Skip to content
paribhaasha

Skandha 12

Adhyaya 10

  1. Couplet 1

    ସୂତ ପୌରାଣିକ ଯେ କହିଶୌନକ ଆଦି ମୁନି ଚାହିଁ

  2. Couplet 2

    ସେ ମାରକଣ୍ଡ ଋଷି ପୁଣବିଷ୍ଣୁ ନିର୍ମିତ ମାୟାରେଣ

  3. Couplet 3

    ମାୟା ବିଭୂତି ଅନୁଭବିସେ ବିଷ୍ଣୁ ଚରଣରେ ସେବି

  4. Couplet 4

    ସେ ବିଷ୍ଣୁ ଚରଣରେ ସ୍ତୁତିନିରତେ ଧ୍ୟାନେ କରୁଛନ୍ତି

  5. Couplet 5

    ଶ୍ରୀବାସୁଦେବ ନମୋସ୍ତୁତେଶରଣାଗତ ହେଲି ତୋତେ

  6. Couplet 6

    ତୁମ୍ଭ ପଦାରବିନ୍ଦ ଗୁଣଅଭୟଦାତା ପରିପୂର୍ଣ୍ଣ

  7. Couplet 7

    ବ୍ରହ୍ମା ଆଦି ଦେବତାମାନେସେବନ୍ତି ଜ୍ଞାନ ପରାୟଣେ

  8. Couplet 8

    ତୁମ୍ଭ ଚରଣେ ଭଜୁଛନ୍ତିମାୟାରେ କେ ମୋହି ନୁହଁନ୍ତି

  9. Couplet 9

    ଏ ଭବ ସଂସାର-ସାଗରେତୋ' ବିନୁ କେ ଉଦ୍ଧରି ପାରେ

  10. Couplet 10

    ଏମନ୍ତ ସ୍ତୁତି ବାସୁଦେବେମନ ଲଗାଇ ପାଦେ ସେବେ

  11. Couplet 11

    ଆତ୍ମା ବାସୁଦେବେ ନିବେଶିସର୍ବ ଜୀବେ ଏକ ପ୍ରକାଶି

  12. Couplet 12

    ଜଗତ ବାସୁଦେବ ଜାଣିସର୍ବେ ଏକତ୍ୱ ପରିମାଣି

  13. Couplet 13

    ଏମନ୍ତ ସମୟେ ମହେଶପାର୍ବତୀ ଶିବଗଣ ଶିଷ୍ୟ

  14. Couplet 14

    ଏମାନେ ବେଷ୍ଟିତ ହୋଇଣକରି ବୃଷଭ ଆରୋହଣ

  15. Couplet 15

    କୈଳାସ ପର୍ବତରୁ ଖସିହିମବନ୍ତ ଉତ୍ତରେ ଆସି

  16. Couplet 16

    ପୁଷ୍ପଭଦ୍ରା ନଦୀ ତଟରେମାର୍କଣ୍ଡ ଆଶ୍ରମେ ମିଳିଲେ

  17. Couplet 17

    ମାର୍କଣ୍ଡେୟଙ୍କୁ ସେ ଦେଖିଲେପାର୍ବତୀ ମହେଶେ ଭାଷିଲେ

  18. Couplet 18

    ହେ ଦେବ ଦେଖ ଋଷିଧ୍ୟାନସାଧନ କରେ ବ୍ରହ୍ମଜ୍ଞାନ

  19. Couplet 19

    ନିଶ୍ଚଳମନଆତ୍ମା କରିସକଳ ଇନ୍ଦ୍ରିୟ ନିବାରି

  20. Couplet 20

    ସଂଯମ କରି ମନ ପ୍ରାଣପରମେ ଆତ୍ମା ନିବେଦନ

  21. Couplet 21

    ତନ୍ମୟେ ପବନ ନିରୋଧିଯେସନେ ନିଶ୍ଚଳ ବାରିଧି

  22. Couplet 22

    ନିର୍ବାତ ଦେଶେ ଦୀପ ଯେହ୍ନେଋଷିତପସ୍ୟା ସିଦ୍ଧ ତେହ୍ନେ

  23. Couplet 23

    ପାଇ ବିଷ୍ଣୁ ମାୟାନୁଭବସଂସାର ଦେହ ମିଥ୍ୟାଭାବ

