Skip to content
paribhaasha

Skandha 12

Adhyaya 1

  1. Couplet 1

    ନମଇଁ ନରନାରାୟଣଜ୍ୟୋତିସ୍ୱରୂପ ଭଗବାନ

  2. Couplet 2

    ବୈକୁଣ୍ଠ ପୁରୁଷ ପୁରାଣଅଖିଳ ପତିତ ପାବନ

  3. Couplet 3

    ଯାହାର ଆଦି ଅନ୍ତ ନାହିଁବେଦ ଯା' ମହିମା ନ ପାଇ

  4. Couplet 4

    ନମଇଁ ପ୍ରଭୁ ଭାବଗ୍ରାହୀଭକତ ହିତେ ଦେହ ବହି

  5. Couplet 5

    ମତ୍ସ୍ୟ କୁରୂମ ଯେ ବରାହନୃସିଂହ ରୂପେ ଦେହ ବହ

  6. Couplet 6

    ବାମନ ପର୍ଶୁରାମ ରାମହଳୀ ଯେ ବୁଦ୍ଧ କଲ୍‌କୀ ନାମ

  7. Couplet 7

    ଏମନ୍ତେ ନାନା ଅବତାରଖଣ୍ଡିଲ ଅବନୀର ଭାର

  8. Couplet 8

    ଜୟ ମଙ୍ଗଳ ହେ ଈଶ୍ୱରମହିମା ନ ଜାଣେ ଈଶ୍ୱର

  9. Couplet 9

    ବ୍ରହ୍ମା ଯେ ନ ପାଇଲା ଅନ୍ତନମସ୍ତେ ପୁରୁଷ ଅବ୍ୟକ୍ତ

  10. Couplet 10

    ଅନନ୍ତ ନିର୍ମଳ ପ୍ରକାଶପରମଜ୍ୟୋତି ରବି ତ୍ରାସ

  11. Couplet 11

    ନମସ୍ତେ ହେ ଭକ୍ତବତ୍ସଳଅନାଦି ଆଦି ବିଶ୍ୱମୂଳ

  12. Couplet 12

    ହେ ଜଗନ୍ନାଥ ଜଗଦ୍‌ଭୁତସୃଷ୍ଟିପାଳକ ହେ ଅଚ୍ୟୁତ

  13. Couplet 13

    ନମଇଁ ଜୟ ବିଶ୍ୱଦେହପ୍ରାଣୀଙ୍କ ସର୍ବପାପ ଦହ

  14. Couplet 14

    ନିର୍ଗୁଣ ନିରଞ୍ଜନ ରୂପତୁ ପଞ୍ଚଭୂତର ସ୍ୱରୂପ

  15. Couplet 15

    ନମଇଁ ଜୟ କୃଷ୍ଣଶ୍ୟାମସକଳଭୂତେ ଆତ୍ମାରାମ

  16. Couplet 16

    ନମଇଁ ପତିତପାବନକୃପାବାରିଧି ଭଗବାନ

  17. Couplet 17

    ନମଇଁ ଗୋପୀପ୍ରାଣପତିଶ୍ରୀ ବାସୁଦେବ ଜଗତ୍‌ଜ୍ୟୋତି

  18. Couplet 18

    ଜୟ ଗୋପୀଜନବଲ୍ଲଭସକଳ ପ୍ରାଣୀଙ୍କ ସୁଲଭ

  19. Couplet 19

    ନମଇଁ ନରନାରାୟଣବ୍ରହ୍ମସ୍ୱରୂପ ଯେ ନିର୍ଗୁଣ

  20. Couplet 20

    ନିର୍ମଳ ଜ୍ୟୋତି ରୂପ ପ୍ରଭାବଦ୍ରିକା ଆଶ୍ରମେ ତୋ' ଶୋଭା

  21. Couplet 21

    ହେ ନାରାୟଣ ନରଋଷିମହିମା କେ କହୁଁ ବିଶେଷି

  22. Couplet 22

    ମହିମା ତୋହର ଅନନ୍ତନମସ୍ତେ ବ୍ରହ୍ମଭାଗବତ

  23. Couplet 23

    ଶିରେ କପିଳ ଜଟାଭାରତେଜ ବିରାଜେ ଦିବାକର

  24. Couplet 24

    ମୂର୍ତ୍ତିର ଗର୍ଭେ ଦେହବହିଧର୍ମର ବୀର୍ଯ୍ୟେ ଜନ୍ମ ହୋଇ

  25. Couplet 25

    ଭାରତବରଷରେ ପୁଣିତୁ ଇଷ୍ଟଦେବତା କାରେଣି

  26. Couplet 26

    ଅଖିଳ-ଲୋକ-ପୂଜ୍ୟ ତୁହିତୋ ନାମ ଅନ୍ତେ ଯେ ଧରଇ

  27. Couplet 27

    ସକଳ ପାପ କ୍ଷୟ ଯାଇବୈକୁଣ୍ଠପଦ ସେ ଲଭଇ

  28. Couplet 28

    ଚତୁରାକ୍ଷର ନାମ ତୋ'ରମୁଖେ ଉଚ୍ଚାରି ଅଜାମିଳ

  29. Couplet 29

    ସକଳ ପାପରୁ ତରିଲେତୋ' ଦୂତେ ବୈକୁଣ୍ଠକୁ ନେଲେ

  30. Couplet 30

