Skip to content
paribhaasha

Skandha 11

Adhyaya 32

  1. Couplet 1

    ଏବେ ହୋ ପରୀକ୍ଷିତ ଶୁଣବିଧାତା ଆଦି ଦେବଗଣ

  2. Couplet 2

    ରଜନୀମୁଖେ ଦିନ ଅନ୍ତେମିଳିଲେ କୃଷ୍ଣର ଅଗ୍ରତେ

  3. Couplet 3

    ତ୍ରିଦଶନାଥ ପୁରନ୍ଦରମିଳିଲେ ଗଉରୀଶଙ୍କର

  4. Couplet 4

    ସିଦ୍ଧ ଗନ୍ଧର୍ବ ପିତୃଗଣପିଶାଚ କିନ୍ନର ଚାରଣ

  5. Couplet 5

    ଯକ୍ଷ ଗୁହ୍ୟକ ବିଦ୍ୟାଧରଘେନାଇ ନାନା ଉପହାର

  6. Couplet 6

    କୃଷ୍ଣଗମନ ଖେଳା ଦେଖିମିଳିଲେ ଭୁବନ ଉପେକ୍ଷି

  7. Couplet 7

    କୃଷ୍ଣର ଜନ୍ମକର୍ମମାନଆନନ୍ଦେ କରନ୍ତି ଗାୟନ

  8. Couplet 8

    ଦିବ୍ୟକୁସୁମ ବରଷନ୍ତିଜୟଶବଦେ କରି ସ୍ତୁତି

  9. Couplet 9

    ନିକଟେ ଦେଖି ଦେବଗଣମନେ ଚିନ୍ତିଲେ ନାରାୟଣ

  10. Couplet 10

    ଦେବଙ୍କ ମନ୍ଦିରେ ମୋ' ବାସଏଣୁ ଏ ମୋହର ବିଶ୍ୱାସ

  11. Couplet 11

    ଏହାଙ୍କ ଅର୍ଥେ ଅବତରିମୁହିଁ ଧରଣୀଭାର ହରି

  12. Couplet 12

    ମୁହିଁ ମୋହର ମହୀତଳେବିହରେ ନାନା ଯୋଗବଳେ

  13. Couplet 13

    ମୋତେ ନ ପାରେ କେହି ଲକ୍ଷ୍ୟିଯେଣୁ ମୁଁ ସର୍ବଭୂତେ ସାକ୍ଷୀ

  14. Couplet 14

    ମୁଁ ଆଜ ସମାଧି ପ୍ରବେଶେଶରୀର ଛାଡ଼ି ନିଜ ଅଂଶେ

  15. Couplet 15

    ପଶିବି ଦେଖନ୍ତୁ ଏ କ୍ଷଣଏତେ ବିଚାରି ନାରାୟଣ

  16. Couplet 16

    ଦୟାସାଗର ଭଗବାନତକ୍ଷଣେ ବୁଜିଲେ ନୟନ

  17. Couplet 17

    ସମାଧି ବସି ଦୃଢାସନେପ୍ରାଣ ସଂଯମନ ପବନେ

  18. Couplet 18

    ଧାରଣା ଅଗ୍ନି ସନ୍ଦୀପନେଦେବସମୂହ ଅବଧାନେ

  19. Couplet 19

    ନିଜ ଭୁବନେ ଗଲେ ହରିଜୟଶବଦେ ଦିଗ ପୂରି

  20. Couplet 20

    ଶ୍ୟାମସୁନ୍ଦର କଳେବରଅଶେଷଜନ୍ତୁ ସୁଖ ଘର

  21. Couplet 21

    ଧ୍ୟାନ-ଧାରଣା-ସ୍ତୁତିସ୍ଥାନ୍ମହୀମଙ୍ଗଳ ଅଭିରାମ

  22. Couplet 22

    ସଂସାର ତରେ ଯାହା ଦେଖିହରି ଚଳିଲେ ତା ଉପେକ୍ଷି

  23. Couplet 23

    ଦୁନ୍ଦୁଭି ବାଜେ ସୁରପୁରୀନୃତ୍ୟ କରନ୍ତି ଅପସରୀ

  24. Couplet 24

    ଆନନ୍ଦେ ପାରିଜାତମାଳାଦେବେ ବରଷି କଲେ ଖେଳା

