Skip to content
paribhaasha

Skandha 11

Adhyaya 9

  1. Couplet 1

    ଆନନ୍ଦେ କ‌ହେ ଅବଧୂତଶୁଣ ହେ ଯଦୁ ନୃପନାଥ

  2. Couplet 2

    ସକଳ ସ୍ଥାନେ ମହୀ ଭ୍ରମେମୁଁ ଥାଇ ଅଜଗର ଧର୍ମେ

  3. Couplet 3

    ସ୍ୱର୍ଗ ନରକ ବେନିବାଣୀଏହା ମୁଁ ଏକଧର୍ମେ ଜାଣି

  4. Couplet 4

    ଏଣୁ ମୋ' ଦୁଃଖ ସୁଖ ଏକସମ ମଣଇ ସର୍ବଲୋକ

  5. Couplet 5

    ଆହାରେ ଭଲ ମନ୍ଦ ନାହିଁଯେ ସ୍ଥାନେ ଯେମନ୍ତ ମିଳଇ

  6. Couplet 6

    ସନ୍ତୋଷ କରଇ ଆହାରଏଣେ ବିଚାର ନାହିଁ ମୋର

  7. Couplet 7

    ଅଳପ ବ‌ହୁତ ସନ୍ତୋଷନ ମିଳେ କରେ ଉପବାସ

  8. Couplet 8

    କର୍ମ କଷଣ ଦେହ ସ‌ହେଅରଣ୍ୟେ ଅଜଗର ପ୍ରାୟେ

  9. Couplet 9

    ସମ ମଣଇ ଦୁଃଖସୁଖଅନ୍ତରେ ନୋହଇ ବିମୁଖ

  10. Couplet 10

    ଦେହ ଇନ୍ଦ୍ରିୟବଳ ଥାଇଉଦ୍ୟମ କିଛି ନ କରଇ

  11. Couplet 11

    ଏ ଧର୍ମ ଅଜଗରେ ଚାହିଁଶିଖିଲି ଗୁରୁଶିକ୍ଷା ପାଇ

  12. Couplet 12

    ଏଣୁ ପ୍ରସନ୍ନ ଚିତ୍ତ ମୋରସ୍ୱଭାବେ ନିର୍ମଳ ଶରୀର

  13. Couplet 13

    କେ ଜାଣିପାରେ ମୋ' ଅନ୍ତରଗଭୀର ଯେସନେ ସାଗର

  14. Couplet 14

    ବରଷା ସମୟରେ ନ‌ଦୀସମୂହେ ବ‌ହ‌ନ୍ତି ଆଚ୍ଛାଦି

  15. Couplet 15

    ସେ ଯେହ୍ନେ ମିଳନ୍ତି ଜଳଧିତେଣେ ସେ ନୁହଁଇ ନା ବୃଦ୍ଧି

  16. Couplet 16

    ଗ୍ରୀଷମେ ନୋହେ ହାନି ତା'ରସର୍ବଦା ସମ ସେହୁ ନୀର

  17. Couplet 17

    ସ୍ନେହ ବିଶୁଦ୍ଧଭାବ ଧରେପୂର୍ବସ୍ୱଗୁଣ ଦୋଷ ହରେ

  18. Couplet 18

    ଏ ଭାବେ ଥାନ୍ତି ଯେତେ ପ୍ରାଣୀସଂସାର ପାରନ୍ତି ଏ ଜିଣି

  19. Couplet 19

    ସେ ରୂପେ ଜାଣ ମୁହିଁ ମନେହାନି ବୃଦ୍ଧି ଭାବ ନ ଘେନେ

  20. Couplet 20

    ତେଣୁ ମୁଁ ନାରାୟଣ ପରନାହିଁ ବିଷୟ ଆଶା ମୋର

  21. Couplet 21

    ଏହା ସମୁଦ୍ର ଶିକ୍ଷା ପାଇସାଧଇ ଶିଷ୍ୟଭାବ ବ‌ହି

  22. Couplet 22

    ବିଷ୍ଣୁର ମାୟା ମୋହକଳ୍ପକପଟେ ହୋଇ ନାରୀରୂପ

  23. Couplet 23

    ଜଗମୋହିନୀ ବିଷ୍ଣୁମାୟାଘନେ ଯେସନେ ବିଦ୍ୟୁଛାୟା

  24. Couplet 24

