Skandha 11
Adhyaya 29
Couplet 1
କହନ୍ତି ପ୍ରଭୁ ଭଗବାନଉଦ୍ଧବ ସ୍ଥିର କର ମନ
Couplet 2
ଏ ମାୟା-ନିର୍ମିତ ସଂସାରେପ୍ରାଣୀ ସକଳ କର୍ମ କରେ
Couplet 3
ନିଜ ସ୍ୱଭାବେ ଅଲଘିଂତଏ ଘେନି ଯେ ହୋଏ ପଣ୍ଡିତ
Couplet 4
ନିନ୍ଦା-ପ୍ରଶଂସା ନ କରନ୍ତିସାକ୍ଷୀଙ୍କ ପ୍ରାୟ ସେ ଦେଖନ୍ତି
Couplet 5
ଏଣୁ ସାଧବ-ପ୍ରାଣୀଙ୍କରସଂସାରେ ନାହିଁ ନିଜ ପର
Couplet 6
ସକଳ ଜନ୍ତୁ ଏକଭାବପ୍ରକୃତି-ପୁରୁଷ ସମ୍ଭବ
Couplet 7
ଯେ ଧର୍ମ ସ୍ୱଭାବ ଆଚାରନିନ୍ଦା-ପ୍ରଶଂସା ତାହାଙ୍କର
Couplet 8
ଯେ କରେ ଜ୍ଞାନଭ୍ରଷ୍ଟ ପଣେନିଷ୍ଠୁର ଅସତ୍ୟ-ଭାଷଣେ
Couplet 9
ଅଜ୍ଞାନେ କଳ୍ପେ ନାନାଅଙ୍ଗଜୀବନ୍ତେ ନୋହେ ନିଦ୍ରାଭଙ୍ଗ
Couplet 10
ଏଣୁ ହୋ ପର ଗୁଣ-ଦୋଷବିଚାର ନ କରି ବିଶେଷ
Couplet 11
ଉଦ୍ଧବ ଶୁଣୁ ଯେତେ କର୍ଣ୍ଣେଯେ ଅବା ଦେଖୁ ତୁ ନୟନେ
Couplet 12
ଯେ କିଛି ଉଚ୍ଚାରୁ ବଦନେଯେ ଅବା ଚିନ୍ତୁ ମନେ ଧ୍ୟାନେ
Couplet 13
ଯେ ଅବା ଭଲ-ମନ୍ଦ ଜନେନ୍ୟାୟ-ବିଚାର ଅନୁମାନେ
Couplet 14
ଏ ସର୍ବ ସତ୍ୟ ନୋହେ କିଛିକେବଳ ମାୟା ମାତ୍ର ଲକ୍ଷ୍ୟି
Couplet 15
ଆଭାସ ଛାୟା ପ୍ରତିସ୍ୱନଅବସ୍ତୁଠାରେ ବସ୍ତୁଜ୍ଞାନ
Couplet 16
ଭୟ-ମୋହକୁ ଜନମାନ୍ତିତେସନେ ଦେହ ଆଦି ଭ୍ରାନ୍ତି
Couplet 17
ଏଣୁ ହୋ ମିଥ୍ୟା-ଜ୍ଞାନ ଲାଭେଏ ଜୀବ ଜନ୍ମମୃତ୍ୟୁ ଲଭେ
Couplet 18
ତୁ ଅବା ବୋଲିବୁ ଏମନ୍ତେଏ ସର୍ବ ସତ୍ୟ ଶ୍ରୁତିପଥେ
Couplet 19
ଦେବ ବଚନେ ଅନୁମାନେସତ୍ୟ ନ କହେ ଆତ୍ମାବିନେ
Couplet 20
ଏ ଆତ୍ମା ହର୍ତ୍ତାକର୍ତ୍ତା ଦାତାଆତ୍ମା ଈଶ୍ୱର ପିତାମାତା
Couplet 21
ସୃଷ୍ଟି ପାଳନ ସଂହାରଣଏ ସର୍ବ ଆତ୍ମାର ଭିଆଣ
Couplet 22
ଏଣୁ ଅଶେଷ ଚରାଚରେଆତ୍ମା ହୁଁ ସତ୍ୟ ନାହିଁ ପରେ
Couplet 23
