Skandha 11
Adhyaya 28
Couplet 1
ଉଦ୍ଧବ କୃଷ୍ଣର ବଚନେଚିତ୍ତେ ଭକତି ଅନୁମାନେ
Couplet 2
ବୋଲଇ କୃଷ୍ଣ ମୁଖ ଚାହିଁଭୋ ନାଥ ଶୁଣ ଭାବଗ୍ରାହୀ
Couplet 3
ଶରୀର ବହି ଏ ସଂସାରେଜୀବ ସକଳ କର୍ମ କରେ
Couplet 4
ତୁମ୍ଭ ଭକତିଯୋଗ ଯେତେମୋତେ କହିଲ ନାନାମତେ
Couplet 5
ମାୟା-ପ୍ରପଞ୍ଚ ଏ ଜଗତତୁମ୍ଭ ଚରଣ ମାତ୍ର ସତ୍ୟ
Couplet 6
ଭକତଜନ ତୋ' ପୟରେପୂଜନ୍ତି କେମନ୍ତ ପ୍ରକାରେ
Couplet 7
ବେଦ ଆଗମ ଶାସ୍ତ୍ରମତେପରମଧର୍ମ ଏ ଜଗତେ
Couplet 8
ବ୍ୟାସ ଅଙ୍ଗିରା ବ୍ରହ୍ମାସୁତଯେ ଧର୍ମ ତାହାଙ୍କର ମତ
Couplet 9
ସକଳ ଗ୍ରନ୍ଥ ଅବଧାରିସେ କର୍ମଯୋଗ ଅଧିକାରୀ
Couplet 10
କର୍ମ-ସାଧନ ନାନାମତେକହନ୍ତି ପ୍ରାଣୀ ଶ୍ରେୟ ଅର୍ଥେ
Couplet 11
ଧର୍ମ କରନ୍ତି ନାନାମତେଏବେ ମୁଁ ପଚାରଇଁ ତୋତେ
Couplet 12
ତୋ' ମୁଖକମଳୁ ଗଳିତଶୁଚି-ସୁରୁଚି-ସୁଲଳିତ
Couplet 13
ଏ କର୍ମଯୋଗ ତୁମ୍ଭେ ମୁଖେକହିଲ ମୁନିଙ୍କ ସମ୍ମୁଖେ
Couplet 14
ଏ କଥା ପାର୍ବତୀ ସମ୍ମୁଖେଈଶ୍ୱର କହିଛନ୍ତି ସୁଖେ
Couplet 15
ମୋ' ମନ ବିନା କର୍ମଯୋଗେସ୍ଥିର ନ ରହେ ହୃଦଭାଗେ
Couplet 16
ଏ କର୍ମଯୋଗ ଧର୍ମସାରସକଳ ବର୍ଣ୍ଣେ ଅଧିକାର
Couplet 17
ସ୍ତ୍ରୀ ଶୂଦ୍ର ଆଦି ଯେତେ ପ୍ରାଣୀତରନ୍ତି କର୍ମଯୋଗ ଜାଣି
Couplet 18
କେମନ୍ତେ ଜୀବକୁ ଉଦ୍ଧାରିଏ ଦେହେ ଭକ୍ତିଭାବ କରି
Couplet 19
ଏଥି ସଂଶୟ କହ ମୋତେଯେମନ୍ତେ ଯାଇ ମୁଁ ପରତେ
Couplet 20
ଏସନ ଶୁଣି ଜଗଦୀଶସଧୀରେ ମନ୍ଦମନ୍ଦ ହାସ
Couplet 21
ଅମଳ-କମଳ-ଲୋଚନଏ କର୍ମବନ୍ଧ ବିମୋଚନ
Couplet 22
ଶୁଣି ଉଦ୍ଧବ ବାକ୍ୟସାରବୋଲନ୍ତି ପ୍ରଭୁ ଦାମୋଦର
Couplet 23
ଶୁଣ ଉଦ୍ଧବ ଏକମନେଯାହା ପୁଚ୍ଛିଲୁ ସନ୍ନିଧାନେ
Couplet 24
ଉଦ୍ଧବ କର୍ମଯୋଗ-କଥାକେବା କଥନେ ସାମରଥା
Couplet 25
