Skip to content
paribhaasha

Skandha 12

Adhyaya 11

  1. Couplet 1

    ଶୌନକ ଆଦି ମୁନିଜନେପୁଛନ୍ତି ସୂତ ସନ୍ନିଧାନେ

  2. Couplet 2

    ଏଥି ଉତ୍ତାରେ ଯେ ପ୍ରଶନପୁଛିତେ ମୋର ବଡ଼ ମନ

  3. Couplet 3

    ବିଶେଷେ ତୁମ୍ଭେ ଶାସ୍ତ୍ରଜ୍ଞାତାମନ୍ତ୍ରତନ୍ତ୍ରର ଯେ ବକତା

  4. Couplet 4

    ବହୁତ ପ୍ରକାରେ ଅଭ୍ୟାସଯେଣୁ ତୁମ୍ଭେ ବ୍ୟାସଙ୍କ ଶିଷ୍ୟ

  5. Couplet 5

    ସର୍ବ ବେଦାନ୍ତ ସାର ସେହିପୁରାଣ ଭାଗବତ ଯେହି

  6. Couplet 6

    ଭାଗବତର ତତ୍ତ୍ୱମାନବେଦାନ୍ତସାର ଯେଉଁ ଜ୍ଞାନ

  7. Couplet 7

    ଯେଣେ ଯାହାରଟି ଅଭ୍ୟାସଆସ୍ୱାଦ କରେ ତା'ର ରସ

  8. Couplet 8

    ଯେ ପ୍ରାଣୀ ବିଷ୍ଣୁଙ୍କୁ ଜାଣନ୍ତିସେ ବା ତନ୍ତ୍ରମନ୍ତେ ଭଜନ୍ତି

  9. Couplet 9

    ବାସୁଦେବଙ୍କୁ ଯେ ପ୍ରକାରେସେବା କରନ୍ତି ଭକ୍ତିଭରେ

  10. Couplet 10

    ଯେ ଜଗନ୍ନାଥ ଲକ୍ଷ୍ମୀପତିମହିମା ଦେବେ ନ ଜାଣନ୍ତି

  11. Couplet 11

    ନିରଞ୍ଜନ ଯେ ନିରାକାରଅରୂପରୂପ ବର୍ଣ୍ଣ ଯା'ର

  12. Couplet 12

    ତା'ଙ୍କୁ କି ରୂପେ କରି ଧ୍ୟାନକଳ୍ପନା କରି ପୂଜାମାନ

  13. Couplet 13

    ତା'ଙ୍କର ଅଙ୍ଗ ଆଭରଣପ୍ରତ୍ୟଙ୍ଗ ଆୟୁଧ ଯେ ମାନ

  14. Couplet 14

    କାହାକୁ କି ଭାବେ କଳ୍ପନ୍ତିକେମନ୍ତ ବିଧିରେ ପୂଜନ୍ତି

  15. Couplet 15

    କେବଣ ମନ୍ତ୍ରେ କରି ଜପଆମ୍ଭ ଆଗେ କହ ସ୍ୱରୂପ

  16. Couplet 16

    ସର୍ବ କୁଶଳ ତୁମ୍ଭ ହେଉସନ୍ଦେହ ଆମ୍ଭ ମନୁ ଯାଉ

  17. Couplet 17

    ଯେ କ୍ରିୟା ପୂଜାବିଧି କଲେମନୁଷ୍ୟ ବିଷ୍ଣୁରୂପ ଧରେ

  18. Couplet 18

    ଜନ୍ମ ମରଣ ବିବର୍ଜିତଏ କଥା କହିବା ନିୟତ

  19. Couplet 19

    ଏମନ୍ତ ଶୁଣି ସୂତମୁନିଶୌନକେ କହେ ମଞ୍ଜୁବାଣୀ

  20. Couplet 20

    ଏ ବିଷ୍ଣୁପୂଜାର ବିଶେଷଯେ ଗୁରୁ ଜ୍ଞାନ ଉପଦେଶ

  21. Couplet 21

    ବ୍ୟାସାଦି ଗୁରୁ ନମସ୍କାରିବିଭୂତି କହିବା ବିସ୍ତାରି

  22. Couplet 22

    ବ୍ରହ୍ମାଦି ଆଚାର୍ଯ୍ୟ ଯେମାନେବେଦ ମନ୍ତ୍ରତତ୍ତ୍ୱ ବିଧାନେ

  23. Couplet 23

    କର୍ମତତ୍ତ୍ୱ ଭେଦଭାବରେସେ ବିଧି ଶୁଣ ଏକତ୍ୱରେ

  24. Couplet 24

    ଋଷି ବୈଷ୍ଣବ ସାଧୁଜନକେ ପୂଜା କେବା ଆତ୍ମଧ୍ୟାନ

  25. Couplet 25

    ପ୍ରାତଃ ସୂର୍ଯ୍ୟ ଅଣଉଦୟେସ୍ନାନ ଶଉଚବନ୍ତ ହୋଏ

  26. Couplet 26

    ଜଳରେ ଯଥାକର୍ମ ସାରିଭୂମିରେ କୁଶାସନ କରି

  27. Couplet 27

    ଆସନଶୁଦ୍ଧି ଭୂତଶୁଦ୍ଧିବର୍ଣ୍ଣଭେଦରେ ଦେହ ଭେଦି

  28. Couplet 28

    ଷଟଚକ୍ର ଭେଦି ସସ୍ତମେପବନ ତୋଳିବ ସଂଯମେ

  29. Couplet 29

    ଏ ଆଦି ଯେତେ କର୍ମମାନକର ଅଙ୍ଗନ୍ୟାସ ଶୋଧନ

  30. Couplet 30

    ସେ ଯେ ଈଶ୍ୱର ନିରାକାରନିର୍ଗୁଣ ନିର୍ବିକାର ବର

  31. Couplet 31

    ମନ କଳ୍ପନାରୁ ତାଙ୍କରମାୟା ହୋଇଲା ଅବତାର

  32. Couplet 32

    ମାୟାରୁ ସୂତ୍ର ଯେ ଜନମସୂତ୍ରରୁ ମହତ୍ତତ୍ତ୍ୱ ଜାଣ

  33. Couplet 33

    ମହତ୍ତତ୍ତ୍ୱରୁ ଅହଂକାରତନ୍ମାତ୍ର ପାଞ୍ଚଟି ଆବର

  34. Couplet 34

    ଏ ନବତତ୍ତ୍ୱେ ଯା' ସ୍ୱରୂପବିକାରମୟ ସର୍ବାଧିପ

  35. Couplet 35

    ପୁରୁଷ ରୂପ ସେ ଧଇଲାସହସ୍ରଶୀର୍ଷ ବୋଲାଇଲା

  36. Couplet 36

    ଅସଂଖ୍ୟମାୟାରେ ସେ ଯୁକ୍ତମହାପୁରୁଷ ବିଶ୍ୱଭୂତ

  37. Couplet 37

    ତା' ନାଭିକମଳୁଁ ପ୍ରକାଶଉତ୍ପତ୍ତି ବିରାଟ ପୁରୁଷ

  38. Couplet 38

    ଯା' ରୂପ ଚଉଦ ଭୁବନେପୂରିଛି ଜ୍ୟୋତି ପ୍ରଭାଗଣେ

  39. Couplet 39

    ଏ ପୁରୁଷର ଅଙ୍ଗମାନପାତାଳ ଏହାର ଚରଣ

  40. Couplet 40

    ଏହାଙ୍କ ଅଗ୍ରଭାଗ ସୀମାକେ ବର୍ଣ୍ଣୁ ଏହାର ମହିମା

  41. Couplet 41

    ଦୁଇ ପାପୁଲି ରସାତଳଦୁଇ ଗୁଲ୍ଫ ଯେ ମହାତଳ

  42. Couplet 42

    ଅତଳ ଦିପୁଟ ଯେ ଜଂଘସୁତଳ ଜାନୁ ଦୁଇଭାଗ

  43. Couplet 43

