Skandha 11
Adhyaya 30
Couplet 1
ଯୋଗସାଧନ ତତ୍ତ୍ୱ ବାଣୀଉଦ୍ଧବ କୃଷ୍ଣମୁଖୁଁ ଶୁଣି
Couplet 2
ସଂଶୟମନେ କରଯୋଡ଼ିବୋଲେ ଗୋବିନ୍ଦ ପାଦେ ପଡ଼ି
Couplet 3
ଭୋ ନାଥ ପ୍ରଭୁ ଦାମୋଦରଶୁଣିଲି ଯୋଗର ବିଚାର
Couplet 4
କ୍ଷଣଭଙ୍ଗୁର ଦେହ ଧରିକେ ଅବା ପାରେ ସାଧ୍ୟ କରି
Couplet 5
ସୁଖେ ଅଳପେ ସାଧ୍ୟ କରିତୋ' ମାୟା କେମନ୍ତେ ନିସ୍ତରି
Couplet 6
ଅନେକ ଜନ୍ମେ ଯୋଗୀ ନରେଯୋଗ ସାଧନ୍ତି ଏ ସଂସାରେ
Couplet 7
ଧ୍ୟାନ-ଧାରଣା-ଦୃଢାସନେଚିତ୍ତ ସଂଯମି ସାବଧାନେ
Couplet 8
ସେ ଯୋଗ ସାଧି ଏ ସଂସାରେକେ ଅବା ପାରେ କେ ନ ପାରେ
Couplet 9
ଏଣୁ ସଂସାରେ କେବା ଜନସାଧିବ ଯୋଗେ ତତ୍ତ୍ୱଜ୍ଞାନ
Couplet 10
ଉପାୟ କହ ନାଥ ମୋତେଏ ଜୀବ ନିସ୍ତରେ କେମନ୍ତେ
Couplet 11
ସୂକ୍ଷ୍ମେ ଅଳପେ ସାଧ୍ୟ କରିତୋ' ମାୟାଘୋରୁ ଯିବି ତରି
Couplet 12
ପଦ୍ମନୟନ ବିଶ୍ୱେଶ୍ୱରତୁ ନାଥ ଯଦୁବୀରବର
Couplet 13
ତୋହର ଅଭୟପୟରବ୍ରହ୍ମ ଆନନ୍ଦ ସୁଖଘର
Couplet 14
ସେ ପାଦପଦ୍ମ ଆଶ୍ରେ କଲେଜୀବ ସଂସାରୁ ତରେ ଭଲେ
Couplet 15
ସାର-ଅସାର ବିଚାରଣେଭୟେ ଭାଜିଲେ ବୁଧଗଣେ
Couplet 16
ଭକତିଯୋଗ ସାଧ୍ୟ କରିଭବୁଁ ଭକତେ ଯା'ନ୍ତି ତରି
Couplet 17
ଯୋଗୀଏ ଯୋଗମାର୍ଗେ ଭ୍ରମିଫୁଟି ହୁଅନ୍ତି ପଥଶ୍ରମୀ
Couplet 18
ଏ ତୋ ବିଚିତ୍ର ଗତି ମାୟାକେ ଜାଣିପାରେ ପ୍ରଭୁ ଏହା
Couplet 19
ଭୋ ନାଥ ମୋତେ କୃପାକରଏ ଘୋର ସଙ୍କଟୁ ଉଦ୍ଧର
Couplet 20
ଅନ୍ୟ ଶରଣ ନାହିଁ ଯା'ରତୋତେ ଯେ ଭଜେ ନିରନ୍ତର
Couplet 21
ତୁ ନାଥ ହେଉ ତା' ବିଶ୍ୱାସଦଣ୍ଡେ ନ ଛାଡ଼ୁ ତା'ର ପାଶ
Couplet 22
ଏ କଥା ଅଦ୍ଭୂତ କି ତୋତେତୁ ଯେ ଭକତଜନ ହିତେ
Couplet 23
ବାନର ଭାଲୁଙ୍କର ମେଳେତୋ' ଅବତାର ମହୀତଳେ
Couplet 24
ରାମ ସ୍ୱରୂପେ ନିଜ ଅଂଶେତୋହର ଜନ୍ମ ରଘୁବଂଶେ
Couplet 25
ସୁରେନ୍ଦ୍ର କିରୀଟ ଅଗ୍ରତତୋ' ପାଦରେଣୁରେ ଭୂଷିତ
Couplet 26
ଏମନ୍ତ ପ୍ରଭୁ ନିଜ ଅଙ୍ଗେବାନର ଭାଲୁଙ୍କର ସଙ୍ଗେ
Couplet 27
ଏଣୁ ତୋ ମହିମା ଅଦ୍ଭୂତକେ ମୁଖେ କହୁ ଗୋପୀନାଥ
Couplet 28
ତୁ ନାଥ ଜଗତ ଜୀବନଦରିଦ୍ର ପ୍ରାଣୀଙ୍କର ଧନ
Couplet 29
ଅଶେଷ ଭୁବନ କାରଣତୁ ନାଥ ଜଗତଧାରଣ
