Skandha 11
Adhyaya 31
Couplet 1
ପରୀକ୍ଷ ଶୁକମୁନି ଚାହିଁବୋଲଇ ଶିରେ କର ଦେଇ
Couplet 2
ଉଦ୍ଧବ କୃଷ୍ଣର ବଚନେଗଲେ ଯେ ବଦରିକାଶ୍ରମେ
Couplet 3
ପୁଣି କି କଲେ ଚକ୍ରପାଣିବିସ୍ତାରି କହ ମୁନିମଣି
Couplet 4
ଯେ କାଳରୂପେ ଅବତରେକୋଟି ବ୍ରହ୍ମାଣ୍ଡ ରୋମେ ଧରେ
Couplet 5
ବ୍ରାହ୍ମଣଶାପେ ଯଦୁବଂଶଶରୀର ତୁଲେ କଲେ ନାଶ
Couplet 6
ଅଶେଷ-ଜଗତ-ମଙ୍ଗଳଯେ ରୂପ ଦେଖି କାମ ଭୋଳ
Couplet 7
ଜନଲୋଚନ ମନୋହରଅଶେଷ ଭୁବନ ସୁନ୍ଦର
Couplet 8
ଯେ ନାରୀଦୃଷ୍ଟି ଅଙ୍ଗେ ପଡେ଼ମନମୋହନ ଚିତ୍ତ ଜଡେ଼
Couplet 9
ଆସି ନ ପାରେ ମନ ଛାଡ଼ିପ୍ରେମଲାଳସ ସୁଖେ ବୁଡ଼ି
Couplet 10
ଯେ ରୂପଗୁଣ ସାଧୁଗଣେକେବଳ ଶୁଣିଲେ ଶ୍ରବଣେ
Couplet 11
ସର୍ବ ବିଷୟ ପାସୋରନ୍ତିଗୃହ-ଦେହକୁ ନ ସ୍ମରନ୍ତି
Couplet 12
ଆଜାନୁ ଲମ୍ବେ ଚାରିକରବଚନ-ଅମୃତ-ମଧୁର
Couplet 13
ଏ ରୂପ ଅର୍ଜ୍ଜୁନର ରଥେଦେଖି ମରିଲେ ଯୁଦ୍ଧେ ଯେତେ
Couplet 14
ନିଜ ଶରୀର ପାସୋରିଲେତାହାର ଶରୀରେ ପଶିଲେ
Couplet 15
ଏ ଦେହ ତେଜିଲେ କି ଅର୍ଥେଯଶ ବିସ୍ତାରି ଏ ଜଗତେ
Couplet 16
ସେ କଥା କହ ମୁନିମଣିକୃତାର୍ଥ ହେବି ତାହା ଶୁଣି
Couplet 17
ବୋଲନ୍ତି ଶୁକମୁନିବରଶୁଣ ହୋ ମହିମା କୃଷ୍ଣର
Couplet 18
କୃଷ୍ଣର କାଳଚକ୍ରଘାତେଦ୍ୱାରକା କମ୍ପିଲା ଅଦ୍ଭୁତେ
Couplet 19
ବିବିଧ ଉତ୍ପାତ ପ୍ରତ୍ୟକ୍ଷେଭୂମି-ଗଗନ-ଅନ୍ତରୀକ୍ଷେ
Couplet 20
ତା'ଦେଖି ଦେବକୀନନ୍ଦନନିକଟେ ରାଇ ବନ୍ଧୁଜନ
Couplet 21
ଉଗ୍ରସେନର ତୁଲେ ହରିସୁଧର୍ମା ମଧ୍ୟେ ବିଜେ କରି
Couplet 22
ବୋଲନ୍ତି ପ୍ରଭୁ ଦାମୋଦରଶୁଣ ସକଳ ଯଦୁବୀର
Couplet 23
ଦେଖ ଉତ୍ପାତ ଏ ପ୍ରତ୍ୟକ୍ଷେଭୂମି-ଗଗନ-ଅନ୍ତରୀକ୍ଷେ
Couplet 24
ଏ ଧୂମକେତୁ ଭୟଙ୍କରଦେଖ ଦିବସେ ଅନ୍ଧକାର