    ବିତଳ ତଳାତଳ ଊରୁଦି ପିଚା ସପ୍ତପୃଥ୍ୱୀ ଧରୁ

  44. Couplet 44

    ନାଭିମଣ୍ଡଳ ଯେ ଆକାଶନଭ ନାମ ତା'ର ବିଶେଷ

  45. Couplet 45

    ସ୍ୱର୍ଗ ଜ୍ୟୋତିଷଚକ୍ର ହୋଇହୃଦରେ ଏମାନ ଅଛଇ

  46. Couplet 46

    କଣ୍ଠ ଯେ ମହଲୋକ ପୁଣମୁଖ ଯେ ଜନଲୋକ ସ୍ଥାନ

  47. Couplet 47

    ଲଲାଟେ ତପଲୋକ ବସେଶିରେ ସତ୍ୟଲୋକ ପ୍ରକାଶେ

  48. Couplet 48

    ସୂର୍ଯ୍ୟ ଏହାଙ୍କ ଚକ୍ଷୁଦ୍ୱୟନାସିକା ବାୟୁଟି ନିଶ୍ଚୟ

  49. Couplet 49

    ଦଶଦିଶ ତା' କର୍ଣ୍ଣ ହୋଇମେଢ଼୍ର ପ୍ରଜାପତି ବୋଲାଇ

  50. Couplet 50

    ମୃତ୍ୟୁ ଯାହାର ପାୟୁ ଜାଣବାହୁ ଲୋକପାଳ ପ୍ରମାଣ

  51. Couplet 51

    ଚନ୍ଦ୍ରମା ଯାହାରଟି ମନଦୁଇ ଭ୍ରୂଲତା କାଳଯମ

  52. Couplet 52

    ଅଧର ଓଷ୍ଠ ଲୋଭ ହୋଇଉପର ଓଷ୍ଠ ଲଜ୍ଜା କହି

  53. Couplet 53

    ଯାହାର ଦନ୍ତମାନ ଜ୍ୟୋସ୍ନାହାସ୍ୟ ଭ୍ରମ ନାମରେ ଜଣା

  54. Couplet 54

    ବୃକ୍ଷମାନେ ଯେ ରୋମଦେଶଯାହାର ମେଘମାନେ କେଶ

  55. Couplet 55

    ଏ ଯେଉଁ ବିରାଟ ପୁରୁଷତେଜ ବିସ୍ତାରି ସେ ପ୍ରକାଶ

  56. Couplet 56

    ସପ୍ତବିତସ୍ତି ପରିମାଣସମସ୍ତ ତହୁଁ ଯେ ଭିଆଣ

  57. Couplet 57

    ତା' କଣ୍ଠେ କଉସ୍ତୁଭ ମଣିନିରାକାର ଜ୍ୟୋତି ସେ ପୁଣି

  58. Couplet 58

    ସେ ଜ୍ୟୋତି କଣ୍ଠେ ବହିଛନ୍ତିଯୋଗୀ ଯେଉଁ ଜ୍ୟୋତି ଭାବନ୍ତି

  59. Couplet 59

    ତା' ପ୍ରଭା ଜଗତ ପାବନୀଯେ ନିରାକାର ସ୍ୱରୂପିଣୀ

  60. Couplet 60

    ଜୀବ ଚୈତନ୍ୟ ସେ ଅଟଇଶ୍ରୀବତ୍ସ ତା'ର ପ୍ରଭା ହୋଇ

  61. Couplet 61

    ତ୍ରିଗୁଣମୟୀ ମାୟାଛଳେବନମାଳାଏ ଲମ୍ବେ ଗଳେ

  62. Couplet 62

    ବେଦ ଯାହାର ପୀତବସ୍ତ୍ରପ୍ରଣବ ରୂପ ଉପବୀତ

  63. Couplet 63

    କର୍ଣ୍ଣରେ ମକର କୁଣ୍ଡଳସାଂଖ୍ୟ ଯୋଗ ଦୁହେଁ ସୁଢଳ

  64. Couplet 64

    ତାହାର ଶିରରେ ମୁକୁଟଚତୁର୍ବିଧମୁକ୍ତି ପ୍ରକଟ

  65. Couplet 65

    ଯା' ପରମେଷ୍ଠୀପଦ ଭଣିତା' ଶିଖା ମୁକୁଟର ମଣି

  66. Couplet 66

    ସେ ସର୍ବଲୋକ ନମସ୍କୃତଯା' ରୂପ ଅବ୍ୟକ୍ତ ଅନନ୍ତ

  67. Couplet 67

    ତା'ଙ୍କର ଶୟନ ଆସନଯେ ଧର୍ମ ବଇରାଗ୍ୟ ଜ୍ଞାନ

  68. Couplet 68

    ଏ ଅଷ୍ଟଦଳ ଯେ କମଳବସିବା ଆସନ ନିର୍ମଳ

  69. Couplet 69

    ଯମ ନିୟମାଦି ଅଷ୍ଟାଙ୍ଗଚତୁଷଷ୍ଠି ଆସନ ଯୋଗ

  70. Couplet 70

    ପଦ୍ମକେଶରେ ତା'ଙ୍କ ସ୍ଥାନଏବେ ଆୟୁଧମାନ ଶୁଣ

  71. Couplet 71

    ବଳ ସାହସ ତେଜ ପ୍ରାଣକଉମୋଦକୀ ଗଦା ଜାଣ

  72. Couplet 72

    ଶୁଦ୍ଧ ସତ୍ତ୍ୱ ଯେ ଜଳ ପୁଣପାଞ୍ଚଜନ୍ୟଶଙ୍ଖ କରେଣ

  73. Couplet 73

    ତା' ବାମହସ୍ତେ ବହିଛନ୍ତିଡ଼ାହାଣ ହସ୍ତେ ଚକ୍ର ସ୍ଥିତି

  74. Couplet 74

    ସେ ଜ୍ୟୋତିସ୍ତତ୍ତ୍ୱରୂପ ତେଜେମହାତୀକ୍ଷ୍ମ ଧାରେ ବିରାଜେ

  75. Couplet 75

    ସହସ୍ରଧାର ରୂପ ତା'ରସୁଦର୍ଶନ ଚକ୍ର ପ୍ରଚାର

  76. Couplet 76

    ଆକାଶତତ୍ତ୍ୱ ଅସିବରନନ୍ଦକ ଖଡ଼୍ଟ ନାମ ଯା'ର

  77. Couplet 77

    ବିସ୍ତାର ତମୋମୟ ଚର୍ମଦକ୍ଷିଣ ହସ୍ତେ ଶୋଭମାନ

  78. Couplet 78

    କାଳରୂପ ଯେ ନିମେଷାଦିଗଣନା ଯେ ବତ୍ସର ଆଦି

  79. Couplet 79

    ସାରଙ୍ଗଧନୁ ତା'କୁ ଜାଣଶୋଭା ସେ ବାମହସ୍ତେ ପୁଣ

  80. Couplet 80

    ପାପପୁଣ୍ୟ ଯେ କର୍ମ ଦୁଇଏ ମାୟା ମୋହମାନ ହୋଇ

  81. Couplet 81

    କର୍ମମୟ କାଣ୍ଡ ଭାରତିକଟି ପୃଷ୍ଠରେ ବହିଛନ୍ତି

  82. Couplet 82

    କର୍ମ ତ୍ରିଗୁଣ ଦଉଡ଼ିରେକଟିରେ ବେଷ୍ଟିତ ଆକାରେ

  83. Couplet 83

    ଏକାଦଶ ଇନ୍ଦ୍ରିୟଗଣକାଣ୍ଡ ସଂଗ୍ରହଣ କରିଣ

  84. Couplet 84

    ଦକ୍ଷିଣହସ୍ତେ ତାହା ଘେନିଟଙ୍କାର କରୁଛନ୍ତି ପୁଣି

  85. Couplet 85

    ଇନ୍ଦ୍ରିୟମାନଙ୍କ ଚେଷ୍ଟିତସେମାନେ ହୋଇଛନ୍ତି ରଥ

  86. Couplet 86

    ମନକୁ କରିଣ ସାରଥିତ୍ରିଗୁଣେ ଅଶ୍ୱ ରୂପେ ସ୍ଥିତି