    ସେ ରୂପେ ନ କରିବ ସଙ୍ଗଅନଳେ ଯେସନେ ପ‌ତଙ୍ଗ

  25. Couplet 25

    ସଂଯୋଗେ କରେ ପ୍ରାଣ ନାଶଏଣୁ ନୋହିବ ତା' ବିଶ୍ୱାସ

  26. Couplet 26

    ପ‌ତଙ୍ଗ ତ‌ହୁଁ ଏହା ଜାଣିଗୁରୁବଚନ ପରିମାଣି

  27. Couplet 27

    ସ୍ତିରୀ ସଙ୍ଗମ କରି ଦୂରେନିଶ୍ଚିନ୍ତେ ଭ୍ରମଇଁ ସଂସାରେ

  28. Couplet 28

    କାଷ୍ଠପିତୁଳି ନାରୀ ରୂପେଥୋଇବ ଯତିଙ୍କ ସମୀପେ

  29. Couplet 29

    ଯତିଏ ତା'ର ରୂପ ଚାହିଁଚରଣ ଅଗ୍ରେ ଯେବେ ଛୁଇଁ

  30. Couplet 30

    ମନ ମଥଇ ତାହାଙ୍କରଯେଣୁ ମନ୍ମଥ ସୁଖଘର

  31. Couplet 31

    ଜଳେ ପାଷାଣ ପ୍ରାୟ ମଜ୍ଜେଗଜବନ୍ଧନ ଯେହ୍ନେ ଗଜେ

  32. Couplet 32

    ଏଣୁ କୁଞ୍ଜରଭାବ ମଣିଗୁରୁବଚନ ପରିମାଣି

  33. Couplet 33

    ସଙ୍ଗ ନ କରି ସ୍ତିରୀ ମେଳେନିର୍ଭୟେ ବୁଲଇ ଶୟଳେ

  34. Couplet 34

    ଏଣୁ କାମିନୀ ସଙ୍ଗ ତେଜିଜ୍ଞାନେ ବୁଲଇ ଚକ୍ଷୁ ବୁଜି

  35. Couplet 35

    ଏବେ ହୋ ଶୁଣ ନୃପବରଗୁରୁ ମୋହର ମଧୁକର

  36. Couplet 36

    ଅଳପ ଅଳ୍ପ ଗ୍ରାସ କରିଯାବତ ଦେହ ମାତ୍ର ଧରି

  37. Couplet 37

    ଆହୁରି ତା'ର ଉପଦେଶପାଇ ମୋ' ମନ ହେଲା ତୋଷ

  38. Couplet 38

    ସେ ସର୍ବ ପୁଷ୍ପେ ବସୁଥାଇକେବଳ ମାତ୍ର ସାରଗ୍ରାହୀ

  39. Couplet 39

    ମୁହିଁ ସକଳଗ୍ରନ୍ଥ ମାନବିଚାର କରି ହାଦେ ପୁଣ

  40. Couplet 40

    ଯେ ସର୍ବସାର ଆତ୍ମାହିତେସେ କ‌ଥା ଘେନୁଥାଇ ଚିତ୍ତେ

  41. Couplet 41

    ଯେବା ମିଳଇ ଭିକ୍ଷା ଅନ୍ନରାତ୍ରରେ କରଇ ଭୋଜନ

  42. Couplet 42

    ଗତ ଆଗତକୁ ନ ପାଞ୍ଚେପାଣି ଉଦରପାତ୍ରେ ସଞ୍ଚେ

  43. Couplet 43

    ଧନେ ମୋ' ନାହିଁ ପ୍ରୟୋଜନଏଣୁ ଦରିଦ୍ର ମୋ ଜୀବନ

  44. Couplet 44

    ଧନ ଅର୍ଜନେ ଯାର ଆଶନିରତେ ଦୁଃଖଶୋକେ ପ୍ରାସ

  45. Couplet 45

    ନ କରି ଆତ୍ମ‌ଭୋଗ ଦାନଧନ ସଞ୍ଚଇ ରାତ୍ରଦିନ

  46. Couplet 46

    ନିରତେ କରଇ ସଞ୍ଚୟପାପୀ କୃପଣ ଦୁରାଶୟ

  47. Couplet 47

    ତାହାର ଧନ ହରେ ଆନେମଧୁ ସଞ୍ଚଇ ମାଛି ଯେହ୍ନେ

  48. Couplet 48