Couplet 30
ତୁ ନାଥ ଭୂତତତ୍ତ୍ୱଜ୍ଞାତାଅଶେଷ କର୍ମଫଳଦାତା
Couplet 31
ତୁ ପିତାମାତା ଦାଶରଥିଅଶେଷ ଜଗତର ପତି
Couplet 32
ତୋ' ପାଦସେବା ପରିହରିକେ ପାରେ ଭବସିନ୍ଧୁ ତରି
Couplet 33
ଯେ ତୋ'ର ମହିମା ନ ଜାଣିଅନ୍ୟ ଦେବତା ପୂଜେ ଆଣି
Couplet 34
ତପ ସମାଧି ଯୋଗବନ୍ଧେକି ଅବା ମୋକ୍ଷଧର୍ମ ସାଧେ
Couplet 35
କେବଳ ଅଚେତନ ସେହିତାହାର କର୍ମସିଦ୍ଧି କାହିଁ
Couplet 36
ମାୟା ମୋହିତ ରଜ ତମେବିଧାତା ରହେ ତା'ର ବାମେ
Couplet 37
ଯେ ଯେତେରୂପେ ଭଜେ ତୋତେତୁ ଥାଉ ତାହାଙ୍କ ଅଗ୍ରତେ
Couplet 38
କରୁ ତାହାଙ୍କ ଉପକାରଏଣୁ ଭକତେ ତୋ' କିଙ୍କର
Couplet 39
ଏ ଭାବେ ବ୍ରହ୍ମଜ୍ଞାନୀ ଜନେତୋ' ନାମ ଉଚ୍ଚାରି ବଦନେ
Couplet 40
ରୋମ ହରଷେ ତୋତେ ଚିନ୍ତିଆନନ୍ଦ ସାଗରେ ଭାସନ୍ତି
Couplet 41
ତୋ' ଗୁଣ ଖୋଜି କେ ପାରଇବ୍ରହ୍ମା ଆୟୁଷେ ଦେହ ବହି
Couplet 42
ତୋ' ପାଦପଦ୍ମ ସୁଧା ଆଶେଭକତ ବନ୍ଧା ପ୍ରେମପାଶେ
Couplet 43
ଭୋ ନାଥ ତୋ'ର ଅବତାରଅଶେଷ ପ୍ରାଣୀଙ୍କ ଉଦ୍ଧାର
Couplet 44
ଏ ଘୋରମାୟା ମୋହ କଳ୍ପେଜୀବ ଉଦ୍ଧାରୁ ଗୁରୁ ରୂପେ
Couplet 45
ତୁ ଅନ୍ତର୍ଯ୍ୟାମୀ ରୂପ ଧରିଦୁରିତ ଖଣ୍ଡୁ ନରହରି
Couplet 46
ଏଣୁ ତୁ ଜଗତକାରଣଅଶେଷେ ଜୀବ ତୋ' ଶରଣ
Couplet 47
ଏମନ୍ତ ଉଦ୍ଧବର ବାଣୀଶୁଣି ସନ୍ତୋଷ ଚକ୍ରପାଣି
Couplet 48
ତ୍ରିମୂର୍ତ୍ତି ଧାରୀ ଯେ ଈଶ୍ୱରଜଗତ ଯାର ଖେଳଘର
Couplet 49
ବିମ୍ବ ଅଧରେ ମନ୍ଦେ ହସିଉଦ୍ଧବେ କହନ୍ତି ଆଶ୍ୱାସି
Couplet 50
ଶୁଣ ଉଦ୍ଧବ ସାଧୁ ଧୀରଯେ ଧର୍ମ ପରମ ମଙ୍ଗଳ
Couplet 51
ଯେ ଧର୍ମ ଆଚରିଣ ନରହେଳେ ଖଣ୍ଡଇ ମୃତ୍ୟୁକାଳ
Couplet 52
ମୋହର ଅର୍ଥେ କର୍ମ କରସର୍ବ ଆରମ୍ଭ ଛାଡ଼ି ସ୍ମର
Couplet 53
ନିର୍ମଳ କର ବୁଦ୍ଧି-ମନମୋର ଚରଣେ କର ଧ୍ୟାନ
Couplet 54
ପୀରତି କରି ଶ୍ରଦ୍ଧାଚିତ୍ତେକର୍ମ ତୁ କର ମୋର ଅର୍ଥେ
Couplet 55
ପବିତ୍ର ଭୂମି ପୁଣ୍ୟଦେଶେମୋର ଭକତଜନ ପାଶେ
Couplet 56
ମୋର ଭକତ ବସେ ଯହିଁସକଳତୀର୍ଥ ଥାନ୍ତି ତହିଁ
Couplet 57
ଯେ ଧର୍ମ କରେ ମୋ ଭକତଉଦ୍ଧବ କର ସେହି ମତ
Couplet 58
ମୋ ଯାତ୍ରା-ପର୍ବ-ମହୋତ୍ସବଆନନ୍ଦେ କର ହେ ଉଦ୍ଧବ