Couplet 25
ଅବନୀ କମ୍ପେ ଘନଘନଅଦ୍ଭୁତ ଶୁଭେ ଘୋରସ୍ୱନ
Couplet 26
ଘୋର ପ୍ରଚଣ୍ଡ ଅଦ୍ଭୁତଏ ପୁରେ ରହିବା କେମନ୍ତ
Couplet 27
ନିଶ୍ଚୟେ ସର୍ବେ ଯିବା ନାଶଏ ପୁରେ ନ କରି ବିଶ୍ୱାସ
Couplet 28
ଦଣ୍ଡେ ନ ଥିବା ଦ୍ୱାରକାଏମୋତେ ଲାଗଇ ମହାଭୟେ
Couplet 29
ପ୍ରଭାସତୀର୍ଥେ ଚାଲ ଯିବାଏଠାରେ ନିମିଷେ ନ ଥିବା
Couplet 30
ଯେ ତୀର୍ଥେ ପ୍ରାଚୀ ସରସ୍ୱତୀସ୍ନାନେ ସକଳ ରିଷ୍ଟଶାନ୍ତି
Couplet 31
ବୃଦ୍ଧ ବାଳକ ନାରୀଗଣରାତ୍ରହୁଁ କରନ୍ତୁ ପ୍ରୟାଣ
Couplet 32
ଦ୍ୱାରକା ଆଶା ଛାଡ଼ି ଦୂରେକେହି ନ ରହ ଏହୁ ପୁରେ
Couplet 33
ସେ ଜଳେ ସ୍ନାନ କରି ତୋଷେଦିନ ବଂଚିବା ଉପବାସେ
Couplet 34
ଘେନି ସକଳ ଉପହାରସେ ତୀର୍ଥେ ସ୍ନାନ ଦାନ କର
Couplet 35
ପିତୃଦେବତା ଋଷିଗଣେବେଦଜ୍ଞ ଉତ୍ତମ ବ୍ରାହ୍ମଣେ
Couplet 36
ଆନନ୍ଦେ କରି ନାନା ଦାନସୁବର୍ଣ୍ଣ ତିଳ ବସ୍ତ୍ର ଅନ୍ନ
Couplet 37
ଅଶ୍ୱ କୁଞ୍ଜର ଭୂମି ରଥଗୋରୁ ମହିମା ଯୂଥ ଯୂଥ
Couplet 38
ଏ ଯେ ଉତ୍ତମ ବିଧିସାରସକଳ-ମଙ୍ଗଳ-ବେଭାର
Couplet 39
ପିତୃ-ଦେବତା-ଗୋ-ବ୍ରାହ୍ମଣଏ ପୂଜା ପରମ କାରଣ
Couplet 40
ଅରିଷ୍ଟଖଣ୍ଡନ ଏ ବିଧିନିଗମ ଆଗମ ପ୍ରସିଦ୍ଧି
Couplet 41
ଏଣୁ ସକଳ ଯଦୁଜନରିଷ୍ଟଖଣ୍ଡନେ ଦେବା ଦାନ
Couplet 42
ଏମନ୍ତେ କୃଷ୍ଣର ବଚନେଯାଦବେ ଭାଳି ଏକମନେ
Couplet 43
ବୋଲନ୍ତି ଧନ୍ୟ କୃଷ୍ଣକଥାଏଣେ ଖଣ୍ଡିବ ରିଷ୍ଟବ୍ୟଥା
Couplet 44
ଏମନ୍ତ ଭାଳି ଏକଚିତ୍ତେଯାନ ଆରୋହି ଯେଝାମତେ
Couplet 45
ରାତ୍ରହୁଁ ଗଲେ ଯୂଥେ ଯୂଥେମିଳିଲେ ସରସ୍ୱତୀ ତୀର୍ଥେ
Couplet 46
ଆନନ୍ଦେ ପଶି ପୁଣ୍ୟଜଳେକରନ୍ତି ସ୍ନାନ ଦାନ ଭୋଳେ
Couplet 47
ଯେ ବିଧି କୃଷ୍ଣ ଉପଦେଶେଦିନ ବଞ୍ଚିଲେ ଉପବାସେ
Couplet 48