ଅନନ୍ତ ମହିମା କର୍ମରକେ କରିପାରିବ ଗୋଚର
Couplet 26
କିଛି କହିବା ସଂକ୍ଷେପରେଶୁଣ ଉଦ୍ଧବ ମନ ସ୍ଥିରେ
Couplet 27
ଯେ କର୍ମଯୋଗ - ପ୍ରକରଣଅଶେଷ ଜୀବ ପରିତ୍ରାଣ
Couplet 28
ଆଗମ-ନିଗମ-ପୁରାଣେସକଳ ଶାସ୍ତ୍ରେ ଯା' ବଖାଣେ
Couplet 29
ତ୍ରିବିଧ-ମତେ ସେ କହନ୍ତିମୋ' ପାଦପୂଜା ଅର୍ଥେ ଚିନ୍ତି
Couplet 30
ଏଣୁ ଯାହାର ଯେଣେ ଇଚ୍ଛାକରନ୍ତି ନାନାମତେ ଦୀକ୍ଷା
Couplet 31
ଅଶେଷ ଜନ୍ମ ପୁଣ୍ୟଭାଗ୍ୟେମୋତେ ପୂଜନ୍ତି କର୍ମଯୋଗେ
Couplet 32
ବ୍ରାହ୍ମଣକୂଳେ ଜନ୍ମ ହୋଇଯଜ୍ଞୋପବୀତ କନ୍ଧେ ବହି
Couplet 33
ଗୁରୁବଚନ ମନେ ଧରିଗାୟତ୍ରୀ ଉପଦେଶ କରି
Couplet 34
ଶ୍ରଦ୍ଧା-ଭକତି କରି ଚିତ୍ତେଯେ ଅବା ପୂଜିବ ଯେମନ୍ତେ
Couplet 35
ଶୁଣ ମୋ' ପୂଜାବିଧି ଯେତେଭାବେ କହିବା ତୋ' ଅଗ୍ରତେ
Couplet 36
ପ୍ରତିମା ସ୍ଥାପି ଭୂମିତଳେଅଥବା ସ୍ଥଣ୍ଡିଳେ ଅନଳେ
Couplet 37
ସୂର୍ଯ୍ୟେ ପୂଜିବ କିବା ଜଳେଅଥବା ହୃଦୟ-କମଳେ
Couplet 38
ଶ୍ରଦ୍ଧା-ଭକତି ଚିତ୍ତ ଯୁତେଦ୍ରବ୍ୟ ସମର୍ପି ନାନାମତେ
Couplet 39
ଗୁରୁଚରଣ ଭାବେ ଭଜିମୋତେ ପୂଜିବ ମାୟା ତେଜି
Couplet 40
ସ୍ୱଭାବେ ଶୁଚିମନ୍ତ ହୋଇଦନ୍ତ ବଦନ ଜଳେ ଧୋଇ
Couplet 41
ସ୍ନାନ କରିବ ଯଥାକାଳେପ୍ରଭାତେ ପୁଣ୍ୟ ନଦୀଜଳେ
Couplet 42
ବେଦ ଆଗମ ମନ୍ତ୍ରମତେସ୍ନାନ କରିବ ଶୁଦ୍ଧଚିତ୍ତେ
Couplet 43
ଯେ'ମୋତେ ଶ୍ରଦ୍ଧାରେ ପୂଜିବସେ ନିତ୍ୟକର୍ମ ନ ତେଜିବ
Couplet 44
କେବଳ ଈଶ୍ୱର-ଭାବନେସଙ୍କଳ୍ପ କରି ଶୁଦ୍ଧମନେ
Couplet 45
ଦାରୁପାଷାଣ ଧାତୁମୟୀଲେପ ଲେଖନ ମଣିମୟୀ
Couplet 46
ବାଲୁକାମୟୀ ମନୋମୟୀଏମନ୍ତ ପ୍ରତିମା ଭିଆଇ
Couplet 47
ଏ ଅଷ୍ଟପ୍ରକାରେ ପ୍ରତିମାସୁନ୍ଦର ସ୍ୱରୂପ ଉତ୍ତମା
Couplet 48
ଏ ବେନିମୂର୍ତ୍ତି ଚଳାଚଳବିଷ୍ଣୁର ପୂଜାର ମନ୍ଦିର