  25. Couplet 25

    ଶୂନ୍ୟ ଶବଦ ଶୁଣି କର୍ଣ୍ଣେଦେବେ ବୋଲନ୍ତି ଅନ୍ୟଅନ୍ୟେ

  26. Couplet 26

    ଚାଲ ହେ ଏହିପଥେ ଯିବାକୃଷ୍ଣର ଚରଣେ ପୂଜିବା

  27. Couplet 27

    ଏମନ୍ତ କରି ସେ ବିଚାରଘେନାଇ ନାନା ଉପହାର

  28. Couplet 28

    କୃଷ୍ଣର ପଥେ ଯା'ନ୍ତି ଦେବେପୂରିତ ଆନନ୍ଦ ଉତ୍ସବେ

  29. Couplet 29

    ଯେବଣ ପଥେ କୃଷ୍ଣ ଗଲେକେବେହେଁ ଦେବେ ନ ଜାଣିଲେ

  30. Couplet 30

    ପରମଜ୍ୟୋତି ଶୂନ୍ୟେ ମିଶେମେଘେ ବିଜୁଳି ଯେହ୍ନେ ଦିଶେ

  31. Couplet 31

    ନ ଦେଖି କୃଷ୍ଣର ପୟରମନେ ପାଇଲେ ଚମତ୍କାର

  32. Couplet 32

    ଭବ ବିରଞ୍ଚି ଆଦି ସୁରେଶୂନ୍ୟେ ଚଳିଲେ ଯେଝାପୁରେ

  33. Couplet 33

    ଜୀବ ଯେ ସର୍ବଭୂତେ ଥାଇତାହାକୁ କେହି ନ ଦେଖଇ

  34. Couplet 34

    ହରିଙ୍କି ଦେଖିବେ ସେ କାହିଁଯାହାର ଆଦିଅନ୍ତ ନାହିଁ

  35. Couplet 35

    ଆତ୍ମାକୁ ଆପଣେ ସୃଜଇଆତ୍ମାରେ ଆତ୍ମା ପ୍ରବେଶଇ

  36. Couplet 36

    ଆତ୍ମାରେ ଆତ୍ମାଭାବେ ରହେଜନ୍ତୁଗୋଚର ଆତ୍ମା ନୋହେ

  37. Couplet 37

    ଆତ୍ମାକୁ ଆତ୍ମବଳେ ବହେଏଣୁ ସକଳ ଆତ୍ମାମୟେ

  38. Couplet 38

    ଏଣୁ ଏ ଜନ୍ମ-ସ୍ଥିତି ମୃତ୍ୟୁଯାହାର ମାୟା ଅଟେ ହେତୁ

  39. Couplet 39

    ନଟର ପ୍ରାୟ କ୍ରୀଡ଼ା କରେଦେଖାଇ ପୁଣି ତା' ସଂହରେ

  40. Couplet 40

    ଶୁଣ ହୋ ପରୀକ୍ଷିତ ତୁହିଯମର ଘରୁ ଭାବଗ୍ରାହୀ

  41. Couplet 41

    ଗୁରୁକୁମର ଆଣି ଦେଲେତୋତେ ହେଁ ଗର୍ଭେ ସେ ରଖିଲେ

  42. Couplet 42

    ଯେ ହର ଅନ୍ତେ ଅନ୍ତଃ କରେପ୍ରଳୟ କରେ ଯେ ସଂସାରେ

  43. Couplet 43

    ସମରେ ହେଳେ ତାକୁ ଜିଣିମହାମହିମ ଚକ୍ରପାଣି

  44. Couplet 44

    ଚରଣେ ବିନ୍ଧିଲା ଯେ ବ୍ୟାଧଖଣ୍ଡିଲେ ତା'ର ଅପରାଧ

  45. Couplet 45

    ଦେଖାଇ ଦରଶନ ଗତିତାହାକୁ ଦେଲେ ସ୍ୱର୍ଗେ ସ୍ଥିତି

  46. Couplet 46

    ଏମନ୍ତ ମହିମା ଯାହାରସେ ନୋହେ ନରଅବତାର

  47. Couplet 47

    ଆପଣା ତନୁ ସେ ନ ରଖେଏ କଥା ମୂର୍ଖଜନ ଲେଖେ

  48. Couplet 48

    ସୃଷ୍ଟି ପାଳନ ସଂହାରଣଏ ଲୀଳା ଯାହାର ଭିଆଣ