    ନ ଦେଇ ନ ଖାଇ ସଞ୍ଚଇତାହାର ମୁଖେ ଅଗ୍ନି ଦେଇ

  49. Couplet 49

    ମଧୁ ଭକ୍ଷଇ ନେଇ ଆନତେଣୁ ସେ ମୋ' ଗୁରୁ ରାଜନ

  50. Couplet 50

    କମଳ ମଧ୍ୟେ ଭୃଙ୍ଗ ଯେହ୍ନେମତ୍ତ ହୋଇଣ ମଧୁପାନେ

  51. Couplet 51

    ପ୍ରଲୋଭେ ନ ପାରଇ ଛାଡ଼ିପଦ୍ମ ମୁଦ୍ରିତେ ବନ୍ଦୀ ପଡ଼ି

  52. Couplet 52

    ଏ ଘେନି ଇନ୍ଦ୍ରିୟ ଲାଳସେଯେ ପ୍ରାଣୀ ଜଡ଼େ ସ୍ନେହବଶେ

  53. Couplet 53

    ଯେହ୍ନେ ଭ୍ରମର ନାନା ପୁଷ୍ପଚୁମ୍ବି ଘେନଇ ମଧୁରସ

  54. Couplet 54

    ବେଦାଦି ଶାସ୍ତ୍ରମାନ ଖୋଜିଘେନିବ ତ‌ତ୍ତ୍ୱସାର ହେଜି

  55. Couplet 55

    କେବଳ ମାତ୍ର ପ୍ରାଣରକ୍ଷାକରିବ ସ୍ତୋକ ସ୍ତୋକ ଭିକ୍ଷା

  56. Couplet 56

    ମୁହିଁ ତାହାର ମାର୍ଗ ଚାହିଁବୁଲଇ ଗୁରୁଶିକ୍ଷା ପାଇ

  57. Couplet 57

    ଏଣୁ ଭ୍ରମର ଗୁରୁ ମୋରଏ ଅନୁଭବ ମୋ' ବିଚାର

  58. Couplet 58

    ଶୁଣ ସୁଚିତ୍ତେ ନୃପବରମଧୁହାରୀ ଯେ ଗୁରୁମୋର

  59. Couplet 59

    ମଧୁମକ୍ଷିକା ପୁଷ୍ପସାରନେଇ ରଖଇ ନିଜଘର

  60. Couplet 60

    ବିନା ଉଦ୍ୟମେ ମଧୁହାରୀଭୁଞ୍ଜଇ ବଳେ ତାହା କରି

  61. Couplet 61

    ଏ ରୂପେ ଗୃହୀ ଦୁଃଖ ପାଇଅନ୍ନ ବ୍ୟଞ୍ଜନ ରଖେ ନେଇ

  62. Couplet 62

    ଅତିଥି ଆସି ଭୁଞ୍ଜେ ତାହାଏମନ୍ତେ ମୋ ଗୁରୁ ମଧୁହା

  63. Couplet 63

    ଯେ ଥିବ ବନ‌ଚର ମତେଚିତ୍ତ ନ ଦେବ ଗ୍ରାମ୍ୟଗୀତେ

  64. Couplet 64

    ନିରତେ ଜ୍ଞାନେ ଥିବ ମନଯୋଗ ସଂଯୋଗେ ଅବଧାନ

  65. Couplet 65

    ଲୁବ୍ଧକ ଗୀତ ଶୁଣି କର୍ଣ୍ଣେଯେସନେ ମୃଗ ମରେ ବନେ

  66. Couplet 66

    ଏଣୁ ନ ଶୁଣି ଗ୍ରାମ୍ୟଗୀତବୁଲଇ ଜ୍ଞାନେ ଦେଇ ଚିତ୍ତ

  67. Couplet 67

    ସୁଗୀତ ବାଦ୍ୟ ନୃତ୍ୟରଙ୍ଗେଅରଣ୍ୟେ ବେଶ୍ୟାଗଣ ସଙ୍ଗେ

  68. Couplet 68

    ଚିତ୍ତେ ତାହାଙ୍କ ଭାବ ଘେନିକାନନେ ଋଷିଶୃଙ୍ଗ ମୁନି

  69. Couplet 69

    ବନ୍ଦୀ ହୋଇଲେ କାମ‌ପାଶେଶ୍ରବଣ ଇନ୍ଦ୍ରିୟ ଲାଳସେ

  70. Couplet 70

    ଏଣୁ ମୁଁ ମୃଗ ଗୁରୁ କରିଭ୍ରମଇ ଆଶା ଦୂର କରି

  71. Couplet 71