  24. Couplet 24

    ହରି ଦର୍ଶନେ ସିଦ୍ଧ ହୋଇବସିଛି ଯୋଗରୂଢ ହୋଇ

  25. Couplet 25

    ଏହାଙ୍କ ତପ ସିଦ୍ଧଫଳେତୁମ୍ଭେ ପ୍ରବେଶ ଋଷିଆଳେ

  26. Couplet 26

    ଯୋଗ ସିଦ୍ଧିର ଫଳ ଦିଅବିଷ୍ଣୁ ବୈଷ୍ଣବେ ଯଶ ପାଅ

  27. Couplet 27

    ପାର୍ବତୀଠାରୁ ଏହା ଶୁଣିଶିବ କହନ୍ତି ମଞ୍ଜୁବାଣୀ

  28. Couplet 28

    ଏ ଋଷି ବରେ ଇଚ୍ଛା ନାହିଁଚତୁର୍ବିଧ ମୁକ୍ତି ନ ଚାହିଁ

  29. Couplet 29

    ଧର୍ମାର୍ଥ କାମ ମୋକ୍ଷମାନଏଣେ ଋଷିର ନାହିଁ ଧ୍ୟାନ

  30. Couplet 30

    କେବଳ ବାସୁଦେବେ ପ୍ରୀତିପଦାରବିନ୍ଦରେ ଭକତି

  31. Couplet 31

    ମାୟାବିଭୂତିଭାବ ଜାଣିସକଳ ମିଥ୍ୟା ପରିମାଣି

  32. Couplet 32

    ରହିଛି ବାସୁଦେବ ଲୟେବଚନେ ସମସ୍ୟା ନ ଦିଏ

  33. Couplet 33

    ତେବେ ସେ ଭକତ ଆମ୍ଭରିଏହାଙ୍କୁ ସମ୍ଭାଷଣ କରି

  34. Couplet 34

    ନର ଦେହରେ ସାଧୁସଙ୍ଗପରମ ଲାଭ ମୋକ୍ଷଯୋଗ

  35. Couplet 35

    ଏମନ୍ତ କହିଣ ଶଙ୍କରସକଳ ଭୂତେ ଯେ ଈଶ୍ୱର

  36. Couplet 36

    ହରପାର୍ବତୀ ଦୁଇ ଯାଇଋଷିଙ୍କ ଆଗେ ଉଭା ହୋଇ

  37. Couplet 37

    ଈଶ୍ୱରେ ଋଷି ଦୃଷ୍ଟି ନାହିଁଶିବଗଣଙ୍କୁ ନ ଦେଖଇ

  38. Couplet 38

    ଆପଣା ଦେହକୁ ନ ଜାଣିଏମନ୍ତ ଜାଣି ଶୂଳପାଣି

  39. Couplet 39

    ଯୋଗମାୟା ବଳେ ମହେଶମାର୍କଣ୍ଡ ହୃଦେ ପରବେଶ

  40. Couplet 40

    ପବନ ପ୍ରାୟ ହୋଇ ପଶିନ ଜାଣେ ମାର୍କଣ୍ଡେୟ ଋଷି

  41. Couplet 41

    ଏମନ୍ତ ରୂପି ମହେଶ୍ୱରଜଟାଝଟକ ବିଜୁଳିର

  42. Couplet 42

    ଚନ୍ଦ୍ର ସୂର୍ଯ୍ୟ ଅଗ୍ନିଲୋଚନଶିରରେ ଚନ୍ଦ୍ର ଶୋଭାବନ

  43. Couplet 43

    ପାଉଛି ଦଶଭୁଜ ଶୋଭାଆଜାନୁଲମ୍ବି ବାହୁପ୍ରଭା

  44. Couplet 44

    ଭସ୍ମରେ ଅତି ଶୋଭା ପାଇସୂର୍ଯ୍ୟର ପ୍ରାୟ ତେଜୋମୟୀ

  45. Couplet 45

    ବ୍ୟାଘ୍ରର ଚର୍ମ ପରିଧାନପନ୍ନଗ ଦେହେ ଆଭରଣ

  46. Couplet 46

    ଡ଼ମ୍ବରୁ ଧନୁ ଯେ ତ୍ରିଶୁଳକାଣ୍ଡ ଖଡ୍ଟ ଚର୍ମ କପାଳ

  47. Couplet 47

    ପରଶୁ ରୁଦ୍ରାକ୍ଷର ମାଳୀଅଭୟବର ହସ୍ତେ ଧରି