  49. Couplet 49

    ଏ ଲୀଳା ଖେଳା ମାତ୍ର କରେତେଣୁ ଅଶେଷ ଶକ୍ତି ଧରେ

  50. Couplet 50

    ତଥାପି ଯଦୁବଂଶ ମାରିଧରଣୀଭାର ହେଳେ ତାରି

  51. Couplet 51

    ବିଚାରେ କାହିଁ ପ୍ରୟୋଜନତେଣୁ ସେ ଗଲେ ନିଜ ସ୍ଥାନ

  52. Couplet 52

    ଅନାଦି ପ୍ରଭୁ ନାରାୟଣଯେ ବିଷ୍ଣୁ ପରମକାରଣ

  53. Couplet 53

    ସେ ଦେବଦେବଙ୍କର ପତିଦେଖାଇ ତାଙ୍କୁ ଦିବ୍ୟଜ୍ୟୋତି

  54. Couplet 54

    ଯେସନେ ନଟ ଳୀଳା କରେସେ ନିଜ ମାୟାରେ ବିହରେ

  55. Couplet 55

    ଏମନ୍ତେ ଗୋବିନ୍ଦର ଗତିଏବେ ହୋ ଶୁଣ ନରପତି

  56. Couplet 56

    ତା'ର ଚରିତ ଏ ଶୟଳେଯେ ପ୍ରାଣୀ ଉଠି ପ୍ରାତଃକାଳେ

  57. Couplet 57

    କରଇ ଶ୍ରବଣ କୀର୍ତ୍ତନଭାବେ ଭକତିବଳେ ପୁଣ

  58. Couplet 58

    ସୁମରି ଗୋବିନ୍ଦର ଗତିନିର୍ମଳ ହୁଏ ତା'ର ମତି

  59. Couplet 59

    ସଂସାର ତାପ ନ ଲାଗଇଅନ୍ତେ ପରମଗତି ପାଇ

  60. Couplet 60

    ଏବେ ହୋ ଶୁଣ କୃଷ୍ଣଲୀଳାଦାରୁକ ଦ୍ୱାରକା ଯେ ଗଲା

  61. Couplet 61

    ରୋଦନ କରି ଉଚ୍ଚସ୍ୱରେପଶିଲା ଦ୍ୱାରକା ନଗରେ

  62. Couplet 62

    ଦେବକୀ ବସୁଦେବ ପାଦେପଡ଼ିଲା ଦୁଃଖଶୋକନାଦେ

  63. Couplet 63

    ଶୁଣି ମିଳିଲା ଉଗ୍ରସେନଦେଖି ଦାରୁକ ଆଗମନ

  64. Couplet 64

    ଦାରୁକ କହି ଶୋକନାଦେପଡ଼ିଲା ଉଗ୍ରସେନ ପାଦେ

  65. Couplet 65

    ଯାଦବବଳ ନାଶ କଥାରାମ ଗୋବିନ୍ଦଙ୍କ ବ୍ୟବସ୍ଥା

  66. Couplet 66

    ଦାରୁକ ମୁଖୁଁ ତାହା ଶୁଣିକୃଷ୍ଣର ଯେତେକ କାମିନୀ

  67. Couplet 67

    ଶୋକେ ହୋଇଲେ ମୂରୁଛିତଧରଣୀ ପଡ଼ି ମୋହଗତ

  68. Couplet 68

    ସକଳେ ମିଳି ଏକସ୍ଥାନେରୋଦନ କରି ଉଚ୍ଚସ୍ୱନେ

  69. Couplet 69

    ଶିରେ ବଦନେ କର ତାଡ଼ିକାନ୍ଦନ୍ତି ମହୀତଳେ ପଡ଼ି

  70. Couplet 70

    ରାମ ଗୋବିନ୍ଦ ତନୁତ୍ୟାଗେପ୍ରାଣ କେ ଧରେ ହୃଦଭାଗେ

  71. Couplet 71

    ଦେବକୀ ରୋହିଣୀର କୋଳେହା ହା ଗୋବିନ୍ଦ ବୋଲି ଭୋଳେ

  72. Couplet 72

    ପଡ଼ି ଛାଡ଼ିଲେ ନିଜ ପ୍ରାଣଦେଖି ବସୁଦେବ ତକ୍ଷଣ

  73. Couplet 73

