଷା କିଞ୍ଚିତେ କରିବେପବନେ ମେଘ ଉଡ଼ିଯିବେ
Couplet 96
ବରଷା ଫିରିଫିରି କରିପ୍ରଜା ଚାଷ କରି ନ ପାରି
Couplet 97
ଘରମାନ ଶୂନ୍ୟ ହୋଇବେପ୍ରାଣୀଏ ନିର୍ଦ୍ଧନେ ବଞ୍ଚିବେ
Couplet 98
ଗର୍ଦ୍ଦଭ ପ୍ରାୟ ଆଚରଣକରିବେ ପ୍ରାଣୀ ପରିଶ୍ରମ
Couplet 99
ଏମନ୍ତେ ଘୋରକଳିଯୁଗଯେବେ ହୋଇବ ଶେଷଭାଗ
Couplet 100
ସର୍ବେ କରିବେ ଦୁଷ୍ଟରୀତିତାହା ଜାଣିଣ ଶିରୀପତି
Couplet 101
ସତ୍ତ୍ୱଗୁଣକୁ ଆଶ୍ରେ କରିମାନବ ରୂପେ ଦେହ ଧରି
Couplet 102
ସେ କାଳେ ପ୍ରଭୁ ଭଗବାନଧର୍ମ ରକ୍ଷଣେ ହେବେ ଜନ୍ମ
Couplet 103
ଏମନ୍ତେ ଦଶସସ୍ରବର୍ଷକଳିର ହୋଇବ ଯେ ଶେଷ
Couplet 104
ଉତ୍କଳଦେଶ ସିନ୍ଧୁତଟେନୀଳଗିରି କଳପବଟେ
Couplet 105
ନୀଳାଚଳରେ ଜଗନ୍ନାଥଅନ୍ତର୍ଦ୍ଧାନରେ ସେ ଗୁପତ
Couplet 106
ଗଙ୍ଗାରେ ସ୍ରୋତ ନ ବହିବପୋତିଣ ଉତ୍ସର୍ଗ ହୋଇବ
Couplet 107
ଦେବଦେବୀମାନେ ଯେ ପୁଣସକଳେ ଯିବେ ଅନ୍ତର୍ଦ୍ଧାନ
Couplet 108
ସକଳ ପୁଣ୍ୟସ୍ଥାନ ମାନତମରେ ହୋଇବ ଗୋପନ
Couplet 109
ପ୍ରାଣୀ ଅଜ୍ଞାନେ କହୁଥିବେଏଠାରେ ଥିଲେ ପୂର୍ବେ ଦେବେ
Couplet 110
ଏମନ୍ତ ଦେଖିଣ ଶ୍ରୀହରିକୀକଟ ନାମେ ଯେ ନଗରୀ
Couplet 111
ଗୟାରେ ଆଶ୍ରମ ତାହାରଅଙ୍ଗିରା ନାମେ ଦ୍ୱିଜବର
Couplet 112
ସୁଗତି ନାମେ ଯେ ବ୍ରାହ୍ମଣୀତା'ର ଗର୍ଭରେ ତପୋଧନୀ
Couplet 113
ଧର୍ମରକ୍ଷା ନିମନ୍ତେ କରିବଉଦ୍ଧ ରୂପେ ଜାତ ହରି
Couplet 114
ସେ ବାସୁଦେବ ଚକ୍ରଧାରୀଜନ୍ମିଣ ଯୋଗାରୂଢ ହରି
Couplet 115
ସ୍ଥାବର ଜଙ୍ଗମ କୀଟରେପୂରି ଯେ ଈଶ୍ୱର ଭାବରେ
Couplet 116
ସେ ବାସୁଦେବ ନାରାୟଣଅଧର୍ମ ସମୂହ ନାଶିଣ
Couplet 117
ପ୍ରବର୍ତ୍ତାଇବେ ଧର୍ମ ପୁଣଏକାକ୍ଷର ମନ୍ତ୍ର ଜପିଣ
Couplet 118
ଯଜ୍ଞାଦି ହିଂସା ଧର୍ମନାସ୍ତିକରିବେ ପ୍ରଭୁ ଶିରୀପତି