    ସେ ନାରାୟଣ ପାଦେ ମୁହିଁଶରଣ ପଶି ଯେ ଅଛଇ

  31. Couplet 31

    ଦ୍ୱାଦଶ ସ୍କନ୍ଧ ଭାଗବତତ୍ରୟୋଦଶ ଅଧ୍ୟା ନିର୍ମିତ

  32. Couplet 32

    ଜଗନ୍ନାଥ ଦାସ ପ୍ରକାଶକରିତେ ଲୋଡ଼ୁଅଛି ଆଶ

  33. Couplet 33

    ନାମ ମୋହର ମହାଦେବବିପ୍ରର କୁଳେ ମୁଁ ସମ୍ଭବ

  34. Couplet 34

    କୃଷ୍ଣସଙ୍ଗତେ ଜଗନ୍ନାଥଚଳିଲେ ଗୋଲକ ଯେ ପଥ

  35. Couplet 35

    ମୁଁ ଏହା କରଇ ବିଚାରପୁରାଣ ଅଷ୍ଟାଦଶ ସାର

  36. Couplet 36

    ଦ୍ୱାଦଶ ଅଧ୍ୟା ତ୍ରୟୋଦଶଯେମନ୍ତ ହୋଇବ ପ୍ରକାଶ

  37. Couplet 37

    ପୁରାଣମାନଙ୍କୁ ଉଦ୍ଧାରିଶୁକ ଯା କହିଲେ ବିଚାରି

  38. Couplet 38

    ଭବିଷ୍ୟେ ରାଜାମାନ ଯେତେକରିବେ ଭୋଗ ଏ ଜଗତେ

  39. Couplet 39

    ଶୌନକ କହେ ତୋଷମନେସୂତଙ୍କୁ ବିନୟ ବଚନେ

  40. Couplet 40

    କହ ସେ କଳିଯୁଗ ଗତିଭୂତ ଭବିଷ୍ୟେ ଯେ ନୃପତି

  41. Couplet 41

    କେବା କେମନ୍ତ ଭୋଗ କଲାକି ରୂପ କଳି ବିଶ୍ରାମିଲା

  42. Couplet 42

    ଏ ଆଦି ଯେବଣ ଚରିତକହ ସେ ସୂତ ତପୋବନ୍ତ

  43. Couplet 43

    ସୂତ ଯେ କହନ୍ତି ଆନନ୍ଦେଚିତ୍ତ ନିବେଶି କୃଷ୍ଣପାଦେ

  44. Couplet 44

    ନୈମିଷାରଣ୍ୟ ଯଜ୍ଞସ୍ଥାନେମୋ ପିତା ରୋମହରଷଣେ

  45. Couplet 45

    ସୂତ ପୌରାଣିକ ତା ନାମକହିଲେ ଭାଗବତ ଧର୍ମ

  46. Couplet 46

    ଶୁକଦେବ ଯେ ମହାମୁନିପରୀକ୍ଷିତର ଭକ୍ତି ଘେନି

  47. Couplet 47

    କହିଲେ ଭାଗବତ ରସପିତା ମୋ ଶୁଣି ଉପଦେଶ

  48. Couplet 48

    ତାହାଙ୍କ ତହୁଁ ଶୁଣି ମୁହିଁତୁମ୍ଭ ଆଗରେ କହିଲଇଁ

  49. Couplet 49

    ବର୍ତ୍ତମାନ ନନ୍ଦରାଜନଭବିଷ୍ୟେ ପୁରଞ୍ଜୟ ନାମ

  50. Couplet 50

    କଳିଯୁଗ ଆଦ୍ୟ ପ୍ରବେଶଯୁଧିଷ୍ଠି ଛତିଶ ବରଷ

  51. Couplet 51

    ପାଳିଣ ପଞ୍ଚଦେଶ ସୀମାଶୁଣିତ ଅଛ ଏ ମହିମା

  52. Couplet 52

    ପରୀକ୍ଷିତକୁ ରାଜ୍ୟ ଦେଇହିମାଳେ ଗଲେ ପାଞ୍ଚଭାଇ

  53. Couplet 53

    ଏକଷଠି ବରଷ ପୁଣପରୀକ୍ଷ ହୋଇଲେ ରାଜନ

  54. Couplet 54

    ସେ ପୁଣି ବ୍ରହ୍ମଶାପ ଫଳେଭସ୍ମ ତକ୍ଷକ ବିଷଜ୍ୱାଳେ

  55. Couplet 55

    ତା ସୁତ ଜନ୍ମେଜୟ ପୁଣସର୍ପଯଜ୍ଞ ପିତା ଛଳେଣ

  56. Couplet 56

    ଶତେବରଷ ରାଜପଣତା' ସୁତ ଶତାନୀକ ଜାଣ

  57. Couplet 57

    ନଉ ବରଷ ସେ ରାଜତ୍ୱତା' ସୁତ ଅଶ୍ୱମେଧ ବୃତ୍ତ

  58. Couplet 58

    ଅଶୀ ବରଷ ରାଜା ଏକତା' ସୁତ ହୋଇଲା ରାଜକ

  59. Couplet 59

    ପଞ୍ଚସ୍ତରୀ ବରଷ ରାଜାହୋଇ ପାଳିଲେ ଜନପ୍ରଜା

  60. Couplet 60

    ଦେବଳ ତାହାର ତନୟେସତୁରିବର୍ଷ ରାଜା ହୋଏ