ପ୍ରକୃତି ନିର୍ମିତ ସଂସାରଏଣୁ ଏ ତ୍ରିବିଧ ପ୍ରକାର
Couplet 24
ଆତ୍ମାର ସଙ୍ଗ ନାହିଁ ଏଣେଏମନ୍ତ ବିଚାରିଣ ମନେ
Couplet 25
ସକଳ ବୁଝି ଦୃଢଚିତ୍ତେଏ ଭ୍ରମ ଛାଡ଼ନ୍ତି ପଣ୍ଡିତେ
Couplet 26
ଏଣୁ ଏ ନିଜ ପର ଜ୍ଞାନନ କରି ନିନ୍ଦନ ସ୍ତବନ
Couplet 27
କେବଳ ଜ୍ଞାନ ଅନୁମାନେଥିବ ଭାସ୍କର ଯେହ୍ନେ ଶୂନ୍ୟେ
Couplet 28
ଆପଣେ କର ଅନୁମାନପ୍ରତ୍ୟକ୍ଷେ ଦେଖିଣ ନୟନ
Couplet 29
ଯେ ଅବା ବେଦର ବିଧାନସୁମରି ମୋହର ବଚନ
Couplet 30
ଯେ ଆଦି ମଧ୍ୟ ଅବସାନଅସତ୍ୟ ଦେଖି ତ୍ରିଭୁବନ
Couplet 31
ଏଣୁ ଅଶେଷ ଶଙ୍କା ତେଜିପଣ୍ଡିତ ରହେ ଜ୍ଞାନ ବୁଝି
Couplet 32
ଏମନ୍ତ କୃଷ୍ଣମୁଖୁଁ ଶୁଣିଉଦ୍ଧବ କହେ ମଞ୍ଜୁବାଣୀ
Couplet 33
ମନ ସଂଶୟେ କରଯୋଡ଼ିକହେ ଗୋବିନ୍ଦ ପାଦେ ପଡ଼ି
Couplet 34
ଶୁଣ ହେ ପ୍ରଭୁ ମାୟାଧରଏ ଯେବେ ଅସତ୍ୟ ସଂସାର
Couplet 35
ନିର୍ଗୁଣ ନିର୍ବିକାର ଜୀବସର୍ବ ବ୍ୟାପକ ସଦାଶିବ
Couplet 36
ଏ ପଞ୍ଚଭୂତ କଳେବରନିର୍ମିତ କ୍ଷଣିକ ଭଙ୍ଗୁର
Couplet 37
ଜନ୍ମ ମରଣ ଅନୁସରିକେ ପୁଣ ସଂସାରେ ସଂସାରୀ
Couplet 38
କହ ହେ ପ୍ରଭୁ ବିଶ୍ୱେଶ୍ୱରଏ ମୋର ଭ୍ରମ ଯାଉ ଦୂର
Couplet 39
ଆତ୍ମା ନିର୍ଗୁଣ ନିରଞ୍ଜନନିତ୍ୟ ସାତ୍ତ୍ୱିକମୟ ବ୍ରହ୍ମ
Couplet 40
ଏ ଆତ୍ମା ସର୍ବଭୂତେ ବସେଆଦିତ୍ୟ ଯେସନେ ଆକାଶେ
Couplet 41
ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେଜଳନ୍ତେ ଦେଖି ଅନୁମାନେ
Couplet 42
ଆତ୍ମା ପ୍ରକାଶ ଏହିମତେପ୍ରତ୍ୟକ୍ଷେ ଦେଖି ଏ ଜଗତେ
Couplet 43
ସ୍ୱଭାବେ ଆତ୍ମା ସର୍ବପୂର୍ଣ୍ଣସାକ୍ଷୀ-ସ୍ୱରୂପ ନିରଞ୍ଜନ
Couplet 44
ସେ ଯେବେ ରହେ ନିଜପୁରେଜନ୍ମ ମରଣ କେ ସଞ୍ଚରେ
Couplet 45
ଆତ୍ମା ଅଖଣ୍ଡ-ନିରଞ୍ଜନସ୍ୱଭାବେ ଦେହ ଅଚେତନ
Couplet 46