Couplet 59
ନାମକୀର୍ତ୍ତନ ନୃତ୍ୟଗୀତେମଙ୍ଗଳ କର ଅନୁବ୍ରତେ
Couplet 60
ମୋର ମଙ୍ଗଳେ ସର୍ବସିଦ୍ଧିଯେ ମୋର ମହୋତ୍ସବ ବିଧି
Couplet 61
ସକଳ କର୍ମଫଳ ତେଜସର୍ବ ସମ୍ପୂର୍ଣ୍ଣେ ମୋତେ ଭଜ
Couplet 62
ସକଳ ଭୂତେ ବାସ ମୋ'ରମୁଁ ସର୍ବ ଅନ୍ତର ବାହାର
Couplet 63
ଉଦ୍ଧବ କର ମୋତେ ଧ୍ୟାନମୋ ବିନୁ କିଛି ନାହିଁ ଆନ
Couplet 64
ମୁଁ ନିରାଲମ୍ବ ନିରାଧାରେବସଇ ସକଳ ଶରୀରେ
Couplet 65
ସ୍ୱଭାବେ ମୁହିଁ ବିଶ୍ୱରୂପୀଦେଖ ଗଗନ ଯେହ୍ନେ ବ୍ୟାପୀ
Couplet 66
ଏଣୁ ମୁଁ ସର୍ବଭୂତେ ଥାଇପର ଅପର ମୋ'ର ନାହିଁ
Couplet 67
ଏ ଘେନି ସକଳ ସମାନେଦେଖୁ ତୁ ପ୍ରେମ-ତତ୍ତ୍ୱଜ୍ଞାନେ
Couplet 68
ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଶୂଦ୍ରପତିତ ଚଣ୍ଡାଳ ବା କ୍ଷୁଦ୍ର
Couplet 69
ସର୍ବ ସମାନ ଦେଖ ଚିତ୍ତେଶୁଣ କହିବା କିଛି ମୋତେ
Couplet 70
ଅଗ୍ନି କଣିକା ବଡ଼ସାନଅନଳୁ ନୁହଇ ନା ଆନ
Couplet 71
ରବି ଶଶାଙ୍କ ରଶ୍ମି ଯେତେପ୍ରକାଶ ହୋନ୍ତି ଦିବାରାତ୍ରେ
Couplet 72
ବିଚାରେ ଚନ୍ଦ୍ରସୂର୍ଯ୍ୟ ସେହିଏମନ୍ତେ ସର୍ବଭୂତେ ମୁହିଁ
Couplet 73
କ୍ରୁର ଅକ୍ରୁର ଯେତେ ଜନତାହାଙ୍କୁ ଦେଖିବ ସମାନ
Couplet 74
ଏମନ୍ତ ଚିନ୍ତେ ଯା'ର ଚିତ୍ତତାହାକୁ ବୋଲି ସୁପଣ୍ଡିତ
Couplet 75
ମୁହିଁ ବସଇ ସର୍ବଭୂତେଏମନ୍ତେ ଦେଖୁଥିବ ନିତ୍ୟେ
Couplet 76
ମଦ ମାତ୍ସର୍ଯ୍ୟ ଅହଙ୍କାରକ୍ରମେ ସକଳ ହୋନ୍ତି ଦୂର
Couplet 77
ଶ୍ୱାନ ଚଣ୍ଡାଳ କୃମି ଖରଗୋ ଅଶ୍ୱ ବାନର ଶୂକର
Couplet 78
ଏ ଆଦି ପ୍ରାଣୀ ସାନବଡେଯେ ଆସି ମିଳିବ ନିଆଡେ଼
Couplet 79
ଦେଖି କପୋଳେ କର ଦେଇଭୂମିରେ ଦଣ୍ଡପ୍ରାୟ ଶୋଇ
Couplet 80
ଦୂରେ ନିବେଶି ଲଜ୍ଜାମାନଚରଣେ କରିବ ପ୍ରଣାମ
Couplet 81
ତାହାଙ୍କ ଗୁଣ ଦୋଷ ଯେତେମନେ ନ ଧରି କ୍ଷମ ଚିତ୍ତେ
Couplet 82
ଈଶ୍ୱର ବସେ ସର୍ବଦେହେଏ ଘେନି ନମିବ ନିର୍ଭୟେ
Couplet 83
ସମସ୍ତ ଭୂତେ ମୋ'ର ଭାବଯାବତ ନୋହିଛି ସମ୍ଭବ
Couplet 84
ତାବତ ଉପାସନା ମୋ'ରମନ ବଚନ କାୟେ କର
Couplet 85
ଏ ରୂପେ ଉପାସନ୍ତେ ମୋତେଈଶ୍ୱର ଦେଖି ସର୍ବଭୂତେ
Couplet 86