  61. Couplet 61

    ତା'ର ତନୟ ସୁପାରୁଶପଞ୍ଚଷଠି ବର୍ଷ ଆୟୁଷ

  62. Couplet 62

    ତା' ସୁତ ଅଜ ଯେ ପାରୁଶପଞ୍ଚପଞ୍ଚାଶ ପାଳେ ଦେଶ

  63. Couplet 63

    ଶମୀକ ତାହାର ତନୟପଞ୍ଚାଶ ବରଷ ସେ ରାୟ

  64. Couplet 64

    ସୁବଳ ତାହାର ତନୟେପଞ୍ଚଚାଳିଶ ରାଜା ହୋଏ

  65. Couplet 65

    ତା'ର ତନୟ ଦେବଭାଗଚାଳିଷ ବରଷ ସେ ଭୋଗ

  66. Couplet 66

    ଦେବକ ତାହାର ସନ୍ତତିପଞ୍ଚତିରିଶ ଭୋଗ ପୃଥ୍ୱୀ

  67. Couplet 67

    ତା' ସୁତ ଅଜକର୍ଣ୍ଣ ନାମପଞ୍ଚତିରିଶ ସେ ରାଜନ

  68. Couplet 68

    ଶ୍ୟାମ ଯେ ତାହାର ସନ୍ତତିତିରିଶ ବରଷ ନୃପତି

  69. Couplet 69

    ତା' ସୁତ ମେଘଶାନ୍ତି ହେଲେଅଠତିରିଶ ଭୋଗକଲେ

  70. Couplet 70

    ତା' ସୁତ ବିଖ୍ୟାତ ଯେ ନାମପଞ୍ଚତିରିଶ ସେ ରାଜନ

  71. Couplet 71

    ଶୋଭିତ ତାହାର ସନ୍ତତିତିରିଶ ବର୍ଷ କ୍ଷିତିପତି

  72. Couplet 72

    ତା' ସୁତ ମହାବଳ ରାଜାସୁଖେ ପାଳଇ ଜନ ପ୍ରଜା

  73. Couplet 73

    ଚାଳିଶ ବରଷ ସେ ହୋଇଏଠାରୁ ସୋମବଂଶ ରହି

  74. Couplet 74

    ଯୁଧିଷ୍ଠି ଆଦି ଊନବିଂଶସହସ୍ରେ ଏକଦଶ ବର୍ଷ

  75. Couplet 75

    ପରୀକ୍ଷ ଆଦି ଅଷ୍ଟାଦଶପାଳିଲେ ରାଜା ହୋଇ ଦେଶ

  76. Couplet 76

    ପୂର୍ବେ ସୋମବଂଶରେ ଜାତଇନ୍ଦ୍ରଶେଖର ନରନାଥ

  77. Couplet 77

    ଗଙ୍ଗାତୀରରେ ବିଦ୍ୟମାନପାଟଳୀ ନଗ୍ରତା'ର ନାମ

  78. Couplet 78

    ବିଂଶ ବରଷ ରାଜା ହୋଇଆନନ୍ଦେ ରାଜ୍ୟ ସେ ପାଳଇ

  79. Couplet 79

    ତା ସୁତ ଶୂର ଯେ ଅଟଇଅଷ୍ଟାଦଶ ବରଷ ହୋଇ

  80. Couplet 80

    ଶୌର ଯେ ତାହାର ତନୟେଷୋଳ ବରଷ ରାଜା ହୋଏ

  81. Couplet 81

    ପଦ୍ମ ଯେ ତାହାର ସନ୍ତତିଅଠର ବର୍ଷ ରାଜା କ୍ଷିତି

  82. Couplet 82

    ମହାପଦ୍ମ ତା'ର ତନୟେସପ୍ତ ବରଷ ରାଜା ହୋଏ

  83. Couplet 83

    ନନ୍ଦ ଯେ ତାହାର କୁମରପଞ୍ଚଦଶ ଏ ନୃପବର

  84. Couplet 84

    ଏ ଷଟ ପୁରୁଷ ରାଜନଶତେ ପାଞ୍ଚ ବରଷ ପୁଣ

  85. Couplet 85

    ଏମନ୍ତେ ପଞ୍ଚବିଂଶ ରାଜାପାଳିଲେ ଏ ଜନ ପରଜା

  86. Couplet 86

    ଏଗାରଶତ ପଞ୍ଚଦଶଏଠାରୁ ଶୁଣ ହେ ଭବିଷ୍ୟ

  87. Couplet 87

    ମଗଧ ଦେଶରେ ପ୍ରକାଶବୃହଦ୍ରଥ ରାଜାର ବଂଶ

  88. Couplet 88

    ପୁରଞ୍ଜୟ ନାମେ ରାଜନହୋଇବ କିଛିଦିନ ପୁଣ

  89. Couplet 89

    ତା ମନ୍ତ୍ରୀ ଶୁନକ ବ୍ରାହ୍ମଣସେ ପୁରଞ୍ଜୟକୁ ମାରିଣ

  90. Couplet 90

    ଆପଣା ସୁତକୁ ସ୍ଥାପିବବଳେ ପୃଥିବୀ ଆକର୍ଷିବ

  91. Couplet 91