ନାନା ପ୍ରକାରେ ଦେଇ ଦାନତୋଷିଲେ ବିପ୍ରଙ୍କର ମନ
Couplet 49
ଦିବସ ଅବଶେଷ କାଳେସକଳେ ବସି ଏକମେଳେ
Couplet 50
ଦଇବଯୋଗେ ହତଜ୍ଞାନେଯାଦବେ କାଦମ୍ବରୀ ପାନେ
Couplet 51
କୃଷ୍ଣ ମାୟାରେ ବିମୋହିତହୋଇଲେ ସର୍ବେ ମହାମତ୍ତ
Couplet 52
ଫଳିଲା ବ୍ରହ୍ମଶାପ ଫଳଅଦ୍ଭୁତେ ଉଠିଲା କନ୍ଦଳ
Couplet 53
ବେଣୁ ଘର୍ଷଣେ ଅଗ୍ନି ଯେହ୍ନେତକ୍ଷଣେ ଉଠେ ଘୋରବନେ
Couplet 54
ଶୂନ୍ୟେ ପଡ଼ିଲା ଥାଟେ ହୁରିଯାଦବେ କରେ ଶସ୍ତ୍ର ଧରି
Couplet 55
ଗଦା ମୁଦ୍ଗର ଅସିବରଧନୁକ ଭୂଷଣ୍ଡି ତୋମର
Couplet 56
ଏମନ୍ତେ ନାନା ଶସ୍ତ୍ର ଧରିଧାଇଁଲେ ଘୋରନାଦ କରି
Couplet 57
ଡ଼ାକନ୍ତି ଅତି ଭୟଙ୍କରେଘୋର ସମର ନଦୀତୀରେ
Couplet 58
ରଥେ କେ ଯୁଝେ ରଣମଧ୍ୟେକେ ଗୋରୁ ମହିଷର କନ୍ଧେ
Couplet 59
ଖର ଉଷ୍ଟ୍ରର କନ୍ଧେ ବସିକେ ଯୁଝେ ଘୋରରଣେ ପଶି
Couplet 60
ଗଜର କନ୍ଧେ କେ ଯୁଝନ୍ତିଅଶ୍ୱର ପୃଷ୍ଠେ ଆରୋହନ୍ତି
Couplet 61
ମୁଷଳ ମୁଦ୍ଗର ପ୍ରହାରେରଜନୀ ଘୋର ଅନ୍ଧକାରେ
Couplet 62
ଅଦ୍ଭୁତ ମୁଷଳ ସମରେମୁଖ ନ ଦିଶେ ଅନ୍ଧକାରେ
Couplet 63
ସ୍ୱଭାବେ ମହାବୀରଗଣରୋଷେ କରନ୍ତି ଘୋରରଣ
Couplet 64
ରୁକ୍ମିଣୀସୁତ ଶାମ୍ବ ସଙ୍ଗେଘୋର ଗର୍ଜନ ରଣରଙ୍ଗେ
Couplet 65
ସାତ୍ୟକି ଅନିରୁଦ୍ଧ ବେନିଭୋଜ ଅକ୍ରୁର ଅନ୍ୟୋଅନ୍ୟି
Couplet 66
ସଂଗ୍ରାମଜିତ ଭଦ୍ରସେନରୋଷେ କରନ୍ତି ଘୋର ରଣ
Couplet 67
ସହସ୍ରଜିତ ଶତଜିତସୁମିତ୍ର ସଙ୍ଗରେ ସୁରଥ
Couplet 68
ଦୁର୍ମଦ ଅନ୍ଧ ଯଦୁଗଣଅନ୍ୟୋନ୍ୟେ କଲେ ଘୋରରଣ
Couplet 69
ଶ୍ରୀକୃଷ୍ଣ ମାୟା ବିମୋହିତଯୁଦ୍ଧ କରିଣ ହେବେ ହତ
Couplet 70
ମାଥୁର ଶୂରସେନ ମଧୁଭୋଜ ସାତ୍ୱତ ବୃଷ୍ଟି ଯଦୁ
Couplet 71
ଦୁର୍ମଦ ମତ୍ତ ଘୋରରଣେଯୁଦ୍ଧ କରନ୍ତି ଜଣେ ଜଣେ