ଆତ୍ମା ସାକ୍ଷାତ ହୁଏ ଯେବେଛାଡ଼ିବ ସର୍ବକାମ ତେବେ
Couplet 87
ଏ ରୂପେ କରନ୍ତେ ବିଚାରଛାଡ଼ଇ ଭେଦ ତୋ'ର ମୋ'ର
Couplet 88
କାୟରେ ମନ ବଚନରେମୋ' ଭାବ ସର୍ବଭୂତେ କରେ
Couplet 89
ଏହି ସେ ସର୍ବଧର୍ମସାରଏ ବାକ୍ୟ ସମ୍ମତ ମୋହର
Couplet 90
ଉତ୍ତମ ଗତି ଏ ବୋଲାଇଏମନ୍ତ ମାର୍ଗେ ମୋତେ ପାଇ
Couplet 91
ଏ ଧର୍ମ ଅନୁଭବ ମାତ୍ରେତିଳେ ବିଚ୍ଛେଦ ନୋହେ ଗାତ୍ରେ
Couplet 92
କେବଳ କର୍ମଫଳ ତ୍ୟାଗେରମିବ ମୋର ଅନୁରାଗେ
Couplet 93
ଏ ଧର୍ମ ପରମ ମଙ୍ଗଳକେବେହେଁ ନାଶ ନାହିଁ ତା'ର
Couplet 94
ମୁହିଁ ଏ ଧର୍ମ ଆଶ୍ରେ କରିସଂସାର ବହେ ଅବତରି
Couplet 95
ଶୁଣ ଉଦ୍ଧବ ସାଧୁ ଧୀରଏ ଧର୍ମ ଆଚାର ମୋହର
Couplet 96
ଏ ଧର୍ମ ନ ଜାଣି ଯେ ନରକରଇ ଲୋକ-ବ୍ୟବହାର
Couplet 97
ସେ ବ୍ୟର୍ଥ-କର୍ମେ କ୍ଳେଶ ପାଇତା ଯେବେ ମୋତେ ସମର୍ପଇ
Couplet 98
ସେ ନର ଭବସିନ୍ଧୁ ତରେନ ପଡେ଼ ମୋହ-ଅନ୍ଧକାରେ
Couplet 99
ଏ ଧର୍ମମାର୍ଗେ ବୁଧଜନତରିଲେ ସଂସାର ଗହନ
Couplet 100
ଏଣୁ ଅସତ୍ୟମୟ ଦେହେଯେ ସତ୍ୟ ସାଧନ୍ତି ଉପାୟେ
Couplet 101
କେବଳ ଲଭନ୍ତି ସେ ମୋତେଶୁଣ ଉଦ୍ଧବ କହୁଁ ତୋତେ
Couplet 102
ଏ ସର୍ବଧର୍ମ ବେଦସାରମୁନିଜନଙ୍କୁ ଅଗୋଚର
Couplet 103
ଉଦ୍ଧବ କହିଲି ମୁଁ ସତ୍ୟଏ ଯେ ପରମଜ୍ଞାନତତ୍ତ୍ୱ
Couplet 104
ଏଣୁ ହୋ ଭବସିନ୍ଧୁ ତରିଯେବେ ତୁ ପାରୁ ଦୃଢେ ଧରି
Couplet 105
ଏହା ଯେ ଶ୍ରବଣେ ଶୁଣନ୍ତିସେ ମୋହଜାଲେ ନ ପଡ଼ନ୍ତି
Couplet 106
ଅଶେଷ ପାପ କରିଥିଲେତରନ୍ତି ଶ୍ରବଣେ ଶୁଣିଲେ
Couplet 107
ଦୁଷ୍ଟ ପତିତ ଦୁରାଚାରସେ ଶୁଣି ଭବୁ ହୋନ୍ତି ପାର
Couplet 108
ଏ ଧର୍ମ ବ୍ରହ୍ମ-ନିରୂପଣଶୁଦ୍ଧ ଗୁପତ ସନାତନ
Couplet 109
ଏ ଧର୍ମ ସାଧ୍ୟ ଥାଉଁ ଦୂରେଯେ ପ୍ରାଣୀ ଶୁଣି ଶ୍ରଦ୍ଧା କରେ
Couplet 110
ସକଳ ପାପୁଁ ସେ ତରଇଅନ୍ତେ ପରମପଦ ପାଇ
Couplet 111
ଏ ଧର୍ମ ପରମ ଆଖ୍ୟାନଯେ ମୋର ଭକ୍ତେ କରେ ଦାନ
Couplet 112
ଯେବା ଦିଅନ୍ତି ଉପଦେଶଲଭନ୍ତି ଧର୍ମ ପୁଣ୍ୟ ଯଶ
Couplet 113
ମୁଁ ତାକୁ ଦେଇ ଆତ୍ମପଦଏଣେ ସେ ନିସ୍ତରେ ପ୍ରମାଦ
Couplet 114
ଭକତେ କହେ ଯେ ବିସ୍ତାରିସେ ବ୍ରହ୍ମପଦେ ଅଧିକାରୀ
Couplet 115