Couplet 49
ନିର୍ମାଣ କରି ବିଷ୍ଣୁରୂପେନିଶ୍ଚଳେ ପୂଜିବ ସମୀପେ
Couplet 50
ଯେ ଆବାହନ ବିସର୍ଜନଚଳ-ପ୍ରତିମାର ଅର୍ଚ୍ଚନ
Couplet 51
ଅଚଳେ ନ କରି ଏମନ୍ତଏ ବୁଧଜନଙ୍କର ମତ
Couplet 52
ଲେପ-ଲେଖନେ ଯେତେ ହୋଇସ୍ନାନ ମାର୍ଜନା ନ କରାଇ
Couplet 53
ସ୍ନାନ-ମାର୍ଜନେ ଇଚ୍ଛା ଯେବେଦର୍ପଣେ କରାଇବ ତେବେ
Couplet 54
ଯତ୍ନେ ଉତ୍ତମଦ୍ରବ୍ୟ ଆଣିପବିତ୍ର ଗନ୍ଧ ପୁଷ୍ପ ପାଣି
Couplet 55
ମାୟା ନ ଥିବ ଦେହ ମଧ୍ୟେବିଧାନେ ପୂଜିବ ଆନନ୍ଦେ
Couplet 56
ଯଦ୍ୟପି ଭକତ ଅଗ୍ରତେଯେ କିଛି ଲଭେ ଅଯାଚିତେ
Couplet 57
ତେଣେ ପୂଜିବ ନରହରିହୃଦେ ଭକତିଭାବ ଭରି
Couplet 58
ଦିବ୍ୟ-ପ୍ରତିମା ପୂଜି ଯେବେନାନା ଉପହାର ସ୍ୱଭାବେ
Couplet 59
ଚନ୍ଦନ ବସ୍ତ୍ର ଅଳଙ୍କାରଭକ୍ଷ୍ୟ-ଭୋଜନ ମନୋହର
Couplet 60
ସ୍ଥଣ୍ଡିଳେ ଯେବେ ପୂଜା କରିମନ୍ତ୍ରବେଭାରେ ନ୍ୟାସ କରି
Couplet 61
ଅନଳେ ପୂଜିବ ଯେ ମୋତେହୋମ କରିବ ମୂଳମନ୍ତ୍ରେ
Couplet 62
ରବି ପୂଜିବ ଅର୍ଘ୍ୟଜଳେମୁଁ ଥାଇ ଆଦିତ୍ୟ-ମଣ୍ଡଳେ
Couplet 63
ଏଣୁ ରସାଳ ଦ୍ରବ୍ୟ ଯେତେଦେବ-ଆଦିତ୍ୟ ମୁଖେ ମୋତେ
Couplet 64
ଜଳେ ପୂଜିବ ଜଳଦ୍ରବ୍ୟେଏ ମୋର ପୂଜାର ସ୍ୱଭାବେ
Couplet 65
ଦରିଦ୍ର ପ୍ରାଣୀ ଯେବେ ମୋତେଦୃଢେ ପୂଜଇ ଭାବ-ଚିତ୍ତେ
Couplet 66
ତାହାର ଜଳପୁଷ୍ପ ମୁହିଁଅଣୁ ପ୍ରମାଣେ ଯେବେ ପାଇ
Couplet 67
ସନ୍ତୋଷେ କରଇ ଆହାରଯେଣୁ ଭକତ ବନ୍ଧୁ ମୋର
Couplet 68
ସେ ଯେବେ ଅଣୁମାତ୍ରେ ଦେଇମୁଁ ତାହା ବହୁତେ ଘେନଇ
Couplet 69
ଯେ ମେରୁତୁଲ୍ୟ ନାନାଦ୍ରବ୍ୟେମୋତେ ସମର୍ପଇ ଅଭାବେ
Couplet 70
ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେମୁଁ ତାହା ଛୁଇଁବି କେମନ୍ତେ
Couplet 71
ସୁଗନ୍ଧ ପୁଷ୍ପ ଧୂପଦୀପବସ୍ତ୍ର ଭୂଷଣ ରତ୍ନକଳ୍ପ