Couplet 72
ରୋଷେ ଯୁଝନ୍ତି ପିତାପୁତ୍ରେଦୁର୍ମଦ ଅନ୍ଧ ମିତ୍ର ମିତ୍ରେ
Couplet 73
ସୁହୃଦ ସୁହୃଦେ ନ ଚିହ୍ନିଯୁଝନ୍ତି ଅହଙ୍କାର ଘେନି
Couplet 74
କୋପେ ଯୁଝନ୍ତି ବେନିଭାଇକେ ପିତା ବନ୍ଧୁ ନ ଜାଣଇ
Couplet 75
ମାତୁଳ ଭଗିନୀକୁମରେଯୁଝନ୍ତି ଜ୍ଞାତି ସହୋଦରେ
Couplet 76
ଲଜ୍ଜା ପୀରତି ତେଜି ଦୂରେଯୁଝନ୍ତି ଘୋର ଅନ୍ଧକାରେ
Couplet 77
ଦୁଃସହ ପ୍ରହାର ପ୍ରଚଣ୍ଡଶସ୍ତ୍ରେ ଭାଜିଲେ ଖଣ୍ଡଖଣ୍ଡ
Couplet 78
ବିନ୍ଧୁ ତୁଟିଲା ଧନୁଶରଗଦା ଖଡ଼ଗ ହେଲା ଚୂର
Couplet 79
ଅରୁଣ ପ୍ରକାଶ ଗଗନେମିଳିଲେ ଏରକାର ବନେ
Couplet 80
ବ୍ରାହ୍ମଣଶାପେ ଲୌହୁ ଜାତତୀକ୍ଷ୍ଣ ତ୍ରିଶିର ବଜ୍ରବତ
Couplet 81
କରେ ଧରନ୍ତି ମୁଷ୍ଟିମୁଷ୍ଟିପ୍ରହାରେ ଛିଡେ଼ କୋଟିକୋଟି
Couplet 82
ଏରକାବନେ ଘୋରରଣେସଂଗ୍ରାମେ ମଲେ ଜଣେ ଜଣେ
Couplet 83
ଗଗନେ ଆଦିତ୍ୟ ପ୍ରକାଶେଯେ ଅବା ଥିଲେ ଯେଉଁ ଦେଶେ
Couplet 84
ପ୍ରବେଶ ହେଲେ ତହିଁ ଆସିଯୁଦ୍ଧ କରନ୍ତି ରଣେ ପଶି
Couplet 85
ଦେଖି ଧାଇଁଲେ ଗଦାଧରଡ଼ାକନ୍ତି ସମର ନ କର
Couplet 86
ଯାଦବେ ମଦେ ଅଚେତନନ ଶୁଣି ଗୋବିନ୍ଦ ବଚନ
Couplet 87
ନାନା ଆୟୁଧ ଧରି କରେକୃଷ୍ଣଙ୍କୁ ବେଢିଲେ ସମରେ
Couplet 88
ବିନ୍ଧନ୍ତି ନାନା ଶସ୍ତ୍ର ଧରିଦେଖି ଧାଇଁଲେ ହଳଧାରୀ
Couplet 89
ରାମ ଗୋବିନ୍ଦ କୋପଭରେଯୁଝନ୍ତି ଭୀଷଣ-ସମରେ
Couplet 90
ଗଦା ମୁଷଳେ ଯୁଦ୍ଧ କଲେକେ ନିଜ ପର ନ ଜାଣିଲେ
Couplet 91
ଏରକାମୁଷ୍ଟି ବଜ୍ରାଘାତେବୀରେ ପଡ଼ିଲେ ଯୂଥେଯୂଥେ
Couplet 92
ମାୟାଭିଆଣ ଭଗବାନଯାଦବେ କଲେ ନିସୂଦନ
Couplet 93
ବ୍ରାହ୍ମଣଶାପ କୋପାନଳହେଳେ ଦହିଲା ଯଦୁକୁଳ
Couplet 94
ବେଣୁ ଅନଳେ ବେଣୁ ଯେହ୍ନେଯାଦବେ ନାଶ ଗଲେ ତେହ୍ନେ
Couplet 95