ଏଣୁ ଏ ସଂସାର କାହାରନିଶ୍ଚୟ କହ ଦାମୋଦର
Couplet 47
ଉଦ୍ଧବ ବାକ୍ୟ ଶୁଣି ହସିକହନ୍ତି ପ୍ରଭୁ ବ୍ରହ୍ମରାଶି
Couplet 48
ଯାବତ ଦେହେ ଅହଙ୍କାରଇନ୍ଦ୍ରିୟ ପ୍ରାଣରେ ସଂଚାର
Couplet 49
ତାବତ ଜୀବ ସଞ୍ଚରଇଯେଣୁ ଏହାଙ୍କ ସଙ୍ଗେ ଥାଇ
Couplet 50
ଆତ୍ମା ସ୍ୱଭାବେ ନିରଞ୍ଜନନ ଦେଖି ସଂସାର-ଘଟନ
Couplet 51
ଏହାଙ୍କ ସଙ୍ଗେ ମୂଢପଣେସଂସାରେ ଭ୍ରମେ ଅକାରଣେ
Couplet 52
ଜାଗ୍ରତ ପୁରୁଷ ଯେସନବିଷୟ କରେ ନିତ୍ୟେ ଧ୍ୟାନ
Couplet 53
ଶୟନ କାଳେ ସେ ସ୍ୱପନେଦେଖେ ବିବିଧ ଅର୍ଥ ଯେହ୍ନେ
Couplet 54
ଶୟନେ ସ୍ୱପ୍ନ ଯେବେ ଦେଖେଅସତ୍ୟ ସତ୍ୟ କରି ଲେଖେ
Couplet 55
ସେ ପୁଣି ନିଦ୍ରା ଅବସାନେସକଳ ମିଥ୍ୟା କରି ମଣେ
Couplet 56
ଏ ଘେନି ଲୋଭ ଭୟ କ୍ରୋଧହରଷ ବିରସ ପ୍ରମାଦ
Couplet 57
ଏ ଆଦି ବିବିଧ ପ୍ରକାରେସର୍ବ ସମ୍ଭବ ଅହଙ୍କାରେ
Couplet 58
ଜନମ-ମୃତ୍ୟୁ ଆଦି ଯେତେଆତ୍ମାର ନୋହେ କଦାଚିତେ
Couplet 59
ଦେହ ଇନ୍ଦ୍ରିୟ ମନ ପ୍ରାଣଏଣେ ଯାହାର ଅଭିମାନ
Couplet 60
ସେ ଜୀବ ରୂପେ ସୂକ୍ଷ୍ମ ଦେହେତ୍ରିଗୁଣେ ଜନମୃତ୍ୟୁ ବହେ
Couplet 61
କାଳର ବଳେ ଏ ସଂସାରେଭ୍ରମେ ତ୍ରିଗୁଣ-ଅହଙ୍କାରେ
Couplet 62
ଏ ଅହଙ୍କାର ବନ୍ଧ କହିନିବୃତ୍ତି ମୁକତି ବୋଲାଇ
Couplet 63
ମୂଳ ଏହାର ଅପ୍ରକାଶବିବିଧ ରୂପେ ହୋଏ ଦୃଶ୍ୟ
Couplet 64
ମନ-ବଚନ-ଦେହ-ପ୍ରାଣେପ୍ରକାଶ ହୋଏ ନାନା କର୍ମେ
Couplet 65
ଯେ' ପାରେ ଗୁରୁ ଆଶ୍ରେ କରିଜ୍ଞାନ-ଖଡ଼ଗ କରେ ଧରି
Couplet 66
ନିବୃତ୍ତି କରି ବୁଦ୍ଧିମାନତେଜଇ ସେ ଦୃଢ-ବନ୍ଧନ
Couplet 67
ତୃଷା ବର୍ଜିତ ନିର୍ବିକାରେଆନନ୍ଦେ ଭ୍ରମଇଁ ସଂସାରେ
Couplet 68
ବେଦ ତପସ୍ୟା ପ୍ରତ୍ୟକ୍ଷରେଗୁରୁବଚନ ତର୍କଦ୍ୱାରେ
Couplet 69
ବିଚାରି ଜାଣିବ ନିରୋଳେଯେ ଥାଇ ଆଦି ଅନ୍ତଃକାଳେ