    ଜିହ୍ୱା ମଧୁର ରସ ପାଇଲାଳସେ ଛାଡ଼ି ନ ପାରଇ

  72. Couplet 72

    ନିରତେ ଲୋଡ଼େ ଲୋଭ ମନେମୀନ ବଡ଼ସୀ ଥୋପେ ଯେହ୍ନେ

  73. Couplet 73

    ଜିହ୍ୱାକୁ ବର୍ଜି ଇନ୍ଦ୍ରିଗଣହେଳେ ତ ଜିଣିପାରେ ମନ

  74. Couplet 74

    ଏ ବୋଲ ବୁଝି ଯେଉଁ ପ୍ରାଣୀଯୋଗେ ଜିହ୍ୱାକୁ ପାରେ ଜିଣି

  75. Couplet 75

    ହେଳେ ଜିଣଇ ଇନ୍ଦ୍ରିଗଣସେ ପ୍ରାଣୀ ନିଶ୍ଚେ ନାରାୟଣ

  76. Couplet 76

    ତେଣୁ ସେ ମୀନ ଗୁରୁ ମୋରଏବେ ହୋ ଶୁଣ ନୃପବର

  77. Couplet 77

    ପୂର୍ବେ ଯେ ବିଦେହ ନ‌ଗରେପିଙ୍ଗଳାବେଶ୍ୟା ଥିଲା ଘରେ

  78. Couplet 78

    ତାହାର ଧର୍ମ ମୁଁ ଆଚରିବୁଲଇ ଗୁରୁଶିକ୍ଷା କରି

  79. Couplet 79

    ଶୁଣ ନୃପ‌ତି ସାବଧାନେପିଙ୍ଗଳା ବେଶ୍ୟା ଏକଦିନେ

  80. Couplet 80

    ଧନୀ ପୁରୁଷ ଏକ ମେଳେସଙ୍କେତ କଲା କାମ‌ଭୋଳେ

  81. Couplet 81

    ସଲ୍ଲଜେ ଯାଇ ତା'ର ପାଶବୋଲଇ ମୋର ଘରେ ଆସ

  82. Couplet 82

    ଆନ ପୁରୁଷେ କାର୍ଯ୍ୟ ନାହିଁତୋ' ସଙ୍ଗେ ବିହରିବି ମୁହିଁ

  83. Couplet 83

    ବ‌ହୁତ ଧନ ଦେବ ମୋତେଏମନ୍ତ ଭାଳି ଲୋଭଚିତ୍ତେ

  84. Couplet 84

    ଧନେ ବ୍ୟାକୁଳ ତା'ର ଚିତ୍ତଏମନ୍ତେ ରବି ହେଲା ଅସ୍ତ

  85. Couplet 85

    ସୁବେଶ କଲା ନିଜ ଦେହୀବସ୍ତ୍ର ଭୂଷଣ ଗନ୍ଧ ଦେଇ

  86. Couplet 86

    ଅତି ସୁନ୍ଦର ତନୁ ବେଶେଦ୍ୱାରେ ବସିଲା ତା'ର ଆଶେ

  87. Couplet 87

    ତିମିର ପ୍ରକାଶିଲା ନିଶିତାହାର ଦ୍ୱାରେ ଲୋକେ ଆସି

  88. Couplet 88

    ଅଳପ ଧନ ଦେଲେ ଆଣିସମ୍ମତ ନ କଲା ତରୁଣୀ

  89. Couplet 89

    ସୁଦେଶେ ତନୁ ଥିଲା ସାଜିନିରାଶେ ସର୍ବେ ଗଲେ ଭାଜି

  90. Couplet 90

    ରଜନୀ ଦଶଦଣ୍ତ ଗଲାଏମନ୍ତେ ତିନ୍ତଇ ପିଙ୍ଗଳା

  91. Couplet 91

    ନିଶ୍ଚୟ ଧମ‌ବନ୍ତ କେହିପ୍ରବେଶ ହେବେ ମୋର ‌‌ତ‌ହିଁ

  92. Couplet 92

    ଘରୁ ବାହାରି ଦ୍ୱାରେ ମିଳିପ‌ଥକୁ ଚାହଁଇ ନିରୋଳି

  93. Couplet 93

    ପ‌ଥେ ଯେ ଆତ‌ଯାତ ଜନେତାହାଙ୍କୁ ନିରେଖେ ନୟନେ

  94. Couplet 94