  87. Couplet 87

    ଇନ୍ଦ୍ରିୟମାନଙ୍କ ଲକ୍ଷଣଆକୃତି ରୂପ ନାନାବର୍ଣ୍ଣ

  88. Couplet 88

    ଅର୍ଥକ୍ରିୟା ଇନ୍ଦ୍ରି ବିକାରମଣ୍ଡଳ ନାମେ ସେ ପ୍ରଚାର

  89. Couplet 89

    ଦେବତା ସ୍ୱରୂପ ଗ୍ରହଣଯଜ୍ଞାଦି ଦୀକ୍ଷାମାନେ ପୁଣ

  90. Couplet 90

    ଏହି ରଥରେ ସେ ସଂସ୍କାରଧର୍ମାଧର୍ମ ରଥଚକ୍ରର

  91. Couplet 91

    ଏହାଙ୍କ ଭାବ ଚତୁର୍ଦ୍ଦଶଏମନ୍ତେ ଚକ୍ର ଷଟଦଶ

  92. Couplet 92

    ରଥରେ ଘୋଷ ତିନିବେଦନନ୍ଦୀ ଯମକ ସର୍ବଭେଦ

  93. Couplet 93

    ତହିଁରୁ ବେଦଧ୍ୱନି ରସରଥର ନାମ ନନ୍ଦିଘୋଷ

  94. Couplet 94

    ତାହାଙ୍କ ଧ୍ୱଜ ଯେ ଗରୁଡ଼ଶବଦ ବ୍ରହ୍ମଲୋକେ ବଡ଼

  95. Couplet 95

    ଏହି ପ୍ରକାରେ ବାସୁଦେବସର୍ବପ୍ରାଣୀ ହୃଦେ ପ୍ରଭବ

  96. Couplet 96

    ଜୀବ ସ୍ୱରୂପେ ପୂରିଛନ୍ତିପିଣ୍ଡ ବ୍ରହ୍ମାଣ୍ଡ ଏକମତି

  97. Couplet 97

    ସଂସାର କରଇ ସର୍ଜନବ୍ରହ୍ମସ୍ୱରୂପେ ଭଗବାନ

  98. Couplet 98

    ତା'ଙ୍କ ସେବା ଯେ ପ୍ରାଣୀ କରେଆତ୍ମାର ପାପ ଯାଇ ଦୂରେ

  99. Couplet 99

    ସେ ଭଗବାନ ଯେ ପୁରୁଷଆପଣା ସମ୍ପତ୍ତିର ଅଂଶ

  100. Couplet 100

    ଯେ ଷଡ଼ ଅଇଶ୍ୱର୍ଯ୍ୟ ମାନକମଳ ରୂପରେ ଘଟଣ

  101. Couplet 101

    ଲୀଳାକମଳ କରିଛନ୍ତିଦକ୍ଷିଣ ଭୁଜରେ ବହନ୍ତି

  102. Couplet 102

    ଆଲଟ ଚାମର ରୂପେଣଧର୍ମ ଯଶକୁ ସେ ବହିଣ

  103. Couplet 103

    ବୈକୁଣ୍ଡପଦକୁ ସେ ପୁଣଧବଳଛତ୍ର ସେ କରିଣ

  104. Couplet 104

    ଶିର ଉପରେ ସେ ଧାରଣଅଭୟଦାତା ପଦ ପୁଣ

  105. Couplet 105

    ଋକ ଯଜୁ ସାମ ତ୍ରିବେଦଯଜ୍ଞମୟ ପୁରୁଷ ଭେଦ

  106. Couplet 106

    ଗରୁଡ଼ ରୂପେ ବହିଛନ୍ତିବିଷ୍ଣୁରଥ ନାମ ବହନ୍ତି

  107. Couplet 107

    ଯେ ନିରାକାର ସ୍ୱରୂପିଣୀସାକ୍ଷାତେ ଈଶ୍ୱରୀ ସେ ଲକ୍ଷ୍ମୀ

  108. Couplet 108

    ସେ ରୂପ ହୃଦୟରେ ଛନ୍ତିସକଳ ମନ୍ତ୍ରଯନ୍ତ୍ର ମୂର୍ତ୍ତି

  109. Couplet 109

    ବିଶ୍ୱ-କେଶନ ତନ୍ତ୍ରମୂର୍ତ୍ତିପାରିଷଦର ଅଧିପତି

  110. Couplet 110

    ନିର୍ଗୁଣାଦି ଯେ ଭକ୍ତମାନେସନକାଦି ଯେ ଋଷିଗଣେ

  111. Couplet 111

    ଷୋଡ଼ଶ ପାରିଷଦ ହୋଇଦ୍ୱାରପାଳ ନନ୍ଦ ବିଜେ ହିଁ

  112. Couplet 112

    ଅଣିମାଦି ସମ୍ପତ୍ତିମାନମନ୍ତ୍ରଉପନିଷଦ ଜ୍ଞାନ

  113. Couplet 113

    ଚାରିବେଦ ଚାରିଦୁଆରେଗାୟତ୍ରୀ ଚବିଶ ଅକ୍ଷରେ

  114. Couplet 114

    ପାବଚ୍ଛମାନ ସେ ରଥକୁଅଗମ୍ୟ ବ୍ରହ୍ମାଶଙ୍କରଙ୍କୁ

  115. Couplet 115

    ବାସୁଦେବ ସଙ୍କରଷଣପ୍ରଦ୍ୟୁମ୍ନ ଅନିରୁଦ୍ଧ ପୁଣ

  116. Couplet 116

    ଏ ଚାରିବ୍ୟୁହ ଚାରିକୋଟିଚାରି ପୀଠରେ ପରମେଷ୍ଠୀ

  117. Couplet 117

    ତା'ଙ୍କ ମଧ୍ୟେ ନିର୍ଗୁଣରୂପବିଶ୍ୱତୈଜସ ପ୍ରାଜ୍ଞରୂପ

  118. Couplet 118

    ତୁରୀୟ ପୁରୁଷ ତ୍ରିଧାମସେ ରଥ ମଧ୍ୟେ ତା' ବିଶ୍ରାମ

  119. Couplet 119

    ଅଥ ଇନ୍ଦ୍ରିୟାଶୟ ଜ୍ଞାନବୃତ୍ତି ଭାବନା ଭଗବାନ

  120. Couplet 120

    ଚାରିମୂର୍ତ୍ତି ସେବକମାନେସେବନ୍ତି ଯେ ଯାହା ବିଧାନେ

  121. Couplet 121

    ଅଙ୍ଗ ଉପାଙ୍ଗ ଯେ ଆୟୁଧଆଭରଣ ସଂଖ୍ୟା ଏ ଭେଦ

  122. Couplet 122

    ଉପନିଷଦ ବ୍ରହ୍ମଭାଗଜ୍ୟୋତି ପ୍ରଭାରେ ଏ ସଂଯୋଗ

  123. Couplet 123

    ଏହି ପ୍ରକାରେ ସେ ପୁରୁଷବିରାଜମାନ ହୋଏ ଦୃଶ୍ୟ

  124. Couplet 124

    ମହାବିରାଟ ସେ ବୋଲାନ୍ତିବିଶ୍ୱକୁ ଗୋଚର ନୁହଁନ୍ତି

  125. Couplet 125

    ହେ ବିପ୍ରବର ଶଉନକଏ ବିଷ୍ଣୁମହିମା ଅନେକ

  126. Couplet 126

    ଏ ବିଷ୍ଣୁ ସ୍ୱୟଂ ବ୍ରହ୍ମଜ୍ୟୋତିସକଳ ଦ୍ରଷ୍ଟା ସେ ବୋଲାନ୍ତି

  127. Couplet 127

    ଆପଣା ମହିମା ତ୍ରିଗୁଣମାୟାରୁ ସଂସାର ଭିଆଣ

  128. Couplet 128

    ତ୍ରିଗୁଣ ଉତ୍ପତ୍ତି ପ୍ରଳୟକରି ଅଛନ୍ତି ମହାଶୟ

  129. Couplet 129