  48. Couplet 48

    ଏମନ୍ତ ରୂପ ହୃଦେ ଚାହିଁମାର୍କଣ୍ଡ ବିସ୍ମିତ ଯେ ହୋଇ

  49. Couplet 49

    ମହେଶରୂପ ମୋ' ହୃଦୟେକାହୁଁ ଏ ଦରଶନ ହୋଏ

  50. Couplet 50

    ଚିତ୍ତ ମୋ' ଅଛି ବିଷ୍ଣୁ ତହିଁମହେଶରୂପ ତ ଦେଖଇ

  51. Couplet 51

    ବିଚାରି ଚକ୍ଷୁ ଫେଇ ବେଗେହରପାର୍ବତୀ ଦେଖେ ଆଗେ

  52. Couplet 52

    ସହିତେ ରୁଦ୍ରଗଣ ଚାହିଁମାର୍କଣ୍ଡେୟ ସଂଭ୍ରମ ହୋଇ

  53. Couplet 53

    ସାଷ୍ଟାଙ୍ଗେ ପ୍ରଣାମ ସେ କଲେମହାଦେବଙ୍କ ପାଦତଳେ

  54. Couplet 54

    ପାର୍ବତୀ ରୁଦ୍ରଗଣ ମେଳେମାନସଭାବେ ପୂଜା କଲେ

  55. Couplet 55

    ସ୍ୱାଗତ ଆସନ ଯେ ପାଦ୍ୟଅର୍ଘ୍ୟ ଧୂପ ଦୀପ ସୁଗନ୍ଧ

  56. Couplet 56

    ପୁଷ୍ପ ନୈବିଦ୍ୟ ପୂଜା କରିଆତ୍ମାରେ ସ୍ତୁତି ସେ ଆଚରି

  57. Couplet 57

    ତୁମ୍ଭେ ଯେ ଅଟ ପୂର୍ଣ୍ଣକାମଜଗତେ ବରଦାତା ନାମ

  58. Couplet 58

    ଜଗତ ନିର୍ମାଣ ତୋ' ରୂପହେ ଦେବଦେବ ବିଶ୍ୱରୂପ

  59. Couplet 59

    ସତ୍ତ୍ୱ ରଜ ତମ ଗୁଣକମୃତ୍ୟୁରୂପ ପବିତ୍ରାତ୍ମକ

  60. Couplet 60

    ତୁମ୍ଭଙ୍କୁ ମୋର ନମସ୍କାରତୁମ୍ଭେ ଯେ ଅବ୍ୟକ୍ତ ଈଶ୍ୱର

  61. Couplet 61

    କହନ୍ତି ସୂତମୁନି ଧୀରେଶୌନକ ମୁନିଙ୍କ ଆଗରେ

  62. Couplet 62

    ସେ ଯେ ମହେଶ ଦେବଦେବସାଧୁମାନଙ୍କ ଗତିଭାବ

  63. Couplet 63

    ଏ ସ୍ତୁତି ଶୁଣିଣ ହରଷକୋମଳେ କହନ୍ତି ମହେଶ

  64. Couplet 64

    ହେ ମୁନି ମାଗ ବର ମୋତେପ୍ରସନ୍ନ ହୋଇଲି ମୁଁ ତୋତେ

  65. Couplet 65

    ବ୍ରହ୍ମା ବିଷ୍ଣୁ ମହେଶ ତିନିଅଭେଦ ଏକମୂର୍ତ୍ତି ଘେନି

  66. Couplet 66

    ତିନିହେଁ ବରେ ଅଧିକାରୀମାଗ ହେ ମନ ଇଚ୍ଛା କରି

  67. Couplet 67

    କଠୋରେ ବିଷ୍ଣୁବଶ କରିଶୁଣ ମାର୍କଣ୍ଡ ତପଚାରୀ

  68. Couplet 68

    ତ୍ରିବର୍ଗ ଆମ୍ଭ ଦରଶନେମୁକତି ବିଷ୍ଣୁର ପ୍ରସନ୍ନେ

  69. Couplet 69

    ସାଧୁସନ୍ଥଙ୍କ ସଙ୍ଗ ଯେହିଭକତ ବତ୍ସଳ ବା ହୋଇ

  70. Couplet 70

    ଏକାନ୍ତଭକ୍ତି ଆମ୍ଭଠାରେସମଦରଶୀ ନିର୍ବଇରେ

  71. Couplet 71