Couplet 119
ପ୍ରାଣୀଙ୍କି ଜ୍ଞାନମାର୍ଗେ ସ୍ଥାପିଏକତ୍ୱ ଭାବେଣ ନିରୋପି
Couplet 120
ବେଦ ଯେ ଧର୍ମ ଛଡ଼ାଇବେସର୍ବେ ଏକାକାର କରିବେ
Couplet 121
ଜ୍ଞାନରେ ବିଷ୍ଣୁଙ୍କୁ ଭଜିବେନିର୍ଗୁଣ ମାର୍ଗରେ ରହିବେ
Couplet 122
କରଣି ନ କରିବେ ପୁଣଏଯେଣୁ ମାୟାର ଭିଆଣ
Couplet 123
ସେ ଯେ ସମୟମାନଙ୍କରେସିଦ୍ଧାନ୍ତ କ୍ରୟବିକ୍ରୟରେ
Couplet 124
ସମସ୍ତ ବର୍ଣ୍ଣ ଏକଠାରେବସିଣ ଭକ୍ଷିବେ ସୁଖରେ
Couplet 125
ବ୍ରାହ୍ମଣ ବେଦକୁ ବିକିବକର୍ମେଣ ଜ୍ଞାନଲୋପ ଯିବ
Couplet 126
କୁଳସ୍ତ୍ରୀ ଅନ୍ୟାୟ କରିବେପରପୁରୁଷେ ମନ ଦେବେ
Couplet 127
କୁଳଧର୍ମକୁ ନ ରଖିବେବର୍ଣ୍ଣଭେଦକୁ ସେ ଛାଡ଼ିବେ
Couplet 128
ବେଭାରେ ଜାତିଭେଦ ନାହିଁସମସ୍ତେ ଏକାକାର ହୋଇ
Couplet 129
ଏ ଭାବେ କଳିଯୁଗ ଶେଷଥିବ ଦଶସସ୍ର ବରଷ
Couplet 130
ସାଧୁଙ୍କ ଧର୍ମ ରଖିବାରେସମ୍ବଳ ନାମକ ଗ୍ରାମରେ
Couplet 131
ସେ ଚରାଚର ଗୁରୁଈଶସକଳ ଆତ୍ମାରେ ପ୍ରକାଶ
Couplet 132
ସାଧୁଜନଙ୍କ ପରିତ୍ରାଣେଜନ୍ମକର୍ମ ମୋକ୍ଷ କାରଣେ
Couplet 133
ବିଷ୍ଣୁଯଶା ନାମେ ବ୍ରାହ୍ମଣବିଷ୍ଣୁ ଯେ ତା'ର ବୀର୍ଯ୍ୟେ ଜନ୍ମ
Couplet 134
ଯଶୋବନ୍ତୀ ନାମେ ବ୍ରାହ୍ମଣୀତା' ଗର୍ଭେ ଜନ୍ମ ଚକ୍ରପାଣି
Couplet 135
କଳ୍କୀ ନାମରେ ଅବତାରହୋଇବେ ପରମ ଈଶ୍ୱର
Couplet 136
ସେ ପୁଣି ସହସ୍ର ବରଷତପଜ୍ଞାନ ଯୋଗେ ପ୍ରବେଶ
Couplet 137
ସେ ଅନ୍ତେ ଈଶ୍ୱର ପ୍ରସନ୍ନଅଗ୍ନିରୁ ଅଶ୍ୱ ସମର୍ପିଣ
Couplet 138
ନନ୍ଦକ ନାମେ ଖଡ଼୍ଟ ଦେବଯୋଜନେ ବିସ୍ତାର ହୋଇବ
Couplet 139
ଖଡ଼୍ଟ ସେ ଧରି ଦେବଦତ୍ତଅଶ୍ୱ ଚଢିବେ ବେଗବନ୍ତ
Couplet 140
ସେ ଅଶ୍ୱ ଚଢି ଖଡ଼୍ଟ ଘେନିଅଷ୍ଟ ଐଶ୍ୱର୍ଯ୍ୟ ରସଦାନୀ
Couplet 141
ପୃଥ୍ୱୀରେ ବୁଲିବେ ପ୍ରକୋପେମ୍ଳେଚ୍ଛ ନାଶନେ ମହାଦର୍ପେ