    ପୁଣି ଶୁଣଇ ବାକ୍ୟ ଯେଣେଧନୀ ଅଇଲା ପ୍ରାୟ ମଣେ

  95. Couplet 95

    ମିଳଇ ପୁଣି ନିଜ ଦ୍ୱାରେକ୍ଷଣ କ୍ଷଣକେ ପଶେ ଘରେ

  96. Couplet 96

    ଏମନ୍ତେ ଧନର ଉଚ୍ଚାଟେଊନ୍ନିଦ୍ରେ ବୁଲେ ଛଟପଟେ

  97. Couplet 97

    ପୁଣି ଭାଳଇ ଦୁଃଖମନେଧନିକ ନଇଲା କେସନେ

  98. Couplet 98

    ସଙ୍କେତ କଲା ମୋର ସଙ୍ଗେଧନେ ସୁରତ ସୁଖ ରଙ୍ଗେ

  99. Couplet 99

    ଏବେ ସେ ନଇଲା କିମ୍ପାଇକିବା କାରଣ ତା'ର ହୋଇ

  100. Couplet 100

    ଏମ‌ନ୍ତେ ମନ ତା'ରେ ଦେଇଭାଳଇ ନିଜଦ୍ୱାରେ ରହି

  101. Couplet 101

    ପୁଣି ପଶଇ ଯାଇ ଘରେବେଗେ ମିଳଇ ଆସି ଦ୍ୱାରେ

  102. Couplet 102

    ଘରେ ବାହାରେ ପୁଣ ପୁଣଅସ୍ଥିରେ କ‌ରଇ ଭ୍ରମଣ

  103. Couplet 103

    ରଜନୀ ଅର୍ଦ୍ଧେ ଭୋଗ ଗଲାଧନିକେ ନ ଦେଖି ପିଙ୍ଗଳା

  104. Couplet 104

    ନିଃଶ୍ୱାସ ଛାଡ଼ି ଉଚ୍ଚସ୍ୱରେଦୁଃଖେ ବସିଲା ନିଜ ଦ୍ୱାରେ

  105. Couplet 105

    ଦେଖ ତାହାର ପୂର୍ବଭାଗ୍ୟଚିତ୍ତେ ଉପୁଜିଲା ବୈରାଗ୍ୟ

  106. Couplet 106

    ତେଣୁ ସେ କଲା ମନସ୍ଥିରଅନ୍ତରେ କ‌ରଇ ବିଚାର

  107. Couplet 107

    ଦେଖ ମୋହର ମୋହଜାଲଅଜ୍ଞାନେ ଗଲା ଏତେ କାଳ

  108. Couplet 108

    ସର୍ବ ନାଶିଲି ଧନ ଲୋଭେନାରୀ ସ୍ୱଭାବେ କାମ‌ଭାବେ

  109. Couplet 109

    ଅସାଧୁ ପୁରୁଷଙ୍କ ମେଳେକାନ୍ତର ଭାବେ କାମ‌ଭୋଳେ

  110. Couplet 110

    ରମିଲି ଧନେ ଦେଇ ମନଧିକ ଏ ମୋହର ଜୀବନ

  111. Couplet 111

    ନିକଟେ ଅଛି ମୋର ଭର୍ତ୍ତାସର୍ବ ସମ୍ପଦ ସୁଖଦାତା

  112. Couplet 112

    ଅନାଥ ନାଥ ଜନ‌ହିତାମୁକ‌ତି ଗତିର ବିଧାତା

  113. Couplet 113

    ଯେ ନିତ୍ୟ ପୁରୁଷ ରତନତାହାଙ୍କ ଦୂରେ ଥୋଇ ମନ

  114. Couplet 114

    ରମିଲି କୁପୁରୁଷ ସଙ୍ଗେଅଜ୍ଞାନ ମୋହ ରତିରଙ୍ଗେ

  115. Couplet 115

    ବୁଦ୍ଧି ମୋହର ଦୁଷ୍ଟ ଅତିବିପାକଫଳେ ହୀନ‌ଗତି

  116. Couplet 116

    ବଞ୍ଚିଲି କୁପୁରୁଷ ମେଳେପୂର୍ବ ପାତକ କର୍ମଫଳେ

  117. Couplet 117

    ଏ କାୟା ଘରେ ବାସ ମୋରନିରତେ ବହେ ନ‌ବଦ୍ୱାର