ପୁଣି ପ୍ରଦ୍ୟୁମ୍ନେ କୃଷ୍ଣ ଦେଖିଚକ୍ର ପେଷିଲେ ପଦ୍ମଆଖି
Couplet 96
ପ୍ରଦ୍ୟୁମ୍ନ ନାଶି ଚକ୍ର ଗଲାଶ୍ରୀକୃଷ୍ଣ କରକୁ ନ ଇଲା
Couplet 97
ସେ କାଳରୂପୀ ଭଗବାନଦେଖି ସାନନ୍ଦ କଲେ ମନ
Couplet 98
ଏମନ୍ତେ ନିଜ କୁଳ ହରିକନ୍ଦଳ ବ୍ୟାଜେ ନାଶ କରି
Couplet 99
ବୋଲନ୍ତି ପ୍ରଭୁ ନନ୍ଦବଳାଏବେ ଅବନୀଭାର ଗଲା
Couplet 100
ଯାଦବବଳ ନଷ୍ଟ ଦେଖିରାମ ବୁଜିଲେ ବେନି ଆଖି
Couplet 101
ତକ୍ଷଣେ ନିଜ ଯୋଗବଳେଅନନ୍ତ ପଶିଲେ ପାତାଳେ
Couplet 102
ଅନନ୍ତ-ମହିମା ଯାହାରଛାଡ଼ିଲେ ନିଜ କଳେବର
Couplet 103
ରାମର ଦେଖି ଅବସାନତକ୍ଷଣେ ପ୍ରଭୁ ଭଗବାନ
Couplet 104
ଅଶ୍ୱତଥ ତରୁମୂଳେ ବସିନିଜ ମହିମା ପରକାଶି
Couplet 105
ସୁନ୍ଦର ଦିଶେ ଚତୁର୍ଭୁଜକୋଟିଏ ରବି ଜିଣି ତେଜ
Couplet 106
ଅନ୍ଧାର ଦଶଦିଶ ଗଞ୍ଜେଶ୍ୟାମସୁନ୍ଦର ରୂପ ତେଜେ
Couplet 107
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେମଣିକଙ୍କଣ ମନ ମୋହେ
Couplet 108
ପୀତବସନ ପରିଧାନସକଳ ମଙ୍ଗଳ ନିଧାନ
Couplet 109
ସୁନ୍ଦର ସ୍ମିତହାସମୁଖକୁଟୀଳ କୁନ୍ତଳ ସୁରେଖ
Couplet 110
ବିକଚ ପୁଣ୍ଡରୀକ ପ୍ରାୟେକୃଷ୍ଣନୟନଯୁଗ ଶୋହେ
Couplet 111
ଶ୍ରବଣେ ମକର କୁଣ୍ଡଳସୁନ୍ଦର ଅଳକା କପୋଳ
Couplet 112
ଯଜ୍ଞୋପବୀତ କନ୍ଧେ ସାଜେରତ୍ନମେଖଳା କଟିମାଝେ
Couplet 113
ଲଲାଟେ କିରୀଟ ଉଭାରିସୁବର୍ଣ୍ଣ ମୁଦ୍ରିକା ଅଙ୍ଗୁଳି
Couplet 114
ଊରେ କୌସ୍ତୁଭ ବନମାଳମୋହନ ରୂପ ନନ୍ଦବାଳ
Couplet 115
ନିଜ ଆୟୁଧ ମୂର୍ତ୍ତିମନ୍ତେଦିଶନ୍ତି କୃଷ୍ଣର ଅଗ୍ରତେ
Couplet 116
ବାମଚରଣ ତୋଳି ଧୀରେଦକ୍ଷିଣ ଜାନୁର ଉପରେ
Couplet 117
ଶରୀରୁ ଶ୍ରମଝାଳ ଗଳେକୃଷ୍ଣ ବସିଲେ ତରୁମୂଳେ
Couplet 118