Couplet 142
ରାଜବଂଶରେ ଯେତେ ଦୁଷ୍ଟଖଣ୍ଟ ରାକ୍ଷସ ଯେ ପାପିଷ୍ଠ
Couplet 143
ମାରିବେ କୋଟିକୋଟି ଧରିପୃଥିବୀ ନିକ୍ଷତ୍ରିୟ କରି
Couplet 144
ଏ ଅନ୍ତେ ସାଧୁଙ୍କୁ ପାଳିବେଯେବା ତାହାଙ୍କୁ ଭଜୁଥିବେ
Couplet 145
ସତ୍ତ୍ୱଗୁଣରେ ଯେହୁଥିବେସେ ବାସୁଦେବଙ୍କୁ ଦେଖିବେ
Couplet 146
ସେ ସାଧୁପ୍ରଜାମାନେ ପୁଣବାସୁଦେବସଙ୍ଗ ଲଭିଣ
Couplet 147
ତା'ଙ୍କ ଅଙ୍ଗବାସନା ଲାଗିସର୍ବେ ହୋଇବେ ସୁଖଭାଗୀ
Couplet 148
ନିର୍ମଳମନା ଯହୁଁ ହେବେସର୍ବେ ସତ୍ତ୍ୱଗୁଣେ ଚଳିବେ
Couplet 149
ପୁର ନଗର ଗ୍ରାମ୍ୟ ଦେଶହୋଇବେ ଦୁଷ୍ଟମାନେ ନାଶ
Couplet 150
ସାଧୁ ଉତ୍ତମେ ପ୍ରବର୍ତ୍ତିବେଉତ୍ତମ ଧର୍ମେ ମନ ଦେବେ
Couplet 151
ଭଗବାନ ବାସୁଦେବଙ୍କୁହୃଦୟେ ଧରିଣ ତାହାଙ୍କୁ
Couplet 152
ଭଜିବେ ପରମ ପୁରୁଷସର୍ବକଳୁଷ ଯିବ ନାଶ
Couplet 153
କଳକୀ ଅବତାର ଯେବେସକଳ ଧର୍ମରକ୍ଷା ତେବେ
Couplet 154
ସେ ସତ୍ତ୍ୱଗୁଣାତ୍ମକ ଭାବେପ୍ରଜାଏ ଜନମ ଲଭିବେ
Couplet 155
ସତ୍ୟଯୁଗ ଧର୍ମ ହୋଇବକଳିଯୁଗ ଧର୍ମ ରହିବ
Couplet 156
ଯେ କାଳେ ଚନ୍ଦ୍ରସୂର୍ଯ୍ୟ ବେନିପୁଷ୍ୟାନକ୍ଷତ୍ର ଗୁରୁ ଘେନି
Couplet 157
କର୍କଟରାଶି ଏକାବେଳେଆସିବେ ଏ କଥା ଦେଖିଲେ
Couplet 158
ଜାଣିବ ସତ୍ୟଯୁଗ ଆଦ୍ୟଏଭାବେ ପୁରାଣ ସମ୍ବାଦ
Couplet 159
ସୋମ ସୂର୍ଯ୍ୟାଦି ବଂଶେ ଯେତେନୃପତି ଥିଲେ ଏ ଜଗତେ
Couplet 160
ବର୍ତ୍ତମାନରେ ଯେତେ ଛନ୍ତିଭବିଷ୍ୟେ ଯେତେକ ନୃପତି
Couplet 161
ତାହା ତ ସଂକ୍ଷେପି କହିଲୁଏବେ କି ସନ୍ତୋଷ ଲଭିଲୁ
Couplet 162
ପରୀକ୍ଷିତ ତୋ' ଜନ୍ମଆଦିନନ୍ଦରାଜାଭିଷେକାବଧି
Couplet 163
କଳିଯୁଗର ଭୋଗ ଶେଷଏଗାରଶତ ପଞ୍ଚଦଶ
Couplet 164
ସପ୍ତଋଷିରୁ ଆଦ୍ୟେ ପୁଣିଉଦେ ପୁଲହ କ୍ରତୁ ବେନି