Couplet 70
ଈଶ୍ୱର ସର୍ବହେତୁ ସେହିମଧ୍ୟେ ସେ ଜଗତ ବୋଲାଇ
Couplet 71
ଏଣେ ବିବେକ ଯା'ର ହୋଇଜାଣିବ ଜ୍ଞାନୀ ସେ ଅଟଇ
Couplet 72
ସୁବର୍ଣ୍ଣେ ନାନା ଦ୍ରବ୍ୟ ଯେହ୍ନେଧରଇ ନାନା ରୂପ ଭିନ୍ନେ
Couplet 73
ରୂପ ବିନାଶେ ସେ ସୁବର୍ଣ୍ଣଏ ଭାବେ ଜଗତ ଅଭିନ୍ନ
Couplet 74
ମୋହର ତହୁଁ ସମ୍ଭବଇକାଳେ ପ୍ରବେଶ ମୋ'ର ତହିଁ
Couplet 75
ଜାଗ୍ରତ-ସ୍ୱପ୍ନ-ସୁଷୁପ୍ତିରେକି ଅବା ସମାଧି ବିଧିରେ
Couplet 76
କାର୍ଯ୍ୟକାରଣ କର୍ତ୍ତା ରୂପେଜଗତ ମଧ୍ୟେ ଯେହୁ ବ୍ୟାପେ
Couplet 77
ପରମବ୍ରହ୍ମ ସତ୍ୟ ସେହିଉଦ୍ଧବ ସାକ୍ଷୀରୂପେ ଥାଇ
Couplet 78
ଆଗେ ନ ଥିଲା ପଛେ ନାହିଁମଧ୍ୟରେ ନାମମାତ୍ର ଥାଇ
Couplet 79
କର୍ତ୍ତା କାରଣୁଁ ସମ୍ଭବଇଭିନ୍ନ ନାମରେ ପ୍ରକାଶଇ
Couplet 80
ଉଦ୍ଧବ ଅସତ୍ୟ ସେ ଜାଣକର୍ତ୍ତା କାରଣୁ ନୋହେ ଭିନ୍ନ
Couplet 81
ରାଜସ ବିକାର ଜଗତସର୍ଜନା ଅଟେ ପଞ୍ଚଭୂତ
Couplet 82
ବ୍ରହ୍ମା ଅଟନ୍ତି ସ୍ୱୟଂଜ୍ୟୋତିଏଣୁ ସେ ନିଜେ ପ୍ରକାଶନ୍ତି
Couplet 83
ଇନ୍ଦ୍ରିୟ ଅର୍ଥ ଆତ୍ମା ମନଏ ଆଦି ନୋହେ ବିଦ୍ୟମାନ
Couplet 84
ତଥାପି ବ୍ରହ୍ମମୟ ଏହିଯେଣୁ ପ୍ରକାଶ ତା'ର ହୋଇ
Couplet 85
ଏ ରୂପେ ବ୍ରହ୍ମ ବିବେକରେଗୁରୁବଚନ ଧରି ଶିରେ
Couplet 86
ଜାଣିଣ ବ୍ରହ୍ମକୁ ସାକ୍ଷାତେଇନ୍ଦ୍ରିୟ ଭୋଗ ଛାଡ଼ି ଚିତ୍ତେ
Couplet 87
ଦେହାତ୍ମଭାବ ପରିହରିବ୍ରହ୍ମ ଆନନ୍ଦେ ମୋଦଭରି
Couplet 88
ଆତ୍ମସନ୍ଦେହ ତେଜି ଦୂରେଆନନ୍ଦେ ଭ୍ରମିବ ସଂସାରେ
Couplet 89
ଦେହ ଇନ୍ଦ୍ରିୟ ଦେହୀ ପ୍ରାଣପବନ ଜଳ ହୁତାଶନ
Couplet 90
କ୍ଷିତି ଗଗନ ଅହଂକୃତିବୁଦ୍ଧି ତନମାତ୍ରା ପ୍ରକୃତି
Couplet 91
ଏ କେହି ଆତ୍ମା ନୋହେ ଜାଣଅନ୍ନବିକାର ଏ ପ୍ରମାଣ
Couplet 92
ଏଣେ ବିବେକ ଅଟେ ଯା'ରସେ ପ୍ରାଣୀ ଜ୍ଞାନବନ୍ତ ନର