    ଏ ଗୁଣେ ବ୍ରାହ୍ମଣେ ଭଜିଲେବ୍ରହ୍ମେ ପ୍ରବେଶ ହୋ'ନ୍ତି ଭଲେ

  72. Couplet 72

    ସକଳ ଲୋକପାଳମାନତା'ଙ୍କୁ କରନ୍ତି ଉପାସନ

  73. Couplet 73

    ବ୍ରହ୍ମା ବିଷ୍ଣୁ ଯେ ମୁଁ ମହେଶତିନିହେଁ ତା'ର ହେଉ ବଶ

  74. Couplet 74

    ଆମ୍ଭର ଲେଶେ ଭିନ୍ନ ନାହିଁତୁମ୍ଭର ଭାବ ମୁଁ ଜାଣଇ

  75. Couplet 75

    ତୁମ୍ଭେ ପରମ ଭାଗବତବିଷ୍ଣୁରେ ଧ୍ୟାନ ଅବିରତ

  76. Couplet 76

    ତେଣୁ ତୁମ୍ଭଙ୍କୁ ଦରଶନଦେଲଇଁ ହୋଇଣ ପ୍ରସନ୍ନ

  77. Couplet 77

    ଯେ ଜଳମୟ ତୀର୍ଥସ୍ଥାନପାଷାଣମୟ ଦେବଗଣ

  78. Couplet 78

    ପବିତ୍ର ବହୁଦିନେ କରେତୁମ୍ଭ ଦର୍ଶନମାତ୍ରେ ତରେ

  79. Couplet 79

    ବ୍ରାହ୍ମଣ ଜନେ ନମସ୍କାରସମଦରଶୀ ଭାବ ଯା'ର

  80. Couplet 80

    ଆମ୍ଭ ରୂପ ତ୍ରିଗୁଣ ଭେଦଋକ ଯଜୁ ଯେ ସାମବେଦ

  81. Couplet 81

    ଆପଣା ସମାଧି ଯୋଗରେତପ ସାଧନ୍ତି ସଂଯମରେ

  82. Couplet 82

    ନାନା ଭାବରେ ବିହରନ୍ତିଜଗତ ପବିତ୍ର କରନ୍ତି

  83. Couplet 83

    ଯା ନାମ ଶ୍ରବଣ କଲାରୁଦର୍ଶନ ସେବା କିବା କରୁ

  84. Couplet 84

    ମହାପାତକୀ ଅନ୍ତ୍ୟ ଜାତିଏମାନେ ପବିତ୍ର ହୁଅନ୍ତି

  85. Couplet 85

    ବିଶୁଦ୍ଧ ବିଷ୍ଣୁର ଭକତନିର୍ଗୁଣବ୍ରହ୍ମେ ଯା'ର ଚିତ୍ତ

  86. Couplet 86

    ସେ ସାଧୁ ବ୍ରାହ୍ମଣ ସଙ୍ଗତେସଙ୍ଗ ହୁଅନ୍ତି ଯେବା ନିତ୍ୟେ

  87. Couplet 87

    କିପାଇଁ ପବିତ୍ର ନୋହିବେସେ କିପାଁ ସଂସାରେ ପଡ଼ିବେ

  88. Couplet 88

    ସୂତ କହେ ଶୌନକ ଶୁଣସେ ଚନ୍ଦ୍ରଶେଖର ବଚନ

  89. Couplet 89

    ଗୁପତ ଧର୍ମଯୁକ୍ତ ବାଣୀଅମୃତ ଆପ୍ୟାୟନେ ମୁନି

  90. Couplet 90

    ତା' ମନ ତୃପତ ନ ହୋଇମହେଶ ଭାବେ ମନ ଦେଇ

  91. Couplet 91

    ସୁଧାବଚନ କର୍ଣ୍ଣେ ପିଇଅଜ୍ଞାନକ୍ଳେଶ ଦୂର ହୋଇ

  92. Couplet 92

    ଶିବ ପୀୟୁଷବାଣୀ ଶୁଣିକହଇ ମାରକଣ୍ଡ ମୁନି

  93. Couplet 93

    ଭୋ ପ୍ରଭୁ ତୁମ୍ଭର ମହିମାଦେହଧାରୀଙ୍କୁ ସେ ଅଜଣା

  94. Couplet 94

    ଯା'ର ମାୟା ମୋହିତ ହୋଇବ୍ରହ୍ମା ବିଷ୍ଣୁ ଶିବ ଅଛଇ