ପରମ ପବିତ୍ର ଏ ବାଣୀସଂସାରୁ ତର ଏହା ଶୁଣି
Couplet 116
ଏହା ଯେ ପଢନ୍ତି ଶୁଣନ୍ତିପଣ୍ଡିତ ପଣେ ବଖାଣନ୍ତି
Couplet 117
ସେ ମୋର ଭକତ ବିଶ୍ୱାସଛେଦଇ ଦୃଢବନ୍ଧ ପାଶ
Couplet 118
ଏ ଧର୍ମ ପରମଗୁପତଅନେକ ଜନ୍ମେ ପରାପତ
Couplet 119
ବୋଲନ୍ତି ଶ୍ରୀମଧୁସୂଦନବୋଲନ୍ତି ଧନ୍ୟ ତୋ' ଜୀବନ
Couplet 120
ଏଣେ ତୁ କର ଦୃଢମନହେଳେ ଲଭିବୁ ଭଗବାନ
Couplet 121
ଯେ କାମ କ୍ରୋଧ ଶୋକ ମୋହହେଳେ ଖଣ୍ଡିବୁ ଭବଭୟ
Couplet 122
ସଂଶୟ ମୋହ ଜାଲ ସଙ୍ଗେଦଣ୍ଡେ ନ ଥିବ ତୋ'ର ଅଙ୍ଗେ
Couplet 123
ଶୁଣ ହୋ ସାବଧାନ ହୋଇଯେମନ୍ତ ଲୋକେ ଏହା କହି
Couplet 124
ସାଧୁ ଚରିତ ଲୋକପ୍ରିୟଶୁଚି ପବିତ୍ର ପୁଣ୍ୟଦେହ
Couplet 125
ବ୍ରାହ୍ମଣ-ଚରଣେ ଯେ ସେବେଦୋଷ ନ ଧରେ ପରାଭବେ
Couplet 126
ଏମନ୍ତ ପ୍ରାଣୀଙ୍କର ମଧ୍ୟେଏ ଧର୍ମ କହିବ ଆନନ୍ଦେ
Couplet 127
ଯେ ଶୂଦ୍ର ଭଜେ ମୋର ପଥେମୋ' ନାମ ଜପେ ହୃଦଗତେ
Couplet 128
ଯେ ନାରୀ ମୋର ଭାବେ ଥାଇସ୍ୱାମୀସଙ୍ଗତେ ମୋତେ ଧ୍ୟାୟି
Couplet 129
ମୋ' ନାମ ମୁଖେ ଯେହୁ ଜପେହରଷେ କି ଅବା ବିଳାପେ
Couplet 130
ସେ ପ୍ରାଣୀ ମୋହର ବିଶ୍ୱାସତାହାକୁ ଦେଇ ଉପଦେଶ
Couplet 131
ଦାମ୍ଭିକ ନାସ୍ତିକ କପଟୀକୁଟୀଳ ବିଷୟ ଲମ୍ପଟୀ
Couplet 132
ଭକତି ଶୂନ୍ୟ ମତିହୀନଯେ' ତମଯୁକ୍ତ ମୂଢଜନ
Couplet 133
ତାହାଙ୍କୁ ଏ ଧର୍ମ ନ କହିଶୁଣ ଉଦ୍ଧବ ମନେଦେଇ
Couplet 134
ଏ ଧର୍ମେ ଶ୍ରଦ୍ଧାଯୁକ୍ତ ନରକି ଧର୍ମ ଅବଶେଷେ ତା'ର
Couplet 135
ଯେବେ ଅମୃତ ପାନ କରେଆନ ରସେ କି ମନ ସ୍ପୁରେ
Couplet 136
ଯେ ଜ୍ଞାନକର୍ମ ଯୋଗବୃତ୍ତିଯେ ଅବା ଧର୍ମ ଦଣ୍ଡନୀତି
Couplet 137
ସାଧନେ ଯେ ଫଳ ପ୍ରତ୍ୟକ୍ଷଯେ ଧର୍ମ ଅର୍ଥ କାମ ମୋକ୍ଷ
Couplet 138
ଏ ସର୍ବ ସାଧନେ ଯେ ଲାଭସେ ସର୍ବ ମୁଁ ତୋ'ର ଉଦ୍ଧବ
Couplet 139
ଏ ଜ୍ଞାନକର୍ମ ଭକ୍ତିଯୋଗଶୁଣନ୍ତେ ଖଣ୍ଡେ ଭବରୋଗ
Couplet 140
ଏ ଧର୍ମ ବୃକ୍ଷରୂପ ହୋଇଭକତଜନ ହୃଦେ ଥାଇ
Couplet 141
ଭକତି ଫଳଇ ପ୍ରତ୍ୟକ୍ଷେଯେ ଧର୍ମ ଅର୍ଥ କାମ ମୋକ୍ଷେ
Couplet 142
ଏ ଧର୍ମ ଜୀବ ଯେବେ ଭଜେମୋର ଚରଣେ ସର୍ବ ତେଜେ
Couplet 143
ନିର୍ବାଣପଦ ତତକ୍ଷଣେଲଭଇ ମୋହର ସ୍ମରଣେ