    ସେ ତେଣୁ ଇନ୍ଦ୍ରିୟାଦିମାନବଶକୁ ନୁହଁନ୍ତି ଭାଜନ

  130. Couplet 130

    ତେଣୁ ହୃଷୀକେଶ ବୋଲାନ୍ତିଯେଣୁ ମାୟା ଆବୋରିଛନ୍ତି

  131. Couplet 131

    ମାୟାବନ୍ଧନ ପ୍ରାୟେ ଦିଶେକାହାରି ସଙ୍ଗେ ସେ ନ ମିଶେ

  132. Couplet 132

    ତା'ଙ୍କ ସେବକ ଯେଉଁମାନେକରଣି କରନ୍ତି ଯତନେ

  133. Couplet 133

    ସେ ଆତ୍ମଜ୍ଞାନ ଯେବେ ଜାଣିଆତ୍ମେ ଦର୍ଶନ ଦ୍ୟନ୍ତି ପ୍ରାଣୀ

  134. Couplet 134

    ତା'ଙ୍କ ଭକତ ଯେଉଁ ଜନେନାରଦ ଆଦି ମୁନିମାନେ

  135. Couplet 135

    ସ୍ୱଭାବେ କୀର୍ତ୍ତନ କରନ୍ତିଭକ୍ତି ମୁକ୍ତି ଗତି ଇଚ୍ଛନ୍ତି

  136. Couplet 136

    ଯେ ଯେତେ ଭାବରେ ଭାବନ୍ତିସେ ସ୍ଥାନେ ପ୍ରବେଶ ହୁଅନ୍ତି

  137. Couplet 137

    ଏମନ୍ତ ସ୍ତୁତି ଯେ କରନ୍ତିନମସ୍ତେ ପ୍ରଭୁ ଜଗଜ୍ଜ୍ୟୋତି

  138. Couplet 138

    ହେ, କୃଷ୍ଣ କୃଷ୍ଣ ସର୍ବସୁଖଏ ମାୟାମୟକୁ ଉପେକ୍ଷ

  139. Couplet 139

    ଅର୍ଜ୍ଜୁନ କୃଷ୍ଣସଖା ଯେଣୁକୃଷ୍ଣସଖା ଯେ ନାମ ତେଣୁ

  140. Couplet 140

    ହେ କୃଷ୍ଣ କୃଷ୍ଣସଖା ତୁହିହେ ବୃଷ୍ଣିଶ୍ରେଷ୍ଠ ଭାବଗ୍ରାହୀ

  141. Couplet 141

    ଅବନୀ ଭାରା ଉଦ୍ଧାରଣେନାଶିଲୁ ଦୁଷ୍ଟ କ୍ଷତ୍ରିଗଣେ

  142. Couplet 142

    ହେ ପାପାଗ୍ନି ବଡ଼ବାନଳଗୋବିନ୍ଦ ମଦନ ଗୋପାଳ

  143. Couplet 143

    ହେ ଗୋପୀପତେ ହେ ଗୋକୁଳଅନାଦି ପ୍ରଭୁ ଆଦିମୂଳ

  144. Couplet 144

    ଗୋପବନିତା ଭୃତ୍ୟ ତୋ'ରଗାବନ୍ତି ଯଶ ନିରନ୍ତର

  145. Couplet 145

    ହେ ଭୂତ ବିପତ୍ତି ନାଶନହେ ତୀର୍ଥସର୍ବ ନାରାୟଣ

  146. Couplet 146

    ହେ କୃଷ୍ଣ ଶ୍ରବଣ ମଙ୍ଗଳଅଖିଳ ସର୍ବସିଦ୍ଧି ଫଳ

  147. Couplet 147

    ଏ ଯେ ତୁମ୍ଭ ବିଭୂତିମାନବ୍ରହ୍ମାଦି ତୃଣାନ୍ତ ସର୍ଜନ

  148. Couplet 148

    ଏହାଙ୍କୁ ତୁମ୍ଭେ ରକ୍ଷା କରଅଶେଷ ମହିମା ତୁମ୍ଭର

  149. Couplet 149

    ଏହି ପ୍ରକାରେ ଭକ୍ତମାନେନିରତେ ସ୍ତୁତି କରି ଧ୍ୟାନେ

  150. Couplet 150

    ଯୋଗାଦି ବିଧି ସେ କରନ୍ତିଧର୍ମଶାସ୍ତ୍ର ମାର୍ଗେ ପ୍ରବର୍ତ୍ତି

  151. Couplet 151

    ଏ ମହାପୁରୁଷ ଲକ୍ଷଣଯେତେକ କରିଲୁ ବର୍ଣ୍ଣନ

  152. Couplet 152

    ଏ ମହାପୁରୁଷ ଅନନ୍ତନିତ୍ୟେ ଯେ କରେ ଦଣ୍ଡବତ

  153. Couplet 153

    ପ୍ରେମ ଭକତି ଭାବେ ଯୁତଦେଇଣ କୃଷ୍ଣପାଦେ ଚିତ୍ତ

  154. Couplet 154

    ପଢଇ ଶୁଣାଇ ଶୁଣଇଏକାଗ୍ରଚିତ୍ତ ଯେବା ହୋଇ

  155. Couplet 155

    ଏହାଙ୍କ ମନ୍ତ୍ର ଯେ ଜପଇଆତ୍ମା ସର୍ବଭୂତେ ଦେଖଇ

  156. Couplet 156

    ଏ ଯେ ନିରାକାର ପୁରୁଷସର୍ବବ୍ୟାପୀ ହୃଦେ ପ୍ରକାଶ

  157. Couplet 157

    ବ୍ରହ୍ମରୂପୀ ସୂକ୍ଷ୍ମ ବୋଲାଇସଂସାର ଭେଦ ତା'ର ନାହିଁ

  158. Couplet 158

    ବ୍ରହ୍ମ ସ୍ୱରୂପେ ଲୀନ ହୋଇଅନ୍ତେ ସେ ସେହି ସ୍ଥାନ ପାଇ

  159. Couplet 159

    ଏମନ୍ତ ସୂତ ମୁଖୁଁ ଶୁଣିଶୌନକ ପଚାରନ୍ତି ପୁଣି

  160. Couplet 160

    ଭୋ ସୂତ ଧନ୍ୟ ସେ ମହିମାକହିଲ ଯେଉଁ ଗୁଣସୀମା

  161. Couplet 161

    ଏ ମହାପୁରୁଷ ଲକ୍ଷଣଶୁଣି କୃତାର୍ଥ ମୋ' ଜୀବନ

  162. Couplet 162

    ଯେ ମହାପୁରୁଷ ସ୍ୱରୂପୀସୂର୍ଯ୍ୟ ଜ୍ୟୋତି ଜଗତ ବ୍ୟାପୀ

  163. Couplet 163

    ଆକାଶ ମଣ୍ଡଳେ ଉଦୟେକାଳ ଉତ୍ପତ୍ତି ସ୍ଥିତି ହୋଏ

  164. Couplet 164

    ପ୍ରବୃତ୍ତି ସଂସାର ଉତ୍ପତ୍ତିପ୍ରଳୟମାନ ପ୍ରାଣୀ ହୋନ୍ତି

  165. Couplet 165

    ବାରମାସେ ବାର ଆଦିତ୍ୟଦେହ ବହିଣ ତେଜବନ୍ତ

  166. Couplet 166

    କାଳ ପ୍ରବର୍ତ୍ତାଉ ଅଛନ୍ତିଉଦୟ ଅସ୍ତ ସେ ହୁଅନ୍ତି

  167. Couplet 167

    ତା'ଙ୍କ ଦେହ ଜ୍ୟୋତିମଣ୍ଡଳେସପତଗଣ ଘେନି ଚଳେ

  168. Couplet 168

    ତା'ଙ୍କର ନାମ ଗୁଣ କର୍ମକହି ଛଡ଼ାଅ ମତିଭ୍ରମ

  169. Couplet 169