ପଦ୍ମ-ଅରୁଣ-ବର୍ଣ୍ଣ ପ୍ରାୟେସେ ପାଦ ଅତି ଶୋଭାପାଏ
Couplet 119
ଏମନ୍ତେ ଶୁଣ ନରନାଥଜାରାଶବର ଉପଗତ
Couplet 120
ମୁଷଳ ଅବଶେଷ ଖଣ୍ଡେଫଳା ନିର୍ମିତ ତା'ର କାଣ୍ଡେ
Couplet 121
ବନେ ବୁଲନ୍ତେ ମୃଗ ମାରିମିଳିଲା କରେ ଧନୁ ଧରି
Couplet 122
ଲତା ଗହନ ବୃକ୍ଷମୂଳେଦେଖିଲା ଚରଣ ନିରୋଳେ
Couplet 123
ମୃଗର କର୍ଣ୍ଣ ପ୍ରାୟ ମଣିବାଣ ବିନ୍ଧିଲା ଗୁଣ ଟାଣି
Couplet 124
ବିନ୍ଧି ଧାଇଁଲା ଅତି ଖରେଦେଖିଲା ଲତାର ଭିତରେ
Couplet 125
କୋଟି-ଆଦିତ୍ୟ ଜିଣି ତେଜସୁନ୍ଦର ଶୋହେ ଚତୁର୍ଭୁଜ
Couplet 126
ଦେଖି ଚକିତ ବ୍ୟାଧ ମନେଧନୁ ପକାଇ ତତକ୍ଷଣେ
Couplet 127
କାତରେ ବେନିକର ଯୋଡ଼ିକୃଷ୍ଣଚରଣ-ତଳେପଡ଼ି
Couplet 128
ଉଠି କପାଳେ ମାରି କରବୋଲଇ ମୁହିଁ ଦୁରାଚାର
Couplet 129
ନ ଜାଣି କଲି ଏଡେ଼ କର୍ମକେ ମୋତେ କଲା ମତିଭ୍ରମ
Couplet 130
ମୁଁ ଯେ ପାମର ଦୁରାଚାରନରକେ ନିବାସ ମୋହର
Couplet 131
ତୁ ନାଥ ଜଗତ-ସୋଦରଏ ଅପରାଧ କ୍ଷମା କର
Couplet 132
ତୋ ନାମ ଚିତ୍ତେ ଯେ ସୁମରେଘୋର ସଂସାରୁ ଦୁଃଖୁଁ ତରେ
Couplet 133
ତୋତେ ଯେ ନୟନେ ଦେଖଇଅଜ୍ଞାନ-ତିମିର ନାଶଇ
Couplet 134
ଶବର ଜାତିହୀନ ମୁହିଁବିଶେଷ ତୋର ମାୟାମୋହି
Couplet 135
ସ୍ୱଭାବେ ପତିତ କୁତ୍ସିତହୀନ ପାମର ମୋର ଚିତ୍ତ
Couplet 136
ତୋର ସ୍ୱହସ୍ତେ ଦାମୋଦରଖଡ଼ଗେ ଛେଦ ମୋର ଶିର
Couplet 137
ସର୍ବପାତକ ମୋର ଯାଉଏ ଜାତି ମଧ୍ୟେ ଜନ୍ମ ନୋହୁ
Couplet 138
ଦୁରିତ ନ କରେ ଯେମନ୍ତେଏମନ୍ତ ଆଜ୍ଞା ହେଉ ମୋତେ
Couplet 139
ତୋ ମାୟାଗତି ଦାମୋଦରନ ଜାଣେ ବିରଞ୍ଚି ଶଙ୍କର
Couplet 140
ବେଦବଚନେ ମୁନିଜନେଭ୍ରମନ୍ତି ତୋର ଅନୁମାନେ
Couplet 141
ତୋ ମାୟାବଳେ ଗୋପୀନାଥଅଶେଷଜନ ବିମୋହିତ
Couplet 142