  118. Couplet 118

    ଏହା ମଧ୍ୟରେ ମଳମୂତ୍ରସମ୍ପୂର୍ଣ୍ଣ କଫ ବାତ ପିତ୍ତ

  119. Couplet 119

    ଦୁର୍ଗନ୍ଧ କୃମି ଲାଳ ନାଡ଼ିଅଶେଷ ରୋଗେ ଛନ୍ତି ବେଢ଼ି

  120. Couplet 120

    ଅସ୍ଥି ପଞ୍ଚରା ଚାରିପାଶେଛାଉଣି ନ‌ଖ ରୋମ କେଶେ

  121. Couplet 121

    ଶିରା ଶିକୁଳି ଗଣ୍ଠି କ୍ଷେପିଚର୍ମ ରୁଧିର ମାଂସ ଲେପି

  122. Couplet 122

    ଏମନ୍ତ ଘରେ ମୋତେ ଥୋଇଯେ ଗୁରୁ ଗଲା ଶିକ୍ଷା ଦେଇ

  123. Couplet 123

    ସେ ଗୁରୁ ବାକ୍ୟ ନ ପ୍ରମାଣିଏ ଘରେ ମୁହିଁ ଦୋଚାରୁଣୀ

  124. Couplet 124

    ବିଦେହ ନ‌ଗରେ ମୁଁ ଥାଇମୋ ପରି ମୂଢ଼ କେହି ନାହିଁ

  125. Couplet 125

    ଆତ୍ମାକୁ ଦିଅନ୍ତି ଯେ ହରିତା' ତ‌ହୁଁ ଆନ ଇଚ୍ଛା କରି

  126. Couplet 126

    ମୋ ପ୍ରାଣନାଥ ଅଛି ପାଶେମୁହିଁ ନ ଦେଖେ ମୋହବଶେ

  127. Couplet 127

    ସେ ନାଥ ସର୍ବଜୀବାଅତ୍ମାନିର୍ଲେପ ନିର୍ଗୁଣ ମହାତ୍ମା

  128. Couplet 128

    ପ୍ରିୟ ଆନନ୍ଦ ଇଷ୍ଟଦାତାଘରେ ମୁଁ ଛାଡ଼ି ନିଜ ଭର୍ତ୍ତା

  129. Couplet 129

    ହୀନ ପୁରୁଷ ସଙ୍ଗେ ରମିମୁହିଁ ହୋଇଲି ପ‌ଥଶ୍ରମୀ

  130. Couplet 130

    ନିଷ୍ଫଳ ମୋହର ଜୀବନଅଜ୍ଞାନେ ଗଲା ଏତେ ଦିନ

  131. Couplet 131

    ଏ ଦେହେ ବସେ ନାରାୟଣସେ ହରି ଛାଡ଼ି ମୂଢ଼ପଣ

  132. Couplet 132

    ଯେ ଦେହେ ବସେ ଅଛି ନାନା ରୋଗତା ସଙ୍ଗେ କଲି ରତିରଙ୍ଗ

  133. Couplet 133

    ମର୍ତ୍ତ୍ୟମଣ୍ତଳେ ଦେହ ବ‌ହିଦେବତା ହୋଇଲେ ମ‌ରଇ

  134. Couplet 134

    ଯାବତ ଅଛି ମୋହପାଶତାବତ କରେ ଜ୍ଞାନ ନାଶ

  135. Couplet 135

    ଯାବତ ଗୋବିନ୍ଦ ଚରଣଏ ଜୀବ ନ ପଶେ ଶରଣ

  136. Couplet 136

    ତାବତ ନୋହେ ଆତ୍ମା ସୁଖୀନିରତେ ତାପ‌ତ୍ରୟେ ଦୁଃଖୀ

  137. Couplet 137

    ଏମନ୍ତେ ମନେ ବିଚାରଇଆନନ୍ଦେ ଶିରେ କର ଦେଇ

  138. Couplet 138

    ବୋଲଇ ଧନ୍ୟ ଆଜ ଦିନମୋତେ ପ୍ରସନ୍ନ ଭଗବାନ

  139. Couplet 139

    ଧନ୍ୟ ମୋହର ପିତାମାତତେଣୁ ବୈରାଗ୍ୟଜ୍ଞାନ ଜାତ

  140. Couplet 140