Couplet 72
ତେଣେ ମୋ' ନାହିଁ ମନଶୁଦ୍ଧିଏବେ ହୋ ଶୁଣ ପୂଜାବିଧି
Couplet 73
ଯେ ଭାବେ ଯେମନ୍ତେ ପୂଜିଲେଜୀବ ନିସ୍ତାର ଲଭେ ଭଲେ
Couplet 74
ପବିତ୍ର ଜଳେ ସ୍ନାନ କରିବସ୍ତ୍ର ତିଳକ କୁଶ ଧରି
Couplet 75
ସକଳ ଦ୍ରବ୍ୟ ଅବଧାନେଘେନି ମିଳିବ ପୂଜାସ୍ଥାନେ
Couplet 76
ବ୍ରାହ୍ମଣ ପୂଜେ ଯେବେ ମୋତେଅଖଣ୍ଡ କୁଶ ଘେନି ହସ୍ତେ
Couplet 77
ମନ୍ତ୍ର ଉଚ୍ଚାରି ପୂର୍ବ ଅଗ୍ରେକୁଶ ସ୍ଥାପିବ ଭୂମିଭାଗେ
Couplet 78
ପୂର୍ବ-ଦିଗକୁ ମୁଖକରିବସିବ ଆସନ ଆବୋରି
Couplet 79
ଅଙ୍ଗ ଶୋଧିବ ଅଙ୍ଗନ୍ୟାସେମନ୍ତ୍ର ଉଚ୍ଚାରି ବେନିପାଶେ
Couplet 80
ମନ୍ତ୍ର ସୁମରି କୁଶ ନୀରେମାର୍ଜନା କରି ଆତ୍ମଶିରେ
Couplet 81
ପୂଜାର ଦ୍ରବ୍ୟ ପୂଜାଭୂମିମାର୍ଜିବ ଆପଣା ମୂର୍ଦ୍ଧନି
Couplet 82
ବାହ୍ୟ-ପବିତ୍ର କରି ଗାତ୍ରସମ୍ମୁଖେ ସ୍ଥାପି ତିନିପାତ୍ର
Couplet 83
କ୍ରମେ ସ୍ଥାପିବ ତିନିସ୍ଥାନଯେ ପାଦ୍ୟ ଅର୍ଘ୍ୟ ଆଚମନ
Couplet 84
ଓଁକାର ପୂର୍ବ ନମୋ ମନ୍ତ୍ରେଶୋଧନ କରି ପାଦ୍ୟପାତ୍ରେ
Couplet 85
ସ୍ୱାହା ସୁମରି ଅର୍ଘ୍ୟପାତ୍ରେପ୍ରୋକ୍ଷଣ କରିବ ପବିତ୍ରେ
Couplet 86
ତୃତୀୟ ଆଚମନ ପାତ୍ରେଜଳକ୍ଷେପିବ ଶିଖାମନ୍ତ୍ରେ
Couplet 87
ଗାୟତ୍ରୀ ମନ୍ତ୍ରେ ସର୍ବ ଦ୍ରବ୍ୟେଜଳ ସିଞ୍ଚିବ ଶୁଦ୍ଧଭାବେ
Couplet 88
ସଂପୁଟେ ଯୋଡ଼ି ବେନିକରଚିନ୍ତିବ ହୃଦୟ-କମଳ
Couplet 89
ମନ ପବନ କରି ସ୍ଥିରେବସିବ ପଦ୍ମ ଆସନରେ
Couplet 90
ପରମଆତ୍ମା ଦିବ୍ୟମୂର୍ତ୍ତିହୃଦୟପଦ୍ମ ମଧ୍ୟେ ଚିନ୍ତି
Couplet 91
ଲବ ନିମିଷ ଦଣ୍ଡମାତ୍ରେମୂର୍ତ୍ତି ନିଶ୍ଚଳ କରି ଗାତ୍ରେ
Couplet 92
ଏମନ୍ତ ଧ୍ୟାନ-ପୂଜା ସାରିପଛେ ମଣ୍ଡଳେ ପୂଜା କରି
Couplet 93
ସ୍ୱମନ୍ତ୍ରେ ଆବାହନ କରିଦେହେ ସ୍ଥାପିବ ମୁଦ୍ରା ଧରି
Couplet 94