    ସେମାନେ ବାସୁଦେବେ ଭକ୍ତିସୂର୍ଯ୍ୟ ମଣ୍ଡଳେ ପ୍ରବର୍ତ୍ତନ୍ତି

  170. Couplet 170

    ସେ ସୂର୍ଯ୍ୟ ସ୍ୱରୂପ ଯେ ହରିମହିମା କହିବା ବିସ୍ତାରି

  171. Couplet 171

    ଏମନ୍ତ ଶୁଣି ସୂତ ତୋଷେଶୌନକେ କହନ୍ତି ହରଷେ

  172. Couplet 172

    ବିଷ୍ଣୁର ଅନାଦି ଅବ୍ୟୟମାୟାରୁ ହୁଅନ୍ତି ଉଦୟ

  173. Couplet 173

    ସକଳ ଜନ୍ତୁ ଆତ୍ମା ରୂପନିର୍ମାଣ କରିଣ ସଂକ୍ଷେପ

  174. Couplet 174

    ଲୋକରେ କାଳ ବର୍ତ୍ତମାନନାନାଦି ଜୀବେ ପ୍ରବର୍ତ୍ତନ

  175. Couplet 175

    ସକଳ ଆତ୍ମାରୂପୀ ସୂର୍ଯ୍ୟସର୍ବେ ଆତଯାତ ତା' ତେଜ

  176. Couplet 176

    ସବୁରି ଦେହେ ଆତ୍ମାସୃଷ୍ଟିଯେ ହରିରୂପେ ପରମେଷ୍ଠୀ

  177. Couplet 177

    ସକଳ ବେଦକ୍ରିୟା ମୂଳନିରାକାର ଜ୍ୟୋତିମଣ୍ଡଳ

  178. Couplet 178

    ଋଷିମାନେ ବହୁ ପ୍ରକାରେକହନ୍ତି ସୂର୍ଯ୍ୟର ସଞ୍ଚାରେ

  179. Couplet 179

    ନିମେଷ ଆଦି ଯେ ବତ୍ସରକାଳଗଣନା ପ୍ରାଣୀଙ୍କର

  180. Couplet 180

    ସଂସାରେ ଯେତେ ଦେଶମାନଏ ସର୍ବ ତାହାର ଭିଆଣ

  181. Couplet 181

    ସକଳ ପ୍ରାଣୀମାନଙ୍କରକ୍ରିୟା କର୍ମରେ ସେ ଈଶ୍ୱର

  182. Couplet 182

    କର୍ମର କରତା ହିଁ ସେହିକର୍ମକରଣ ତା'କୁ କହି

  183. Couplet 183

    କାର୍ଯ୍ୟ ସ୍ୱରୂପ ପୁଣ ସେହିସର୍ବ ଆଗମ ରୂପ ହୋଇ

  184. Couplet 184

    ଦ୍ରବ୍ୟ ଯେ ଫଳ ପ୍ରକାରେଣନବଧା ରୂପେ ସୂର୍ଯ୍ୟ ଜାଣ

  185. Couplet 185

    ଯେ ଚୈତ୍ର ଆଦି ବାରମାସେକାଳରୂପ ଧରି ବିଳସେ

  186. Couplet 186

    ପ୍ରାଣୀଙ୍କ କୁଶଳ ନିମନ୍ତେବିହାର ତେଜୋମୟ ରଥେ

  187. Couplet 187

    ବାର ଆଦିତ୍ୟ ତେଜ ବହିମଧ୍ୟରେ ସାକ୍ଷୀରୂପ ହୋଇ

  188. Couplet 188

    ଭିନ୍ନ ଭିନ୍ନ ଗୁଣ ଆଚରେଯେମନ୍ତେ ସଂସାର ବିହରେ

  189. Couplet 189

    ଚଇତ୍ର ମାସେ ଯେ ବିହାରକହିବା ତହିଁର ବିଚାର

  190. Couplet 190

    ଧାତା ନାମେ ଆଦିତ୍ୟ ସୁରକୃତସ୍ଥଳୀ ନାମେ ଅପ୍ସର

  191. Couplet 191

    ହେତି ନାମେଣ ସେ ରାକ୍ଷସବାସୁକି ନାମେ ନାଗ ଶେଷ

  192. Couplet 192

    ରଥକୃତ ନାମରେ ଯକ୍ଷପୁଲସ୍ତ୍ୟଋଷି ବ୍ରହ୍ମବତ୍ସ

  193. Couplet 193

    ଗନ୍ଧର୍ବ ନାମ ଯେ ତୁମ୍ଭରଏ ସାତ ରଥରେ ବିହାର

  194. Couplet 194

    ବିହାର ଏମାନଙ୍କ ପୁଣଆଦିତ୍ୟ ତେଜ ପ୍ରକାଶେଣ

  195. Couplet 195

    ଅପସରା ନୃତ୍ୟ କରନ୍ତିରାକ୍ଷସେ ପୃଷ୍ଠ ରଖିଥା'ନ୍ତି

  196. Couplet 196

    ନାଗେ ରଥ ଦଉଡ଼ି ହୋଇଯକ୍ଷ ରୂପେ ଦ୍ରବ୍ୟନ୍ତ ଦେଇ

  197. Couplet 197

    ପ୍ରାଣୀଙ୍କି ଅର୍ଥ ସେ ଦିଅନ୍ତିଋଷିରୂପେ ମନ୍ତ୍ର ଜପନ୍ତି

  198. Couplet 198

    କରନ୍ତି ଜଗତକୁ ଶାନ୍ତିଧର୍ମମାର୍ଗେ ତଥ୍ୟ କହନ୍ତି

  199. Couplet 199

    ଗନ୍ଧର୍ବେ ଗୀତ ଯେ ଗାୟନଏମନ୍ତେ ସପ୍ତ ନିଯୋଜନ

  200. Couplet 200

    ବୈଶାଖ ମାସରେ ଯେ ପୁଣଆଦିତ୍ୟ ଅର୍ଯ୍ୟମା ନାମେଣ

  201. Couplet 201

    ପୁଲହ ନାମେ ମହାଋଷିପ୍ରହେତି ନାମେଣ ରାକ୍ଷସୀ

  202. Couplet 202

    ଅଧୌଜା ନାମେ ଯକ୍ଷବୀରପୁଞ୍ଜିକସ୍ଥଳୀ ଅପସର

  203. Couplet 203

    ନାରଦ ନାମରେ ଗନ୍ଧର୍ବକଛନୀର ନାମେଣ ନାଗ

  204. Couplet 204

    ଏବେ ଯେ ଜ୍ୟେଷ୍ଠମାସ ଶୁଣଆଦିତ୍ୟ ନାମ ମିତ୍ର ପୁଣ

  205. Couplet 205

    ଅତ୍ରି ନାମରେ ମହାଋଷିପୌରୁଷେୟ ନାମେ ରାକ୍ଷସୀ

  206. Couplet 206

    ତକ୍ଷକ ନାଗ ଯେ ବିଦିତମେନକା ଅପସରା ନୃତ୍ୟ

  207. Couplet 207

    ହା ହା ଯେ ଗନ୍ଧର୍ବର ନାମଯକ୍ଷ ଅଟଇ ରଥସ୍ୱନ

  208. Couplet 208

    ଏବେ ଯେ ଆଷାଢ ମାସରବରୁଣ ନାମ ସୂର୍ଯ୍ୟଙ୍କର

  209. Couplet 209

    ବଶିଷ୍ଠ ନାମେ ଋଷି ହୋଏଅପ୍ସରା ରମ୍ଭା ନାମ ବହେ

  210. Couplet 210

    ହୁହୁ ନାମରେ ଯେ ଗନ୍ଧର୍ବନାଗର ନାମ ଶୁକ୍ରଭାବ

  211. Couplet 211