Couplet 165
ଅଶ୍ୱି ଆଦି ଏ ମଧ୍ୟୁ ଏକତା' ମଧ୍ୟେ ଦିଶଇ ଯେ ଋକ୍ଷ
Couplet 166
ତହିଁରେ ସପ୍ତଋଷି ଥା'ନ୍ତିଶତେବରଷ ସେ ବସନ୍ତି
Couplet 167
ମଘା ନକ୍ଷତ୍ରେ ସପ୍ତଋଷିଅଛନ୍ତି ଏବେ କୁରୁବଂଶୀ
Couplet 168
ଯେ ଦିନେ କୃଷ୍ଣ ଅବତାରତେଜିଲେ ନରକଳେବର
Couplet 169
ମଘା ନକ୍ଷତ୍ରେ ସପ୍ତଋଷିସେ ଦିନ ଉଦୟେ ପ୍ରକାଶି
Couplet 170
କଳି ପ୍ରବେଶ ସେ ଦିନରେପାପ ପ୍ରବେଶ ପ୍ରାଣୀଙ୍କରେ
Couplet 171
କୃଷ୍ଣର ପାଦପଦ୍ମ ଚିହ୍ନଥିଲା ପୃଥ୍ୱୀରେ ଯେତେ ଦିନ
Couplet 172
ସେଦିନ ଯାଏ କଳିଯୁଗପୃଥ୍ୱୀକି ନୋହିଥିଲା ଭୋଗ
Couplet 173
କୃଷ୍ଣ ବୈକୁଣ୍ଠେ ବିଜେ ଯେଣୁସଂସାରେ ପ୍ରବର୍ତ୍ତିଲା ତେଣୁ
Couplet 174
ମଘା ନକ୍ଷେତ୍ରେ ସପ୍ତଋଷିକଳି ଆଦ୍ୟରେ ପରବେଶି
Couplet 175
ଦେବତାମାନଙ୍କ ବରଷବାରଶ ବରଷରେ ଶେଷ
Couplet 176
ମନୁଷ୍ୟ ବରଷରେ ଶେଷଚାରିଲକ୍ଷ ସସ୍ର ବତିଶ
Couplet 177
ସପତଋଷିମାନେ ଯେବେମଘାରୁ ପୂର୍ବାଷାଢେ ଯିବେ
Couplet 178
ନନ୍ଦ ନାମେ ଯେଦିନୁ ରାଜସେ ଦିନୁ କଳିଯୁଗ ତେଜ
Couplet 179
ମାଘ ଅମାବାସ୍ୟା ଦିନରେକଳିଯୁଗ ଜନ୍ମ ସଂସାରେ
Couplet 180
ଯେବଣ ଦିନେ ଯେଉଁ କ୍ଷଣଶ୍ରୀକୃଷ୍ଣ ଗଲେ ଅନ୍ତର୍ଦ୍ଧାନ
Couplet 181
କଳି ପ୍ରବେଶ ତତକ୍ଷଣେବୋଲନ୍ତି ପୁରାବିଦଜନେ
Couplet 182
ଦେବ ବରଷରେ ସହସ୍ରଅନ୍ତେ ସତ୍ୟଯୁଗ ପ୍ରବେଶ
Couplet 183
ପ୍ରାଣୀଏ ସତ୍ୟ ଯେ କହିବେଆତ୍ମାଜ୍ଞାନରେ ଧ୍ୟାନ ଦେବେ
Couplet 184
ଏ ମନ୍ୱନ୍ତରେ ମନୁ ଜାତବୈବସ୍ୱତ ନାମ ବିଖ୍ୟାତ
Couplet 185
ଏହାଙ୍କ ବଂଶରେ ବ୍ରାହ୍ମଣକ୍ଷତ୍ରିୟ ବୈଶ୍ୟ ଶୂଦ୍ରଜନ
Couplet 186
ଏ ଯୁଗେ ଯୁଗେ ହେଉଛନ୍ତିଏ ଚାରିଯୁଗେ ଲେଉଟନ୍ତି
Couplet 187
ଦୁଇଶ ଚଉରାଶୀ ଯୁଗମନ୍ୱନ୍ତର ଗୋଟିକେ ଭୋଗ