ହୃଦୟ ଆଦି ଚାରିଦେଶେନ୍ୟାସ କରିବ ମନ୍ତ୍ରନ୍ୟାସେ
Couplet 95
ବିବିଧ-ଦ୍ରବ୍ୟ ଉପହାରେପୂଜା ପ୍ରକାଶିବ ବେଭାରେ
Couplet 96
ଯେ ପାଦ୍ୟ ଅର୍ଘ୍ୟ ଆଚମନମନ୍ତ୍ରେ କରିବ ନିବେଦନ
Couplet 97
ଧର୍ମାଦି ଅଷ୍ଟମୂର୍ତ୍ତି ଧ୍ୟାନେମନ୍ତ୍ରେ ସ୍ଥାପିବ ଯଥାସ୍ଥାନେ
Couplet 98
ବିମଳା ଆଦି ନବଶକ୍ତିନ୍ୟାସେ ପୂଜିବ ଯଥାସ୍ଥିତି
Couplet 99
ମଧ୍ୟେ କଳ୍ପିବ ଅଷ୍ଟଦଳକୋମଳ ଉଜ୍ଜ୍ୱଳ କମଳ
Couplet 100
କର୍ଣ୍ଣିକା କେଶର ସହିତେବେଦ ଆଗମ ମନ୍ତ୍ରତନ୍ତ୍ରେ
Couplet 101
ଏମନ୍ତେ ପୂଜିବ ବିଧାନେଯେପରି ଭେଦ ଅନୁମାନେ
Couplet 102
ଶଙ୍ଖ ଚକ୍ର ଗଦା କମଳପୂଜିବ ଲାଙ୍ଗଳ ମୁଷଳ
Couplet 103
ଖଡ଼ଗ ବାଣ ଶରାସନଯେ ବିଧି ଅସ୍ତ୍ରପୂଜାମାନ
Couplet 104
ଶ୍ରୀବତ୍ସ ବନମାଳା ମଣିଧ୍ୟାନେ ପୂଜିବ ସ୍ଥାନ ଜାଣି
Couplet 105
ସମ୍ପୂର୍ଣ୍ଣ ପାରିଷଦବୃନ୍ଦସୁବଳ ନନ୍ଦ ଯେ ସୁନନ୍ଦ
Couplet 106
ପ୍ରଚଣ୍ଡ ମହାବଳ ଚଣ୍ଡସୁବୀର ଗରୁଡ଼ ଉଦ୍ଦଣ୍ଡ
Couplet 107
କୁମୁଦ କୁମୁଦଲୋଚନପାର୍ବତ୍ୟ ପାର୍ବତୀନନ୍ଦନ
Couplet 108
ପୂଜିବ ବ୍ୟାସ ବିଶ୍ୱକ୍ସେନଗୁରୁଙ୍କ ତୁଲେ ଦେବଗଣ
Couplet 109
ସମସ୍ତ ପାର୍ଷଦ ବିଧାନେପୂଜିବ ନିଜ ନିଜ ସ୍ଥାନେ
Couplet 110
କର୍ପୂର ଉଶୀର ଚନ୍ଦନକୁଙ୍କୁମ ଗୋଳା ଜଳେ ସ୍ନାନ
Couplet 111
ଦିବ୍ୟ ଉପହାର ଘଟନେନିଗମ ପୁରାଣ ବଚନେ
Couplet 112
ସୁଗନ୍ଧ ବସ୍ତ୍ର ଅଳଙ୍କାରଯଜ୍ଞୋପବୀତ ଉପହାର
Couplet 113
ଲେପନ ସୁଗନ୍ଧ ଚନ୍ଦନବକ୍ଷଗଣ୍ଡରେ ସୁମଣ୍ଡନ
Couplet 114
କୁସୁମ ପାଦ୍ୟ ଅର୍ଘ୍ୟଦାନପବିତ୍ର ଜଳେ ଆଚମନ
Couplet 115
ସୁମନୋହର ଧୂପଦୀପଶ୍ରଦ୍ଧାରେ ଦେବ ମୋ' ସମୀପ
Couplet 116
ଗୁଡ଼ ପାୟସ ଘୃତପାକନାନାପ୍ରକାର ଯେ ମୋଦକ
Couplet 117
ଅନ୍ନ ବ୍ୟଞ୍ଜନ ନାନାପାକପିଷ୍ଟ ପ୍ରପାନ ସୂପ ଶାକ