Couplet 93
ମୋ'ର ସ୍ୱରୂପ ହୃଦେ ଯା'ରପ୍ରକାଶ ହୋଏ ନିରନ୍ତର
Couplet 94
ତାହାର ଇନ୍ଦ୍ରିୟ ସକଳେଆୟତ୍ତ ହେଲେ ବା ନ ହେଲେ
Couplet 95
ତହିଁରେ ତାର ଗୁଣଦୋଷକି ଅବା ହୋଇବ ପ୍ରକାଶ
Couplet 96
ମେଘ ଢାଙ୍କଇ କିବା ନାହିଁରବିର ହାନି ଲାଭ କାହିଁ
Couplet 97
ଆକାଶେ ଯେହ୍ନେ ଅଗ୍ନି ଜଳେପବନ ସେ ଆକାଶେ ଚଳେ
Couplet 98
ଧୂଳିରେ ଧୂସର ଦିଶଇକି ଅବା ଜଳ ବରଷଇ
Couplet 99
କି ଅବା ଷଡ଼ଋତୁ ଗୁଣଉଷ୍ଣ ଶୀତଳ ଆଦି ପୁଣ
Couplet 100
ଆକାଶେ ଗତାଗତ ହୋନ୍ତିଯେହ୍ନେ ଆକାଶେ ନ ଲାଗନ୍ତି
Couplet 101
ତେହ୍ନେ ତ୍ରିଗୁଣ ଅହଙ୍କାରଯେବା ସଂସାର ବ୍ୟବହାର
Couplet 102
ଏଣେ ମୋହର ସଙ୍ଗ ନାହିଁଅକ୍ଷୟ ପରଂବ୍ରହ୍ମ ମୁହିଁ
Couplet 103
ତଥାପି ଯାବତ ମୋ'ଠାରେସୁଦୃଢ ଭକ୍ତିଯୋଗ ବଳେ
Couplet 104
ରାଜସ-ରୂପ-ମନ-ମୂଳନିବୃତ୍ତ ନୁହଁନ୍ତି ସକଳ
Couplet 105
ତାବତ ମାୟାଗୁଣ ସଙ୍ଗବିଷୟ କର ପରିତ୍ୟାଗ
Couplet 106
ଯେସନେ ଦେହେ ବ୍ୟାଧିଶେଷଅପଥ୍ୟେ ବଢଇ ବିଶେଷ
Couplet 107
ତେସନେ ବିଷୟର ସଙ୍ଗକୁଯୋଗୀ ଯୋଗ କରେ ଭଙ୍ଗ
Couplet 108
ଯେ ଯୋଗୀ ଯୋଗମାର୍ଗେ ଥା'ନ୍ତିଦେବେ ତାହାଙ୍କ ବିଘ୍ନ ଚିନ୍ତି
Couplet 109
କପଟେ ମନୁଷ୍ୟ ରୂପରେତାହାଙ୍କୁ ଯୋଗଭ୍ରଷ୍ଟ କରେ
Couplet 110
ସେ ପୁଣି ପାଇ ଦେହାନ୍ତରପ୍ରାକ୍ତନ ବଳେ ବାରମ୍ବାର
Couplet 111
ଯୋଗ ଅଭ୍ୟାସେ ହୋଇ ରତନୁହଇ କେବେ କର୍ମତନ୍ତ୍ର
Couplet 112
କର୍ମର ବଳେ ଜନ୍ମ ମୃତ୍ୟୁକର୍ମେ ସଂସାରେ ପଡେ଼ ଜନ୍ତୁ
Couplet 113
ଯେବେ ତା ଜ୍ଞାନ ଉଦେ ହୋଇପୁଣି ସଂସାରେ ନ ପଡ଼ଇ
Couplet 114
ଛାଡ଼ଇ ଦେହାଦିର ଧର୍ମଅଖଣ୍ଡ ସୁଖରେ ନିମଗ୍ନ
Couplet 115
ଆସନ ଶୟନ ଗମନମଳ ମୂତ୍ରାଦି ବିସର୍ଜନ
Couplet 116