    ଚକିତେ ଚଉଦିଗେ ଚାହିଁକାତରେ କମ୍ପେ ତା'ର ଦେହୀ

  74. Couplet 74

    ଡ଼ାକିଲା ତୋଳି ବେନିକରଆସ ଗୋବିନ୍ଦ ହଳଧର

  75. Couplet 75

    ଦେଖାଅ ସୁନ୍ଦର ବଦନବୋଲି ଛାଡ଼ିଲା ନିଜ ପ୍ରାଣ

  76. Couplet 76

    ବସୁଦେବର ଯେତେ ନାରୀସ୍ୱାମୀ ଚରଣ ଦୃଢେ ଧରି

  77. Couplet 77

    ଅନଳେ ହୋଇଲେ ଦହନଗଲେ ସେ ବୈକୁଣ୍ଠ ଭୁବନ

  78. Couplet 78

    ରେବତୀ ରାମମାର୍ଗ ଚିନ୍ତିଅଗ୍ନିରେ ଦଗଧ ହୁଅନ୍ତି

  79. Couplet 79

    କୃଷ୍ଣନନ୍ଦନ ନାରୀଗଣେଅଗ୍ନିପ୍ରବେଶ ଜଣେ ଜଣେ

  80. Couplet 80

    କୃଷ୍ଣର ଶ୍ରେଷ୍ଠ ଅଷ୍ଟନାରୀରୁକ୍ମିଣୀଦେବୀ ଆଦିକରି

  81. Couplet 81

    ତୁଣ୍ଡେ ଉଚ୍ଚାରି ଭଗବାନଅନଳେ ହୋଇଲେ ଦହନ

  82. Couplet 82

    ଅର୍ଜୁନ ଦେଖି ତା' ନୟନେସୁମରି କୃଷ୍ଣକଥା ମନେ

  83. Couplet 83

    ଅନିତ୍ୟ ଦେଖି ଏ ସଂସାରଚିନ୍ତି ହୃଦୟ କଲା ସ୍ଥିର

  84. Couplet 84

    କୃଷ୍ଣ ନ ଦେଖି ବନ୍ଧୁଗଣେପ୍ରାଣ ଛାଡ଼ିଲେ ଜଣେ ଜଣେ

  85. Couplet 85

    ଅର୍ଜୁନ ନେଇ ତା' ଅନଳେଦହନ କଲା ସିନ୍ଧୁକୂଳେ

  86. Couplet 86

    ଯେ ଅବା ରହିଲେ ଜୀବନେକୃଷ୍ଣର ଯେତେ ନାରୀଗଣେ

  87. Couplet 87

    ତାହାଙ୍କୁ ଘେନାଇ ଅର୍ଜୁନପୁରେ ଯେ ଥିଲେ ପ୍ରଜାଜନ

  88. Couplet 88

    ସକଳ ଘେନି ଏକମେଳେତୀରେ ମିଳିଲେ ରାତ୍ରକାଳେ

  89. Couplet 89

    ଦେଖନ୍ତି ସର୍ବଲୋକ ତୁଲେତକ୍ଷଣେ ସମୁଦ୍ର ଉଲ୍ଲୋଳେ

  90. Couplet 90

    ବୁଡ଼ିଲା ଦ୍ୱାରକା ନଗରଛାଡ଼ି କୃଷ୍ଣର ନିଜ ପୁର

  91. Couplet 91

    ଯେଣୁ ସେ କୃଷ୍ଣ-ସନ୍ନିଧାନେରହେ ପ୍ରଳୟ ଅବସାନେ

  92. Couplet 92

    ଏଣୁ ସେ ଦ୍ୱାରକା ନଗରସୁପୁଣ୍ୟ ଈଶ୍ୱର ମନ୍ଦିର

  93. Couplet 93

    ପରମ ପବିତ୍ର ମଙ୍ଗଳଯହିଁ ବିଜୟ ଆଦିମୂଳ

  94. Couplet 94

    ଶୁଣ ସୁମନେ ପରୀକ୍ଷିତଥିଲା ଯେ ଅନିରୁଦ୍ଧ ସୁତ

  95. Couplet 95

    ବାଳକ ବଜ୍ର ତା'ର ନାମସୁନ୍ଦର ତନୁ ଗୁଣଧାମ

  96. Couplet 96

    ତାହାକୁ କଲେ ତହିଁ ରାଜାସୁଖେ ପାଳିଲା ଜନପ୍ରଜା

  97. Couplet 97