    ତାହାର ନାମ ଯେ ପ୍ରଦ୍ୟୋତପାଳକ ତା'ର ନିଜ ପୁତ୍ର

  92. Couplet 92

    ବିଶାଖଯୂପ ତା' କୁମରରାଜକ ଜନ୍ମ ତା' ବୀର୍ଯ୍ୟର

  93. Couplet 93

    ନନ୍ଦିବର୍ଦ୍ଧନ ତା' ତନୟେପଞ୍ଚପୁରୁଷ ରାଜା ହୋଏ

  94. Couplet 94

    ଶଏ ଅଠତ୍ରିଂଶ ବରଷପାଳିବେ ରାଜାପଣେ ଦେଶ

  95. Couplet 95

    ନନ୍ଦିବର୍ଦ୍ଧନ ମନ୍ତ୍ରୀ ନାମଶିଶୁନାଗ ତା' ନାମ ପୁଣ

  96. Couplet 96

    ନନ୍ଦିବର୍ଦ୍ଧନକୁ ସେ ମାରିମନ୍ତ୍ରୀ ହୋଇବ ଦଣ୍ଡଧାରୀ

  97. Couplet 97

    ତଦନ୍ତେ ରାଜା ଶିଶୁନାଗପୃଥିବୀ କରିବ ସେ ଭୋଗ

  98. Couplet 98

    ତା' ସୁତ କାକବର୍ଣ୍ଣ ନାମତା ପୁତ୍ର କ୍ଷେମଧର୍ମା ଜାଣ

  99. Couplet 99

    କ୍ଷେତ୍ରଜ୍ଞ ଅଟେ ତା'ର ସୁତତାହାର ବିଧିସାର ପୁତ୍ର

  100. Couplet 100

    ଅଜାତଶତ୍ରୁ ତା' କୁମରଦର୍ଭକ ତାହାର ବୀର୍ଯ୍ୟର

  101. Couplet 101

    ଦର୍ଭକ ବୀର୍ଯ୍ୟରୁ ତନୟପ୍ରକାଶ ନାମ ତା' ଅଜୟ

  102. Couplet 102

    ନନ୍ଦିବର୍ଦ୍ଧନ ତା'ର ସୁତମହାନନ୍ଦି ତହୁଁ ସମ୍ଭୂତ

  103. Couplet 103

    ଶିଶୁନାଗମନ୍ତ୍ରୀ ବଂଶରେଦଶପୁରୁଷ ରାଜ୍ୟ କରେ

  104. Couplet 104

    ତିନିଶ ଷାଟିଏ ବରଷପାଳିବେ ଆର୍ଯ୍ୟାବର୍ତ୍ତ ଦେଶ

  105. Couplet 105

    ସେହି ମହାନନ୍ଦି ରାଜାରଶୂଦ୍ରା ଭାରିଯା ହେବେ ତା'ର

  106. Couplet 106

    ତା' ଗର୍ଭୁ ହୋଇବ କୁମରନନ୍ଦ ନାମ ଯେ ହେବ ତା'ର

  107. Couplet 107

    ମହାପଦ୍ମପତି ନାମରେରାଜା ହୋଇବ ବାହୁବଳେ

  108. Couplet 108

    ସଇନି ହୋଇବେ ଅପାରଯୁଦ୍ଧେ ହୋଇବ ମହାମଲ୍ଲ

  109. Couplet 109

    ସକଳ କ୍ଷତ୍ରିୟ ବିନାଶସେ ରାଜା କରିବ ଅବଶ୍ୟ

  110. Couplet 110

    ଏହାର ପରେ ହେବେ ପୁଣଅପରେ ଯେତେକ ରାଜନ

  111. Couplet 111

    ଶୂଦ୍ରେ ହୋଇବେ ସବୁରାଜାଅଧର୍ମେ ପାଳିବେ ପରଜା

  112. Couplet 112

    ଅଧାର୍ମିକ ପଣେ ରାଜନକରିବେ ପରଜା କଷଣ

  113. Couplet 113

    ଅଳପଦିନେ ନାଶ ଯିବେସେ ରାଜା ବଡ଼ ବୋଲାଇବେ

  114. Couplet 114

    ଏକଛତ୍ରନନ୍ଦ ରାଜନପୃଥିବୀ କରିବ ଶାସନ

  115. Couplet 115

    ସୂର୍ଯ୍ୟର ପ୍ରାୟ ବିଦ୍ୟମାନଦ୍ୱିତୀୟ ପର୍ଶୁରାମ ସମ

  116. Couplet 116

    ସର୍ବାଧିକାରୀ ରାଜା ହୋଇପାଳନ କରିବ ସେ ମହୀ

  117. Couplet 117

    ନନ୍ଦର ଅଷ୍ଟସୁତ ହୋଇସୁମାଲ୍ୟ ଆଦି ଅଷ୍ଟଭାଇ

  118. Couplet 118

    ନନ୍ଦ ଯେ ମୃଗୟା ଗମନେପଶିବ ଗହନ କାନନେ

  119. Couplet 119

    ଶତେ ବରଷ ପୃଥ୍ୱୀପତିହୋଇ ପାଳିବେ ବସୁମତୀ

  120. Couplet 120