  95. Couplet 95

    ସେମାନେ ଜଗତ ଈଶ୍ୱରଯେଝା ମାର୍ଗେ ସେ ଦ୍ୟନ୍ତି ବର

  96. Couplet 96

    ତ୍ରିଗୁଣ ପାଶେ ଯେ ବନ୍ଧନମାୟାର ମୋହେ ହୋନ୍ତି ଛନ୍ନ

  97. Couplet 97

    ଯେଉଁ ପ୍ରକାରେ ତା'ଙ୍କୁ ମାୟାପ୍ରବର୍ତ୍ତି କରେ ବିଷ୍ଣୁ ଏହା

  98. Couplet 98

    ସେ ମାର୍ଗେ ପ୍ରବର୍ତ୍ତି ଅଛନ୍ତିଧର୍ମ ଅଧର୍ମ ମାର୍ଗେ ଯା'ନ୍ତି

  99. Couplet 99

    ପ୍ରାଣୀଏ ସଂସାର କାରଣେମନ୍ୱାଦି ଧର୍ମଶାସ୍ତ୍ରମାନେ

  100. Couplet 100

    ଏ ଭାବେ ସଂସାର ରଚନାଏ ସର୍ବ ବିଷ୍ଣୁ ପ୍ରଭାବନା

  101. Couplet 101

    ଧର୍ମରେ ଯେ ଲୋକ ଅଛନ୍ତିଆତ୍ମାରେ ବିଷ୍ଣୁଙ୍କୁ ଜାଣନ୍ତି

  102. Couplet 102

    ତା'ଙ୍କୁ ଦେଖିଣ ଜନମାନେସ୍ତୁତି କରନ୍ତି ଯଶଗୁଣେ

  103. Couplet 103

    ଯେ ଅଟେ ଜଗତ ଈଶ୍ୱରସେ ପୁଣି କରେ ନମସ୍କାର

  104. Couplet 104

    ଏ ବଡ଼ ଲୋକଙ୍କର ଗୁଣଲୋକଶିକ୍ଷାର ପାଇଁ ପୁଣ

  105. Couplet 105

    ଅଳପଲୋକେ ଦ୍ୟନ୍ତି ମାନସ୍ତୁତି କରନ୍ତି ଯଶଗୁଣ

  106. Couplet 106

    ଏଥେ ନ ଯାଏ ବଡ଼ପଣକୁହୁକ ଏ ଚକ୍ଷୁହରଣ

  107. Couplet 107

    ହେ ପ୍ରଭୁ ମୋର ବାଞ୍ଛା ଏତେତୁମ୍ଭ ମାୟାରେ ଏ ଜଗତେ

  108. Couplet 108

    ମାୟା-ଚେଷ୍ଟାରେ ପ୍ରାଣୀ ଭ୍ରମିଯେତେ ହୁଅନ୍ତି ପଥଶ୍ରମୀ

  109. Couplet 109

    ଏ କଥା ଯେମନ୍ତ ନୋହଇତେମନ୍ତ କର ଊମାସାଇଁ

  110. Couplet 110

    ଏ ଚକ୍ଷୁହରଣ କୁହୁକପ୍ରତ୍ୟକ୍ଷେ ଦେଖାଇ ଅନେକ

  111. Couplet 111

    ହରନ୍ତି ଯେମନ୍ତ ପ୍ରକାରେତେମନ୍ତ ଭାବ ଜଗତରେ

  112. Couplet 112

    କର୍ମବନ୍ଧନ ତୁମ୍ଭେ ହରଚରଣେ ନିମଗ୍ନ ତୁମ୍ଭର

  113. Couplet 113

    ଆପଣା ମନରୁ ଭିଆଇଯେ ସୃଷ୍ଟି ମଧ୍ୟେ ପ୍ରବେଶଇ

  114. Couplet 114

    ସ୍ୱପ୍ନ ଦେଖନ୍ତା ପ୍ରାୟ ରହିକର୍ତ୍ତା ସ୍ୱରୂପେ ପ୍ରତେ ହୋଇ

  115. Couplet 115

    ସ୍ୱପ୍ନେ ଦେଖିଲା କଥା ଯେହ୍ନେମିଥ୍ୟା ସେ ନିଦ୍ରାର ଭଞ୍ଜନେ

  116. Couplet 116

    ତେମନ୍ତ ସଂସାର ବନ୍ଧନମାୟା କର୍ମରେ ସେ ସର୍ଜନ