Couplet 118
କ୍ଷୀର ବିକାର ଯେତେ ମିଳେସୁଗନ୍ଧ ସୁଶୀତଳ ଜଳେ
Couplet 119
ବିଭବ କ୍ରମେ ମିଳେ ଯେତେଥୋଇବ ମୋହର ଅଗ୍ରତେ
Couplet 120
ସୁଗନ୍ଧ ତଇଳେ ଅଭ୍ୟଙ୍ଗମର୍ଦ୍ଦନ କରି ମୋର ଅଙ୍ଗ
Couplet 121
ମୋ'ର ମଙ୍ଗଳ ଅଭିଷେକବିଧିପ୍ରକାରେ ଏକ ଏକ
Couplet 122
ଆନନ୍ଦେ ମୋର ପୂଜା ସାରିପ୍ରମୋଦେ ନୃତ୍ୟ-ଗୀତ କରି
Couplet 123
ମୋତେ ପୂଜିବ ବାରେବାରେଯଥା ବିଭବ ଅନୁସାରେ
Couplet 124
ପୂଜାର ଅନ୍ତେ ଅଗ୍ନିକୁଣ୍ଡେହୋମ କରିବ ଘୃତଖଣ୍ଡେ
Couplet 125
ଅନଳ ମଧ୍ୟେ ରୂପ ମୋ'ରଦେଖିବ ଏମନ୍ତ ପ୍ରକାର
Couplet 126
ତପ୍ତ-କାଞ୍ଚନ ମନୋହରଅତି ରୁଚିର କଳେବର
Couplet 127
ନିଜ ଆୟୁଧ ଚାରିଭୁଜେପୀତବସନ କଟୀ ମାଝେ
Couplet 128
କିରୀଟ କୁଣ୍ଡଳ ବିରାଜେରତ୍ନ ମେଖଳା କଟୀ ସାଜେ
Couplet 129
ମର୍କତ କେୟୂର କଙ୍କଣହୃଦରେ ଶ୍ରୀବତ୍ସର ଚିହ୍ନ
Couplet 130
କୌସ୍ତୁଭମଣି ଶୋହେ ଗଳେସୁନ୍ଦର ଦିଶେ ବନମାଳେ
Couplet 131
ଏ ଦିବ୍ୟରୂପ ଅଗ୍ନିମଧ୍ୟେଧ୍ୟାନେ ଚିନ୍ତିବ ହୃଦପଦ୍ମେ
Couplet 132
ଘୃତ ଆହୁତି ମୂଳମନ୍ତ୍ରେହୋମ କରିବ ବେଦତନ୍ତ୍ରେ
Couplet 133
ଯେ ନାମ-ଗୋତ୍ର ଉଚ୍ଚାରିଣପୂଜିବ ପାରିଷଦଗଣ
Couplet 134
ପ୍ରଣାମ କରି ଜଣେଜଣେପୂଜିବ ବେଦ ଉଚ୍ଚାରଣେ
Couplet 135
ଏ ଅନ୍ତେ ପାରିଷଦଗଣେବଳି କରିବ ସମର୍ପଣେ
Couplet 136
ନିଶ୍ଚଳେ ମୂଳମନ୍ତ୍ର ଜପିବ୍ରହ୍ମ ସ୍ମରଣେ ଚିତ୍ତ ସ୍ଥାପି
Couplet 137
ଧ୍ୟାନେ ଭୋଜନ ଶେଷ ଜାଣିସମର୍ପି ଆଚମନ ପାଣି
Couplet 138
ମୋର ନିର୍ମାଲ୍ୟ ଶେଷଭାଗବିଶ୍ୱକସେନେ ତାହା ଦେବ
Couplet 139
କର୍ପୂର ଗନ୍ଧଫଳ ମିଶ୍ରେତାମ୍ବୁଳ ଦେବ ମୁଖବାସେ
Couplet 140
ସୁଗନ୍ଧ ପୁଷ୍ପ ଘେନିକରେତ୍ରିବାର ଦେବ ମୋ'ର ଶିରେ
Couplet 141
ମୋ'ର ପବିତ୍ର-ଯଶଗୁଣମଙ୍ଗଳ ନାମ ଉଚ୍ଚାରଣ