Couplet 144
ତାର ସଂସାର-ମୋହ ତୁଟେସେ ଥାଇ ମୋହର ନିକଟେ
Couplet 145
ଉଦ୍ଧବ କୃଷ୍ଣମୁଖୁଁ ଶୁଣିତକ୍ଷଣେ ଯୋଡେ଼ ବେନିପାଣି
Couplet 146
ପ୍ରେମେ କୁଣ୍ଠିତ କଣ୍ଠଦ୍ୱାରକାତରେ କମ୍ପଇ ଶରୀର
Couplet 147
ପୁଲକେ ଅଙ୍ଗ ତାର ପୂରେବଦନୁ ବଚନ ନ ସ୍ପୁରେ
Couplet 148
କ୍ଷଣକେ ହୋଏ ହତଜ୍ଞାନକ୍ଷଣକେ ଚିତ୍ତ ସାବଧାନ
Couplet 149
ଆନନ୍ଦେ ଶିରେ କରଦେଇବୋଲଇ କୃଷ୍ଣ ତ୍ରାହି ତ୍ରାହି
Couplet 150
ବିକଳେ କୁଣ୍ଠିତବଚନବୋଲଇ ଶୁଣ ଭଗବାନ
Couplet 151
ଏ ମାୟା ମୋହ ଅନ୍ଧକାରତୋ'ର ପ୍ରସନ୍ନେ ହେଲା ଦୂର
Couplet 152
ତୋ'ର ଅଭୟପାଦ ତଳେମୁଁ ଯେ ବୁଡ଼ିଲି ଭାବଭୋଳେ
Couplet 153
ଅଗ୍ନି ସମ୍ମୁଖେ ଭାବଗ୍ରାହୀକ୍ଷଣେ ନ ପାରେ ଶୀତ ରହି
Couplet 154
ମୋର ଅଜ୍ଞାନ ସେହିମତେତୋ' ଆଗେ ରହିବ କେମନ୍ତେ
Couplet 155
ତୁ ମୋତେ ଭୃତ୍ୟ ଦେଖି ହରିଏ ଭାବେ ଅନୁଗ୍ରହ କରି
Couplet 156
ଅଜ୍ଞାନ-ଅନ୍ଧକାର ମୋରଜ୍ଞାନେ ଗୋବିନ୍ଦ କଲୁ ଦୂର
Couplet 157
ଅଶେଷଜନ୍ମ ପୁଣ୍ୟଫଳେପ୍ରାଣୀ ତୋ ଚରଣକମଳେ
Couplet 158
ତୋ' ଅନୁଗ୍ରହେ କରେ ସେବାସେ ନ ଜାଣଇ ଅନ୍ୟ ଦେବା
Couplet 159
ଏ ଦୃଢ ମୋହଜାଲ ମୋରତୋ' ଅନୁଗ୍ରହେ ଗଲା ଦୂର
Couplet 160
ପୁତ୍ର କଳତ୍ର ବନ୍ଧୁଜନଏ ବନ୍ଧୁ ତୁଟିଲା ମୋ' ମନ
Couplet 161
ନମୋ ଗୋବିନ୍ଦ ତୋ' ଚରଣଯେ ପାଦ ପରମ କାରଣ
Couplet 162
ମୁନୀନ୍ଦ୍ରଗଣେ ଯାହା ଚିନ୍ତିଏ ଘୋର ସଂସାରୁ ତରନ୍ତି
Couplet 163
ମୋତେ ବୁଝାଇ ଉପଦେଶେବୋଲୁ ଯେ ନ ଥା ମୋର ପାଶେ
Couplet 164
ନ ଦେଖି ଅଭୟ ଚରଣକେମନ୍ତେ ଧରିବି ମୁଁ ପ୍ରାଣ
Couplet 165
ଏ ଦୁଷ୍ଟ ଚଞ୍ଚଳ ମୋ' ଚିତ୍ତତୋ'ର ଚରଣେ ଜଗନ୍ନାଥ
Couplet 166
ନିଶ୍ଚଳେ ରଖିବି ଯେମନ୍ତେଶ୍ରୀମୁଖେ ଆଜ୍ଞା ହେଉ ମୋତେ
Couplet 167
ଶୁଣି ବୋଲନ୍ତି ଭାବଗ୍ରାହୀଉଦ୍ଧବ ବେଗେ ଚଳ ତୁହି
Couplet 168
ବଦରୀ-ନାରାୟଣାଶ୍ରମେକାନନେ ଚଳ ଯଥାକ୍ରମେ
Couplet 169
ମୋ'ର ଚରଣଜଳେ ଯାଇଶୀଘ୍ର ପଖାଳ ତୋ'ର ଦେହୀ
Couplet 170
ଆନନ୍ଦେ ସ୍ନାନ ପାନ କରସକଳ ପାପରୁ ନିସ୍ତର
Couplet 171
ଯେ ପାପ ଅଛି ତୋର ମନେଖଣ୍ଡିବୁ ଗଙ୍ଗା ଦରଶନେ
Couplet 172