    ଚାଣକ୍ୟ ନାମରେ ବ୍ରାହ୍ମଣତାହାକୁ କରିବ ନିଧନ

  121. Couplet 121

    ତାହାଙ୍କ ଅଭାବରେ ପୁଣମଉର୍ଯ୍ୟ ହୋଇବ ରାଜନ

  122. Couplet 122

    ଚାଣକ୍ୟ ସାହାଯ୍ୟରେ ପୁଣଚନ୍ଦ୍ରଗୁପ୍ତ ହେବ ରାଜନ

  123. Couplet 123

    ତାହାକୁ ଅଭିଷେକ କରିବାରିସାର ପୁତ୍ର ଏହାରି

  124. Couplet 124

    ତା' ସୁତ ଅଶୋକବର୍ଦ୍ଧନସୁଯଶା ତାହାର ନନ୍ଦନ

  125. Couplet 125

    ତା' ପୁତ୍ର ନାମ ଯେ ସଙ୍ଗତଶାଳିଶୂକ ନାମେ ତା' ସୁତ

  126. Couplet 126

    ତା' ସୁତ ନାମ ସୋମଶର୍ମାତା' ସୁତ ହେବ ଶତଧନ୍ୱା

  127. Couplet 127

    ବୃହଦ୍ରଥ ଯେ ତା' ତନୟେତା' ପୁତ୍ର ଦେବମିତ୍ର ହୋଏ

  128. Couplet 128

    ଭୋଗ ଯେ ଏ ଦଶ ପୁରୁଷବରଷ ଶଏସପ୍ତତ୍ରିଂଶ

  129. Couplet 129

    ବୃହଦ୍ରଥର ସେନାପତିପୁଷ୍ପମିତ୍ର ନାମେ ବିଖ୍ୟାତି

  130. Couplet 130

    ରାଜାକୁ ମାରି ରାଜା ହେବଶୁଙ୍ଗ ବଂଶରେ ତା' ସମ୍ଭବ

  131. Couplet 131

    ପୁଷ୍ପମିତ୍ରଜ ଅଗ୍ନିମିତ୍ରସୁଜ୍ୟେଷ୍ଠ ନାମେ ତା'ର ପୁତ୍ର

  132. Couplet 132

    ବସୁମିତ୍ର ଯେ ସୁତ ତା'ରଭଦ୍ରକ ତାହାର କୁମର

  133. Couplet 133

    ପୁଳିନ୍ଦ ତାହାର ତନୟେଘୋଷ ତା ତହୁଁ ଜାତ ହୋଏ

  134. Couplet 134

    ତା' ପୁତ୍ର ହେବ ବଜ୍ରମିତ୍ରଭାଗବତ ଯେ ତା'ର ପୁତ୍ର

  135. Couplet 135

    ତା' ସୁତ ହେବ ଦେବଭୂତିଶୁଙ୍ଗବଂଶେ ଦଶ ଉତ୍ପ୍‌ତ୍ତି

  136. Couplet 136

    ଏ ଶଏଦ୍ୱାଦଶ ବରଷରାଜାପଣରେ ଭୋଗ ଶେଷ

  137. Couplet 137

    ଦେବଭୂତି ରାଜାର ମନ୍ତ୍ରୀକଣ୍ୱ ନାମରେ ତା' ବିଖ୍ୟାତି

  138. Couplet 138

    ରାଜାକୁ ମାରି କଣ୍ୱ ରାଜାହୋଇ ସେ ପାଳିବ ପରଜା

  139. Couplet 139

    ତା' ସୁତ ବସୁଦେବ ନାମଭୂମିତ୍ର ତାହାର ନନ୍ଦନ

  140. Couplet 140

    ତା' ସୁତ ନାମ ନାରାୟଣସୁର୍ଶମା ଏହାର ନନ୍ଦନ

  141. Couplet 141

    ଏ କଣ୍ୱ ପାଞ୍ଚଜଣେ ଯୋଗତିନିଶ ପାଞ୍ଚାଳିଶ ଭୋଗ

  142. Couplet 142

    ସୁଶର୍ମା ନାମେ ରାଜ୍ୟ ଏକବୃଷଳ ତାହାର ସେବକ

  143. Couplet 143

    ସେ ଆନ୍ଧ୍ରଜାତି ଶୂଦ୍ରାଧମରାଜାକୁ ମାରିଣ ରାଜନ

  144. Couplet 144

    ତା' ଅନ୍ତେ ଭାଇ କୃଷ୍ଣ ନାମରାଜା ହୋଇବ ବିଦ୍ୟମାନ

  145. Couplet 145

    ଶ୍ରୀକାନ୍ତକର୍ଣ୍ଣ ତାର ସୁତପୌର୍ଣ୍ଣମାସ ତା' ତହୁଁ ଜାତ

  146. Couplet 146

    ତା' ସୁତ ନାମ ଲମ୍ବୋଦରଚିବିଳକ ଯେ ତା' କୁମର

  147. Couplet 147

    ତା' ପୁତ୍ର ନାମ ମେଘସ୍ୱାତିଅଟମାନ ତା'ର ସନ୍ତତି

  148. Couplet 148