  117. Couplet 117

    ସେ ଯେ ଭଗବତ ପୁରୁଷବାସୁଦେବ ନିର୍ଗୁଣ ଅଂଶ

  118. Couplet 118

    ତ୍ରିଗୁଣେ ସଂଯୁତ କେବଳନାହିଁ ତାହାର ଆଦିମୂଳ

  119. Couplet 119

    ସକଳ ଜଗତର ଗୁରୁସେ ଯେ ଅଟନ୍ତି ମହାମେରୁ

  120. Couplet 120

    ତୁମ୍ଭେ ଯେ ବ୍ରହ୍ମମୂର୍ତ୍ତି ହରତୁମ୍ଭଙ୍କୁ ମୋ'ର ନମସ୍କାର

  121. Couplet 121

    ଆଜ୍ଞା ହୋଇଲା ମାଗ ବରକି ବର ମାଗିବି ଆବର

  122. Couplet 122

    ଯାହାର ଦରଶନେ ପୁଣିପୂର୍ଣ୍ଣ ଯେ କାମ ତତକ୍ଷଣି

  123. Couplet 123

    ତୁମ୍ଭ ଦର୍ଶନେ ସେ ସକଳପୂର୍ଣ୍ଣ କାମ ହୋଇ ସଫଳ

  124. Couplet 124

    ତଥାପି ତୁମ୍ଭର ବଚନମାଗୁଛି ଏକବର ପୁଣ

  125. Couplet 125

    ତୁମ୍ଭେ ଯେ ପୂର୍ଣ୍ଣକାମଦାତାଈଶ୍ୱରମୟ ସର୍ବଭୂତା

  126. Couplet 126

    ତୁମ୍ଭର ଚରଣାରବିନ୍ଦେଭକ୍ତି ମୋ' ରହିବ ଆନନ୍ଦେ

  127. Couplet 127

    ସେ ବାସୁଦେବ ନାରାୟଣସକଳ ପ୍ରାଣୀଙ୍କ ଜୀବନ

  128. Couplet 128

    ତା'ଙ୍କ ଚରଣରେ ଭକତିଅବିଘ୍ନେ ରହିବ ମୋ' ମତି

  129. Couplet 129

    ବୈଷ୍ଣବ ଜନମାନଙ୍କରେବିଶ୍ୱାସ ଭକ୍ତି ରହୁ ମୋରେ

  130. Couplet 130

    ସୂତ କହେ ଶୌନକ ମୁନିମହେଶ ତା'ଙ୍କ ସ୍ତୁତି ଶୁଣି

  131. Couplet 131

    ମୁନିଙ୍କ ସୁକୋମଳ ବାଣୀସନ୍ତୋଷମନେ ଶୂଳପାଣି

  132. Couplet 132

    ପାର୍ବତୀ ସହିତ ଆନନ୍ଦେଋଷିଙ୍କୁ କହେ ଆଶୀର୍ବାଦେ

  133. Couplet 133

    ହେ ମହାଋଷି ବାଞ୍ଛା ତୋ'ରସିଦ୍ଧି ହୋଇଲା ଯେ ନିକର

  134. Couplet 134

    ବାସୁଦେବ ଚରଣେ ଭକ୍ତିଅବିଘ୍ନେ ଲଭ ସେହୁ ଗତି

  135. Couplet 135

    ସାତକଳପ ପରିଯନ୍ତେଅଜ୍ରାମର ହୁଅ ନିଶ୍ଚିନ୍ତେ

  136. Couplet 136

    ପ୍ରାପତ ହେଉ ଯଶପୁଣ୍ୟଭୂତ ଭବିଷ୍ୟ ବର୍ତ୍ତମାନ

  137. Couplet 137

    ଅକ୍ଷୟ ତିନିକାଳେ ଜ୍ଞାନଆତ୍ମାରେ ପରମାତ୍ମା ଚିହ୍ନ

  138. Couplet 138

    ଲଭ ବୈରାଗ୍ୟ ବ୍ରହ୍ମଜ୍ଞାନହେଉ ତୋ' ବ୍ରହ୍ମତେଜ ପୁଣ

  139. Couplet 139