Couplet 188
ବଇବସ୍ୱତ ମନ୍ୱନ୍ତରଅଷ୍ଟାବିଂଶ ଗଣ୍ଡା ଯୁଗର
Couplet 189
ଶତେ ବାର ଯୁଗ ଯେ ଭୋଗଏ ମନ୍ୱାନ୍ତରକୁ ସଂଯୋଗ
Couplet 190
ଏ ଯୁଗେ ଯେତେ ପ୍ରଜାଜନବୈବସ୍ୱତ ମନୁ ବଂଶେଣ
Couplet 191
ଏ ସର୍ବ ପୁରୁଷଙ୍କ ଚିହ୍ନନାମ କୀର୍ତ୍ତି ମାତ୍ର ପ୍ରମାଣ
Couplet 192
ଅବଶେଷେ ରହେ ଧରଣୀଗମନ୍ତି ପାପପୁଣ୍ୟେ ପ୍ରାଣୀ
Couplet 193
ହୋଇବ ସତ୍ୟଯୁଗ ଯେବେସୋମ ସୂର୍ଯ୍ୟବଂଶ ହୋଇବେ
Couplet 194
ସୋମବଂଶରେ ରାଜା ପୁଣହୋଇବେ ଯେମନ୍ତ ଭାବେଣ
Couplet 195
ଦେବାପି ଶାନ୍ତନୁର ଭାଇସୋମ ବଂଶରେ ରାଜା ହୋଇ
Couplet 196
ସୂର୍ଯ୍ୟବଂଶରେ ଉତପନ୍ନଇକ୍ଷ୍ୱାକୁ ନାମେଣ ରାଜନ
Couplet 197
ତାହାର ବଂଶେ ମନୁ ଜାତତା' ତହୁଁ ସୂର୍ଯ୍ୟବଂଶ ଖ୍ୟାତ
Couplet 198
ଏ ଦୁଇବୀର ତପୋବଳେଚିରଞ୍ଜିବୀ ହୋଇ ଶୟଳେ
Couplet 199
ହେମବନ୍ତ ଉତ୍ତରଭାଗେକଳାପ ନାମ ଗ୍ରାମ ଲାଗେ
Couplet 200
ତପସ୍ୟା ମହାଘୋର କରିଥିବେ କଳିଶେଷ ଆବୋରି
Couplet 201
କଳିର ଅନ୍ତେ କଳ୍କୀରୂପୀଏ ଦୁଇ ରାଜାଙ୍କୁ ନିରୋପି
Couplet 202
ମରୁକୁ ଅଯୋଧ୍ୟାରେ ଆଣିସ୍ଥାପିବେ ପ୍ରଭୁ ଚକ୍ରପାଣି
Couplet 203
ଦେବାପି ହସ୍ତିନା ନଗରେସ୍ଥାପିବେ ଯୁଗ ଅନୁସାରେ
Couplet 204
ସେ ବାସୁଦେବ ଆଜ୍ଞାଧରିସତ୍ତ୍ୱଗୁଣରେ ପ୍ରଜା ପାଳି
Couplet 205
ସତ୍ତ୍ୱଗୁଣକୁ ସେ ବିସ୍ତାରିବର୍ଣ୍ଣଧର୍ମମାନ ପ୍ରଚରି
Couplet 206
ସତ୍ୟ ତ୍ରେତା ଦ୍ୱାପର କଳିଏ କ୍ରମେ ଚାରିଯୁଗ ଚଳି
Couplet 207
ପୃଥ୍ୱୀରେ ପ୍ରାଣୀଙ୍କ ବେଭାରେପ୍ରବର୍ତ୍ତ କରିବେ ଆଚାରେ
Couplet 208
ଏ ଭାବେ ଆତଯାତ ହୋଇମନ୍ୱନ୍ତର ଭୋଗ ସରଇ
Couplet 209
ବ୍ରହ୍ମାଙ୍କ ଏକଘଡ଼ି ଜାଣଏଭାବେ ଚଉଦ ମନ୍ୱେଣ
Couplet 210
ଚତୁର୍ଦ୍ଦଶ ଘଡ଼ିରେ ଦିନବ୍ରହ୍ମାଙ୍କୁ ହୁଅଇ ମଧ୍ୟାହ୍ନ