    ଚିତ୍ରସ୍ୱନ ନାମରେ ରକ୍ଷସହଜନ୍ୟ ଯେ ଅଟେ ଯକ୍ଷ

  212. Couplet 212

    ଏବେ ଶ୍ରାବଣ ମାସେ ପୁଣଆଦିତ୍ୟ ଇନ୍ଦ୍ର ନାମେ ଜାଣ

  213. Couplet 213

    ବିଶ୍ୱାବସୁ ନାମେ ଗନ୍ଧର୍ବଏଳାପତ୍ର ନାଗ ପ୍ରଭବ

  214. Couplet 214

    ଋଷିଙ୍କ ନାମ ଯେ ଅଙ୍ଗିରାପ୍ରମ୍ଳୋଚା ନାମେ ଅପସରା

  215. Couplet 215

    ବର୍ଜ୍ୟ ନାମରେ ହୋଏ ରକ୍ଷଶ୍ରୋତା ନାମକ ହୋଏ ଯକ୍ଷ

  216. Couplet 216

    ଏବେ ଭାଦ୍ରବ ମାସେ ଶୁଣଆଦିତ୍ୟ ନାମ ବିବସ୍ୱାନ

  217. Couplet 217

    ଅସାରଣ ନାମରେ ଯକ୍ଷବ୍ୟାଘ୍ର ନାମକ ଅଟେ ରକ୍ଷ

  218. Couplet 218

    ଗନ୍ଧର୍ବ ନାମ ଉଗ୍ରସେନମହର୍ଷି ନାମ ଭୃଗୁ ଜାଣ

  219. Couplet 219

    ଅନୁମ୍ଳୋଚା ଯେ ଅପସରାଶଙ୍ଖପାଳ ଯେ ନାଗବୀରା

  220. Couplet 220

    ଏବେ ଆଶ୍ୱିନ ମାସେ ପୁଣଆଦିତ୍ୟ ତୃଷ୍ଟା ନାମେ ଜାଣ

  221. Couplet 221

    ଜମଦଗ୍ନି ଯେ ମହାଋଷିକମ୍ବଳ ନାମେ ନାଗ ବସି

  222. Couplet 222

    ତିଳୋତ୍ତମା ଯେ ଅପସରବ୍ରହ୍ମାପେତ ନାମେ ଅସୁର

  223. Couplet 223

    ଯକ୍ଷର ନାମ ଶତଜିତଗନ୍ଧର୍ବ ଧୃତରାଷ୍ଟ୍ର ଖ୍ୟାତ

  224. Couplet 224

    ଏବେ ହୋ କାର୍ତ୍ତିକ ଯେ ମାସେଆଦିତ୍ୟ ବିଷ୍ଣୁ ନାମେ ବସେ

  225. Couplet 225

    ନାଗର ନାମ ଅଶ୍ୱତରରମ୍ଭା ନାମରେ ଅପସର

  226. Couplet 226

    ମଖାପେତ ନାମକ ରକ୍ଷସତ୍ୟଜିତ ନାମେଣ ଯକ୍ଷ

  227. Couplet 227

    ବିଶ୍ୱାମିତ୍ର ନାମକ ଋଷିଗନ୍ଧର୍ବ ସୂର୍ଯ୍ୟବର୍ଚ୍ଚା ବସି

  228. Couplet 228

    ଏବେ ଯେ ମାର୍ଗଶିର ମାସଅଂଶୁମାନ ଆଦିତ୍ୟ ଅଂଶ

  229. Couplet 229

    ଋଷି ଯେ କଶ୍ୟପ ପ୍ରତ୍ୟକ୍ଷତୀର୍କ୍ଷ୍ୟ ନାମରେ ହୋଏ ଯକ୍ଷ

  230. Couplet 230

    ରତସେନ ଗନ୍ଧର୍ବ ବୀରଉର୍ବଶୀ ନାମେ ଅପସର

  231. Couplet 231

    ବିଦ୍ୟୁଚ୍ଛତ୍ରୁ ନାମେ ରାକ୍ଷସମହାଶଙ୍ଖ ନାମେ ନାଗେଶ

  232. Couplet 232

    ଏବେ ହୋ ପୌଷମାସ ଶୁଣଆଦିତ୍ୟ ଭଗ ନାମେ ପୁଣ

  233. Couplet 233

    ଊର୍ଣ୍ଣ ନାମରେ ହୋଏ ପକ୍ଷସ୍ପୁର୍ଜ ନାମକ ଅଟେ ରକ୍ଷ

  234. Couplet 234

    ଆୟୁ ନାମରେ ମହାମୁନିଗନ୍ଧର୍ବ ଯେ ଅରିଷ୍ଟନେମି

  235. Couplet 235

    ପୂର୍ବଚିତି ଯେ ଅପସରକର୍କୋଟକ ଯେ ନାଗବୀର

  236. Couplet 236

    ଏବେ ହୋ ଶୁଣ ମାଘମାସଆଦିତ୍ୟ ନାମ ଜାଣ ପୂଷ

  237. Couplet 237

    ବାତ ନାମକ ପୁଣି ରକ୍ଷସୁରୁଚି ନାମେ ହୋଏ ଯକ୍ଷ

  238. Couplet 238

    ନାଗର ଧନଞ୍ଜୟ ନାମଗନ୍ଧର୍ବ ନାମ ଯେ ସୁଷେଣ

  239. Couplet 239

    ଘୃତାଚୀ ନାମେ ଅପସରୀଗୌତମ ଋଷି ନାମ ଧରି

  240. Couplet 240

    ଏବେ ଫାଲଗୁନ ମାସେ ପୁଣଆଦିତ୍ୟ ନାମ ଯେ ପର୍ଜନ୍ୟ

  241. Couplet 241

    କ୍ରତୁ ନାମରେ ହୋଏ ପକ୍ଷଭରଦ୍ୱାଜ ଋଷି ପ୍ରତ୍ୟକ୍ଷ

  242. Couplet 242

    ବର୍ଚ୍ଚା ନାମରେ ଯେ ରାକ୍ଷସଅଇରାବତ ନାଗଈଶ

  243. Couplet 243

    ସେନଜିତ ଯେ ଅପସରବିଶ୍ୱ ନାମେ ଗନ୍ଧର୍ବ ବୀର

  244. Couplet 244

    ଏ ରୂପେ ବାରମାସ ପୁଣସାତ ସାତଗଣେ ଭ୍ରମିଣ

  245. Couplet 245

    ଏ ସର୍ବେ ସୂର୍ଯ୍ୟର ବିଭୂତିଜ୍ୟୋତିଷ ଚକ୍ରରେ ଚଳନ୍ତି

  246. Couplet 246

    ଏହାଙ୍କୁ ଯେ ଦୁଇସନ୍ଧ୍ୟାରେସ୍ମରଣ କରନ୍ତି ନିତ୍ୟରେ

  247. Couplet 247

    ତାହାଙ୍କ ପାପ ଦିନେ ଦିନେହରନ୍ତି ସୁମତି ପ୍ରଦାନେ

  248. Couplet 248

    ଏ ବାରମାସେ ସୂର୍ଯ୍ୟ ଏକନାରାୟଣ ପରମାତ୍ମକ

  249. Couplet 249

    ସେ ସୂର୍ଯ୍ୟ ଜ୍ୟୋତିମଣ୍ଡଳରେଘେନି ଯେ ବାର ଆଦିତ୍ୟରେ

  250. Couplet 250

    ଦ୍ୱାଦଶାଦିତ୍ୟ ତେଜ ବହିଷଡଋତୁ ଯେ ଜାତ ହୋଇ

  251. Couplet 251

    ଇହଲୋକ ପରଲୋକରେଯା ତେଜ ପରକାଶ କରେ

  252. Couplet 252

    ପାତାଳ ସପତ ପୁରରେଆପଣେ ଉଦେ ଅସ୍ତ କରେ

  253. Couplet 253