Couplet 142
ନୃତ୍ୟ କରିବ ଉଚ୍ଚେ ଭଣିକର୍ଣ୍ଣେ ମୋହର କଥା ଶୁଣି
Couplet 143
ଯତ୍ନେ କରିବ ଅଭିନୟମୋହର କର୍ମ-ସମୁଦାୟ
Couplet 144
ମୋ' କଥା ଶୁଣି ଶୁଣାଇଣଏକାଗ୍ରଭାବ କରି ମନ
Couplet 145
ବିଷୟ ଦ୍ୱନ୍ଦ ଅବଧାନେଯେବେ ନ ପାର ମୋ ପୂଜନେ
Couplet 146
ସ୍ତୁତି ପଠନେ ମୋ'ର ମନସ୍ତବନେ କରାଇ ପ୍ରସନ୍ନ
Couplet 147
ବେଦପୁରାଣେ ସ୍ତୁତି ଯେତେଆନନ୍ଦେ ପଢି ମୋ ଅଗ୍ରତେ
Couplet 148
ନମସ୍ତେ ଲକ୍ଷ୍ମୀଦେବୀକାନ୍ତଉଚ୍ଚାରି ଯୋଡ଼ି ବେନିହସ୍ତ
Couplet 149
ତ୍ରିବାର କରି ପ୍ରଦକ୍ଷିଣଦଣ୍ଡ ପ୍ରଣାମ ପୁଣପୁଣ
Couplet 150
ମୋ'ର ଚରଣେ ଶିର ଦେଇବୋଲିବ କୃଷ୍ଣ ତ୍ରାହି ତ୍ରାହି
Couplet 151
ଅନାଦି ଧର୍ମ-ନିରାକାରଭବ-ସାଗରୁ କର ପାର
Couplet 152
ଏ ରୂପେ ନମସ୍କାର କରିପୂଜା-ଉଦକ ଶିରେ ଧରି
Couplet 153
ପଛେ କରିବ ବିସର୍ଜନଦେଖି ସକଳଭୂତେ ପୂର୍ଣ୍ଣ
Couplet 154
ଏମନ୍ତ ରୂପ ମୋର ଯେତେମୂର୍ତ୍ତି କରାଇ ଶୁଦ୍ଧଚିତ୍ତେ
Couplet 155
ମୋତେ ପୂଜିବ ପ୍ରିୟଭାବେଯେ ବିଧି ପୂଜାର ପ୍ରସ୍ତାବେ
Couplet 156
ଏମନ୍ତ ଭାବେ ନିତ୍ୟେ ନିତ୍ୟେଯେ ପ୍ରାଣୀ ପୂଜୁଥାନ୍ତି ମୋତେ
Couplet 157
ସର୍ବ ସମ୍ପଦ ଅନୁକୂଳଲଭନ୍ତି ପରମ ମଙ୍ଗଳ
Couplet 158
ମୋର ପ୍ରତିମା କରି ବେଶଦୃଢ-ମନ୍ଦିରେ ଦେଇ ବାସ
Couplet 159
ସୁଗନ୍ଧ-ପୁଷ୍ପ-ଉପବନନାନା ପ୍ରକାରେ କ୍ରୀଡ଼ାସ୍ଥାନ
Couplet 160
ମୋହର ଉତ୍ସବ ସମସ୍ତକରିବ ଶକ୍ୟ ଅନୁମତ
Couplet 161
ମୋର ଉତ୍ସବ ପର୍ବାପର୍ବେଭାବେ ପୂଜିବ ନାନାଦ୍ରବ୍ୟେ
Couplet 162
ଏମନ୍ତେ ପୂଜି ବହୁବିଧେବଞ୍ଚିବ ଉତ୍ସବ ଆନନ୍ଦେ
Couplet 163
କୃଷି ବାଣିଜ୍ୟ ବ୍ୟବହାରେଜୀବିକା ଉପାୟ ପ୍ରକାରେ
Couplet 164
ନିବାସ ପୁର ଗ୍ରାମ ଆଦିଯେ ଅବା ସମ୍ପଦ ପ୍ରସିଦ୍ଧି