Couplet 211
ସନ୍ଧ୍ୟାରେ ଏକଘଡ଼ି ଯାଇଏହି ପ୍ରମାଣେ ରାତ୍ର ହୋଇ
Couplet 212
ଏହା ପୁରାଣରେ ବର୍ଣ୍ଣନଦେବତା ମନୁଷ୍ୟେ ଗଣନ
Couplet 213
ସମର୍ଥ ଭାବରେ ପୃଥିବୀମୋହର ବୋଲି ଲୋଭେ ସେବି
Couplet 214
ରାଜାଏ କାଳେ ନାଶ ଗଲେକଥାମାତ୍ରକ ରୁହାଇଲେ
Couplet 215
ଏ ଦେହ ବିଷ୍ଠା ଭସ୍ମ କୃମିମାୟାବଳରେ ବ୍ୟର୍ଥେ ଭ୍ରମି
Couplet 216
ସଙ୍ଗତେ ଏ ଭୂମି ନ ନେଲେପୃଥ୍ୱୀରେ ବଡ଼ ବଡ଼ ଥିଲେ
Couplet 217
ଅନିତ୍ୟ ଶରୀରକୁ ବହିପ୍ରାଣୀଙ୍କ ଦ୍ରୋହ ଯେ ଚିନ୍ତଇ
Couplet 218
ମାୟା ଶରୀରେ ଗର୍ବ ବହିଆଜ୍ଞାନେ ଯାତନା ସଞ୍ଚଇ
Couplet 219
ନରକ ଭୋଗ ସେ କରଇକୃମି ଚଣ୍ଡାଳ କୋଳ ହୋଇ
Couplet 220
ସେ ବିଷ୍ଣୁମାୟାରେ ମୋହିତହୋଇଣ ପ୍ରାଣୀ ଉନମତ୍ତ
Couplet 221
ଏ ପୃଥ୍ୱୀ ଅଖଣ୍ଡିତ ହୋଇକେମନ୍ତେ ମୋତେ ପ୍ରାପ୍ତ ହୋଇ
Couplet 222
ମୋ' ପୂର୍ବପୁରୁଷ ସେମାନେଏ ଭୂମି ଭୂଞ୍ଜି ସୁଖମନେ
Couplet 223
ମୋହର ପୁତ୍ରପୌତ୍ରମାନେକେମନ୍ତେ ଭୁଞ୍ଜିବେ ଅବିଘ୍ନେ
Couplet 224
କରିବେ ଅଖଣ୍ଡିତ ଭୋଗଏମନ୍ତ ବିଚାରି ସଂଯୋଗ
Couplet 225
ମମତ୍ୱ ମାୟାବଦ୍ଧ ହୋଇଆତ୍ମା ଉଦ୍ଧରି ନ ପାରଇ
Couplet 226
ସ୍ତ୍ରୀ ପୁତ୍ର କୁଟୁମ୍ବାଦି କରିମୋହର ବୋଲିଣ ବିଚାରି
Couplet 227
ମୋହ ତ୍ରିଗୁଣ ରଜ୍ଜୁପାଶବନ୍ଧନ କରିଅଛି ବିଶ୍ୱ
Couplet 228
ଅନ୍ତେ ଯେ କାଳବଶ ହୋଇସବୁ ଛାଡ଼ିଣ ଚଳିଯାଇ
Couplet 229
ଏକଥା ମିଥ୍ୟା କରି ଜାଣପାପ ପୁଣ୍ୟକୁ ଅବଧାନ
Couplet 230
ଯେ ରାଜାମାନେ ପୂର୍ବେ ଥିଲେପୃଥିବୀ ଭୋଗକଲେ ବଳେ
Couplet 231
ସେ ପୁଣି କାଳବଶେ ନାଶକଥା ରହିଲା ଅବଶେଷ
Couplet 232
ପୁଣି କଳ୍ପକେ ଯାଏ କ୍ଷୟଏମନ୍ତେ ବିଷ୍ଣୁ-ମାୟାମୋହ
Couplet 233
କହଇ ଦାସ ଜଗନ୍ନାଥକୃଷ୍ଣଚରଣେ ଦେଇ ଚିତ୍ତ