    ଇହ ପରଲୋକେ ପାତାଳେପ୍ରାଣୀଙ୍କି ସଦଗତି କରେ

  254. Couplet 254

    ସକଳ ଋଷିଗଣମାନତାଙ୍କୁ କରନ୍ତି ଉପାସନ

  255. Couplet 255

    ଋକ ଯଜୁ ଏ ସାମ ନିତିବେଦ ମନ୍ତ୍ରମାନଙ୍କେ ଘେନି

  256. Couplet 256

    ତାହାଙ୍କୁ ସ୍ତୁତି କରୁଛନ୍ତିଗନ୍ଧର୍ବେ ଗାୟନ କରନ୍ତି

  257. Couplet 257

    କରନ୍ତି ଅପସରା ନୃତ୍ୟନାଗେ ଯେ ଓଟାରନ୍ତି ରଥ

  258. Couplet 258

    ଯକ୍ଷମାନେ ରଥ ଯୋଚନ୍ତିପ୍ରାଣୀଙ୍କି ଦ୍ରବ୍ୟ ସେ ଦିଅନ୍ତି

  259. Couplet 259

    ରଥପୃଷ୍ଠେ ରାକ୍ଷସେ ଥାଇରଥ ରକ୍ଷାକରି ଚଳାଇ

  260. Couplet 260

    ଅରୁଣ ସାରଥିର ନାମସାତଅଶ୍ୱ ଚାଳେ ବେଗେଣ

  261. Couplet 261

    ଗାୟତ୍ରୀ ଆଦି ଛନ୍ଦ ସାତବହନ୍ତି ବିଶ୍ୱରୂପ ରଥ

  262. Couplet 262

    ଏ ରଥ ଆଗରେଣ ବସିଷଷ୍ଟିସହସ୍ର ବାଳଋଷି

  263. Couplet 263

    ଆଗରେ ସ୍ତୁତି କରୁଛନ୍ତିପ୍ରାଣୀଙ୍କି ଆଶୀର୍ବାଦ ଦ୍ୟନ୍ତି

  264. Couplet 264

    ଏ ଭାବେ ଅନାଦିନିଧାନସେ ଯେ ଈଶ୍ୱର ଭଗବାନ

  265. Couplet 265

    ଦିନେ ଦିନେ ଆତ୍ମା ବିସ୍ତାରତେଜମଣ୍ଡଳ ପରଚର

  266. Couplet 266

    ପ୍ରକାଶ ଦିବାରାତ୍ର କରିନିତ୍ୟ ଭ୍ରମଣେ ପ୍ରାଣୀ ପାଳି

  267. Couplet 267

    ଯେଉଁ ଠାବରେ ଦୃଶ୍ୟ ହୋଇସେଠାରେ ଉଦୟ ବୋଲାଇ

  268. Couplet 268

    ନ ଦିଶିଲା ଠାବରେ ଅସ୍ତରାତ୍ର ଦିବସ ଏଣୁ ମତ

  269. Couplet 269

    ମେରୁ ଭ୍ରମଣ ନିତ୍ୟେ କରେପୂର୍ବରୁ ପଶ୍ଚିମ କ୍ରମରେ

  270. Couplet 270

    ଉଦୟାସ୍ତ ଦୁଇ ପର୍ବତଆରୋହଣ ବେଳେ ନିର୍ମିତ

  271. Couplet 271

    ତିନିକୋଟି ଅର୍ଦ୍ଧ କୋଟିଏବ୍ରହ୍ମଲୋକରୁ ଜାତ ହୋଏ

  272. Couplet 272

    ଏ ବ୍ରହ୍ମରାକ୍ଷସେ ନିର୍ମାଣନିତ୍ୟେ ବ୍ରହ୍ମଶାପ ପାଇଣ

  273. Couplet 273

    ନିତ୍ୟେ ଦୁଇବେଳରେ ଖାଏମରନ୍ତି ଜୀଅନ୍ତି ନିଶ୍ଚୟେ

  274. Couplet 274

    ଏ ସୂର୍ଯ୍ୟ ଉଦୟର କାଳେସୂର୍ଯ୍ୟଙ୍କୁ ଗ୍ରାସନ୍ତି ସେ ବଳେ

  275. Couplet 275

    ଏଣୁ ବ୍ରହ୍ମା ଆଜ୍ଞାରେ ପୁଣବ୍ରହ୍ମଋଷି ଆଦି ବ୍ରାହ୍ମଣ

  276. Couplet 276

    ସୂର୍ଯ୍ୟଙ୍କୁ ସନମୁଖ ହୋଇଗାୟତ୍ରୀମନ୍ତ୍ର ଉଚ୍ଚାରଇ

  277. Couplet 277

    ତିନି ଅଞ୍ଜଳି ଜଳ ଦେଇଦ୍ୱିସନ୍ଧ୍ୟେ ଆକାଶକୁ ଚାହିଁ

  278. Couplet 278

    ଜଳକୁ ଟେକିଣ ପକାନ୍ତିମନ୍ତ୍ରେ ସେ ଜଳ ବଜ୍ର ହୋନ୍ତି

  279. Couplet 279

    ରାକ୍ଷସ ଉପରେ ପଡନ୍ତିରାକ୍ଷସେ ଭସ୍ମ ହୋଇ ଯାନ୍ତି

  280. Couplet 280

    ସୂର୍ଯ୍ୟ ଯେ ବଳବନ୍ତ ହୋଇତେଜେ ଜଗତ ପ୍ରକାଶଇ

  281. Couplet 281

    ସେ ସୂର୍ଯ୍ୟଙ୍କ ରଥଚକ୍ରରମାନସୋତ୍ତର ଯେ ଗିରିର

  282. Couplet 282

    ପୁଷ୍କରଦ୍ୱୀପ ମଧ୍ୟେ ସେହିରଥ ଏକଚକ୍ର ଭ୍ରମଇଁ

  283. Couplet 283

    ସମ୍ବତ୍ସରରେ ସେହୁ ପୁଣମକର ଆଦି ଯେ ମିଥୁନ

  284. Couplet 284

    ଉତ୍ତରାୟଣ ତାକୁ କହିସ୍ୱର୍ଗକୁ ଦିବସେ ଅଟଇ

  285. Couplet 285

    କକଡାଦି ଛ ରାଶି ଯେବେଦକ୍ଷିଣାୟନ କହି ତେବେ

  286. Couplet 286

    ଏମନ୍ତେ ଦୁଇ ଯେ ଅୟନେରାତ୍ର ଦିବସ ଦେବମାନେ

  287. Couplet 287

    ଏ ଭାବେ ରଥେ ଭ୍ରମୁଛନ୍ତିଯୋଜନ ଅୟୁତ ଯେ ପ୍ରତି

  288. Couplet 288

    ଅଠର ସହସ୍ର ଯୋଜନଉଚ୍ଚ ଅଟଇ ବିଦ୍ୟମାନ

  289. Couplet 289

    ଅଷ୍ଟାଦଶ ସହସ୍ର ଯୋଜନଲମ୍ବ ତା ଅଟଇ ପ୍ରମାଣ

  290. Couplet 290

    ଲକ୍ଷେ ସତୁରି ସସ୍ର ଯୂଣଅଖର ଲମ୍ବ ପରିମାଣ

  291. Couplet 291

    ପ୍ରତି ଅଖ ଲମ୍ବ ତଳରଦି କୋଟି ତେପନ ଲକ୍ଷର

  292. Couplet 292

    ସତୁରି ସହସ୍ର ଯୋଜନଅଖମୁଣ୍ଡି ଲୋକାଲୋକେଣ

  293. Couplet 293

    ଉପର ଖଣ୍ଡ ଅଖ ପୁଣଚଉଦଲକ୍ଷ ଯେ ଯୋଜନ

  294. Couplet 294

    ଷୋଳ ଯେ ସହସ୍ର ଆବରଏ ମୁଣ୍ଡି ଲାଗିଛି ମେରୁର

  295. Couplet 295