Couplet 165
ସମର୍ପି ମୋହର ଚରଣେମୋ' ନାମ ଉଚ୍ଚାରି ବଦନେ
Couplet 166
ସାଲୋକ୍ୟ-ମୁକ୍ତିପଦ ତା'ରନିବାସ ଲଭେ ମୋ'ର ପୁର
Couplet 167
ଏ ମୋର ପୂଜାର ଲକ୍ଷଣଉଦ୍ଧବ ଏକମନେ ଶୁଣ
Couplet 168
ଯେ ମୋତେ ଦ୍ୟନ୍ତି ଗୃହ ଦାନହେଳେ ଲଭନ୍ତି ତ୍ରିଭୁବନ
Couplet 169
ମୋତେ ମଣ୍ଡପେ ସ୍ଥାପି ଯେବେପ୍ରତିଷ୍ଠା କରେ ପ୍ରିୟଭାବେ
Couplet 170
ସପତଦ୍ୱୀପ ହୋଏ ରାଜାମୋହର ପ୍ରାୟେ ଲଭେ ପୂଜା
Couplet 171
ଯେ ମୋତେ ପୂଜେ ଏ ସଂସାରେଲଭନ୍ତି ଏ ତିନି ପ୍ରକାରେ
Couplet 172
ଯେ ନିରପେକ୍ଷ ଭକ୍ତିଯୋଗଆତ୍ମା ନିସ୍ତାର ସୁଖମାର୍ଗ
Couplet 173
ମୋ'ର ଚରଣେ ଦୃଢେ଼ ଭଜେମାୟା-ସଂସାର ଭ୍ରମ ତେଜେ
Couplet 174
କେବଳ ଲାଭ ମୋ'ର ଧାମସେ ପ୍ରାଣୀ ଲଭେ ପୂର୍ଣ୍ଣକାମ
Couplet 175
ବିବିଧ-ସନ୍ତାପୁ ସେ ତରେନ ବୁଡେ଼ ଘୋର ଅନ୍ଧକାରେ
Couplet 176
ଏ ରୂପେ ମୋତେ ଯେ ପୂଜନ୍ତିହୃଦେ ଭକତିଭାବ ଚିନ୍ତି
Couplet 177
ମୋର ସେବନେ ନିରବଧିସେ ପ୍ରାଣୀ ଲଭେ ସର୍ବସିଦ୍ଧି
Couplet 178
ଶୁଣ ଉଦ୍ଧବ କହୁଁ ତୋତେଯେ ପାପୀଜନ ଏ ଜଗତେ
Couplet 179
ସ୍ୱଦତ୍ତ-ପରଦତ୍ତ-ବୃତ୍ତିଯେ ନର ଅଜ୍ଞାନେ ହରନ୍ତି
Couplet 180
ଦେବ-ବ୍ରାହ୍ମଣ-ତାପ-ଶୋକେସେ କାହିଁ ଥିବେ ନରଲୋକେ
Couplet 181
ଜୀବନ ଅନ୍ତେ କୁମ୍ଭୀପାକେପଡ଼ିବେ ବିଷ୍ଠା-କୃମିପାକେ
Couplet 182
କେବଳ ନରକ ଆହାରକରନ୍ତି ଲକ୍ଷେ ସମ୍ବତ୍ସର
Couplet 183
ଯେ ଅବା କୃଷ୍ଣ-କର୍ମ କରେଯେ ଅବା ସାହା ହୋନ୍ତି ତା'ରେ
Couplet 184
ଯେବା ଆପଣେ ନ ପାରଇପୂଜା କରାଇ ହେତୁ ହୋଇ
Couplet 185
ଯେ ମୋର ପୂଜାକର୍ମ ଦେଖିସୁଖ-ଆନନ୍ଦେ ବୁଜେ ଆଖି
Couplet 186
ଏ ଚାରିଜଣେ ସମଫଳଲଭନ୍ତି କହିଲେ ଗୋପାଳ
Couplet 187
ଉଦ୍ଧବ ଶୁଣି କୃତକୃତ୍ୟନମଇଁ ଦାସ ଜଗନ୍ନାଥ