ସ୍ନାନେ ନିର୍ମଳ ଚିତ୍ତ କରିମୋ' ନାମ ହୃଦୟେ ସୁମରି
Couplet 173
ଭକ୍ଷିବୁ ଶାକ-କନ୍ଦମୂଳପିନ୍ଧିବୁ ବୃକ୍ଷର ବକଳ
Couplet 174
ଶୀତ ବରଷା ଗ୍ରୀଷ୍ମକାଳେବସିବୁ ସମାଧି ନିଶ୍ଚଳେ
Couplet 175
ଶାନ୍ତ ସଂଯତ ସାଧୁ ହୋଇମୋର ଚରଣେ ଚିତ୍ତ ଦେଇ
Couplet 176
ଜ୍ଞାନ ବିଜ୍ଞାନ ସମମତିମୋ' ପାଦେ ମନ ବୁଦ୍ଧି ଚିନ୍ତି
Couplet 177
ମୁଁ ଯାହା କହିଅଛି ତୋତେବିଚାର କରି ତା' ସୁଚିତ୍ତେ
Couplet 178
ମୋତେ ସମର୍ପି ବାକ୍ୟ-ମନନିରତେ ସାଧି ମୋର ଧର୍ମ
Couplet 179
ତ୍ରିଗୁଣ ତେଜି ଅନ୍ତଃକାଳେପଶିବୁ ମୋ' ପାଦକମଳେ
Couplet 180
ଏବେ ତୁ ଶୀଘ୍ର ଚଳ ଏକାଆଶ୍ରମ ନାମ ବଦରିକା
Couplet 181
ତକ୍ଷଣେ ଆଜ୍ଞା ଶିରେ ଧରିକୃଷ୍ଣଙ୍କୁ ପ୍ରଦକ୍ଷିଣ କରି
Couplet 182
ଭାବେ ସେ କଲା ନମସ୍କାରକାନ୍ଦେ ଚରଣେ ଦେଇ ଶିର
Couplet 183
ପଡ଼ି ଲୋଟଇ ଭୂମିଗତେଅଜ୍ଞାନ ମୋହାଚ୍ଛନ୍ନ ଚିତ୍ତେ
Couplet 184
ଦେହ-ଜୀବନ ଜ୍ଞାନ ନାହିଁକାତରେ କମ୍ପେ ତା'ର ଦେହୀ
Couplet 185
କ୍ଷଣକେ ବିଚ୍ଛେଦ-କାତରେରୋଦନ କରେ ଉଚ୍ଚସ୍ୱରେ
Couplet 186
କୃଷ୍ଣଙ୍କୁ ଚାହିଁ କମ୍ପେ ଦେହୀବଦନୁ ବାକ୍ୟ ନ ସ୍ପୁରଇ
Couplet 187
ଉଠି କୃଷ୍ଣଙ୍କୁ ବୋଲେ ବାଣୀମୋତେ କି ଭଣ୍ଡୁ ଚକ୍ରପାଣି
Couplet 188
ସକଳ ତୀର୍ଥ ତୋ'ଚରଣେବଦ୍ରିକା ଯିବି କି କାରଣେ
Couplet 189
ଆଶ୍ରମ ନାମ ବଦରିକାସେ କି ତୋ' ଚରଣୁଁ ଅଧିକା
Couplet 190
ତୋତେ ନ ଦେଖି ନରହରିଜୀବନ ନ ପାରିବି ଧରି
Couplet 191
କୃଷ୍ଣ ବୋଲନ୍ତି ପୁଣପୁଣିଉଦ୍ଧବ କାନ୍ଦେ ତା ନ ଶୁଣି
Couplet 192
ଦେଖି ଉଦ୍ଧବର କାତରଦୟାସାଗର ଦାମୋଦର
Couplet 193
ରତ୍ନପାଦୁକା ପାଦୁଁ ଫେଇଉଦ୍ଧବ କରେ ଦେଲେ ନେଇ
Couplet 194
ବୋଇଲେ ପ୍ରଭୁ ବନମାଳୀଉତ୍ତରପଥେ ଯାଅ ଚଳି
Couplet 195
ଏ ପାଦତଳେ ତପ ଦାହିଅନ୍ତେ ପାଇବୁ ମୋତେ ତୁହି
Couplet 196
ଏମନ୍ତ କହୁଁ ନାରାୟଣଉଦ୍ଧବ କଲା ପ୍ରଦକ୍ଷିଣ
Couplet 197
ବେନି ପାଦୁକା ମୁଣ୍ଡେ ଧରିଉଦ୍ଧବ ଶୋକ ହୃଦେ ଭରି
Couplet 198
ତକ୍ଷଣେ ଛାଡ଼ି ମୋହ-ପାଶଧନ କୁଟୁମ୍ବ ଦାରା ଦାସ
Couplet 199
ପ୍ରାଣ ଆକୁଳ ଶୋକଭରେଉଦ୍ଧବ ଗଲା ଧୀରେ ଧୀରେ
Couplet 200