    ଧ୍ରୁବମଣ୍ଡଳେ ବ୍ୟାପିଅଛିବିମାନମାନ ତହିଁ ଗଚ୍ଛି

  296. Couplet 296

    ସବୁ ଗ୍ରହମାନଙ୍କ ରଥଦଉଡିମାନ ସେ ନିର୍ମିତ

  297. Couplet 297

    ଧ୍ରୁବମଣ୍ଡଳ ସୁଷୁମ୍ନାରେବନ୍ଧନ ଯେ ଯାହା ଭେଦରେ

  298. Couplet 298

    ଦଉଡିମାନଙ୍କର ପୁଣତିନିଶ ଷାଠିଏ ନିର୍ମାଣ

  299. Couplet 299

    ପ୍ରତି ଦଉଡି ଲାଗିଛନ୍ତିସେ ମେରୁରନ୍ଧ୍ରେ ଯୁକ୍ତ ହୋନ୍ତି

  300. Couplet 300

    ତହୁଁ ନିତ୍ୟେ ନିତ୍ୟେ ଭ୍ରମଣଦିବା ରାତ୍ର ହୋଏ ଏସନ

  301. Couplet 301

    ମନୁଷ୍ୟମାନଙ୍କୁ ସେ ହୋଇପିତୃଙ୍କୁ ମାସେ ଦିନେ କହି

  302. Couplet 302

    ଏବଂଭୂତ ଯେ ଯେଉଁ ରଥସେ ତହିଁ ମାୟାତ୍ମକ ସତ୍ୟ

  303. Couplet 303

    ସମ୍ବତ୍ସର ଚକ୍ର ତା ବୋଲିକାଳ ଗତାଗତ କହିଲି

  304. Couplet 304

    ସେ ସମ୍ବତ୍ସର ଯେ ଚକ୍ରରତିନିକୋଟି ନାଭି ତାହାର

  305. Couplet 305

    ବରଷା ଶୀତ ଗ୍ରୀଷ୍ଣ ତିନିତ୍ରିକାଳ ବୋଲାନ୍ତି ସେ ପୁଣି

  306. Couplet 306

    ବାରଗୋଟି ଯେ ରଥ ଅରବାରମାସ ନାମ ତାହାର

  307. Couplet 307

    ଛ ଗୋଟି ପହି ଛନ୍ତି ତହିଁଷଡଋତୁଙ୍କ ସ୍ଥାନ ସେହି

  308. Couplet 308

    ସାତଶ କୋଟିଏକ ପହିଏକଚକ୍ରରେ ସେହୁ ଥାଇ

  309. Couplet 309

    ରାତ୍ର ଯେ ଦିବସ ହୋଇଣସପ୍ତଶତ କୋଟି ଏ ଦିନ

  310. Couplet 310

    ଏମନ୍ତ ହୋଇ ସମ୍ବତ୍ସରଭ୍ରମୁଅଛି ସେ ଚକ୍ରବର

  311. Couplet 311

    ଏ କାଳଚକ୍ର ବୋଲି କହେକାଳ ସ୍ୱରୂପୀ ସୂର୍ଯ୍ୟମୟେ

  312. Couplet 312

    ସେ ସୂର୍ଯ୍ୟ ନିରାକାର ଜ୍ୟୋତିଉତ୍ପତ୍ତି ପ୍ରଳୟ କରନ୍ତି

  313. Couplet 313

    ସେ ସଦା ଥାଇ ଯେ ଅନାଦିଅଜ୍ରାମର ସର୍ବ ସମ୍ପାଦି

  314. Couplet 314

    ଭୂତ ଭବିଷ୍ୟ ବର୍ତ୍ତମାନହିତମୟ ସର୍ବକାରଣ

  315. Couplet 315

    ପରମ ବ୍ରହ୍ମ ସେ ସ୍ୱରୂପୀସଂସାର କର୍ତ୍ତା ସର୍ବବ୍ୟାପୀ

  316. Couplet 316

    ସଂସାର ଏ ଆଦିକାରଣସକଳ ଏହାଙ୍କ ଭିଆଣ

  317. Couplet 317

    ଯେ ଏହା ପଢନ୍ତି ଶୁଣନ୍ତିବିଷ୍ଣୁ ସ୍ୱରୂପେ ତାଙ୍କୁ ଚିନ୍ତି

  318. Couplet 318

    ସର୍ବ ପାପରୁ ସେ ତରଇଅଗ୍ନି ଯେହ୍ନେ ସର୍ବ ଭକ୍ଷଇ

  319. Couplet 319

    ସୂତ କହନ୍ତି ବିଷ୍ଣୁଭାବେଶୁଣ ଶୌନକ ଅନୁଭବେ

  320. Couplet 320

    ସୁଜନେ ଶୁଣସି ଆନନ୍ଦେଭକ୍ତି ହୋଇବ କୃଷ୍ଣପାଦେ

  321. Couplet 321

    ମହାବିଷ୍ଣୁଙ୍କ ଯେ ମହିମାସୂର୍ଯ୍ୟଭ୍ରମଣ ସୁଖସୀମା

  322. Couplet 322

    ଶୁଣିଲେ ସଂସାରୁ ତରଇଅନ୍ତେ ସେ ବୈକୁଣ୍ଠ ଲଭଇ

  323. Couplet 323

    ଶ୍ରୀବିଷ୍ଣୁପୁରାଣ ଭକତିଚନ୍ଦ୍ରମଣ୍ଡଳର ଏ ଗତି

  324. Couplet 324

    ଅମୃତମୟ ରୂପ ତାରକ୍ଷୀରାର୍ଣ୍ଣବରୁ ଜାତ ଯାର

  325. Couplet 325

    ଶୁକଳ ପକ୍ଷ ବୃଦ୍ଧି ହୋଏକୃଷ୍ଣ ପକ୍ଷରେ କଳା କ୍ଷୟେ

  326. Couplet 326

    କୃଷ୍ଣପକ୍ଷେ ପ୍ରତିପ ଦିନଏ ଆଦି ପନ୍ଦର ତିଥେଣ

  327. Couplet 327

    ଦେବତାମାନେ ପ୍ରତିଦିନଅମୃତ କରନ୍ତି ଯେ ପାନ

  328. Couplet 328

    ଅମାସ୍ୟା ଦିନେ କଳାହୀନେଚନ୍ଦ୍ର ପଳାଇ ସୂର୍ଯ୍ୟେ ଲୀନେ

  329. Couplet 329

    ସ୍ଥାବର-ଜଳ-ତୃଣ-ମଧ୍ୟେଲୁଚଇ ଭୟ ମନସଧେ

  330. Couplet 330

    ଏଣୁ ସର୍ବନିଷେଧ ଦିନେଗାବ ଯେ ତୃଣ ଜଳପାନେ

  331. Couplet 331

    କ୍ଷୀର ଘୃତ ଜାତ ସଂଯୋଗେଋଷି ବିପ୍ର ଆହୁତି ଭାଗେ

  332. Couplet 332

    କଳା ବର୍ଦ୍ଧମାନ ହୁଅଇପଞ୍ଚଦଶ ଦିନେ ପୂର୍ଣ୍ଣ ହିଁ

  333. Couplet 333

    କହଇ ବିପ୍ର ଜଗନ୍ନାଥସୂର୍ଯେନ୍ଦୁ ମହାବିଷ୍ଣୁ ମତ

  334. Couplet 334

    ଶୁଣିଲେ ସର୍ବପାପୁଁ ତରେବିଷ୍ଣୁଭକତି ହୋଏ ତାରେ

  335. Couplet 335

    ବିଷ୍ଣୁର ଭକତେ ସେବିଲେଏ ସୁଖ ଲଭଇ ସେ ଭଲେ

Odia Bhagabata skandha 12 adhyaya 11 | Parbani by ParibhaAsha App