    ଅନିଷ୍ଠକର୍ମା ତା'ର ପୁଅତା' ପୁତ୍ର ନାମ ଯେ ହାଳେୟ

  149. Couplet 149

    ତଳକ ତା'ର ହେବ ସୁତପୁରୁଷଭୀରୁ ତା'ର ପୁତ୍ର

  150. Couplet 150

    ସୁନନ୍ଦନ ଯେ ତା' କୁମରତା' ସୁତ ନାମ ଯେ ଚକୋର

  151. Couplet 151

    ବଟକ ତାହାର ସନ୍ତତିତା' ସୁତ ନାମ ଶିବସ୍ୱାତି

  152. Couplet 152

    ତା' ସୁତ ନାମ ଯେ ଗୋମତିପୁରୀମାନ ତା'ର ସନ୍ତତି

  153. Couplet 153

    ତା' ସୁତ ନାମ ମେଦଶିରତା' ସୁତ ଶିବସ୍କନ୍ଧ ବୀର

  154. Couplet 154

    ଯଜ୍ଞଶ୍ରୀ ପୁତ୍ର ନାମ ତା'ରବିଜୟ ତାହାର କୁମର

  155. Couplet 155

    ଚନ୍ଦ୍ରବିଜ୍ଞ ତା'ର ସନ୍ତତିତା' ଭ୍ରାତା ନାମ ଯେ ଲୋମଧି

  156. Couplet 156

    ଆନନ୍ଦେ ତିରିଶ ପୁରୁଷଚାରିଶ ଛପନ ବରଷ

  157. Couplet 157

    ଏଥୁ ଅନ୍ତରେ କଥା ଶୁଣଅବଭୃତି ନଗରେ ପୁଣ

  158. Couplet 158

    ସପ୍ତ ଆଭୀର ରାଜା ହେବେଦଶ ଗର୍ଦ୍ଧଭୀ ଏହି ଭାବେ

  159. Couplet 159

    ଷୋଡ଼ଶ କଙ୍କ ଏଥି ପରେରାଜା ହୋଇବେ ଏ ସଂସାରେ

  160. Couplet 160

    ଧର୍ମାର୍ଥପଣ ନ କରିବେଅଧର୍ମ ମାର୍ଗେ ଦିନ ନେବେ

  161. Couplet 161

    ଅତ୍ୟନ୍ତ ଲୋଭଗ୍ରସ୍ତ ହେବେପ୍ରଜାଙ୍କୁ ଅତିଦୁଃଖ ଦେବେ

  162. Couplet 162

    ମ୍ଳେଛ ଆଚାର ତା'ଙ୍କ କର୍ମସଂସାରେ ନ ସ୍ଥାପିବେ ଧର୍ମ

  163. Couplet 163

    ଏ ଯେଣୁ ମେଳଛ ହୋଇବେମ୍ଳେଛେ ଯେ ଭୂମି ଆକର୍ଷିବେ

  164. Couplet 164

    ଏ ଅନ୍ତେ ହୋଇବେ ଯବନଆଠପୁରୁଷ ସେ ରାଜନ

  165. Couplet 165

    ଚଉଦପୁରୁଷ ତୁରସ୍କରାଜାପଣେ ସେ ଅଭିଷେକ

  166. Couplet 166

    ଏ ଅନ୍ତେ ଗୁରୁଣ୍ଡକ ବଂଶହୋଇବେ ସେ ଦଶପୁରୁଷ

  167. Couplet 167

    ଏଣୁ ସକଳ ଧର୍ମ ଯିବବର୍ଣ୍ଣ ଆଚାର ନ ରହିବ

  168. Couplet 168

    ଏ ଅନ୍ତେ ମଉନ ମୋଗଲପୃଥ୍ୱୀକୀ ହୋଇବେ ସେ ଶଲ

  169. Couplet 169

    ଏଗାର ପୁରୁଷ ରାଜନହୋଇବେ ମୋଗଲ ବଂଶେଣ

  170. Couplet 170

    ରାଜା ହୋଇବେ ସର୍ବଦେଶଇନ୍ଦ୍ରପ୍ରସ୍ଥରେ ସେ ପ୍ରକାଶ

  171. Couplet 171

    ଖୁରୁଷାଣି ଜନମ ଆଦିଚାରିଜାତିରେ ସେ ପ୍ରସିଦ୍ଧି

  172. Couplet 172

    ଛୟାଳିଶ ପୁରୁଷେ ପୁଣଏଗାରଶତ ଏକ ଊନ

  173. Couplet 173

    ଏମନ୍ତେ ଏଗାର ପୁରୁଷମଉନ ରାଜ୍ୟଭୋଗ ଶେଷ

  174. Couplet 174

    ଏଥୁ ଅନ୍ତରେ ନୃପବରକିଳିକିଳା ନାମେ ନଗର

  175. Couplet 175

    ଭୂତନନ୍ଦ ଯେ ରାଜା ହେବଦ୍ୱିତୀୟେ ବଙ୍ଗିରି ହୋଇବ

  176. Couplet 176

    ଶିଶୁନନ୍ଦ ନାମେ ରାଜନକରିବ ପ୍ରଜା ସେ ପାଳନ