ହରିଙ୍କି ହୃଦୟ-କମଳେଆରାଧି ଜ୍ଞାନଯୋଗ ବଳେ
Couplet 201
ଉତ୍ତରମୁଖେ ଚଳିଯା'ନ୍ତେନୟନୁ ଅଶ୍ରୁ ଗଳେ ପଥେ
Couplet 202
କୃଷ୍ଣର ବିଚ୍ଛେଦ-କାତରେକରଯୁଗଳ ତାଡେ଼ ଶିରେ
Couplet 203
ବିକଳେ ଉଦ୍ଧବ ଚଳନ୍ତେମିଳିଲା ବଦରିକା ତୀର୍ଥେ
Couplet 204
ତପଆରାଧି ବନବାସେଯେମନ୍ତେ କୃଷ୍ଣ ଉପଦେଶେ
Couplet 205
ତପ ସମାଧି ଯୋଗବଳେଭକତି ବିସ୍ତାରି ଶୟଳେ
Couplet 206
ଭକତ ମଧ୍ୟେ ଶ୍ରେଷ୍ଠ ହୋଇଅନ୍ତେ ପରମଗତି ପାଇ
Couplet 207
ଦୟାଗାସର ନରହରିସ୍ୱଯଶ ଜଗତେ ବିସ୍ତାରି
Couplet 208
ସ୍ୱଭାବେ କୃଷ୍ଣ ଧର୍ମସେତୁସଂସାର-ଉଦ୍ଧାରଣ ହେତୁ
Couplet 209
ତା'ର ଇଙ୍ଗିତ କେବା ଜାଣେମହିମା ନିଗମ ବଖାଣେ
Couplet 210
କହନ୍ତି ବ୍ୟାସଙ୍କର ସୁତଶୁଣ ହୋ ରାଜା ପରୀକ୍ଷିତ
Couplet 211
ଗୋବିନ୍ଦ ନିଜଭୃତ୍ୟ ଅର୍ଥେଯାହା କହିଲେ ଜ୍ଞାନପଥେ
Couplet 212
ଅମୃତରସମୟ ବାଣୀଉଦ୍ଧବ ନିସ୍ତରିଲା ଶୁଣି
Couplet 213
ଯେ ପ୍ରାଣୀ ଶୁଣେ ଏହା କର୍ଣ୍ଣେହୃଦେ ଭକତି ଅନୁମାନେ
Couplet 214
ଆନନ୍ଦରସ ସୁଧାନିଧିଏଥେ ଯେ ବୁଡେ଼ ନିରବଧି
Couplet 215
ଶ୍ରଦ୍ଧା-ଭକତି-ଭାବେ ନିତିଶୁଣନ୍ତେ ନ ଲାଗେ ଦୁର୍ଗତି
Couplet 216
ସୁଖେ ସେ ଭବସିନ୍ଧୁ ତରେତା'ସଙ୍ଗେ ସଂସାରୁ ନିସ୍ତରେ
Couplet 217
ନିଜ ଭକତଜନ ଅର୍ଥେଭୃଙ୍ଗର ପ୍ରାୟ ବେଦପଥେ
Couplet 218
ସାର ଉଦ୍ଧାରି ଦାମୋଦରଉଦ୍ଧବେ ଦେଲେ ସୁଧାଧାର
Couplet 219
ଜ୍ଞାନ-ବିଜ୍ଞାନ-ସାର ଯେତେଉଦ୍ଧବ ସଞ୍ଚିଲା ଜଗତେ
Couplet 220
ଏ ଯେ ଶ୍ରୀକୃଷ୍ଣ ମୁଖସୁଧାପିବନ୍ତେ ତୁଟେ ଭବବାଧା
Couplet 221
ସେ ଆଦି-ଅନାଦି-ନିଧାନସ୍ୱଭାବେ ପୁରୁଷ ଉତ୍ତମ
Couplet 222
ସେ ନନ୍ଦନନ୍ଦନର ପାଦେଭକତି ଲଭେ ଅପ୍ରମାଦେ
Couplet 223
ବୋଲଇ ବିପ୍ର ଜଗନ୍ନାଥଶ୍ରୀଏକାଦଶେ ଭାଗବତ
Couplet 224
ଉଦ୍ଧବ ଗଲେ ଯେଉଁ ଦାଣ୍ଡେସେ ରେଣୁ ପଡ଼ୁ ମୋର ମୁଣ୍ଡେ
Couplet 225
ଭକତଜନ ପାଦେ ପଡ଼ିଏ ବର ମାଗେ କରଯୋଡ଼ି
Couplet 226
ପାମର ହୀନଜ୍ଞାନ ମୋରସୁଜନେ ଦୋଷ କ୍ଷମାକର
Couplet 227
କୃଷ୍ଣଚରଣେ ନାନାମତେଭକତି ହେଉ ଦୃଢଚିତ୍ତେ
Couplet 228
ଭକତେ ଏହି ଭାବେ ମିଶପାଇବ କୃଷ୍ଣ-ସୁଧା-ରସ