    ଅର୍ଜୁନ ଛତ୍ର ଦେଇ ଶିରେସେ ରାଜା ଦ୍ୱାରକା ନଗରେ

  98. Couplet 98

    ମଙ୍ଗଳ ଅଭିଷେକ କରିକୃଷ୍ଣ ବିଧବା ଯେତେ ନାରୀ

  99. Couplet 99

    ସକଳ ପାରିଷଦ ଯୁତେଅର୍ଜୁନ ଗଲା ଇନ୍ଦ୍ରପ୍ରସ୍ଥେ

  100. Couplet 100

    ପଥେ ସେ ଗଲା ଦୁଃଖଶୋକେକୃଷ୍ଣ-ବିଚ୍ଛେଦେ ଅଶ୍ରୁମୁଖେ

  101. Couplet 101

    ଶୁଣ ହୋ ରାଜା ପରୀକ୍ଷିତଅର୍ଜୁନଠାରୁ ବନ୍ଧୁହତ

  102. Couplet 102

    ଶୁଣି ତୋ' ପିତାମହଗଣେରାଜ୍ୟ ଛାଡ଼ିଲେ ତତକ୍ଷଣେ

  103. Couplet 103

    ତୋ' ଶିରେ ଅଭିଷେକ କରିତୁ ଯେ ପାଣ୍ଡବ ବଂଶଧାରୀ

  104. Couplet 104

    ଉତ୍ତରେ ହିମଗିରି ଗଲେଅନ୍ତେ ସେ ବୈକୁଣ୍ଠେ ବସିଲେ

  105. Couplet 105

    ଶୁଣ ହୋ ଅଭିମନ୍ୟୁବଳାଯେତେ କହିଲି କୃଷ୍ଣଲୀଳା

  106. Couplet 106

    କୃଷ୍ଣର ଯଶଗୁଣଗାଥାନିରତେ ଯେ କରନ୍ତି ଚିନ୍ତା

  107. Couplet 107

    ଏହା ଯେ ଶ୍ରଦ୍ଧାକରି ଜନକରନ୍ତି ଶ୍ରବଣ କୀର୍ତ୍ତନ

  108. Couplet 108

    ସେ ନର ତ୍ରିଭୁବନେ ଧନ୍ୟଦେବେ କରନ୍ତି ତା'କୁ ମାନ୍ୟ

  109. Couplet 109

    ହେଳେ ତରଇ ଭବବାରିଜଗତମଧ୍ୟେ ଯଶ ପୂରି

  110. Couplet 110

    ଅତି ପତିତ ଦୁରାଚାରଯେ ଅବା ପାପିଷ୍ଠ ପାମର

  111. Couplet 111

    ସେ ହରିକଥା କର୍ଣ୍ଣେ ଶୁଣିତରନ୍ତି ଭବତରଙ୍ଗିଣୀ

  112. Couplet 112

    ଶ୍ରଦ୍ଧା ବିହୀନେ ଅବହେଳେଯେ ପ୍ରାଣୀ ଶୁଣେ ଏକବେଳେ

  113. Couplet 113

    ଭକତି ଲଭେ କୃଷ୍ଣପାଦେନ ପଡେ଼ ଭବ-ପରମାଦେ

  114. Couplet 114

    ପ୍ରାଣ ବିଯୋଗେ ବ୍ରହ୍ମମୟେପଶଇ ନାରାୟଣ ଦେହେ

  115. Couplet 115

    ପରୀକ୍ଷେ କହେ ବ୍ୟାସସୁତଶ୍ରୀଏକାଦଶେ ଭାଗବତ

  116. Couplet 116

    ଏଣେ ଜୀବର ପରିତ୍ରାଣସୁଜନେ ନିତ୍ୟେ ଏହା ଶୁଣ

  117. Couplet 117

    ଭକତି କୃଷ୍ଣପାଦେ ଲଭମନୁଷ୍ୟ-ଜନ୍ମର ଏ ଲାଭ

  118. Couplet 118

    ବୋଲଇ ଦାସ ଜଗନ୍ନାଥମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ

Odia Bhagabata skandha 11 adhyaya 32 | Parbani by ParibhaAsha App