  177. Couplet 177

    ତାହାର ଭାଇର ବଂଶରଯଶୋନନ୍ଦ ନାମ ତାହାର

  178. Couplet 178

    ପ୍ରବୀରକ ଯେ ତା'ର ସୁତପାଞ୍ଚପୁରୁଷ ସେ ଏମନ୍ତ

  179. Couplet 179

    ଏକଶତ ଛଅ ବରଷଏହାଙ୍କ ରାଜ୍ୟଭୋଗ ଶେଷ

  180. Couplet 180

    ଏହାଙ୍କ ତ୍ରୟୋଦଶ ସୁତବାହ୍ଲୀକ ନାମେ ହେବ ଖ୍ୟାତ

  181. Couplet 181

    ପୁଷ୍ପମିତ୍ର ନାମେ ଆବରହୋଇବ ଏକ ନୃପବର

  182. Couplet 182

    ଦୁର୍ମିତ୍ର ତାହାର ସନ୍ତତିସୁଖେ ପାଳିବ ସେହୁ କ୍ଷିତି

  183. Couplet 183

    ଏ ଅନ୍ତେ ଆନ୍ଧ୍ରଦେଶୀ ପୁଣସାତପୁରୁଷ ସେ ରାଜନ

  184. Couplet 184

    ଏମନ୍ତ କୋଶଳ ଦେଶରସାତପୁରୁଷ ନୃପବର

  185. Couplet 185

    ପୁଣି ସେ ବୈଦୁର୍ଯ୍ୟ ନଗରେସପ୍ତପୁରୁଷ ନୃପବରେ

  186. Couplet 186

    ସାତପୁରୁଷ ହେ ରାଜନହୋଇବେ ନିଷଧ ଦେଶେଣ

  187. Couplet 187

    ଖଣ୍ଡମଣ୍ଡଳେ ଅଧିପତିପାଳିବେ ଏକାବେଳେ କ୍ଷିତି

  188. Couplet 188

    ଏ ଅନ୍ତେ ମଗଧ ଦେଶେଣବିଶ୍ୱସ୍ପୁର୍ଜି ନାମେ ରାଜନ

  189. Couplet 189

    ପୁରଞ୍ଜୟ ତା' ନାମ ଆରସେ ରାଜା ଅତ୍ୟନ୍ତ ପ୍ରବଳ

  190. Couplet 190

    ଏ ଅତି ଅଧାର୍ମିକ ପୁଣକରିବ ପରଜା କଷଣ

  191. Couplet 191

    ଏକ ଆଚାର ସେ କରିବବର୍ଣ୍ଣ ଧର୍ମ ସେ ନ ରଖିବ

  192. Couplet 192

    ବ୍ରାହ୍ମଣାଦି ଚାରିବର୍ଣ୍ଣରକରିବ ସେହୁ ଏକାକାର

  193. Couplet 193

    ପୁଳିନ୍ଦ ଯଦୁ ଯେ ମଦ୍ରକସଙ୍ଗୁ ସେ ନୋହିବ ପୃଥକ

  194. Couplet 194

    ସର୍ବେ ହୋଇବେ ଏକାକାରନ ଥିବ ବେଦର ବିଚାର

  195. Couplet 195

    ମ୍ଳେଛଙ୍କ ପ୍ରାୟ ବ୍ୟବହାରହେବ ବ୍ରାହ୍ମଣାଦି ବର୍ଣ୍ଣର

  196. Couplet 196

    ସବୁଜାତି ଏକତ୍ୱ କରିଅଧାର୍ମିକପଣ ଆଚରି

  197. Couplet 197

    କର୍ମ ଧର୍ମ ସବୁ ଛଡ଼ାଇଦୁଷ୍ଟ ଆଚରଣ ବଢାଇ

  198. Couplet 198

    ବିବିଧ ବର୍ଣ୍ଣର ପ୍ରଚାରକରିବ ଏହୁ ନୃପବର

  199. Couplet 199

    ବର୍ଣ୍ଣାତିରିକ୍ତ ମ୍ଳେଛ ପ୍ରଜାପାଳନ କରିବ ଏ ରାଜା

  200. Couplet 200

    ବଳବନ୍ତରେ ଜିଣି ମହୀସବୁ କ୍ଷତ୍ରିୟ ମାରି ସେହି

  201. Couplet 201

    ପଦ୍ମାବତୀ ନାମ ନଗରେରାଜା ହୋଇବେ ତେଜଭରେ

  202. Couplet 202

    ହସ୍ତିନା ଦ୍ୱାରକା ମଥୁରାପ୍ରୟାଗ ଯାଏ ଗଙ୍ଗାଦ୍ୱାରା

  203. Couplet 203

    ଏକାଙ୍ଗ ହୋଇବ ନରେନ୍ଦ୍ରଅଧର୍ମେ ନାଶି ପ୍ରଜାବୃନ୍ଦ

  204. Couplet 204

    ସୌରାଷ୍ଟ୍ର ଅବନ୍ତୀ ଆଭୀରଅର୍ଦ୍ଦୁଦ ମାଳବ ଯେ ଶୂର

  205. Couplet 205

    ବ୍ରାହ୍ମଣେ ସଂସ୍କାରରେ ହୀନଶୂଦ୍ର ପ୍ରାୟେକ ଆଚରଣ