ଦର୍ଶନ ସ୍ପର୍ଶନ ଭୋଜନଏ ଦେହ ସ୍ୱାଭାବିକ ଧର୍ମ
Couplet 117
ଏଣେ ତା ଦୃଷ୍ଟି ହିଁ ନ ଥାଇଆତ୍ମା ପ୍ରକାଶ ଯା'ର ହୋଇ
Couplet 118
ଅସତ୍ୟ ଇନ୍ଦ୍ରିୟଙ୍କ ଅର୍ଥଯେବେ ହୁଅଇ ଚିତ୍ତେ ଜାତ
Couplet 119
ସ୍ୱପନେ ନାନାକାର ଯେହ୍ନେଛାଡ଼ଇ ଅନୁମାନେ ତେହ୍ନେ
Couplet 120
ଆତ୍ମା ବାହାରେ ଆନ ସତ୍ୟନ ମଣେ ଯେ ଜନ ପଣ୍ଡିତ
Couplet 121
ଆତ୍ମାର ବନ୍ଧନ ମୁକତିଅଜ୍ଞାନ ବଳରୁ ପ୍ରତୀତି
Couplet 122
ଅଜ୍ଞାନ ନିବର୍ତ୍ତିଲେ ଜ୍ଞାନେଆତ୍ମାକୁ ନିର୍ବିକାର ଜାଣେ
Couplet 123
ସୂର୍ଯ୍ୟ ଉଦୟେ ତମ ନାଶେଜଗତ ସ୍ୱରୂପେ ପ୍ରକାଶେ
Couplet 124
ନ ଥାଏ କିଛି ତା' ବିକାରକେବଳ ପ୍ରକାଶ ମାତର
Couplet 125
ତେସନେ ମୋର କୃପାଦୃଷ୍ଟିଖଣ୍ଡଇ ସକଳ ଅରିଷ୍ଟି
Couplet 126
ଅଜ୍ଞାନ ତମ ଯାଏ ଦୂରଦିଶଇ ଆତ୍ମା ନିର୍ବିକାର
Couplet 127
ଏ ଆତ୍ମା ସ୍ୱୟଂ ଜ୍ୟୋତିଷ୍ମନ୍ତଅଜ ଅପ୍ରମେୟ ଅନନ୍ତ
Couplet 128
ଯେ ଦେଶକାଳ-ପରିଚ୍ଛିନ୍ନନାହିଁ ଯା' କ୍ଷୟବୃଦ୍ଧିମାନ
Couplet 129
ଏକ ଦ୍ୱିତୀୟ ନାହିଁ ଯା'ରମନ ବଚନେ ଅଗୋଚର
Couplet 130
ତା'ର ଚାଳନେ ବାକ୍ୟ ପ୍ରାଣସଂସାରେ ସଂଚରନ୍ତି ଜନ
Couplet 131
ଯେ ଏକଆତ୍ମା ବ୍ରହ୍ମରୂପତା'ଠାରେ କରନ୍ତି ବିକଳ୍ପ
Couplet 132
ଯେତେ ଏ ବିକଳ୍ପ ସଞ୍ଚାରଆତ୍ମା ଆଶ୍ରୟ ଏହାଙ୍କର
Couplet 133
ରଜତ ଭ୍ରମ ପ୍ରାଣୀ ମନେକାହୁଁ ହୋଇବ ଶୁକ୍ତି ବିନେ
Couplet 134
ଏଣୁ ଏ ଆତ୍ମା ସତ୍ୟଧାମବିକଳ୍ପ ମନର ଯେ ଭ୍ରମ
Couplet 135
ନାମ ରୂପ ଯେ ପଞ୍ଚଭୂତଏଣେ ଯେ ଶରୀର ନିର୍ମିତ
Couplet 136
ତାହାକୁ ସତ୍ୟ ମନେକରିବେଦାନ୍ତ ତତ୍ତ୍ୱ ନ ବିଚାରି
Couplet 137
ପଣ୍ଡିତ ପଣେ ଅହଙ୍କାରେବିଅର୍ଥେ ଅର୍ଥବାଦ କରେ
Couplet 138
ଅପକ୍ୱଯୋଗ-ଯୋଗୀଙ୍କରଯେ ବିଘ୍ନ ଶରୀରୁ ବାହାର
Couplet 139