ମୁଁ ପାପୀ ଜାଣିବି କେମନ୍ତେଅଜ୍ଞାନେ ଭ୍ରମଇ ଜଗତେ
Couplet 143
ବ୍ୟାଧ ବିକଳ କର୍ଣ୍ଣେ ଶୁଣିବୋଲନ୍ତି ପ୍ରଭୁ ଚକ୍ରପାଣି
Couplet 144
ଉଠ ଶବର ଛାଡ଼ ଭୟମନେ ତୁ ନ କର ବିସ୍ମୟ
Couplet 145
ମୋହର ବାଞ୍ଛିତ ଏ କର୍ମଜାରା ନ କର ମତିଭ୍ରମ
Couplet 146
ମୋର ବଚନେ ତୁ ନିର୍ମଳଏହି ଶରୀରେ ସ୍ୱର୍ଗେ ଚଳ
Couplet 147
କୃଷ୍ଣର ଆଜ୍ଞା ପାଇ ବେଗେବ୍ୟାଧ ଚଳିଲା ସ୍ୱର୍ଗମାର୍ଗେ
Couplet 148
ଜାରାଶବର ସ୍ୱର୍ଗେ ଯାନ୍ତେପଥେ ମିଳିଲା ଦିବ୍ୟରଥେ
Couplet 149
କି ଅବା ଦେବା ପଟାନ୍ତରଗଞ୍ଜଇ ଚନ୍ଦ୍ର-ଦିବାକର
Couplet 150
ଦେଖି ଶବର ତୋଷମନେତକ୍ଷଣେ ବସିଲା ବିମାନେ
Couplet 151
କୃଷ୍ଣ ବଚନେ ସ୍ୱର୍ଗେ ଗଲାତକ୍ଷଣେ ଦାରୁକ ମିଳିଲା
Couplet 152
ଲତାଗହନେ କୃଷ୍ଣପାଶେମିଳିଲା ଦିବ୍ୟଗନ୍ଧବାସେ
Couplet 153
ଦାରୁକ ଦେଖେ ଯଦୁପତିକୋଟି ଆଦିତ୍ୟ ପ୍ରାୟେ ଜ୍ୟୋତି
Couplet 154
ଜଗମୋହନ ରୂପରାଶିଅଶ୍ୱତ୍ଥ ତରୁମୂଳେ ବସି
Couplet 155
ଦାରୁକ ରୋମାଞ୍ଚ ଶରୀରପ୍ରେମେ ନୟନୁ ବହେ ନୀର
Couplet 156
ତକ୍ଷଣେ ରଥ ସେହୁ ଛାଡ଼ିକୃଷ୍ଣଚରଣ ତଳେ ପଡ଼ି
Couplet 157
ହା କୃଷ୍ଣ ଜୀବନ ମୋହରଭୋ ନାଥ ମୁହିଁ ତୋ କିଙ୍କର
Couplet 158
ବିକଳେ କାନ୍ଦେ ଉଚ୍ଚ ତୁଣ୍ଡେକରଯୁଗଳ ତାଡ଼ି ମୁଣ୍ଡେ
Couplet 159
ଭୋ ନାଥ ଛାଡ଼ି ମୋତେ ଦୟାକିମ୍ପା ଦେଖାଉ ଏଡେ଼ ମାୟା
Couplet 160
ନୟନ ନାହିଁ ମୋ ଶରୀରେଆଜ ପଡ଼ିଲି ତମଘୋରେ
Couplet 161
ନ ଦିଶେ ଦଶଦିଶ ମୋତେତୋର ଚରଣ ଶସ୍ତ୍ରାଘାତେ
Couplet 162
ତୋତେ ନ ଦେଖି ଦାମୋଦରଜୀବନ ଥିବ କି ମୋହର
Couplet 163
ଏମନ୍ତେ ଦାରୁକ କାନ୍ଦନ୍ତେରଥ ଚଳିଲା ଶୂନ୍ୟପଥେ
Couplet 164
ଭୂଷଣ ବାହନ ସହିତେଗରୁଡ଼ ଲାଞ୍ଛନ ସଂଯୁତେ
Couplet 165