  206. Couplet 206

    ତାହାର ସମୟରେ ପୁଣନଶିବ ସର୍ବଗୁଣମାନ

  207. Couplet 207

    କରିବେ ଶୂଦ୍ରଧର୍ମ କର୍ମବେଦବିଦ୍ୟାରେ ହେବେ ଭ୍ରମ

  208. Couplet 208

    କ୍ଷତ୍ରିୟେ ଶୂଦ୍ର ପ୍ରାୟ ହୋଇପ୍ରଜା ପୀଡ଼ିବେ ରାଜା ହୋଇ

  209. Couplet 209

    ଏ ପୁରଞ୍ଜୟ-ବଂଶ ପୁଣଚଉଦ ପୁରୁଷ ରାଜନ

  210. Couplet 210

    ସାତଶଅଶୀ ଯେ ବରଷରାଜପଣେ ପାଳିବେ ଦେଶ

  211. Couplet 211

    ଏ ଅନ୍ତେ ପୁଣି ସେ ରାଜନହୋଇବେ ଯେମନ୍ତ ଭାବେଣ

  212. Couplet 212

    ଚନ୍ଦ୍ରଭାଗା ଯେ ସିନ୍ଧୁତଟକୌନ୍ତୀ ଯେ କାଶ୍ମୀର ନିକଟ

  213. Couplet 213

    ବ୍ରାହ୍ମଣ କ୍ଷତ୍ରି ନାମଧାରୀଶୂଦ୍ରେ ହୋଇବେ ଅଧିକାରୀ

  214. Couplet 214

    ମ୍ଳେଛ ଶରୀରେ ରାଜା ହେବେଅଧାର୍ମିକ ପଣେ ବର୍ତ୍ତିବେ

  215. Couplet 215

    ଗୋରୁ ବ୍ରାହ୍ମଣାଦି ମାରିବେମିଥ୍ୟାବାଦରେ ଦିନ ନେବେ

  216. Couplet 216

    ହିଂସା-ଗ୍ରାମ୍ୟଧର୍ମ ଆଚରିସତ୍ୟ-ଧର୍ମ-ଗୁଣ ପାସୋରି

  217. Couplet 217

    ଅଳପ ଦାନ ସେହୁ ଦେବେଅଳପେ କ୍ରୋଧ ସେ କରିବେ

  218. Couplet 218

    ଅଦୋଷେ ଦଣ୍ଡିବେ ପ୍ରାଣୀଙ୍କିବିଚାର ନ ଥିବ ତହିଁକି

  219. Couplet 219

    ସ୍ତିରୀ-ବାଳକ-ଗୋ-ବ୍ରାହ୍ମଣମାରି କରିବେ ରଣଭଣ

  220. Couplet 220

    ପରଦ୍ରବ୍ୟ ବଳେ ହରିବେପରଦାରା ଯେ ସେ କରିବେ

  221. Couplet 221

    ଅଳପ ସମ୍ପତ୍ତି ହୋଇବଉଦୟ ଅସ୍ତ ପ୍ରାୟ ଯିବ

  222. Couplet 222

    ଅଳପ ଦିନେ ଯିବେ ନାଶଅଯଶେ ରଖି ନିଜ ଅଂଶ

  223. Couplet 223

    ଯମ ଭୁବନ ସେ ଦେଖିବେଅନ୍ତେ ସେ ଅଗତିକି ଯିବେ

  224. Couplet 224

    ଅସଂସ୍କାର ଯେ କ୍ରିୟାହୀନରଜତମରେ ଯୁକ୍ତ ମନ

  225. Couplet 225

    ସେ ମ୍ଳେଛରୂପୀ ରାଜାମାନପ୍ରଜାଙ୍କୁ କରିବେ ପୀଡ଼ନ

  226. Couplet 226

    ସେ ଦିନେ ପ୍ରଜାମାନେ ପୁଣଦେଖିଣ ରାଜା ଆଚରଣ

  227. Couplet 227

    ଅବିଦ୍ୟା ଅକର୍ମେ ବର୍ତ୍ତିବେସେ ରାଜଭାଷା ହିଁ କହିବେ

  228. Couplet 228

    ପ୍ରଜାଏ ଅନ୍ୟୋଅନ୍ୟେ ହୋଇଆପଣା ଛାଏଁ ନାଶ ଯାଇ

  229. Couplet 229

    ଏକ ଆରକେ ଗର୍ବ କରିମରିବେ ହିଂସାଭାବ ଧରି

  230. Couplet 230

    ରାଜାଏ ପ୍ରଜାଙ୍କୁ ନାଶିବେଗୁହାରି କଲେ ନ ଶୁଣିବେ

  231. Couplet 231

    ସୂତ କହନ୍ତି ତୋଷମନେଶୌନକ ମୁନି ସନ୍ନିଧାନେ

  232. Couplet 232

    କହଇ ଜଗନ୍ନାଥ ଦାସକଳିର ଆଗତ ଭବିଷ୍ୟ

Odia Bhagabata skandha 12 adhyaya 1 | Parbani by ParibhaAsha App