ସେ ବିଘ୍ନ ଯେଣେ ନାଶ ଯାଇସେ ବିଧି ଶୁଣ ମୁଁ କହଇ
Couplet 140
ଶୀତ ତପତି ଦେହକ୍ଳେଶଯେ ଅବା ବାତ ଆଦି ଦୋଷ
Couplet 141
ନାଶିବ ଯୋଗ-ଧାରଣାରେଯେ ପ୍ରଣାୟାମ ଆସନରେ
Couplet 142
ତପରେ ତାପ ମନ୍ତ୍ରେ ଗ୍ରହଔଷଧେ ସର୍ପ ଆଦି ଭୟ
Couplet 143
ଏମନ୍ତେ ବିଘ୍ନକୁ ନିବାରିଯୋଗ ସାଧିବ ଯତ୍ନ କରି
Couplet 144
ମୋ ଧ୍ୟାନ ନାମ ସଙ୍କୀର୍ତ୍ତନେନାଶିବ କାମ ଆଦି ବିଘ୍ନେ
Couplet 145
ଭକ୍ତ-ଯୋଗୀଙ୍କ ସେବା ଭାବେନାଶିବ ମାନ-ମଦ-ଦମ୍ଭେ
Couplet 146
କେ ଅବା ଏ ସବୁ ଉପାୟେଦୃଢ କରିଣ ଯୁବା ଦେହେ
Couplet 147
ପ୍ରବେଶ ପରକାୟ ଆଦିଯୋଗେ ସାଧନ୍ତି ସର୍ବସିଦ୍ଧି
Couplet 148
ଫଳର ପ୍ରାୟେ ଏ ଶରୀରବୃକ୍ଷର ପ୍ରାୟ ଆତ୍ମା ଚିର
Couplet 149
ଏଣୁ ପଣ୍ଡିତମାନଙ୍କରଦେହରେ ନ ଥାଇ ଆଦର
Couplet 150
ଦେହର ବିଘ୍ନନାଶ ଅର୍ଥେକେ ଅବା ସାଧଇ ନିରତେ
Couplet 151
ଯେ ଅବା ବୁଦ୍ଧିମନ୍ତ ଜନେନ କରି ଶ୍ରଦ୍ଧା ଦେହଧର୍ମେ
Couplet 152
ଏ ଯୋଗେ ନ ବଳାଇ ଚିତ୍ତଶରଣ ମୋ'ର ପାଦଗତ
Couplet 153
ମୋ'ର ଆଶ୍ରୟ ହୋଇ ଯୋଗୀଯୋଗସାଧନେ ଯେବେ ଲାଗି
Couplet 154
ବିଘ୍ନ ତାହାକୁ ନ ଲାଗଇପରମ ଆନନ୍ଦେ ରମଇ
Couplet 155
ଏ ରୂପେ ଜ୍ଞାନଯୋଗ ହରିଉଦ୍ଧବେ କହିଲେ ବିସ୍ତାରି
Couplet 156
ଚିତ୍ତେ ଯେ ଥିଲା ଅହଙ୍କାରଗୋବିନ୍ଦ ତାହା କଲେ ଦୂର
Couplet 157
ପରମଜ୍ଞାନ-ଉପଦେଶେଗୋବିନ୍ଦ ଖଣ୍ଡିଲେ ବିଶେଷେ
Couplet 158
ସଂସାରଭାବ ଭାବଗ୍ରାହୀଅଜ୍ଞାନ-କଳ୍ପିତ ବୁଝାଇ
Couplet 159
ଉଦ୍ଧବ ଚିତ୍ତେ ମୋହପାଶିଜ୍ଞାନ ଖଡ଼ଗେ ତାହା ନାଶି
Couplet 160
ଜ୍ଞାନ ବୁଝାଇ ଭାବବଶେଭକତିଯୋଗ କହି ଶେଷେ
Couplet 161
କୃଷ୍ଣଚରିତ ଭାଗବତକହଇ ଦାସ ଜଗନ୍ନାଥ
Couplet 162
ସଂସାାରଜନେ ଏହା ଶୁଣିତରିବେ ଭବତରଙ୍ଗିଣୀ