    ପୁରାଣକର୍ତ୍ତା ତୁମ୍ଭେ ହୁଅଯାହାର ନାମ ମାର୍କଣ୍ଡେୟ

  140. Couplet 140

    ସୂତ କହେ ନୈମିଷାରଣ୍ୟେଶୌନକ ମୁନି ସନ୍ନିଧାନେ

  141. Couplet 141

    ଏମନ୍ତ ବର ହର ଦେଇଗଲେ ସେ ଅନ୍ତର୍ଦ୍ଧାନ ହୋଇ

  142. Couplet 142

    ସେ ମାୟା ଅନୁଭବ ପୁଣକହିଲେ ପାର୍ବତୀ ଆଗେଣ

  143. Couplet 143

    ଯୋଗ ମହିମା ଋଷି ପାଇଆପଣା ଆଶ୍ରମରେ ରହି

  144. Couplet 144

    ସିଦ୍ଧ ସ୍ୱରୂପ ଧ୍ୟାନେ ରହିବାସୁଦେବେ ନିମଗ୍ନ ହୋଇ

  145. Couplet 145

    ସାତକଳପ ଚିରଞ୍ଜିବୀଧ୍ୟାନେ ରହିଲେ ବିଷ୍ଣୁସେବି

  146. Couplet 146

    ସେ ଏବେ ଅନ୍ତର୍ଦ୍ଧାନେ ରହିତପ-ଧ୍ୟାନରେ ବସିଛଇଁ

  147. Couplet 147

    ସେ ଯେ ମାର୍କଣ୍ଡ ମହାଋଷିଏହାଙ୍କ ମହିମା ବିଶେଷି

  148. Couplet 148

    ବର୍ଣ୍ଣନା କରି ତୁମ୍ଭ ଆଗେକହିଲୁ ଯଥାବିଧିଭାଗେ

  149. Couplet 149

    ବାସୁଦେବ ମାୟାନୁଭବଅଦ୍ଭୂତ ଅଟେ ଯେଉଁ ଭାବ

  150. Couplet 150

    ପଣ୍ଡିତମାନେ ଏ ସଂସାରେପଡ଼ି ଏ ମାୟା ବନ୍ଧନରେ

  151. Couplet 151

    ନାନା ପ୍ରକାରେ ମୋହି ହୋ'ନ୍ତିବାସୁଦେବଙ୍କୁ ନ ଜାଣନ୍ତି

  152. Couplet 152

    ସେ କୃଷ୍ଣଚରଣାରବିନ୍ଦେଯେ ନିତ୍ୟ ସେବନ୍ତି ଆନନ୍ଦେ

  153. Couplet 153

    ସେହୁ ସେ ପଣ୍ଡିତ ବୋଲାନ୍ତିଏ ମାୟା ସେମାନେ ତରନ୍ତି

  154. Couplet 154

    ସୂତ କହନ୍ତି ହେ ଶୌନକତୁ ଭୃଗୁଶ୍ରେଷ୍ଠ ପୁଣ୍ୟାତ୍ମକ

  155. Couplet 155

    ଏ ବାସୁଦେବର ବର୍ଣ୍ଣନକହିଲୁ ତୁମ୍ଭର ଆଗେଣ

  156. Couplet 156

    ସେ ବାସୁଦେବ ଚକ୍ରଧରଚକ୍ରରେ କାଟେ ମାୟାଘୋର

  157. Couplet 157

    ତା'ଙ୍କ ମହିମା ଯେଉଁମାନେଶୁଣନ୍ତି ଶୁଣାନ୍ତି ଗାୟନେ

  158. Couplet 158

    ତାଙ୍କର କର୍ମବନ୍ଧ ନାହିଁସଂସାର ମାୟା ନ ଲାଗଇ

  159. Couplet 159

    ଅନ୍ତେ ସେ ବଇକୁଣ୍ଠ ପା'ନ୍ତିସକଳ ପାପରୁ ତରନ୍ତି

  160. Couplet 160

    କହଇ ବିପ୍ର ଜଗନ୍ନାଥଦ୍ୱାଦଶସ୍କନ୍ଧେ ଭାଗବତ

Odia Bhagabata skandha 12 adhyaya 10 | Parbani by ParibhaAsha App