କୋଟିଏ ସୂର୍ଯ୍ୟ ପ୍ରାୟ ଦିଶିଗଗନମାର୍ଗେ ଗଲା ପଶି
Couplet 166
ତାହାର ପଛେ ଶସ୍ତ୍ରଗଣେତକ୍ଷଣେ ଗମିଲେ ଗଗନେ
Couplet 167
ଦାରୁକେ ବୋଲନ୍ତି ମୁରାରିଦ୍ୱାରକା ଯାଅ ବେଗ କରି
Couplet 168
ତାତ ଜନନୀଙ୍କର ଆଗେବାରତା କହ ଯାଇ ବେଗେ
Couplet 169
ଜ୍ଞାତି ବାନ୍ଧବଜନ ରାଇମୋ ତାତ ଜନନୀ ବସାଇ
Couplet 170
ଘୋର ସମରେ ଯଦୁବଂଶପ୍ରଭାସତୀର୍ଥେ ଗଲେ ନାଶ
Couplet 171
ତା ଦେଖି ପ୍ରଭୁ ବଳରାମଯୋଗେ ଚଳିଲେ ନିଜ ଧାମ
Couplet 172
ମୋର ଜୀବନେ ନାହିଁ ଆଶାଦାରୁକ ଦେଖ ମୋର ଦଶା
Couplet 173
ଆମ ରଜନୀ ମଧ୍ୟଗତେମୁଁ ପୁଣି ଯିବି ନିଜପଥେ
Couplet 174
ମୋର ଶରୀର ଅବସାନେସମୁଦ୍ର ଘୋରନାଦସ୍ୱନେ
Couplet 175
ଗ୍ରାସିବ ଦ୍ୱାରକାଭୁବନଜଳେ ବୁଡ଼ିବେ ସର୍ବଜନ
Couplet 176
ଆଜ ନ ଥାନ୍ତୁ କେହି ପୁରେରଜନୀମୁଖେ ଯାନ୍ତୁ ତୀରେ
Couplet 177
ତାତ-ଜନନୀ-ନାରୀ ସଙ୍ଗେଇନ୍ଦ୍ରପ୍ରସ୍ଥେ ତୁ ଯାଅ ବେଗେ
Couplet 178
ଅର୍ଜୁନ ଅଛି ମୋ ଭୁବନେଆବୋରି ନିଅ ବେନିଜନେ
Couplet 179
ତୁ ଏବେ ହୁଅ ଜ୍ଞାନପରସକଳଭ୍ରମ କର ଦୂର
Couplet 180
ସଂସାର ମୋହ ଛାଡ଼ି ଚିତ୍ତେରହ ତୁ ମୋର ଧର୍ମପଥେ
Couplet 181
ଯେତେ ତୁ ଦେଖୁ ଜୀବଲୋକଏ ସର୍ବ ଦୁଃଖ ମହାଶୋକ
Couplet 182
ମୋର ମାୟାରେ ଏ ଚଳନ୍ତିମୋତେ ତୁ ଭଜ ଏହା ଚିନ୍ତି
Couplet 183
କୃଷ୍ଣର ଶୁଣି ଏ ବଚନଦାରୁକ ହୋଇ ହତଜ୍ଞାନ
Couplet 184
କୃଷ୍ଣଚରଣେ ଶିର ଦେଇନମିଲା ଦଣ୍ଡପ୍ରାୟ ହୋଇ
Couplet 185
ପ୍ରଣାମ କରି ପୁଣପୁଣନମିଲା ଅଭୟ ଚରଣ
Couplet 186
ଚରଣରେଣୁ ଶିରେ ଧରିକାନ୍ଦଇ ଉଚ୍ଚେ ନାଦ କରି
Couplet 187
ପଥ ନ ଦିଶେ ଦୁଃଖଶୋକେଦ୍ୱାରକା ଚଳିଲା ଦାରୁକେ
Couplet 188
ବୋଲଇ ଦାସ ଜଗନ୍ନାଥମୁଁ ଏବେ ହୋଇଲି ଅନାଥ