    ଶ୍ରୀକୃଷ୍ଣ ଅଭୟ ଚର‌ଣଆଜ ମୁଁ ପଶିବି ଶରଣ

  141. Couplet 141

    ସକଳ ଆଶା ଦୂର କରିଭାବେ ସେବିବି ନରହରି

  142. Couplet 142

    ଏକାନ୍ତେ ଭ୍ରମି ବନେ ବନେରମିବି ଅଭୟ ଚରଣେ

  143. Couplet 143

    କଷ୍ଟେ ରଖିବି ଏ ଶରୀରଜଳ ପବନ ମୋ' ଆହାର

  144. Couplet 144

    ଜନ୍ତୁଏ ଭବକୂପେ ପଡ଼ିକୃଷ୍ଣଭକ‌ତି ଦୂରେ ଏଡ଼ି

  145. Couplet 145

    ମୋହରେ ମଜ୍ଜିଏ ସଂସାରେପଡ଼ନ୍ତି ଦୁଃଖ ମହାଘୋରେ

  146. Couplet 146

    ବିଷୟ ଯାହାର ଲୋଚନହରଇ ଆତ୍ମା ବୁଦ୍ଧିମନ

  147. Couplet 147

    ଏ ମାୟା କାଳସର୍ପ ରୂପେଜନ୍ତୁଙ୍କୁ ଗ୍ରାସେ ଭବକୂପେ

  148. Couplet 148

    ଏହାଙ୍କୁ ପରିତ୍ରାଣ ଦାନଗୋବିନ୍ଦ ବିନୁ ନାହିଁ ଆନ

  149. Couplet 149

    ନିଷ୍କାମଜନ ଏ ସଂସାରେଆତ୍ମାକୁ ଆପଣେ ଉଦ୍ଧରେ

  150. Couplet 150

    ଏମନ୍ତ ମନେ ମନେ ଚିନ୍ତିରଜନୀ ହୁଅନ୍ତେ ପାହାନ୍ତି

  151. Couplet 151

    ନିଶ୍ଚଳ ଚିତ୍ତେ ସାବଧାନେପିଙ୍ଗଳା ଗଲା ଘୋରବନେ

  152. Couplet 152

    ପରମସୁଖ ବଇରାଗ୍ୟଆଶା ପରମଦୁଃଖ ଯୋଗ

  153. Couplet 153

    ଏଣୁ ସକଳ ଆଶା ତେଜିକୃଷ୍ଣଚରଣ ଦୃଢ଼େ ଭଜି

  154. Couplet 154

    ପିଙ୍ଗଳା ଭ୍ରମି ଘୋରବନେପଶିଲା ଶ୍ରୀହରିଚରଣେ

  155. Couplet 155

    ଏଣୁ ପିଙ୍ଗଳା ଗୁରୁ ମୋରଶୁଣ ହେ ଯଦୁନୃପବର

  156. Couplet 156

    ସକଳ ସଙ୍ଗ କରି ଦୂରନିରାଶେ ଭ୍ରମଇ ସଂସାର

  157. Couplet 157

    ବୋଲଇ ଦାସ ଜଗନ୍ନାଥଯେତେ କ‌ହିଲେ ଅବଧୂତ

  158. Couplet 158

    ଶ୍ରୀଏକାଦଶ ଭାଗବତେଗୀତେ କ‌ହିଲି ଜନ‌ହିତେ

  159. Couplet 159

    ଅଳପ ହୀନ‌ବୁଦ୍ଧି ମୋରଏଣୁ ମୁଁ ଅଜ୍ଞାନ ପାମର

  160. Couplet 160

    ନ ଜାଣି ସମୁଦ୍ରର ଗତିହସ୍ତେ ମନ୍ଥଇ ମୂଢ଼ମତି

  161. Couplet 161

    ସେବଇ ସୁଜନ ପୟରଏ ଦୋଷ କ୍ଷମାକର ମୋର

  162. Couplet 162

    ସୁଜନେ ମୋର ପ୍ରାଣବନ୍ଧୁଏଣୁ ତରିବି ଭବସିନ୍ଧୁ

Odia Bhagabata skandha 11 adhyaya 9 | Parbani by ParibhaAsha App